Categories
ଆଜିର ଖବର ଜାତୀୟ ଖବର

ରାଜେନ୍ଦ୍ର ନଗର ଉପ ନିର୍ବାଚନ: ପ୍ରଚାର ମୈଦାନକୁ ଓହ୍ଲାଇବେ କେଜ୍ରିୱାଲ, ତିନି ଦିନ କରିବେ ରୋଡ୍ ସୋ

ନୂଆଦିଲ୍ଲୀ: ଦିଲ୍ଲୀର ରାଜେନ୍ଦ୍ର ନଗର ବିଧାନସଭା ଉପ-ନିର୍ବାଚନ ପାଇଁ ଆପ ପୂର୍ଣ୍ଣ ଶକ୍ତି ଲଗାଇଦେଇଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ଏକ ରୋଡ୍ ସୋ ଆୟୋଜନ କରିବେ ଏବଂ ଆପ ର ପ୍ରାର୍ଥୀ ଦୁର୍ଗେଶ ପାଠକଙ୍କ ପାଇଁ ପ୍ରଚାର କରିବେ। ଜୁନ୍ ୧୭, ୧୮ ଏବଂ ୧୯ ତାରିଖରେ ରାଜେନ୍ଦ୍ର ନଗର ବିଧାନସଭା ନିର୍ବାଚନମଣ୍ଡଳୀରେ AAP ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏକ ରୋଡ୍ ସୋ କରିବେ ଏବଂ ଦଳର ନେତା ଦୁର୍ଗେଶ ପାଠକଙ୍କ ପାଇଁ ଭୋଟ୍ ମାଗିବେ। ଏହି ଆସନରୁ AAP ଟିକେଟ୍ ଉପରେ ଉପ-ନିର୍ବାଚନ ପାଇଁ ଦୁର୍ଗେଶ ପାଠକ ପ୍ରାର୍ଥୀ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ରୋଡ୍ ସୋ ପାଇଁ AAP ସମସ୍ତ ପ୍ରସ୍ତୁତି କରିଛି ଏବଂ ଦଳର ବଡ ନେତାମାନେ ମଧ୍ୟ ଏହି ରୋଡ୍ ସୋରେ ଅଂଶଗ୍ରହଣ କରିବେ। ରାଜେନ୍ଦ୍ର ନଗର ଉପ-ନିର୍ବାଚନ ପାଇଁ ଜୁନ୍ ୨୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ ଏବଂ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ପାର୍ଟିର ପ୍ରଚାର ଅଭିଯାନ, ଜନସମ୍ପର୍କ ଏବଂ ସଭା ମାଧ୍ୟମରେ ଚାଲିଛି, ଏଥିପାଇଁ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ସାଂସଦ ସଞ୍ଜୟ ସିଂ, ରାଜ୍ୟ ସଂଯୋଜକ ଗୋପାଳ ରାୟ ଏଠାରେ ସଭା କରି ଦଳ ପାଇଁ ଭୋଟ୍ ମାଗୁଛନ୍ତି।

ବିଜେପି ରାଜେଶ ଭାଟିଆଙ୍କୁ AAP ର ପ୍ରାର୍ଥୀ ଦୁର୍ଗେଶ ପାଠକଙ୍କ ବିରୋଧରେ ଛିଡା କରିଥିବାବେଳେ କଂଗ୍ରେସ ପ୍ରେମ ଲତାଙ୍କୁ ପ୍ରାର୍ଥୀ କରିଛି। ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ, AAP ଏହି ଆସନ ଜିତିଥିଲା, AAP ର ରାଘବ ଚଢା ଏକ ବଡ଼ ବ୍ୟବଧାନରେ ଏହି ଆସନ ଜିତିଥିଲେ। କିନ୍ତୁ ସେ ରାଜ୍ୟସଭାକୁ ଯିବା ପରେ ଏହି ଆସନଟି ଖାଲି ପଡ଼ିଛି, ଏବେ ଦଳ କ୍ରମାଗତ ତୃତୀୟ ଥର ଏହି ଆସନ ଜିତିବା ସହିତ ନିଜର ଅଧିକାର ବଜାୟ ରଖିବାକୁ ଚାହୁଁଛି।

Categories
ଜାତୀୟ ଖବର ବିଶେଷ ଖବର

ଗୁଜୁରାଟ ଦଖଲ ପାଇଁ କେଜ୍ରିୱାଲାଙ୍କ ପ୍ରଚଣ୍ଡ ଅଭିଯାନ, ଆପ୍ ର ଶକ୍ତି ଦେଖି ବିଜେପି ଛାନିଆ

ନୂଆଦିଲ୍ଲୀ : ଗତକାଲି ଗୁଜୁରାଟର ଅହମଦାବାଦ୍ ରେ ଆମ୍ ଆଦମୀ ପାର୍ଟିର ‘ତ୍ରିରଙ୍ଗା ଯାତ୍ରା’ କୁ ନେଇ ଦେଶର ରାଜନୀତି ହୁଲୁସ୍ତୁଲ ହୋଇଯାଇଛି। କାରଣ ମୋଦୀସାହାଙ୍କ ଗଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା ଯେପରି ଶୋଭାଯାତ୍ରା କରିଛନ୍ତି ତାହା ଜାତୀୟ ରାଜନୀତିକୁ ଦୋହଲାଇ ଦେଇଛି। ଶନିବାର ଦିନ ଆପ୍ ଆବାହାକ ଅରବିନ୍ଦ କେଜ୍ରୱାଲା ନେତୃତ୍ବରେ ଆୟୋଜିକ ଏହି ଶୋଭାଯାତ୍ରାରେ ପଂଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗୱାନ୍ତ ମନ୍ ସାମିଲ ହୋଇଥିଲେ।

ଗୁଜୁରାଟର ହଜାର ହଜାର ଆପ ସମର୍ଥକ ଶୋଭାଯାତ୍ରାକୁ ଅରବିନ୍ଦ କେଜ୍ରିୱାଲ ସମ୍ବୋଧିତ କରିଥିଲେ। ସେଥିରେ ସେ , ଗୁଜୁରାଟବାସୀଙ୍କୁ ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଦଳକୁ ଗୋଟିଏ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ କ୍ଷମତାକୁ ଆସିବା ପରେ ରାଜ୍ୟରେ ଦୁର୍ନୀତିର ଚକ୍ରକୁ ଶେଷ କରିଦେବେ।
ସେ କହିଛନ୍ତି ଯେ, “ମୁଁ ରାଜନୀତି କିପରି କରିବି ଜାଣେ ନାହିଁ କିନ୍ତୁ ଦୁର୍ନୀତିକୁ କିପରି ଦୂର କରାଯିବ ମୁଁ ଜାଣେ। ଆମେ ଦିଲ୍ଲୀରେ ଦୁର୍ନୀତିକୁ ମୂଳ ଉତ୍ପାଟନ କରିଛୁ।

ଆଜି ଯଦି ଆପଣ ଦିଲ୍ଲୀର କୈଣସି କାର୍ଯ୍ୟାଳୟକୁ ଯାଆନ୍ତି ତେବେ ଆପଣଙ୍କୁ ଲାଞ୍ଚ ଦେବାକୁ ପଡିବ ନାହିଁ। ସେହିପରି ଭଗବନ୍ତ ମାନ୍ ତାଙ୍କ ଶାସନର ଦଶ ଦିନ ମଧ୍ୟରେ ପଞ୍ଜାବରେ ଦୁର୍ନୀତିର ମୁଳ ଉତ୍ପାଟନ କରିଥିଲେ। ଯଦି ଆପଣ ମୋତେ ବିଶ୍ୱାସ କରନ୍ତି ନାହିଁ, ତେବେ ପଞ୍ଜାବର ଆପଣଙ୍କର କୈଣସି ବନ୍ଧୁଙ୍କୁ ପଚାରନ୍ତୁ। ଆଜି ପଞ୍ଜାବରେ ଲାଇସେନ୍ସ କାର୍ଯ୍ୟାଳୟ, ତହସିଲଦାର ଅଫିସ୍, ୧୦ ମିନିଟ୍ ମଧ୍ୟରେ ସମସ୍ତ କାର୍ଯ୍ୟ ସରିବ।

