Categories
ବିଶେଷ ଖବର

ବ୍ରହ୍ମୋସ ଏଇଥିପାଇଁ ତିଆରି ହେଉଛି, କୌଣସି ଦେଶ ଭାରତ ଉପରେ ଖରାପ ଆଖି ପକାଇବାକୁ ସାହସ କରିବେ ନାହିଁ: ରାଜନାଥ ସିଂ

ଲକ୍ଷ୍ନୌ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲକ୍ଷ୍ନୌରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟର ମୂଳଦୁଆ ପକାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଆମେ ବ୍ରାହ୍ମୋସ୍ ତିଆରି କରିବାକୁ ଚାହୁଁଛୁ ଯାହାଦ୍ୱାରା ଦୁନିଆର କୌଣସି ଦେଶ ଭାରତକୁ ଏକ ଖରାପ ଆଖିରେ ଦେଖିବା ପାଇଁ ସାହସ କରିପାରିବ ନାହିଁ।

ସିଂ କହିଛନ୍ତି, “ଆମେ ଭାରତର ମାଟିରେ ବ୍ରହ୍ମୋସ୍ ନିର୍ମାଣ କରିବାକୁ ଚାହୁଁଛୁ ଯାହା ଦ୍ଵାରା ଦୁନିଆର କୌଣସି ଦେଶ ଭାରତକୁ ଖରାପ ଆଖିରେ ଦେଖିବା ପାଇଁ ସାହସ କରିବେ ନାହିଁ। ପାକିସ୍ତାନର ବିନା ନାମ ନେଇ ସେ କହିଛନ୍ତି ଯେ, ମୁଁ ଉରି ଏବଂ ପୁଲୱାମା ଘଟଣାକୁ ମନେ ପକାଇବାକୁ ଚାହୁଁଛି, ଗୋଟିଏ ଆମର ପଡୋଶୀ ଦେଶ ଅଛି… ଯିଏ ପୁଲୱାମା ଭଳି ଘଟଣା ଘଟେଇଥିଲା। ଏହା ପରେ ଆମର ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିଲେ ଏବଂ ଆମେ ସେହି ଦେଶ ଭିତରେ ପଶି ଆତଙ୍କବାଦୀଙ୍କୁ ସଫା କରିଥିଲେ।

ରାଜନାଥ ଦୃଢ ଭାବରେ କହିଛନ୍ତି ଯେ, ଆମେ ଏୟାର ଷ୍ଟ୍ରାଇକରେ ମଧ୍ୟ ସଫଳ ହୋଇଛୁ। ଆମେ ବାର୍ତ୍ତା ଦେଇଛୁ ଯେ, ଯଦି କେହି ଆମକୁ ଖରାପ ଆଖିରେ ଦେଖନ୍ତି, ତେବେ ଆମେ ସୀମା ପାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବା। ଏହା ହେଉଛି ଭାରତର ଶକ୍ତି। ପ୍ରତିରକ୍ଷା ପ୍ରକଳ୍ପ ଉପରେ ଆଲୋକପାତ କରୁଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, “ଆଜି ଉଭୟ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି। ଆମ ଦେଶର ସୁରକ୍ଷା ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ। ଏଥି ସହିତ ଉତ୍ତରପ୍ରଦେଶକୁ ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ କରିବାରେ ଏହା ସଫଳ ହେବ। ପ୍ରତିରକ୍ଷା ବୈଜ୍ଞାନିକ ତଥା ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ସିଂ କୃତଜ୍ଞତା ଜଣାଇଛନ୍ତି। କହିଛନ୍ତି ଯେ ମୁଁ ଭାବି ନ ଥିଲି ଯେ ଛଅ, ଆଠ, ଦଶ ମାସ ଭିତରେ ଏହି ଜମି ଅଧିଗ୍ରହଣ କରାଯାଇପାରିବ। କିନ୍ତୁ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ଦେଢ ମାସ ମଧ୍ୟରେ ଦୁଇ ଶହ ଏକର ଜମି ଉପଲବ୍ଧ କରାଇପାରିଛନ୍ତି।

ମାଫିଆଙ୍କୁ ଦମନ କରିଥିବାରୁ ସେ ଯୋଗୀଙ୍କୁ ପ୍ରଶଂସା କରି କହିଥିଲେ ଯେ ଯୋଗୀ ପ୍ରତ୍ୟେକ କାର୍ଯ୍ୟରେ ଉଦାରତା ପ୍ରଦର୍ଶନ କରନ୍ତି। କିନ୍ତୁ ଗୋଟିଏ କାମରେ ସେ ଅସ୍ପଷ୍ଟ, ସେ ମାଫିଆ ପ୍ରସଙ୍ଗରେ କୌଣସି ରିହାତି ଦିଅନ୍ତି ନାହିଁ। ଏହାର ଫଳ ସ୍ୱରୂପ, ବିଶ୍ଵର ବିଭିନ୍ନ ସ୍ଥାନରୁ ନିବେଶକମାନେ ଉତ୍ତରପ୍ରଦେଶକୁ ନିବେଶ କରିବାକୁ ଆସୁଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଉଗ୍ରବାଦୀ ଆକ୍ରମଣରେ କମାଣ୍ଡାଣ୍ଟଙ୍କ ସମେତ ୫ ଯବାନ ସହିଦ: ଗୋଟିଏ ପରିବାରର ଦୁଇ ସଦସ୍ୟଙ୍କ ପ୍ରାଣହାନୀ

