Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଷ୍ଟାନ୍‌ଫୋର୍ଡ ବିଶ୍ୱ ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସୋଆର ଆଉ ୪ ଗବେଷକ

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଉ ୪ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି। ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏହି ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶା ପାଇଁ ପୁଣି ଥରେ ଗୌରବ ଆଣିଛନ୍ତି ସୋଆର ଏହି ୪ ଗବେଷକ।

ବିଷୟବସ୍ତୁ ଆଧାରିତ ବିଶ୍ଳେଷଣକୁ ନେଇ ସୋଆର ୪ ଗବେଷକ ପ୍ରଫେସର ଗୌତମ ରଥ, ଡଃ ମନୋଜ କୁମାର ନାୟକ, ଡଃ ସତ୍ୟ ରଞ୍ଜନ ମିଶ୍ର ଏବଂ ଡଃ ଦେବବ୍ରତ ପ୍ରଧାନ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ଶନିବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଦୁଇ ମାସ ପୂର୍ବରୁ ପ୍ରକାଶ ପାଇଥିବା ଏହି ତାଲିକାରେ ସୋଆର ୭ ଜଣ ବିଶିଷ୍ଟ ଗବେଷକ ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର, ପ୍ରଫେସର (ଡଃ) ପ୍ରଦୀପ୍ତ କିଶୋର ଦାସ, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ଆର୍‌.ଏନ୍‌.ପି. ଚୌଧୁରୀ, ପ୍ରଫେସର ଜେ.ସି. ମିଶ୍ର ଏବଂ ଡଃ ନିହାରବାଳା ଦେବୀ ସ୍ଥାନ ପାଇଥିଲେ। ଏହି ୭ ଜଣ ଗବେଷକଙ୍କ ପରେ ଆଉ ୪ ଜଣଙ୍କ ନାମ ଏହି ତାଲିକାକୁ ଆସିବା ଫଳରେ ସୋଆର ୧୧ ଜଣ ଗବେଷକ ବିଶ୍ୱର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସାମିଲ ହୋଇଛନ୍ତି।

ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌)ର‌୍ୟାଙ୍କିଙ୍ଗ୍ –୨୦୨୦ରେ ସୋଆ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ୨୦ ତମ ସ୍ଥାନ ହାସଲ କରିଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟକ୍ରମେ ବିଶ୍ୱର ଶ୍ରେଷ୍ଠ ୧ ଲକ୍ଷ ବୈଜ୍ଞାନିକମାନଙ୍କୁ ନେଇ ଏହି ତାଲିକା କରାଯାଇଥିଲା। ସନ୍ଦର୍ଭ ସମ୍ପର୍କିତ ସୂଚନା, ଏଚ୍ ଇଣ୍ଡେକ୍ସ, କୋ- ଅଥରିସିପ୍ ଏବଂ ସମଗ୍ର ସୂଚକକୁ ଆଧାର କରି ଏହି ବିଶ୍ଳେଷଣ କରାଯାଇ ନିକଟରେ ଏହି ଡାଟାବେସ୍ ପ୍ରସ୍ତୁତ କରାଯାଇଛି।

ପ୍ରଫେସର ରଥ ବର୍ତମାନ ସୋଆର ଫ୍ୟାକଲ୍ଟି ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ରେ ଫାର୍ମାସ୍ୟୁଟିକ୍‌ସ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡଃ ନାୟକ ସୋଆ ଅଧିନସ୍ଥ +୨ ସାଇନ୍ସ କଲେଜ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାଇଅର୍ ସେକେଣ୍ଡାରି ଏଜୁକେସନ୍ (ଆଇଏଚ୍‌ଏସ୍‌ଇ) ଅଧ୍ୟାପକ ଭାବେ କାର୍ଯ୍ୟରତ। ସେହିପରି ଡଃ ମିଶ୍ର ଏବଂ ଡଃ ପ୍ରଧାନ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଫ୍ୟାକଲ୍ଟି ଭାବେ କାର୍ଯ୍ୟରତ ଅଛନ୍ତି।

ସୋଆ କୁଳପତି ପ୍ରଫେସର ମହାପାତ୍ର ଏହି ଚାରି ଗବେଷକଙ୍କୁ ଶନିବାର ସମ୍ବର୍ଦ୍ଧିତ କରିଥିବା ବେଳେ ସୋଆ ରେଜିଷ୍ଟ୍ରାର୍ ପ୍ରଫେସର ବିଭୁତି ଭୁଷଣ ପ୍ରଧାନ ଓ ଡିନ୍‌ (ଗବେଷଣା) ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଗବେଷଣା ଉପରେ ଅଧିକ ମନୋନିବେଶ କରୁଥିବା ସୋଆର ୫୦% ଗବେଷଣା କେନ୍ଦ୍ରଗୁଡ଼ିକ ଜାତୀୟ ସ୍ତରରେ ଗୁରୁତ୍ୱଲାଭ କରିଥିବା କ୍ଷେତ୍ରକୁ ଅଗ୍ରାଧିକାର ଦେଇଥାଏ।

ସୋଆ ଅଧିନରେ ୧୩ଟି ଗବେଷଣା କେନ୍ଦ୍ର ଏବଂ ୪୨ଟି ଗବେଷଣା ଲାବ୍ ରହିଛି।ବିଶ୍ୱବିଦ୍ୟାଳୟରେ ଗବେଷକମାନଙ୍କୁ ଗବେଷଣା କରିବା ନିମନ୍ତେ ଖୁବ୍ ଉନ୍ନତମାନର
ସୁବିଧାସୁଯୋଗ ପ୍ରଦାନ କରାଯାଇଥାଏ।

