Categories
ଆଜିର ଖବର ଜାତୀୟ ଖବର

ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ କନଷ୍ଟେବଳ ଏବଂ ଓକିଲ ଗିରଫ

ନୂଆଦିଲ୍ଲୀ: ଜଣେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଛାଡିବା ବଦଳରେ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦିଲ୍ଲୀ ପୋଲିସ କନଷ୍ଟେବଳ ତଥା ଜଣେ ଓକିଲଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ହାଭିଲଦାରଙ୍କ ନାମ ସତ୍ୟ ନାରାୟଣ ଏବଂ ଓକିଲଙ୍କ ନାମ ସୋନି। ସେମାନେ ଜଣେ ବ୍ୟକ୍ତିଙ୍କଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।

ସିବିଆଇରେ ଅଭିଯୋଗ କରିଥିବା ବ୍ୟକ୍ତି ପ୍ରକୃତରେ ଅଳଙ୍କାର ଚୋରି ମାମଲାରେ ଅଭିଯୁକ୍ତ ଥିଲେ ଏବଂ ତାଙ୍କ ବିରୋଧରେ ମାମଲା ପଞ୍ଜୀକୃତ ହୋଇଥିଲା। ପ୍ରସାଦ ନଗର ପୋଲିସ ଷ୍ଟେସନରେ ଡେପୁଟି କମିଶନର ପୋଲିସ (ଡିସିପି) ସଞ୍ଜୟ ଭାଟିଆ ଏହି ଘଟଣା ବିଷୟରେ ଅବଗତ କରାଇଛନ୍ତି। ଡିସିପିଙ୍କ ଅନୁଯାୟୀ, ଜାନୁଆରୀ ୨୨ତାରିଖରେ ପ୍ରସାଦ ନଗର ପୋଲିସ ଷ୍ଟେସନରେ ଏକ ଚୋରି ମାମଲା (କେସ ନଂ-୨୧) ରେଜିଷ୍ଟ୍ରେସନ୍ ହୋଇଥିଲା। ସୁନା ଅଳଙ୍କାର ଚୋରି ହୋଇଥିବା ଏହି ମାମଲାର ତଦନ୍ତ ହାଭିଲଦାର ସତ୍ୟ ନାରାୟଣ  କରୁଥିଲେ। ଏହି ମାମଲାର ସମାଧାନ ପାଇଁ ଜଣେ ଓକିଲଙ୍କ ମାଧ୍ୟମରେ ଅଭିଯୁକ୍ତଙ୍କଠାରୁ ଏକ ଲକ୍ଷ ଟଙ୍କା ମାଗିଥିଲେ। ଏହା ପରେ ଅଭିଯୁକ୍ତ ନାରାୟଣଙ୍କ ବିରୋଧରେ ସିବିଆଇ ନିକଟରେ ଅଭିଯୋଗ କରିଥିଲେ।

ଶନିବାର ଦିନ ସିବିଆଇ ଟିମ୍ ପ୍ରଥମେ ଓକିଲଙ୍କୁ ଗିରଫ କରିଥିଲା। ରାତିରେ ପ୍ରସାଦ ନଗର ଥାନାରେ କାର୍ଯ୍ୟରତ ହାବିଲଦାର ସତ୍ୟ ନାରାୟଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅଭିଯୁକ୍ତ ହାଭିଲଦାରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଅନୁସନ୍ଧାନକୁ ଭିତ୍ତି କରି ଏବଂ ସିବିଆଇରୁ ମିଳିଥିବା ଦଲିଲଗୁଡ଼ିକ ଅଭିଯୁକ୍ତ ହାଭିଲଦାରଙ୍କ ବିରୋଧରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୋଲିସ କହିଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରାଣା କପୁରଙ୍କୁ ଗିରଫ କଲା ଇଡି

ମୁମ୍ବାଇ : ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ଗିରଫ କରିଛି ଇଡି । ଦୀର୍ଘ ସମୟର ମାରାଥନ ଜେରା ପରେ ଇଡି କପୁରଙ୍କୁ ଗିରଫ କରିଛି । ଦେୱାନ ହାଉସିଂ ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ ସହିତ ଆର୍ଥିକ ଅନିୟମିତତା ଅଭିଯୋଗ କାରଣରୁ ଇଡି ରାଣାଙ୍କୁ ଗିରଫ କରିଛି । ଇଡି ପକ୍ଷରୁ ରାଣାଙ୍କ ନାମରେ ଅର୍ଥ ହେରଫେର ମାମଲା ରୁଜୁ କରାଯାଇଛି । ୟେସ୍‌ ବ୍ୟାଙ୍କର ଏକ ସେଲ୍‌ କମ୍ପାନୀ ନିକଟରୁ 600 କୋଟିର ଅର୍ଥ ନେଇଥିବା ଅଭିଯୋଗରେ ଏହି ଅର୍ଥ ହେରଫେର ମାମଲା ରୁଜୁ କରାଯାଇଛି । ଆଜି ଦିନ 11ଟା ସମୟରେ ରାଣାଙ୍କୁ କୋର୍ଟରେ ହାଜର କରାଯିବ । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଡ୍ରଗ୍ସ ପାଇଁ ଚାରି ଜଣଙ୍କୁ ପଥରରେ ଛେଚି ହତ୍ୟା କଲା ଛାତ୍ର