” ଅହମ୍ମଦାବାଦର ତିରଙ୍ଗା ଯାତ୍ରା ସମୟରେ କେଜ୍ରିୱାଲ କହିଛନ୍ତି, ଗୁଜରାଟକୁ ଜିତିବା ପାଇଁ ସେ ଗୁଜରାଟକୁ ଆସିଛନ୍ତି। “ଆଜି ମୁଁ କୈଣସି ଦଳକୁ ସମାଲୋଚନା କରିବାକୁ ଆସିନାହିଁ, ମୁଁ ବିଜେପି କିମ୍ବା କଂଗ୍ରେସକୁ ପରାସ୍ତ କରିବାକୁ ଆସିନାହିଁ, ଗୁଜରାଟ ଏବଂ ଗୁଜରାଟୀକୁ ଜିତିବାକୁ ଆସିଛି। ଆପ୍ କୁ ଗୋଟିଏ ସୁଯୋଗ ଦିଅନ୍ତୁ, ଯଦି ଆପଣମାନେ ଆମର ପାଞ୍ଚ ବର୍ଷର କାର‌୍ୟ୍ୟକାଳ ଭିତରେ ଆମକୁ ପସନ୍ଦ କରିବେ ନାହିଁ, ତେବେ ଆମେ ଯେକୈଣସି ପ୍ରକାରେ ଏହି ଲୋକଙ୍କୁ ପୁଣି କ୍ଷମତାକୁ ଫେରାଇ ଦେବୁ। ଶୋଭାଯାତ୍ରା ପୂର୍ବରୁ କେଜ୍ରିୱାଲ ଏବଂ ମନ ଗୁଜୁରାଟର ସାବରମତି ଆଶ୍ରମ ପରିଦର୍ଶନ କରିଥିଲେ।

ଫେବୃଆରୀ ୨୦୨୧ରେ ଅନୁଷ୍ଠିତ ସୁରଟ ମ୍ୟୁନିସିପାଲିଟି କର୍ପୋରେସନ (ଏସଏମସି) ନିର୍ବାଚନରେ ବିଜେପି ୯୩ ଟି ଆସନ ଜିତିଥିବାବେଳେ ଆମ୍ ଆଦମୀ ପାର୍ଟି ୨୭ ଟି ସିଟ୍ ହାସଲ କରିଛି। ଏଥିରେ କଂଗ୍ରେସ ଗୋଟିଏ ମଧ୍ୟ ଆସନ ନେଇପାରି ନାହିଁ। ତେବେ ଆପ୍ ର ଏପରି ତ୍ରିରଙ୍ଗା ଶୋଭାଯାତ୍ରା ନେଇ ବିଜେପି ଶିବିରରେ ଛନକା ପଶିଯାଇଛି। କାରଣ ଚଳିତ ବର୍ଷ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଆପ୍ ର ଏପରି ଶକ୍ତି ପ୍ରଦର୍ଶନ ବିଜେପିକୁ ଚିନ୍ତାରେ ପକାଇଛି।

Categories
ଆଜିର ଖବର ଜାତୀୟ ଖବର

ଅଣ-ପଞ୍ଜାବୀ ଦଳ ଠାରୁ ରୁହନ୍ତୁ ସାବଧାନ: ‘ଆପ’କୁ ଠକ ଏବଂ ଡକାୟତ ପାର୍ଟି କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ମନସା: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏବଂ ଆପ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚାନ୍ନି ଶୁକ୍ରବାର ଦିନ ଆମ୍ ଆଦମୀ ପାର୍ଟି (AAP) କୁ “ଚୋର ଏବଂ ଡକାୟତ” ବୋଲି କହିଛନ୍ତି ଏବଂ କହିଛନ୍ତି ଯେ, ଜଣେ “ଅଣ ପଞ୍ଜାବୀ” ରାଜ୍ୟବାସୀଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛି। ଆମ୍ ଆଦମୀ ପାର୍ଟିକୁ ପରିହାସ କରି ଚାନ୍ନି ଏହାକୁ ଏକ “ସ୍ୱତନ୍ତ୍ର” ପାର୍ଟୀ ବୋଲି କହିଛନ୍ତି।

ମନସାଠାରେ ଏକ ସମାବେଶକୁ ସମ୍ବୋଧିତ କରି ବାଦଲଙ୍କୁ ରାଜ୍ୟରୁ ଲୁଣ୍ଠନ କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ରାଜ୍ୟରେ କୁଶାସନ କରିଥିବା ଚାନ୍ନି ଅଭିଯୋଗ କରିଛନ୍ତି।

୨୦୨୨ ବିଧାନସଭା ନିର୍ବାଚନରେ ​​ଜିତିବାକୁ ଚେଷ୍ଟା କରୁଥିବା ‘କଳା ବ୍ରିଟିଶ୍’ ର ଦଳ ବୋଲି ଆମ ଆଦ୍ମି ପାର୍ଟିକୁ ଚାନ୍ନି କହିଥିଲେ। ଚାନ୍ନିଙ୍କ ମନ୍ତବ୍ୟର ଜବାବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସେ କଳା ରଙ୍ଗର ହୋଇପାରନ୍ତି, କିନ୍ତୁ ତାଙ୍କର ଉଦ୍ଦେଶ୍ୟ ଯଥାର୍ଥ।

Categories
ଆଜିର ଖବର ଜାତୀୟ ଖବର

ୟୁପି ବିଧାନସଭା ନିର୍ବାଚନ ଲଢିବ ଆପ୍‌

ନୂଆଦିଲ୍ଲୀ: ଆସନ୍ତା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢିବ ଆମ୍‌ ଆଦମୀ ପାର୍ଟି । 2022 ମସିହାରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ଲଢିବା ନେଇ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ମଙ୍ଗଳବାର ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଉତ୍ତରପ୍ରଦେଶର କରୋନା ସଙ୍କଟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ପ୍ରଶ୍ନ ଉଠାଇଥିଲେ। ଯଦି ଦିଲ୍ଲୀରେ ସବୁ ପ୍ରକାରର ସୁବିଧାର ବ୍ୟବସ୍ଥା ହୋଇପାରିବ, ତେବେ ୟୁପିରେ ଏହା କାହିଁକି ହୋଇପାରିବ ନାହିଁ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।

ୟୁପି ଏପର୍ଯ୍ୟନ୍ତ ସଠିକ୍‌ ରାଜନୀତି ଦେଖିନାହିଁ, ଏବେ ଏହାକୁ ଏକ ନୂଆ ସୁଯୋଗ ମିଳିବା ଉଚିତ୍‌ ବୋଲି କହିଛନ୍ତି । ଆମ୍‌ ଆଦ୍‌ମୀ ପାର୍ଟି ଲଗାତାର ଭାବରେ ତୃତୀୟ ଥର ପାଇଁ ଦିଲ୍ଲୀରେ ସରକାର ଗଢିଛି । ଦିଲ୍ଲୀରେ କାମ କରିକି ଦେଖାଇଛୁ ବୋଲି କହିଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି । ଦିଲ୍ଲୀରେ ଲୋକଙ୍କୁ ମୁକ୍ତ ବିଜୁଳି ଓ ପାଣି ମିଳୁଛି । ମୋହଲ୍ଲା କ୍ଲିନିକ୍‌ର ସୁବିଧା ମିଳୁଛି । ଏହି ସବୁ ଗୋରଖପୁର, ଲକ୍ଷ୍ନୌ ଓ ୟୁପର ଅନ୍ୟ ସହରରେ କ’ଣ ପାଇଁ ମିଳିପାରିବ ନାହିଁ ବୋଲି କହିଛନ୍ତି କେଜ୍‌ରୀଓ୍ବାଲ ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଉ ଦେଢ ବର୍ଷ ବାକି ରହିଛି । ଏଥିପାଇଁ ସମେସ୍ତ ନିଜ ନିଜ ପ୍ରସ୍ତୁତି ଆରମ୍ଭକରିଛନ୍ତି । ନିକଟରେ ଆପ୍‌ ଗୋଆରେ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ନିଜ ଖାତା ଖୋଲିଛି ।

