Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦାନା ବାନ୍ଧିଲାଣି ଲଘୁଚାପ, ଆଜିଠାରୁ ବର୍ଷା ଆରମ୍ଭ, 25 ତାରିଖରୁ ଦୁଇଦିନ ଧରି ହେବ ପ୍ରବଳ ବର୍ଷା

ଭୁବନେଶ୍ବର, ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଧିରେ ଧିରେ ଦାନା ବାନ୍ଧିବାରେ ଲାଗିଛି। ଏହାର ପ୍ରଭାବରେ 22 ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବା ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ଏହା 24 ତାରିଖ ବେଳକୁ ଭୀଷଣ ରୂପରେ ପରିବର୍ତ୍ତନ ହେବାର ସମ୍ଭାବନା ରହଛି। ଯାହା ଫଳରେ 25 ଏବଂ 26 ତାରିଖରେ ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି। ବିଶେଷ କରି ଉପକୂଳ ଓଡିଶା ଏବଂ ଉତ୍ତର ଓଡିଶାର ଏହି ବର୍ଷାର ପ୍ରଭାବ ବେଶୀ ପରିଲକ୍ଷିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, 23ରୁ ଆଉ ଏକ ଲଘୁଚାପ ! 

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଥିଲା ବେଳେ ଆସନ୍ତା 23 ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏବେ ଜାରି ରହିଥିବା ଲଘୁଚାପ ଜନିତ ବର୍ଷା 21ରେ ସାମାନ୍ୟ କମିବାର ସମ୍ଭାବନା ରହିଛି। ହେଲେ 23ରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ପୁଣି ପ୍ରବଳ ବର୍ଷା ହୋଇପାରେ।

ଅନ୍ୟପକ୍ଷରେ, ଲଘୁଚାପ ପ୍ରଭାବରେ 10 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ 13 ଜିଲ୍ଲାରେ ଝଡ଼ତୋଫାନ ସହ ସ୍ୱଳ୍ପ ଧରଣର ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଲଘୁଚାପ ଯୋଗୁଁ ରାଜ୍ୟରେ ଆହୁରି ଦୁଇ ଦିନ ଧରି ବର୍ଷିବ, ଆଜି ରାଜ୍ୟର ୧୨ ଜିଲ୍ଲାରେ ଅତିପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ରାଜ୍ୟର ଅନେକ ସ୍ଥାନରରେ ବର୍ଷା ଆରମ୍ଭ ହୋଇଯାଇଛି । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ରହିଛି । ଏନେଇ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ରାଜ୍ୟର ୧୨ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଲା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବଲାଙ୍ଗୀର, ସୋନପୁର ଓ କେନ୍ଦୁଝର । ସେହିପରି ଅନୁଗୁଳ, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ମୟୂରଭଞ୍ଜ, ବାଲେଶ୍ବର, ଝାରସୁଗୁଡ଼ା, ବରଗଡ଼, ଜଗତସିଂହପୁର, ବୌଦ୍ଧ, କଳାହାଣ୍ଡି ଓ କୋରାପୁଟ ଆଦି ଜିଲ୍ଲାରେ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତାକାଲି ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଓ ଦେବଗଡ଼ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଅଧିକ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା 9 ତାରିଖରେ ଆସୁଛି ଆଉ ଏକ ଲଘୁଚାପ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଭୁବନେଶ୍ବର, ପୁଣି ଏକ ଲଘୁଚାପ ଆସୁଛି। ଆସନ୍ତା 9 ତାରିଖରେ ଏହା ବଙ୍ଗୋସାଗରରେ ସଂଗଠିତ ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସେ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖି ସତର୍କ କରାଇ ଦେଇଛନ୍ତି। ଅଗଷ୍ଟ ପ୍ରଥମ ସପ୍ତାହରେ ଉତ୍ତର ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିଲା ଏକ ଲଘୁଚାପ ବଳୟ। ସେଥିପାଇଁ ସାରା ରାଜ୍ୟରେ ଭଲ ବର୍ଷା ହୋଇଛି। ପ୍ରଥମ ସପ୍ତାହ ପରେ ପୁଣି ଦ୍ବିତୀୟ ସପ୍ତାହରେ ଏହି ଲଘୁଚାପ ଆସୁଥିବାରୁ ଚାଷିଙ୍କ ପାଇଁ ଉପଯୁକ୍ତ ହୋଇପାରିବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଅବପାତର ରୂପ ନେଲା ଲଘୁଚାପ, ଅପରାହ୍ନ 5ଟା30 ସୁଦ୍ଧା ସାମୁଦ୍ରିକ ଝଡର ରୂପ ନେବା ସମ୍ଭାବନା

ଭୁବନେଶ୍ବର : ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସଗାରରେ ସୃଷ୍ଟି ହୋଇଥିବା ଲଘୁଚାପ। ଅପରାହ୍ନ 5ଟା 30 ସୁଦ୍ଧା ସାମୁଦ୍ରିକ ଝଡର ରୂପ ନେବା ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ରୂପ ନେବ। ଏବେ ପାରାଦୀପଠାରୁ 1100 କିମି ଦୂରରେ ଅବସ୍ଥିତ ରହିଛି । ପଶ୍ଚିମବଙ୍ଗ ଦୀଘାଠାରୁ 1250 କିମି ଦୂରରେ ଥିବାବେଳେ ବାଂଲାଦେଶଠୁ 1330କିମି ଦୂରରେ ରହିଛି। ଆସନ୍ତକାଲି ସନ୍ଧ୍ୟା ପରେ ଉତ୍ତରପୂର୍ବ ଦିଗକୁ ଗତି କରିବ। 18ରୁ 20 ତାରିଖ ମଧ୍ୟରେ ପଶ୍ଚିମବଙ୍ଗ ଦେଇ ଗତି କରିବ ବାତ୍ୟା। ତେବେ କେଉଁଠି ବାତ୍ୟା ଲ୍ୟାଣ୍ଡଫଲ୍‌ କରିବ କିଛି ସ୍ପଷ୍ଟ ହୋଇନାହିଁ। ପଶ୍ଚିମବଙ୍ଗ, ବାଂଲାଦେଶ ବା ଅନ୍ୟ କେଉଁଠି ଲ୍ୟାଣ୍ଡଫଲ୍‌ କରିପାରେ ବୋଲି ସୂଚନା ରହିଛି।

ସମ୍ଭାବ୍ୟ ବାତ୍ୟା ଯୋଗୁଁ ଉତ୍ତର ଉପକୂଳ ଓଡ଼ିଶା ପ୍ରଭାବିତ ହେବ ବୋଲି ଆଇଏମ୍‌ଡି। କାଲି ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ  ଚାରି ଜିଲ୍ଲାକୁ ବିପଦ ଜାରି କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଘଡଘଡି ସହ ବର୍ଷା ଓ 40ରୁ 50 କିମି ବେଗରେ ପବନ ବହିପାରେ ବୋଲି ସୂଚନା ରହିଛି।