ସାଲେମ୍‌ : ନିଶା ସେବନ ପାଇଁ 4 ଜଣଙ୍କୁ ପଥରରେ ଛେଚି ହତ୍ୟା କରିଛି ଜଣେ ଛାତ୍ର । ଡ୍ରଗ୍ସ ସେବନ ପାଇଁ ଜଣେ ସିକ୍ୟୁରିଟି ଗାର୍ଡ ଏବଂ ତିନି ଜଣ ଭିକାରୀଙ୍କୁ ପଥରରେ ଛେଚି ହତ୍ୟା କରିଥିଲା ଏହି 20 ବର୍ଷୀୟ ଯୁବକ । ଡିସେମ୍ବରରେ ପ୍ରଥମ ହତ୍ୟା ହୋଇଥିବା ବେଳେ ଫେବୃୟାରୀ ପ୍ରଥମ ସପ୍ତାହରେ ଅନ୍ୟ ତିନି ହତ୍ୟା ହୋଇଥିଲା । ପଇସା ନଥିବାରୁ ଗଞ୍ଜେଇ ଟାଣିବା ପାଇଁ ଏହି 20 ବର୍ଷୀୟ ଯୁବକ ପ୍ରଥମେ ଜଣେ ସିକ୍ୟୁରିଟି ଗାର୍ଡକୁ ହତ୍ୟା କରିଥିଲା । ପରେ ଫେବୃୟାରୀ ମାସର ପ୍ରଥମ ସପ୍ତାହରେ ଅନ୍ୟ ତିନି ଜଣ ଭିକାରୀଙ୍କୁ ପଥରରେ ଛେଚି ହତ୍ୟା କରିଥିଲା । ଗଞ୍ଜେଇ ଟାଣିବା ପାଇଁ ପଇସା ନଥିବାରୁ ଏହି 4 ଜଣଙ୍କୁ ହତ୍ୟା କରିଥିଲା । ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତର ନାମ ଏମ୍‌ ଅନ୍ଦିସାମି ଦଶମରେ ନିଜ ସ୍କୁଲର ଟପ୍ପର ରହିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ପାଠ ନପଢିପାରିବାରୁ ସେ ନିଶା ଏବଂ ଅନ୍ୟାନ୍ୟ ଖରାପ ଅଭ୍ୟାସରେ ପଡି ଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ମାମୁଁ, ଭଣଜା ଗିରଫ

ସମୀକ୍ଷା ବ୍ୟୁରୋ

ବାଲେଶ୍ବର : ନକଲି ବିଦେଶୀ ମଦ ମାଫିଆ ଗ୍ୟାଙ୍ଗର ମୁଖ୍ୟ ମାମୁଁ, ଭଣଜା ଗିରଫ । ବାଲେଶ୍ବରରୁ ଚଢାଉ କରି ଗିରଫ କରିଛି କଟକ ଅବକାରୀ ବିଭାଗ । ଅଭିଯୁକ୍ତଦ୍ବୟ ହେଲେ ମାମୁଁ ସୁରେଶ ମହାନ୍ତି, ଭଣଜା ଅଜିତ ମହାନ୍ତି। ଦୁହିଁଙ୍କୁ ଗିରଫ କରି 50 ଲିଟର ସ୍ପିରିଟ୍‌, ଶହେ ବୋତଲ ନକଲି ବିଦେଶୀ ଜବତ କରାଯାଇଛି । ନକଲି ମଦ କାରଖାନା ଜବତ କରିବା ସହ ମଦ ତିଆରି ସରଞ୍ଜାମ ଜବତ ମଧ୍ୟ କରାଯାଇଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପୂର୍ବତନ ବାଂଲାଦେଶ ମୁଖ୍ୟ ବିଚାରପତିଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ

ଢାକା : ବାଂଲାଦେଶର ପୂର୍ବତନ ମୁଖ୍ୟ ବିଚାରପତି ସୁରେନ୍ଦ୍ର କୁମାର ସିହ୍ନାଙ୍କ ଗିରଫ ପାଇଁ କୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅର୍ଥ ହେରଫେର ମାମଲାରେ ସିହ୍ନାଙ୍କ ବିରୋଧରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ବେଳେ ସୋମବାର କୋର୍ଟ ସିହ୍ନାଙ୍କ ଗିରଫଦାରୀ ଆଦେଶ ଦେଇଛନ୍ତି । ବାଂଲାଦେଶରୁ ପଳାୟନ କରି ଯୁକ୍ତରାଷ୍ଟ୍ର ଆମେରିକାରେ ଆତ୍ମଗୋପନ କରିଥିବା ସିହ୍ନାଙ୍କ ନାମରେ ଗିରଫ ପରଓ୍ବାନା ଜାରି କରାଯାଇଛି । ଜାନୁୟାରୀ 22 ତାରିଖ ମଧ୍ୟରେ ସିହ୍ନାଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପାଇଁ ପୋଲିସ୍‌କୁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସିହ୍ନା ଅକ୍ଟୋବର 13,2017ରେ ଦେଶ ଛାଡି ପଳାୟନ କରିଥିଲେ ଏବଂ ନଭେମ୍ବର 10,2017ରେ ବିଦେଶରୁ ନିଜର ଇସ୍ତଫା ପ୍ରଦାନ କରିଥିଲେ । ଜାନୁୟାରୀ 2015ରେ ସିହ୍ନାଙ୍କୁ ବାଂଲାଦେଶର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର ରାଜ୍ୟ ଖବର

ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍ ଘଟଣା : 9 ଆନ୍ତଃଜିଲ୍ଲା ଲୁଟେରା ଗିରଫ