Categories
ଆଜିର ଖବର ଜାତୀୟ ଖବର

ଅତୀତ ଆମର ଥିଲା, ଆଜି ‘ଆପ୍‌’ର, ଭବିଷ୍ୟତ ଆମର ହେବ : ଅଳକା ଲାମ୍ବା

ନୂଆଦିଲ୍ଲୀ : ଦିଲ୍ଲୀରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଅରବିନ୍ଦ କେଜରୀଓ୍ବାଲ। ଏହି ଅବସରରେ ଅରବିନ୍ଦ କେଜରୀଓ୍ବାଲ ‘ହମ୍‌ ହୋଙ୍ଗେ କାମୟାବ୍‌ ଏକ ଦିନ୍‌’ର ଗୀତ ଗାଇଛନ୍ତି। ଏହି ଗୀତକୁ ନେଇ ଟାର୍ଗେଟ କରିଛନ୍ତି ଦିଲ୍ଲୀର କଂଗ୍ରେସ ନେତା ତଥା ଚାନ୍ଦିନୀ ଚୌକର ପୂର୍ବତନ ବିଧାୟିକା ଅଳକା ଲାମ୍ବା। ଅଳକା କହିଛନ୍ତି ଯେ ‘ଆଜି ‘ଆପ୍‌’ କା, କାଲି ଆମର  (କଂଗ୍ରେସ)ର ହେବ । କଂଗ୍ରେସ ଦଳରୁ ଆପ୍‌ରେ ଯୋଗଦେଇ ବିଧାୟିକା ହୋଇଥିବାବେଳେ ପୁନର୍ବାର କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଅଳକା। ଅଳକା ଟୁଇଟ୍‌ କରି କହିଛନ୍ତି ଯେ, ଅତୀତ ଆମର ଥିଲା, ଆଜି ଆପ୍‌ର ଅଛି ଭବିଷ୍ୟତ ଆମର ହେବ। ଅର୍ଥାତ୍‌ ଅତୀତରେ ଦିଲ୍ଲୀରେ କଂଗ୍ରେସ ଥିଲା, ଆଜି ଆପ୍‌ ଅଛି ଓ ଭବିଷ୍ୟତରେ ପୁଣି ଦିଲ୍ଲୀ କଂଗ୍ରେସର ହେବ। 70 ଆସନ ବିଶିଷ୍ଟ ବିଧାନସଭା ଆସନରେ ଆପ୍‌ 62ଟି ଆସନ ଜିତିଥିବାବେଳେ କଂଗ୍ରେସ ଶୂନ୍ୟରେ ରହିଛି। ଚଳିତ ଥର କଂଗ୍ରେସର ଭୋଟ୍‌ ସେୟାର ମଧ୍ୟ ପାଞ୍ଚ ପ୍ରତିଶତରୁ କମ୍‌ ରହିଛି। ଲୋକସଭା ନିର୍ବାଚନରେ ଦଳକୁ ପାଖାପାଖି 22 ପ୍ରତିଶତ ଭୋଟ୍‌ ମିଳିଥିଲା। ଦିଲ୍ଲୀ ନିର୍ବାଚନରେ କଂଗ୍ରେସରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାଜ୍ୟ ଅଧ୍ୟକ୍ଷ ସୁଭାଷ ଚୋପ୍ରା ଓ ପିସି ଚାକୋ ଇସ୍ତଫା ଦେବା ପରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦିଲ୍ଲୀ କଂଗ୍ରେସର ଭାର ଶକ୍ତି ସିଂହ ଗୋହିଲ୍‌ଙ୍କ ଉପରେ ନ୍ୟସ୍ତ କରିଛନ୍ତି। ସୂଚନାଯୋଗ୍ୟ, ଅଳକା ପୂର୍ବରୁ କଂଗ୍ରେସରେ ରହିଥିବାବେଳେ 2014ରେ ଆମ୍‌ ଆଦ୍‌ମୀ ପାର୍ଟିରେ ସାମିଲ୍‌ ହୋଇଥିଲେ। ଗତ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଅଳକା।

Categories
ଆଜିର ଖବର ଜାତୀୟ ଖବର

24 ଘଣ୍ଟା ମଧ୍ୟରେ ଆପ୍‌ରେ ଯୋଗ ଦେଇଛନ୍ତି 10 ଲକ୍ଷ ବ୍ୟକ୍ତି

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅଦ୍ଭୂତପୂର୍ବ ବିଜୟ ପରେ ଆପ୍‌କୁ ଆଉ ଏକ ସଫଳତା ମିଳିଛି । ନିର୍ବାଚନ ବିଜୟ ପରେ 24 ଘଣ୍ଟା ମଧ୍ୟରେ ଆପ୍‌ରେ ପ୍ରାୟ 10 ଲକ୍ଷ ଲୋକ ଯୋଗ ଦେଇଛନ୍ତି । ଆପ୍‌ରେ ଯୋଗ ଦେବା ପାଇଁ ଟ୍ବିଟ୍‌ କରାଯାଇ ଏକ ଫ୍ରି ନମ୍ବର ଜାରି କରାଯାଇଥିଲା । ଏହି ନମ୍ବରେ ସମଗ୍ର ଦେଶରୁ ପ୍ରାୟ 11 ଲକ୍ଷ ମିସ୍‌କଲ୍‌ ଆସି ସାରିଛି ବୋଲି ଆପ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ 70ରୁ 62ଟି ଆସନରେ ବିଜୟୀ ହୋଇଥିଲେ । ଆସନ୍ତା ଫେବୃୟାରୀ 16 ତାରିଖରେ ଅରବିନ୍ଦ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଫେବୃୟାରୀ 16 ତାରିଖରେ ରାମଲୀଲା ମୈଦାନରେ ଶପଥ ଗ୍ରହଣ କରିବେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ଦିଲ୍ଲୀର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆସନ୍ତା ଫେବୃୟାରୀ 16 ତାରିଖରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ପୂର୍ବ ଦୁଇଥର ଭଳି କେଜ୍ରିଓ୍ବାଲ ରମଲୀଲା ମୈଦାନରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ ଏକପାଖିଆ ଭାବରେ 62 ଆସନରେ ବିଜୟୀ ହୋଇଥିଲା । ଉପ ରାଜ୍ୟପାଳ ଅନୀଲ ବୈଜଲଙ୍କୁ ଭେଟିବା ସହିତ ଆଜି ବିଧାୟକ ଦଳର ସଦସ୍ୟଙ୍କୁ ଭେଟିବାକୁ ଯାଉଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆପ୍‌ ବିଧାୟକଙ୍କ ସହଯୋଗୀଙ୍କ ଉପରକୁ ଗୁଳିଚାଳନା

ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପୁଣି ଥରେ ହିଂସାକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମେହରୌଲୀର ଆପ୍‌ ବିଧାୟକ ନରେଶ ଯାଦବଙ୍କ ଜନୈକ ସହଯୋଗୀଙ୍କୁ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ କରାଯାଇଛି । ନିର୍ବାଚନୀ ବିଜୟ ପରେ ନରେଶ ଯାଦବ ଏକ ଶୋଭାଯାତ୍ରାରେ ଫେରୁଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା । ନରେଶ ଯାଦବଙ୍କ ଜଣେ ସହଯୋଗୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ନିହତ ଆପ୍‌ କର୍ମୀ ଜଣଙ୍କ ହେଉଛନ୍ତି ଅଶୋକ ମାନ୍‌ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସରକାର ଗଠନ ପାଇଁ କେଜ୍ରିଓ୍ବାଲଙ୍କୁ ନବୀନଙ୍କ ଶୁଭେଚ୍ଛା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବୃହତ ବିଜୟ ପାଇଁ କେଜ୍ରିଓ୍ବାଲଙ୍କୁ ଏବଂ ଆମ୍‌ ଆଦମୀ ପାର୍ଟି (ଆପ୍‌)କୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ କେଜ୍ରିଓ୍ବାଲଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି। ହ୍ୟାଟ୍ରିକ୍‌ ବିଜୟ ପାଇଁ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ବୋଲି ନବୀନ ଟ୍ବିଟ୍‌ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜନ୍ମଦିନରେ ପତ୍ନୀଙ୍କୁ ବିଜୟ ଉପହାର ଦେଲେ ଏହି ନେତା!