ସମ୍ବର୍ଦ୍ଧିତ ହୋଇଥିବା ଏହି ୪ ଗବେଷକଙ୍କ ମଧ୍ୟରୁ ପ୍ରଫେସର ରଥ ଔଷଧ ଏବଂ ବାୟୋ ଆକ୍ଟିଭ୍‌ସ୍ ଶରୀରର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ପହଂଚାଇବା ନିମନ୍ତେ ନାନୋଟେକ୍ନୋଲୋଜି ଉପରେ ଗବେଷଣା କରୁଥିବା ବେଳେ ବିଭିନ୍ନ ପ୍ରତିଷ୍ଠିତ ଜର୍ନାଲ୍‌ରେ ୧୫୦ଟି ବୈଜ୍ଞାନିକ ସନ୍ଦର୍ଭ ପ୍ରକାଶ ପାଇଛି। ସେ ୪ଟି ଟେକ୍ସଟ୍ ବୁକ୍ ମଧ୍ୟ ରଚନା କରିଛନ୍ତି। ସେ ବର୍ତମାନ ଔଷଧ ଓ ଭ୍ୟାକ୍ସିନ୍ ପ୍ରସ୍ତୁତ ନିମନ୍ତେ ବ୍ୟବହାର କରାଯାଉଥିବା ନନ୍ ଇନ୍‌ଭାସିଭ୍ ଡ୍ରାଏ ପାଉଡର୍ଇ ନ୍‌ହେଲର୍ ନିମନ୍ତେ ଲିପିଡ୍‌/ପଲିମର୍‌/ ପଲିସାରାଇଡ୍ସ ମିଶ୍ରିତ ଇମ୍ୟୁନୋମୋଡୋଲେଟର୍ସ ପ୍ରସ୍ତୁତି କ୍ଷେତ୍ରରେ ଗବେଷଣା କରୁଛନ୍ତି।

ସେହିପରି ଡଃ ନାୟକ ୧୯୯୫ ମସିହାରେ ଏନ୍‌ଆଇଟି, ରାଉରକେଲାରୁ ଏମ୍‌ଏସ୍‌ସି କରିଥିବା ବେଳେ ୨୦୧୫ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଛନ୍ତି। ସେ ନାନୋଫ୍ଲୁଇଡ୍ସ କ୍ଷେତ୍ରରେ ଗବେଷଣାରତ। ସେ ୨୨ ବର୍ଷ ଧରି ପଦାର୍ଥ ବିଜ୍ଞାନ ଶିକ୍ଷା ପ୍ରଦାନ କରୁଥିବା ବେଳେ ତାଙ୍କର ୮୩ ଟି ଗବେଷଣା ସନ୍ଦର୍ଭ ପ୍ରକାଶ ପାଇଛି। ଅନେକ ଗବେଷଣାରତ ସ୍କଲାର୍ ତାଙ୍କ ଅଧିନରେ କାର୍ଯ୍ୟ କରୁଛନ୍ତି।

ଡଃ ମିଶ୍ର ଆଇଟିଇଆର୍‌ର ଗଣିତ ବିଭାଗରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ। ସୋଆରୁ ଏମ୍‌.ଟେକ୍ ଏବଂ ପିଏଚ୍‌ଡି ହାସଲ କରିଥିବା ବେଳେ ସେ ଅନେକ ପିଏଚ୍‌ଡି ଛାତ୍ରଙ୍କୁ ଗବେଷଣାରେ ସହଯୋଗ କରୁଛନ୍ତି। ୧୨୫ଟି ଗବେଷଣାରତ ସନ୍ଦର୍ଭ ସେ ପ୍ରସ୍ତୁତ କରିଛନ୍ତି। ସେହିପରି ଡଃ ପ୍ରଧାନ ସୋଆର ବାୟୋ-ଫୁଏଲ୍ସ ଏବଂ ବାୟୋ-ପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେନ୍‌ଟରରେ ଆସିଷ୍ଟାଂଟ୍ ପ୍ରଫେସର ଭାବେ କାର୍ଯ୍ୟରତ। ସେ ଅଲ୍‌ଗଲ୍ ଟେକ୍ନୋଲୋଜି, ବାୟୋଚାର୍ ଆଣ୍ଡ ବାୟୋଫୁଏଲ୍ସ, ୱେଷ୍ଟ ୱାଟର୍‌ ଟ୍ରିଟ୍‌ମେନ୍‌ଟ, ବାୟୋମିନେରାଲ୍ ପ୍ରୋସେସିଙ୍ଗ୍‌, ସଲିଡ୍ ୱେଷ୍ଟ ମ୍ୟାନେଜମେନ୍‌ଟ ଏବଂ ବାୟୋମ୍ୟାଟେରିଆଲ୍‌ସ କ୍ଷେତ୍ରରେ ଗବେଷଣାରତ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଷ୍ଟାନ୍‌ଫୋର୍ଡ ବିଶ୍ୱ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସୋଆର ୭ ଗବେଷକ

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ୭ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି। ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ  ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏହି ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶା ପାଇଁ ଗୋରବ ଆଣିଛନ୍ତି ସୋଆର ଏହି ୭ ଜଣ ଗବେଷକ।