ନୂଆଦିଲ୍ଲୀ: ଆସାମ ରାଇଫଲ୍ସର ଏକ ବାଟାଲିୟନର କମାଣ୍ଡିଂ ଅଫିସର (ସିଓ) ଙ୍କ ସମେତ ୫ ଜଣ ଯବାନଙ୍କୁ ଆଜି ମଣିପୁରରେ ଗୁଳିମାଡ଼ରେ ହତ୍ୟା କରାଯାଇଥିଲା। ଏହି ଆକ୍ରମଣରେ କମାଣ୍ଡିଂ ଅଫିସର କର୍ଣ୍ଣେଲ ବିପ୍ଲବ ତ୍ରିପାଠୀଙ୍କ ପତ୍ନୀ ଏବଂ ତାଙ୍କ ପୁଅ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ଦୁଃଖ ପ୍ରକାଶ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।

ରାଜନାଥ ସିଂ ଟ୍ୱିଟ୍ କରି କହିଛନ୍ତି ଯେ, “ମଣିପୁରର ଚୁରାଚାନ୍ଦପୁରରେ ଆସାମ ରାଇଫଲ୍ସ ଗାଡି ଉପରେ ହୋଇଥିବା ଭୟଙ୍କର ଆକ୍ରମଣ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ନିନ୍ଦନୀୟ। ଦେଶ ସିଓ ୪୬ ଏଆର ସମେତ ପାଞ୍ଚଜଣ ସାହସୀ ଯବାନ ଏବଂ ଦୁଇ ପରିବାର ସଦସ୍ୟଙ୍କୁ ହରାଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା।” ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ମିଆଁମାର ସୀମାନ୍ତରେ ଥିବା ଚୁରଚାନ୍ଦପୁର ଜିଲ୍ଲାରେ ଏହି ଘଟଣା ଘଟିଛି। ଏପର୍ଯ୍ୟନ୍ତ କୌଣସି ସନ୍ତ୍ରାସବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି। ଖବର ମୁତାବକ, ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଏକ ଗାଡିଉପକୁ ଆକ୍ରମଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ବୀର ସାବରକର ଜଣେ ବାସ୍ତବବାଦୀ ଏବଂ ଜାତୀୟତାବାଦୀ ଥିଲେ’: ରାଜନାଥ ସିଂ

ନୂଆଦିଲ୍ଲୀ: ବ୍ରିଟିଶମାନଙ୍କ ନିକଟରେ କ୍ଷମା ମାଗିବା ପାଇଁ ବିନାୟକ ଦାମୋଦର ସାବରକରଙ୍କ ସମାଲୋଚନାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିକ୍ରିୟା ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି ଯେ, ବୀର ସାବରକର କେବଳ ମହାତ୍ମା ଗାନ୍ଧୀଙ୍କ ନିର୍ଦ୍ଦେଶରେ କ୍ଷମା ପ୍ରାର୍ଥନା କରିଥିଲେ। ବୀର ସାବରକରଙ୍କ ଉପରେ ଏକ ପୁସ୍ତକ ରିଲିଜ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ବୀର ସାବରକର ନା ଫାସିବାଦୀ ନା ନାଜିବାଦୀ, ସେ କେବଳ ଜଣେ ବାସ୍ତବବାଦୀ ଏବଂ ଜାତୀୟତାବାଦୀ ଥିଲେ।

ରାଜନାଥ କହିଛନ୍ତି ଯେ, ‘ବୀର ସାବରକର ଜୀ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଏଥିରେ କୌଣସି ଦ୍ଵିମତ ନାହିଁ। କୌଣସି ବିଚାରଧାରାକୁ ଦେଖି ରାଷ୍ଟ୍ର ନିର୍ମାଣରେ ତାଙ୍କର ଅବଦାନକୁ ଅବମାନନା କରି ଅପମାନିତ କରିବା ଏକ୍ଷମଣୀୟ ନୁହେଁ।’ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରିୟ ସ୍ଵୟମ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ସ୍ଵାଧୀନତା ପରେ ବୀର ସାବରକରଙ୍କୁ ବଦନାମ କରିବା କାର୍ଯ୍ୟ ଶୀଘ୍ର କରାଯାଇଥିଲା।

ହିନ୍ଦୁତ୍ୱର ବିଭିନ୍ନ ପରିଭାଷା ବିଷୟରେ ସଂଘ ମୁଖ୍ୟ ଭାଗବତ କହିଛନ୍ତି, “ସାବରକରଙ୍କ ହିନ୍ଦୁତ୍ୱ, ବିବେକାନନ୍ଦଙ୍କ ହିନ୍ଦୁତ୍ୱ ଏହିପରି କିଛି ନୁହେଁ। ହିନ୍ଦୁତ୍ୱ ଏକ, ଏହା ସନାତନ ଯାହା ଶେଷ ପର୍ଯ୍ୟନ୍ତ ଚାଲିବ।” ସେ କହିଛନ୍ତି, ‘ବୀର ସାବରକର ଅଖଣ୍ଡ ଭାରତ ବିଷୟରେ କଥା ହେଉଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଜନ୍ମଦିନ, ଭାରତୀୟ ରାଜନୀତିରେ ଜଣେ ଜନାଦୃତ ବ୍ୟକ୍ତିତ୍ବ

ନୂଆଦିଲ୍ଲୀ, ଆଜି ଭାରତୀୟ ରାଜନୀତିର ଜଣେ ଓଜନଦାର ନେତା ରାଜନାଥ ସିଂଙ୍କର ଜନ୍ମ ଦିନ । 70 ବର୍ଷ ବୟସରେ ପଦାର୍ପଣ କଲେ ରାଜନାଥ। ଭାରତୀୟ ଜନତା ପାର୍ଟିରେ ରାଜନାଥ ସିଂ ହେଉଛନ୍ତି ଜଣେ ପ୍ରତିଷ୍ଠିତ ତଥା ଜନାଦୃତ ନେତା। ପଦାର୍ଥ ବିଜ୍ଞାନ ଅଧ୍ୟାପକରୁ ରାଜନେତା ହୋଇଥିବା ରାଜନାଥ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି।

10 ଜୁଲାଇ 1951 ମସିହାରେ ଉତ୍ତର ପ୍ରଦେଶର ଭବହୁରାର ଏକ କୃଷି ପରିବାରରେ ହେଉଛି ତାଙ୍କର ଜନ୍ମ। ରାଜନାଥ ଗୋରଖପୁର ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରି ମିର୍ଜାପୁର କଲେଜରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଭାବରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ।

ରାଜନାଥ 16 ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହ ଜଡିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ। ପରେ ସେ 1972 ମସିହାରେ ସଂଘର ମିର୍ଜାପୁର ୟୁନିଟର ସଚିବ ଭାବରେ କାର୍ଯ୍ୟ କରିଥିଲେ। ଜାତୀୟ ଜରୁରୀକାଳୀନ ପରିସ୍ଥିତିରେ ସେ ଗିରଫ ହୋଇ ଦୁଇ ବର୍ଷ ଜେଲରେ ଥିଲେ। ତାହା ହିଁ ତାଙ୍କ ପାଇଁ ଲୋକପ୍ରିୟତା ଆଣି ଦେଇଥିଲା। ସେହି ଲୋକପ୍ରିୟତା ଆଧାରରେ ସେ 1980 ରେ ବିଜେପିରେ ଯୋଗ ଦେଇଥିଲେ।

2014 ସାଧାରଣ ନିର୍ବାଚନରେ ​​ଦଳର ଚମତ୍କାର ବିଜୟ ପଛରେ ରାଜନାଥଙ୍କ ଥିଲା ପ୍ରମୁଖ ଭୂମିକା। ସୁଷମା ସ୍ୱରାଜ ଏବଂ ଏଲ.କେ ଆଡଭାନୀଙ୍କ ପରି ବରିଷ୍ଠ ନେତାଙ୍କ କଡ଼ା ସମାଲୋଚନା ସତ୍ତ୍ୱେ ନରେନ୍ଦ୍ର ମୋଦୀଙ୍କୁ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । 2014 ରେ ଲୋକସଭା ନିର୍ବାଚନରେ ​​ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ବହୁମତ ହାସଲ କରିବା ପରେ ରାଜନାଥଙ୍କୁ ଗୃହ ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଥିଲା।

ସେ ଉତ୍ତରପ୍ରଦେଶରେ ପ୍ରଥମ ବିଜେପି ସରକାରରେ ଶିକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ସେତେବେଳେ ସେ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିଥିଲେ। ରାଜ୍ୟରେ କପି ବିରୋଧୀ ଆଇନିକୁ ନେଇ ରାଜନାଥ ସିଂ ବିବାଦୀୟ ହୋଇପଡି ଥିଲେ। ସେ ପ୍ରଥମ ଥର ସ୍କୁଲ ପାଠ୍ୟକ୍ରମରେ ବେଦିକ୍ ଗଣିତକୁ ପ୍ରଚଳନ କରିଥିଲେ।

ରାଜନାଥ 2000 ରୁ 2002 ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ସେ 2003 ମସିହାରେ କେନ୍ଦ୍ର କୃଷି ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ସରକାରରେ ସେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଥିଲେ। ସେ ଡିସେମ୍ବର 31, 2005 ରୁ ଡିସେମ୍ବର 19, 2009 ପର୍ଯ୍ୟନ୍ତ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ହୋଇଥିଲେ। ନୀତିନ ଗଡକରୀ 2013 ମସିହାରେ ଇସ୍ତଫା ଦେବା ପରେ ସେ ପୁନର୍ବାର ଦଳର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।

ବର୍ତ୍ତମାନ ସେ ମୋଦି ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଜର ପରାକାଷ୍ଠା ପ୍ରତିପାଦନ କରାଇ ପାରିଛନ୍ତି। ବିଜେପିର ହାତ ଗଣତି ଯେଉଁ କେତେଜଣ ଲୋକପ୍ରିୟ ନେତା ଅଛନ୍ତି ସେମାନଙ୍କ ମଧ୍ୟରୁ ରାଜନାଥ ସିଂ ସର୍ବାଗ୍ରେ ରହିବେ।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ଆସନ୍ତା ଫେବୃୟାରୀରେ ହେବ ଏସିଆର ସର୍ବବୃହତ ଏରୋ ଶୋ, ଟିକେଟ ବୁକିଂ ପାଇଁ ଖୋଲିଲା ୱେବସାଇଟ

ନୂଆଦିଲ୍ଲୀ, ଏରୋ ଇଣ୍ଡିଆ ୨୧ର ତ୍ରୟୋଦଶ ସଂସ୍କରଣ ଆସନ୍ତା ୨୦୨୧ ଫେବୃଆରୀ ୩ରୁ ୭ ମଧ୍ୟରେ କର୍ଣ୍ଣାଟକର ବେଙ୍ଗାଲୁରୁ ନିକଟସ୍ଥ ଏଲାହାଙ୍କାଠାରେ ଅନୁଷ୍ଠିତ ହେବ। ରକ୍ଷାମନ୍ତ୍ରୀ  ରାଜନାଥ ସିଂ ଆଜି ନୂଆଦିଲ୍ଲୀଠାରେ ଏରୋ ଇଣ୍ଡିଆ ୨୧ ୱେବସାଇଟ ଉନ୍ମୋଚନ କରିଛନ୍ତି, ତାହା ହେଲା  https://aeroindia.gov.in

ଏଥିସହିତ ସ୍ପେସ ବୁକିଙ୍ଗ ମଧ୍ୟ ଆରମ୍ଭ ହୋଇଛି। ଏସିଆର ସର୍ବବୃହତ ଏରୋ ଶୋ ପାଇଁ ଏହି ୱେବସାଇଟ ଅନଲାଇନରେ ଉପଲବ୍ଧ। ଉଭୟ ପ୍ରଦର୍ଶନକାରୀ ଓ ପରିଦର୍ଶକଙ୍କ ପାଇଁ ଏହି ୱେବସାଇଟ ବିଭିନ୍ନ ମାର୍ଗଦର୍ଶନ ଦେବ। ଏଥିରେ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏୟାରକ୍ରାଫ୍ଟ ଓ ହେଲିକେପ୍ଟର ସମ୍ପର୍କରେ ବିଷୟବସ୍ତୁ ସ୍ଥାନିତ ହେବ। ରକ୍ଷାମନ୍ତ୍ରୀ ଏହି ଏରୋ ଶୋ କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି।

ପ୍ରଦର୍ଶନକାରୀ ଭାବେ ଏଥିରେ ଯୋଗଦେବାକୁ ଇଚ୍ଛୁକ ବ୍ୟକ୍ତି ବା ସଂସ୍ଥା ନିଜର ନାମ ପଞ୍ଜୀକୃତ କରି ଅନଲାଇନ ସ୍ପେସ ବୁକିଙ୍ଗ କରିପାରିବେ। ଏରୋ ଇଣ୍ଡିଆ ୱେବସାଇଟ ଜରିଆରେ ସମସ୍ତ ଦେୟ ଅନଲାଇନରେ ପଇଠ କରିବାକୁ ଥିବାବେଳେ ଯିଏ ଆଗ ଆସିବ ତାକୁ ଅଗ୍ରାଧିକାର ଦିଆଯିବ। ଅକ୍ଟୋବର ୩୧ ପୂର୍ବରୁ ଅନଲାଇନ ଜରିଆରେ ସ୍ପେସ ବୁକିଙ୍ଗ କରୁଥିବା ପ୍ରଦର୍ଶନକାରୀଙ୍କୁ ରିହାତି ସୁଯୋଗ ମିଳିବ । ବ୍ୟବସାୟ ଓ ଅନ୍ୟାନ୍ୟ ପରିଦର୍ଶକମାନେ ୱେବସାଇଟ ଜରିଆରେ ସେମାନଙ୍କ ଅନଲାଇନ ଟିକେଟ କିଣିପାରିବେ ।

୩ରୁ ୭ ଫେବୃଆରୀ ୨୦୨୧ ମଧ୍ୟରେ ହେବାକୁ ଥିବା ଏହି ଶୋ ପାଇଁ ଟିକେଟ ବୁକିଙ୍ଗ କରାଯିବ । ଯେକୌଣସି ଗଣମାଧ୍ୟମ ସେମାନଙ୍କ ପ୍ରକାଶନ ପାଇଁ ବା ପ୍ରଦର୍ଶନର ପ୍ରସାରଣ ପାଇଁ ୱେବସାଇଟ ଜରିଆରେ ପଞ୍ଜୀକୃତ କରିପାରିବେ। ବିଭିନ୍ନ ପ୍ରଶ୍ନର ସମାଧାନ ଓ ଫିଡବ୍ୟାକ ପାଇଁ ଏହି ୱେବସାଇଟ ଜରିଆରେ ପରିଦର୍ଶକମାନେ ସେମାନଙ୍କ ପ୍ରଶ୍ନ ପଚାରିବା ସହ ମନ୍ତବ୍ୟ ପ୍ରଦାନ କରିପାରିବେ। ଯେପରି ନିରାପଦର ସହ ଏହା ସମ୍ପନ୍ନ ହେବ ସେଥିପାଇଁ ସ୍ୱାସ୍ଥ୍ୟ ନିୟମାବଳୀ ମଧ୍ୟ ଜାରି କରାଯିବ। ବୈଶ୍ଵିକ ମହାମାରୀ ସମ୍ପର୍କିତ ମାର୍ଗଦର୍ଶିକାକୁ ଆଖିଆଗରେ ରଖି ୱେବସାଇଟ ଜରିଆରେ ପାରସ୍ପରିକ ମତ ବିନିମୟର ବ୍ୟବସ୍ଥା ରହିଛି । ଏହାଫଳରେ ଅଂଶଗ୍ରହଣକାରୀଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇବ ।

ଏଠାରେ ସ୍ମରଣ କରାଯାଇପାରେ ଯେ, ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ରୁଷ ଗସ୍ତ କାଳରେ ହୋଇଥିବା ଦ୍ଵିପାକ୍ଷିକ ଆଲୋଚନାରେ ଶ୍ରୀ ସିଂ ଏରୋ ଇଣ୍ଡିଆ ୨୧ ଶୋ ସମ୍ପର୍କରେ ସୂଚନା ଦେବା ସହ ପ୍ରତିରକ୍ଷା ମନ୍ତ୍ରୀ, ରୁଷିଆ ଶିଳ୍ପ ପ୍ରତିନିଧି କେନ୍ଦ୍ର-ଏସିଆ ଦେଶଗୁଡିକର ରକ୍ଷାମନ୍ତ୍ରୀମାନଙ୍କୁ ଏଥିପାଇଁ ଆମନ୍ତ୍ରଣ କରିଥିଲେ।

ପ୍ରତିରକ୍ଷା ଉତ୍ପାଦନ ସଚିବ ଶ୍ରୀ ରାଜ କୁମାର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ୱେବସାଇଟ ଉନ୍ମୋଚନ କାଳରେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଭାରତର ସାର୍ବମୌମତ୍ୱକୁ ଚାଲେଞ୍ଜ କରୁଥିବା ଶକ୍ତିଙ୍କ ପାଇଁ ଏକ ଦୃଢ଼ ବାର୍ତ୍ତା ହେବ ରାଫେଲ

ହରିୟାନା, ଅମ୍ବାଲାସ୍ଥିତ ବାୟୁସେନା ଘାଟି ଠାରେ ଆଜି ଆୟୋଜିତ ଏକ ସମାରୋହରେ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲକୁ ସାମିଲ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଫ୍ରାନ୍ସର ସଶସ୍ତ୍ର ସେନା ବିଭାଗ ମନ୍ତ୍ରୀ ସୁଶ୍ରୀ ଫ୍ଲୋରେନ୍ସ ପାର୍ଲେ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ କହିଲେ ଯେ ଅତ୍ୟାଧୁନିକ ଲଢ଼ୁଆ ରାଫେଲ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ଏକ ଐତିହାସିକ ମୁହୂର୍ତ୍ତ ଏବଂ ଭାରତୀୟ ବାୟୁସେନା (ଆଇଏଏଫ) ଇତିହାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସଦୃଶ ।

ସେ କହିଲେ ଯେ ଫ୍ରାନ୍ସ ସହ ରାଫେଲ ବିମାନ କ୍ରୟ ସଂକ୍ରାନ୍ତ ରାଜିନାମା ଭାରତର ଜାତୀୟ ନିରାପତ୍ତା ପାଇଁ ଏକ ପଟ୍ଟ ପରିବର୍ତ୍ତନକାରୀ ଘଟଣା ଭାବେ ସାବ୍ୟସ୍ତ ହୋଇଛି । ଏଭଳି ଅତ୍ୟାଧୁନିକ ଲଢ଼ୁଆ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ଦ୍ୱାରା ଏହା ସମଗ୍ର ବିଶ୍ୱକୁ ଏକ ଦୃଢ଼ ବାର୍ତ୍ତା ପହଞ୍ଚାଇଛି ।

ବିଶେଷ କରି ଯେଉଁମାନେ ଭାରତର ସାର୍ବଭୌମତ୍ୱ ପ୍ରତି ଚାଲେଞ୍ଜ କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ ଚରମ ବାର୍ତ୍ତ ଭଳି। ମନ୍ତ୍ରୀ ଶ୍ରୀ ସିଂହ ଦୃଢ଼ୋକ୍ତି ବ୍ୟକ୍ତ କରି କହିଲେ ଯେ ଭାରତର ସାର୍ବଭୌମତ୍ୱ ଏବଂ ଭୌଗୋଳିକ ଅଖଣ୍ଡତା ରକ୍ଷା ଦିଗରେ କୌଣସି ସାଲିସ କରାଯିବ ନାହିଁ । ଏହା ଭାରତର ପ୍ରତିବଦ୍ଧତା ଏବଂ ଦେଶ ଏଥିପାଇଁ ସକଳ ପ୍ରକାର ସମ୍ଭାବ୍ୟ ପ୍ରସ୍ତୁତି କରିବାକୁ ସଂକଳ୍ପବଦ୍ଧ।

“ଭାରତୀୟ ସଶସ୍ତ୍ର ସେନା ସଦାବେଳେ ସୁଦୃଢ଼ ରହିଆସିଛି” ବୋଲି ଦୃଢ଼ ମତ ପୋଷଣ କରି ପ୍ରତିରକ୍ଷା ମନ୍ତ୍ରୀ କହିଲେ ଯେ “ଆମର ପ୍ରତିରକ୍ଷା ଶକ୍ତିକୁ ଅଧିକ ସୁଦୃଢ଼ କରିବାର ମୂଳ ଲକ୍ଷ୍ୟ ହେଲା ଆନ୍ତର୍ଜାତିକ ସ୍ତରରେ ଶାନ୍ତି ଓ ସ୍ଥିରତା ରକ୍ଷା ଏବଂ ଆମେ ଏଭଳି କୌଣସି ପଦକ୍ଷେପ ନେବାକୁ ଚାହୁଁନା ଯଦ୍ଦ୍ୱାରା ଅନ୍ତରାଷ୍ଟ୍ରୀୟ ଶାନ୍ତି  ବ୍ୟାହତ ହେବ । ତେବେ ଆମେ ମଧ୍ୟ ଆମର ପ୍ରତିବେଶୀ ରାଷ୍ଟ୍ର ତଥା ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରଙ୍କ ଠାରୁ ସମାନ ମନୋଭାବର ପ୍ରତ୍ୟାଶା ରଖୁ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରାଥମିକତା ପ୍ରସଙ୍ଗରେ ଅବତାରଣା କରି ଶ୍ରୀ ସିଂହ କହିଲେ ଯେ ଜାତୀୟ ନିରାପତ୍ତା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିରେ ସଦାବେଳେ ଅଗ୍ରାଧିକାର ବହନ କରିଆସିଛି । ଏବଂ ତାଙ୍କରି ଦୂରଦୃଷ୍ଟିର ପରିକଳ୍ପନା ସ୍ୱରୂପ ଆଜି ଆମେ ତାହା ସ୍ୱଚକ୍ଷୁରେ ଦେଖିପାରୁଛୁ, ଅବଶ୍ୟ ସେଥିପାଇଁ ଆମକୁ ଏହି ମାର୍ଗରେ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିଥିଲା ବୋଲି ସେ ସୂଚାଇଥିଲେ।

ରାଫେଲ ଲଢ଼ୁଆ ବିମାନର ଭାରତୀୟ ବାୟୁସେନାରେ ସାମିଲ କରାଯିବା ଘଟଣାକୁ ଭାରତ- ଫ୍ରାନ୍ସ ଘନିଷ୍ଠ ରଣନୀତିକ ସଂପର୍କର ପ୍ରତିଫଳତ ରୂବେ ଅଭିହିତ କରି ଶ୍ରୀ ସିଂହ କହିଲେ ଯେ “ଆମେ ଆମର ପ୍ରତିରକ୍ଷା ସହଯୋଗକୁ ସଂପ୍ରସାରିତ କରିବା ସକାଶେ ଅନେକ କ୍ଷେତ୍ରରେ ପରସ୍ପରର ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରୁଛୁ।

ପ୍ରଯୁକ୍ତି ହସ୍ତାନ୍ତରଣ ରାଜିନାମାର ଅଂଶବିଶେଷ ସ୍ୱରୂପ, 6ଟି ସ୍କର୍ପିନ୍ ସବ୍ମେରିନ୍ ଏବେ ମାଜାଗନ୍ ଡକ୍ସରେ ନିର୍ମାଣାଧୀନ ରହିଛି। ଏହି ସହଭାଗୀତାର ଆଧାରରେ, ପ୍ରଥମ ସବ୍ମେରିନ, ଆଇଏନଏସ କଲଭରୀକୁ 2017 ମସିହାରେ କମିଶନ୍ କରାଯାଇଛି” । ଭାରତ-ଫ୍ରାନ୍ସ ସହଯୋଗୀତା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଆଇଓଆରରେ ସମାନ ସାମୁଦ୍ରିକ ନିରାପତ୍ତା କ୍ଷେତ୍ରରେ ଥିବା ଚାଲେଞ୍ଜର ମୁକାବିଲା କରିଆସୁଛି ବୋଲି ସେ ଉଲ୍ଲେଖ କରିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ କହିଲେ ଯେ ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଫ୍ରାନ୍ସ ଅଧିକରୁ ଅଧିକ ମାତ୍ରାରେ ନିବେଶ କରିବାର ସୁଯୋଗ ରହିଛି । ସେ କହିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  “ଆତ୍ମନିର୍ଭର ପ୍ରୟାସ” ପାଇଁ ଦେଇଥିବା ଆହ୍ୱାନର ପରିଣାମ ସ୍ୱରୂପ, ଦେଶରେ ନୀତିଗତ କ୍ଷେତ୍ରରେ ଅନେକ ସଂସ୍କାର ଘଟାଯାଇଛି । ସେଥି ମଧ୍ୟରେ ପ୍ରତିରକ୍ଷା ଉପକରଣ ଉତ୍ପାଦନ ଯାହାକି ରଣନୀତିକ ସହଭାଗୀତା ମଡ଼େଲରେ କାର୍ଯ୍ୟକାରୀ କରାଯାଇପାରିବ ଏବଂ ଅଟୋମେଟିକ୍ ରୁଟ ଦ୍ୱାର ପ୍ରତକ୍ଷ୍ୟ ବିଦେଶୀ ପୁଞ୍ଜି ନିବେଶର ମାତ୍ରାକୁ 74%କୁ ବୃଦ୍ଧି କରାଯାଇଛି ।”

ସେହିଭଳି ଉତ୍ତର ପ୍ରଦେଶ ଏବଂ ତାମିଲନାଡ଼ୁରେ ଦୁଇଟି ବିରାଟ ପ୍ରତିରକ୍ଷା କରିଡ଼ୋର ସ୍ଥାପନ କରାଯାଉଛି ଏବଂ ଏ ସଂକ୍ରାନ୍ତ ସଂସ୍କାର ବ୍ୟବସ୍ଥା ଆରମ୍ଭ ହୋଇସାରିଛି । ଶ୍ରୀ ସିଂହ ଆହୁରି କହିଲେ ଯେ, “ମୋର ଦୃଢ଼ ବିଶ୍ୱାସ ଯେ ଫ୍ରାନ୍ସର ପ୍ରତିରକ୍ଷା ଶିଳ୍ପ ଉଦ୍ୟୋଗମାନ ଏଭଳି ସଂସ୍କାର ପ୍ରକ୍ରିୟାର ସୁଯୋଗ ନେବ ଫ୍ରାନ୍ସ ଆମର ସ୍ୱଦେଶୀକରଣ ଯାତ୍ରାରେ ଏକ ନିର୍ଭରଯୋଗ୍ୟ ସହଯୋଗୀ ଭାବେ ହାତ ବଢ଼ାଇବ ।”

ପ୍ରତିରକ୍ଷା ମନ୍ତ୍ରୀ ଏହି ଅବସରରେ ଭାରତୀୟ ବାୟୁସେନାକୁ ଏଲଏସି ନିକଟରେ ନିକଟରେ ଘଟିଥିବା ଘଟଣାରେ ତକ୍ରାଳ ତଥା ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ । ସେ କହିଲେ ଯେ ଆମର ଛାମୁଆ ଘାଟିଗୁଡ଼ିକରେ ତୁରନ୍ତ ଆଇଏଏଫର ଲଢ଼ୁଆ ବିମାନଗୁଡ଼ିକର ମୁତୟନ ବାୟୁସେନା ଉପରେ ଆମର ଦୃଢ଼ ଆସ୍ଥା ସ୍ଥାପନ କରିପାରିଛି ଏବଂ ସେମାନେ ଯେକୌଣସି ପ୍ରକାର ଉତ୍ପନ୍ନ ପରିସ୍ଥିତିର ମୁକାବିଲା କରିବା ସକାଶେ ସଦାସର୍ବଦା ପ୍ରସ୍ତୁତ ରହିଛନ୍ତି । କୋଭିଡ଼-19 ମହାମାରୀ ସମୟରେ ଭାରତୀୟ ବାୟୁସେନା ଦେଶ ପାଇଁ କରିଥିବା ପ୍ରୟାସ ଓ ଅବଦାନ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ଆଇଏଏଫର ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ।

ଫ୍ରାନ୍ସର ସଶସ୍ତ୍ର ସେନା ବିଭାଗ ମନ୍ତ୍ରୀ ସୁଶ୍ରୀ ଫ୍ଲୋରେନ୍ସ ପାର୍ଲେ ଏହି ଅବସରରେ ଉଦବୋଧନ ଦେଇ କହିଲେ ଯେ ଆଜି ଭାରତୀୟ ବାୟୁସେନାରେ ରାଫେଲ ବିମାନକୁ ବିଧିବଦ୍ଧ ଭାବେ ସାମିଲ କରାଯିବା ଦୁଇ ଦେଶ ମଧ୍ୟରେ ଥିବା ଘନିଷ୍ଠ ସୁସମ୍ପର୍କର ସଂକେତ ପ୍ରଦାନ କରେ । ଏହି ସଂପର୍କ ବେଶ୍ ନିବିଡ଼ ଓ ସୁଦୃଢ଼ ଏବଂ ସମୟର କଷଟି ପଥରରେ ପରୀକ୍ଷିତ ।

ସେ କହିଲେ ଯେ ସାମରିକ ପରିଭାଷାରେ ବ୍ୟକ୍ତ କଲେ, ଭାରତ ଏବେ ବିଶ୍ୱସ୍ତରୀୟ କ୍ଷମତାର ଅଧିକାରୀ ହୋଇଛି ଏବଂ ଏହା ନୂଆ ଦିଲ୍ଲୀକୁ ରଣନୀତିକ ଦୃଷ୍ଟିକୋଣରୁ ଅତୁଲ୍ୟ ସାର୍ବଭୌମତ୍ୱ ପ୍ରଦାନ କରିଛି। ଏହା ସମଗ୍ର କ୍ଷେତ୍ରରେ ଭାରତ ନିଜକୁ ପ୍ରତିରକ୍ଷାର ଅସୀମ କ୍ଷମତା ପ୍ରଦାନ କରିଛି ବୋଲି ସେ ସୂଚନା ଦେଇଥିଲେ।

ନିର୍ଭର ପ୍ରତିଶ୍ରୁତି ପ୍ରଦାନ ପୂର୍ବକ ସୁଶ୍ରୀ ପାର୍ଲେ କହିଲେ ଯେ ଅବଶିଷ୍ଟ 31ଟି ରାଫେଲ ବିମାନ ଧାର୍ଯ୍ୟ ସମୟ ସୀମା ଭିତରେ ହିଁ ଭାରତକୁ ଅର୍ପଣ କରାରିବ । ସୁଶ୍ରୀ ଫ୍ଲୋରେନ୍ସ ପାର୍ଲେ କହିଲେ ଯେ  ଭାରତର ମେକ୍ ଇନ୍ ଇଣ୍ଡିଆ ଅଭିଯାନ ସକାଶେ ଫ୍ରାନ୍ସ ପୂର୍ଣ୍ଣ ମାତ୍ରାରେ ପ୍ରତିବଦ୍ଧ ଯାହା ଫରାସୀ ଶିଳ୍ପସଂସ୍ଥାମାନଙ୍କ ସକାଶେ ଢ଼େର୍ ବର୍ଷ ଧରି ଏକ ବାସ୍ତବତା ହୋଇ ରହିଛି । ବିଶେଷ କରି ସବମେରିନ୍ ନିର୍ମାଣ ଭଳି ପ୍ରତିରକ୍ଷା କ୍ଷେତ୍ରରେ ଏହା ପ୍ରମାଣସିଦ୍ଧ ହୋଇସାରିଛି ବୋଲି ସେ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆର କେ ଏସ ଭଦୌରିଆ, ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର, ସଚିବ (ପ୍ରତିରକ୍ଷା ଉତ୍ପାଦନ) ଶ୍ରୀ ରାଜ କୁମାର, ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡ଼ିଓ ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ସଶସ୍ତ୍ର ସେନା ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ।

ସେହିଭଳି ଫ୍ରାନ୍ସ ପ୍ରତିନିଧି ମଣ୍ଡଳରେ ଭାରତରେ ଅବସ୍ଥାପିତ ଫରାସୀ ରାଷ୍ଟ୍ରଦୂତ ଶ୍ରୀ ଇମାନୁଏଲ ଲେନେନ୍, ଫ୍ରାନ୍ସ ବାୟୁସେନାର ଉପ ମୁଖ୍ୟ ଏୟାର ଷ୍ଟାଫ୍ ଏୟାର ଜେନେରାଲ ଏରିକ୍ ଅଟେଲେଟ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। ଆୟୋଜିତ ସମାରୋହରେ ଫରାସୀ ପ୍ରତିରକ୍ଷା ଶିଳ୍ପର ବରିଷ୍ଠ କର୍ମକର୍ତ୍ତମାନେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଡାସଲ୍ଟ ଏଭିଏସନର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ମିଷ୍ଟର ଏରିକ୍ ଟ୍ରାପିଏର୍, ଏମବିଡ଼ିଏର ସିଇଓ ମିଷ୍ଟର ଏରିକ୍ ବେରାଙ୍ଗର ପ୍ରମୁଖ ଅନ୍ତର୍ଭୁକ୍ତ।

ଫ୍ରାନ୍ସରୁ ଆସି 2020 ଜୁଲାଇ 27ରେ ପାଞ୍ଚଟି ରାଫେଲ ବିମାନ ଅମ୍ବାଲାସ୍ଥିତ ବାୟୁସେନା ଘାଟିଠାରେ ପହଞ୍ଚିଥିଲା। ଏହାକୁ ଆଜି ଭାରତୀୟ ବିମାନ ବାହିନୀର 17ଶ ସ୍କ୍ୱାର୍ଡ଼୍ରନ “ଗୋଲ୍ଡନ ଏରୋ”ର ଅଂଶ ବିଶେଷ ଭାବେ ସାମିଲ କରାଯାଇଛି।

ଋାଫେଲ ଲଢ଼ୁଆ ବିମାନକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯିବା ପୂର୍ବରୁ ପାରମ୍ପରିକ ରୀତିରେ ଏକ “ସର୍ବ ଧର୍ମ ପୂଜନ”ର ଆୟୋଜନ କରାଯାଇଥିଲା। ସେହିଭଳି ଏହି ଅବସରରେ ରାଫେଲ ଏବଂ ତେଜସ ବିମାନର ଏକ ବିମାନ ଉଡାଡ଼ ପ୍ରଦର୍ଶିତ ହୋଇଥିଲା ତଥା “ସାରଙ୍ଗ ଏରୋବାଟିକ୍ ଟିମ୍” ଏଥିରେ ସାମିଲ ହୋଇଥିଲେ। ଏହା ପରେ ରାଫେଲ ବିମାନକୁ ପାରମ୍ପରିକ ଜଳ ତୋପ ସଲାମୀ ପ୍ରଦାନ କରାଯାଇଥିଲା। ଏହି ଭବ୍ୟ ସମାରୋହ ପରେ ଭାରତୀୟ ଓ ଫ୍ରାନ୍ସର ପ୍ରତିନିଧି ମଣ୍ଡଳ ଦ୍ୱିପାକ୍ଷିକ ଆଲୋଚନାରେ ମିଳିତ ହୋଇଥିଲେ।

ପୂର୍ବରୁ ଆଜି ସକାଳେ ଫ୍ରାନ୍ସର ସଶସ୍ତ୍ର ସେନା ବିଭାଗ ମନ୍ତ୍ରୀ ସୁଶ୍ରୀ ଫ୍ଲୋରେନ୍ସ ପାର୍ଲେ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କ ଆନୁଷ୍ଠାନିକ ଭାବେ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା।

Categories
ଫଟୋ ଖବର

ରୁଷ ଗସ୍ତ ଅବସରରେ ଭାରତୀୟ ଦୂତାବାସରେ ଥିବା ବାପୁଜୀଙ୍କ ପ୍ରତିମୂର୍ତ୍ତିରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ମାଲ୍ୟାର୍ପଣ

Defence Minister Rajnath Singh paid floral tributes to Mahatma Gandhi at Indian Embassy in Moscow, Russia today.