ନୂଆଦିଲ୍ଲୀ : ଅରବିନ୍ଦ କେଜ୍ରିଓ୍ବାଲଙ୍କ ରାଜନୈତିକ ଦଳ ଆମ୍‌ ଆଦ୍‌ମୀ ପାର୍ଟି ବହୁମତ ହାସଲ କରି ବିଜୟୀ ହେବାକୁ ଯାଉଥିବା ବେଳେ ଅରବିନ୍ଦ କେଜ୍ରିଓ୍ବାଲ ନିଜ ପତ୍ନୀଙ୍କୁ ଏକ ଉପହାର ଦେଇଛନ୍ତି । ପତ୍ନୀ ସୁନୀତା କେଜ୍ରିଓ୍ବାଲଙ୍କ ଜନ୍ମଦିନରେ ଆପ୍‌ ବିଜୟୀ ହେବା ସହିତ ନିଜେ କେଜ୍ରିଓ୍ବାଲ ମଧ୍ୟ ବିଜୟୀ ହୋଇ ଉପହାର ଦେଇଛନ୍ତି । ବିଜୟ ଖବର ସ୍ପଷ୍ଟ ହେବା ପରେ କେଜ୍ରିଓ୍ବାଲ ଦମ୍ପତ୍ତି ପରସ୍ପରକୁ କେକ୍‌ ଖୁଆଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମଙ୍ଗଳବାର ସୁନୀତା କେଜ୍ରିଓ୍ବାଲ 54 ବର୍ଷରେ ପଦାର୍ପଣ କରିଛନ୍ତି । ବିଭିନ୍ନ ଆପ୍‌ କର୍ମୀ ଏବଂ ଟ୍ବିଟ୍ଟର ବ୍ୟବହାରକାରୀ ଟ୍ବିଟ୍‌ କରି କେଜ୍ରିଓ୍ବାଲ ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ: ଏକ୍ସିଟ୍‌ ପୋଲ୍‌ରେ ଆପ୍‌କୁ ବହୁମତ

ନୂଆଦିଲ୍ଲୀ: ଦିଲ୍ଲୀର ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ସମାପ୍ତ ହୋଇଛି। ଭୋଟଗ୍ରହଣ ଶେଷ ହେବା ସହିତ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ସମୁଦାୟ ୧ କୋଟି ୪୭ ଲକ୍ଷ ୮୬ ହଜାର ୩ଶହ ୮୨ ଜଣ ଭୋଟର ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ୧୧ ଫେବୃୟାରୀରେ ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ତେବେ ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଚ୍ୟାନେଲ ପକ୍ଷରୁ ଭୋଟ ଗ୍ରହଣ ପରେ ଏକ୍ସିଟ୍‌ ପୋଲ୍‌ ରିପୋର୍ଟ ପ୍ରକାଶ ପାଇଛି। ବିଭିନ୍ନ ସର୍ବେକ୍ଷଣରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)କୁ ବହୁମତ ମିଳିଛି।

ଏବିପି ନ୍ୟୁଜ୍‌ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଆପ୍‌କୁ ୪୯ରୁ ୬୩ଟି ଆସନ ମିଳିବ। ବିଜେପିକୁ ୫-୧୯ଟି ଆସନ ଏବଂ କଂଗ୍ରେସକୁ ୦-୫ଟି ଆସନ ମିଳିବା ନେଇ ପୂର୍ବାନୂମାନ କରାଯାଇଛି। ଆଜତକ୍‌ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଆପ୍‌କୁ ୫୯ରୁ ୬୮ଟି ଆସନ, ବିଜେପିକୁ ୨ରୁ ୧୧ଟି  ଆସନ ଅନୁମାନ କରାଯାଇଥିବା ବେଳେ କଂଗ୍ରେସ ଖାତା ଖୋଲିପାରି ନାହିଁ। ଇଣ୍ଡିଆ ଟିଭି ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଆପ୍‌କୁ ୫୬ଟି, ବିଜେପିକୁ ୧୨ଟି ଆସନ ମିଳିବ ଏବଂ କଂଗ୍ରେସକୁ ୨ଟି ଆସନ ସର୍ବେକ୍ଷଣ କରିବ। ଇଣ୍ଡିଆ ନ୍ୟୁଜ୍‌ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଆପ୍‌କୁ ୫୩-୫୭ଟି ଆସନ ମିଳିବ। ବିଜେପିକୁ ୧୧-୧୭ଟି ଆସନ ଏବଂ କଂଗ୍ରେସକୁ ୦-୨ଟି ଆସନ ମିଳିବ। ସେହିପରି ନ୍ୟୁଜ୍‌ ନେସନ୍‌ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଆପ୍‌କୁ ୫୪ଟି, ବିଜେପିକୁ ୧୫ଟି ଏବଂ କଂଗ୍ରେସକୁ ମାତ୍ର ଗୋଟିଏ ଆସନ ମିଳିବ।

ଏହି ଏକ୍ସିଟ୍‌ ପୋଲ୍‌କୁ ନଜରରେ ରଖିଲେ ଆପାତତଃ ଅରବିନ୍ଦ କେଜ୍ରିଓ୍ବାଲ ହ୍ୟାଟ୍ରିକ୍‌ କରିବାକୁ ଯାଉଛନ୍ତି। ଆପ୍‌ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ବିଜେପିର ଭୋଟିଂ ପ୍ରତିଶତ ବଢିଛି। (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ : ଅପରାହ୍ନ 5ଟା ସୁଦ୍ଧା 58 ପ୍ରତିଶତ ମତଦାନ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ସମସ୍ତ 70 ଆସନଟି ପାଇଁ ଭୋଟ୍‌ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏହି ଭୋଟ୍‌ ଗ୍ରହଣ ପ୍ରକ୍ରିୟା ସକାଳ 8ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଚାଲିବ । ମିଳିଥିବା ସୂଚନା ଅନୁସାରେ ଅପରାହ୍ନ 5ଟା ସୁଦ୍ଧା 58 ପ୍ରତିଶତ ମତଦାନ ହୋଇଛି । ଦିଲ୍ଲୀର 70ଟି ଆସନ ପାଇଁ 672ଜଣ ପ୍ରାର୍ଥୀ ରହିଛନ୍ତି । ଏଥିରୁ 148 ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ରହିଛନ୍ତି । ଅଭିନେତ୍ରୀ ତାପସୀ ପନ୍ନୁ ନିଜ ପରିବାର ସହିତ ଭୋଟ ଦେଇଛନ୍ତି । ନିଜ ପରିବାର ସହିତ ଭୋଟ ଦେଇ ଫଟୋକୁ ଟୁଇଟ୍‌ରରେ ସେୟାର କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆପ୍‌କୁ ରାଜନୈତିକ ଏଡ୍ସ ବୋଲି କହିଲେ କୁମାର ବିଶ୍ବାସ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ଚାଲିଥିବା ସମୟରେ ଆପ୍‌କୁ ରାଜନୈତିକ ଏଡ୍ସ ବୋଲି କହିଛନ୍ତି ପୂର୍ବତନ ଆପ୍‌ ନେତା ତଥା କବି କୁମାର ବିଶ୍ବାସ । ଯେପରି ଏଡ୍ସର କୌଣସି ଚିକିତ୍ସା ନାହିଁ ସେମିତି ଆପ୍‌ ମଧ୍ୟ ଏଡ୍ସ ସହିତ ତୁଳନୀୟ ବୋଲି ବିଶ୍ବାସ ଏକ ଟ୍ବିଟ୍‌ କରିଛନ୍ତି । ଏହି ଟ୍ବିଟ୍‌ ସହିତ ଆପ୍‌ ବିରୋଧରେ ଏକ କବିତା ମଧ୍ୟ ଲେଖିଛନ୍ତି କୁମାର ବିଶ୍ବାସ । ପୂର୍ବ ପାଞ୍ଚ ବର୍ଷର ଭୁଲ୍‌କୁ ସୁଧାରିବାର ସୁଯୋଗ ଦିଲ୍ଲୀ ବାସୀଙ୍କ ନିକଟରେ ରହିଛି । ସମାଜ, ଗଣତନ୍ତ୍ର, ବନ୍ଧୁତା ଏବଂ ବିଶ୍ବାସକୁ ହତ୍ୟା କରିଛି ଆପ୍‌ । ଜନସାଧାରଣ ନିଜ ଭୁଲ୍‌କୁ ସୁଧାରିବା ଉଚିତ୍‌ ବୋଲି ହିନ୍ଦିରେ ଟ୍ବିଟ୍‌ କରିଛନ୍ତି ବିଶ୍ବାସ ।

Categories
ଆଜିର ଖବର ଜାତୀୟ ଖବର

ସରିଲା ପ୍ରଚାର : ଅପେକ୍ଷା ଏବେ ଫେବୃଆରୀ 11କୁ

ନୂଆଦିଲ୍ଲୀ : ଦିଲ୍ଲୀର 70 ବିଧାନସଭା ଆସନ ପାଇଁ ଆଜି ସନ୍ଧ୍ୟା 5ଟାରେ ପ୍ରଚାର ଶେଷ ହୋଇଛି ।  ଦିଲ୍ଲୀ ନିର୍ବାଚନ ପାଇଁ ଆମ୍‌ ଆଦ୍‌ମୀ ପାର୍ଟି ଓ ବିଜେପି ବହୁତ ପରିଶ୍ରମ କରିଛନ୍ତି। କଂଗ୍ରେସ ପ୍ରଚାରର ଅନ୍ତିମ ସମୟରେ ଜୋର୍‌ସୋର୍‌ରେ ପ୍ରଚାର ଅଭିଯାନ ଚଳାଇଥିଲା । ଏବେ ଅପେକ୍ଷା ଫେବୃଆରୀ 11କୁ ଅପେକ୍ଷା । ଦିଲ୍ଲୀବାସୀଙ୍କ ଦିଲ୍‌ରେ କିଏ ରହିବେ, ସେ ନେଇ ଆସିବ ଫଳାଫଳ ।

ଦିଲ୍ଲୀରେ ମୁଖ୍ୟତଃ ତ୍ରିମୁଖୀ ଲଢେଇ ହେଉଥିବାବେଳେ ବିଶେଷ କରି ଆପ୍‌ ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର ହେବ । ଆମ୍‌ଆଦ୍‌ମୀ ତରଫରୁ ପ୍ରଚାରର କମାଣ ରାଜ୍ୟ ମୁଖିଆ ତଥା ଦଳର ସଂଯୋଜକ ଅରବିନ୍ଦ କେଜରୀଓ୍ବାଲ ସମ୍ଭାଳିଥିବାବେଳେ ଅାପ୍‌ ତରଫରୁ ମନୀଷ୍‌ ସିସୋଦିଆ, ସଂଜୟ ସିଂହ, ସୌରଭ ଭରଦ୍ବାଜ, ସତ୍ୟେନ୍ଦ୍ର ଜୈନ୍‌ଙ୍କ ପରି ଆପ୍‌ର ବହୁ ଲୋକପ୍ରିୟ ନେତା ପ୍ରଚାର କରି ଭୋଟ୍‌ ମାଗିଛନ୍ତି । ଆପ୍‌ ନିର୍ବାଚନୀ ପ୍ରଚାର ସର୍ବପ୍ରଥମେ ଆରମ୍ଭ କରିଥିବାବେଳେ  ବିଜେପି ମଧ୍ୟ ଧୁଆଁଧାର୍‌ ପ୍ରଚାର କରିଛି । ବିଜେପି ଦିଲ୍ଲୀ ବିଧାନସଭା ପାଇଁ ଜବଦରସ୍ତ ପ୍ରଚାର କରିଛି । ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍‌ ଶାହା, ଦଳର ଅଧ୍ୟକ୍ଷ ଜେପି ନଡ୍ଡା, ଷ୍ଟାର ପ୍ରଚାରକ ଯୋଗୀ ଆଦିତ୍ୟନାଥ, ଶିବରାଜ ସିଂହ ଚୌହ୍ବାନ୍‌, ନୀତିଶ୍‌ କୁମାରଙ୍କ ପରି କେତେ ବଡ ବଡ଼ ନେତା ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ତେବେ ବିଜେପିର ନେତାମାନଙ୍କର ତୁଣ୍ଡରେ ବାଡ ବତା ରହୁନଥିବାର ପରିଲକ୍ଷିତ ହୋଇଥିଲା । ଚଳିତ ବିଧାନସଭା ନିର୍ବାଚନରେ ବିଜେପି ନେତାମାନେ ବହୁ ବିବାଦୀୟ ବୟାନ ଦେଇଛନ୍ତି । ବିଜେପି ପୂର୍ବାଞ୍ଚଳ ଭୋଟ୍‌ ହାତେଇବା ପାଇଁ ନିର୍ବାଚନୀ ପ୍ରଚାରରେ ଭୋଜପୁରୀ ସିନେମାର କିଛି ଚର୍ଚ୍ଚିତ ଚେହେରାଙ୍କୁ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଥିଲା । ସେହିପରି କଂଗ୍ରେସ ନିର୍ବାଚନୀ ପ୍ରଚାର ପୂରା ଧୀରେସ୍ତିରେ ଆରମ୍ଭ କରିଥିଲା । କିନ୍ତୁ ପ୍ରଚାରର ଶେଷ ଦିନଗୁଡ଼ିକରେ ବହୁ ବଡ ବଡ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଥିଲା । ରାହୁଲ୍‌ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପ୍ରଚାରର ଶେଷଭାଗକୁ ଓହ୍ଲାଇ ଆପ୍‌ ଓ ବିଜେପିକୁ ଟାର୍ଗେଟ୍‌ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଶାହିନବାଗ ଗୁଳିକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ଶାହିନବାଗ ଗୁଳିକାଣ୍ଡକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗୁଳିକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହିତ ଆପ୍‌ର କୌଣସି ସମ୍ପର୍କ ନାହିଁ ବୋଲି କେଜ୍ରିଓ୍ବାଲ ପ୍ରକାଶ କରିଛନ୍ତି । ଦିଲ୍ଲୀ ପୋଲିସ୍‌ ବିଜେପିର ଏଜେଣ୍ଟ ଭାବରେ କାର୍ଯ୍ୟ କରୁଛି ଏବଂ ବିଜେପିକୁ ରାଜନୈତିକ ଫାଇଦା ପାଇଁ ଏପରି ଘୋଷଣା କରିଛି ବୋଲି କେଜ୍ରିଓ୍ବାଲ ପ୍ରକାଶ କରିଛନ୍ତି । ଯଦି କପିଲ୍‌ଙ୍କ ସହିତ ଆପ୍‌ର କୌଣସି ସମ୍ପର୍କ ଥାଏ ତେବେ ନିଶ୍ଚିତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍‌ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଆପ୍‌ ସହିତ ଯୁବକଙ୍କ ସମ୍ପର୍କକୁ ଯୁବକଙ୍କ ପରିବାର ପକ୍ଷରୁ ମଧ୍ୟ ଅସ୍ବୀକାର କରାଯାଇଛି । 2012 ପର୍ଯ୍ୟନ୍ତ ସେ ବିଏସ୍‌ପି ସହିତ ଥିଲେ ଏବଂ 2012 ପରଠାରୁ ରାଜନୀତି ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କପିଲଙ୍କ ପିତା କହିଛନ୍ତି । କ୍ରାଇମବ୍ରାଞ୍ଚ ଡିସିପି ରାଜେଶ ଦେଓ ଏହି ସୂଚନା ପ୍ରଦାନ କରିଥିବାରୁ ବିଜେପି ପ୍ରରୋଚନା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରାଯାଇଥିବା ଆପ୍‌ ପକ୍ଷରୁ ଅଭିଯୋଗ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କେଜ୍ରୀୱାଲ ହେଉଛନ୍ତି ଜଣେ ଛଳନାକାରୀ : ଗମ୍ଭୀର

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜଣେ ଛଳନାକାର ବୋଲି କହିଛନ୍ତି ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ମଙ୍ଗଳବାର ଦିନ ଗମ୍ଭୀର ଏହି ମନ୍ତବ୍ୟ ଦେଇଛନ୍ତି । ଶାହିନ୍‌ବାଗ ଗୁଳିକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଆପ୍‌ର ସଦସ୍ୟ ବୋଲି ଦିଲ୍ଲୀ ପୋଲିସ୍‌ ପକ୍ଷରୁ ସୂଚନା ମିଳିବା ପରେ ଗମ୍ଭୀର ଏହି ମନ୍ତବ୍ୟ ଦେଇଛନ୍ତି । ଗମ୍ଭୀର ଟ୍ବିଟ୍‌ କରି ଏହି ମତ ଦେଇଛନ୍ତି । କେଜ୍ରିଓ୍ବାଲ ଜଣେ ଚମତ୍କାର ମୁଖ୍ୟମନ୍ତ୍ରୀ । ପ୍ରଥମେ ଆନ୍ନା ହଜାରେଙ୍କୁ ମିଛ କହିଲେ, ପରେ ନିଜର ବନ୍ଧୁ ମାନଙ୍କୁ ମିଛ କହିଲେ, ସମସ୍ତ ସରକାରଙ୍କୁ ମିଛ ଏବଂ ଶେଷରେ ଦିଲ୍ଲୀ ବାସୀଙ୍କୁ ମିଛ କହିଲେ । ତେଣୁ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ କି ମୁଖ୍ୟ ଛଳନାକାରୀ ତାହା ଦିଲ୍ଲୀ ବାସୀ ନିର୍ଦ୍ଧାରଣ କରିବେ ।(ଏଜେନ୍ସି)

Categories
ବିଶେଷ ଖବର

ଗଣମାଧ୍ୟମର ବିଚିତ୍ର ଗଣିତ, ଦିଲ୍ଲୀ ନିର୍ବାଚନର ଏ ପ୍ରକାର ଭବିଷ୍ୟବାଣୀକୁ କିଏ ବା କାହିଁକି ବିଶ୍ଵାସ କରିବ??

କେଦାର ମିଶ୍ର

ଦିଲ୍ଲୀ ନିର୍ବାଚନକୁ ଆଉ ମାତ୍ର ଚାରି ଦିନ ବାକି। ଦୁଇ ଦିନ ପରେ ନିର୍ବାଚନ ପ୍ରଚାର ସରିବ। ସେମିତି ଏକ ସମୟରେ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା “ଟାଇମ୍ସ ଅଫ ଇଣ୍ଡିଆ” ଏକ ଜନମତ ସର୍ବେକ୍ଷଣ ପ୍ରକାଶ କରିଛି। ଏହି ସର୍ବେକ୍ଷଣ ଅନୁଯାୟୀ ଦିଲ୍ଲୀରେ ସର୍ବ ମୋଟ ୭୦ ବିଧାନସଭା ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ୫୪ ରୁ ୬୦ ଆସନ ପାଇବ ବୋଲି ଭବିଷ୍ୟବାଣୀ କରାଯାଇଛି। ମୋଟାମୋଟି ପ୍ରାୟ ସବୁ ଗଣମାଧ୍ୟମର ନିର୍ବାଚନ ପ୍ରାକ ଆକଳନ ଅନୁଯାୟୀ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ପ୍ରଦର୍ଶନ ବହୁତ ଭଲ ରହିବ।  ଦିଲ୍ଲୀ ରାଜନୀତି ବିଷୟରେ ଜାଣିବା ଶୁଣିବା ଲୋକଙ୍କର କହିବା କଥା ହେଉଛି, ଦିଲ୍ଲୀରେ କେଜ୍ରିୱାଲ ହାୱା ପ୍ରବଳ ବେଗରେ ପ୍ରବାହିତ ହେଉଛି, ତେଣୁ ଆମ ଆଦମୀ ପାର୍ଟିର ବିଜୟ ସେଠାରେ ସ୍ଵାଭାବିକ।

ଆମେ ଦିଲ୍ଲୀ ନିର୍ବାଚନର ଫଳାଫଳ ବିଷୟରେ କିଛି କହିବାକୁ ଚାହୁଁନୁ। କାରଣ ସେ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭବ ବା ସୂଚନା ଆମ ପାଖରେ ନାହିଁ। କୌଣସି ଗଣମାଧ୍ୟମ ସଂସ୍ଥାର ଜନମତ ସର୍ବେକ୍ଷଣକୁ ନେଇ ଆମର ଘୋର ସନ୍ଦେହ ସବୁବେଳେ ରହି ଆସିଛି। ଆଜି ମଧ୍ୟ ସେ ସନ୍ଦେହ ଅଛି ଓ ଆଗକୁ ମଧ୍ୟ ରହିବ। “ଟାଇମ୍ସ ଅଫ ଇଣ୍ଡିଆ”ର ପୂର୍ବାନୁମାନ ସହିତ ଏହି ସଂସ୍ଥାର ଉଦ୍ଦେଶ୍ୟକୁ ନେଇ ଆମେ କିଛି ପ୍ରଶ୍ନ ପଚାରିବାକୁ ବାଧ୍ୟ। ଆମ ଆଦମି ପାର୍ଟି ଓ ବିଜେପି ମଧ୍ୟରେ ଦିଲ୍ଲୀ ବିଧାନସଭାକୁ ନେଇ ଚାଲିଥିବା ମୁକାବିଲାରେ ଆପର ବିଜୟ ସମ୍ଭାବନା ହୁଏତ  ସତ ହୋଇପାରେ। ତେବେ ସତ ମିଛର ଏ ଖେଳରେ ଯେଉଁ ଉଦ୍ଦେଶ୍ୟ ପ୍ରଣୋଦିତ ଧୂର୍ତ୍ତାମୀ ଏହି ସର୍ବେକ୍ଷଣରେ ରହିଛି, ସେକଥା ଆଲୋଚନା ହେବା ଜରୁରୀ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ଓ ବିଜେପିର ବିଜୟ ସମ୍ଭାବନା ଭିତରେ ଗୋଟେ ବଡ ବ୍ୟବଧାନ ରହିଛି। ନିର୍ବାଚନୀ ସମୀକରଣ ଅନୁସାରେ ଦୁଇ ଦଳ ଭିତରେ ସମ୍ଭାବ୍ୟ ଭୋଟର ବ୍ୟବଧାନ ହେଉଛି ୧୮%। ଆପକୁ ୫୨% ଭୋଟ ମିଳିବାର ସମ୍ଭାବନା ଥିବା ବେଳେ ବିଜେପିକୁ ମିଳିପାରେ ମାତ୍ର ୩୪% ଭୋଟ। ଏ ପ୍ରକାର ବ୍ୟବଧାନ ଯଦି ସତରେ ରହେ ତାହେଲେ, ୫୪-୬୦ ନୁହଁ, ବରଂ ୬୭-୭୦ ଆସନର ସମ୍ଭାବନା ରହିବ। ପୁଣି ଥରେ କହି ରଖୁଛୁ, ଏ ପ୍ରକାର ଆକଳନ ବା ଭବିଷ୍ୟବାଣୀ କଦାପି ବିଶ୍ୱାସଯୋଗ୍ୟ ନୁହେଁ। ହରିୟାନା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ଉଭୟ ଜନମତ ସର୍ବେକ୍ଷଣ ଓ ଏଗଜିଟ ପୋଲ ବିଫଳ ପ୍ରମାଣିତ ହୋଇଥିଲେ।

ଏ କ୍ଷେତ୍ରରେ ଦିଲ୍ଲୀ ବିଧାନସଭା ପାଇଁ ଆକଳନ କେବଳ ଉପଲକ୍ଷ୍ୟ ନୁହେଁ। ଯଦି ଦିଲ୍ଲୀରେ ବିଜେପି ହାରେ ତାହେଲେ, ସେଥିରୁ ମୁକୁଳିବାର ବାଟ ଏହି ସର୍ବେକ୍ଷଣ ତିଆରି କରିଛି। କେଜ୍ରିୱାଲ ଓ ଆମ ଆଦମି ପାର୍ଟି ର ଲୋକପ୍ରିୟତା କଥା କହିବାକୁ ଯାଇ, ସମାନ୍ତରାଳରେ ଏହି ସର୍ବେକ୍ଷଣ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କଥା ମଧ୍ୟ ଟାଣି ଓଟାରି ଆଲୋଚନା କରାଯାଇଛି। ଦିଲ୍ଲୀ ନିର୍ବାଚନରେ ମୋଦୀ ତ ପ୍ରାର୍ଥୀ ନୁହନ୍ତି, ସେ କେବଳ ପ୍ରଚାରକ। ଯଦି ତାଙ୍କର ଲୋକପ୍ରିୟତା ବଜାୟ ରହିଛି, ତାହେଲ ବିଜେପି ଦିଲ୍ଲୀରେ ହାରିବ କାହିଁକି? ଦିଲ୍ଲୀ ହାରିଲେ ମଧ୍ୟ ମୋଦୀ ମେଜିକ ବଜାୟ ଅଛି ବୋଲି କହିବାର ଏକ ଭିତିରି ଉଦ୍ଦେଶ୍ୟ ଏହି ସର୍ବେକ୍ଷଣ ରେ ରହିଛି।ସାଧାରଣ ନିର୍ବାଚନ ପରବର୍ତ୍ତୀ  ଗତ ଚାରୋଟି ଯାକ ବିଧାନସଭା ନିର୍ବାଚନରେ ବିଜେପିର ବିଫଳତାକୁ ମୋଦୀଙ୍କ ସଫଳତା ବୋଲି କହିବାର ଏହା ଏକ ଉଦ୍ଭଟ ଉଦ୍ୟମ ନୁହେଁ କି?

ଦିଲ୍ଲୀରେ ବିଜେପି ନେତାମାନେ କହୁଛନ୍ତି, ସେମାନେ ଶାହୀନ ବିରୋଧରେ ନିର୍ବାଚନ ଲଢୁଛନ୍ତି। ତାଙ୍କ ପାଇଁ ମୁଖ୍ୟ ଶତ୍ରୁ କେଜ୍ରିୱାଲ ନୁହନ୍ତି, ବରଂ ସେମାନେ ଶାହିନ ବାଗରେ ପ୍ରତିବାଦ କରୁଥିବା ସାଧାରଣ ଜନତାଙ୍କ ବିରୋଧରେ ଲଢୁଛନ୍ତି ବୋଲି କହୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହ ଦିଲ୍ଲୀରେ ବୁଲି ବୁଲି ଶାହିନ ବାଗ ପ୍ରସଙ୍ଗରେ ଭୋଟ ମାଗୁଛନ୍ତି। ତେଣୁ ଦିଲ୍ଲୀରେ ଯଦି ବିଜେପି ହାରେ ତାହା ହେଲେ ସେଥିରେ ଶାହିନ ବାଗର ବିଜୟ ହେବା ସୁନିଶ୍ଚିତ।

“ଟାଇମ୍ସ ଅଫ ଇଣ୍ଡିଆ” ଦିଲ୍ଲୀ ବିଜୟ ପାଇଁ କେଜ୍ରିୱାଲଙ୍କୁ ନାୟକ କରି ଦେଖାଇବାକୁ ଚାହୁଁଥିବା ବେଳେ ଶାହିନ ବାଗକୁ ଖଳ ନାୟକ କରି ରଖିବାର ଚତୁର ଷଡଯନ୍ତ୍ର ତିଆରି କରିଛି। ୫୪% ଲୋକ ଆପକୁ ଭୋଟ ଦେବେ, ହେଲେ ଆଜି ଯଦି ଲୋକସଭା ନିର୍ବାଚନ ହୁଏ ତାହେଲେ ବିଜେପି ୪୬% ଓ ଆପ ୩୮% ଭୋଟ ପାଇବେ ବୋଲି କୁହାଯାଇଛି। ସମାନ୍ତରାଳ ନିର୍ବାଚନରେ କେବେ ବି ଏତେ ବଡ ବ୍ୟବଧାନ ହୁଏନି, ଏକଥା ବୋଧେ ସର୍ବେକ୍ଷଣ ସଂସ୍ଥା ଜାଣନ୍ତି ନାହିଁ।

ବିଜେପି ଯେମିତି ଟାଣି ଓଟାରି ଶାହିନ ବାଗକୁ ନିଜ ନିର୍ବାଚନୀ ପ୍ରସଙ୍ଗ କରିଛି ଏହି ସର୍ବେକ୍ଷଣ ମଧ୍ୟ ଜାଣି ଶୁଣି ଶାହିନ ବାଗକୁ ନିଜର ଭୋଟ ଭିତରକୁ ଟାଣିଛି। ୫୨% ଲୋକ କୁଆଡେ ଶାହିନ ବାଗକୁ ବିରୋଧ କରୁଛନ୍ତି, ହେଲେ ୫୪% ଲୋକ ବିଜେପି ବିରୋଧରେ ଭୋଟ ଦେଉଛନ୍ତି।

ଛଳନା ଓ ଷଡଯନ୍ତ୍ରର ବି ଗୋଟେ ସୀମା ଥାଏ, ଏକଥା ଗଣମାଧ୍ୟମ ଯଦି ନ ବୁଝେ ତାହେଲେ, ଲୋକେ ଆମକୁ ବିଶ୍ଵାସ କରିବା ଦୂରେ ଥାଉ, ଆମକୁ ଦେଖିଲେ, ଥୁ ଥୁ କରିବା ଆରମ୍ଭ କରିବେ!!

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ମୋଦିଙ୍କ ନିର୍ବାଚନୀ ରାଲି : ବାଟଲା ହାଉସ୍‌ ଏନକାଉଣ୍ଟର ନେଇ ବିରୋଧୀଙ୍କୁ ସମାଲୋଚନା

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଚାରି ଦିନ ପୂର୍ବରୁ ଏକ ନିର୍ବାଚନୀ ସଭାକୁ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରାଲିରେ ମୋଦି ବାଟ୍‌ଲା ହାଉସ୍‌ ଏନ୍‌କାଉଣ୍ଟର ନେଇ ବିରୋଧୀ ଆପ୍‌ ଏବଂ କଂଗ୍ରେସକୁ ସମାଲୋଚନା କରିଥିଲେ । ଭାରତ ମାତା କି ଜୟ ସ୍ଲୋଗାନ୍‌ରୁ ମୋଦି ନିଜର ଭାଷଣ ଆରମ୍ଭ କରିଥିଲେ । ଦିଲ୍ଲୀର ନିର୍ବାଚନୀ ହାଓ୍ବା ବର୍ତ୍ତମାନ ବିଜେପି ସପକ୍ଷରେ ବହୁଛି ଫେବୃୟାରୀ 8 ତାରିଖରେ ଦିଲ୍ଲୀବାସୀ ଏକତ୍ର ହୋଇ ଏକ ସରକାର ଗଠନ କରିବେ । ଦିଲ୍ଲୀ ବାସୀଙ୍କୁ ଏପରି ଏକ ସରକାର ଆବଶ୍ୟକ ଯିଏକି ଅଭିଯୋଗ କରିବା ପରିବର୍ତ୍ତେ ଦିଲ୍ଲୀକକୁ ବିକାଶ ଦିଗରେ ଆଗେଇ ନେବ । ସେହିପରି ଆପ୍‌କୁ ଆକ୍ରମଣ କରିବାକୁ ଯାଇ ମୋଦି କହିଥିଲେ, ଗରିବଙ୍କ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନାକୁ ଦିଲ୍ଲୀରେ ଆପ୍‌ ସରକାର ଲାଗୁ କରାଉ ନାହାନ୍ତି ଯାହାକି ଗ୍ରହଣଯୋଗ୍ୟ ନୁହେଁ ।

ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁଥିବା ବ୍ୟକ୍ତି ଏବଂ ବାଟ୍‌ଲା ହାଉସ୍‌ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ପାଇଁ ଲୁହ ଝରାଉଥିବା ବ୍ୟକ୍ତି ଦିଲ୍ଲୀର ନେତୃତ୍ବ ନେବା ପାଇଁ ଉପଯୁକ୍ତ ନୁହନ୍ତି । ଏପରି ଦୃଷ୍ଟିଭଙ୍ଗୀ ରଖୁଥିବା ବ୍ୟକ୍ତିଙ୍କ ନେତୃତ୍ବରେ ଦିଲ୍ଲୀ ଆଗକୁ ବଢିପାରିବ ନାହିଁ ବୋଲି କହି କେଜ୍ରିଓ୍ବାଲଙ୍କୁ ଆକ୍ରମଣ କରିଥିଲେ । ସେହିପରି ସିଏଏକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଭ୍ରମିତ କରାଯାଉଛି ବୋଲି ମୋଦି କହିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ବିଜେପିକୁ ଝଟ୍‌କା : ଆପ୍‌ରେ ସାମିଲ୍‌ ହେଲେ ହରଶରଣ ସିଂହ ବଲ୍ଲୀ

ସମୀକ୍ଷା ବ୍ୟୁରୋ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟ୍‌କା ଲାଗିଛି। ହରିନଗର ଆସନରୁ ଚାରି ଥର ବିଧାୟକ ରହିଥିବା ବିଜେପିର ହରିଶରଣ ସିଂ ବଲ୍ଲୀ ଆଜି ଆମ୍‌ ଆଦ୍‌ମୀ ଦଳରେ ସାମିଲ୍‌ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ଉପସ୍ଥିତିରେ ହରିଶରଣ ଆପ୍‌ରେ ଯୋଗଦେଇଛନ୍ତି। କେଜରୀଓ୍ବାଲ୍‌ ଟୁଇଟ୍‌ କରି ହରିଶରଣ ସିଂହଙ୍କ ସ୍ବାଗତ କରିଛନ୍ତି। ହରିଶରଣ ଆପ୍‌ରେ ଯୋଗଦେବା ପରେ ବିଜେପିର ପ୍ରାର୍ଥୀ ତେଜେନ୍ଦ୍ରପାଲ୍‌ ବଗାଙ୍କ ମୁସ୍କିଲ୍‌ ବଢିଯିବ। ଏହି ଆସନରୁ ଆପ ତରଫରୁ ରାଜକୁମାରୀ ଢିଲୋଁ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ କଂଗ୍ରେସ ତରଫରୁ ସୁରେନ୍ଦର୍‌ ସେଠୀ ରହିଛନ୍ତି। ଆସନ୍ତା ଫେବୃଆରୀ 8 ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ଅନୁଷ୍ଠିତ ହେବ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିଜେପିର ଜାତି ଓ ଧର୍ମର ରାଜନୀତି ଦିଲ୍ଲୀରେ ବିଫଳ ହେବ : କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ଦିଲ୍ଲୀରେ ବିଜେପିର ଜାତି ଓ ଧର୍ମର ରାଜନୀତି ବିଫଳ ହେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମତ ଦେଇଛନ୍ତି । ବିଜେପି ପକ୍ଷରୁ ସର୍ବଦା ଜାତିବାଦ ରାଜନୀତି କରାଯାଇଥାଏ ମାତ୍ର ଦିଲ୍ଲୀରେ ଜାତି ଓ ଧର୍ମ ଆଧାରରେ ଭୋଟ ହାସଲ ଅସମ୍ଭବ ବୋଲି କେଜ୍ରିଓ୍ବାଲ ମତ ଦେଇଛନ୍ତି । ମହାରାଷ୍ଟ୍ରରେ ମରାଠା-ଅଣ ମରାଠା ରାଜନୀତି କରି ବିଜେପି ଭୋଟ ହାସଲ ସମ୍ଭବ ମାତ୍ର ଦିଲ୍ଲୀରେ ଜାଟ-ଅଣଜାଟ ରାଜନୀତିରେ ଭୋଟ ହାସଲ ଅସମ୍ଭବ । ଦିଲ୍ଲୀରେ ଜନସାଧାରଣ ବିକାଶକୁ ପ୍ରାଧାନ୍ୟ ଦେଇଥାନ୍ତି । ଆପ୍‌ ସରକାର ବିକାଶ ଆଧାରରେ ନିର୍ବାଚନ ଲଢୁଥିବା କାରଣରୁ ନିଶ୍ଚିତ ଭାବରେ ସଫଳ ହେବ ବୋଲି ଜନକପୁରୀରେ ରୋଡ ଶୋ ସମୟରେ କେଜ୍ରିଓ୍ବାଲ ମତ ଦେଇଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ନିର୍ଭୟା ଫାଶୀ ମାମଲା : ରାଜନୀତି କରୁଥିବାରୁ ଆପ୍‌ ଓ ବିଜେପିକୁ ଆଶାଦେବୀଙ୍କ ସମାଲୋଚନା

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାର ରାଜନୀତିକରଣ କରାଯାଉଥିବାରୁ ଆଶାଦେବୀ ବିଜେପି ଏବଂ ଆପ୍‌କୁ ସମାଲୋଚନା କରିଛନ୍ତି । ଯେଉଁମାନେ, 2012 ମସିହାରେ ନିର୍ଭୟାକୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ ସେମାନେ ଆଜି ରାଜନୀତି କରୁଛନ୍ତି ବୋଲି କହି ଆଶାଦେବୀ ଉଭୟ ଆପ୍‌ ଏବଂ ବିଜେପିକୁ ସମାଲୋଚନା କରିଛନ୍ତି । ଉଭୟ ବିଜେପି ଏବଂ ଆପ୍‌ ଫାଶୀ ମାମଲାକୁ ନେଇ ପରସ୍ପର ପ୍ରତି କାଦୁଅ ଫିଙ୍ଗା ରାଜନୀତି କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ସରକାରଙ୍କ ଅସହଯୋଗ କାରଣରୁ ଫାଶୀ ଦେବାରେ ବିଳମ୍ବ ହେଉଥିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରକାଶ କରିଥିବା ବେଳେ ମନୀଷ ସିସୋଦିଆ ଏହାକୁ ଖଣ୍ଡନ କରିଛନ୍ତି । ଉଭୟ ପୋଲିସ୍‌ ଏବଂ ନ୍ୟାୟ ବିଭାଗ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରକାଶ କରିଛନ୍ତି । ଏପରି ସମ୍ବେଦନଶୀଳ ମାମଲାରରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ବେପରୁଆ ବୟାନ ଗ୍ରହଣୀୟ ନୁହେଁ ବୋଲି ସିସୋଦିଆ ଏବଂ ସଞ୍ଜୟ ସିଂ ପ୍ରକାଶ କରିଛନ୍ତି । (ଏଜେନ୍ସୀ)