ସମୀକ୍ଷା ବ୍ୟୁରୋ
ବ୍ରହ୍ମପୁର, 04/01: ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ ଘଟଣାରେ ଗଞ୍ଜାମ ପୋଲିସ୍‌ 9 ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ଗଞ୍ଜାମ ପୋଲିସ୍‌ ଏହି ରାକେଟ୍‌ର ପର୍ଦ୍ଦାଫାଶ କରିବା ସହିତ 9 ଜଣଙ୍କୁ ଗିରଫ କରିଛି । 9 ଜଣଙ୍କୁ ଗିରଫ କରାଯିବା ସହିତ ପୋଲିସ୍‌ ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ ଖେଳଣା ବନ୍ଧୁକ ଏବଂ 16ଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ 6ଟି ସିକ୍ସ ରାଉଣ୍ଡ ଗୁଳି, 4ଟି ଫୋର୍ ରାଉଣ୍ଡ ଗୁଳି, 4ଟି ଖାଲି ଖୋକା ଏବଂ ଏକ ଖଣ୍ଡା ଜବତ କରିଛି । ଏହା ସହିତ ପୋଲିସ୍‌ ଅଭିଯୁକ୍ତଙ୍କ ନିକଟରୁ 4ଟି ବାଇକ୍‌ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଯୋଗୀ ଗୌଡ, ଶିବରାମ ଦାସ, ସୁନିଲ ମହାନ୍ତି, ଅଶ୍ବିନୀ ଗୌଡ, ତନୁଜା ସ୍ବାଇଁ, ମନୋଜ ଗୌଡ, ଭାରତ ପ୍ରଧାନ, ସଞ୍ଜୟ ନାୟକ । ଏହା ବ୍ୟତିତ ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର 3 ତାରିଖରେ ପୁରୁଷୋତ୍ତମପୁର ଥାନା ସିକୁଳା ଗ୍ରାମର ଫାଇନାନ୍ସ କର୍ମଚାରୀ ସୁଦାମ ଗୌଡ଼ ଇଣ୍ଡସଇଣ୍ଡ ବ୍ୟାଙ୍କରୁ ଟଙ୍କା ଉଠାଇ ଗ୍ରାମରେ ବଣ୍ଟନ କରିବାକୁ ଯାଉଥିବା ବେଳେ ତିନିଜଣ ଅଜଣା ଯୁବକ ଆସି ତାଙ୍କ ବାଇକ୍କୁ ଲାତ ମାରି ବନ୍ଧୁକ ଦେଖାଇ 1 ଲକ୍ଷ 22ହଜାର ଟଙ୍କା ଲୁଟି ନେଇଥିଲେ ।

Categories
ଆଜିର ଖବର

ନାଗରିକତା କାନୁନ୍‌ ବିରୋଧରେ ପ୍ରଦର୍ଶନ : ଦଶହଜାରରୁ ଅଧିକ ଲୋକଙ୍କ ଉପରେ ମାମଲା ରୁଜୁ

ପ୍ରୟାଗରାଜ, 21/12: ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରୟାଗରାଜରେ ଗତ ଦୁଇ ଦିନ ଧରି ଚାଲିଥିବା ପ୍ରଦର୍ଶନରେ ଦଶହଜାରରୁ ଅଧିକ ପ୍ରଦର୍ଶନକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ସମସ୍ତଙ୍କ ବିରୁଦ୍ଧରେ ସହରର ଛଅଟି ପୋଲିସ୍‌ ଷ୍ଟେସନରେ ମାମଲା ରୁଜୁ କରାଯାଇଛି। ଦଶହଜାର ଅଜ୍ଞାତ ପ୍ରଦର୍ଶନକାରୀଙ୍କୁ ସହିତ ପାଖାପାଖି ଦେଢଶହ ଜଣାଶୁଣା ଲୋକଙ୍କ ନାମ ମଧ୍ୟ ସାମିଲ୍‌ ରହିଛି। ଏହି ପ୍ରଦର୍ଶନରେ ସାମିଲ୍‌ ରହିଥିବା ପ୍ରଦର୍ଶନକାରୀଙ୍କ ଚିହ୍ନଟ  ଭିଡିଓ ଫୁଟେଜ୍‌, ମିଡିଆ ରିପୋର୍ଟସ୍‌ ଓ ସିସିଟିଭି ଭିଜୁଆଲର ଆଧାରରେ କରାଯାଇ ତାଙ୍କ ବିରୋଧରେ କାର୍ଯାନୁଷ୍ଠାନ କରାଯିବ। ଏମିତିକି ନିୟମ ଭାଙ୍ଗି ସଡକ ଉପରେ କରୁଥିବା ପ୍ରଦର୍ଶନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି । ତେବେ ମାମଲା ରୁଜୁ ହେବା ପରେ ଆଜି ପ୍ରୟାଗରାଜରେ କିଛି ମାତ୍ରାରେ ଶାନ୍ତିର ପରିସ୍ଥିତି ରହିଥିବାବେଳେ କିଛି ହିଂସକ ପ୍ରଦର୍ଶନ ହୋଇନାହିଁ।

ପୁଲିସ୍‌ ଓ ପ୍ରଶାସନର ସମସ୍ତ ବଡ଼ ବଡ଼ ଅଧିକାରୀମାନେ ଲଗାତାର ଗସ୍ତ କରି ଏହି ଘଟଣାର ସମ୍ପର୍କରେ ଅବଗତ ହେବା ସହିତ ରାସ୍ତା ଉଫରେ ବ୍ୟାରିକେଡ୍‌ ଓ କଡ଼ା ଟ୍ରାଫିକ୍‌ ବ୍ୟବସ୍ଥା ଲାଗୁ କରିଛନ୍ତି।  ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ୍‌ ଓ ପିଏସି ସହିତ ଅର୍ଦ୍ଧସାମରିକ ବଳକୁ ମଧ୍ୟ ନିୟୋଜିତ କରାଯାଇଛି। ଆଜି ବି ପ୍ରୟାଗରାଜରେ ଇଣ୍ଟରନେଟ୍‌ ସେବା ବନ୍ଦ କରହିଛି। ମାମଲା ରୁଜୁ କରାଯାଇ କିଛି ଲୋକଙ୍କୁ ଗିରଫ କରାଯାଇଥିବାବେଳେ ଆଉ କିଛିକୁ ଅଟକ ରଖାଯାଇଛି। (ଏଜେନ୍ସି)

