Categories
PanchayatElection ଆଜିର ଖବର ରାଜ୍ୟ ଖବର

Panchayat Election: ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ବର: ଆଜି ରାତିରେ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଂଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୁଷଣ ଜେନାଙ୍କ ବିରୋଧରେ ଏହି ଅଭିଯୋଗ କରାଯାଇଛି। ତାହା ହେଲା ସେ ଏବଂ ତାଙ୍କର କର୍ମିମାନେ ଗଂଜାମ ଜିଲ୍ଲାର ଗୋଳନ୍ଥରା ସରକାରୀ ସ୍କୁଲରେ ସଭା ଏବଂ ଭୋଜି କରିଥିଲେ। ନିର୍ବାଚନ ଆଚରଣ ବିଧି ଅନୁସାରେ ଏହା ଠିକ୍ ନୁହେଁ ବୋଲି ଦଳ ଅଭିଯୋଗ କରିଛି।

ଏଥିସହିତ ବିଭୂତି ଭୂଷଣ ଏବଂ ତାଙ୍କର କର୍ମିମାନେ ଗଂଜାମର କୋନିସି ଅଞ୍ଚଳରେ ସଂଧ୍ୟା 7ଟାରେ ଏକ ଶୋଭାଯାତ୍ରା କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ସଂଧ୍ୟାରୁ ପ୍ରଚାର ଶେଷ ହୋଇଥିଲେ ମଧ୍ୟ ସେମାନେ ଶୋଭାଯାତ୍ରା କରିବା ବେଆଇନି। ଏହା ଉପରେ କମିଶନର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେଡି ଅଭିଯୋଗ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ସାଂସଦ ମୁନ୍ନା ଖାନଙ୍କ ଗାଡିକୁ ଅଣ୍ଡାମାଡ, ବିରୋଧୀ ଦଳର କର୍ମୀଙ୍କ କଳାପତାକା ପ୍ରଦର୍ଶନ

ଭୁବନେଶ୍ବର: ଆଜି ପୁଣି ବିରୋଧୀଙ୍କ ଅଣ୍ଡା ମାଡର ଶିକାର ହୋଇଛନ୍ତି ଆଉ ଜଣେ ସାଂସଦ। ସାଂସଦ ମୁନ୍ନା ଖାନଙ୍କ ଗାଡିକୁ ବିରୋଧୀ ଅଣ୍ଡାମାଡ କରିଛନ୍ତି। ଏହାସହିତ କଳାପତାକା ଦେଖାଇ ବିରୋଧ ମଧ୍ୟ କରାଯାଇଛି। ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗଠାରେ ସାଂସଦ ମୁନ୍ନା ଖାନ ଏବଂ ପୂର୍ବତନ ବିଜେଡ଼ି ବିଧାୟକ ବିଭୁତି ବଳବନ୍ତରାୟଙ୍କ ଗାଡିକୁ ଛାତ୍ର କଂଗ୍ରେସ ଅଣ୍ଡାମାଡ କରିଛି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିବା କାର୍ଯ୍ୟକ୍ରମକୁ ଉଭୟ ନେତା ଯାଉଥିବା ବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ସରକାରୀ କାର୍ଯ୍ୟକୁ ଦଳୀୟ ଭିତ୍ତିରେ କାର୍ଡ ବଣ୍ଟନ ହେଉଥିବା ଅଭିଯୋଗ କରି ଛତ୍ର କଂଗ୍ରେସ ଉଭୟ ନେତାଙ୍କୁ ବିରୋଧ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ଏବଂ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ବିରୋଧ କରାଯାଇଛି।

ତେବେ ବିରୋଧ ପ୍ରଦର୍ଶନ ବେଳେ ବିଜେଡ଼ି କର୍ମୀ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଛି। ଏଥିରେ ଜଣେ କଂଗ୍ରେସ କର୍ମୀ ଆହାତ ହୋଇଥିବା ମାଧେ ଅଭିଯୋଗ ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମାଲୋଚନାକୁ କଡା ଜବାବ ଦେଲା ବିଜେଡି, କହିଲା ଏମିତି କଥା

ଭୁବନେଶ୍ୱର : ଗତକାଲି ସଂଧ୍ୟାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜୟଦେବ ବିହାରରେ ମହିଳାମାନେ ଘେରାଉ କରିଥିଲେ। ତାଙ୍କ ଆଞ୍ଚଳର ବସ୍ତିର କିଛି ଉନ୍ନତି ହୋଇ ନାହିଁ ବୋଲି ଦାବୀ କରିଥିଲେ। ଦୀର୍ଘ ସମୟଧରି ସାଂସଦଙ୍କୁ ଘେରାଉ କରିବା ସହିତ ଠେଲାପେଲା କରିଥିଲେ ବୋଲି ସାଂସଦ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆଜି ସାଂସଦ ଅପରାଜିତା ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ ନିଜେ ମହିଳା ସାଂସଦ ଭାବେ ସୁରକ୍ଷିତ ନୁହଁନ୍ତି, ସରକାର ସୁରକ୍ଷା ଦିଅନ୍ତୁ ବୋଲି ଦାବୀ କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀ ପରେ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ରଖାଯାଇଛି। ଦଳ ପାଲଟା ସାଂସଦଙ୍କୁ ଦୋଷାରୋପ କରିଛି। ବିଜେଡି କହିଛି ଯେ, ଗୁରୁବାର ଦିନ ସନ୍ଧ୍ୟାରେ ବିଭିନ୍ନ ସମସ୍ୟା ନେଇ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଶ୍ନ ପଚାରିବାକୁ ଯାଇଥିବା ସ୍ଥାନୀୟ ବସ୍ତିର ମହିଳାମାନଙ୍କୁ ଯେଉଁ ଭଳି ଭାବେ ସାଂସଦଙ୍କ ଘରୋଇ ସୁରକ୍ଷା ବାହିନୀ ଆକ୍ରମଣ ଓ ଅସଦାଚରଣ କଲେ ତାହାକୁ ଯେତେ ନିନ୍ଦା କଲେ ବି କମ୍ ହେବ । ଏଭଳି କାର୍ଯ୍ୟକୁ କେଉଁ ସ୍ୱାର୍ଥରେ ରାଜ୍ୟ ବିଜେପି ସଭାପତି ସମର୍ଥନ କରୁଛନ୍ତି ବୋଲି ପଚାରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

ରାଜ୍ୟ ବିଜେପି ସଭାପତିଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ପୂର୍ବରୁ ତାଙ୍କ ନିଜ ଦଳର କର୍ମୀମାନେ ମଧ୍ୟ ଅପରାଜିତାଙ୍କ ଏହି ଘରୋଇ ସୁରକ୍ଷା ବାହିନୀ ଗୁଣ୍ଡାମାନଙ୍କ ଆକ୍ରମଣରୁ ବର୍ତ୍ତି ନାହାନ୍ତି । ଏଥିରୁ ଗୋଟିଏ ଘଟଣା ଗତକାଲି ଘଟିଛି ଏବଂ ଏ ନେଇ ଥାନାରେ ମାମଲା ବି ହୋଇଛି । ଏମାନେ ଏମିତି ଉତ୍ପାତ କଲେଣି ଯେ ତାଙ୍କ ଦଳର ନେତାଙ୍କୁ ବି ଆଉ ଛାଡିବେନି।

ତେଣୁ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ମୁଖିଆ ହିସାବରେ ସାଂସଦଙ୍କ ଏଭଳି ଆସାମାଜିକ ଆଚରଣକୁ ନିୟନ୍ତ୍ରଣ ନକରି କେଉଁ ବାଧ୍ୟବାଧକତାରେ ସାଂସଦଙ୍କ ସପକ୍ଷରେ ମତ ରଖିଲେ ତାହା ଆମକୁ ବିସ୍ମିତ କରିଛି ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ଗୃହନିର୍ମାଣ ସଫଳତାକୁ ବଦନାମ ପାଇଁ ବିଜେପିର ଉଦ୍ୟମ କରୁଛି ବୋଲି କହିଲା ବିଜେଡି

ଭୁବନେଶ୍ବର, ଓଡିଶାରେ ହତାଶ ହୋଇପଡିଥିବା ନିଜର ଦଳର କର୍ମୀମାନଙ୍କ ମନୋବଳ ବଢାଇବା ରାଜ୍ୟ ବିଜେପି ସଭାପତିଙ୍କ ପାଇଁ କେତେ କଷ୍ଟକର ତାହା ଆମେ ଜାଣିଛୁ । ଆଜି ତାଙ୍କର ସାମ୍ବାଦିକ ସମ୍ମିଳନୀ ହେଉଛି ଏଭଳି ହତୋତ୍ସାହିତ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଆଉ ଗୋଟିଏ ଦୁର୍ବଳ ପ୍ରୟାସ, ଯେଉଁମାନେ ପଶ୍ଚିମବଙ୍ଗରେ ନିଜ ଦଳର ପରାଜୟ ଏବଂ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ସହିତ ଅନ୍ୟ ରାଜ୍ୟରେ ଦେଖା ଦେଇଥିବା ସାଙ୍ଗଠନିକ ସମସ୍ୟାକୁ ନେଇ ଅତ୍ୟନ୍ତ ନିରାଶ ହୋଇ ପଡିଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ସେମାନଙ୍କର ଆଉ ନିଜ ଉପରେ ବିଶ୍ୱାସ ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ ଗୋଟିଏ ପଟେ ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଶ୍ରୀ ମହାନ୍ତିଙ୍କ ଦଳ ନେତୃତ୍ୱରେ କେନ୍ଦ୍ରରେ ପରିଚାଳିତ ସରକାର ଓଡିଶାକୁ ପୁରସ୍କୃତ କରୁଥିବାବେଳେ ଅନ୍ୟପଟେ ମହାନ୍ତି ଗ୍ରାମାଞ୍ଚଳ ଗୃହ ର୍ନିମାଣ କ୍ଷେତ୍ରରେ ଓଡିଶାର ସଫଳ କାର୍ଯ୍ୟକୁ ବଦନାମ କରିବାକୁ ଉଦ୍ୟମ ଚଳାଇଛନ୍ତି । ଏହା ହେଉଛି ଗୋଟିଏ ହାତ କ’ଣ କରୁଛି ତାହା ଅନ୍ୟ ହାତ ଜାଣିନଥିବା ଭଳି କଥା ।

ଆମେ ଆଶା କରୁଛୁ ଯେ ବିଜେପିର ଜ୍ଞାନ ଉଦୟ ହେବା ସହିତ ସେମାନେ ଏଭଳି ଭିତ୍ତିହୀନ ଅଭିଯୋଗ ଆଣି ଓଡିଶାକୁ ବଦନାମ କରିବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଶଂସିତ ଓଡିଶାର ଗ୍ରାମୀଣ ଗୃହ ବିକାଶ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେବେ । ମିଥ୍ୟା ଅଭିଯୋଗ ଆଣି ଓଡିଶାକୁ ବଦନାମ ଉଦ୍ୟମ କରୁଥିବା ବିଜେପିକୁ ଓଡିଶାବାସୀ କେବେ ହେଲେ କ୍ଷମା କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହଛନ୍ତି ।

ବିଜେଡି ମୁଖପାତ୍ର ମହାନ୍ତି କହିଛନ୍ତି ଯେ ଯେଉଁ ଗରିବ ଲୋକମାନେ ସେମାନଙ୍କ ମୁଣ୍ଡ ଉପରେ ଛାତଟିଏ ପାଇବା ପାଇଁ ଅପେକ୍ଷା କରିଛନ୍ତି ଶସ୍ତା ରାଜନୀତି ଦ୍ୱାରା ସେମାନଙ୍କୁ ଘର ପାଇବାରୁ ବଞ୍ଚିତ ଉଦ୍ୟମ କରୁଥିବା ବିଜେପିକୁ କେବେ ହେଲେ ସେମାନେ କ୍ଷମା କରିବେ ନାହିଁ । ଏହା ଆହୁରି ଦୁର୍ଭାଗ୍ୟଜନକ ଯେ କେବିକେ ଅଞ୍ଚଳ ଏବଂ ଆଦିବାସୀ ବହୁଳ ଜିଲ୍ଲା ଗୁଡିକରେ ବିଶେଷ ଭାବରେ ଘର ତିଆରିକୁ ବନ୍ଦ କରିଦିଆଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ସାତୋଟି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ନିଯୁକ୍ତି ଦେଲା ସହ ପର୍ଯ୍ୟବେକ୍ଷକ, ଜାଣନ୍ତୁ କେଉଁମାନେ

ଭୁବନେଶ୍ବର, ଆଜି ବିଜୁ ଜନତା ଦଳ ତରଫରୁ ଗୋଟିଏ ଜିଲ୍ଲା ଏବଂ ସାତୋଟି ନିର୍ବାଚନ ମଣ୍ଡଳୀ ପାଇଁ ସବ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବୀକୃତି ପରେ ଏହି ତାଲିକା ପ୍ରକାଶ କରାଯାଇଛି। ଜାଣନ୍ତୁ କେଉଁ ନିର୍ବାଚନ ମଣ୍ଡଳୀ ପାଇଁ କେଉଁମାନଙ୍କୁ କରାଗଲା ନିଯୁକ୍ତି..

Categories
ଆଜିର ଖବର ରାଜ୍ୟ ଖବର

ବିଜେପି ଛାଡିଥିଲେ ଆଜି ବିଜେଡିରେ ସାମିଲ ହେଲେ ରମାକାନ୍ତ ଭୋଇ

ଜଗତସିଂହପୁର : ତିର୍ତ୍ତୋଲ ଉପନିର୍ବାଚନ ନେଇ ରାଜନୈତିକ ମହଲ ସରଗରମ ରହିଛି। ଆଜି ବିଜେଡିରେ ଯୋଗଦେଲେ ରମାକାନ୍ତ ଭୋଇ। ଦଳ ଅଣଦେଖା କରୁଥିବା ଅଭିଯୋଗ କରି ଗତ 6ତାରିଖରେ ବିଜେପି ଛାଡିଥିଲେ। ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ରମାକାନ୍ତ ଭୋଇ। 2019 ସାଧାରଣ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ବିଜେପିରୁ ସେ ଦୁଇଥର ବିଧାୟକ ପ୍ରାର୍ଥୀ ହୋଇଥିଲେ। ତେବେ ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆଣି ସେ ଦଳ ଛାଡିଥିଲେ ବୋଲି ସୂଚନା ମିଳିଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ ପ୍ରସଙ୍ଗ : ଉଭୟ ବିରୋଧୀ ଦଳଙ୍କ ଟାର୍ଗେଟ୍‌ରେ ବିଜେଡି‌

ଭୁବନେଶ୍ବର : ଆଜି ରାଜ୍ୟସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ସତ୍ତ୍ବେ କୃଷି ବିଲ୍‌ ପାସ୍‌ ହୋଇଛି । ବିଜେଡି ଏହି ବିଲ୍‌କୁ ବିରୋଧ କରିଥିବାବେଳେ ବିଜେଡିରେ ଏହି ବିରୋଧକୁ ନେଇ ଉଭୟ ବିରୋଧୀ ଦଳ ଟାର୍ଗେଟ୍‌ କରିଛନ୍ତି । ବିଜେପି ଏହି ବିରୋଧ ପଛରେ ସିବିଆଇ ରେଡ୍‌ ରହିଛି ବୋଲି କହୁଥିବାବେଳେ କଂଗ୍ରେସ ଏହାକୁ ବିଜେଡିର ଏକ ଡ୍ରାମା ବୋଲି କହିଛି ।

ବିଜେଡିର ଏହି ବିରୋଧକୁ ନେଇ ବିଜେପି ସାଂସଦ ସୁରେଶ ପୂଜାରୀ ଟାର୍ଗେଟ୍‌ କରିଛନ୍ତି । ବିଜେଡିର ଏହି ବିରୋଧ ପଛରେ ସିବିଆଇ ରେଡ୍‌ ରହିଛି ବୋଲି କହିଛନ୍ତି ପୂଜାରୀ। ସିବିଆଇ ଚିଟ୍‌ଫଣ୍ଡ ମାମଲାରେ କିଛି ଏମଏଲ୍‌ଏଙ୍କ ଘର ରେଡ୍‌ କରିଛି । ବିଜେଡି ଭାବୁଥିଲା ତାକୁ ଚିଟ୍‌ଫଣ୍ଡ୍‌ରୁ ରକ୍ଷା କଲେ, ସେ ସମର୍ଥନ ଦେବେ । କିନ୍ତୁ ବିଜେପି ବେପାର କରେନି, ଆଇନ୍‌ ତା’ ବାଟରେ ଯିବ ବୋଲି କହିଛନ୍ତି ଶ୍ରୀ ପୂଜାରୀ। ଅପରପକ୍ଷରେ ବିଲ୍‌ ପାରିତ ହେବା ପରେ ସାଂସଦ ସୂରେଶ ପୂଜାରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା ଜରିଆରେ ମଣ୍ଡିରେ ଚାଲିଥିବା ଦଲାଲି ବ୍ୟବସ୍ଥାର ଉଚ୍ଛେଦ ହେବ । ଇ-ମାର୍କେଟିଂ ଜରିଆରେ ଚାଷୀ ସବୁଠି ଫସଲ ବିକି ପାରିବେ ।

ତେବେ ସୁରେଶ ପୂଜାରୀଙ୍କ ବିଲ୍‌ ବିରୋଧ ପଛରେ ସିବିଆଇ ରେଡ୍‌ ଅଭିଯୋଗ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ଚାଷୀ ସମସ୍ୟା ନେଇ ସେ କୌଣସି ରାଜନୈତିକ ବୟାନ ଦେବାକୁ ଚାହିଁନଥିବାବେଳେ କହିଛନ୍ତି ଯେ, ବିଜେଡି କୌଣସି ହଙ୍ଗାମାରେ ବିଶ୍ବାସ କରେନି । ବିଜେଡି ହେଉଛି ଚାଷୀଙ୍କ ସପକ୍ଷବାଦୀ ଦଳ ।

ଅପରପକ୍ଷରେ  ବିଜେଡିର କୃଷି ବିଲ୍‌କୁ ବିରୋଧ କରିବାକୁ ନେଇ କଂଗ୍ରେସ ମଧ୍ୟ ଟାର୍ଗେଟ୍‌ କରିଛି । ବିଜେଡି ଡ୍ରାମା କରିଛି ବୋଲି କହିଛି କଂଗ୍ରେସ । ପୂର୍ବରୁ ଲୋକସଭାରେ ସାହାଯ୍ୟ କରିଥିଲା । ବିଜେଡି କୃଷକମାନଙ୍କ ପ୍ରତି ଯାହା କହିଛି ତାହାସମେସ୍ତ ଜାଣନ୍ତି ବୋଲି କହିଛି କଂଗ୍ରେସ ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା 45 ଜଣ ସଂପାଦକଙ୍କ ନାମ, ଜାଣନ୍ତୁ କିଏ ସେମାନେ କଣ ମିଳିଲା ଦାୟିତ୍ବ

ଭୁବନେଶ୍ବର, ବିଜୁ ଜନତା ଦଳ ଆଜି 45 ଜଣ ସଂପାଦକଙ୍କ ନାମ ଘୋଷଣା କରିଛି। ଏଥିସହିତ ଏହି ନେତାମାନେ କେଉଁ କେଉଁ ଦାୟିତ୍ବରେ ରହିବେ ତାହା ମଧ୍ୟ ପ୍ରକାଶ ପାଇଛି। ଜାଣନ୍ତୁ କେଉଁ ନେତାଙ୍କୁ କେଉଁ ଦାୟିତ୍ବ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ଯୋଦ୍ଧାଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବୁନାହିଁ ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବନ ପଟ୍ଟନାୟକ

ଭୁବନେଶ୍ବର,  ଗତ ୫ ମାସ ଧରି ଓଡିଶା କୋଭିଡ ବିରୁଦ୍ଧରେ ଲଢେଇ ଜାରି ରହିଛି। ଏହି ଲଢେଇର ଆଗଧାଡିରେ ରହିଥିବା କୋଭିଡ ଯୋଦ୍ଧା ମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ଆଜି ରାଜ୍ୟର କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଛି। ଏହାକୁ କୋଭିଡ ଯୁଦ୍ଧର ଏକ ମହତ୍ବପୂର୍ଣ୍ଣ ଘଟଣା ବୋଲି ବର୍ଣ୍ଣନା କରି ଏହାର ସବୁ ଶ୍ରେୟ କୋଭିଡ ଯୋଦ୍ଧା ଓ ଓଡିଶାବାସୀଙ୍କର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଜୀବନକୁ ବାଜି ଲଗାଇ ସେମାନେ ଯେପରି ସେବା କରିଚାଲିଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା ମଧ୍ୟ କରିଛନ୍ତି।

ଏହି ଲଢେଇରେ ୨୫ ଜଣ କୋଭିଡ ଯୋଦ୍ଧା ସେମାନଙ୍କ ଜୀବନ ବଳିଦାନ ଦେଇ ସେବା, ତ୍ୟାଗ ଓ ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ସେହି ଯୋଦ୍ଧା ମାନଙ୍କର ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ସାରା ରାଜ୍ୟ ଆଜି ସଂଧ୍ୟା ୬ଟାରେ ଏକ ମିନିଟ ନୀରବ ପ୍ରାର୍ଥନା କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । ଏହି ନୀରବ ପ୍ରାର୍ଥନାରେ ସାରା ରାଜ୍ୟର ଜନସାଧାରଣ, ବିଭିନ୍ନ ଅଫିସ, ଅନୁଷ୍ଠାନର କର୍ମଚାରୀ ଭାଗ ନେଇ ଶହୀଦ କରୋନା ଯୋଦ୍ଧାଙ୍କ ପ୍ରତି ଜାତିର କୃତଜ୍ଞତା ଅର୍ପଣ କରିଛନ୍ତି।

ନିଜ ପରିବାର ଓ ବ୍ୟକ୍ତିଗତ ସୁଖ ସୁବିଧାକୁ ପଛରେ ପକାଇ ଆମର କୋଭିଡ ଯୋଦ୍ଧା ମାନେ ଉତ୍ସର୍ଗୀକୃତ ମନୋଭାବ, ତ୍ୟାଗ ଓ ନିଷ୍ଠାର ସହ ଯେପରି ସେବା କରିଚାଲିଛନ୍ତି, ତାକୁ ଉତ୍ସାହିତ କରିବା ଏବଂ ତାଙ୍କର ଏହି ମହତ୍‌ କାର୍ଯ୍ୟକୁ ଦୃଢ ସମର୍ଥନ ଦେବା ପାଇଁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସହଯୋଗ, ସଚେତନତା ଓ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବାର ଶପଥ ପାଠ କରାଇଥିଲେ। ମୁଁ ଜିତିବି, ମୋ ଓଡିଶା ଜିତିବ ଓ ମାନବ ଜାତି ବି ଜିତିବ; ଏହି ସଂକଳ୍ପ ନେଇ କରୋନା ବିରୁଦ୍ଧରେ ଲଢେଇକୁ ମଜବୁତ କରିବା ସହିତ କୋଭିଡ ନିୟମାବଳୀର ଅନୁପାଳନ ଓ କୋଭିଡ ଯୋଦ୍ଧାଙ୍କୁ ପୂର୍ଣ୍ଣ ସହଯୋଗ ଓ ସମ୍ମାନ ଜଣାଇବା ପାଇଁ ମଧ୍ୟ ସମସ୍ତେ ଶପଥ ନେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡ଼ି କାର୍ଯ୍ୟାଳୟରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନାର୍ଥେ ନୀରବ ପ୍ରାର୍ଥନା ଓ ଶପଥ ଗ୍ରହଣ

ଭୁବନେଶ୍ବର,  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ନାନ କ୍ରମେ ଆଜି ସଂଧ୍ୟା ୬ ଘଣ୍ଟିକାରେ ବିଜେଡି କାର୍ଯ୍ୟାଳୟରେ ନିରବ ପ୍ରାର୍ଥନା ସହିତ ଶପଥ ପାଠ ହୋଇଯାଇଛି। ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ୧ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ, ସତ୍ୟବ୍ରତ ପାତ୍ର, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଜନ୍ମଜୟ ଲେଙ୍କା, ଛାତ୍ର ଜନତା ଦଳ ରାଜ୍ଯ ସଭାପତି ରାଣାପ୍ରତାପ ପାତ୍ର, ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ,ମହିଳା ଜନତା ଦଳର ସାଧାରଣ ସମ୍ପାଦକ ସୁଲତ ଦେଓ,ଭାରତୀ ସିଂ, ସଂଯୁକ୍ତା ମହାନ୍ତି, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଯୁବ ବିଜେଡିର ଦୁର୍ଗା ସାମନ୍ତରାୟ,ମଳୟ ପତି, ଧୃତି ମାର୍ଥ।,ସୁନୀଲ ନାୟକ,ତାରିଣୀ ନାୟକଙ୍କ ସହ ଛାତ୍ର ବିଜେଡି ର ମନୋଜ ସେନାପତି, ସୁଜିତ ପାଲଟାସିଂହ,ପ୍ରମୋଦ ପାତ୍ର,ଧର୍ମେନ୍ଦ୍ର ଧଳ,ସଂଜୟ ବିଶୋଇ ଆଦି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ଆଜି ପରଲୋକ ହୋଇଯାଇଛି। ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ 66 ବର୍ଷ ବୟସରେ ତାଙ୍କର ପରୋକ ହୋଇଛି। 6 ଥର ବିଧାୟକ, ଥରେ ସାଂସଦ ହୋଇଥିବା ବିଷ୍ଣୁ ଦାସ ଥରେ ମନ୍ତ୍ରୀ ହୋଇଥିଲେ। ସେ ଜଗତସିଂହପୁରରୁ 5ଥର, ତିର୍ତ୍ତୋଳରୁ ଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗତ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ନିର୍ବାଚିତ ହୋଇଥିଲେ। ସ୍ବଳ୍ପକାଳ ପାଇଁ ସେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ବିଷ୍ଣୁଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରୀୟ ମାର୍ଗଦର୍ଶିକା ପଢନ୍ତୁ ବିଜେପି ନେତା : ସସ୍ମିତ ପାତ୍ର

ଭୁବନେଶ୍ବର : କରୋନା ପରୀକ୍ଷଣକୁ ନେଇ ବିଜେିପକୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । କେନ୍ଦ୍ର ସରକାର ଏବଂ ଆଇସିଏମ୍‌ଆର ପକ୍ଷରୁ କେବଳ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିଙ୍କ କୋଭିଡ୍‌ ପରୀକ୍ଷା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ତେଣୁ ବିଜେପି ନେତା ମାନେ କେନ୍ଦ୍ରୀୟ ମାର୍ଗଦର୍ଶିକା ପଢିବା ଉଚିତ୍‌ ବୋଲି ସସ୍ମିତ୍‌ ମତ ଦେଇଛନ୍ତି । ରାଜ୍ୟରେ ଆଇସିଏମ୍‌ଆର ଗାଇଡ୍‌ଲାଇନ୍‌ ଅନୁଯାୟୀ ପରୀକ୍ଷଣ ଜାରି ରହିଛି । ଆଇସିଏମ୍‌ଆର ଗାଇଡ୍‌ଲାଇନ୍‌ ଅନୁଯାୟୀ ରାଜ୍ୟରେ ରାଣ୍ଡମ୍‌ (ମିଶାମିଶି) ପରୀକ୍ଷଣ କରାଯାଉଛି ।

ଓଡିଶାରେ ଦୈନିକ ପରୀକ୍ଷଣ ସଂଖ୍ୟା 15 ହଜାରକୁ ବୃଦ୍ଧି କରାଯାଇଛି । ଓଡିଶା ସରକାର ଉଭୟ କେନ୍ଦ୍ର ସରକାର ଏବଂ ଆଇସିଏମ୍‌ଆରର ଗାଇଡ୍‌ଲାଇନ୍‌ ଅନୁଯାୟୀ ପରୀକ୍ଷଣ କରୁଛନ୍ତି । ଦେଶର ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ସମାନ ପ୍ରକ୍ରିୟା ଅବଲମ୍ବନ କରାଯାଉଛି । ତେଣୁ ଏଭଳି ସ୍ପର୍ଶକାତର ମାମଲାରେ ରାଜନୀତି କରିବା ପୂର୍ବରୁ ବିଜେପି ନେତା ମାନେ କେନ୍ଦ୍ରୀୟ ମାର୍ଗଦର୍ଶିକା ପଢନ୍ତୁ ବୋଲି ସସ୍ମିତ ପାତ୍ର ପ୍ରକାଶ କରିଛନ୍ତି ।

କରୋନା ମୁକାବିଲାର ମଧ୍ୟବର୍ତ୍ତୀ ସ୍ଥିତିରେ ରହିଥିବା ବେଳେ ବିଜେପି ନେତାଙ୍କ ଏଭଳି ହୀନ ରାଜନୀତି ଗ୍ରହଣୀୟ ନୁହେଁ । ଓଡିଶାର ଅସ୍ଥାୟୀ ମେଡିକାଲ କେନ୍ଦ୍ର (ଟିଏମ୍‌ସି) ରଣନୀତି ଯାହାକି ଦେଶର ଅନ୍ୟ କୌଣସି ରାଜ୍ୟ ଆପଣେଇ ନାହାନ୍ତି । ଓଡିଶାର ଏହି ଅନନ୍ୟ ପଦକ୍ଷେପ କାରଣରୁ କରୋନା ମୁକାବିଲାରେ ରାଜ୍ୟ ଅନ୍ୟ ମାନଙ୍କଠାରୁ ଆଗୁଆ ରହିଛି । ଓଡିଶା ବ୍ୟତିତ ଦେଶର ଅନ୍ୟ କୌଣସି ରାଜ୍ୟରେ ଏହି ବ୍ୟବସ୍ଥା ହୋଇନାହିଁ ବୋଲି ଶ୍ରୀ ପାତ୍ର ମତ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ନେତା ସୁବାସ ଚୌହାନଙ୍କ ପରଲୋକ

ଭୁବନେଶ୍ୱର: ବିଜେଡି ନେତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା ରହିଛି । ସେ ଲିଭର କ୍ୟାନସରରେ ପୀଡ଼ିତ ଥିବାବେଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି । ସୁବାସ ଚୌହାନ କିଛି ଦିନ ହେଲା  ଚିକିତ୍ସାଧିନ ଥିଲେ। ଗତ 5 ତାରିଖ ମଙ୍ଗଳବାର ରାତିରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ରାତିରୁ ସେ ଆଇସିୟୁରେ ଏବଂ ପରେ ଭେଣ୍ଟିଲେଟରରେ ଥିଲେ। 2019 ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପି ପ୍ରତି ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ପଶ୍ଚିମ ଓଡିଶାରେ ତାଙ୍କର ଭଲ ସଂଗଠନ ଥିବାରୁ ବିଜେଡି ତରଫରୁ ତାଙ୍କୁ ସେହି ଅଞ୍ଚଳ ଦାୟିତ୍ବ ଦେଇଥିଲା। ସେହିପରି ବିଜେପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାରେ ସୁବାସଙ୍କ ଭୂମିକା ମଧ୍ୟ ଗୁରୁତ୍ବ ପୂର୍ଣ୍ଣ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହେଲେ 4 ରାଜ୍ୟସଭା ପ୍ରାର୍ଥୀ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଓଡିଶାର 4 ଜଣ ରାଜ୍ୟସଭା ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଥିବା ବେଳେ ବିଜୁ ଜନତା ଦଳର 4 ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ରିଟର୍ଣ୍ଣିଂ ଅଫିସର ଦାଶରଥୀ ଶତପଥୀ 4 ବିଜେଡି ପ୍ରାର୍ଥୀ ମମତା ମହାନ୍ତ, ମୁଜିବୁଲ୍ଲା ଖାଁ, ସୁଜିତ୍‌ କୁମାର ଏବଂ ସୁବାଷ ଚନ୍ଦ୍ର ସିଂଙ୍କୁ ନିର୍ବାଚିତ ବୋଲି ଘୋଷଣା କରିବା ସହିତ ନିର୍ବାଚନ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲ୍‌2, 2020ରେ 4 ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ବିଜେଡି ପକ୍ଷରୁ ଏହି ଚାରି ଜଣଙ୍କୁ ମନୋନୀତ କରାଯାଇଥିଲା ।

Categories
ବିଶେଷ ଖବର

ବବିଙ୍କ ହାତରେ ବିଜେଡି ସଂଗଠନର ଲଗାମ, ଇତିହାସର ପୁନରାବୃତ୍ତି!!

କେଦାର ମିଶ୍ର

ଓଡିଶା ରାଜନୀତିର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜୟନ୍ତୀ ତଥା ନବୀନ ପଟ୍ଟନାୟକ ସରକାରର ୨୦ ବର୍ଷ ପୂର୍ତ୍ତି ଅବସରରେ ଯେଉଁ ଖବରଟି ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି, ତା ହେଲା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କୁ ବିଜେଡ଼ିର ସଂଗଠନ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ବିଜୁ ଜନତା ଦଳ ଭିତରେ ପ୍ରଣବ ପ୍ରକାଶଙ୍କ ପତିଆରା ଗତ କିଛି ବର୍ଷ ହେଲା ବେଶ ବଢିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ସଫଳତା ହାରା ଯେତେବେଳେ କମିଥିଳା, ସେତେବେଳେ ସରକାରରେ ଥିବା କିଛି ମନ୍ତ୍ରୀଙ୍କୁ ବିଜେଡି ସଂଗଠନ ସଜାଡିବାର ଦାୟିତ୍ଵ ଦିଆଯାଇଥିଲା। ମନ୍ତ୍ରୀ ମଣ୍ଡଳ ଛାଡି ଆସିଥିବା ସେତେବେଳର ତରୁଣ ମନ୍ତ୍ରୀମାନଙ୍କ ଭିତରେ ବବି ଥିଲେ ଅନ୍ୟତମ। ବିଜେଡି ଗଠନର ପ୍ରଥମ ୧୨ ବର୍ଷ, ଦଳର ସଂଗଠନ ପ୍ୟାରୀମୋହନ ମହାପାତ୍ରଙ୍କ ହାତରେ ରହିଥିଲା। ପ୍ୟାରୀ ବାବୁଙ୍କର ପ୍ରସିଦ୍ଧ ବିଦ୍ରୋହ ପରେ ଅଳ୍ପଦିନ ପାଇଁ  ବିଜେଡି ସଂଗଠନର ନମ୍ବର ଟୁ ଭାବରେ କଳ୍ପତରୁ ଦାସଙ୍କର ପତିଆରା ରହିଥିଲା। ତେବେ ୨୦୧୭ ପରଠାରୁ ଦଳୀୟ ସଙ୍ଗଠନରେ ବବି ଦାସଙ୍କର ପ୍ରଭାବ ବଢି ଚାଲିଥିଲା। ପରିଶେଷରେ ଆଜି ବବିଙ୍କର ସାଙ୍ଗଠନିକ ଦକ୍ଷତାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ଵୀକୃତି ଦେଇଛନ୍ତି ଓ ତାଙ୍କୁ ବିଜେଡ଼ିର ସଂଗଠନ ସମ୍ପାଦକ ପଦରେ ନିଯୁକ୍ତି ଦେଇଛନ୍ତି।

ତେବେ ବବିଙ୍କର ଏହି ନିଯୁକ୍ତି ତାଙ୍କୁ ବିଜେଡି ଭିତରେ ନମ୍ବର-୨ର ପ୍ରତିଷ୍ଠା ଦେବ କି? ଯେଉଁମାନେ ନବୀନ ପଟ୍ଟନାୟକଙ୍କ ରାଜନୈତିକ ରଣକୌଶଳ ବିଷୟରେ ଜାଣନ୍ତି, ସେମାନେ ଭଲ ଭାବରେ ବୁଝନ୍ତି ଯେ ବିଜେଡିରେ ନମ୍ବର-୨ ବୋଲି କିଛି ନାହିଁ। ମୁଖ୍ୟମନ୍ତ୍ରୀ ଓ ଦଳର ସଭାପତି ଭାବରେ ନବୀନ ବାବୁ ଦଳ ଭିତରେ ତଥା ସରକାରରେ କୌଣସି ଦ୍ଵିତୀୟ କ୍ଷମତା କେନ୍ଦ୍ର ତିଆରି କରିବାର ସୁଯୋଗ ଦେଇ ନାହାନ୍ତି। ପ୍ୟାରୀ ବାବୁଙ୍କ ସହିତ “ଦ୍ଵିତୀୟ କ୍ଷମତା କେନ୍ଦ୍ର” ପଦଟି ମଧ୍ୟ ଇତିହାସ ହୋଇ ଯାଇଛି।  ସେହି ଆଧାରରେ ବବିଙ୍କୁ ବିଜେଡିରେ ସାଙ୍ଗଠନିକ ମୁଖିଆ ଯଦିଓ କରା ଯାଇଛି, ଅସଲ କ୍ଷମତା ଆଜି ମଧ୍ୟ ଏବଂ ଲଗାମ ନବୀନ ବାବୁଙ୍କ ପାଖରେ ରହିଛି।

ଦଳର ସଂଗଠନ ସଜାଡିବାରେ ବବିଙ୍କର ପ୍ରମୁଖ ଭୂମିକା ରହି ଆସିଛି। ଦଳ ଭିତରେ ସଭାପତିଙ୍କର ସବୁଠୁ ବିଶ୍ଵସ୍ତ ଲୋକ ଭାବରେ ସେ ନିଜକୁ ବାରମ୍ବାର ପ୍ରମାଣିତ କରିଛନ୍ତି। ବବିଙ୍କର ସବୁଠୁ ଭଲ ଗୁଣ ହେଲା, ସେ ଅନ୍ୟ ନେତାଙ୍କ ପରି ଭାଷଣ ପ୍ରିୟା ବା କ୍ୟାମେରା ପ୍ରିୟ ନୁହନ୍ତି। ଟେଲିଭିଜନରେ ନିଜ ମୁହଁ ଦେଖାଇବାର ମୋହରୁ ସେ ନିଜକୁ ସବୁବେଳେ ଦୂରେଇ ରଖିଛନ୍ତି। ସେମିତି ଦଳୀୟ ସଭା ସମିତିରେ ମାଇକ ଧରି ଭାଷଣ ଦେବାରେ ସେ ସବୁଠୁ ସଙ୍କୁଚିତ ନେତା। ପର୍ଦ୍ଦା ପଛରେ ରହି କାମ କରିବାର ଉତ୍ସାହ ତାଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା ପ୍ରମାଣିତ କରିଛି। ବୁଥ ସ୍ତରରୁ ରାଜ୍ୟ ସ୍ତର ଯାଏ ବିଜେଡ଼ିର ନେତା ଓ କର୍ମୀଙ୍କ ସହ ବବିଙ୍କ ସମ୍ପର୍କ ମଧ୍ୟ ବେଶ ଭଲ। ନୀରବରେ ପର୍ଦ୍ଦା ଆଢୁଆଳରେ ରହି କାମ କରିବାର ପୁରସ୍କାର ଭାବରେ ଆଜି ବିଜେଡି ସଂଗଠନର ସବୁଠୁ ବଡ ଦାୟିତ୍ଵ ତାଙ୍କୁ ମିଳିଛି।

ଏହା ସହିତ ଆମେ କହିପାରିବା ଯେ, ବବିଙ୍କୁ ଏହି ଦାୟିତ୍ଵ ମିଳିବା ସହିତ ଓଡିଶା ରାଜନୀତିରେ ଇତିହାସର ପୁନରାବୃତ୍ତି ଘଟିଛି। ୧୯୯୦-୯୫, ବିଜୁ ପଟ୍ଟନାୟକଙ୍କର ଦ୍ଵିତୀୟ ପାଳିର ସରକାରରେ ଦୁଇଟି ବିକଳ୍ପ କ୍ଷମତା କେନ୍ଦ୍ର ରହିଥିଲା। ବିଜୁ ପଟ୍ଟନାୟକଙ୍କ ସରକାରରେ ବିଜୟ ମହାପାତ୍ର ଥିଲେ ନିର୍ବିବାଦରେ ନମ୍ବର-୨ ମନ୍ତ୍ରୀ। ହେଲେ ଜନତା ଦଳରେ ଅଶୋକ ଦାସ ଥିଲେ ନମ୍ବର-୨। ୨୫ ବର୍ଷ ପରେ ବିଜୁ ବାବୁଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ବିଜୁ ଜନତା ଦଳରେ ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ଆଜି ନିଜ ପିତାଙ୍କ ସାଙ୍ଗଠନିକ ପଦର ଉତ୍ତରାଧିକାରୀ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ଜୟନ୍ତୀକୁ ପକ୍ଷବ୍ୟାପୀ ପାଳନ କରିବ ବିଜେଡି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ପ୍ରବାଦ ପୁରୁଷ ରାଷ୍ଟ୍ରନୀତିଜ୍ଞ ତଥା ଓଡିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀକୁ ଏକ ପକ୍ଷ ବ୍ୟାପୀ ପାଳନ କରିବା ପାଇଁ ବିଜେଡି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ମାର୍ଚ୍ଚ 5 ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 104 ତମ ଜନ୍ମଦିବସକୁ 15 ଦିନ ବ୍ୟାପି ଶୁଭେଚ୍ଛୁ ଏବଂ ଜନସାଧାରଣଙ୍କ ସହିତ ପାଳନ କରିବେ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ପ୍ରମିଳା ମଲ୍ଲିକ ଏବଂ ଉଷା ଦେବୀ ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ବିଜୁ ଜୟନ୍ତୀ ଅବସରରେ ବିଜେଡି ରାଜ୍ୟରେ 20 ବର୍ଷ ପୂରଣ କରିବାକୁ ଯାଉଛି । ବିଜୁ ଜୟନ୍ତୀ ଅବସରରେ ଓଡିଶାର ବିକାଶ ଯାତ୍ରା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ । ଏହା ସହିତ ରାଜ୍ୟର ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ବିଜୁ ଜୟନ୍ତୀ ଅବସରରେ ମାର୍ଚ୍ଚ 8ରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ମାନଙ୍କୁ ନେଇ ଏକ ସମ୍ମିଳନୀ କରାଯିବା ସହିତ ବିଭିନ୍ନ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ଅବସରରେ ଦଳର ଛାମୁଆ ସଙ୍ଗଠନ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ସମୟରେ ମାର୍ଚ୍ଚ 5ରୁ ଏପ୍ରିଲ 17 ତାରିଖ ପର୍ଯ୍ୟନ୍ତ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତଦାନ କାର୍ଯ୍ୟକ୍ରମ କରାଯିବ ।

Categories
ଆଜିର ଖବର ରାଜ୍ୟ ଖବର

କ୍ରମାଗତ ଅଷ୍ଟମ ଥର ପାଇଁ ବିଜେଡି ସଭାପତି ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ବିଜୁ ଜନତା ଦଳର ସଭାପତି ଭାବରେ ନବୀନ ପଟ୍ଟନାୟକଙ୍କ ନାମ ଘୋଷଣା କରାଯାଇଛି । କ୍ରମାଗତ ଅଷ୍ଟମ ଥର ପାଇଁ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ପରିଚାଳନା କରିବା ପାଇଁ ନିଯୁକ୍ତ ପ୍ରତାବ ଦେବ ସଭାପତି ଭାବରେ ନବୀନ ପଟ୍ଟନାୟକଙ୍କ ନାମ ଘୋଷଣା କରିଥିଲେ । ସଭାପତି ଭାବରେ ନିର୍ବାଚିତ ହେବା ପରେ ସାଢେ ଚାରି କୋଟି ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ । ନିର୍ବାଚନରେ ବିଜୟ ବା ପରାଜୟ ପାଇଁ ବିଜେଡି ନିର୍ବାଚନ ଲଢିନଥାଏ ଲୋକଙ୍କ ସେବା କରିବା ପାଇଁ ଦଳ ନିର୍ବାଚନ ଲଢିଥାଏ ବୋଲି ନବୀନ ମତ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର: ବିଜେଡି ସଭାପତି ପଦ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦଳର ବରିଷ୍ଠ ନେତାଙ୍କ ସହିତ ଭୁବନେଶ୍ୱରରେ ଥିବା ଦଳୀୟ କାର୍ଯ୍ୟାଳୟକୁ ଆସି ସେ ନାମାଙ୍କନ ଦାଖଲ କରିଥିଲେ। ଅଷ୍ଟମ ଥର ପାଇଁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ । ନାମାଙ୍କନ ପାଇଁ 10 ଜଣ ପ୍ରସ୍ତାବକ ଓ 10 ଜଣ ସମର୍ଥକ ରହିଥିଲେ ।  ସେହିପରି ଆଜି ଦଳର କାର୍ଯ୍ୟକାରିଣୀ ସଦସ୍ୟ ପାଇଁ 80 ଜଣ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତା 26 ତାରିଖରେ କର୍ମକର୍ତ୍ତାଙ୍କ ବିଧିବଦ୍ଧ ନାମ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ସାଙ୍ଗଠନିକ ନିର୍ବାଚନ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ । ଏହା ପୂର୍ବରୁ 21 ତାରିଖରେ ଦଳର ସାଂଗଠନିକ ଜିଲ୍ଲା ସଭପତିଙ୍କ ନାଁ ଘୋଷଣା କରାଯାଇଥିଲା।

 

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ସଭାପତି ତାଲିକା ଘୋଷଣା କରାଯାଇଛି । ଡିସେମ୍ବର 27ରୁ ଫେବୃୟାରୀ 18 ପର୍ଯ୍ୟନ୍ତ 5ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ସହିତ ସମସ୍ତ ନିର୍ବାଚିତ ସଭାପତିଙ୍କ ନାମ ଘୋଷଣା କରାଯାଇଛି ।

ଅନୁଗୁଳ : ମହେନ୍ଦ୍ର ବସ୍ତିଆ
ବାଲେଶ୍ବର : ରବୀନ୍ଦ୍ର କୁମାର ଜେନା
ବରଗଡ : ବିଜୟ ରଞ୍ଜନ ସିଂ ବରିହା
ଭଦ୍ରକ : ଜଗନ୍ନାଥ ସ୍ବାଇଁ
ଭୁବନେଶ୍ବର : ଅନନ୍ତ ନାରାୟଣ ଜେନା
ବଲାଙ୍ଗୀର : ଟୁକୁନି ସାହୁ
ବୌଦ୍ଧ : ମହୀଧର ରଣା
କଟକ : ଦେବାଶିଷ ସାମନ୍ତରାୟ
ଦେବଗଡ : ରୋମାଞ୍ଚ ରଞ୍ଜନ ବିଶ୍ବାଳ
ଢେଙ୍କାନାଳ : ପ୍ରଫୁଲ୍ଳ ମଲ୍ଲିକ୍‌
ଗଜପତି : ପ୍ରଦୀପ ନାୟକ
ଗଞ୍ଜାମ : ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ
ଜଗତସିଂହପୁର : ପ୍ରଶାନ୍ତ ମୁଦୁଲି
ଯାଜପୁର : ସରୋଜ ମହାପାତ୍ର
ଝାରସୁଗୁଡା : କିଶୋର ମହାନ୍ତି
କଳାହାଣ୍ଡି : ପୁଷ୍ପେନ୍ଦ୍ର ସିଂଦେଓ
କନ୍ଧମାଳ : ସରୋଜ କୁମାର କର୍ଣ୍ଣେ
କେନ୍ଦ୍ରାପଡା : ଉତ୍କଳ କେଶରୀ ପରିଡା
କେନ୍ଦୁଝର : ମାଧବ ସର୍ଦ୍ଦାର
ଖୋର୍ଦ୍ଧା : ବିଭୂତି ଭୂଷଣ ବଳବନ୍ତରାୟ
କୋରାପୁଟ : ଇଶ୍ବର ପାଣିଗ୍ରାହୀ
ମାଲକାନଗିରି : ପୂର୍ଣ୍ଣଚନ୍ଦ୍ର ବକା
ମୟୁରଭଞ୍ଜ ସଦର : ସୁଦାମ ମାରାଣ୍ଡି
ମୟୁରଭଞ୍ଜ : କାଶୀନାଥ ହେମ୍ବ୍ରମ୍‌
ନବରଙ୍ଗପୁର : ରମେଶ ଚନ୍ଦ୍ର ମାଝୀ
ନୟାଗଡ : ରମେଶ ବେହେରା
ନୂଆପଡା : ମନୋଜ ମିଶ୍ର
ପୁରୀ : ମହେଶ୍ବର ମହାନ୍ତି
ରୟଗଡା : ସୁଧୀର ଦାସ
ରାଉରକେଲା : ଶାରଦା ପ୍ରସାଦ ନାୟକ
ସମ୍ବଲପୁର : ସିଦ୍ଧାର୍ଥ ଦାସ
ସୁବର୍ଣ୍ଣପୁର : ସରୋଜ କାମ୍ପା
ସୁନ୍ଦରଗଡ : ବିନୟ ଟପ୍ପୋ

Categories
ଆଜିର ଖବର ଜାତୀୟ ଖବର

ଶିକ୍ଷା କ୍ଷେତ୍ରରେ ଏଫ୍‌ଡିଆଇକୁ ନେଇ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖିଲେ ଅନୁରାଗ ଠାକୁର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଶିକ୍ଷାକ୍ଷେତ୍ରରେ ଶତ ପ୍ରତିଶତ ଏଫ୍‌ଡିଆଇକୁ ନେଇ ରାଜ୍ୟସଭାରେ ପ୍ରଶ୍ନ ଉତ୍ଥାପନ କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଶତ ପ୍ରତିଶତ ଏଫ୍‌ଡିଆଇ ଦ୍ବାରା ଭାରତୀୟ ଶିକ୍ଷାନୀତି ଏବଂ ଅର୍ଥନୀତି ପ୍ରଭାବିତ ହେବ କି ନାହିଁ ବୋଲି ପାତ୍ର ପ୍ରଶ୍ନ କଗରିଥିବା ବେଳେ ଅନୁରାଗ ଠାକୁର ଏହା ଉପରେ ଉତ୍ତର ରଖିଥିଲେ । ଭାରତୀୟ ଯୁବପିଢି ଏବଂ ଶିକ୍ଷାନୁଷ୍ଠାନ ଗୁଡିକ ଏହି ନିଷ୍ପତ୍ତି ଦ୍ବାରା ପ୍ରଭାବିତ ହେବ ନାହିଁ । ଏହି ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ସରକାର ଏହା ଉପରେ ଆଲୋଚନା ପର୍ଯ୍ୟାଲୋଚନା କରି ଏହି ନିଷ୍ପତ୍ତି ନେଇଥିବା ନେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବିମାନବନ୍ଦର ଦୁର୍ଘଟଣା ମାମଲାରେ ବିଜେଡିର ସମବେଦନା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ଦୁର୍ଘଟଣା ନେଇ ବିଜେଡି ପକ୍ଷରୁ ସମବେଦନା ପ୍ରକାଶ ପାଇଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି । ବିଜେପି ଏହି ଘଟଣା ପାଇଁ ସରକାରଙ୍କୁ ଦାୟୀ କରୁଥିବାରୁ ସରକାରଙ୍କ ପକ୍ଷରୁ ବିଜେପିକୁ ସମାଲୋଚନା କରାଯାଇଛି । ଏଭଳି ଦୁଃଖଦ ଘଟଣାକୁ ନେଇ ବିଜେପି ଭଳି ବିଜେଡି ରାଜନୀତି କରେ ନାହିଁ ବୋଲି ସସ୍ମିତ କହିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଆହତଙ୍କୁ ମାଗଣା ଚିକିତ୍ସା ଦାବି କରିଛି ବିଜେଡି । ଉଲ୍ଲେଖଯୋଗ୍ୟ ଯେ, ଘଟଣା ପରେ ପୋଲିସ୍‌ ପକ୍ଷରୁ ଠିକାଦାରଙ୍କୁ ଗିରଫ କରାଯାଇଛି ।