ଏହି ଗବେଷକମାନେ ହେଉଛନ୍ତି ପ୍ରଫେସର (ଡଃ) ପ୍ରଦୀପ୍ତ କିଶୋର ଦାସ, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର, ପ୍ରଫେସର ଆର୍‌.ଏନ୍‌.ପି. ଚୌଧୁରୀ, ପ୍ରଫେସର ଜେ.ସି. ମିଶ୍ର ଏବଂ ଡଃ ନିହାରବାଳା ଦେବୀ। ଷ୍ଟାନ୍‌ଫୋର୍ଡ ପକ୍ଷରୁ ବିଷୟକ୍ରମେ ବିଶ୍ୱର ଶ୍ରେଷ୍ଠ ୧ ଲକ୍ଷ ବୈଜ୍ଞାନିକମାନଙ୍କୁ ନେଇ ଏହି ର‌୍ୟାଙ୍କିଙ୍ଗ କରାଯାଇଥିଲା। ମାନଯୁକ୍ତ ସନ୍ଦର୍ଭ ଆଧାର ଯେପରିକି ସନ୍ଦର୍ଭ ସମ୍ପର୍କିତ ସୂଚନା, ଏଚ୍ ଇଣ୍ଡେକ୍ସ, କୋ- ଅଥରିସିପ୍ ଏବଂ ସମଗ୍ର ସୂଚକକୁ ଆଧାର କରି ଏହି ବିଶ୍ଳେଷଣ କରାଯାଇ ଏକ ଡାଟାବେସ୍ ପ୍ରସ୍ତୁତ କରାଯାଇଛି।
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଗବେଷକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଉଚ୍ଚ ଶିକ୍ଷା କ୍ଷେତ୍ରରେ ମାଇଲଖୁଂଟ ହୋଇଥିବା ସୋଆ ଚଳିତବର୍ଷ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱର୍କ (ଏନ୍‌ଆଇଆର୍‌ଏଫ୍‌) ପ୍ରସ୍ତୁତ ବିଶ୍ୱବିଦ୍ୟାଳୟ ତାଲିକାରେ ଦେଶରେ ୨୦ତମ ସ୍ଥାନ ହାସଲ କରିଛି। ଶିକ୍ଷାର ଗୁଣାବତା ଏବଂ ଅଭିନବ ଗବେଷଣା ସୋଆର ମୂଳମନ୍ତ୍ର। ଗବେଷଣା ଉପରେ ଅଧିକ ମନୋନିବେଶ କରୁଥିବା ସୋଆର ୫୦% ଗବେଷଣା କେନ୍ଦ୍ରଗୁଡ଼ିକ ଜାତୀୟ ସ୍ତରରେ ଗୁରୁତ୍ୱଲାଭ କରିଥିବା କ୍ଷେତ୍ରକୁ ଅଗ୍ରାଧିକାର ଦେଇଥାଏ। ସୋଆ ଅଧିନରେ ୧୩ଟି ଗବେଷଣା କେନ୍ଦ୍ର ଏବଂ ୪୨ଟି ଗବେଷଣା ଲାବ୍ ରହିଛି। ବିଶ୍ୱବିଦ୍ୟାଳୟରେ ଗବେଷକମାନଙ୍କୁ ଗବେଷଣା କରିବା ନିମନ୍ତେ ଖୁବ୍ ଉନ୍ନତମାନର ସୁବିଧାସୁଯୋଗ ପ୍ରଦାନ କରାଯାଇଥାଏ।

ପ୍ରଫେସର ଦାସ ଶକ୍ତି କ୍ଷେତ୍ରରେ ଜଣେ ବିଶିଷ୍ଟ ଗବେଷକ ହୋଇଥିବା ବେଳେ ପ୍ରଫେସର ପରିଡା ଓ ପ୍ରଫେସର ଶୁକ୍ଳା ଯଥାକ୍ରମେ ଫିଜିକାଲ୍ କେମିଷ୍ଟ୍ରି ଏବଂ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ବେଶ୍ ପ୍ରତିଷ୍ଠିତ ଗବେଷକ। ସେହିପରି ସୋଆର କୁଳପତି ପ୍ରଫେସର (ଡଃ) ମହାପାତ୍ର ଜଣେ ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶିଷ୍ଟ ବିଶେଷଜ୍ଞ। ପ୍ରଫେସର ଚୌଧୁରୀ ଆପ୍ଲାଏଡ୍ ଫିଜିକ୍ସ କ୍ଷେତ୍ରରେ ଗବେଷକ ହୋଇଥିବା ବେଳେ ସୋଆର ପୂର୍ବତନ ପ୍ରୋ ଭାଇସ୍‌ଚାନ୍‌ସେଲର ତଥା ଆଡଜଙ୍କଟ ପ୍ର. ମିଶ୍ର ଗଣିତ କ୍ଷେତ୍ରରେ ଜଣେ ବିଶିଷ୍ଟ ଗବେଷକ। ସେହିପରି ଡଃ ଦେବୀ ବର୍ତ୍ତମାନ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣାରତ।
ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁର ପୂର୍ବତନ ଛାତ୍ର ପ୍ରଫେସର ଦାସ ହେଉଛନ୍ତି ସୋଆର ପ୍ରଥମ କୁଳପତି। ବର୍ତମାନ ସେ ସୋଆର ଏମିରିଟସ ପ୍ରଫେସର ଏବଂ ମଲ୍ଟି ଡିସିପ୍ଲିନାରୀ ରିସର୍ଚ୍ଚ ସେଲ୍‌ର ମୁଖ୍ୟ ଭାବେ କାର୍ଯ୍ୟରତ। ତାଙ୍କର ରିନିଉଏବଲ୍ ଏନର୍ଜି, ସିଗ୍‌ନାଲ୍ ପ୍ରୋସେସିଂ, ପାୱାର ସିଷ୍ଟମ୍‌ସ , ଡାଟା ମାଇନିଂ, ଆର୍ଟିଫିସିଆଲ୍ ଆଣ୍ଡ କମ୍ପ୍ୟୁଟେସ୍‌ନାଲ୍ ଇଂଟେଲିଜେନ୍ସ, ଡିଷ୍ଟ୍ରିବୁଟେଡ୍ ଜେନେରେସନ୍ ଏବଂ ମାଇକ୍ରୋ ଆଣ୍ଡ ସ୍ମଲ୍ ଗ୍ରିଡ କ୍ଷେତ୍ରରେ ବେଶ ପାରଦର୍ଶିତା ରହିଛି।

ପ୍ରଫେସର ପରିଡା ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଏବଂ ସୋଆର ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେ ସିଏସ୍‌ଆଇଆର୍‌- ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମାଟେରିଆଲ୍ସ ଟେକ୍ନୋଲଜି ( ସିଏସ୍‌ଆଇଆର୍‌- ଆଇଏମ୍‌ଏମ୍‌ଟି), ଭୁବନେଶ୍ୱରରେ ଦକ୍ଷତାର ସହ କାର୍ଯ୍ୟ କରିବା ସହ ମୁଖ୍ୟ ବୈଜ୍ଞାନିକ ଭାବେ ସେଠାରୁ ଅବସର ଗ୍ରହଣ କରିଛନ୍ତି।

ପ୍ରଫେସର ଶୁକ୍ଳା ରିସର୍ଚ୍ଚ ପ୍ରଫେସର ଏବଂ ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ପୂର୍ବରୁ ସେ ସିଏସ୍‌ଆଇଟି – ଆଇଏମ୍‌ଏମ୍‌ଟି ର ବାୟୋ-ରିସୋର୍‌ସେସ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିସାରିଛନ୍ତି। ତାଙ୍କର ବାୟୋ ମିନେରାଲ୍ ପ୍ରୋସେସିଂ  କ୍ଷେତ୍ରରେ ୪୪ ବର୍ଷର ଅଭିଜ୍ଞତା ରହିଛି।

ସୋଆର କୁଳପତି ତଥା ୨୦୧୭ରେ ଓଡ଼ିଶାର ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଥିବା ଶିଶୁ ଜଗା-ବଳିଆଙ୍କର ସଫଳ ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଟିମ୍‌ର ନେତୃତ୍ୱ ନେଇଥିବା ପ୍ରଫେସର ମହାପାତ୍ର ନୂଆଦିଲ୍ଲୀ ଏମ୍ସର ସ୍ନାୟୁ ଶଲ୍ୟ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇ ସାରିଛନ୍ତି। ପ୍ରଫେସର ମହାପାତ୍ର ଭୁବନେଶ୍ୱରର ଏମ୍ସର ମଧ୍ୟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।
ଗଣିତ ବିଜ୍ଞାନକୁ ନେଇ ଅନେକ ପୁସ୍ତକ ଲେଖିଥିବା ଏବଂ ଅନେକ ଗବେଷଣା କରିଥିବା ପ୍ରଫେସର ମିଶ୍ର ଡିଏନ୍‌ଏ ନଟ୍ସ ଆଣ୍ଡ ଲିମ୍ବସ୍‌, ବାଇଫରକେସନ୍ ଆଣ୍ଡ କେଓସ୍ ଇନ୍ ପପୁଲେସନ୍ ଡାଇନାମିକ୍ସ, ଫିଜିଓଲଜିକାଲ୍ ଫ୍ଲୁଇଡ୍ ଡାଇନାମିକ୍ସ, ମେକାନିକ୍ସ ଅଫ୍ ଫ୍ରାକ୍‌ଚର ଆଣ୍ଡ ରିମଡେଲିଂ ଅଫ୍ ବୋନ୍ସ କ୍ଷେତ୍ରରେ ଅନେକ ମ୍ୟାଥମେଟିକାଲ୍ ମଡେଲ୍ସ ପ୍ରସ୍ତୁତ କରିଛନ୍ତି।

ସୋଆର  ପ୍ରଫେସର ଭାବେ କାର୍ଯ୍ୟରତ ପ୍ରଫେସର ଚୌଧୁରୀଙ୍କର ମଲ୍ଟିଫେରୋଇକ୍ସ, ପଲିମର୍ – ନାନୋକମ୍ପୋଜାଇଟ୍ସ ଏବଂ ଆଡଭାନ୍ସଡ ମ୍ୟାଟେରିଆଲ୍‌ସ ୱିଥ୍ ଡେଭଲପ୍‌ମେଂଟ ଅଫ୍ ନ୍ୟୁ ମଲ୍ଟିଫଙ୍କସ୍‌ନାଲ୍ ମ୍ୟାଟେରିଆଲ୍ସ ଫର୍ ଡିଭାଇସେସ୍ କ୍ଷେତ୍ରରେ ବେଶ ପାରଦର୍ଶିତା ରହିଛି। ତାଙ୍କର ୟୁଏସ୍‌ଏ ଏବଂ ୟୁକେରେ ୪୦ ବର୍ଷରୁ ଅଧିକ ସମୟର ଗବେଷଣା ଅଭିଜ୍ଞତା ରହିଛି।

ସୋଆର ଫାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସଚ୍ଚ (ଆଇଟିଇଆର୍‌)ର ଆସୋସିଏଟ୍ ପ୍ରଫେସର ଡଃ ଦେବୀଙ୍କର ସଲ୍‌ଭେଂଟ ଏକ୍ସଟ୍ରାକ୍ସନ୍ ଅଫ୍ ନନ୍ ଫେରସ୍‌, ରେୟାର୍ ଅର୍ଥ ମେଟାଲ୍ସ, ପ୍ରୋସେସ୍ ଡେଭଲପ୍‌ମେଂଟ ଏବଂ ଲିଚିଙ୍ଗ କ୍ଷେତ୍ରରେ ୨୯ ବର୍ଷ ଗବେଷଣାର ଅଭିଜ୍ଞତା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ନିଟ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ + ୨ ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାୟର୍‌ ସେକେଣ୍ଡାରୀ ଏଜୁକେସନ୍‌ର ୮ ଜଣ ଛାତ୍ରଛାତ୍ରୀ ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ କୃତିତ୍ୱର ସହ ସମ୍ମାନ ଜନକ ସ୍ଥାନ (ର‌୍ୟାଙ୍କ) ରଖି ସଫଳତା ହାସଲ କରିଛନ୍ତି।