Categories
ଆଞ୍ଚଳିକ

ବାଣପୁରରେ ବୃଦ୍ଧି ପାଉଛି ବେଆଇନ ମଦ କାରବାର : ଦୁଇ ଦିନରେ ୩ ମଦ ବେପାରୀ ଗିରଫ

ବାଣପୁର, ୨୪/୧୧: (ସମୀକ୍ଷା ବ୍ୟୁରୋ) ବାଣପୁରରେ ଏବେ ବେଆଇନ ମଦ କାରବାରରେ ବୃଦ୍ଧି ଘଟିଛି। ଗତ ଦୁଇ ଦିନ ଭିତରେ ତିନିଜ ଜଣ ବେଆଇନ ମଦ ବେପାରୀ ଗିରଫ ହୋଇଛନ୍ତି। ଏହି ମାମଲରେ ଆଜି ଏଏସଆଇ ବସନ୍ତ ପଟ୍ଟନାୟକ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ବିଶ୍ବନାଥ ସ୍ବାଇଁ। ୫୫ ବର୍ଷୀୟ ଏହି ବ୍ୟକ୍ତି ଜଣକ ସ୍ଥାନୀୟ ଭଗବତୀ ମନ୍ଦିର ପଛପଟେ ନିଜ ଘରେ ଭିତରେ ଏହି କାରବାର ଚାଲୁ ରଖିଥିଲେ। ତାଙ୍କ ନିକଟରୁ ୧୭ ଲିଟର ଆସ୍କା୪୦ ଜବତ ହୋଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ପୋଲିସ୍‌ ୩୨୭/୧୯ କେସ୍‌ ନମ୍ବରରେ ମାମଲା ରୁଜୁ କରିଛି। ଗତକାଲି ପୁଲିସ୍‌ ଗମ୍ଭାରୀମୁଣ୍ଡା ବଜାରରେ ଥିବା ଏକ ଦୋକାନରୁ ଜଣେ ବେଆଇନ ମଦ ବିକ୍ରେତାଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ଶରତ ଚନ୍ଦ୍ର ବରାଳ। ଏଏସଆଇ ମୁରଲୀଧର ବଳିଆର ସିଂହ ସମ୍ପୃକ୍ତ ବ୍ୟକ୍ତି ନାମରେ ୩୨୯/୧୯ କେସ ନମ୍ବରରେ ମାମଲା ରୁଜୁ କରି ଗିରଫ କରିଛନ୍ତି। ସେହିପରି ନାଚୁଣୀ ଗଙ୍ଗାଧରପୁର ଷ୍ଟେସନ ପଛପଟରୁ ୪.୮ ଲିଟର ଆସ୍କା୪୦ ଜବତ ହୋଇଛି। ଏହି ମାମଲାରେ ଛୋଟରାୟପୁର ଗ୍ରାମର ୨୫ ବର୍ଷୀୟ ଶିବ ପ୍ରଧାନଙ୍କୁ ଏଏସ୍‌ଆଇ ହାଡ଼ିବନ୍ଧୁ ନାୟକ ଗିରଫ କରି ୩୨୮/୧୯ କେସନମ୍ବରରେ ମାମଲା ରୁଜୁ କରିଛନ୍ତି।

ରାଜ୍ୟର ଏକ ପ୍ରମୁଖ ଶକ୍ତିପୀଠ ତଥା ଐତିହ୍ୟ ସମ୍ପନ୍ନ ଅଞ୍ଚଳ ଭାବରେ ବାଣପୁର ପ୍ରସିଦ୍ଧି ଲାଭ କରିଥିବାବେଳେ ସେଠାରେ ବେଆଇନ ମଦ କାରବାର ବୃଦ୍ଧିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି। ଏନେଇ ଜିଲ୍ଲା ଅବକାରୀ ବିଭାଗ ଏବଂ ପୋଲିସ୍ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Categories
ଆଞ୍ଚଳିକ

ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅସଦାଚରଣ : ଏଚ୍‌ଓଡି ଗିରଫ

ସମୀକ୍ଷା ବ୍ୟୁରୋ

ଛାତ୍ରୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା । ଅସଦାଚରଣ ଅଭିଯୋଗରେ ବାରିପଦାସ୍ଥିତ ଏମ୍‌ପିସି ସ୍ୱୟଂଶାସିତ କଲେଜର ଇଂରାଜୀ ବିଭାଗ ମୁଖ୍ୟ ବିଦ୍ୟାଧର ଅଣ୍ଡିଆ ଗିରଫ ହୋଇଛନ୍ତି । କଲେଜ କର୍ତ୍ତୃପକ୍ଷ ଏ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ଛାତ୍ର ଉତ୍ତେଜନା ଲାଗି ରହିଥିଲା । କଲେଜ କର୍ତ୍ତୃପକ୍ଷ ଅଧ୍ୟାପକଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ କଲେଜ ପରିସରରେ ଲୁଚି ରହିଥିଲେ । ଏହା ଜାଣି ଛାତ୍ରମାନେ ତାଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ । ପୁଲିସ୍‌ ଅଧ୍ୟାପକଙ୍କୁ ଗିରଫ କରି ପଚରାଉଚରା କରୁଛି ।

Categories
ଆଜିର ଖବର

ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ଅହମ୍ମଦାବାଦରୁ ଗିରଫ

ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗରେ ଆତ୍ମଘୋଷିତ ବାବା ନିତ୍ୟାନନ୍ଦଙ୍କୁ ପୋଲିସ୍‌ ଗିରଫ କରିଛି । ଅହମ୍ମଦାବାଦ ପୋଲିସ୍‌ ନିତ୍ୟାନନ୍ଦଙ୍କ ସମେତ ଆଶ୍ରମର ଅନ୍ୟ ଦୁଇ ଜଣ ପରିଚାଳକଙ୍କୁ ଗିରଫ କରିଛି । ଏହା ସହିତ ଗୁଜରାଟ ହାଇକୋର୍ଟଙ୍କ ପକ୍ଷରୁ ନିତ୍ୟାନନ୍ଦଙ୍କୁ ଏକ ନୋଟିସ୍‌ ଜାରି କରାଯାଇଛି । ତିନି ଜଣଙ୍କୁ ନାବାଳିକାଙ୍କୁ ନିର୍ଯାତନା ଏବଂ ଆଶ୍ରମରେ ଅଟକ ରଖିବା ଅଭିଯୋଗରେ ଗଗିରଫ କରାଯାଇଛି । ନିତ୍ୟାନନ୍ଦଙ୍କ ସହିତ ଗିରଫ ଦୁଇ ପରିଚାଳକ ହେଉଛନ୍ତି ହରିଣୀ ଚେଲାପ୍ପାନ ଏବଂ ରିଦ୍ଧି ରବିକିରଣ । ଉଭୟ ମହୀଶୂରର ବାସିନ୍ଦା ଏବଂ ଉଭୟଙ୍କୁ ଅହମ୍ମଦାବାଦର ହୀରାପୁର ଆଶ୍ରମରୁ ଗିରଫ କରାଯାଇଛି । ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟଙ୍କ ପକ୍ଷରୁ 5 ଦିନିଆ ରିମାଣ୍ଡରେ ପଠାଯାଇଛି । ପୂର୍ବରୁ 2010ରେ ନିତ୍ୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିବା ବେଳେ 2014ରେ ତାଙ୍କ ଆଶ୍ରମରେ ଜଣେ ମହିଳା ପ୍ରାଣ ହରାଇଥିଲେ ।

Categories
ଆଜିର ଖବର

ସାମ୍ବାଦିକଙ୍କୁ ଗିରଫ ଘଟଣା : ଯୋଗୀଙ୍କ ପଦକ୍ଷେପକୁ ମୂର୍ଖାମୀ ଭାବରେ ଅଭିହିତ କଲେ ରାହୁଲ

ବିରୋଧରେ ମିଥ୍ୟା ଖବର ପ୍ରସାରଣ କରିଥିବା ଏକ ଗଣମାଧ୍ୟମ ଚ୍ୟାନେଲର ୫ ଜଣଙ୍କୁ ପୋଲିସ୍‌ ଗିରଫ କରିବା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ। ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବାର ଉଦ୍ୟମ କରିବା ଯୋଗୀଙ୍କ ମୂର୍ଖାମୀ ବୋଲି କହିଛନ୍ତି ରାହୁଲ। ଯଦି କିଛି ଭୁଲ୍‌ ଖବର ପ୍ରସାରଣ ପାଇଁ ଗଣମାଧ୍ୟମ ଅଧିକାରୀଙ୍କୁ ଜେଲ୍‌ରେ ରଖାଯାଏ ତେବେ ମାତ୍ରାଧିକ ବିଜେପି ଏବଂ ଆରଏସ୍‌ଏସ୍‌ କର୍ମୀ ଜେଲରେ ରହିବେ ବୋଲି ମତ ଦେଇଛନ୍ତି ରାହୁଲ। ସୂଚନାଯୋଗ୍ୟ ଯେ, ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଉକ୍ତ ସାମ୍ବାଦିକଙ୍କୁ ତୁରନ୍ତ ଛାଡିବା ନିମନ୍ତେ ଆଦେଶ ଦେଇଛନ୍ତି। ପ୍ରଶାନ୍ତ କନୋଜିଆଙ୍କ ପତ୍ନୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଯାଚିକାର ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Categories
ଆଜିର ଖବର

ଆତଙ୍କବାଦଙ୍କୁ ଆର୍ଥିକ ସହାୟତା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କଲା ଏନ୍‌ଆଇଏ

ଆତଙ୍କବାଦୀ ସଂଗଠନ ସହିତ କାଶ୍ମିରୀ ବିଚ୍ଛିନ୍ନତାବାଦୀ ନେତାଙ୍କ ଲିଙ୍କ୍‌ ନେଇ ଏନ୍‌ଆଇଏକୁ ପ୍ରମାଣ ମିଳିଛି। ଏନଆଇଏ ସମ୍ପୃକ୍ତ ବିଚ୍ଛିନ୍ନତାବାଦୀ ନେତା ଆସିୟା ଅନ୍ଦ୍ରାବିଙ୍କ ସମେତ ୩ଜଣଙ୍କୁ ଗିରଫ କରିବା ପରେ ଏହା ସାମ୍ନାକୁ ଆସିଛି। ଏହି ମହିଳା ବିଚ୍ଛିନ୍ନତାବାଦୀ ନେତା ଏବଂ ତାଙ୍କ ସହଯୋଗୀମାନେ ପାକ୍‌ ସେନାର ଜଣେ ଅଧିକାରୀଙ୍କ ଜରିଆରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବା ଏବଂ ଜମାତ-ଉଦ-ଦାୱା ମୁଖ୍ୟ ହଫିଜ ସୟିଦଙ୍କ ସହିତ ସମ୍ପର୍କ ରଖିଥିଲେ। ଏପରି କି ଭାରତରେ ଅଶାନ୍ତି ସୃଷ୍ଟି କରିବା ଲାଗି ସେମାନଙ୍କୁ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସଆଇ ପାଣ୍ଠି ଯୋଗାଉଥିଲା ବୋଲି ଆସିୟା ପଚରାଉଚରା ବେଳେ କହିଛନ୍ତି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଏନଆଇଏ ବିଚ୍ଛିନ୍ନତାବାଦୀ ନେତା ମସରତ ଆଲମ, ଆସିୟା ଏବଂ ଶବିର ଶାହଙ୍କୁ ଗତ ମଙ୍ଗଳବାର ଗିରଫ କରିଥିଲା। ଅଭିଯୁକ୍ତମାନଙ୍କୁ ୧୦ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନେ ଏବେ ଦିଲ୍ଲୀର ତିହାର ଜେଲ୍‌ରେ ରହିଛନ୍ତି।

Categories
ଆଜିର ଖବର

ଅନୁଭବଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗୁଜରାଟରୁ ଗିରଫ

ଓଲିଉଡ୍‌ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଘଟଣାରେ କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ବାଡ୍‌ ଗୁଜରାଟରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣକ ଝାଞ୍ଜିରୀମଙ୍ଗଳା ଅଞ୍ଚଳରେ ଭଡ଼ାଘରେ ରହି ମିସ୍ତ୍ରି କାମ କରୁଥିଲା। ନିର୍ବାଚନ ସମୟରେ ସେ ଅନୁଭବଙ୍କୁ ହତ୍ୟା ଧମକ ଦେବା ସହ 10 ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲା। ଏନେଇ ଅନୁଭବ ଗତ ଏପ୍ରିଲ 30ରେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ଅନୁଭବଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସ୍ପେଶାଲ ସ୍କ୍ବାଡ ଏବଂ ସାଇବର ସେଲ୍‌ର ମିଳିତ ଅପରେସନ୍‌ରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ ଯେ, ଅନୁଭବ ମହାନ୍ତି ଚଳିତ ଲୋକସଭା ନିର୍ବାଚନରେ କେନ୍ଦ୍ରାପଡା ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରିଛନ୍ତି।

Categories
ଆଜିର ଖବର

ଛତିଶଗଡରୁ ୬ ମାଓବାଦୀ ଗିରଫ

ଛତିଶଗଡ଼ର ବିଭିନ୍ନ ଅଞ୍ଚଳରୁ ସୁରକ୍ଷା କର୍ମୀ ୬ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି। ଗିରଫ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି। ଗିରଫ ୬ ଜଣଙ୍କ ମଧ୍ୟରେ ୪ ଜଣଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରା ଯାଇଥିଲା। ସେମାନଙ୍କ ମଧ୍ୟରେ ୩ ଜଣ ମାଓବାଦୀ ଯବାନମାନଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ବେଳେ ଦୂରଦର୍ଶନ ଭିଡିଓ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କୁ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଅଛନ୍ତି। ସମ୍ପୃକ୍ତ ମାଓବାଦୀଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଦୁଇରୁ ଅଧିକ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସୁରକ୍ଷା କର୍ମୀଙ୍କୁ ହତ୍ୟା କରିବା, ବସ ଜଳାଇବା ଏବଂ ଦୂରଦର୍ଶନ କ୍ୟାମେରା ଟିମ ଉପରେ ଆକ୍ରମଣ ଓ ସାମ୍ବାଦିକଙ୍କୁ ହତ୍ୟା କରିବା ଘଟଣାରେ ପୁଲିସ ସେମାନଙ୍କୁ ଖୋଜୁଥିଲା।

Categories
ଆଜିର ଖବର

ଶ୍ରୀଲଙ୍କା ବୋମା ବିସ୍ଫୋରଣ : ଶିକ୍ଷକଙ୍କ ସମେତ ୧୦୬ ଜଣଙ୍କୁ ଗିରଫ କଲା ପୋଲିସ୍‌

ଇଷ୍ଟର ରବିବାରରେ ଶ୍ରୀଲଙ୍କାରେ ହୋଇଥିବା ବିସ୍ଫୋରଣରେ ୨୫୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିଲେ। ଏହି ବିସ୍ଫୋରଣ ପାଇଁ ଆଇଏସ୍‌ ନିଜକୁ ଦାୟୀ କରିଥିବା ବେଳେ ଘଟଣାରେ ଗିରଫଙ୍କ ସଂଖ୍ୟା ୧୦୭ ଛୁଇଁଛି। ଏହି ଘଟଣାରେ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ତାମିଲ ମିଡିୟମ୍‌ ଶିକ୍ଷକ ଏବଂ ସ୍କୁଲ ପ୍ରିନ୍ସିପାଲ୍‌ ରହିଛନ୍ତି । ଗିରଫ ଶିକ୍ଷକଙ୍କ ନିକଟରୁ ପୋଲିସ୍‌ ୫୦ଟି ସିମ୍‌କାର୍ଡ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ରବିବାର ସକାଳେ ଶ୍ରୀଲଙ୍କା ପୋଲିସ୍‌ ଏବଂ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ୍‌ କରାଯାଇ କଳ୍ପିତୟରୁ ୧୦ ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ମଧ୍ୟ ପୋଲିସ୍‌ର ଏକ ଅପରେସନରେ ୩ ଆଇଏସ୍‌ ଆତଙ୍କୀ ନିହତ ହୋଇଥିଲେ।

Categories
ଆଜିର ଖବର

ରୋହିତ ଶେଖର ହତ୍ୟା ମାମଲାରେ ପତ୍ନୀ ଗିରଫ

ଏନ୍‌ଡି ତିଓ୍ବାରୀଙ୍କ ପୁତ୍ର ରୋହିତ ଶେଖରଙ୍କ ହତ୍ୟା ମାମଲାରେ ପୋଲିସ୍‌ ରୋହିତଙ୍କ ପତ୍ନୀଙ୍କୁ ଗିରଫ କରିଛି। ପୂର୍ବରୁ ଅପୂର୍ବା ଶୁକ୍ଲାଙ୍କୁ ପୋଲିସ ମୁଖ୍ୟ ଅଭିଯୁକ୍ତ ଭାବରେ ସନ୍ଦେହ କରୁଥିଲା। ରୋହିତଙ୍କୁ ହତ୍ୟା କରିଥିବା ନେଇ ଅପୂର୍ବା ସ୍ବୀକାର କରିଥିବା ପୋଲିସ ପକ୍ଷରୁ ପ୍ରକାଶ ପାଇଛି। ଦିଲ୍ଲିର ଡିଫେନ୍ସ କଲୋନୀରୁ ଅପୂର୍ବାଙ୍କୁ ଗିରଫ କରାଯାଇଥିବା ନେଇ ସହକାରୀ କମିଶନର ରାଜୀବ ରଞ୍ଜନ ପ୍ରକାଶ କରିଛନ୍ତି। ଏହି ମାମଲାରେ ଦୁଇ ଜଣ ଚାକରଙ୍କ ସହିତ ଅପୂର୍ବାଙ୍କୁ ପୋଲିସ୍‌ ଜେରା କରୁଥିଲା। ଏପ୍ରିଲ୍‌ ୧୬ ତାରିଖରେ ରୋହିତଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତିନି ଦିନ ପରେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ରୋହିତଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ ହେବା ପରେ ହତ୍ୟ ମାମଲା ଦାୟର କରାଯାଇଥିଲା।

Categories
ଆଜିର ଖବର

ଅଚେତ ହେଲେ ମହାରଥୀ, ଫ୍ଲାଇଂ ସ୍କ୍ବାର୍ଡ ଟିମ୍‌ ଆକ୍ରମଣ ଘଟଣାରେ ହୋଇଛନ୍ତି ଗିରଫ

ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯିବା ପରେ କୋର୍ଟଚାଲାଣ କରାଯାଇଛି। ସୋମବାର ଅପରାହ୍ନରେ କୋଟରେ ହାଜର ହେବା ସମୟରେ ମହାରଥୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଏଥିପାଇଁ ପ୍ରଦୀପ ମହାରଥୀ ଅଚେତ ହୋଇଯାଇଥିଲେ। ରବିବାର ବିଳମ୍ବିତ ରାତିରେ ଫ୍ଲାଇଂ ସ୍କ୍ୱାର୍ଡ ଟିମ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ମହାରଥୀଙ୍କୁ ଗିରଫ କରାଯାଇଛି। ସଠିକ୍‍ ତଥ୍ୟ ଆଧାରରେ ମହାରଥୀଙ୍କୁ ଗିରଫ କରାଯାଇଥିବା ଏସପି କହିଛନ୍ତି। ଏହି ଘଟଣାରେ ଯାଞ୍ଚ ଟିମର ୫ଜଣ ସଦସ୍ୟ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭୁବନେଶ୍ବରର ସ୍ବତନ୍ତ୍ର କୋର୍ଟରେ ମହାରଥୀଙ୍କୁ ହାଜର କରାଯାଇଥିଲା।

Categories
ଆଜିର ଖବର

 ଫ୍ଲାଇଂ ସ୍କ୍ବାର୍ଡ ମାଜିଷ୍ଟ୍ରେଟ୍‌ଙ୍କ ଆକ୍ରମଣ ଘଟଣା :  ପ୍ରଦୀପ ମହାରଥୀ ଗିରଫ

ପୁରୀ ପିପିଲିରେ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ ମହାରଥୀଙ୍କୁ ପିପିଲି ପୋଲିସ ଗିରଫ କରିଛି। ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସ୍‌ରେ ମଦ ଓ ଟଙ୍କା ବଣ୍ଟାଯାଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାକୁ ଚଢ଼ଉ କରିବାକୁ ଯାଇଥିଲା। ସେହି ସମୟରେ ନିଜେ ପ୍ରଦୀପ ମହାରଥୀ ଫାର୍ମ ହାଉସ୍ ଭିତରେ ପଶି  ଟିମ୍ ସଦସ୍ୟମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ରବି ନାରାୟଣ ଅଭିଯୋଗ କରିଛନ୍ତି। ମହାରଥୀଙ୍କ ନାଁରେ ବହୁ ସଙ୍ଗୀନ ଦଫା ଲଗାଇଛି। ମହାରଥୀ ନିଜେ ଗୋଡେଇ ଗୋଡେଇ ପିଟିଥିବା ଗତକାଲି ରାତିରେ ପ୍ରଦୀପ ମହାରଥୀ ମାଜିଷ୍ରେଟ୍‌ ଅଭିଯୋଗ କରିଥିଲେ। ତାଙ୍କ ବୟାନକୁ ଆଧାର କରି ମହାରଥୀଙ୍କୁ ଗିରଫ କରାଯାଇଛି।

Categories
ଆଜିର ଖବର

ଆଇଏସ୍‌ ଲିଙ୍କ : ଚାରି ହାଇଦ୍ରାବାଦ ଯୁବକଙ୍କୁ ଗିରଫ କଲା ଏନ୍‌ଆଇଏ

ଆବୁଧାବିରୁ ୨୦୧୬ରେ ଧରାପଡିଥିବା ଆଇଏସ୍‌ ଲିଙ୍କରେ ଏନ୍‌ଆଇଏ ପକ୍ଷରୁ ଆଜି ହାଇଦ୍ରାବଦରେ ଚାରି ଯୁବକଙ୍କୁ ଗିରଫ କରାଯାଇଛି। ଅଗଷ୍ଟ ୨୦୧୮ରେ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଗିରଫ କରାଯାଇଥିବା ତିନି ଯୁବକଙ୍କ ସହିତ ଏହି ଯୁବକ ମାନଙ୍କର ସମ୍ପର୍କ ରହିଥିଲା। ଏମାନଙ୍କୁ ଧରିବା ପାଇଁ ଏନ୍‌ଆଇଏ ପକ୍ଷରୁ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା। ହାଇଦ୍ରାବାଦ ସହରର ବାହାରେ ଏକା ସମୟରେ ତିନି ସ୍ଥାନରେ ଏନ୍‌ଆଇଏ ପକ୍ଷରୁ ଚଢାଉ କରାଯାଇଥିଲା। ମାଇଲାରଦେବପଲ୍ଲକୀର କିଙ୍ଗସ୍‌ କଲୋନୀରୁ ଦୁଇଜଣ ଅଭିଯୁକ୍ତ ମହମ୍ମଦ ଅବ୍‌ଦୁଲ୍‌ ବସିଥ୍‌ ଏବଂ ମହମ୍ମଦ ଅବ୍‌ଦୁଲ୍‌ ଖାଦିରଙ୍କୁ ଗିରଫ କରିଥିଲା। ଅନ୍ୟ ଦୁଇ ଗିରଫ ଅଭିଯୁକ୍ତଙ୍କ ପରିଚୟ ପ୍ରକାଶ କରିନାହିଁ ଏନ୍‌ଆଇଏ। ଶନିବାର ଭୋର ଚାରିଟା ସମୟରୁ ଏନ୍‌ଆଇଏ ପକ୍ଷରୁ ଏହି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଥିଲା। ଏହାପରେ ମିଳିଥିବା ସୂଚନା ଅନୁଯାୟୀ ବନ୍ଦଲାଗୁଡା ଏବଂ ଫଲକନୁମାରେ ମଧ୍ୟ ସର୍ଚ୍ଚ ଅପରେସନ୍‌ ଜାରି ରଖିଥିଲା ଏନ୍‌ଆଇଏ।

Categories
ଆଜିର ଖବର

ପରିବେଶ ପରିବର୍ତ୍ତନ ବିରୋଧରେ ପ୍ରତିବାଦ: ଲଣ୍ଡନରେ ୪୦୦ ଗିରଫ

ପରିବେଶ ପରିବର୍ତ୍ତନ ବିରୋଧରେ ପ୍ରତିବାଦ କରୁଥିବା ସମୟରେ ଲଣ୍ଡନରେ ପୋଲିସ ୪୦୦ ଜଣଙ୍କୁ ଗିରଫ କରିଛି। ଆନ୍ଦୋଳନର ନେତୃତ୍ବ ନେଉଥିବା ତିନି ଜଣ ପରିବେଶବିତ୍‌ଙ୍କୁ ପୋଲିସ୍‌ ରିମାଣ୍ଡରେ ନେଇଥିଲା। ତିନି ଜଣଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ଥିଲେ। ଏମାନେ ଏକ କାନାରି ହ୍ବାର୍ଫ ଷ୍ଟେସନ୍‌ରେ ଟ୍ରେନ୍‌ ଉପରକୁ ଚଢିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ୍‌ ଗିରଫ କରିଥିଲା। ଏମାନଙ୍କୁ ହାଇବରୀ କର୍ଣ୍ଣର ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ପେଶ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌କୁ ପଠାଇ ଦିଆଯାଇଛି। ଆସନ୍ତା ତାରିଖ ମେ ୧୬ ପର୍ଯ୍ୟନ୍ତ ସେମାନେ ଜେଲ୍‌ରେ ରହିବେ ବୋଲି ଜଣାପଡିଛି। ଏହା ବ୍ୟତିତ ଗିରଫ ଅନ୍ୟାନ୍ୟ ୪୦୦ ଜଣଙ୍କୁ ମେଟ୍ରୋପଲିଟାନ୍‌ ପୋଲିସ୍‌ ସର୍ଭିସ୍‌ରେ ରଖାଯାଇଛି। ଲଣ୍ଡନରେ ଏକତ୍ର ଛିଡାହୋଇ ପ୍ରତିବାଦ କରିବା ଅପରାଧ ଅଟେ। ତେଣୁ ପୋଲିସ୍‌ ତରଫରୁ କୁହାଯାଇଛି, ପରିବେଶ ବିତ୍‌ ମାନେ ପ୍ରତିବାଦ କରିବାକୁ ଚାହିଁଲେ ମାର୍ବଲ ଆର୍ଚ୍ଚ ଯଶଇ ପ୍ରତିବାଦ କରିପାରିବେ। ମାତ୍ର ସର୍ବ ସାଧାରଣ ସ୍ଥାନରେ ପୁନର୍ବାର ପ୍ରତିବାଦ କଲେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି।

Categories
ଆଜିର ଖବର

ମହିଳା ପ୍ରାର୍ଥୀଙ୍କ ଭାଇରାଲ୍‌ ଭିଡିଓ ପ୍ରସଙ୍ଗ, 2 ଗିରଫ

ନିର୍ବାଚନର ଅବ୍ୟବହତି ପୂର୍ବରୁ କେନ୍ଦୁଝର ଜିଲାର ସାଂସଦ ପ୍ରାର୍ଥୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ଟାଉନ ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବିଷ୍ଣୁଦତ୍ତ ବାରିକ ଓ ଜୟଦେବ ଗିରି। ସୂଚନାଯୋଗ୍ୟ ଯେ, ମହିଳାଙ୍କ ଭିଡିଓ ଭାଇରାଲ ନେଇ ତାଙ୍କ ମାମୁଁ ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ ମାମଲା ରୁଜୁ ପରେ କାର୍ଯ୍ୟାନୁଷ୍ଠାନ ନେଇଛି। ତେବେ ଏହି ଘଟଣାରେ ଯେଉଁ ଗ୍ରୁପ ଓ ବ୍ୟକ୍ତି ବିଶେଷ ସଂପୃକ୍ତ ଅଛନ୍ତି, ସେମାନକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେବା ନିହାତି ଜରୁରୀ। ସେହିପରି ସୋସିଆଲ୍‌ ମିଡ଼ିଆରେ ଏଭଳି କାର୍ଯ୍ୟକରୁଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ମଧ୍ୟ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଜରୁରୀ।