Categories
ଆଜିର ଖବର ବ୍ୟବସାୟ

ଭାରତର ପ୍ରଥମ କଂପାନି ଭାବେ ବାର୍ଷିକ ରାଜସ୍ୱ ୧୦୦ ବିଲିଅନ ଡଲାର ଅତିକ୍ରମ କଲା ରିଲାଏନ୍ସ

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ପ୍ରକାଶ କରାଯାଇଛି ଯେ ତୈଳ ବିଶୋଧନରେ ବ୍ୟାପକ ମାର୍ଜିନ, ଟେଲିକମ୍ ଓ ଡିଜିଟାଲ୍ ସେବାରେ ଦ୍ରୁତ ଅଭିବୃଦ୍ଧି ଓ ରିଟେଲ୍ ବ୍ୟବସାୟରେ ଦୃଢ଼ ଗତିଶୀଳତା ଯୋଗୁଁ ମାର୍ଚ୍ଚ ସୁଦ୍ଧା ଶେଷ ତ୍ରୟମାସରେ ନିଟ୍ ଲାଭରେ ୨୨.୫% ବୃଦ୍ଧି ହୋଇଛି। ତୈଳରୁ ରିଟେଲ୍ ଓ ଟେଲିକମ୍ ପର୍ଯ୍ୟନ୍ତର ଏହି ବ୍ୟବସାୟ ସାମ୍ରାଜ୍ୟର ନିଟ୍ ଲାଭ ୧୩,୨୨୭ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ୧୬,୨୦୩ କୋଟି ଟଙ୍କା ହୋଇଛି।

ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟାରେ ବୃଦ୍ଧି, ଅନଲାଇନ୍ ରିଟେଲ୍ କାରବାର ତ୍ୱରାନ୍ୱିତ ହେବା ଓ ନୂତନ ଶକ୍ତି ନିବେଶ ତୃଣମୂଳ ସ୍ତରରୁ ଆଗକୁ ବଢ଼ିଥିବା କାରଣରୁ କଂପାନିର ଆୟରେ ବୃଦ୍ଧି ଘଟିଛି। ବଜାର ମୂଲ୍ୟ ଅନୁସାରେ ଦେଶର ସର୍ବବୃହତ କଂପାନିର ଏକତ୍ରୀତ ରାଜସ୍ୱ ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ବର୍ଷରୁ ବର୍ଷ ଭିତିରେ ୩୫% ବୃଦ୍ଧି ପାଇ ୨.୩୨ ଲକ୍ଷ କୋଟି ଟଙ୍କା ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷ ସାରା (୨୦୨୧ ଏପ୍ରଲ୍‌ରୁ ୨୦୨୨ ମାର୍ଚ୍ଚ)ରେ, ରିଲାଏନ୍ସ ନିଟ୍ ଲାଭ ୬୦,୭୦୫ କୋଟି ଟଙ୍କା ହୋଇଥିବା ବେଳେ ରାଜସ୍ୱ ୭.୯୨ ଲକ୍ଷ କୋଟି ଟଙ୍କା (୧୦୨ ବିଲିଅନ ଡଲାର) ରହିଛି। ଏହା ହେଉଛି ପ୍ରଥମ ଭାରତୀୟ କଂପାନି ଯାହା ଗୋଟିଏ ବର୍ଷରେ ୧୦୦ ବିଲିଅନ ଡଲାର ରାଜସ୍ୱ ଅତିକ୍ରମ କରିଛି।

କଂପାନି ସର୍ବକାଳୀନ ଶ୍ରେଷ୍ଠ ତ୍ରୟମାସ ଇବିଆଇଟିଡିଏ ହାସଲ କରିଛି ଯାହା ବର୍ଷରୁୁ ବର୍ଷ ଭିତିରେ ୨୮% ବୃଦ୍ଧି ପାଇ ୩୩,୯୬୮ କୋଟି ଟଙ୍କା ହୋଇଛି। ତୈଳରୁ ରସାୟନ (ଓ୨ସି) ବ୍ୟବସାୟର ଇବିଆଇଟିଡିଏ୨୫% ବୃଦ୍ଧି ପାଇ ୧୪,୨୧୪ କୋଟି ଟଙ୍କା ହୋଇଥିବା ବେଳେ ଡିଜିଟାଲ୍ ବ୍ୟବସାୟର ଟିକସ ପୂର୍ବବର୍ତୀ ଆୟ ଗତବର୍ଷ ତୁଳନାରେ ୨୫% ବୃଦ୍ଧି ପାଇ ୧୧,୨୦୯ କୋଟି ଟଙ୍କା ହୋଇଛି। ରିଟେଲ୍ ବ୍ୟବସାୟର ଇବିଆଇଟିଡିଏ ୨.୫% ବୃଦ୍ଧି ପାଇ ୩,୭୧୨ କୋଟି ଟଙ୍କା ହୋଇଛି ଓ କେଜି-ଡି୬ ବ୍ଲକ୍‌ର ସାଟେଲାଇଟ୍ ଫିଲ୍ଡରୁ ଗ୍ୟାସ୍ ଉତ୍ପାଦନ ଯୋଗୁଁ ତୈଳ ଓ ଗ୍ୟାସର ଇବିଆଇଟିଡିଏ ତିନି ଗୁଣା ବୃଦ୍ଧି ପାଇ ୧,୫୫୬ କୋଟି ଟଙ୍କା ହୋଇଛି। କ୍ଷେତ୍ର ଇବିଆଇଟିଡିଏରେ ଉପଭୋକ୍ତା ବ୍ୟବସାୟ ଅବଦାନ ପାଖାପାଖି ୪୫% ରହିଛି।

ବିବିଧ ଅଧିଗ୍ରହଣ, ଅଫଲାଇନ୍‌ରୁ ଅନଲାଇନ୍ ଭିତିଭୂମି ଗଠନ ପାଇଁ ନିବେଶ ଜାରି ରଖିବା ଓ କୋଭିଡ୍ ପରବର୍ତୀ ସୁଧାର ଗତିଶୀଳତା ଯୋଗୁଁ ରିଟେଲ୍ ଦୃଢ଼ରୁ ଆହୁରି ଦୃଢ଼ତର ହୋଇପାରିଛି। ରିଲାଏନ୍ସ ରିଟେଲ୍‌ର ଦକ୍ଷତା ବଢ଼ାଇବା ଓ ସଂପତି ଅଧିଗ୍ରହଣ ପାଇଁ କଂପାନି ୧ ବିଲିଅନ ଡଲାରରୁ ଅଧିକ ନିବେଶ କରିଛି ଏବଂ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଅଧିକ ଷ୍ଟୋର୍ ଖୋଲିଛି। ସବୁଜ ଶକ୍ତି ସମ୍ପର୍କିତ ଗିଗା ଫ୍ୟାକ୍ଟ୍ରି ଓ ଉତ୍ସାହଜନ ଅପ୍‌ଷ୍ଟ୍ରିମ୍ କ୍ଷେତ୍ର ୪-୫ ବର୍ଷ ମନ୍ଥର ରହିବା ପରେ ଆଗାମୀ ୨୪-୩୬ ମାସ ପାଇଁ ଦୃଢ଼ ଅଭିବୃଦ୍ଧି ସୁଯୋଗ ସୃଷ୍ଟି କରିଛି।

ଆଲୋଚ୍ୟ ତ୍ରୟମାସରେ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ ୭୯୩ ନୂଆ ଷ୍ଟୋର ଖୋଲିଛି ଫଳରେ ମୋଟ ଷ୍ଟୋର ସଂଖ୍ୟା ୧୫,୧୯୬ରେ ପହଂଚିଛି। ରିଫାଇନାରି ମାର୍ଜିନ ଓ ମୂଲ୍ୟରେ ଉନ୍ନତି ଯୋଗୁଁ ଲଗାତାର ସପ୍ତମ ତ୍ରୟମାସରେ ଓ୨ସି କ୍ଷେତ୍ରର ପରିଚାଳନା ଲାଭ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଗ୍ରାହକ ପିଛା ହାରାହାରି ରାଜସ୍ୱ (ଆର୍‌ପୁ) ୨୧.୩ ପ୍ରତିଶତ ବୃଦ୍ଧି ପାଇ ମାସିକ ୧୬୭.୬ ଟଙ୍କା ହୋଇଥିବାରୁ ଡିଜିଟାଲ୍ ଶାଖା ଜିଓ ପ୍ଲାଟଫର୍ମସ୍‌ର ନିଟ୍ ଲାଭ ୨୩ ପ୍ରତିଶତ ବୃଦ୍ଧି ପାଇ ୪,୩୧୩ କୋଟି ଟଙ୍କା ହୋଇଛି।
ଫଳାପଳ ସମ୍ପର୍କରେ ମତ ରଖି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିିମଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଡି ଅମ୍ବାନି କହିଛନ୍ତି ଯେ, “ମହାମାରୀ ପାଇଁ ଜାରି ରହିଥିବା ଆହ୍ୱାନ ଓ ଭୌଗୋଳିକ ରାଜନୈତିକ ଉତେଜନା ସତ୍ୱେ ରିଲାଏନ୍ସ ୨୦୨୧-୨୨ ଆର୍ଥିକ ବର୍ଷରେ ଦୃଢ଼ ପ୍ରଦର୍ଶନ ପ୍ରଦାନ କରିଛି।

ଡିଜିଟାଲ୍ ସେବା ଓ ରିଟେଲ୍ କ୍ଷେତ୍ର ଦୃଢ଼ ଅଭିବୃଦ୍ଧି ହାସଲ କରିଥିବା ବେଳେ ଓ୨ସି ବ୍ୟବସାୟ ଏହାର ସ୍ଥିରତାକୁ ପ୍ରମାଣିତ କରିଛି ଏବଂ ଶକ୍ତି ବଜାରରେ ଅସ୍ଥିରତା ରହିଥିବା ସତ୍ୱେ ଦୃଢ଼ ସୁଧାର ପ୍ରଦର୍ଶନ କରିଛି। ଗ୍ରାହକ ସନ୍ତୁଷ୍ଟି ଓ ସେବା ଉପରେ ଆମର ଗୁରୁତ୍ୱ ଯୋଗୁଁ ଅଧିକ ଗ୍ରାହକଙ୍କ ସଂପୃକ୍ତି ଓ ଷ୍ଟୋରକୁ ପ୍ରବେଶ ବଢ଼ିଛି ଯାହା ଆମର ସାରା ଉପଭୋକ୍ତା ବ୍ୟବସାୟରେ ରାଜସ୍ୱକୁ ଦୃଢ଼ କରିଛି ଓ ଆୟକୁ ବଢ଼ାଇଛି। ଏହି ବର୍ଷରେ ରିଲାଏନ୍ସ ଉଲ୍ଲେଖନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଏହାର ସମଗ୍ର ବ୍ୟବସାୟରେ ୨.୧ ଲକ୍ଷରୁ ଅଧିକ ନୂଆ କର୍ମଚାରୀଙ୍କୁ ଯୋଡ଼ିଛି। ଆମର ଖୁଚୁରା ବ୍ୟବସାୟ ୧୫,୦୦୦ ଷ୍ଟୋର ସ୍ତର ଅତିକ୍ରମ କରିଛି। ଶୁଭାରମ୍ଭ ହେବାର ଦୁଇ ବର୍ଷ ଭିତରେ ଜିଓଫାଇବର୍ ଏବେ ଭାରତରେ ସର୍ବବୃହତ ବ୍ରଡବ୍ୟାଣ୍ଡ୍ ପ୍ରଦାନକାରୀ ହୋଇପାରିଛି। ସ୍ଥାନୀୟ ଗ୍ୟାସ୍ ଉତ୍ପାଦ ପ୍ରତି ତୈଳ ଓ ଗ୍ୟାସ ବ୍ୟବସାୟର ଅବଦାନ ଏବେ ୨୦ ପ୍ରତିଶତ ରହିଛି।’’

ନୂଆ ଶକ୍ତି ବ୍ୟବସାୟ ସମ୍ପର୍କରେ ସେ କହିଛନ୍ତି ଯେ ଜାମନଗରରେ ୫,୦୦୦ ଏକର ଜମିରେ ଗିଗା ଫ୍ୟାକ୍ଟ୍ରି ପରିସର ବିକଶିତ କରିବା ଦିଗରେ କଂପାନି ଆଗେଇ ଚାଲିଛି ଓ ୨୦୩୫ ସୁଦ୍ଧା ନେଟ୍ କାର୍ବନ ଜିରୋ ଲକ୍ଷ୍ୟ ହାସଲ ପଥରେ ରହିଛି। ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ଉପଭୋକ୍ତା ବ୍ୟବସାୟର ମୋଟ ରାଜସ୍ୱ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ଉପଭୋକ୍ତା ବ୍ୟବସାୟ ଇବିଆଇଟିଡିଏ ୫୦,୦୦୦ କୋଟି ଟଙ୍କା ଅତିକ୍ରମ କରିଛି। ରିଟେଲ୍ ବ୍ୟବସାୟରେ ରାଜସ୍ୱ ୧ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ଇବିଆଇଟିଡିଏ ୪୦,୦୦୦ କୋଟି ଟଙ୍କା ରହିଛି। ୨୦୨୧-୨୨ ଆର୍ଥିକ ବର୍ଷର ବର୍ଦ୍ଧିତ ଇବିଆଇଟିଡିଏରେ ଓ୨ସିର ଅବଦାନ ୫୨% ରହିଛି। ଓ୨ସିର ଇବିଆଇଟିଡିଏ ବର୍ଷକୁ ପର ବର୍ଷ ଭିତିରେ ୩୮% ବୃଦ୍ଧି ପାଇ ୫୨,୭୨୨ କୋଟି ଟଙ୍କା ହୋଇଛି ଓ ପ୍ରାକ୍ କୋଭିଡ୍ ସ୍ତର ପାଖାପାଖି ପହଂଚିଛି।

Categories
ଆଜିର ଖବର ଜାତୀୟ ଖବର

ନେସନାଲ ଫିଲ୍ମ ହେରିଟେଜ୍ ମିଶନ ଅଧୀନରେ ବିଶ୍ବର ସର୍ବବୃହତ ଚଳଚ୍ଚିତ୍ର ପୁନରୁଦ୍ଧାର ପ୍ରକଳ୍ପ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ: ନେସନାଲ ଫିଲ୍ମ ହେରିଟେଜ୍‌ ମିଶନ (ଏନଏଫଏଚଏମ) ବା ଜାତୀୟ ଚଳଚ୍ଚିତ୍ର ଐତିହ୍ୟ ଅଭିଯାନ ଅଧୀନରେ ଭାରତ ବିଶ୍ବର ସର୍ବବୃହତ ଚଳଚ୍ଚିତ୍ର ପୁନରୁଦ୍ଧାର ପ୍ରକଳ୍ପ କାର୍ଯ୍ୟକାରୀ କରିବ ଏବଂ ଏଥିପାଇଁ ୩୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଏହି ଘୋଷଣା କରିଛନ୍ତି। ଆଜି ଆରମ୍ଭ ହୋଇଥିବା ପୁନରୁଦ୍ଧାର ପ୍ରକଳ୍ପକୁ ଭାରତୀୟ ଜାତୀୟ ଚଳଚ୍ଚିତ୍ର ସଂଗ୍ରହାଳୟ ଠାରେ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାଯିବ। ପୁଣେ ଠାରେ ଏହି ସଂଗଠନର ଏକ ସମୀକ୍ଷା ବୈଠକରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ଏହା କହିଛନ୍ତି।

ନେସନାଲ ଫିଲ୍ମ ହେରିଟେଜ୍‌ ମିଶନ ଅଧୀନରେ ପ୍ରାୟ ୨,୨୦୦ ଚଳଚ୍ଚିତ୍ରକୁ ପୁନରୁଦ୍ଧାର କରାଯିବ। ଚଳଚ୍ଚିତ୍ର ନିର୍ମାତା, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା, ଚଳଚ୍ଚିତ୍ର ଐତିହାସିକ, ପ୍ରଯୋଜକ ଆଦିଙ୍କୁ ନେଇ ଗଠିତ ଭାଷା ଭିତ୍ତିକ କମିଟି ମାଧ୍ୟମରେ ଚଳଚ୍ଚିତ୍ରର ଶୀର୍ଷକ ଚୟନ କରାଯାଇଛି। ଏହି କମିଟିରେ ଅପର୍ଣ୍ଣା ସେନ, ଶ୍ରୀରାମ ରାଘବନ, ଅଞ୍ଜଳି ମେନନ ଏବଂ ଭେଟ୍ରିମାରାନଙ୍କ ଭଳି ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ବମାନେ ସାମିଲ ରହିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ନେସନାଲ ଫିଲ୍ମ ହେରିଟେଜ୍‌ ମିଶନ ଚଳଚ୍ଚିତ୍ରର ପୁନରୁଦ୍ଧାର ସହିତ ଚଳଚ୍ଚିତ୍ର ସ୍ଥିତି ଆକଳନ ପ୍ରକ୍ରିୟାର ସଂରକ୍ଷଣ, ସତର୍କତାମୂଳକ ସଂରକ୍ଷଣ ଓ ଡିଜିଟାଲକରଣ କାର୍ଯ୍ୟ ମଧ୍ୟ ସମ୍ପାଦନ କରିବ। ଏଥିପାଇଁ ମୋଟ୍‌ ୫୯୭ କୋଟି ଟଙ୍କାର ବଜେଟ୍‌ ଆବଣ୍ଟନ କରାଯାଇଛି, ଯାହାକି ବିଶ୍ବର ସବୁଠୁ ବଡ଼ ଚଳଚ୍ଚିତ୍ର ସଂରକ୍ଷଣ ଅଭିଯାନ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।

ଭାରତୀୟ ଚଳଚ୍ଚିତ୍ର ଜଗତର ୧୦୦ ବର୍ଷରୁ ଅଧିକ ସମୟର ଇତିହାସ ରହିଛି ଏବଂ ବିଶ୍ବ ଚଳଚ୍ଚିତ୍ର ଦୁନିଆରେ ଏହା ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ଭାରତୀୟ ଚଳଚ୍ଚିତ୍ରର ପୁନରୁଦ୍ଧାର ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ବାରା ବହୁ ଦଶନ୍ଧି ଧରି ଦର୍ଶକମାନଙ୍କୁ ବାନ୍ଧି ରଖିଥିବା ଏସବୁ ଚଳଚ୍ଚିତ୍ରର ସମୃଦ୍ଧଶାଳୀ ଐତିହ୍ୟକୁ ଭବିଷ୍ୟତ ପିଢ଼ି ଜାଣିବା ଲାଗି ସକ୍ଷମ ହୋଇପାରିବେ।

ପ୍ରଥମ ପର୍ଯ୍ୟାୟରେ ଏନଏଫଏଆଇ ମହାନ ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ ରାୟଙ୍କ ୧୦ଟି ସମ୍ମାନଜନକ ଚଳଚ୍ଚିତ୍ରକୁ ପୁନରୁଦ୍ଧାର ପାଇଁ ଚୟନ କରିଛି। ଏସବୁ ଚଳଚ୍ଚିତ୍ରକୁ ବିଭିନ୍ନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ କରାଯିବ। ଏଥିମଧ୍ୟରୁ ‘ପ୍ରତିଧ୍ବନି’ ଚଳଚ୍ଚିତ୍ରକୁ କାନ୍ସ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଚୟନ କରାଯାଇଛି। ଏହା କାନ୍ସ କ୍ଲାସିକ୍ସ ବର୍ଗର ୨୦୨୨ ସଂସ୍କରଣରେ ପ୍ରଦର୍ଶିତ ହେବ।

୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଜି. ଅରବିନ୍ଦନଙ୍କ ମାଲାୟଲମ ଚଳଚ୍ଚିତ୍ର ‘ଥାମ୍ପି’ର ପୁନରୁଦ୍ଧାର ସଂସ୍କରଣ ମଧ୍ୟ କାନ୍ସ ଠାରେ ପ୍ରଦର୍ଶିତ ହେବ। ହେରିଟେଡ ଫାଉଣ୍ଡେସନ ଏବଂ ଏନଏଫଆଇ ମଧ୍ୟରେ ହୋଇଥିବା ସଂରକ୍ଷଣ ସହଭାଗିତା ଅଧୀନରେ କାନ୍ସ ଠାରେ ଏ ଚଳଚ୍ଚିତ୍ରର ୱାର୍ଲ୍ଡ ପ୍ରିମିୟର ହେବ।

ସତ୍ୟଜିତ ରାୟଙ୍କ ଚଳଚ୍ଚିତ୍ର ବ୍ୟତୀତ ‘ନୀଲାକୁୟିଲ’ (ମାଲାୟଲମ) ଏବଂ ‘ଦୋ ଆଖେଁ ବାରା ହାତ୍’ (ହିନ୍ଦୀ) ଚଳଚ୍ଚିତ୍ରକୁ ମଧ୍ୟ ସାମିଲ କରାଯାଇଛି। ସ୍ବାଧୀନତା ପୂର୍ବବର୍ତ୍ତୀ ଚଳଚ୍ଚିତ୍ର ସମେତ ଏନଏଫଏଆଇ, ଚଳଚ୍ଚିତ୍ର ଡିଭିଜନ ଏବଂ ଅନ୍ୟାନ୍ୟ ବିରଳ ଚଳଚ୍ଚିତ୍ରକୁ ମଧ୍ୟ ପୁନରୁଦ୍ଧାର କରିବା ଲାଗି ଚୟନ କରାଯାଇଛି। ଏସବୁ ଚଳଚ୍ଚିତ୍ରରେ ଭାରତର ଅଭିବୃଦ୍ଧି ଧାରା ପ୍ରଦର୍ଶିତ ହୋଇଛି।

ପୁନରୁଦ୍ଧାର ପ୍ରକ୍ରିୟା ତିଷ୍ଠି ରହିଥିବା ଶ୍ରେଷ୍ଠ ଉତ୍ସ ବା ସୋର୍ସରୁ ଉପକରଣଗୁଡ଼ିକୁ ସଂଗ୍ରହ କରି ପ୍ରତି ଫ୍ରେମର ଡିଜିଟାଲ ଓ ସେମି-ଅଟୋମେଟେଡ୍‌ ମାନୁଆଲ ପିକ୍ଚର ଓ ସାଉଣ୍ଡକୁ ପୁନରୁଦ୍ଧାର କରିବା ଲାଗି ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରୟାସ କରାଯାଇଥାଏ। ସୋର୍ସ ନେଗେଟିଭ/ପ୍ରିଣ୍ଟକୁ ୪ କେରୁ .ଡିପିଏକ୍ସ ଫାଇଲକୁ ସ୍କାନ୍‌ କରାଯିବ ଯାହାକୁ ଡିଜିଟାଲ ମାଧ୍ୟମରେ ପୁନରୁଦ୍ଧାର କରାଯିବ। ଏହି ପୁନରୁଦ୍ଧାର ପ୍ରକ୍ରିୟା ସମୟରେ ପିକ୍ଚର ନେଗେଟିଭ୍‌ର ପ୍ରତ୍ୟେକ ଫ୍ରେମରେ ରହିତିବା ଦାଗ, ଧୂଳି ଏବଂ ଘର୍ଷଣକୁ ସମ୍ପୂର୍ଣ୍ଣ ସଫା କରି ଦିଆଯିବ। ପିକଚର ବା ଛବି ପୁନରୁଦ୍ଧାର ପ୍ରକ୍ରିୟା ଭଳି ସାଉଣ୍ଡ ଓ ଶବ୍ଦ ପୁନରୁଦ୍ଧାର ପ୍ରକ୍ରିୟାକୁ ମଧ୍ୟ ସମାନ ପଦ୍ଧତିରେ କାର୍ଯ୍ୟକାରୀ କରାଯିବ।

ସାଉଣ୍ଡ ନେଗେଟିଭ୍‌ରେ ରହିଥିବା ପପ୍ସ, ହିସ୍‌, କ୍ରାକଲ୍ସ ଓ ଡିଷ୍ଟୋରର୍ସନ ଆଦିକୁ ଦୂର କରାଯିବ। ପୁନରୁଦ୍ଧାର ପରେ, ଡିଜିଟାଲ ପିକ୍ଚର ଫାଇଲକୁ କଲର ଗ୍ରେଡ (ଡିଆଇ ପ୍ରକ୍ରିୟା) କରାଯିବ ଏବଂ ମୂଳ ରିଲିଜ୍‌ ସମୟରେ ଯେପରି ଦେଖା ଯାଉଥିଲା ଠିକ୍‌ ସେହିପରି ପ୍ରଦର୍ଶିତ କରିବା ଭଳି ରୂପ ଚଳଚ୍ଚିତ୍ରକୁ ଦିଆଯିବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତରେ କୋଭିଡର ସାପ୍ତାହିକ ମାମଲା ୪୧% ବୃଦ୍ଧି, କିନ୍ତୁ ସ୍ଥିର ରହିଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ସପ୍ତାହ ପାଇଁ ଭାରତରେ କରୋନା ସଂକ୍ରମଣର ମାମଲା ବୃଦ୍ଧି ପାଇଛି, କିନ୍ତୁ ଗତ ସପ୍ତାହରେ ଏହି ରୋଗରେ ମୃତ୍ୟୁ ସଂଖ୍ୟାରେ କୌଣସି ବୃଦ୍ଧି ଘଟି ନ ଥିବାରୁ ଏହା ଲୋକମାନଙ୍କ ପାଇଁ ଆଶ୍ଵସ୍ତି ଆଣିଛି।

ଗତ ସପ୍ତାହରେ ଭାରତର ୨୨,୨୦୦ ଲୋକଙ୍କ ମଧ୍ୟରେ କରୋନା ନିଶ୍ଚିତ କରାଯାଇଥିଲା। ଏହାର ପୂର୍ବ ସପ୍ତାହରେ ମିଳିଥିବା ୧୫,୮୦୦ ସଂକ୍ରମିତ ତୁଳନାରେ ଏହା ୪୧% ଅଧିକ। ସେହି ସପ୍ତାହରେ କରୋନା ମାମଲାରେ ୯୬% ବୃଦ୍ଧି ଦେଖିବାକୁ ମିଳିଥିଲା। ଅଧିକାଂଶ ସଂକ୍ରମିତ ଦିଲ୍ଲୀ, ହରିୟାଣା ଏବଂ ୟୁପିରେ ଦେଖିବାକୁ ମିଳିଥିଲା। ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ଏହା ୬୮% ଅଟେ। ରବିବାର ଶେଷ ହୋଇଥିବା ସପ୍ତାହରେ ଦେଶର ୨୦ ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ରୋଗର ବୃଦ୍ଧି ଘଟିଛି, ଯାହା ସୂଚାଇ ଦେଉଛି ଯେ ଏହି ସଂକ୍ରମଣ ଦେଶରେ ବିସ୍ତାର କରିବାରେ ଲାଗିଛି। ତେବେ ଅଧିକାଂଶ ରାଜ୍ୟରେ ଗୋଟିଏ ସପ୍ତାହରେ ହାରାହାରି ରୋଗୀଙ୍କ ସଂଖ୍ୟା ୧ ହଜାରରୁ କମ୍ ରହିଛି।

ଦିଲ୍ଲୀ ଶୀର୍ଷରେ ରହିଛି:

ନୂତନ ଆକ୍ରାନ୍ତ ପାଇବାରେ ଦିଲ୍ଲୀ ଏହି ସପ୍ତାହରେ ଶୀର୍ଷରେ ରହିଛି। ଏପ୍ରିଲ ୨୫ ତାରିଖରୁ ମଇ ୧ ତାରିଖ ମଧ୍ୟରେ ଦିଲ୍ଲୀରେ ୯ ହଜାର ୬୮୪ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଥିଲା, ଯାହା ଗତ ସପ୍ତାହରେ ୬ ହଜାର ୩୨୬ ସଂଖ୍ୟା ତୁଳନାରେ ୫୩% ଅଧିକ। ଏହି ସମୟ ମଧ୍ୟରେ ଦେଶରେ ଚିହ୍ନଟ ହୋଇଥିବା ନୂତନ ମାମଲା ଦିଲ୍ଲୀରେ ୪୩% ବୃଦ୍ଧି ପାଇଥିଲା।

Categories
ବିଶେଷ ଖବର

ପାକିସ୍ତାନ ଉପରେ ଭାରତର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନାହିଁ: ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଶାହବାଜ ସରିଫ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ହେବାର କିଛି ଦିନ ପରେ ଭାରତ କହିଛି ଯେ, ଏହାର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆତଙ୍କବାଦ ମୁକ୍ତ ପରିବେଶରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇପାରିବ ଏବଂ ଏହି ବାତାବରଣ ସୃଷ୍ଟି କରିବା ଇସଲାମାବାଦର ଦାୟିତ୍ଵ ରହିଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହା ମଧ୍ୟ କହିଛନ୍ତି ଯେ, କରାଚିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ଆତଙ୍କବାଦ ବିରୋଧରେ ସମାନ ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକତାକୁ ସୂଚିତ କରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ଏଭଳି ଆକ୍ରମଣକୁ ନିନ୍ଦା କରୁଛି।

ବାଗଚି ସରିଫଙ୍କ ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଏହା ଉପରେ ପାକିସ୍ତାନର କୌଣସି ମନ୍ତବ୍ୟ ଦେବାର ଅଧିକାର ନାହିଁ।

ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବାଗଚି କହିଛନ୍ତି ଯେ, ଯେଉଁଠାରେ ବି ଆତଙ୍କବାଦ ଆକ୍ରମଣ ଘଟେ, ଆମେ ତାହାକୁ ନିନ୍ଦା କରୁଛୁ। ଆତଙ୍କବାଦ ବିରୋଧରେ ସବୁ ଦେଶକୁ ସମାନ ପଦକ୍ଷେପ ନେବାକୁ ଆବଶ୍ୟକତାକୁ ସୂଚିତ କରେ।

ମଙ୍ଗଳବାର ଦିନ କରାଚି ବିଶ୍ୱବିଦ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣରେ ତିନିଜଣ ଚାଇନିଜ୍ ଶିକ୍ଷକ ଏବଂ ସେମାନଙ୍କ ସ୍ଥାନୀୟ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।

ପାକିସ୍ତାନ ସହ କଥାବାର୍ତ୍ତା ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ବିଷୟରେ ପଚରାଯିବାରୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆମର ଆଭିମୁଖ୍ଯ ବହୁତ ସ୍ପଷ୍ଟ। ଯେତେବେଳେ ଆତଙ୍କବାଦ ମୁକ୍ତ ପରିବେଶ ରହିବ, କେବଳ ସେତେବେଳେ ଆଲୋଚନା ହେବା ସମ୍ଭବ। ଦୁଇ ପ୍ରଧାନମନ୍ତ୍ରୀ ସୌଜନ୍ୟମୂଳକ ଭାବେ ଚିଠି ବିନିମୟ କରିଥିଲେ। ଆତଙ୍କବାଦରୁ ମୁକ୍ତ ପରିବେଶ ରହିବା ଆମର ଆଇନଗତ ଦାବି।

Categories
ଆଜିର ଖବର

ଆମେରିକୀୟ ଲୋକଙ୍କ ଅପିଲ, ଭାରତ ସହିତ ସମ୍ପର୍କକୁ ସୁଦୃଢ ​​କରୁ ପାକିସ୍ତାନ ସରକାର

ନୂଆଦିଲ୍ଲୀ: ଗଣତନ୍ତ୍ର ସମର୍ଥକ ବୁଦ୍ଧିଜୀବୀ, ରାଜନେତା, ସାମ୍ବାଦିକ ତଥା ମାନବିକ ଅଧିକାର କର୍ମୀଙ୍କର ଏକ ଗୋଷ୍ଠୀ ଜାତିସଂଘ ଏବଂ ଧାର୍ମିକ ବିବାଦର ଅନ୍ତ ଘଟାଇ ପାକିସ୍ତାନର ନବନିଯୁକ୍ତ ସରକାରଙ୍କୁ ଏକ ଗଠନମୂଳକ ଭୂମିକା ଗ୍ରହଣ କରି ଭାରତ ଏବଂ ଅନ୍ୟ ପଡୋଶୀ ଦେଶ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିବାକୁ ଅନୁରୋଧ କରିଛନ୍ତି। ‘ଆତଙ୍କବାଦ ବିରୋଧରେ ଦକ୍ଷିଣ ଏସିଆ ଏବଂ ମାନବିକ ଅଧିକାର ପାଇଁ’ ଆୟୋଜିତ ଏକ ଅନଲାଇନ୍ କାର୍ଯ୍ୟକ୍ରମରେ ବକ୍ତାମାନେ ଏହା କହିଛନ୍ତି।

ସେମାନେ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କ୍ଷମତାରୁ ବହିଷ୍କୃତ ହେବା ପରେ ଗଠିତ ସରକାର ହିଂସାକୁ ଦୂର କରିବା ପାଇଁ ବଲୁଚିସ୍ତାନ ପ୍ରଦେଶର ଲୋକଙ୍କ ସହ ତୁରନ୍ତ କଥାବାର୍ତ୍ତା କରିବା ଉଚିତ। ଗଣମାଧ୍ୟମରେ ପ୍ରକାଶିତ ବିବୃତ୍ତି ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ଜଡିତ ଲୋକମାନେ କହିଛନ୍ତି ଯେ, ପଡୋଶୀ ଦେଶ ବିଶେଷ କରି ଭାରତ ଏବଂ ଆଫଗାନିସ୍ତାନ ସହ ସମ୍ପର୍କକୁ ସୁଦୃଢ କରାଯିବା ଉଚିତ।

SAATH ର ସହ-ପ୍ରତିଷ୍ଠାତା ତଥା ଆମେରିକାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ହୁସେନ୍ ହକ୍କାନି କହିଛନ୍ତି ଯେ, ରାଜନୀତିକୁ ସାମରିକକରଣ ନକରି ଏବଂ ରାଜନୈତିକ କାରଣରୁ ଧର୍ମର ବ୍ୟବହାରକୁ ସମାପ୍ତ ନକରି ପାକିସ୍ତାନ ବର୍ତ୍ତମାନର ସଙ୍କଟରୁ ବାହାରିପାରିବ ନାହିଁ। ହକ୍କାନି କହିଛନ୍ତି ଯେ, ପାକିସ୍ତାନର ସମ୍ପୂର୍ଣ୍ଣ ଧ୍ୟାନ କକୌଣସି ଅଦରକାରୀ ଆଦର୍ଶ ଉପରେ ନୁହେଁ ବରଂ ଏହାର ଲୋକଙ୍କ ସମୃଦ୍ଧତା ଉପରେ ହେବା ଉଚିତ।

ସେ କହିଛନ୍ତି ଯେ, ପାକିସ୍ତାନର ପଡୋଶୀ ଦେଶ ସହ କେବଳ ଭଲ ସମ୍ପର୍କ ପାକିସ୍ତାନର ଅର୍ଥନୀତିର ପୁନର୍ଜୀବନକୁ ନିଶ୍ଚିତ କରିପାରିବ। ପୂର୍ବତନ ସାଂସଦ ଫରହାତୁଲ୍ଲା ବାବର, ଯିଏକି ପାକିସ୍ତାନ ପିପୁଲ୍ସ ପାର୍ଟିର ସାଧାରଣ ସମ୍ପାଦକ ମଧ୍ୟ ସୁରକ୍ଷା ପ୍ରତିଷ୍ଠାନ ମଧ୍ୟରେ ବିଭାଜନ ହେବାର ଖବର ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ବାବର କହିଛନ୍ତି ଯେ, “ଯେତେବେଳେ ଏକ ଗୋଷ୍ଠୀ ଅତ୍ୟଧିକ ଶକ୍ତି ହାସଲ କରେ, ସେତେବେଳେ ସଂଗ୍ରାମ ନିଜ ଭିତରେ ଆରମ୍ଭ ହୁଏ।

Categories
ଆଜିର ଖବର ଜାତୀୟ ଖବର

2.1 ଟ୍ରିଲିୟନ ଅତିକ୍ରମ କଲା ବୈଶିକ ସାମରିକ ଖର୍ଚ୍ଚ, ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ବିଶ୍ଵର ସମସ୍ତ ବଡ ଦେଶ ଯୁଦ୍ଧ ଠାରୁ ଦୂରରେ ରହିବା ଏବଂ ଶାନ୍ତି ବିଷୟରେ କଥାବାର୍ତ୍ତା କରନ୍ତି। କିନ୍ତୁ ନିଜେ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଯୁଦ୍ଧ ବିଷୟରେ ସେ କେତେ ଗମ୍ଭୀର, ତାହାର ଏକ ଧାରଣା ଏକ ରିପୋର୍ଟ ଦ୍ୱାରା ପ୍ରକାଶିତ ହୋଇଛି ଯେଉଁଥିରେ ବିଶ୍ୱର ପ୍ରମୁଖ ଦେଶମାନଙ୍କ ଦ୍ୱାରା ସାମରିକ ଖର୍ଚ୍ଚର ସବିଶେଷ ତଥ୍ୟ ଦିଆଯାଇଛି। ଏହି ଆକଳନ ଅନୁଯାୟୀ, FY22 ରେ ବିଶ୍ଵର ସାମରିକ ଖର୍ଚ୍ଚ ସର୍ବକାଳୀନ 2.1 ଟ୍ରିଲିୟନ ଡଲାରରେ ପହଞ୍ଚିଛି ଏବଂ ସର୍ବାଧିକ ଖର୍ଚ୍ଚକାରୀ ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି।

ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ (SIPRI) ର ରିପୋର୍ଟ ଅନୁଯାୟୀ, 2021 ମସିହାରେ ସମୁଦାୟ ବିଶ୍ୱ ସାମରିକ ଖର୍ଚ୍ଚ 0.7% ବୃଦ୍ଧି ପାଇଛି। ଏହା କହିଛି ଯେ, 2021 ରେ 5 ଟି ବଡ ଖର୍ଚ୍ଚକାରୀ ଦେଶ ହେଉଛନ୍ତି ଆମେରିକା, ଚୀନ୍, ଭାରତ, ବ୍ରିଟେନ ଏବଂ ଋଷ। ଏସବୁର ମୋଟ ଖର୍ଚ୍ଚ 62% ଥିଲା। ଯଦି ଆମେ 2022 ବିଷୟରେ କଥା ହେବା, ତେବେ ଭାରତର ମୋଟ ସାମରିକ ଖର୍ଚ୍ଚ ହେଉଛି 76.6 ବିଲିୟନ ଡ଼ଲାର୍, ଯାହା ବିଶ୍ୱରେ ତୃତୀୟ ସ୍ଥାନରେ ଅଛି। ଏହା 2020 ଠାରୁ 0.9% ଅଧିକ ଏବଂ 2012 ତୁଳନାରେ 33% ଅଧିକ।

ପରିସଂଖ୍ୟାନ ଅନୁଯାୟୀ, ଆମେରିକା ଏବଂ ଚୀନ୍ ସାମରିକ କ୍ଷେତ୍ରରେ ଖର୍ଚ୍ଚ କରୁଥିବା ଶୀର୍ଷ ଦୁଇ ଦେଶ, 2021 ମସିହାରେ ଆମେରିକାର ସାମରିକ ଖର୍ଚ୍ଚ 801 ବିଲିୟନ ଡ଼ଲାରରେ ପହଞ୍ଚିଛି। ଯାହା 2020 ଠାରୁ 1.4% ହ୍ରାସ ପାଇଛି। 2012 ରୁ 2021 ମଧ୍ୟରେ, ସାମରିକ ଅନୁସନ୍ଧାନ ଏବଂ ବିକାଶ ପାଇଁ ଆମେରିକା 24% ବୃଦ୍ଧି କରିଛି ଏବଂ ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ଖର୍ଚ୍ଚ 6.4% ହ୍ରାସ କରିଛି। ଦ୍ୱିତୀୟ ସ୍ଥାନରେ ଚୀନ୍ ଅଛି, ଯାହା ପ୍ରତିରକ୍ଷା ପାଇଁ 293 ବିଲିୟନ ଡ଼ଲାର୍ ଖର୍ଚ୍ଚ କରିଛି, ଯାହା 2020 ତୁଳନାରେ 4.7% ବୃଦ୍ଧି ହୋଇଛି। ଅନ୍ୟପକ୍ଷରେ ଗତ ବର୍ଷ ପ୍ରତିରକ୍ଷା ପାଇଁ ବ୍ରିଟେନ 68.4 ବିଲିୟନ ଡ଼ଲାର ଖର୍ଚ୍ଚ କରିଥିଲା, ଯାହାକି 2020 ଠାରୁ 3% ବୃଦ୍ଧି। ଏଥି ସହିତ ସର୍ବାଧିକ ପ୍ରତିରକ୍ଷା ଖର୍ଚ୍ଚରେ ଋଷ ପଞ୍ଚମ ସ୍ଥାନ ଅଧିକାର କରିଛି।

Categories
ଆଜିର ଖବର ଜାତୀୟ ଖବର

ବ୍ରିଟିଶ ସାଂସଦଙ୍କୁ ଭାରତୀୟ ବିଦ୍ୱାନଙ୍କ ଜବାବ: କହିଲେ ଭାରତରେ ଶାନ୍ତିପୂର୍ଣ୍ଣ ଜୀବନଯାପନ କରୁଛନ୍ତି ମୁସଲମାନ

ନୂଆଦିଲ୍ଲୀ: ଭାରତୀୟ ପଣ୍ଡିତ ଶାହବୁଦ୍ଦିନ ରଜଭି ବରେଲଭି ବ୍ରିଟିଶ ଲେବର ପାର୍ଟିର ସାଂସଦ ନାଜ ଶାହାଙ୍କ ମାନବିକ ଅଧିକାର ଉପରେ ଦେଇଥିବା ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ମୁସଲମାନମାନେ ଭାରତରେ ଶାନ୍ତିପୂର୍ଣ୍ଣ ଜୀବନଯାପନ କରୁଛନ୍ତି ଏବଂ ଭାରତର କୌଣସି ଆଭ୍ୟନ୍ତରୀଣ ପ୍ରସଙ୍ଗରେ ବାହ୍ୟ ଦେଶର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ। ବ୍ରିଟିଶ ସାଂସଦଙ୍କ ମନ୍ତବ୍ୟ ଉପରେ ଆକ୍ରମଣ କରି ଇସଲାମିକ ଅନୁସନ୍ଧାନ କେନ୍ଦ୍ରର ନିର୍ଦ୍ଦେଶକ ରଜଭି କହିଛନ୍ତି ଯେ, ବ୍ରିଟେନ ସାଂସଦ ଦାୟିତ୍ଵହୀନ ବିବୃତ୍ତି ଦେଇଛନ୍ତି।

ମୁସଲମାନ ସଂଖ୍ୟାଲଘୁମାନଙ୍କ ପ୍ରତି ନ୍ୟାୟ ମିଳୁଥିବାରୁ ଭାରତକୁ ପ୍ରଶଂସା କରି ସେ କହିଛନ୍ତି ଯେ, ଦେଶର ସମସ୍ତ ମୁସଲମାନ ଶାନ୍ତି ଏବଂ ଭ୍ରାତୃଭାବରେ ବାସ କରନ୍ତି। ଦେଶରେ କୌଣସି ପ୍ରକାରର ଭେଦଭାବର ସମ୍ମୁଖୀନ ହେବାକୁ ପଡୁନାହିଁ। ସେ କହିଛନ୍ତି ଯେ, ‘ଆମେ ନମାଜ, ଆଜାନ ଏବଂ ଜଲସାକୁ ମଧ୍ୟ ସଂପୂର୍ଣ୍ଣ ସ୍ୱାଧୀନତା ମିଳିଥାଏ। କାହାର କିଛି ଅସୁବିଧା ନାହିଁ। କାଶ୍ମୀର ବିଷୟରେ କହିବାକୁ ଗଲେ, ଏହା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସର୍ବଦା ରହିବ।

ରଜଭି କହିଛନ୍ତି, ‘ସମସ୍ତ ଭାରତୀୟ ମୁସଲମାନ ବିଶ୍ୱାସ କରନ୍ତି ଯେ, ଜମ୍ମୁ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ରହିବ। ଏହି ପ୍ରସଙ୍ଗରେ କୌଣସି ବିବାଦ ନାହିଁ। ଭାରତରେ ମୁସଲମାନମାନେ ଖୁସି ଅଛନ୍ତି। ଆମେ ଭାରତରେ ସମୃଦ୍ଧତା ଚାହୁଁଛୁ, ଯାହା ଅନ୍ୟତମ ବିକାଶଶୀଳ ଦେଶ ମଧ୍ୟରୁ ଅନ୍ୟତମ ଅଟେ। ସେ ବ୍ରିଟିଶ ସାଂସଦ ଏବଂ ପାକିସ୍ତାନକୁ ଭାରତର ଘରୋଇ ପ୍ରସଙ୍ଗରେ କଥାବାର୍ତ୍ତା ନକରିବାକୁ କହିଛନ୍ତି। କାଶ୍ମୀର କିମ୍ବା ହିଜାବ ପ୍ରସଙ୍ଗରେ ଆମେ କାହାର ହସ୍ତକ୍ଷେପ ପସନ୍ଦ କରୁନାହୁଁ। ଅନ୍ୟ କୌଣସି ଦେଶର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ପାକିସ୍ତାନରୁ ଡିଗ୍ରୀ ହାସଲ କରୁଥିବା ଛାତ୍ରମାନଙ୍କୁ ଝଟକା, ଭାରତରେ ମିଳିବ ନାହିଁ ଆଡମିଶନ କିମ୍ବା ରୋଜଗାର

ନୂଆଦିଲ୍ଲୀ: ପାକିସ୍ତାନରୁ ଡିଗ୍ରୀ ହାସଲ କରୁଥିବା ଛାତ୍ରମାନଙ୍କୁ ଭାରତରେ ନିଯୁକ୍ତି ସୁଯୋଗ ଦିଆଯିବ ନାହିଁ। ସର୍ବଶେଷ ବିଜ୍ଞପ୍ତି ଜାରି କରିବାବେଳେ UGC (ୟୁନିଭରସିଟି ଅନୁଦାନ ଆୟୋଗ) ଏବଂ AICTE (ଅଲ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍) ସୂଚନା ଦେଇଛନ୍ତି ଯେ, ପାକିସ୍ତାନରେ ନିଆଯାଇଥିବା ଶିକ୍ଷାଗତ ଯୋଗ୍ୟତା ଭାରତରେ ଉଚ୍ଚଶିକ୍ଷାରେ ଆଡମିଶନ ପାଇବେ ନାହିଁ। ଏଥିସହ, ଏହିପରି ଛାତ୍ରଛାତ୍ରୀମାନେ ନିଯୁକ୍ତି ସୁଯୋଗ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ଏଠାରେ କୌଣସି ଗୋଟିଏ ଡିଗ୍ରୀ ବିଷୟରେ ନୁହେଁ ବରଂ ଯେକୌଣସି ଡିଗ୍ରୀ ହାସଲ କରିଥିଲେ ମଧ୍ୟ ଭାରତରେ ସୁବିଧା ପାଇପାରିବେ ନାହିଁ। ଜନସାଧାରଣଙ୍କୁ ଦିଆଯାଇଥିବା ବିଜ୍ଞପ୍ତି ଅନୁଯାୟୀ “ସମସ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦିଆଯାଇଛି”।

ତେବେ ପାକିସ୍ତାନରୁ ଭାରତକୁ ଆସୁଥିବା ଶରଣାର୍ଥୀ ଏବଂ ସେମାନଙ୍କ ପିଲାମାନେ ଭାରତୀୟ ନାଗରିକତ୍ୱ ପାଇବାକୁ ଏହି ପ୍ରତିବନ୍ଧକରୁ ବଞ୍ଚିତ ହେବେ। ପାକିସ୍ତାନରୁ ଭାରତକୁ ଆସୁଥିବା ଶରଣାର୍ଥୀ ଏବଂ ଭାରତୀୟ ନାଗରିକତ୍ୱ ଥିବା ସେମାନଙ୍କ ପିଲାମାନଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ରୁ ସୁରକ୍ଷା ମଞ୍ଜୁର ମିଳିଲେ, ସେମାନଙ୍କୁ ନିଯୁକ୍ତି ସୁଯୋଗ ଦିଆଯିବ। ଗାଇଡଲାଇନରେ ଭାରତୀୟ ଛାତ୍ରମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ସ୍ପଷ୍ଟ ଭାବେ ପରାମର୍ଶ ଦିଆଯାଇଛି।

ଭାରତର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ହେଉଛି କେନ୍ଦ୍ର ସରକାରଙ୍କ ଏକ କମିଶନ, ଯାହା ମାଧ୍ୟମରେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଛି। ଏହା ସ୍ବୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକୁ ମଧ୍ୟ ଅନୁଦାନ ପ୍ରଦାନ କରେ। ଏପରି ପରିସ୍ଥିତିରେ, UGC ଦ୍ୱାରା ଏହି ବିଜ୍ଞପ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ଗତକାଲି ବିଳମ୍ବିତ ରାତିରେ ଆସିଥିବା UGC ର ଏହି ନିର୍ଦ୍ଦେଶରେ ଚେୟାରମ୍ୟାନ୍ ପ୍ରଫେସର ଏମ ଜଗଦୀଶ କୁମାର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

Categories
ବିଶେଷ ଖବର

ୟୁକ୍ରେନ ପ୍ରସଙ୍ଗରେ ଭାରତ ପାଇଁ ଆମେରିକାର ଖୋଲା ଧମକ, ଭାରତକୁ ଋଷ ପାଇଁ ଦେବାକୁ ପଡ଼ିବ ମୂଲ୍ୟ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକା ଭାରତର ନିରପେକ୍ଷତାକୁ ପସନ୍ଦ କରୁନାହିଁ। ଆମେରିକା ପୂର୍ବରୁ ଭାରତକୁ ଅନେକ ଥର ଛିଡା ହେବାକୁ କହିଛି। ଅନେକ ଥର ପରୋକ୍ଷରେ ଏହା ଉପରେ ଚାପ ପକାଇବାକୁ ଚେଷ୍ଟା କରାଯାଇଛି, କିନ୍ତୁ ଭାରତ ଏବେ ମଧ୍ୟ ନିଜ ଷ୍ଟାଣ୍ଡରେ ଛିଡା ହୋଇଛି। କିନ୍ତୁ ବର୍ତ୍ତମାନ ଆମେରିକା ଭାରତକୁ ଖୋଲା ଧମକ ଦେବା ଆରମ୍ଭ କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶୀର୍ଷ ଅର୍ଥନୈତିକ ପରାମର୍ଶଦାତା ବ୍ରାଏନ୍ ଡିଜ୍ କହିଛନ୍ତି ଯେ, ଋଷ ସହିତ ମେଣ୍ଟ ପାଇଁ ଭାରତକୁ ଭାରି ମୂଲ୍ୟ ଦେବାକୁ ପଡିବ। ଏହି ପ୍ରସଙ୍ଗରେ ଚୀନ୍ ଏବଂ ଭାରତ ନେଇଥିବା ନିଷ୍ପତ୍ତିରେ ଆମେ ନିରାଶ ବୋଲି ଡିଜ୍ କହିଛନ୍ତି।

ବୁଧବାର ଦିନ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଡିଜି କହିଛନ୍ତି ଯେ ୟୁକ୍ରେନ ସଙ୍କଟ ଉପରେ ଭାରତ ଏବଂ ଚୀନ୍‌ର ନିରପେକ୍ଷତାକୁ ନେଇ ଆମେରିକା ଅତ୍ୟନ୍ତ ନିରାଶ ହୋଇଛି। ବ୍ରିଆନ୍ ଡିଜ୍ କହିଛନ୍ତି ଯେ, ମସ୍କୋ ସହିତ ଅଧିକ ରଣନୀତିକ ସହଯୋଗର ଫଳାଫଳ ଦୀର୍ଘକାଳୀନ ହେବ। ଗୋଟିଏ ପଟେ ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଏବଂ ଜାପାନ ଋଷ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଛନ୍ତି, ଅନ୍ୟ ପଟେ ଭାରତ ଏହି ପ୍ରତିବନ୍ଧକକୁ ଗ୍ରହଣ କରିବାକୁ ମନା କରିଦେଇଛି ଏବଂ ତୈଳ ଆମଦାନୀ କରିବାକୁ ପ୍ରସ୍ତୁତ ହେଉଛି। ଏହି ପ୍ରସଙ୍ଗରେ ଭାରତର ପ୍ରତିକ୍ରିୟା ୱାଶିଂଟନ୍ ସହିତ ସମ୍ପର୍କକୁ ଜଟିଳ କରୁଛି। ଏସିଆରେ ଚାଇନାର ପ୍ରଭାବକୁ ପ୍ରତିହତ କରିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଦେଖାଯାଉଛି। ଏଭଳି ସ୍ଥିତିରେ ଆମେରିକା ବିରୋଧରେ ଭାରତର ଆଭିମୁଖ୍ୟ ଠିକ୍ ନୁହେଁ।

କହିବାକୁ ଗଲେ ଏହା ପ୍ରଥମ ଥର ନୁହେଁ ଯେ, ଆମେରିକା ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରିଛି। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ଉପ- ପରାମର୍ଶଦାତା ଦଲିପ ସିଂ ଆପତ୍ତି ଉଠାଇଥିଲେ। ଋଷରୁ ଶସ୍ତା ତେଲ କିଣିବା ପାଇଁ ଭାରତର ଉଦ୍ୟମକୁ ନେଇ ସେ ଆପତ୍ତି ଉଠାଇଥିଲେ। କିଛି ଦିନ ପୂର୍ବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଡେପୁଟି ନ୍ୟାସନାଲ ସିକ୍ୟୁରିଟି ପରାମର୍ଶଦାତା ଦଲିପ ସିଂ ଭାରତ ଗସ୍ତ ସମୟରେ କହିଥିଲେ ଯେ, ଯଦି ଚୀନ୍ LAC କୁ ଉଲ୍ଲଂଘନ କରେ ତେବେ ଋଷ ଭାରତକୁ ସାହାଯ୍ୟ କରିବ ବୋଲି ଆଶା କରିବା ଉଚିତ ନୁହେଁ। କାରଣ ଋଷ ଏବଂ ଚୀନ୍ ମଧ୍ୟରେ ବିବାଦ ରହିଛି। ବର୍ତ୍ତମାନ ମଧ୍ୟରେ ଭାଗିଦାରୀର କୌଣସି ସୀମା ନାହିଁ। ୟୁକ୍ରେନ ଯୁଦ୍ଧରେ ଭାରତର ପ୍ରତିକ୍ରିୟା ପ୍ରସଙ୍ଗରେ ସେ ଏହା କହିଛନ୍ତି।

Categories
ଆଜିର ଖବର ବ୍ୟବସାୟ

ରାୟଗଡା ସହରରେ ଏବେ ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ‘ଟ୍ରେଣ୍ଡ୍‌ସ’ 

ରାୟଗଡା: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ରାୟଗଡା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି।

ରାୟଗଡା ସହରରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ରାୟଗଡା ଓ ନିକଟବର୍ତୀ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡସ ୱିୟର ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇପାରିବେ।

ଏହି ୯୫୦୦ ବର୍ଗଫୁଟର ଷ୍ଟୋର ହେଉଛି ରାୟଗଡା ସହରର ପ୍ରଥମ ଟ୍ରେଣ୍ଡ୍‌ସ ଷ୍ଟୋର ଯେଉଁଥିରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟ ସହିତ ସ୍ୱତନ୍ତ୍ର ପ୍ରାରମ୍ଭିକ ଅଫର ରହିଛି। ଯେପରିକି ୩୪୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ। କେବଳ ସେତିକି ନୁହେଁ, ଗ୍ରାହକମାନେ ୨୯୯୯ ଟଙ୍କାର କିଣାକିଣି ସହିତ ୩୦୦୦ ଟଙ୍କା ମୂଲ୍ୟର କୁପନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ।

ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ରାୟଗଡାରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍।

Categories
ଆଜିର ଖବର ଜାତୀୟ ଖବର

ଆଇଆଇଟି ବମ୍ବେର ନୂତନ ଛାତ୍ରାବାସର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ମୁମ୍ବାଇ: ଆଇଆଇଟି ବମ୍ବେ ନିଜ ଦକ୍ଷତା ବଳରେ ଭାରତକୁ ବିଶ୍ୱ ସ୍ତରରେ ଏକ ଶ୍ରେଷ୍ଠ ସ୍ଥାନକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ରବିବାର ଶିକ୍ଷାନୁଷ୍ଠାନର ନୂତନ ଛାତ୍ରାବାସର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କୁ ଏହି ଉତ୍କର୍ଷ ଛାତ୍ରାବାସର ଉଦଘାଟନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଯେ କ୍ୟାମ୍ପସରେ ଉତ୍ତମ ବାତାବରଣ ଏକ ସକରାତ୍ମକ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରେ। ୧୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଛାତ୍ରାବାସ ଦ୍ୱାରା ଛାତ୍ରଛାତ୍ରୀମାନେ ଅନେକ ସୁବିଧା ପାଇପାରିବେ।

ପରିବର୍ତ୍ତିତ ଦ୍ରୁତ ଭୌଗଳିକ ଦୃଶ୍ୟପଟ୍ଟ ଏବଂ କୋଭିଡ୍ ପରବର୍ତୀ ବୈଶ୍ୱିକ ଚ୍ୟାଲେଞ୍ଜ ଅନେକ ସୁଯୋଗ ଆଣିଦେଇଛି। ଭାରତ ବିଶ୍ୱର ଜଟିଳ ସମସ୍ୟାର ସମାଧାନର ରାସ୍ତା ବାହାର କରିଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ସ୍ୱଚ୍ଛ ଇନ୍ଧନ ଏବଂ ଆଗାମୀ ୫୦ ବର୍ଷ ପାଇଁ ଭାରତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଇଆଇଟି ବମ୍ବେର ଛାତ୍ରଛାତ୍ରୀମାନେ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବା ସହ ଆବଶ୍ୟକତାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ଆଇଆଇଟି ବମ୍ବେର ଦକ୍ଷତା ଉପରେ ଭାରତ ବିଶ୍ୱାସ କରୁଛି।

ଏହି ଶିକ୍ଷାନୁଷ୍ଠାନର ପ୍ରତିଭାବାନ ମାନବ ସମ୍ବଳ ଆଗାମୀ ଦିଗରେ ନିଯୁକ୍ତି ସୃଷ୍ଟି କରିବେ, ଉଦ୍ଭାବନ, ବିଶ୍ୱ କଲ୍ୟାଣ ପାଇଁ କାର୍ଯ୍ୟ କରିବା ସହ ଏକ ସଦୃଢ଼ ଓ ଆତ୍ମନିର୍ଭର ଭାରତ ଗଢ଼ିବା ଦିଗରେ ମଧ୍ୟ କାର୍ଯ୍ୟ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନ ଆଇଆଇଟି ବମ୍ବେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ର ପରାମର୍ଶକୁ ଅନୁସରଣ କରୁଥିବା ଜାଣି ଖୁସିବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଏସିଆ କପ୍ ରେ ଭାରତ ଜିତିଲା ୨ ଟି ସ୍ୱର୍ଣ୍ଣ, ପଦକ ଟେବୁଲରେ ପ୍ରଥମ ସ୍ଥାନରେ ରହିଲା ବାଂଲାଦେଶ

ନୂଆଦିଲ୍ଲୀ: ଫୁକେଟରେ ଶେଷ ହୋଇଥିବା ଏସିଆ କପ୍ ବିଶ୍ୱ ରାଙ୍କିଙ୍ଗ ଷ୍ଟେଜ୍ -୧ ତିରନ୍ଦାଜ ଟୁର୍ଣ୍ଣାମେଣ୍ଟରେ ଭାରତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଟୁର୍ନାମେଣ୍ଟରେ ଭାରତୀୟ ଧନୁର୍ଦ୍ଧରମାନେ ଦୁଇଟି ସ୍ୱର୍ଣ୍ଣ ଏବଂ ୬ ଟି ରୌପ୍ୟ ପଦକ ଜିତିଛନ୍ତି। ଏଥର ଦକ୍ଷିଣ କୋରିଆ, ଚୀନ୍, ଚାଇନିଜ୍ ତାଇପେଇ ଏବଂ ଜାପାନ ଭଳି ଶକ୍ତିଶାଳୀ ଦଳ ଏହି ଏସିଆ କପ୍ ତିରନ୍ଦାଜରେ ଭାଗ ନେଇ ନାହାଁନ୍ତି।

ତୀରନ୍ଦାଜୀ ପ୍ରତିଭାଙ୍କ ଅନୁପସ୍ଥିତିରେ ଭାରତ ଏହାକୁ ୧୦ ଟି ଫାଇନାଲରୁ ୭ ଜଣ ପହଞ୍ଚିଥିଲେ। କିନ୍ତୁ ଭାରତ ମାତ୍ର ଦୁଇଟି ସ୍ୱର୍ଣ୍ଣ ପଦକ ଜିତିପାରିଥିଲା। ଭାରତୀୟ ଖେଳାଳିମାନେ ମୋଟ ପାଞ୍ଚଟି ଫାଇନାଲ ମ୍ୟାଚ୍ ହାରିଛନ୍ତି। ଏଥିମଧ୍ୟରୁ ଦୁଇଟି ବାଂଲାଦେଶ ବିପକ୍ଷରେ ଥିଲା। ତିନୋଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ସହିତ ବାଂଲାଦେଶ ଦଳ ପଦକ ଟେବୁଲରେ ଶୀର୍ଷରେ ରହିଛି।

Categories
ବିଶେଷ ଖବର

୧୨-୧୪ ବର୍ଷ ବୟସ ବର୍ଗର ପିଲା ଏବଂ ୬୦ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମ ନାଗରିକମାନଙ୍କ ଟିକାକରଣ ଲାଗି ଭାରତର ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ୧୨ରୁ ୧୪ ବର୍ଷ ବୟସର ସବୁ ପିଲା ଏବଂ ୬୦ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସମସ୍ତେ କୋଭିଡ ପ୍ରତିଷେଧକ ଟିକା ନେବାକୁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଆହ୍ଵାନ କରିଛନ୍ତି।

ଏକାଧିକ ଟୁଇଟ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ; ‘‘ଆମ ନାଗରିକମାନଙ୍କ ଟିକାକରଣ ଲାଗି ଭାରତର ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ଏବେ ଠାରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନେ ଟିକା ନେବାକୁ ଯୋଗ୍ୟ ହୋଇପାରିଛନ୍ତି। ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ସବୁ ନାଗରିକ ଆଜି ଠାରୁ ବୁଷ୍ଟର ଡୋଜ୍‌ ନେଇପାରିବେ। ଏହି ବୟସ ବର୍ଗର ଲୋକମାନଙ୍କୁ ଟିକା ନେବା ପାଇଁ ମୁଁ ନିବେଦନ କରୁଛି।’’

‘‘ସମଗ୍ର ବିଶ୍ୱ କଥା ଚିନ୍ତା କରିବା ଲାଗି ଭାରତର ପ୍ରାଚୀନ ନୀତି ଅନୁରୂପ, ଆମେ ଭାକ୍ସିନ ମୈତ୍ରୀ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ରାଷ୍ଟ୍ରକୁ ଟିକା ପଠାଇଛୁ। ଭାରତର ଟିକାକରଣ ପ୍ରୟାସ କୋଭିଡ-୧୯ ବିରୋଧୀ ଲଢ଼େଇକୁ ଆହୁରି ମଜବୁତ କରିଥିବାରୁ ମୁଁ ଆନନ୍ଦିତ।’’

‘‘ଆଜି, ଭାରତରେ, ଅନେକଗୁଡ଼ିଏ ‘ମେଡ୍‌ ଇନ୍‌ ଇଣ୍ଡିଆ’ ଟିକା ରହିଛି। ବିଧିବଦ୍ଧ ମୂଲ୍ୟାଙ୍କନ ପ୍ରକ୍ରିୟା ପରେ ଆମେ ଅନ୍ୟ ଟିକାଗୁଡ଼ିକୁ ମଧ୍ୟ ମଞ୍ଜୁରି ଦେଇଛୁ। ଏହି ପ୍ରାଣଘାତୀ ମହାମାରୀ ବିରୋଧୀ ଲଢ଼େଇରେ ଆମେ ଅପେକ୍ଷାକୃତ ଅଧିକ ଉନ୍ନତ ସ୍ଥିତିରେ ରହିଛୁ। ତେବେ ଆମ ସମସ୍ତଙ୍କୁ କୋଭିଡ ସଂକ୍ରାନ୍ତ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ହେବ।’’

Categories
ବିଶେଷ ଖବର ବ୍ୟବସାୟ

ଭାରତ ପାଇଁ ଆଶ୍ଵସ୍ତିର ଖବର, ଅଶୋଧିତ ତୈଳ ମୂଲ୍ୟରେ ୧୩ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ହେବାର ସମ୍ଭାବନାକୁ ଭୟ କରି ଦେଶବାସୀଙ୍କ ପାଇଁ କିଛି ଆଶ୍ଵସ୍ତି ମିଳିବାର ଖବର ରହିଛି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଏକ ବଡ଼ ହ୍ରାସ ଘଟିଛି। ବ୍ୟାରେଲ ପିଛା ୧୩୦ ଡଲାରରୁ ଅଧିକ କାରବାର କରୁଥିବା ଅଶୋଧିତ ତୈଳର ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୧୧୧ ଡଲାରକୁ ଖସି ଆସିଛି।

ଅଶୋଧିତ ତୈଳ ମୂଲ୍ୟରେ ବଡ ହ୍ରାସ:

ବ୍ରେଣ୍ଟ ଫ୍ୟୁଚର ଉପରେ ଅଶୋଧିତ ତୈଳର ମୂଲ୍ୟ ୧୩ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୧୧୧ ଡଲାରରେ ପହଞ୍ଚିଛି। ବାସ୍ତବରେ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ଯାହା ତୈଳ ଉତ୍ପାଦନକାରୀ ଦେଶ ସଂଗଠନ (ଓପିଟିସିସି) ର ସଦସ୍ୟ ଅଟେ, ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି କରିବ। ଯଦି ଏହା ଘଟେ, ଏହା ଯୋଗାଣର ଅଭାବ ପୂରଣ କରିବାରେ ସାହାଯ୍ୟ କରିବ। କାରଣ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ଯୋଗାଣ ବ୍ୟାହତ ହୋଇଥିବାବେଳେ ଅଶୋଧିତ ତୈଳ ହ୍ରାସ ହେବାର ଆଶଙ୍କା ରହିଛି।

ଭାରତ ପାଇଁ ବଡ ଆଶ୍ବସ୍ତି:

ତେବେ ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି ପାଇଁ ୟୁଏଇର ନିଷ୍ପତ୍ତିରୁ ଭାରତ ମଧ୍ୟ ଉପକୃତ ହେବ, ଯାହା ମୂଲ୍ୟ ବୃଦ୍ଧିରେ ଅଧିକ ଅସୁବିଧାରେ ପଡିଛି। ଭାରତ ଅଶୋଧିତ ତୈଳ ବ୍ୟବହାରର ୮୦ ପ୍ରତିଶତ ଆମଦାନୀ କରିଥାଏ। ସମ୍ପ୍ରତି ଅଶୋଧିତ ତୈଳର ମୂଲ୍ୟ ୧୪୦ ଡଲାରରେ ପହଞ୍ଚିଛି। ଯେଉଁଥିପାଇଁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବଡ ବୃଦ୍ଧି ହେବାର ସମ୍ଭାବନା ଅଛି। ଏକ ଆକଳନ ଅନୁଯାୟୀ, ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ସତ୍ତ୍ୱେ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ବୃଦ୍ଧି ନକରିବାକୁ ନିଷ୍ପତ୍ତି ହେତୁ ସରକାରୀ ତୈଳ କମ୍ପାନୀଗୁଡିକ କ୍ଷତି ଭୋଗୁଛନ୍ତି। ଏବଂ ଏହି କ୍ଷତିର ଭରଣା କରିବାକୁ ସରକାରୀ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୫ ଟଙ୍କା ବୃଦ୍ଧି କରିବା ଆବଶ୍ୟକ କରନ୍ତି।

Categories
ବିଶେଷ ଖବର

ୟୁକ୍ରେନରେ ଫସି ରହିଥିବା ୯ ବାଂଲାଦେଶୀଙ୍କୁ ଉଦ୍ଧାର କଲା ଭାରତ, କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ଶେଖ ହସିନା

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଆରମ୍ଭ ହୋଇଥିବା ଅପରେସନ୍ ଗଙ୍ଗା ବର୍ତ୍ତମାନ ଶେଷ ହୋଇଯାଇଛି। ସୋମବାର ଦିନ ଭାରତୀୟ ବାୟୁସେନାର ସି-୧୭ ବିମାନ ୨୦୧ ଜଣ ଭାରତୀୟଙ୍କ ସହ ରାଜଧାନୀ ଦିଲ୍ଲୀ ନିକଟ ହିନ୍ଦନ ଏୟାର ବେସକୁ ଫେରିଛି। ଏହି କ୍ରମରେ, ଭାରତ ଏହି ସଙ୍କଟରେ କିଛି ବିଦେଶୀ ନାଗରିକଙ୍କ ସହ ଅନେକ ଭାରତୀୟଙ୍କୁ ଉଦ୍ଧାର କରିଛି।

ଏହି କ୍ରମରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ‘ଅପରେସନ୍ ଗଙ୍ଗା’ ଅଧୀନରେ ବାଂଲାଦେଶର ୯ ନାଗରିକଙ୍କୁ ଉଦ୍ଧାର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସରକାରୀ ସୂତ୍ର ଅନୁଯାୟୀ, ଏହି ଅପରେସନରେ ଭାରତ କିଛି ନେପାଳୀ, ଟ୍ୟୁନିସିଆ ଛାତ୍ରଙ୍କୁ ମଧ୍ୟ ଉଦ୍ଧାର କରିଛି। କେବଳ ଏତିକି ନୁହେଁ, ଏହି ସମୟ ମଧ୍ୟରେ ଜଣେ ପାକିସ୍ତାନୀ ମହିଳାଙ୍କ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ସେ ନିଜକୁ ଜଣେ ପାକିସ୍ତାନୀ ମହିଳା ବୋଲି ବର୍ଣ୍ଣନା କରିଛନ୍ତି। ଯେଉଁଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନା ଅନୁଯାୟୀ, ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଦେଶର ସର୍ବାଙ୍ଗୀନ ବିକାଶକୁ ସୁନିଶ୍ଚିତ କରିବାରେ ନେତୃତ୍ୱ ଦେଇଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ଏବଂ ଭାରତ-ବାଂଲାଦେଶ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ତାଙ୍କ ସହ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଏକ ବିବୃତ୍ତିରେ କହିଛି ଯେ, ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପରାମର୍ଶଦାତା ମେଜର ଜେନେରାଲ (ଅବସରପ୍ରାପ୍ତ) ତାରିକ ଅହମ୍ମଦ ସିଦ୍ଦିକିଙ୍କୁ ମୋଦୀ ଭେଟିଛନ୍ତି ଏବଂ ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ତାଙ୍କୁ ଏହି କଥା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଭାରତରେ ପ୍ରବେଶ କଲା ପାକିସ୍ତାନୀ ଡ୍ରୋନ୍, ତଳକୁ ଖସାଇଲା ବିଏସ୍ଏଫ୍, ୫ ଟି ନିଶା ସାମଗ୍ରୀ ପ୍ୟାକେଟ୍ ଜବତ

ନୂଆଦିଲ୍ଲୀ: ସୀମା ଆରପାର୍ଶ୍ୱରୁ ଭାରତ ବିରୁଦ୍ଧରେ ଏକ ଷଡଯନ୍ତ୍ର ରଚିଛି ପାକିସ୍ତାନ। ବର୍ତ୍ତମାନ ଏକ ପାକିସ୍ତାନୀ ଡ୍ରୋନ୍ ଭାରତ ସୀମାରେ ପ୍ରବେଶ କରିଛି, ଯାହାକୁ ସୀମା ସୁରକ୍ଷା ବାହିନୀ (ବିଏମ୍ଏଫ୍) ଗୁଳି ଚଳାଇ ଖସାଇଦେଇଛି। ସୋମବାର ଭୋର ୨.୫୫ ରେ ପଞ୍ଜାବର ଫେରୋଜପୁର ସେକ୍ଟରରେ ଏହି ଡ୍ରୋନ୍ ଦେଖିବାକୁ ମିଳିଥିଲା। ଡ୍ରୋନ୍ ସହିତ ନିଷିଦ୍ଧ ସାମଗ୍ରୀ ଥିବା ୫ ଟି ପ୍ୟାକେଟ୍ ମଧ୍ୟ ଉଦ୍ଧାର କରାଯାଇଛି।

ଫେରୋଜପୁର ସେକ୍ଟରରେ ପାକିସ୍ତାନ ପଟୁ ଉଡ଼ୁଥିବା ସନ୍ଦେହଜନକ ଶବ୍ଦ ଶୁଣାଯାଇଥିଲା। ଏହା ପରେ ସୀମା ସୁରକ୍ଷା ବାହିନୀକୁ ତୁରନ୍ତ ସତର୍କ କରାଯାଇ ଗୁଳି ଚଳାଇ ଖସାଇ ଦିଆଯାଇଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୨: ପାକିସ୍ତାନ ସମ୍ମୁଖରେ ୨୪୫ ରନ୍‌ର ଟାର୍ଗେଟ ଦେଲା ଭାରତ

ନୂଆଦିଲ୍ଲୀ: ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୨ ରେ ଭାରତୀୟ ଦଳ ପାକିସ୍ତାନକୁ ୨୪୫ ରନ୍ ଟାର୍ଗେଟ୍ ଦେଇଛି। ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ସ୍ନେହ ରାଣା ଏବଂ ପୂଜା ବସ୍ତ୍ରକାରଙ୍କ ଆଧାରରେ ଭାରତ ଏହି ସ୍କୋରରେ ପହଞ୍ଚିଛି। ଉଭୟ ଖେଳାଳି ସପ୍ତମ ୱିକେଟ୍ ପାଇଁ ୧୨୨ ରନ୍ ଯୋଡିଥିଲେ। ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୨ ରେ ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚ୍ ଖେଳୁଛି।

ଏହି ମ୍ୟାଚରେ ଭାରତୀୟ ଅଧିନାୟକ ମିତାଲି ରାଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତର ଖରାପ ବ୍ୟାଟିଂ ଆରମ୍ଭ ହୋଇଥିଲା ଏବଂ ଦଳୀୟ ସ୍କୋର ୪ ରନ ଥିବା ବେଳେ ଓପନର୍ ଶେଫାଲୀ ବର୍ମା (୦)ଙ୍କ ୱିକେଟ୍ ର ପତନ ହୋଇଥିଲା। ଏଠାରୁ ସ୍ମୃତି ମନ୍ଧନା (୫୨) ଏବଂ ଦୀପ୍ତି ଶର୍ମା (୪୦) ୯୨ ରନର ସହଭାଗୀତା କରି ସେମାନଙ୍କ ଅଧିନାୟକଙ୍କ ନିଷ୍ପତ୍ତି ଠିକ୍ ପ୍ରମାଣ କରିଥିଲେ। ୨୧.୫ ଓଭର ପର୍ଯ୍ୟନ୍ତ ଭାରତୀୟ ଦଳର ସ୍କୋର ୯୬/୧ ଥିଲା। କିନ୍ତୁ ଏହା ପରେ ଭାରତୀୟ ଦଳ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇଲା ଏବଂ ୧୧୪ ରନରେ ପହଞ୍ଚିବା ବେଳକୁ ଭାରତୀୟ ମହିଳା ଦଳ ୬ ଟି ୱିକେଟ୍ ହରାଇଲା।

କଠିନ ପରିସ୍ଥିତିରେ ଭାରତୀୟ ମହିଳା ଦଳର ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନମାନେ ଏକ ଭଲ ସହଭାଗିତା କରିଥିଲେ। ସ୍ନେହ ରାଣା (୫୩) ଏବଂ ପୂଜା ବସ୍ତ୍ରକର (୬୭) ଙ୍କ ଯୋଡି ୧୨୨ ରନର ଏକ ଚମତ୍କାର ଭାଗିଦାରୀ କରିଥିଲେ। ଇନିଂସର ଶେଷ ଓଭରରେ ପୂଜା ବସ୍ତ୍ରକରଙ୍କୁ ଆଉଟ କରାଯାଇଥିବାବେଳେ ସ୍ନେହ ରାଣା ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଉଭୟ ଖେଳାଳିଙ୍କ ଅର୍ଦ୍ଧ ଶତକ ଯୋଗୁଁ ଭାରତୀୟ ଦଳ ନିର୍ଦ୍ଧାରିତ ପଚାଶ ଓଭରରେ ୨୪୪ ରନ୍ ସଂଗ୍ରହ କରିଥିଲା। ବର୍ତ୍ତମାନ ଜିତିବା ପାଇଁ ପାକିସ୍ତାନ ଦଳକୁ ୨୪୫ ରନ୍ ସ୍କୋର କରିବାକୁ ପଡିବ।

Categories
ଆଜିର ଖବର ରାଜ୍ୟ ଖବର

ମାର୍ଚ୍ଚ ୧୩ ପରେ ବୃଦ୍ଧି ପାଇପାରେ ଓଡ଼ିଶାର ଦିନ ତାପମାତ୍ରା: ସିଇସି

ଭୁବନେଶ୍ୱର: ଆରବ ସାଗର ଆଡୁ ପୂର୍ବ ଭାରତ ଆଡକୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ବନ୍ଦ ହେବା ଯୋଗୁଁ ଓ ଏକ ଅପର ଏୟାର ଟ୍ରଫ୍ ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ଥିବାରୁ ମାର୍ଚ୍ଚ ୧୩ରୁ ଓଡ଼ିଶାରେ ଦିନର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ଶନିବାର କୁହାଯାଇଛି।

କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ୍‌ରେ କୁହାଯାଇଛି ଯେ ରାଜ୍ୟର କେତେକ ସ୍ଥାନରେ ୩୭ରୁ ୩୯ ଡିଗ୍ରୀ ସେଲ୍‌ସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ।

ବର୍ତ୍ତମାନ ଉପକୂଳ ଓଡ଼ିଶାର ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ସେଲ୍‌ସିୟସ୍ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ୩୫ ରୁ ୩୭ ଡିଗ୍ରୀ ସେଲ୍‌ସିୟସ୍ ରହିଥିବା ବେଳେ ଏହା ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଅପରିବର୍ତିତ ରହିବ ବୋଲି ବୁଲେଟିନ୍‌ରେ କୁହାଯାଇଛି। ଆରବ ସାଗରରୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ନିମନ୍ତେ ଏହି ତାପମାତ୍ରା ବୃଦ୍ଧି ପାଇ ନାହିଁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜାତିସଂଘରେ ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ଭୋଟିଂ: ମତଦାନରୁ ନିଜକୁ ଅଲଗା କଲା ଭାରତ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ପୁଣିଥରେ ମିଳିତ ଜାତିସଂଘରେ ନିଜର ନିରପେକ୍ଷ ସ୍ଥିତି ଜାରି ରଖିଛି। ରୁଷ-ୟୁକ୍ରେନ ଯୁଦ୍ଧର ଯାଞ୍ଚ କରିବା ପାଇଁ ଏକ ସ୍ଵତନ୍ତ୍ର ଆୟୋଗ ଦ୍ଵାରା ମିଳିତ ଜାତିସଂଘର ମାନବାଧିକାର ପରିଷଦ ଚାହୁଁଥିଲେ, ଯାହାକୁ ନେଇ ଭୋଟ ଗ୍ରହଣ ହୋଇଥିଲା। କିନ୍ତୁ ଭାରତ ମତଦାନରୁ ନିଜକୁ ଦୂରେଇ ରଖିଛି।

ଏହାପୂର୍ବରୁ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ମିଳିତ ଜାତିସଂଘର ସାଧାରଣ ସଭାରେ ଋଷର ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ଦୃଢ ନିନ୍ଦା କରାଯାଉଥିବା ଏକ ସଂକଳ୍ପ ପାରିତ ହୋଇଛି। ଏହି ସଂକଳ୍ପ ଉପରେ ୧୪୧ ଦେଶ ସମର୍ଥନ ଜଣାଇଥିବାବେଳେ ୫ ଟି ଦେଶ ଏହି ପ୍ରସ୍ତାବ ବିରୋଧରେ ମତ ଦେଇଛନ୍ତି। ଅର୍ଥାତ୍ ଏହି ପାଞ୍ଚଟି ଦେଶ ଋଷର ସମର୍ଥନରେ ଅଛନ୍ତି। ଏହା ବ୍ୟତୀତ ୩୫ ଟି ଦେଶ ଭୋଟିଂରେ ଭାଗ ନେଇ ନାହାଁନ୍ତି। ଏହି ଦେଶଗୁଡିକରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଭାରତରେ ସୁଧୁରୁଛି ସ୍ଥିତି, କରୋନା ମାମଲାରେ 55.7 ପ୍ରତିଶତ ହ୍ରାସ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ଵିତୀୟ ତରଙ୍ଗରେ 1 କୋଟି 94 ଲକ୍ଷ 31 ହଜାର 743 ମାମଲା ରିପୋର୍ଟ ହୋଇଥିବାବେଳେ ତୃତୀୟ ତରଙ୍ଗରେ 77 ଲକ୍ଷ 42 ହଜାର 652 ମାମଲା ପଞ୍ଜିକୃତ ହୋଇଛି। ଦେଶରେ କରୋନା ସ୍ଥିତି ସୁଧୁରିବା ସହ ମୃତ୍ୟୁ ହାର ମଧ୍ୟ ବହୁତ କମ୍ ରହିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ କହିଛନ୍ତି ଯେ, ହାରାହାରି ଗୋଟିଏ ସପ୍ତାହ ପାଇଁ ବିଶ୍ୱରେ ହାରାହାରି 15 ଲକ୍ଷରୁ ଅଧିକ ମାମଲା ରିପୋର୍ଟ କରାଯାଉଛି। ସାରା ବିଶ୍ୱରେ 6 କୋଟି 18 ଲକ୍ଷ 12 ହଜାର 031 ସକ୍ରିୟ ମାମଲା ଅଛି। ଜାନୁଆରୀ 19 ତାରିଖରେ ଗୋଟିଏ ଦିନରେ 42.3 ଲକ୍ଷ ମାମଲା ଆସିଥିଲା। ଗତ ଦୁଇ ସପ୍ତାହ ମଧ୍ୟରେ ସାରା ବିଶ୍ୱରେ କରୋନା ମାମଲାରେ ହ୍ରାସ ଘଟିଛି। ଜର୍ମାନୀରେ ସର୍ବାଧିକ ମାମଲା ରହିଛି, ତା’ପରେ ଋଷ ଏବଂ ଦକ୍ଷିଣ କୋରିଆ ସର୍ବାଧିକ ମାମଲା ରହିଛି।

ଦକ୍ଷିଣ କୋରିଆରେ ମାମଲା ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି। ଏହା ବ୍ୟତୀତ ଭିଏତନାମ, ମାଲେସିଆ, ହଂକଂ, ଥାଇଲ୍ୟାଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ ମାମଲା ବୃଦ୍ଧି ପାଉଛି। ଜାନୁଆରୀ 19 ରୁ 25 ପର୍ଯ୍ୟନ୍ତ, ପ୍ରତିଦିନ ହାରାହାରି 34,26,369 ମାମଲା ରହିଥିଲା। ସେହି ସମୟରେ, ଫେବୃଆରୀ 23 ରୁ ମାର୍ଚ୍ଚ 1 ପର୍ଯ୍ୟନ୍ତ ହାରାହାରି ଦୈନିକ ମାମଲା 15,17,418 ଅଟେ। ଭାରତରେ 55.7 ପ୍ରତିଶତ ମାମଲାରେ ହ୍ରାସ ଘଟିଛି। ଭାରତରେ ମୃତ୍ୟୁ ହାର 76.6 ପ୍ରତିଶତ ହ୍ରାସ ପାଇଥିବାବେଳେ ଏହା ବିଶ୍ୱରେ 22.8 ପ୍ରତିଶତ ଅର୍ଥାତ୍ ଭାରତର ଅବସ୍ଥା ଭଲ ଅଛି।

ବିଶ୍ବରେ ପିକ୍ ପୂର୍ବରୁ 9,04,253 ଥିଲା, ଯାହା 4.67 ପ୍ରତିଶତ ବୃଦ୍ଧି ପାଇ 42,34,712 ରେ ପହଞ୍ଚିଥିଲା। ଦେଶରେ ଏକ ଆଶଙ୍କା ଥିଲା ଯେ, ପିକ୍ 19,39,686 ହେବ। କିନ୍ତୁ ରେକର୍ଡ ପିକ୍ 4,14,188 ଭାଙ୍ଗିନାହିଁ। ଅର୍ଥାତ୍ ସାମାଜିକ ପ୍ରଶାସନ ଏକ ଉତ୍ତମ କାର୍ଯ୍ୟ କରିଛି। ଦ୍ୱିତୀୟ ତରଙ୍ଗ 117 ଦିନ (20 ମାର୍ଚ୍ଚ ରୁ 14 ଜୁଲାଇ 2021) ପର୍ଯ୍ୟନ୍ତ ଚାଲିଥିଲା ​​ଏବଂ ତୃତୀୟ ତରଙ୍ଗ 42 ଦିନ (4 ଜାନୁଆରୀରୁ 14 ଫେବୃଆରୀ 2022) ପର୍ଯ୍ୟନ୍ତ ଚାଲିଥିଲା। ଦ୍ୱିତୀୟ ତରଙ୍ଗ ସମୟରେ, 19431743 ମାମଲା ରିପୋର୍ଟ ହୋଇଥିବାବେଳେ ତୃତୀୟ ତରଙ୍ଗରେ 7742652 ମାମଲା ପଞ୍ଜିକୃତ ହୋଇଥିଲା। ଦ୍ୱିତୀୟ ତରଙ୍ଗରେ 252038 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତୃତୀୟ ତରଙ୍ଗରେ 27118 ଜଣ ଲୋକ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି।

ସେ କହିଛନ୍ତି ଯେ, ଦ୍ୱିତୀୟ ତରଙ୍ଗ ସମୟରେ ଜନସଂଖ୍ୟାର ମାତ୍ର 2.1% କରୋନା ଟିକା ପାଇଛନ୍ତି। ତୃତୀୟ ତରଙ୍ଗ ସମୟରେ 97 ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଥିଲେ ଏବଂ 82 ପ୍ରତିଶତ ଲୋକ ଉଭୟ ଡୋଜ ନେଇଥିଲେ। 2022 ମସିହାରେ ଟୀକାକରଣ ନେଇନଥିବା ଜନସଂଖ୍ୟାରେ 92% ମୃତ୍ୟୁ ଘଟିଥିଲା।

Categories
ଆଜିର ଖବର ଜାତୀୟ ଖବର

ସ୍ଵଦେଶ ଫେରିଲେ ୧୦୦୦ ଛାତ୍ରଛାତ୍ରୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ୪ ହଜାର ଭାରତୀୟଙ୍କୁ ଆଣିବା ଯୋଜନା

ନୂଆଦିଲ୍ଲୀ: ଆଜି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏହି ସମୟରେ, ଅପରେସନ୍ ଗଙ୍ଗା ଅଧୀନରେ ପ୍ରାୟ ଏକ ହଜାର ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ ପାଞ୍ଚଟି ବିମାନରେ ଭାରତ ଫେରିଛନ୍ତି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍ଵଦେଶ ଫେରାଇ ଆଣିବା ପାଇଁ ଯୋଜନା ଅଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି। ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନେ ସ୍ୱତନ୍ତ୍ର ବିମାନ ଯୋଗେ ପୋଲାଣ୍ଡରୁ ଦିଲ୍ଲୀରେ ପହଞ୍ଚିଥିଲେ, ଏହି ସମୟରେ ସେମାନଙ୍କୁ କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ ନାକଭି ସ୍ୱାଗତ କରିଥିଲେ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, ଅପରେସନ ଗଙ୍ଗା ଅନୁଯାୟୀ ୩ ହଜାର ୭୨୬ ଭାରତୀୟଙ୍କୁ ଆଣିବା ପାଇଁ ଯୋଜନା ହୋଇଛି। ଏଥି ସହିତ ଭାରତୀୟ ବାୟୁସେନା ମୁଖପାତ୍ର କହିଛନ୍ତି ଯେ, ଭାରତୀୟ ନାଗରିକଙ୍କୁ ଥଇଥାନ କରିବା ପାଇଁ ୟୁକ୍ରେନ ନିକଟବର୍ତ୍ତୀ ବିଭିନ୍ନ ସ୍ଥାନକୁ ଭାରତୀୟ ବାୟୁସେନା ଆହୁରି ତିନୋଟି ବିମାନ ଚଳାଚଳ କରୁଛି।

କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭି କହିଛନ୍ତି ଯେ, ଅପରେସନ୍ ଗଙ୍ଗା ଅଧୀନରେ ଭାରତର ସମସ୍ତ ନାଗରିକଙ୍କୁ ଫେରାଇ ଆଣିବା ହେଉଛି ଭାରତର ସାମର୍ଥ୍ୟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ। ଏତେ ସଂଖ୍ୟକ ସାଧାରଣ ନାଗରିକଙ୍କୁ ଯୁଦ୍ଧ ଦେଶରୁ ଫେରାଇ ଅଣାଯାଉଛି। ପ୍ରଧାନମନ୍ତ୍ରୀ ଏହି ଅଭିଯାନର ନିରନ୍ତର ନେତୃତ୍ୱ ନେଉଛନ୍ତି। ଭାରତୀୟ ନାଗରିକମାନେ ପୋଲାଣ୍ଡରୁ ଦିଲ୍ଲୀରେ ପହଞ୍ଚିବା ପରେ ବିମାନବନ୍ଦରରେ ଭାରତ ମାତା କି ଜୟର ସ୍ଲୋଗାନ ଦେଇଥିଲେ। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।