ନିଟ୍‌ରେ ସଫଳତା ଅର୍ଜନ କରିଥିବା ଏହି କୃତୀ ଛାତ୍ରଛାତ୍ରୀମାନେ ହେଲେ ଆଶିଷ ଦଳେଇ (୬୭୫), ଆଦିତ୍ୟ କୁମାର ରାଉତ (୬୩୩), ବ୍ୟାସଦେବ ମାଇସାଲ (୬୨୧), ଦେବାଶିଷ ପାଢ଼ୀ (୬୧୧), ଶୁଭଦର୍ଶୀ ଦେବାଶିଷ (୫୯୫), ଅର୍ପିତା ମଲ୍ଲିକ (୫୮୬), ମୋନାଲିସା କର (୫୮୫) ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ (୪୧୮)।

ଏହି ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡଃ ମନୋଜ ରଞ୍ଜନ ନାୟକ ଏବଂ ଆଇ.ଏଚ୍‌.ଏସ୍‌.ଇ. ର ଅଧ୍ୟକ୍ଷ ପ୍ରଫେସର ପୁରେନ୍ଦ୍ର ଚରଣ ଦାଶ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ଆଇଏଚ୍‌ଏସ୍‌ଇର ଅନେକ ଛାତ୍ରଛାତ୍ରୀ ଅତୀତରେ ନିଟ ବ୍ୟତୀତ ଅନ୍ୟାନ୍ୟ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆଇଆଇଟି, ଏନ୍‌ଆଇଟି ଓ ଆଇଆଇଏମ୍ ଭଳି ପ୍ରତିଷ୍ଠିତ ତଥା ସ୍ୱନାମଧନ୍ୟ ସର୍ବଭାରତୀୟ ଶିକ୍ଷାନୁଷ୍ଠାନମାନଙ୍କରେ ଅଧ୍ୟୟନ କରି ଅନୁଷ୍ଠାନର ଗୌରବକୁ ଦ୍ୱିଗୁଣିତ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଆଇଏଚ୍‌ଏସ୍‌ଇରେ +୨ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଯେପରି ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିପାରିବେ, ସେଥିପାଇଁ ଅନୁଷ୍ଠାନର ସମସ୍ତ ଅଧ୍ୟାପକ / ଅଧ୍ୟାପିକାମାନେ ନିଷ୍ଠାର ସହ ସେମାନଙ୍କୁ ଉତ୍କୃଷ୍ଟ ଶୈକ୍ଷିକ ବାତାବରଣ ମଧ୍ୟରେ ସ୍ୱତନ୍ତ୍ର ଧ୍ୟାନ ସହ ଶିକ୍ଷା ପ୍ରଦାନ କରିଥାନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ‘ଡାଇମଣ୍ଡ ରେଟିଂ’ ସମ୍ମାନ

ଭୁବନେଶ୍ୱର: ଚଳିତବର୍ଷ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଂ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ) ହାସଲ କରିଛି ଆଉ ଏକ ସଫଳତା। ପୂର୍ବ ଭାରତରେ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ‘ଡାଇମଣ୍ଡ ରେଟିଂ’ ସମ୍ମାନ ମିଳିଛି।

ବିଭିନ୍ନ ପର୍ଯ୍ୟାୟରେ ସୋଆର ପାରଦର୍ଶିତାକୁ ଅନୁଶୀଳନ କରାଯିବା ସହ ସ୍ୱତନ୍ତ୍ର ଭାବେ ତଥ୍ୟ ସଂଗ୍ରହ କରାଯାଇ ଏହି ର‌୍ୟାଙ୍କିଙ୍ଗ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି କ୍ୟୁଏସ୍ ଆଇ-ଗଜ୍‌ର ନିର୍ଦ୍ଦେଶକ (ଗ୍ରାହକ ସମ୍ପର୍କ) ଶ୍ରୀ ଶୁଭାୟୁ ନାୟକ। ଶିକ୍ଷା ପ୍ରଦାନ ଓ ଗ୍ରହଣ, ନିଯୁକ୍ତି, ସୁବିଧା ସୁଯୋଗ, ସାମାଜିକ ଦାୟିତ୍ୱ, ଗବେଷଣା ଓ ମାନ୍ୟତା ଏଭଳି ୬ଟି ମାପଦଣ୍ଡରେ ଗୁରୁବାର ଦିନ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ସୋଆକୁ ଏହି ‘ଡାଇମଣ୍ଡ ରେଟିଙ୍ଗ୍‌’ ପ୍ରଦାନ କରାଯାଇଛି।

କ୍ୟୁଏସ୍ ଆଇ-ଗଜ୍ ଏପରି ଏକ ରେଟିଙ୍ଗ୍ ବ୍ୟବସ୍ଥା ଯେଉଁଥିରେ ଭାରତର ବିଶ୍ୱବିଦ୍ୟାଳୟ ଓ କଲେଜ ସ୍ତରରେ ବିଭିନ୍ନ ମାପଦଣ୍ଡକୁ ଆଧାର କରି ସମ୍ମାନ ପ୍ରଦାନ କରାଯାଇଥାଏ। ଏହା ଶିକ୍ଷାନୁଷ୍ଠାନ ଗୁଡ଼ିକର ପାରଦର୍ଶିତାକୁ ବୃଦ୍ଧି କରାଇବା ସହ ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଥାଏ।

ପୂର୍ବରୁ କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ଇ-ଲର୍ଣ୍ଣିଂ ଏବଂ ଅନଲାଇନ ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସୋଆକୁ ପୂର୍ବ ଭାରତରେ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କ୍ୟୁଏସ୍ ଆଇଗଜର ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଇ-ଲର୍ଣ୍ଣିଂ ଏକ୍ସିଲେନ୍ସ ଫର ଏକାଡେମିକ ଡିଜିଟାଇଜେସନ (ଇ-ଲିଡ) ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କୋଭିଡ ଯୁଦ୍ଧରେ ଅବଦାନ ନିମନ୍ତେ ଜାତୀୟ ସ୍ତରରେ ସମ୍ମାନିତ ହେଲା ସୋଆ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ସମୟରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)କୁ “ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର” ରେ ସମ୍ମାନିତ କରାଯାଇଛି। ଗୁରୁବାର ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟଇ) ପକ୍ଷରୁ ସୋଆକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

କୋଭିଡ-୧୯ ମୁକାବିଲାକୁ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ୧୨ଟି ବିଭିନ୍ନ କାଟେଗୋରୀରେ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ୍ ନିଶାଙ୍କ ଏବଂ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ୍ ସହସ୍ରବୁଦ୍ଧେ ଉପସ୍ଥିତ ଥିଲେ।

ଶ୍ରୀ ପୋଖରିଆଲ୍ ବିଭିନ୍ନ କାଟେଗୋରୀରେ ପୁରସ୍କୃତ ହୋଇଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଶୁଭେଚ୍ଛା ଜଣାଇବା ସହ କରୋନା ମୁକାବିଲା ନେଇ ସେମାନଙ୍କର ଭୂମିକାକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ “ସମାଜର ଆବଶ୍ୟକତା ପ୍ରତି ଯତ୍ନଶୀଳ ହେଲେ ଆମର ଭୂମିକା ମହତ୍ୱପୂର୍ଣ୍ଣ ହୋଇଥାଏ।”

କରୋନା ମହାମାରୀକୁ ନେଇ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସୋଆ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଡାକ୍ତର, ନର୍ସ ଓ ଫାକଲ୍ଟିମାନେ ଭୁବନେଶ୍ୱର ସହର ଏବଂ ଏହାର ନିକଟବର୍ତୀ ଗ୍ରାମ ଗୁଡ଼ିକରେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଇଥିଲେ। ଲୋକମାନେ କିଭଳି ଠିକ୍ ଭାବେ ହାତ ଧୋଇବେ, ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ଅବଲମ୍ବନ କରିବେ ସେ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସଂକ୍ରମଣକୁ କିଭଳି ରୋକା ଯାଇପାରିବ ସେ ନେଇ ସୋଆ ପରିଚାଳିତ ଇନ୍‌ଷ୍ଟିୁଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ପକ୍ଷରୁ ମାସ୍କ, ଫେସ୍‌ସିଲ୍ଡ, ପିପିଇ ଏବଂ ସାନିଟାଇଜର ବିପୁଳ ଭାବେ ପ୍ରସ୍ତୁତ କରାଯାଇଥିଲା। ଲକ୍ ଡାଉନ୍ ସମୟରେ ଶୁଖିଲା ଓ ରନ୍ଧା ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଦ୍ରବ୍ୟ ସୋଆ ନିକଟବର୍ତ୍ତୀ ଅଂଚଳରେ ବଂଟନ କରାଯାଇଥିଲା ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍ ଶାଖା, ସୋଆ କମ୍ୟୁନିଟି ରେଡିଓ ଏବଂ ବିଭିନ୍ନ ଷ୍ଟୁଡେଂଟ କ୍ଲବ୍ ପକ୍ଷରୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା।

ଚଳିତ ବର୍ଷ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌୍‌ଷ୍ଟିଚ୍ୟୁସ୍‌ନାଲ୍ ର୍ୟାାଙ୍କିଙ୍ଗ ଫ୍ରେମ୍ ୱାର୍କ ର୍ୟା ଙ୍କିଙ୍ଗ୍‌ରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆ ମାନ୍ୟତା ପାଇଛି। ସେହିପରି ଓଡ଼ିଶା ସରକାରଙ୍କ ସହ ହାତ ମିଳାଇ କରୋନା ମହାମାରୀର ମୁକାବିଲା ନେଇ ସୋଆ ପକ୍ଷରୁ ୨୨୦୦ରୁ ଊର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ଓ କୋଭିଡ କେୟାର ସେଂଟର ପ୍ରସ୍ତୁତ କରାଯାଇ ରୋଗୀମାନଙ୍କୁ ସେବା କରାଯାଉଛି।
ରାଜ୍ୟର ବୃହତମ କୋଭିଡ ହସ୍ପିଟାଲ୍ ଭାବେ ସୋଆ ପକ୍ଷରୁ ଭୁବନେଶ୍ୱର ଠାରେ ୭୨୫ ଶଯ୍ୟା ବିଶିଷ୍ଟ (ଆଇସିୟୁ ଏବଂ ହାଇ ଡିପେଣ୍ଡାନ୍ସ ୟୁନିଟ୍ ବେଡ୍ସ) ପ୍ରସ୍ତୁତ କରାଯାଇଥିବା ବେଳେ ନୟାଗଡ ଜିଲ୍ଲାର ଚାନ୍ଦପୁର ଠାରେ ୩୬୬ ଶଯ୍ୟା, କେନ୍ଦ୍ରାପଡା ଠାରେ ୧୭୦ ଶଯ୍ୟା ଏବଂ ତାଳଚେର ଠାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ପ୍ରସ୍ତୁତ କରାଯାଇ ରୋଗୀ ଚିକିତ୍ସା କରାଯାଉଛି।

ସେହିପରି ସୋଆ ପକ୍ଷରୁ ଜାମୁଝରୀ ଠାରେ ୫୦୦ ଶଯ୍ୟା ଏବଂ ଜଟଣୀ ଠାରେ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର ପରିଚାଳନା କରାଯାଉଛି।
ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ସବୁ ହସ୍ପିଟାଲ୍‌ଗୁଡ଼ିକରେ ରୋଗୀଙ୍କର ଉତମ ଚିକିତ୍ସା କରାଯାଉଥିବା ବେଳେ ଡାକ୍ତର, ନର୍ସ ଏବଂ ପାରାମେଡିକ୍ସମାନେ ଦିନ ରାତି କରୋନା ରୋଗୀମାନଙ୍କର ସେବା କରିବାରେ ନିଜକୁ ନିୟୋଜିତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ପର୍ଯ୍ୟଟନ ଉପରେ ଫ୍ୟାକଲଟି ଡେଭେଲପମେଂଟ ପ୍ରୋଗ୍ରାମ

ଭୁବନେଶ୍ୱର: ସୋଆ ଡିମଡ୍ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଂଟ (ଏସଏଚଏମ) ଠାରେ ନିକଟରେ ୭ ଦିନ ଧରି ଏକ ଫ୍ୟାକଲ୍ଟି ଡେଭେଲପମେଂଟ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ଭାରତ ତଥା ଭାରତ ବାହାରୁ ୨୦ ଜଣ ବିଶେଷଜ୍ଞ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ମନ୍ତବ୍ୟ ରଖିଥିଲେ। ରିସର୍ଚ୍ଚ ମେଥଡୋଲଜି ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା ଗୁଡିକ ପର୍ଯ୍ୟବେସିତ ହୋଇଥିଲା।
ଏଥିରେ ଦେଶ ମଧ୍ୟରୁ ଓ ବିଦେଶରୁ ୬୫ ଟି ଅନୁଷ୍ଠାନର ୧୨୦ ଜଣ ଫ୍ୟାକଲ୍‌ଟି ଯୋଗ ଦେଇଥିଲେ।

ଯୋଗ ଦେଇଥିବା ଅନୁଷ୍ଠାନ ଗୁଡିକ ମଧ୍ୟରେ ବଙ୍ଗଳାଦେଶର ନ୍ୟାସନାଲ ୟୁନିଭର୍ସିଟି, କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ, ଆଇଆଇଟିଟିଏମ, ସିପେଟ, ଇଗନୋଉ, ଓଡ଼ିଶା ସରକାରଙ୍କ ଷ୍ଟେଟ କାଉନସିଲ ଫର ଟେକନିକାଲ ଏଜୁକେସନ ଆଣ୍ଡ ଭୋକେସନାଲ ଟ୍ରେନିଂ, ବିହାର ରୁରାଲ ଲାଇଭଲିହୁଡ ପ୍ରମୋସନ ସୋସାଇଟି ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲେ। ଏସଏଚଏମର ଆଡଭାଇଜର ତଥା ଡିନ ପ୍ରଫେସର ଶିତିକଣ୍ଠ ମିଶ୍ର ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଡାଇରେକ୍ଟର ଭାବେ ଯୋଗ ଦେଇଥିବା ବିଶେଷଜ୍ଞ ତଥା ଭାଗନେଇଥିବା ଅନୁଷ୍ଠାନ ଗୁଡିକୁ ଧନ୍ୟବାଦ ଦେଇଥିଲେ।

ବିଶେଷଜ୍ଞ ମାନଙ୍କ ମଧ୍ୟରେ ଆଇଆଇଏମ, ଇନ୍ଦୋରର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଆମ୍ପରସାଣ୍ଡ ଗ୍ରୁପର ଚିଫ ଏକାଡେମିକ ଅଫିସର, ପ୍ରଫେସର ତପନ କୁମାର ପଣ୍ଡା, ଗରଓ୍ୟାଲ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଏସ.ସି. ବାଗାରି, ସେଂଟ୍ରାଲ ୟୁନିଭର୍ସିଟି ଅଫ ଓଡ଼ିଶାର କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ, ଡିଆରଡିଓ ର ଭିଜିଲାନ୍ସ ଆଣ୍ଡ
ସିକ୍ୟୁରିଟି ନିର୍ଦ୍ଦେଶକ, ଡ. ଏମ.କେ. ହାଡା, ଦୁବାଇ ସ୍ଥିତ ଏମିରେଟସ ଏକାଡେମି ଅଫ ହସପିଟାଲିଟି ମ୍ୟାନେଜମେଂଟର ନିର୍ଦ୍ଦେଶକ ପ୍ରଫେସର ସଂଜୟ ନଦକାର୍ଣ୍ଣୀ, ବ୍ରିଟେନ ସ୍ଥିତ ୟୁନିଭର୍ସିଟି ଅଫ ବ୍ରାଇଟନର ପ୍ରଫେସର ସୁନିଲ ସହଦେବ, ଆଇଆଇଏମ, ଲକ୍ଷ୍ନୌର ପ୍ରଫେସର ସତ୍ୟଭୁଷଣ ଦାଶ ଅନ୍ତର୍ଭୁକ୍ତ ଥିଲେ।

ଏସଏଚଏମର ଆସୋସିଏଟ ପ୍ରଫେସର ଅଂଶୁମାନ ସାମଲ ଏହି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିବା ବେଳେ ଆସୋସିଏଟ ପ୍ରଫେସର ଡ. ସ୍ମିତା ଏସ. ମହାପାତ୍ର ଓ ଡ. ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ସ୍ତରରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୦ ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଭୁବନେଶ୍ୱର: ଡିଜିଟାଲ୍ ପ୍ରକ୍ରିୟାରେ କିଭଳି ଭାବରେ ଅପରାଧର ମୁକାବିଲା କରାଯାଇପାରିବ ସେହି ସମାଧାନର ସୂତ୍ର ବାହାର କରି ସ୍ମାର୍ଟ ଇଣ୍ଡିଆ ହାକାଥନ୍- ୨୦୨୦ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନର ଛାତ୍ରଛାତ୍ରୀ। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ୬ ଜଣିଆ ଛାତ୍ରଛାତ୍ରୀ ଦଳ ଏହି ପ୍ରତିଯୋଗିତାରେ ଜିତାପଟ ହାସଲ କରିଛନ୍ତି।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏବଂ ବିଶ୍ୱର ବୃହତ୍ ମୁକ୍ତ ଅଭିନବ ଚିନ୍ତାର ମଡେଲ୍‌ ଭାବେ ପରିଗଣିତ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୦ ଚଳିତବର୍ଷ କୋଭିଡ୍‌-୧୯ ମହାମାରୀ ଯୋଗୁଁ ଅନ୍‌ଲାଇନ୍‌ ପ୍ରକ୍ରିୟାରେ ଆୟୋଜନ କରାଯାଇଥିଲା। “ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ” (ବିପିଆର୍‌ଡି) ଦ୍ୱାରା ସମସ୍ୟାର ବିଷୟବସ୍ତୁ ପ୍ରଦାନ କରାଯାଇଥିବା ବେଳେ ସାମାଜିକ ସ୍ତରରେ ପୋଲିସ୍ ବ୍ୟବସ୍ଥା ଅର୍ଥାତ୍ ଡିଜିଟାଲ୍ ପୋଲିସିଂ ସମସ୍ୟାଗୁଡ଼ିକୁ କିଭଳି ସମାଧାନ କରାଯାଇପାରିବ ଏବଂ ପୋଲିସ୍ – ନାଗରିକ ସମ୍ପର୍କକୁ କିଭଳି ଉନ୍ନତ କରାଯାଇପାରିବ ତାହା ହିଁ ଏହି ସ୍ମାର୍ଟ ଇଣ୍ଡିଆ ହାକାଥନ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ସୋଆ ପକ୍ଷରୁ ଗତ ଫେବୃଆରୀ ମାସରେ ଦୀର୍ଘ ୨୪ ଘଂଟିଆ ଆଭ୍ୟନ୍ତରୀଣ ହାକାଥନ୍‌, ହାକରୱାର୍ ୨.୦ ଆୟୋଜନ କରାଯାଇଥିବା ବେଳେ ଏହି ଟିମ୍ ଏକ୍ସ ଲିଜିୟନ୍ କୋଡର୍ସ ଏଥିରେ ଭାଗ ନେଇ ସଫଳ ହୋଇଥିଲେ। ସଫଳ ହେବା ସହ ଜାତୀୟ ସ୍ତରର କାର୍ଯ୍ୟକ୍ରମ ସ୍ମାର୍ଟ ଇଣ୍ଡିଆ ହାକାଥନ- ୨୦୨୦ ପାଇଁ ମନୋନୀତ ହୋଇଥିଲେ। ଅଗଷ୍ଟ ୧ ରୁ ୩ ମଧ୍ୟରେ ଆୟୋଜିତ ୩ ଦିନିଆ ଗ୍ରାଣ୍ଡ ଫିନାଲେରେ ଭାଗ ନେଇ ଦଳ ମଧ୍ୟ ସଫଳତା ହାସଲ କରିଥିଲା।

କମ୍ପ୍ୟୁଟର୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସ୍‌ଇ) ଏବଂ କମ୍ପ୍ୟୁଟର୍ ସାଇନ୍ସ ଆଣ୍ଡ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି (ସିଏସ୍‌ଆଇଟି) ବିଭାଗର ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଏହି ୬ ଜଣିଆ ଟିମ୍ ପ୍ରତିଯୋଗିତାରେ ଜିତାପଟ ହାସଲ କରିବା ସହ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଲାଭ କରିଛନ୍ତି। ଏହି ବିଜୟୀ ଟିମ୍‌ରେ ଅଙ୍କିତା ଶତପଥୀ, ଅଭିନବ ରାୟ, ସୌରଭ ବେରା, ଏଲୋରା ମେହେନା, ପ୍ରିତମ୍ କର ଏବଂ ଜି. ମାଧବାନନ୍ଦ ପାତ୍ର ସାମିଲ ଥିଲେ।

ଏହି ପ୍ରୋଜେକ୍ଟକୁ ମିଳିତ ଭାବେ ଦୁଇଜଣ ଫ୍ୟାକଲ୍ଟି ମେମ୍ବର୍ ଡଃ ସତ୍ୟବ୍ରତ ମାଇତି ଏବଂ ଡଃ ଭାରତ ଜ୍ୟୋତି ରଞ୍ଜନ ସାହୁ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମରେ କମ୍ପ୍ୟୁଟର୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଉତ୍ସାହିତ କରିବା ସହ ସେମାନେ କିଭଳି ସଫଳତା ହାସଲ କରିବେ ସେ ନେଇ ପ୍ରୋତ୍ସାହିତ କରିଥିଲେ। ସୋଆ ପକ୍ଷରୁ ଆୟୋଜିତ ହାକର୍‌ୱାର୍ ୨.୦କୁ ପ୍ରଫେସର ଦେବାହୁତି ମିଶ୍ର ଏବଂ ସିଏସ୍‌ଇ ବିଭାଗର ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ।