Categories
ଆଜିର ଖବର ଜାତୀୟ ଖବର

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ଅଭିଯାନ ୪.୦ରେ ଭାଗ ନେବା ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ ହୋଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟ ସହ ସ୍ୱଚ୍ଛତାକୁ ସଂସ୍ଥାପନ କରିବା, ବକେୟା ମାମଲାର ଫଇସଲା, ଉନ୍ନତ ସ୍ଥାନ ପରିଚାଳନା ଏବଂ ବିଭିନ୍ନ ଯୋଗାଯୋଗ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ସର୍ବୋତ୍ତମ ପଦକ୍ଷେପ ଗ୍ରହଣ କରିବା ଇତ୍ୟାଦି ଲକ୍ଷ୍ୟ ଧାର୍ଯ୍ୟ କରି ୨ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ବିଶେଷ ଅଭିଯାନ .ରେ ଭାଗ ନେବାକୁ ପ୍ରସ୍ତୁତ ହେଉଛି ।

ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ୬ ସେପ୍ଟେମ୍ବର ୨୦୨୪ରେ ସମସ୍ତ ଗଣମାଧ୍ୟମ ମୁଖ୍ୟଙ୍କ ସହ ଦୀର୍ଘ ଦିନରୁ ବକେୟା ତଥା ବିଚାରାଧିନ ମାମଲାଗୁଡିକର ସମାଧାନ ପାଇଁ ସ୍ୱତନ୍ତ୍ର ଅଭିଯାନ ୪.୦ କୁ କାର୍ଯ୍ୟକାରୀ କରିବାର ପ୍ରସ୍ତୁତି ସମ୍ପର୍କିତ ଅଗ୍ରଗତି ଏବଂ ସମ୍ପୂର୍ଣ୍ଣ ସରକାରୀ ଆଭିମୂଖ୍ୟ ସହ ବିଭିନ୍ନ କାର୍ଯ୍ୟକ୍ରମକୁ ପାନ୍‌-ଇଣ୍ଡିଆ ଆଧାରରେ ପ୍ରଚାର କରିବା ସହିତ ସ୍ୱଚ୍ଛତା ଉପରେ ଏକ ସମୀକ୍ଷା ବୈଠକ କରିଥିଲେ।

ସ୍ୱତନ୍ତ୍ର ଅଭିଯାନ .

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ସ୍ୱତନ୍ତ୍ର ଅଭିଯାନ ୩.୦ ସମୟରେ ବ୍ୟାପକ ସଫଳତା ମିଳିଥିଲା। ମୋଟ ୧୦୧୩ ଆଉଟ୍ଡୋର୍ ଅଭିଯାନ କରାଯାଇଥିଲା ଏବଂ ୧୯୭୨ ଟି ସ୍ଥାନ ଚିହ୍ନଟ କରାଯିବା ସହ ସେଗୁଡିକୁ ସଫା କରାଯାଇଥିଲା।  ମୋଟ  ୨୮,୫୭୪ ଫାଇଲଗୁଡିକୁ ହଟାଇ ଦିଆଯାଇଥିଲା। ମୋଟ ୨.୦୧ ଲକ୍ଷ କିଲୋଗ୍ରାମ ଆବର୍ଜନା ନିଷ୍କାସନ କରାଯିବା ସହ ୩.୬୨ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା। ସିପିଜିଆର୍‌ଏମ୍‌ଏସ୍ ଅଧିନରେ ସାର୍ବଜନୀନ ଅଭିଯୋଗ ତଥା ଜନସାଧାରଣ ଅଭିଯୋଗ ସମ୍ପର୍କିତ ଆବେଦନ ମାମଲାର ସମାଧାନ କରିବାରେ ମନ୍ତ୍ରଣାଳୟ ୧୦୦ ପ୍ରତିଶତ ଲକ୍ଷ୍ୟ ହାସଲ କରିଛି।

ନଭେମ୍ବର ୨୦୨୩ ରୁ ଅଗଷ୍ଟ ୨୦୨୪ ମଧ୍ୟରେ ମିଳିଥିବା ସଫଳତା

ଏହି ସମୟ ମଧ୍ୟରେ, ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛତାକୁ ସଂସ୍ଥାଗତ କରିବା ଏବଂ ଲମ୍ବିତ ମାମଲାଗୁଡିକର ସମାଧାନର ସମାନ ଗତି ବଜାୟ ରଖିବାକୁ ଲଗାତର ଉଦ୍ୟମ କରାଯାଇଛି।

ଏହି ସମୟ ମଧ୍ୟରେ ହାସଲ କରାଯାଇଥିବାର ଗୁରୁତ୍ୱପୂର୍ଣ୍ଣ ସଫଳତା ହେଉଛି:

        ଆବର୍ଜନା ନିଷ୍କାସନରୁ ରାଜସ୍ୱ ଆୟ ୧.୭୬ କୋଟି ଟଙ୍କା

        ୧.୪୭ ଲକ୍ଷ କିଲୋଗ୍ରାମ ଆବର୍ଜନା ନିଷ୍କାସିତ

        ୧୮,୫୨୦ ଫିଜିକାଲ୍ ଫାଇଲ୍  ହଟାଇ ଦିଆଯାଇଥିଲା

        ୧୧୦ ଗାଡି ଅକାମୀ ଘୋଷଣା କରାଯାଇଥିଲା

        ୨,୪୨୨ ସ୍ଥାନ ସଫା କରାଯାଇଥିଲା

        ୩୩,୫୪୬ ବର୍ଗ ଫୁଟ ସ୍ଥାନ ଖାଲି କରାଯାଇଥିଲା

        ମୋଟ ୧,୩୪୫ ଆଉଟ୍‌ଡୋର୍ ଅଭିଯାନ କରାଯାଇଥିଲା

        ୩,୦୪୪ ଜନ ଅଭିଯୋଗ ଏବଂ ୭୩୭ ଆବେଦନର ସମାଧାନ କରାଯାଇଥିଲା

Categories
ଆଜିର ଖବର ରାଜ୍ୟ ଖବର

ନୀଳଗିରିଠାରେ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ୱର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ,  ବାଲେଶ୍ୱର ପକ୍ଷରୁ ‘ମେରୀ ମାଟି ମେରା ଦେଶ’ ଶୀର୍ଷକ କାର୍ଯ୍ୟକ୍ରମ ନୀଳଗିରି ଏନ୍‌ଏସି କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଆଜାଦୀ କା ଅମୃତ ମହୋତ୍ସବର ସମାପନ କାର୍ଯ୍ୟକ୍ରମ।

ଏହି କାର୍ଯ୍ୟକ୍ରମଟିକୁ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍‌ଘାଟନ କରିଥିଲେ।

ମୁଖ୍ୟବକ୍ତା ଭାବେ ନୀଳଗିରି ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପିକା ଶ୍ରୀମତୀ ମନ୍ଦାକିନୀ ଧଳ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ  ଜୋନ-୨୨ର ଜିଲ୍ଲା ପରିଷଦ ସଭ୍ୟା ଉଷାରାଣୀ ରାଉଳ, ନୀଳଗିରି ରତ୍ନାକର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ବାବା ପଞ୍ଚଲିଙ୍ଗେଶ୍ୱର ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ଡାକ୍ତର ଅକ୍ଷୟ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ଦେଶ ପାଇଁ ଜୀବନ ଦେଇଥିବା ବୀର ସଂଗ୍ରାମୀମାନଙ୍କ ଗାଥାକୁ କିପରି ଲୋକମାନଙ୍କ ପାଖରେ ପହଞ୍ଚାଇବା ତଥା ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ହିଁ ମୁଖ୍ୟତଃ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଏହି ଉପଲକ୍ଷେ ଏକ ତ୍ରିରଙ୍ଗା ଯାତ୍ରା ମଧ୍ୟ ନୀଳଗିରି ସହର ପରିକ୍ରମା କରିଥିଲା। ଏଥିରେ ନୀଳଗିରି ଏନ୍‌ଏସି ଅନ୍ତର୍ଗତ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ନୀଳଗିରି ବାସୀ ଅଂଶଗ୍ରହଣ କରିଥିଲେ। କୁଇଜ ପ୍ରତିଯୋଗିତା କରାଯାଇ ୪ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ପ୍ରାକ୍ କାର୍ଯ୍ୟକ୍ରମ ହିସାବରେ ଗତ ଶନିବାର (୧୨-୮-୨୦୨୩)ଦିନ  ନୀଳଗିରି ମହାବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭୁବନେଶ୍ୱର ଦ୍ୱାରା ପ୍ରେରିତ ଷ୍ଟାଫ ଆର୍ଟିଷ୍ଟଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଷଣ କରାଯାଇଥିଲା। କ୍ଷେତ୍ରପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ଦେଇଥିବାବେଳେ ସହଯୋଗୀ ଖଗେଶ ବାଇପାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

୧୦ଟି ୟୁଟ୍ୟୁବ୍‌ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବ୍ଲକ୍‌ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଗୁଇନ୍ଦା ଏଜେନ୍ସିମାନଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୧୦ଟି ୟୁଟ୍ୟୁବ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବନ୍ଦ ବା ବ୍ଲକ୍‌ କରିବା ଲାଗି ନିର୍ଦ୍ଦେଶ ଦେଇଛି। ୨୩.୦୯.୨୦୨୨ରେ ଏସବୁ ଭିଡିଓକୁ ବ୍ଲକ୍‌ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଆଦେଶ ଦିଆଯାଇଥିଲା। ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥତା ମାର୍ଗଦର୍ଶିକା ଏବଂ ଡିଜିଟାଲ ଗଣମାଧ୍ୟମ ଆଚରଣ ସଂହିତା) ନିୟମାବଳୀ ୨୦୨୧ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ଲକ୍‌ ହୋଇଥିବା ଭିଡିଓଗୁଡ଼ିକୁ ପ୍ରାୟ ୧ କୋଟି ୩୦ ଲକ୍ଷରୁ ଅଧିକ ଦର୍ଶକ ଦେଖିଥିଲେ।

ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ବେଷ ସୃଷ୍ଟି କରିବାର ମନ୍ଦ ଉଦ୍ଦେଶ୍ୟ ନେଇ ଏସବୁ ଭିଡିଓରେ ମିଥ୍ୟା ଖବର ଏବଂ ଜାଣିଶୁଣି ବଦଳା ଯାଇଥିବା ଭିଡିଓ ପ୍ରସାରିତ କରାଯାଉଥିଲା। ଏଥିରେ କେତେକ ମିଥ୍ୟା ଦାବି କରାଯାଇଥିଲା, ଯଥା : ସରକାର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟମାନଙ୍କର ଧାର୍ମିକ ଅଧିକାର ପ୍ରତ୍ୟାହାର କରି ନେଇଛନ୍ତି, ଧାର୍ମିକ ସମୁଦାୟ ବିରୋଧରେ ହିଂସାତ୍ମକ ଧମକ ଦିଆଯାଇଛି, ଭାରତରେ ଗୃହଯୁଦ୍ଧ ଘୋଷଣା କରାଯାଇଛି ଆଦି। ଏସବୁ ଭିଡ଼ିଓ ଦେଶରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ନଷ୍ଟ କରିବା ସହିତ ସାର୍ବଜନୀନ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିବାର ଆଶଙ୍କା ରହିଥିଲା।

ସେହିପରି ଅଗ୍ନିପଥ ଯୋଜନା, ଭାରତୀୟ ସେନାବାହିନୀ, ଭାରତୀୟ ଜାତୀୟ ସୁରକ୍ଷା ବ୍ୟବସ୍ଥା, କାଶ୍ମୀର ଆଦି ପ୍ରସଙ୍ଗରେ ଦୁଷ୍ପ୍ରଚାର କରୁଥିବା କେତେକ ଭିଡ଼ିଓକୁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ବ୍ଲକ୍‌ କରାଯାଇଛି। ଏସବୁ ଭିଡିଓରେ ପ୍ରସାରିତ ବିଷୟବସ୍ତୁ ସମ୍ପୂର୍ଣ୍ଣ ମିଥ୍ୟା ହୋଇଥିବା ବେଳେ ଏହା ଭାରତର ଜାତୀୟ ସୁରକ୍ଷା ଏବଂ ବିଦେଶୀ ରାଷ୍ଟ୍ର ସହିତ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କକୁ କ୍ଷତିଗ୍ରସ୍ତ କରିବାର ଆଶଙ୍କା ରହିଥିବା ହୃଦବୋଧ ହୋଇଥିଲା।

କେତେକ ଭିଡିଓରେ ଭାରତର ବାହ୍ୟ ସୀମାକୁ ତ୍ରୁଟିପୂର୍ଣ୍ଣ ଭାବେ ଦର୍ଶାଯାଇଥିଲା ଏବଂ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ଭାରତୀୟ ଭୂଖଣ୍ଡ ଠାରୁ ବାହାରେ ବୋଲି ଉଲ୍ଲେଖ କରାଯାଇଥିଲା। ଭାରତୀୟ ମାନଚିତ୍ରର ଏଭଳି ତ୍ରୁଟିପୂର୍ଣ୍ଣ ପ୍ରଦର୍ଶନ ଦେଶର ସାର୍ବଭୌମତ୍ବ ଏବଂ କ୍ଷେତ୍ରୀୟ ଅଖଣ୍ଡତା ପାଇଁ କ୍ଷତିକାରକ ଥିଲା।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ସବୁ ୟୁଟ୍ୟୁବ ଚାନେଲର ବିଷୟବସ୍ତୁକୁ ବନ୍ଦ କରାଯାଇଛି ସେସବୁ ଦେଶର ସାର୍ବଭୌମତ୍ବ ଏବଂ ଅଖଣ୍ଡତା, ଦେଶର ସୁରକ୍ଷା, ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ଭାରତର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ପ୍ରତି କ୍ଷତିକାରକ ଥିଲା। ଏହା ଦ୍ବାରା ଦେଶରେ ସାର୍ବଜନୀନ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ନଷ୍ଟ ହେବାର ଆଶଙ୍କା ରହିଥିଲା। ତଦନୁଯାୟୀ, ଏସବୁ ବିଷୟବସ୍ତୁ ସୂଚନା ପ୍ରଯୁକ୍ତି ଆଇନ, ୨୦୦ର ଧାରା ୬୯ ଏ ପରିଧି ମଧ୍ୟରେ ଆସୁଥିଲା।

ଦେଶର ସାର୍ବଭୌମତ୍ବ ଓ ଅଖଣ୍ଡତା, ରାଷ୍ଟ୍ରୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀନ ବ୍ୟବସ୍ଥାକୁ ନଷ୍ଟ କରିବା ଲାଗି ହେଉଥିବା ଉଦ୍ୟମକୁ ପଣ୍ଡ କରିବା ନିମନ୍ତେ ଭାରତ ସରକାର ସଂକଳ୍ପବଦ୍ଧ।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ

ପୁଣି ଆଉ ଆଠଟି ୟୁଟ୍ୟୁବ ନ୍ୟୁଜ ଚାନେଲକୁ ବନ୍ଦ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଠଟି ୟୁଟ୍ୟୁବ ନ୍ୟୁଜ୍ ଚାନେଲ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଦୁଇଟି ଫେସବୁକ ପୋଷ୍ଟକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆଇଟି ନିୟମ ୨୦୨୧ ଅଧୀନରେ ପ୍ରାପ୍ତ କ୍ଷମତାର ପ୍ରୟୋଗ କରି ମନ୍ତ୍ରଣାଳୟ ପକ୍ଷରୁ ୧୬ ଅଗଷ୍ଟ ୨୦୨୨ରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ଲକ୍ ହୋଇଥିବା ୟୁଟ୍ୟୁବ ଚାନେଲକୁ ୧୧୪ କୋଟି ଥର ଦେଖାଯାଇଥିବା ବେଳେ ଏହାର ୮୫ ଲକ୍ଷରୁ ଅଧିକ ଉପଭୋକ୍ତା ରହିଥିଲେ।

ଏସବୁ ୟୁଟ୍ୟୁବ ଚାନେଲ ଭାରତରେ ଧାର୍ମିକ ସମୁଦାୟ ମଧ୍ୟରେ ଘୃଣା ଏବଂ ବିଦ୍ବେଷ ସୃଷ୍ଟି କରିବା ଭଳି ବିଷୟବସ୍ତୁ ପ୍ରସାରଣ କରୁଥିଲେ। ବ୍ଲକ୍ ହୋଇଥିବା କେତେକ ୟୁଟ୍ୟୁବ ଚାନେଲରେ ମିଥ୍ୟା ଦାବିମାନ କରାଯାଇଥିଲା। ଏଥିରେ ପ୍ରସାରିତ ହୋଇଥିବା କେତେକ ମିଛ ଖବର ମଧ୍ୟରେ ରହିଛି :

1-ଧାର୍ମିକ ଢାଞ୍ଚା ଭାଙ୍ଗିବା ଲାଗି ଭାରତ ସରକାରଙ୍କ ନିର୍ଦ୍ଦେଶ ( ମିଛ ଖବର )

2- ଧାର୍ମିକ ସମାରୋହକୁ ନିଷେଧ କରିବା ପାଇଁ ଭାରତ ସରକାରଙ୍କ ନିର୍ଦ୍ଦେଶ ( ମିଛ ଖବର)

3-ଭାରତରେ ଧର୍ମ ଯୁଦ୍ଧର ଘୋଷଣା ଆଦି।( ମିଛ ଖବର )

ଏଭଳି ବିଷୟବସ୍ତୁ ଭାରତରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ କ୍ଷତିଗ୍ରସ୍ତ କରିବା ସହିତ ସାର୍ବଜନୀନ ବ୍ୟବସ୍ଥା ଏବଂ ଆଇନଶୃଙ୍ଖଳା ବିଗାଡ଼ିବାର ଆଶଙ୍କା ରହିଥିଲା। ଭାରତୀୟ ସେନାବାହିନୀ, ଜମ୍ମୁ ଓ କଶ୍ମୀର ଆଦି ବିଷୟ ଉପରେ ଏସବୁ ୟୁଟ୍ୟୁବ ଚାନେଲରେ ମିଛ ଖବର ପ୍ରସାରଣ କରାଯାଉଥିଲା। ଏସବୁ ବିଷୟବସ୍ତୁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଏହା ଜାତୀୟ ସୁରକ୍ଷା ଏବଂ ଅନ୍ୟ ରାଷ୍ଟ୍ର ସହ ଭାରତର ସମ୍ପର୍କ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଥିଲା।

ମନ୍ତ୍ରଣାଳୟ ଦ୍ବାରା ବ୍ଲକ ହୋଇଥିବା ସମସ୍ତ ଚାନେଲରେ ଏପରି ବିଷୟବସ୍ତୁମାନ ପ୍ରସାରିତ ହେଉଥିଲା ଯାହା ଭାରତର ସାର୍ବଭୌମତ୍ବ ଏବଂ ଅଖଣ୍ଡତା, ଦେଶର ସୁରକ୍ଷା, ଅନ୍ୟ ରାଷ୍ଟ୍ର ସହ ଭାରତର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଏବଂ ଦେଶର ସାର୍ବଜନୀନ ବ୍ୟବସ୍ଥାକୁ ବିଗାଡ଼ିବାର ଆଶଙ୍କା ରହିଥିଲା।

ତଦନୁଯାୟୀ, ଏହି ବିଷୟବସ୍ତୁ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ଧାରା ୬୯ ଏ ଅଧୀନରେ ଆସୁଥିଲା। ବ୍ଲକ ହୋଇଥିବା ୟୁଟ୍ୟୁବ ଚାନେଲଗୁଡ଼ିକ ମିଛ ଏବଂ ସମ୍ବେଦନଶୀଳ ଥମ୍ବନେଲ, ସମ୍ବାଦ ପାଠକମାନଙ୍କ ଫଟୋ ଏବଂ କେତେକ ଲୋକପ୍ରିୟ ନ୍ୟୁଜ ଚାନେଲଙ୍କ ଲୋଗୋ ବ୍ୟବହାର କରି ଦର୍ଶକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଥିଲେ ଯାହାଫଳରେ ସେମାନେ ଏହି ମିଛ ଖବରକୁ ସତ ବୋଲି ଭାବିବେ।

ବନ୍ଦ ହୋଇଥିବା ଏସବୁ ୟୁଟ୍ୟୁବ ଚାନେଲରେ ପ୍ରସାରିତ ଭିଡିଓ ମଝିରେ କେତେ ବିଜ୍ଞାପନ ପ୍ରସାରିତ ମଧ୍ୟ ହେଉଥିଲା। ଏସବୁ ବିଜ୍ଞାପନରେ ପ୍ରସାରିତ ବିଷୟବସ୍ତୁ ଭାରତରେ ସାମ୍ପ୍ରଦାୟିକ ସଦ୍ଭାବ, ସାର୍ବଜନୀନ ବ୍ୟବସ୍ଥା ଏବଂ ଭାରତର ବୈଦେଶିକ ସମ୍ପର୍କକୁ କ୍ଷତିଗ୍ରସ୍ତ କରିବାର ଆଶଙ୍କା ରହିଥିଲା। ଏହି କାର୍ଯ୍ୟାନୁଷ୍ଠାନ ସହିତ ଡିସେମ୍ବର ୨୦୨୧ ଠାରୁ ବର୍ତ୍ତମାନ ସୁଦ୍ଧା ମନ୍ତ୍ରଣାଳୟ ପକ୍ଷରୁ ୧୦୨ଟି ୟୁଟ୍ୟୁବ ସମାଚାର ଚାନେଲ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ବନ୍ଦ କରି ଦିଆଯାଇଛି।

ବିଶ୍ବସନୀୟ, ଭରସାଯୋଗ୍ୟ ଏବଂ ନିରାପଦକ ଅନଲାଇନ ସମାଚାର ଗଣମାଧ୍ୟମ ପରିବେଶ ସୁନିଶ୍ଚିତ କରିବା ଦିଗରେ ଭାରତ ସରକାର ସଂକଳ୍ପବଦ୍ଧ। ଭାରତର ସାର୍ବଭୌମତ୍ବ, ଏକତା ଓ ଅଖଣ୍ଡତା, ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀନ ବ୍ୟବସ୍ଥାକୁ ବିଗାଡ଼ିବାକୁ ହେଉଥିବା ସବୁ ପ୍ରଚେଷ୍ଟାକୁ ପଣ୍ଡ କରିବା ଲାଗି ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ପ୍ରକାଶ ପାଇଲା କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ରଗୁଡ଼ିକର ତାଲିକା

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଜି କାନ୍ସ ଚଳଚ୍ଚିତ୍ର ସମାରୋହରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ରଗୁଡ଼ିକର ତାଲିକା ଜାରି କରାଯାଇଛି। ଏହି ତାଲିକାରେ ‘ରକେଟ୍ରୀ’ ଚଳଚ୍ଚିତ୍ରକୁ ସାମିଲ କରାଯାଇଛି। ଆର. ମାଧବନ ଏ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବା ସହିତ ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। କାନ୍ସର ଚଳିତ ସଂସ୍କରଣରେ ‘ରକେଟ୍ରୀ’ର ୱାର୍ଲ୍ଡ ପ୍ରିମିୟର ହେବ। ପାଲାଇସ୍‌ କେ. ଠାରେ ‘ରକେଟ୍ରୀ- ଦ ନାମ୍ବୀ ଇଫେକ୍ଟ’ର ପ୍ରିମିୟର ହେବ। ଅନ୍ୟ ଚଳଚ୍ଚିତ୍ରର ପ୍ରଦର୍ଶନ ଅଲିମ୍ପିଆ ଥିଏଟରରେ କରାଯିବ। ୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ର ତାଲିକା ନିମ୍ନରେ ଦିଆଗଲା।

୧- ରକେଟ୍ରୀ – ଦ ନାମ୍ବୀ ଇଫେକ୍ଟ

ନିର୍ଦ୍ଦେଶକ : ଆର. ମାଧବନ

ନିର୍ମାତା : ଆର. ମାଧବନ

ଭାଷା : ହିନ୍ଦୀ, ଇଂରାଜୀ, ତାମିଲ

ସାରାଂଶ:

ରକେଟ୍ରୀ- ଦ ନାମ୍ବି ଇଫେକ୍ଟ ଚଳଚ୍ଚିତ୍ରରେ ନାମ୍ବି ନାରାୟଣନଙ୍କ ଜୀବନ କାହାଣୀ ପ୍ରଦର୍ଶିତ ହୋଇଛି ଯାହାକି ଲୋକପ୍ରିୟ ଚଳଚ୍ଚିତ୍ର ତାରକା ତଥା ବଲିଉଡ୍‌ ବାଦଶାହ ଶାହାରୁଖ ଖାନ୍‌ଙ୍କ ଦ୍ବାରା  ଏକ ଟିଭି ସାକ୍ଷାତକାରରେ ପରିପ୍ରକାଶ ହୋଇଛି। ନିଜର ପ୍ରତିଭା ଏବଂ ଉଚ୍ଚାଭିଳାଷ କାରଣରୁ ନାମ୍ବି ନାରାୟଣନଙ୍କୁ ଅନେକ ଶତ୍ରୁତା ଓ ବିରୋଧର ସମ୍ମୁଖିନ ହେବାକୁ ପଡ଼ିଥିଲା। ଏସବୁ ଦିଗ ତାଙ୍କୁ ଜଣେ ଆକର୍ଷଣୀୟ ତଥା ଆଧୁନିକ ନାୟକରେ ପରିଣତ କରିଥିଲା। ନିରବ ହୋଇ ସମାଜରେ ରହି ଉପଲବ୍ଧି ହାସଲ କରିବା ଏବଂ ଆଗକୁ ଯାଇ ଅଧିକ ସଫଳତା ହାସଲ କରିବାର ଜଣେ ବ୍ୟକ୍ତିଙ୍କ ଜୀବନ ଚଳଚ୍ଚିତ୍ରରେ ବର୍ଣ୍ଣନା କରାଯାଇଛି। ନାମ୍ବି ନାରାୟଣନ ହୁଅନ୍ତୁ କିମ୍ବା ଗରିବ ପିଲାମାନଙ୍କୁ ଶିକ୍ଷା ଦେଉଥିବା ଶିକ୍ଷକ, ସୀମାରେ ନିୟୋଜିତ ସୈନିକ, ଦୂରବର୍ତ୍ତୀ ଗାଁରେ ସେବା ଦେଉଥିବା ଡାକ୍ତର, କିମ୍ବା ଦରିଦ୍ରମାନଙ୍କର ସେବା କରୁଥିବା ସ୍ବେଚ୍ଛାସେବୀ, ପ୍ରତ୍ୟେକ ସ୍ବତନ୍ତ୍ର ଯୋଗଦାନକାରୀଙ୍କୁ ଚିହ୍ନିବା ଏବଂ ସେମାନଙ୍କୁ ସମ୍ମାନ ଦେବା ଲାଗି ଏ ଚଳଚ୍ଚିତ୍ର ଦର୍ଶକଙ୍କୁ ଆହ୍ବାନ କରିଛି। ଚଳଚ୍ଚିତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ମଧ୍ୟ ପଚରାଯାଇଛି – ଆମେ ନିର୍ଦ୍ଦୋଷ ଓ ଶକ୍ତିହୀନଙ୍କ ପାଇଁ ଶକ୍ତିଶାଳୀ ଲୋକମାନଙ୍କ ଆଧିପତ୍ୟ ବିରୋଧରେ କାହିଁକି ଛିଡ଼ା ହୋଇନଥାଉ? କେବଳ ନାମ୍ବି ନୁହନ୍ତି, ଏମିତି ମୌନ ରହି ଉପଲବ୍ଧି ହାସଲ କରୁଥିବା ହଜାର ହଜାର ଲୋକ ରହିଛନ୍ତି, ସେମାନେ ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି ।

ଏସବୁ କାହାଣୀ-ଜାଣିବା ଶୁଣିବାର ଆବଶ୍ୟକତା ରହିଛି। ଏହା ନାମ୍ବିଙ୍କ ଠାରୁ ଆରମ୍ଭ ହୋଇଛି, କିନ୍ତୁ ଏହା କେବଳ ଏକ ଆରମ୍ଭ।

୨- ଗୋଦାବରୀ:

ନିର୍ଦ୍ଦେଶକ: ନିଖିଲ ମହାଜନ

ନିର୍ମାତା: ବ୍ଲୁ ଡ୍ରପ୍‌ ଫିଲ୍ମସ୍‌ ପ୍ରାଇଭେଟ୍‌ ଲିମିଟେଡ

ଭାଷା: ମରାଠୀ

ସାରାଂଶ:

ଏହା ନିଶିକାନ୍ତ ଦେଶମୁଖଙ୍କ କାହାଣୀ – ଯିଏକି ଏକ ନଦୀ କୂଳରେ ନିଜ ପରିବାର ସହିତ ଏକ ପୁରୁଣା ବଙ୍ଗଳାରେ ରହିଥାନ୍ତି । ଅନେକ ପିଢ଼ି ଧରି ନିଶି ଓ ତାଙ୍କ ପରିବାର ଭଡ଼ା ଅସୁଲ କରିବା କାମ କରୁଛନ୍ତି । ତାଙ୍କ ପାଖରେ ସହରର ପୁରୁଣା ପାର୍ଶ୍ବରେ ଅନେକ ସମ୍ପତ୍ତି ରହିଛି । ତାଙ୍କର ଜେଜେବାପା ନରୋପନ୍ତ ଡିମେନସିୟା ରୋଗରେ ପୀଡ଼ିତ, ତାଙ୍କ ପିତା ନୀଳକାନ୍ତଙ୍କୁ ଭୂଲାରୋଗ ରହିଛି ।

ଏ ପରିବାରର ବର୍ତ୍ତମାନର ବଂଶଜ ରୂପରେ, ନିଶିକାନ୍ତ ନିଜ ଜୀବନକୁ ନେଇ ନିରାଶ ହୋଇଯାଇଛନ୍ତି । ସେ ପୁରୁଣା ସହରର ଚାଲିଚଳଣିକୁ ଘୃଣା କରିଥାନ୍ତି, ସେ ନିଜ ଜୀବନର ତୁଚ୍ଛତାକୁ ନେଇ ଘୃଣା କରିଥାନ୍ତି, ସେ ଏହାକୁ ନେଇ ମଧ୍ୟ ଘୃଣା କରିଥାନ୍ତି ଯେ ସେ ଅକ୍ଷମ ଅଟନ୍ତି- କିନ୍ତୁ ଅଧିକାଂଶ ଭାରତୀୟ ପୁରୁଷଙ୍କ ଭଳି ସେ ନିଜ ଘୃଣାକୁ ନିଜ ଭିତରେ ସମାହିତ କରିଥାନ୍ତି ଏବଂ ସାରା ଦୋଷ ଭଡ଼ାଟିଆ ଏବଂ ସହର ଭଳି କାରଣକୁ ଦେଇଥାନ୍ତି, ଯେଉଁମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଦୋଷମୁକ୍ତ ମଧ୍ୟ କୁହାଯାଇପାରିବ ନାହିଁ । ନିଶିକାନ୍ତ ଭଡ଼ା ଅସୁଲ କରିଥାନ୍ତି ଏବଂ ନଦୀ ଠାରୁ ଦୂରରେ ନିଜର ଛୋଟ ଆପାର୍ଟମେଣ୍ଟରେ ଭିଡ଼ିଓ ଗେମ୍‌ ଖେଳିଥାନ୍ତି । ନିଜ ଜୀବନକୁ ସେ ଅର୍ଥହୀନ ବୋଲି ଭାବି ବିତାଇଥାନ୍ତି।

୩- ଅଲଫା ବୀଟା ଗାମା:

ନିର୍ଦ୍ଦେଶକ: ଶଙ୍କର ଶ୍ରୀକୁମାର

ନିର୍ମାତା: ଛୋଟୀ ଫିଲ୍ମ ପ୍ରଡକ୍ସନ

ଭାଷା: ହିନ୍ଦୀ

ସାରାଂଶ

ନିର୍ଦ୍ଦେଶନା କ୍ଷେତ୍ରରେ ଜୟଙ୍କ କ୍ୟାରିୟର ନିରନ୍ତର ଉଚ୍ଚତା ଆଡ଼କୁ ଆଗକୁ ବଢ଼ୁଛି କିନ୍ତୁ, ତାଙ୍କର ବୈବାହିକ ଜୀବନ ସଙ୍କଟରେ ପଡ଼ିଛି । ସେ ନିଜ ପ୍ରେମିକା କାୟରାଙ୍କ ସହିତ ଜୀବନ ଆଗକୁ ବଢ଼ାଇବା ଲାଗି ଚେଷ୍ଟା କରୁଛନ୍ତି । ତାଙ୍କ ପତ୍ନୀ ମୀତାଲି ଛାଡ଼ପତ୍ର ନେବାକୁ ଚାହୁଁଛନ୍ତି ଏବଂ ଇଞ୍ଜିନିୟର ପ୍ରେମିକ ରବିଙ୍କୁ ବାହା ହେବାକୁ ଇଚ୍ଛା କରୁଛନ୍ତି । ଏମାନଙ୍କ କାହାଣୀକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି।

୪- ବୁମ୍ବା ରାଇଡ୍:

ନିର୍ଦ୍ଦେଶକ: ବିଶ୍ବଜିତ୍‌ ବୋରା

ନିର୍ମାତା: କ୍ବାଟରମୁନ୍‌ ପ୍ରଡକ୍ସନ

ଭାଷା: ମିଶିଙ୍ଗ

ସାରାଂଶ:

ଗଡ଼ ଅନ୍‌ ଦ ବାଲକୋନୀର ନିର୍ଦ୍ଦେଶକ ବିଶ୍ବଜିତ ବୋରାଙ୍କ ବୁମ୍ବା ରାଇଡ୍‌ ଭାରତର ଗ୍ରାମୀଣ ଶିକ୍ଷା ପ୍ରଣାଳୀରେ ବ୍ୟାପି ରହିଥିବା ଦୁର୍ନୀତିକୁ ନେଇ ଆଧାରିତ ଏକ ସମାଲୋଚନାଧର୍ମୀ ହାସ୍ୟ ବ୍ୟଙ୍ଗ ଚଳଚ୍ଚିତ୍ର – ଏହା ଆଠ ବର୍ଷର ଏମିତି ଜଣେ ବାଳକ (ନବୋଦିତ ଇନ୍ଦ୍ରଜିତ ପେଗୁ, ଏକ ଉଲ୍ଲେଖନୀୟ ଭୂମିକାରେ)ର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଯିଏକି ଗୋଳମାଳ କରି ଖେଳକୁ ନିଜ ପକ୍ଷରେ କରିବା ଲାଗି ଜାଣନ୍ତି । ଏକ ସତ୍ୟ ଘଟଣା ଉପରେ ଆଧାରିତ, ଏ ଚଳଚ୍ଚିତ୍ରକୁ ଆସାମର ବ୍ରହ୍ମପୁତ୍ର ନଦୀ ତଟରେ ଅଧିକାଂଶ ଅଣପେସାଦାର କଳାକାରଙ୍କୁ ନେଇ ଶୁଟିଂ କରାଯାଇଛି ।

୫- ଧୂଇଁ:

ନିର୍ଦ୍ଦେଶକ: ଅଚଳ ମିଶ୍ରା

ନିର୍ମାତା: ଅଚଳ-ଚିତ୍ର

ଭାଷା: ହିନ୍ଦୀ, ମରାଠୀ

ସାରାଂଶ:

ଅଭିନେତା ହେବାକୁ ଚାହୁଁଥିବା ପଙ୍କଜ ସ୍ଥାନୀୟ ନଗରପାଳିକା ପାଇଁ ପଥପ୍ରାନ୍ତ ନାଟକ କରି ପେଟ ପୋଷିଥାନ୍ତି। ତାଙ୍କର ବହୁତ ବଡ଼ ସ୍ବପ୍ନ ରହିଛି। ସେ ନିଜ ବନ୍ଧୁ ପ୍ରଶାନ୍ତଙ୍କ ସହିତ ମାସକ ଭିତରେ ମୁମ୍ବାଇ ଯିବାକୁ ଚାହୁଁଛନ୍ତି, ଏଥିପାଇଁ ସେ ଯଥେଷ୍ଟ ସଞ୍ଚୟ କରୁଛନ୍ତି। ଲକଡାଉନ ପରେ ତାଙ୍କ ଘରେ ଆର୍ଥିକ ସଙ୍କଟ ଦେଖାଦେଉଛି। ତାଙ୍କର ଅବସରପ୍ରାପ୍ତ ପିତା କୌଣସି ଏକ ଚାକିରି ସନ୍ଧାନରେ ରହିଛନ୍ତି। ଏମିତି ସବୁ କାହାଣୀକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି।

୬- ଟ୍ରି ଫୁଲ୍‌ ଅଫ ପ୍ୟାରୋଟ୍ସ:

ନିର୍ଦ୍ଦେଶକ: ଜୟରାଜ

ନିର୍ମାତା: ନବନୀତ ଫିଲ୍ମସ

ଭାଷା: ମଲୟାଲମ

ଆଠ ବର୍ଷର ବାଳକ ପୂଜନ କୌଣସି ସାଧାରଣ ବାଳକ ନଥିଲା। ଝରଣା କୂଳରେ ସେ ମାଛ ଧରିବା ଭଳି ଛୋଟ ଛୋଟ କାମ କରି ସେ ପେଟ ପୋଷୁଥିଲା ଓ ପରିବାର ଚଳାଉଥିଲା। ତା’ ପରିବାରରେ ମଦୁଆ ବାପା, ଜେଜେବାପା ଓ ଅଣଜେଜେବାପା ଥିଲେ। ଥରେ ସେ ନୌକା ନେଇ ନଦୀକୂଳରେ ବସିଥିବା ସମୟରେ ଜଣେ ଅନ୍ଧ ବ୍ୟକ୍ତିଙ୍କୁ ଭେଟିଥିବ। ଉକ୍ତ ଅନ୍ଧ ବ୍ୟକ୍ତିଙ୍କ ବିଷୟରେ ଅନୁସନ୍ଧାନ କରି ଜାଣିବାକୁ ଚେଷ୍ଟା କରି ପୂଜନ ନିରାଶ ହୋଇଥିବ। ଶେଷରେ ସେ ଏକ ଶୁଆ ଠାରୁ ‘ଶୁଆ ଭର୍ତ୍ତି ଥିବା ଗଛ’ ବିଷୟରେ ଶୁଣିବ। ସେହି ଗଛ ପାଖରେ ବୃଦ୍ଧଙ୍କ ଘର ଥିବ ଭାବି ସେ ତାଙ୍କୁ ସେଠାକୁ ନେଇଯିବ। କିନ୍ତୁ ଅନ୍ଧ ବୃଦ୍ଧଙ୍କ ପରିବାର ଲୋକମାନେ ତାଙ୍କୁ ବୋଝ ବୋଲି ଭାବୁଥିବେ ଏବଂ ପାଖରେ ରଖିବା ପାଇଁ ଚାହୁଁନଥିବେ। ଏହାପରେ ପୂଜନ ସେହି ବୃଦ୍ଧଙ୍କୁ ଧରି ନୌକାରେ ନିଜ ସାଥୀରେ ଫେରାଇ ଆଣିବା ଲାଗି ନିଷ୍ପତ୍ତି ନେବ। ଏହି କାହାଣୀକୁ ନେଇ ଟ୍ରି ଫୁଲ୍‌ ଅଫ ପ୍ୟାରୋଟ୍ସ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି।

Categories
ବିଶେଷ ଖବର

ପୁଣି ୧୬ ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ୍ କଲେ କେନ୍ଦ୍ର ସରକାର: ପାକିସ୍ତାନରୁ ହେଉଥିଲା ସଞ୍ଚାଳିତ

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୧୬ ଟି ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲକୁ ବ୍ଲକ୍ କରିବାକୁ ନିଷ୍ପତ୍ତି ନେଇଛି। ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ଜନ ଶୃଙ୍ଖଳା ସମ୍ବନ୍ଧୀୟ ମିଥ୍ୟା ଘଟଣାକୁ ପ୍ରଚାର ପ୍ରସାର କରୁଥିବା ଯୋଗୁଁ ଏହି ସବୁ ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ୧୬ ଟି ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟରୁ ୧୦ ଟି ଭାରତୀୟ ଏବଂ ୬ ଟି ପାକିସ୍ଥାନରୁ କାର୍ଯ୍ୟ କରୁଥିଲା। ଆଇଟି ନିୟମ ୨୦୨୧ ଅନୁଯାୟୀ ଜରୁରୀକାଳୀନ କ୍ଷମତା ପ୍ରୟୋଗ କରି ଭାରତ ସରକାର ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକୁ ଅବରୋଧ କରିଛନ୍ତି। ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡିକ ଜାତୀୟ ବିରୋଧୀ ଦୃଷ୍ଟିକୋଣ, ସାମ୍ପ୍ରଦାୟିକ ଘୃଣା ଏବଂ ଭାରତରେ ଭୟର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ। ଏହି ଚ୍ୟାନେଲଗୁଡିକରେ ୬୮ କୋଟିରୁ ଅଧିକ ସବସ୍କ୍ରାଇବର ଥିଲେ।

ଏହା ପୂର୍ବରୁ ଏପ୍ରିଲ୍ ୫ ତାରିଖରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୨୨ ଟି ୟୁଟ୍ୟୁବ୍ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ପ୍ରଥମ ଥର ଥିଲା ଯେ, ଆଇଟି ନିୟମ ୨୦୨୧ ଅଧୀନରେ ପ୍ରଥମ ଥର ପାଇଁ ୧୮ ଟି ଭାରତୀୟ ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲ୍ କୁ ବ୍ୟାନ କରାଯାଇଥିଲା। ଏହି ସମୟରେ ପାକିସ୍ତାନର ୪ ଟି ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲକୁ ମଧ୍ୟ ବନ୍ଦ କରାଯାଇଥିଲା। ଦର୍ଶକଙ୍କୁ ବିଭ୍ରାନ୍ତ କରିବା ପାଇଁ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକ ଟିଭି ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ଲୋଗୋ ଏବଂ ନକଲି ଥମ୍ବନେଲ ବ୍ୟବହାର କରିଥିଲେ। ଏହା ବ୍ୟତୀତ ୩ ଟି ଟ୍ୱିଟର ଆକାଉଣ୍ଟ, ୧ ଫେସବୁକ୍ ଆକାଉଣ୍ଟ ଏବଂ ଏକ ନ୍ୟୁଜ୍ ୱେବସାଇଟ୍ ମଧ୍ୟ ବ୍ଲକ୍ କରାଯାଇଥିଲା।

ଭାରତ ସରକାର କହିଥିଲେ ଯେ, ଏପ୍ରିଲ୍ ୫ ତାରିଖରେ, ଅବରୋଧିତ ୟୁଟ୍ୟୁବ୍ ଚ୍ୟାନେଲଗୁଡିକର ମୋଟ ଦର୍ଶକଙ୍କ ସଂଖ୍ୟା ୨୬୦ କୋଟିରୁ ଅଧିକ ଥିଲେ। ଜାତୀୟ ନିରାପତ୍ତା, ଭାରତର ବୈଦେଶିକ ସମ୍ପର୍କ ତଥା ଜନ ଶୃଙ୍ଖଳା ଦୃଷ୍ଟିରୁ ସମ୍ବେଦନଶୀଳ ବିଷୟ ଉପରେ ସୋସିଆଲ ମିଡିଆରେ ମିଥ୍ୟା ଖବର ଏବଂ ସୁଚିନ୍ତିତ ପ୍ରଚାର ପ୍ରସାର ପାଇଁ ସେଗୁଡିକୁ ଅପବ୍ୟବହାର କରାଯାଉଥିଲା।

Categories
ଆଜିର ଖବର ଜାତୀୟ ଖବର

ଶ୍ରୀ ଅମରନାଥଙ୍କ ଯାତ୍ରା ସମ୍ପର୍କରେ ଆଲୋଚନା କଲେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ

ନୂଆଦିଲ୍ଲୀ: ଶ୍ରୀ ଅମରନାଥଙ୍କ ଯାତ୍ରା ଆସନ୍ତା ୩୦ ଜୁନ, ୨୦୨୨ରେ ଆରମ୍ଭ ହେବ। ଏଥିପାଇଁ ଆଉ ୪୩ ଦିନ ବାକି ରହିଛି। ଏହି ଅବଧିରେ ଯାତ୍ରା ସମ୍ପର୍କରେ ବ୍ୟାପକ ପ୍ରଚାରପ୍ରସାର କରିବା ଲାଗି ଆଜି ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର ଶ୍ରୀନଗର ଠାରେ ଏକ ବୈଠକରେ ଆଲୋଚନା କରିଛନ୍ତି।

ଏହି ବୈଠକରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବଙ୍କ ସମେତ ଜମ୍ମୁ ଓ କଶ୍ମୀର ସରକାରଙ୍କ ମୁଖ୍ୟ ଶାସନ ସଚିବ ଅରୁଣ କୁମାର ମେହେଟା, ଶ୍ରୀ ଅମରନାଥଜୀ ଶ୍ରାଇନ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହ ଅଧିକାରୀ ନୀତିଶ୍ୱର କୁମାର,  ଜମ୍ମୁ ଓ କଶ୍ମୀର ସରକାରଙ୍କ ପ୍ରମୁଖ ସଚିବ ରୋହିତ କାଁସାଲ, କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିକ୍ରମ ସହାୟ, ଆକାଶବାଣୀର ପ୍ରମୁଖ ମହାନିର୍ଦ୍ଦେଶକ (ନ୍ୟୁଜ) ଏନ.ଭି. ରେଡ୍ଡୀ, ଦୂରଦର୍ଶନର ମହାନିର୍ଦ୍ଦେଶକ ମୟଙ୍କ ଅଗ୍ରୱାଲ, ଶ୍ରୀନଗର ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ଅପୂର୍ବ ଚନ୍ଦ୍ର କହିଥିଲେ ଯେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ଗଣମାଧ୍ୟମ ୟୁନିଟ୍‌ ଜରିଆରେ ଯାତ୍ରା ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ଯୋଜନା ପ୍ରସ୍ତୁତ କରାଯିବ। ଏଥିପାଇଁ ଜମ୍ମୁ ଓ କଶ୍ମୀର ସରକାରଙ୍କ ସହିତ ସମନ୍ୱୟ ସ୍ଥାପନ କରାଯିବ।  ସେ ଆହୁରି କହିଥିଲେ ଯେ ସାରା ଦେଶରେ ଶ୍ରୀ ଅମରନାଥଙ୍କ ଯାତ୍ରା ସମ୍ପର୍କରେ ପଚାର କରାଯିବ। ଏଥିସହି ଅଞ୍ଚଳରେ ଜାରି ରହିଥିବା ବିଭିନ୍ନ ପର୍ଯ୍ୟଟନ ଗତିବିଧି ଉପରେ ଆଲୋକପାତ କରାଯିବ। ଜମ୍ମୁ ଓ କଶ୍ମୀରରେ କେନ୍ଦ୍ର ସରକାର ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ପକ୍ଷରୁ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି। ଏସବୁ କାର୍ଯ୍ୟ ଲୋକଲୋଚନକୁ ଆଣିବାର ଆବଶ୍ୟକତା ରହିଛି। ଜମ୍ମୁ ଓ କଶ୍ମୀର ସମ୍ପର୍କରେ ରହିଥିବା ସକାରାତ୍ମକ ଖବରକୁ ସାରା ଦେଶରେ ପହଞ୍ଚାଇବାର ଆବଶ୍ୟକତା ରହିଛି। ଶ୍ରୀ ଚନ୍ଦ୍ର କହିଥିଲେ ଯେ ଚଳିତ ବର୍ଷ ଅମରନାଥ ଯାତ୍ରରେ ଛଅରୁ ଆଠ ଲକ୍ଷ ଯାତ୍ରୀ ଆସିବାର ସମ୍ଭାବନା ରହିଛି।

ବୈଠକରେ, ମୁଖ୍ୟ ସଚିବ ଅରୁଣ କୁମାର କହିଥିଲେ ଯେ ଚଳିତ ବର୍ଷ ଶ୍ରୀ ଅମରନାଥଙ୍କ ଯାତ୍ରାରେ ରେକର୍ଡ ସଂଖ୍ୟକ ଯାତ୍ରୀ ଆସିବାର ସମ୍ଭାବନା ରହିଛି । ସେମାନଙ୍କ ପାଇଁ ଉନ୍ନତ ସୁବିଧା ଏବଂ ବାଧାମୁକ୍ତ ଯାତ୍ରା ଅନୁଭୂତି ନିମନ୍ତେ ବ୍ୟବସ୍ଥା କରାଯାଇଛି । ଶ୍ରୀ ଅମରନାଥଙ୍କ ଯାତ୍ରା ଏଠାକାର ବିବିଧ ସଂସ୍କୃତି ଏବଂ ଯାତ୍ରୀଙ୍କ ସହିତ ସ୍ଥାନୀୟ ଲୋକମାନଙ୍କର ସହଯୋଗର ପ୍ରମୁଖ ଉଦାହରଣ ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ, ଯାତ୍ରାକୁ ସୁବିଧାଜନକ କରିବା ଏବଂ ଯାତ୍ରୀମାନଙ୍କ ଲାଗି ଉନ୍ନତ ପଥପ୍ରାନ୍ତ ସୁବିଧା ଯୋଗାଇ ଦେବାକୁ ଅନେକଗୁଡ଼ିଏ ପଦକ୍ଷେପ ନିଆଯାଇଛି । ଚଳିତ ବର୍ଷର ତୀର୍ଥଯାତ୍ରାକୁ ସଫଳ କରିବା ଲାଗି ଯଥାସମ୍ଭବ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।

ଯାତ୍ରା ପାଇଁ ପଞ୍ଜୀକରଣ ଠାରୁ ଆରମ୍ଭ କରି ଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ପ୍ରକ୍ରିୟାର ବ୍ୟାପକ ପ୍ରଚାରପ୍ରସାର ନିମନ୍ତେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀ ବିକ୍ରମ ସହାୟ ବିଭିନ୍ନ ଗଣମାଧ୍ୟମ ୟୁନିଟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ । ସେ ଆହୁରି କହିଥିଲେ ଯେ, ଜମ୍ମୁ ଓ କଶ୍ମୀରର ସକାରାତ୍ମକ ପରିବେଶ ଲୋକଲୋଚନକୁ ଆଣିବାର ଆବଶ୍ୟକତା ରହିଛି  ଯାହାକି ଯାତ୍ରା ସମ୍ପର୍କରେ ରହିଥିବା ସବୁ ସନ୍ଦେହ ଦୂର କରିବ ।

ଚଳିତ ବର୍ଷର ଯାତ୍ରା ସମ୍ପର୍କରେ ଅଧିକରୁ ଅଧିକ ସୂଚନା ପ୍ରସାରିତ କରାଯିବା ପାଇଁ ପଦକ୍ଷେପ ନିଆଯିବ ଯାହାକି ସବୁଦୃଷ୍ଟିରୁ ଯାତ୍ରୀଙ୍କ ପାଇଁ ସହାୟକ ହେବ ବୋଲି ଆକାଶବାଣୀର ପ୍ରମୁଖ ମହାନିର୍ଦ୍ଦେଶକ (ନ୍ୟୁଜ) ଏନ. ଭି. ରେଡ୍ଡୀ, ଦୂରଦର୍ଶନର ମହାନିର୍ଦ୍ଦେଶକ ଶ୍ରୀ ମୟଙ୍କ ଅଗ୍ରୱାଲ ମତବ୍ୟକ୍ତ କରିଥିଲେ । ଯାତ୍ରା ସମ୍ପର୍କରେ ବ୍ୟାପକ ପ୍ରଚାରପ୍ରସାର କରାଯିବା ନେଇ ଦୁଇ ଗଣମାଧ୍ୟମ ୟୁନିଟ୍‌ ମୁଖ୍ୟ ଏହି ଅବସରରେ ଆଶ୍ୱାସନା ଦେଇଥିଲେ । ଜମ୍ମୁ ଓ କଶ୍ମୀରରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜାତୀୟ ସ୍ତରରେ ଏବଂ ଆଞ୍ଚଳିକ ଭାଷାରେ ବ୍ୟାପକ ପ୍ରଚାର କରିବା ଲାଗି ଗଣମାଧ୍ୟମ ୟୁନିଟ୍‌ଗୁଡ଼ିକ ପଦକ୍ଷେପ ଗ୍ରହଣ କରିବେ ବୋଲି ସେମାନେ ଗୁରୁତ୍ୱାରୋପ କରି କହିଥିଲେ ।

ଶ୍ରୀ ଅମରନାଥଙ୍କ ଶ୍ରାଇନ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ନୀତିଶ୍ୱର କୁମାର ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଚଳିତ ବର୍ଷ ଯାତ୍ରାରେ ଦୁଇ ଗୁଣା ଯାତ୍ରୀ ଆସିବାର ସମ୍ଭାବନା ରହିଛି । ଯାତ୍ରାକୁ ସଫଳ କରିବା ଲାଗି ଆମେ ମଧ୍ୟ ଦୁଇଗୁଣା ପ୍ରସ୍ତୁତି କରିଛୁ । ଯାତ୍ରୀଙ୍କ ପାଇଁ  ବିଭିନ୍ନ ସମୟରେ ଜାରି ହେଉଥିବା ମାର୍ଗଦର୍ଶିକା ସମ୍ପର୍କରେ ଖବର ପ୍ରସାରଣ କରିବା ଲାଗି ସେ ଗଣମାଧ୍ୟମ ୟୁନିଟ୍‌ ମାନଙ୍କୁ ଅନୁରୋଧ କରିଥିଲେ । ସେ ଆହୁରି କହିଥିଲେ ଯେ ତୀର୍ଥ ଯାତ୍ରୀମାନଙ୍କର ଉପସ୍ଥିତି ବିଷୟରେ ସୂଚନା ସଂଗ୍ରହ କରିବା ଲାଗି ଚଳିତ ବର୍ଷ ରେଡିଓ ଫ୍ରିକୁଏନ୍ସି ଆଇଡେଣ୍ଟିଫିକେସନ (ଆରଏଫଆଇଟି) ଟ୍ୟାଗ ବ୍ୟବହାର କରାଯିବ । ସେ ଜୋର ଦେଇ କହିଥିଲେ ଯେ ଯାତ୍ରାକୁ ନେଇ ରହିଥିବା ଭ୍ରାନ୍ତ ଧାରଣା ଦୂର କରାଯିବାର ଆବଶ୍ୟକତା ରହିଛି ।

ତୀର୍ଥଯାତ୍ରା ସମ୍ପର୍କରେ ବ୍ୟାପକ ପ୍ରଚାର କରାଯିବ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବରିଷ୍ଠ ଅଧିକାରୀମାନେ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନକୁ ଆଶ୍ୱାସନା ଦେଇଥିଲେ ଏବଂ ଚଳିତ ବର୍ଷ ସାରା ଦେଶରେ ଯାତ୍ରାକୁ ନେଇ ଚର୍ଚ୍ଚା ହେବ ବୋଲି ସେମାନେ କହିଥିଲେ ।

କଶ୍ମୀର ଡିଭିଜନାଲ କମିଶନର, ଜମ୍ମୁ ଡିଭିଜନାଲ କମିଶନର, ଗନ୍ଦେରବାଲ୍‌ର ଡେପୁଟୀ କମିଶନର, ଅନନ୍ତନାଗ ଡେପୁଟୀ କମିଶନର ଏବଂ ସୁରକ୍ଷା ଓ ପ୍ରଶାସନ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ ।

Categories
ବିଶେଷ ଖବର

ଆନିମେସନ, ଭିଜୁଆଲ ଇଫେକ୍ଟସ୍‌, ଗେମିଂ ଓ କମିକ୍ସ ପ୍ରୋତ୍ସାହନ ଟାସ୍କ ଫୋର୍ସ ଗଠନ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ‘‘ଭାରତରେ ନିର୍ମାଣ’’ (କ୍ରିଏଟ୍‌ ଇନ୍‌ ଇଣ୍ଡିଆ) ଏବଂ ‘‘ବ୍ରାଣ୍ଡ ଇଣ୍ଡିଆ’’ର ଆଲୋକବର୍ତ୍ତିକା ସାଜିବାରେ ଭାରତୀୟ ଆନିମେସନ, ଭିଜୁଆଲ ଇଫେକ୍ଟସ୍‌, ଗେମିଂ ଏବଂ କମିକ୍‌ (ଏଭିଜିସି) କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି। ୨୦୨୫ ସୁଦ୍ଧା ବିଶ୍ବ ବଜାରର ୫% ଭାଗ ଅକ୍ତିଆର କରିବା ଲାଗି ଭାରତ ନିକଟରେ ଯଥେଷ୍ଟ ସମ୍ଭାବନା ରହିଛି। ଏହି ସମୟ ସୁଦ୍ଧା ଏଭିଜିସି କ୍ଷେତ୍ରରେ ଭାରତର କାରବାର ୪୦ ବିଲିୟନ ଆମେରିକୀୟ ଡଲାର ଛୁଇଁବ। ବାର୍ଷିକ ୨୫-୩୦% ଅଭିବୃଦ୍ଧି ସହ ଏହି କ୍ଷେତ୍ରରେ ବର୍ଷକୁ ୧ ଲକ୍ଷ ୬୦ ହଜାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏଭିଜିସି କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ବାସ୍ତବ ରୂପ ଦେବା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ୍‌ରେ ଏକ ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ ଏବଂ କମିକ୍ସ (ଏଭିଜିସି) ଟାସ୍କଫୋର୍ସ ଗଠନ କରିବା ଲାଗି ଘୋଷଣା କରାଯାଇଥିଲା। ଆମ ବଜାରରେ ସେବା ଯୋଗାଇ ଦେବା ଏବଂ ବିଶ୍ବସ୍ତରୀୟ ଚାହିଦା ପୂରଣ କରିବା ଲାଗି ଘରୋଇ କ୍ଷେତ୍ରରେ ରହିଥିବା ସାମର୍ଥ୍ୟକୁ ବାସ୍ତବ ରୂପ ଦେବା ଏବଂ ଦକ୍ଷତା ବିକାଶ କରିବା ଲାଗି ଏହି ଟାସ୍କଫୋର୍ସ ଆବଶ୍ୟକ ମାର୍ଗ ସୁପାରିସ କରିବ।

କେନ୍ଦ୍ର ବଜେଟ୍‌ରେ ହୋଇଥିବା ଘୋଷଣା ମୁତାବକ ଦେଶରେ ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ ଏବଂ କମିକ୍ସ (ଏଭିଜିସି) କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ଏଭିଜିସି ଟାସ୍କ ଫୋର୍ସ ଗଠନ କରାଯାଇଛି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି ଏଭିଜିସି ପ୍ରୋତ୍ସାହନ ଟାସ୍କ ଫୋର୍ସ ଗଠନ କରାଯିବ ଏବଂ ଏଥିରେ ଅନ୍ୟ ମନ୍ତ୍ରଣାଳୟର ସଚିବମାନେ ସଦସ୍ୟ ରହିବେ, ସେହି ମନ୍ତ୍ରଣାଳୟଗୁଡ଼ିକ ହେଲା:-

କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ;

ଉଚ୍ଚ ଶିକ୍ଷା ବିଭାଗ

ଶିକ୍ଷା ମନ୍ତ୍ରଣାଳୟ

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ

ଶିଳ୍ପ ଏବଂ ଅନ୍ତରୀଣ ବାଣିଜ୍ୟ ଓ ପ୍ରୋତ୍ସାହନ ବିଭାଗ

ଏଥିରେ ଉଦ୍ୟୋଗ ସହଭାଗୀମାନଙ୍କର ବ୍ୟାପକ ସହଭାଗିତା ଦେଖିବାକୁ ମିଳିବ ଯଥା:

ବୀରେନ୍‌ ଘୋଷ, ରାଷ୍ଟ୍ର ମୁଖ୍ୟ, ଟେକ୍ନିକଲର ଇଣ୍ଡିଆ;

ଆଶିଷ କୁଲକର୍ଣ୍ଣି, ପ୍ରତିଷ୍ଠାତା, ପୁନରୟୁଗ ଆର୍ଟଭିଜନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌

ଜୈଶ କୃଷ୍ଣ ମୂର୍ତ୍ତି, ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଆନିବ୍ରେନ୍‌;

କେତନ ଯାଦବ, ସିଓଓ ଏବଂ ଭିଏଫଏକ୍ସ ପ୍ରଯୋଜକ, ରେଡଚିଲିଜ୍‌ ଭିଏଫଏକ୍ସ;

ଚୈତନ୍ୟ ଚିଞ୍ଚଲିକର, ମୁଖ୍ୟ ପ୍ରଯୁକ୍ତି ଅଧିକାରୀ, ହୁଇସଲିଂ ଉଡ୍ସ ଇଣ୍ଟରନ୍ୟାସନାଲ;

କିଶୋର କିଚଲି, ବରିଷ୍ଠ ଉପସଭାପତି ଏବଂ ରାଷ୍ଟ୍ର ମୁଖ୍ୟ ଜିଙ୍ଗା ଇଣ୍ଡିଆ;

ନୀରଜ ରାୟ, ପରିଚାଳନା ନିର୍ଦ୍ଦେଶକ ଓ ସିଇଓ, ହଙ୍ଗାମା ଡିଜିଟାଲ ମିଡିଆ ଓ ଏଣ୍ଟରଟେନମେଣ୍ଟ

ଏଭିଜିସି ପ୍ରୋତ୍ସାହନ ଟାସ୍କ ଫୋର୍ସରେ କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲଙ୍ଗାନା ରାଜ୍ୟ ସରକାର, ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ, ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଭଳି ଶିକ୍ଷା ସଂସ୍ଥାନର ମୁଖ୍ୟ ଏବଂ ଏମଇସସି, ଫିକ୍କି ଏବଂ ସିଆଇଆଇ ଭଳି ଶିଳ୍ପ ସଂସ୍ତାର ପ୍ରତିନିଧିମାନେ ରହିବେ।

ଭାରତ ସରକାର, ରାଜ୍ୟ ସରକାର ଏବଂ ପ୍ରମୁଖ ଉଦ୍ୟୋଗ ପ୍ରତିନିଧିମାନଙ୍କର ସହଭାଗିତାରେ ଏଭିଜିସି ପ୍ରମୋସନ ଟାସ୍କ ଫୋର୍ସ ଏହି କ୍ଷେତ୍ରର ଅଭିବୃଦ୍ଧି ପାଇଁ ବିଶେଷ ଗୁରୁତ୍ବାରୋପ କରିବ। ନୀତିଗତ ପଦକ୍ଷେପକୁ ଆଗେଇ ନେବା ଲାଗି ସଂସ୍ଥାଗତ ପ୍ରୟାସ କରାଯିବ, ଭାରତରେ ଏଭିଜିସି ଶିକ୍ଷାର ମାନକ ପ୍ରତିଷ୍ଠା କରାଯିବ, ଉଦ୍ୟୋଗ ଏବଂ ଅନ୍ତର୍ଜାତୀୟ ଏଭିଜିସି ସଂସ୍ଥାନ ସହ ସହଭାଗିତା ପ୍ରତିଷ୍ଠା କରାଯିବ ଏବଂ ଭାରତୀୟ ଏଭିଜିସି ଉଦ୍ୟୋଗର ସ୍ଥିତି ବିଶ୍ବସ୍ତରରେ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ।

ଟାସ୍କଫୋର୍ସର ସନ୍ଦର୍ଭ ସର୍ତ୍ତାବଳୀରେ ନିମ୍ନ ଦିଗଗୁଡ଼ିକୁ ସାମିଲ କରାଯାଇଛି

ଜାତୀୟ ଏଭିଜିସି ନୀତି ପ୍ରଣୟନ।

ଏଭିଜିସି ସହ ଜଡ଼ିତ କ୍ଷେତ୍ରରେ ସ୍ନାତକ, ସ୍ନାତ୍ତୋକୋତ୍ତର, ଡକ୍ଟରାଲ ପାଠ୍ୟକ୍ରମ ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ପାଇଁ ସୁପାରିସ କରାଯିବ।

ଶିକ୍ଷାନୁଷ୍ଠାନ, ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଉଦ୍ୟୋଗର ସହଭାଗିତାରେ କୌଶଳ ବିକାଶ ନିମନ୍ତେ ପଦକ୍ଷେପ।

ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହନ।

ଭାରତୀୟ ଏଭିଜିସି ଉଦ୍ୟୋଗକୁ ବିଶ୍ବ ସ୍ତରରେ ପ୍ରସାରିତ କରିବା ଲାଗି ପ୍ରୋତ୍ସାହନ ଏବଂ ବଜାର ବିକାଶ ସୁବିଧା ଯୋଗାଇ ଦେବା।

ରପ୍ତାନି ବୃଦ୍ଧି କରିବା ଏବଂ ଏଭିଜିସି କ୍ଷେତ୍ରରେ ଏଫଡିଆଇ ଆକୃଷ୍ଟ କରିବା ଲାଗି ପ୍ରୋତ୍ସାହନ ନିମନ୍ତେ ସୁପାରିସ କରାଯିବ।

୯୦ ଦିନ ମଧ୍ୟରେ ଏଭିଜିସି ପ୍ରୋତ୍ସାହନ ଟାସ୍କଫୋର୍ସ ପ୍ରଥମ କାର୍ଯ୍ୟ ଯୋଜନା ରିପୋର୍ଟ ଦାଖଲ କରିବ।

Categories
ଆଜିର ଖବର

ପିଆଇବି ଭୁବନେଶ୍ବର ପକ୍ଷରୁ ପୁରୀ ଠାରେ ଦିନିକିଆ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

ପୁରୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ବର ପକ୍ଷରୁ ପୁରୀ ଠାରେ ଏକ ଦିନିକିଆ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପିଆଇବି ପୂର୍ବାଞ୍ଚଳ ମହାନିର୍ଦ୍ଦେଶକ ଭୂପେନ୍ଦ୍ର କେଁଥୋଲା କହିଥିଲେ ଯେ, ତୃଣମୂଳ ସ୍ତରରେ ଲୋକମାନଙ୍କ ନିକଟରେ ପହଞ୍ଚିବା ଲାଗି ବାର୍ତ୍ତାଳାପ କର୍ମଶାଳା ଗଣମାଧ୍ୟମ ଏବଂ ସରକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନର ଏକ ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ।

ସମାରୋହକୁ ସମ୍ବୋଧିତ କରି ଶ୍ରୀ କେଁଥୋଲା ଆହୁରି କହିଥିଲେ ଯେ, ମହାମାରୀ କାରଣରୁ ପରିସ୍ଥିତିରେ ଏବେ ବ୍ୟାପକ ପରିବର୍ତ୍ତନ ଆସିଛି। ‘‘ସ୍ମାର୍ଟ ଫୋନ୍‌ ଜରିଆରେ ଅନଲାଇନ୍‌ ବା ଡିଜିଟାଲ ମିଡିଆ ଆକାରରେ ସାମ୍ବାଦିକତାର ଏକ ନୂଆ ଧାରା ଏବେ ପ୍ରଚଳନ ହେଉଛି, ପ୍ରତ୍ୟେକ ସାମ୍ବାଦିକ ଏହା ସହିତ ନିଜକୁ ଖାପଖୁଆଇବାର ଆବଶ୍ୟକତା ରହିଛି। ନୂଆ ଗଣମାଧ୍ୟମ କ୍ଷେତ୍ରରେ ସାମ୍ବାଦିକମାନଙ୍କର କୌଶଳ ବିକାଶ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ଏହି କର୍ମଶାଳରେ ପୁରୀର ବରିଷ୍ଠ ସାମ୍ବାଦିକ ଶ୍ରୀ ଜଗନ୍ନାଥ ବସ୍ତିଆ ଅଂଶଗ୍ରହଣ କରି ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଓ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସାଧାରଣ ଲୋକମାନଙ୍କ ଭଳି ସାମ୍ବାଦିକମାନେ ମଧ୍ୟ ବାତ୍ୟା, ମହାମାରୀ ଦ୍ବାରା ପ୍ରଭାବିତ ହୋଇଥାନ୍ତି। ସେମାନଙ୍କର ସମସ୍ୟା ବୁଝିବା ସହିତ କଲ୍ୟାଣ ଦିଗରେ କାମ କରିବା ଲାଗି ବର୍ତ୍ତମାନ ସମୟ ଆସିଛି ବୋଲି ଶ୍ରୀ ବସ୍ତିଆ ପରାମର୍ଶ ଦେଇଥିଲେ।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ ଯେ ସାମ୍ବାଦିକତା କେବଳ ଏକ ପେଶା ନୁହେଁ ବରଂ ଏକ କୌଶଳ। ବାର୍ତ୍ତାଳାପ ଭଳି କର୍ମଶାଳା ଆୟୋଜନ କରାଯିବା ଦ୍ବାରା ଗଣମାଧ୍ୟମ ଏବଂ ସରକାରଙ୍କ ମଧ୍ୟରେ ମତ ବିନିମୟ ପାଇଁ ମଞ୍ଚ ଉପଲବ୍ଧ ହୋଇପାରିବ। ଆମ ଭିତରେ ଆଲୋଚନା ଏବଂ ବିଚାର ଆଦାନପ୍ରଦାନ ହେଲେ ସ୍ଥିତିରେ ସୁଧାର ଆସିପାରିବ ବୋଲି ଶ୍ରୀ ମିଶ୍ର କହିଥିଲେ।

ବୈଷୟିକ ଅଧିବେଶନରେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଥିଲେ ଯେ ଆଧୁନିକ ସମୟର ସାମ୍ବାଦିକତାରେ ଅନେକଗୁଡ଼ିଏ ସମସ୍ୟା ଏବଂ ଆହ୍ବାନ ରହିଛି। କୌଣସି ସଂସ୍ଥା କିମ୍ବା ସଂଗଠନ ପାଇଁ ନୁହେଁ ବରଂ ଲୋକମାନଙ୍କ ପାଇଁ କାମ କରିବାର ଭାବନା ଜଣେ ସାମ୍ବାଦିକର ମନରେ ସୃଷ୍ଟି ହେବା ଉଚିତ୍‌। ସାମ୍ବାଦିକ ସବୁବେଳେ ଲୋକମାନଙ୍କୁ ସୂଚନା ଦେବା, ସଚେତନତା ସୃଷ୍ଟି କରିବା ଏବଂ ମନୋରଞ୍ଜନ ଯୋଗାଇ ଦେବାର ଭୂମିକା ନିର୍ବାହ କରିବା ଉଚିତ୍‌ ବୋଲି ସେ କହିଥିଲେ।

ବରିଷ୍ଠ ସାମ୍ବାଦିକ, ସନ୍ଦୀପ ସାହୁ, ନୈତିକ ସାମ୍ବାଦିକତା ଏବଂ ସାମାଜିକ ଗଣମାଧ୍ୟମ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ବ୍ୟବସାୟୀକରଣ, ବ୍ୟକ୍ତିବିଶେଷ, ସଂଗଠନ ଏବଂ ସମସ୍ତଙ୍କ ଠାରୁ ଆଗରେ ରହିବାର ପ୍ରତିଯୋଗିତା କାରଣରୁ ସାମ୍ବାଦିକତା କ୍ଷେତ୍ରରେ ନୈତିକତା ପ୍ରଭାବିତ ହେଉଛି। କୌଣସି ବିଷୟ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପୂର୍ବରୁ ଜଣେ ପ୍ରକୃତ ସାମ୍ବାଦିକ ସବୁବେଳେ ସଠିକ ମାର୍ଗରେ ରହିବା ଉଚିତ୍‌ ଏବଂ ତଥ୍ୟର ପୂଙ୍ଖାନୁପୁଙ୍ଖ ସମୀକ୍ଷା କରିବା ଆବଶ୍ୟକ ବୋଲି ସେ ଜୋର ଦେଇ କହିଥିଲେ।

ପିଆଇବି ଉପନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ସ୍ବାଗତ ଭାଷଣ ଦେଇ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥଲେ। ପିଆଇବିର ଗଣମାଧ୍ୟମ ଏବଂ ଯୋଗାଯୋଗ ଅଧକାରୀ ପ୍ରଦୀପ କୁମାର ଚୌଧୁରୀ କର୍ମଶାଳାକୁ ପରିଚାଳନା କରିଥିଲେ।

ଏହାପରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସାମ୍ବାଦିକମାନଙ୍କ ସହିତ ଏକ ମତ ବିନିମୟ ଅଧିବେଶନ ଆୟୋଜିତ ହୋଇଥିଲା। ବାର୍ତ୍ତାଳାପ ସମ୍ପର୍କରେ ସେମାନଙ୍କ ଠାରୁ ସବିଶେଷ ମତାମତ ଏବଂ ଆବଶ୍ୟକ ପରାମର୍ଶ ଗ୍ରହଣ କରାଯାଇଥଲା। ଏହି ଗଣମାଧ୍ୟମ କର୍ମଶାଳାରେ ପୁରୀରୁ ପାଖାପାଖି ୮୦ ଜଣ ସାମ୍ବାଦିକ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟରେ ଆଜାଦୀ କା ଅମୃତ ମହୋତ୍ସବ ଫଟୋଚିତ୍ର ଉଦ୍ଘାଟିତ

ଭୁବନେଶ୍ଵର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ, ଭୁବନେଶ୍ୱର ପରିସରରେ “ଆଜାଦୀ କା ଅମୃତ ମହୋତ୍ସବ” ଶୀର୍ଷକ ମିନି ଫଟୋଚିତ୍ର ପ୍ରଦର୍ଶନୀ ଏବଂ ଫଟୋ ଗାଲ୍ଲେରୀ ପତ୍ର ସୂଚନା କାର୍ଯ୍ୟାଳୟ, ପୂର୍ବ ଜୋନର ମହାନିର୍ଦ୍ଦେଶକ ଭୁପେନ୍ଦ୍ର କେନ୍ଥୋଲାଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି।

ଏହି ଅବସରରେ ଶ୍ରୀ କେନ୍ଥୋଲା ଭାରତର ସ୍ଵାଧିନତା ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ଓଡିଶାର ମହାନ ମହିଳା ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ମଧ୍ୟ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।  ଓଡିଶାର ମହାନ କଳା ସଂସ୍କୃତି ତାଙ୍କୁ ସବୁ ବେଳେ ଅନୁପ୍ରାଣିତ କରିଛି ଏବଂ ଓଡିଶା ତାଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ବୋଲି ଶ୍ରୀ କେନ୍ଥୋଲା ମତ ପ୍ରକାଶ କରିଛନ୍ତି। ଏହି ଅବସରରେ ବିଭାଗୀୟ କଳାକାରମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସଂଗୀତ ଏବଂ ନୃତ୍ୟ ମଧ୍ୟ ପରିବେଷଣ କରଯାଇଥିଲା।

Categories
ବିଶେଷ ଖବର

ଭାରତ ବିରୋଧୀ କୁପ୍ରଚାର ପାଇଁ 20 ଟି ୟୁଟ୍ୟୁବ ଚ୍ୟାନେଲ, 2 ଟି ୱେବସାଇଟ୍ କୁ ବ୍ଲକ୍ କଲା ଭାରତ

ନୂଆଦିଲ୍ଲୀ: ଇଣ୍ଟେଲିଜେନ୍‌ସ ଏଜେନ୍ସି ତଥା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟରେ ଏକ ସମନ୍ବିତ ପ୍ରୟାସ କ୍ରମେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସୋମବାର ଦିନ ଇଣ୍ଟରନେଟରେ ଭାରତ ବିରୋଧୀ ପ୍ରଚାର  ଏବଂ ଜାଲ୍ ଖବର ପ୍ରସାରଣ କରୁଥିବା 20 ଟି ୟୁଟ୍ୟୁବ ଚ୍ୟାନେଲ୍ ଓ 2 ଟି ୱେବସାଇଟକୁ ବ୍ଲକ୍ କରିବାର ଆଦେଶ ଦେଇଛନ୍ତି। ମନ୍ତ୍ରଣାଳୟ ଦୁଇଟି ଭିନ୍ନ ଭିନ୍ନ ପତ୍ର ମାଧ୍ୟମରେ – ଗୋଟିକରେ 20 ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିବା ପାଇଁ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଛି ଓ ଅନ୍ୟଟିରେ 2 ଟି ସମାଚାର ୱେବସାଇଟକୁ ବ୍ଲକ କରିବା ପାଇଁ ଦୂରସଞ୍ଚାର ବିଭାଗକୁ ଅନୁରୋଧ କରିଛନ୍ତି।

ଏହି ଚ୍ୟାନେଲ ଏବଂ ୱେବସାଇଟ ଗୁଡ଼ିକ ପାକିସ୍ତାନରୁ ପରିଚାଳିତ ଏକ ସମନ୍ବିତ କୁପ୍ରଚାର ନେଟୱର୍କ ସହିତ ସମ୍ବନ୍ଧିତ ଅଟେ ଏବଂ ଭାରତ ସମ୍ବନ୍ଧିତ ବିଭିନ୍ନ ସମ୍ବେଦନଶୀଳ ଖବର ବିଷୟରେ ଏଗୁଡିକ ଜାଲ୍ ଖବର ପ୍ରସାରଣ କରୁଛନ୍ତି। ଏହି ଚ୍ୟାନେଲର ଉପଯୋଗ କାଶ୍ମୀର, ଭାରତୀୟ ସେନା, ଭାରତର ସଂଖ୍ୟାଲଘୁ ସମୁଦାୟ, ରାମ ମନ୍ଦିର, ଜେନେରାଲ୍ ବିପିନ ରାୱତଙ୍କ ପରି ବିଷୟରେ ବିଭାଜନକାରୀ ପୋଷ୍ଟ କରିବା ପାଇଁ ବ୍ୟବହାର କରାଯାଉଛି ।

ଭାରତ ବିରୋଧୀ ଭୁଲ୍ ପ୍ରଚାର ଅଭିଯାନରେ ଦି ନୟା ପାକିସ୍ତାନ ଗ୍ରୁପ୍ (ଏନପିଜି) ସାମିଲ୍ ରହିଛି, ଯାହା ପାକିସ୍ତାନରୁ ସଞ୍ଚାଳିତ ହେଉଛି ଏବଂ ଯାହାଙ୍କ ନିକଟରେ ୟୁଟ୍ୟୁବ ଚ୍ୟାନେଲର ଏକ ନେଟୱର୍କ ରହିଛି। ଏହି ଭୁଲ୍ ପ୍ରଚାର ଅଭିଯାନରେ ଆଉ କିଛି ସେହିପରି ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ସାମିଲ୍ ରହିଛି ଯାହା  ଏନପିଜି ସହିତ ସମ୍ବନ୍ଧିତ ନୁହେଁ। ଏହି ଚ୍ୟାନେଲର ସଂଯୁକ୍ତ ସବସ୍କ୍ରାଇବର ବେସ୍ 35 ଲକ୍ଷରୁ ଅଧିକ ରହିଛି ଏବଂ ଏହାଙ୍କର ଭିଡିଓକୁ 55 କୋଟିରୁ ଅଧିକ ଥର ଦେଖା ଯାଇଛି। ନୟା ପାକିସ୍ତାନ ଗ୍ରୁପ୍ (ଏନିଜି) ର କିଛି ୟୁଟ୍ୟୁବ ଚ୍ୟାନେଲ୍ ପାକିସ୍ତାନୀ ସମାଚାର ଚ୍ୟାନେଲର ଆଙ୍କରଙ୍କ ଦ୍ବାରା ସଞ୍ଚାଳିତ କରାଯାଉଛି।

ଯେଉଁ ୟୁଟ୍ୟୁବ ଚ୍ୟାନେଲ ଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛସ ସେଗୁଡ଼ିକ ହେଉଛି ଦି ପଞ୍ଚ ଲାଇନ, ଇଣ୍ଟରନାସନାଲ୍ ୱେବ ନ୍ୟୁଜ, ଖାଲସା ଟିଭି, ଦି ନେକେଡ୍ ଟ୍ରୁଥ, ନ୍ୟୁଜ 24, 48 ନ୍ୟୁଜ, ଫିକ୍‌ସନାଲ୍, ହିଷ୍ଟୋରିକାଲ୍ ଫାକ୍ଟସ, ପଞ୍ଜାବ ଭାଇରାଲ୍, ନୟା ପାକିସ୍ତାନ ଗ୍ଲୋବାଲ, କଭର ଷ୍ଟୋରି, ଗୋ ଗ୍ଲୋବାଲ୍, ଇକମର୍ସ, ଜୁନେଦ ହଲିମ୍ ଅଫିସିଆଲ୍, ତୟବ ହାନିଫ୍, ଜୈନ ଅଲି ଅଫିସିଆଲ୍, ମୋହସିନ୍ ରାଜପୁତ ଅଫିସିଆଲ୍, କନିଜ୍ ଫାତିମା, ସଦାଫ୍ ଦୁରାନି, ମିଆଁ ଇମରାନ୍ ଅହମ୍ମଦ, ନଜମ ଉଲ ହସନ୍ ବାଜୱା।

ଏହି ୟୁଟ୍ୟୁବ ଚ୍ୟାନେଲ ଚାଷୀଙ୍କର ଆନ୍ଦୋଳନ, ନାଗରିକତା (ସଂଶୋଧନ) ଅଧିନିୟମ ପରି ବିଷୟରେ ମଧ୍ୟ ପୋଷ୍ଟ କରିଛନ୍ତି ଏବଂ ସଂଖ୍ୟାଲଘୁ ସମୁଦାୟଙ୍କୁ ଭାରତ ସରକାରଙ୍କ ବିପକ୍ଷରେ ପ୍ରରୋଚିତ କରିବା ପାଇଁ ଅପଚେଷ୍ଟା କରିଛନ୍ତି। ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ ଏହି ୟୁଟ୍ୟୁବ ଚ୍ୟାନେଲର ବ୍ୟବହାର ପାଞ୍ଚଟି ରାଜ୍ୟରେ ହେଉଥିବା ଆଗାମୀ ନିର୍ବାଚନର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ପୋଷ୍ଟ କରିବା ପାଇଁ କରାଯିବ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତରେ ସୂଚନା ସମ୍ପର୍କିତ ସ୍ପେସକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ସୂଚନା ପ୍ରଯୁକ୍ତି (ମଧ୍ୟବର୍ତ୍ତି ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ଆଚରଣ ସଂହିତା) ନିୟମ 2021 ର ନିୟମ 16 ଅନୁସାରେ ଜରୁରୀକାଳୀନ କ୍ଷମତାର ଉପଯୋଗ କରିଛି। ମନ୍ତ୍ରଣାଳୟ ଜାଣିବାକୁ ପାଇଛି ଯେ ଅଧିକାଂଶ ସୂଚନା ଜାତୀୟ ସୁରକ୍ଷା ପରିପ୍ରେକ୍ଷୀରେ ସମ୍ବେଦନଶୀଳ ଅଟେ ଏବଂ ଭୁଲ ତଥ୍ୟ ଉପରେ ପର୍ଯ୍ୟବେସିତ ଅଟେ। ଏଗୁଡିକ ମୁଖ୍ୟତଃ ପାକିସ୍ତାନ ଦ୍ବାରା ଭାରତ ବିପକ୍ଷରେ ଏକ ସମନ୍ବିତ କୁପ୍ରଚାର ନେଟୱର୍କ (ଯେପରି ନୟା ପାକିସ୍ତାନ ଗ୍ରୁପ୍ କ୍ଷେତ୍ରରେ) ଅନ୍ତର୍ଗତ ପୋଷ୍ଟ କରାଯାଉଛି। ଏଥିପାଇଁ ମନ୍ତ୍ରଣାଳୟ ଜରୁରୀକାଳୀନ ସ୍ଥିତିରେ ଏଗୁଡ଼ିକୁ ବ୍ଲକ୍ କରିବା ନିମିତ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପଯୁକ୍ତ ବିବେଚନା କରିଛି।