Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଓଡିଆଙ୍କୁ ବସ୍‌ରେ ରାଜ୍ୟକୁ ଫେରାଇ ଅଣାଯିବ : ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା

ଭୁବନେଶ୍ବର : ପ୍ରବାସୀ ଓଡିଆଙ୍କୁ ବିଭିନ୍ନ ରାଜ୍ୟରୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ଏହାକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ । ଲକ୍‌ଡାଉନ୍‌ ହଟିବା ପରେ ବସ୍ ଜରିଆରେ ଶ୍ରମିକ ମାନଙ୍କୁ ବସ୍‌ ଜରିଆରେ ରାଜ୍ୟକୁ ଫେରାଇ ଅଣାଯିବ ବୋଲି ଜଣାପଡିଛି । ପଞ୍ଜୀକରଣ ପରେ ସମସ୍ତଙ୍କୁ ଫେରାଇ ଅଣାଯିବା ସହିତ କ୍ବାରାଣ୍ଟାଇନ୍‌ରେ ରଖାଯିବ ବୋଲି ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରବାସୀ ଓଡିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା : ରାଜ୍ୟକୁ ଫେରିବା ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ

ଭୁବନେଶ୍ବର : ବିଭିନ୍ନ ରାଜ୍ୟରେ ଅବସ୍ଥାନ କରୁଥିବା ପ୍ରବାସୀ ଓଡିଆଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଭିଡିଓ ପ୍ରାରମ୍ଭରେ ନବୀନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ଏହାର ଭୟାବହତା ସମ୍ପର୍କରେ ପ୍ରକାଶ କରିବା ସହିତ ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଅନ୍ୟ ରାଜ୍ୟର ପ୍ରାୟ 1 ଲକ୍ଷ ଲୋକ ଓଡିଶାରେ ରହିଥିବା ବେଳେ ଓଡିଶା ସରକାର ସେମାନଙ୍କର ଉପଯୁକ୍ତ ଯତ୍ନ ନେଉଛନ୍ତି । ସେହିପରି ଭାବରେ ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ତୀର୍ଥଯାତ୍ରୀ ଲକ୍‌ଡାଉନ୍‌ କାରଣରୁ ଅନ୍ୟ ରାଜ୍ୟ ମାନଙ୍କରେ ଫସି ରହିଛନ୍ତି । ଅନ୍ୟ ରାଜ୍ୟ ମାନଙ୍କର ପ୍ରଚେଷ୍ଟା ସତ୍ତ୍ବେ ମଧ୍ୟ ଶ୍ରମିକ ମାନଙ୍କର ଜୀବନ ସ୍ବାଭାବିକ ହୋଇନାହିଁ । କଟକଣା ଉଠିବା ପରେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରାଯାଇ ଶ୍ରମିକ ମାନଙ୍କୁ ଫେରାଇ ଅଣାଯିବ । ଅନ୍ୟ ରାଜ୍ୟରୁ ଫେରିବାକୁ ପଞ୍ଚାୟତରେ ପଞ୍ଜୀକରଣ କରି 14 ଦିନ କ୍ବାରାଣ୍ଟାଇନ୍‌ରେ ରହିବେ । ପଞ୍ଚାୟତର ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରାଯାଇଛି । ଫେରୁଥିବା ବ୍ୟକ୍ତିଙ୍କ ବନ୍ଧୁ ପରିଜନ ପଞ୍ଚାୟତରେ ଏନେଇ ଆବେଦନ କରିପାରିବେ । ଫେରିଥିବା ଲୋକଙ୍କ 14 ଦିନ ରହିବା ଖାଇବାର ଖର୍ଚ୍ଚ ସରକାର ବହନ କରିବା ସହିତ କ୍ବାରାଣ୍ଟାଇନ୍‌ ଅବଧି ଶେଷ ହେବା ପରେ 2 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ।

Categories
ଆଜିର ଖବର ରାଜ୍ୟ ଖବର

ଅପରାହ୍ନ 4.30ରେ ପ୍ରବାସୀ ଓଡିଆଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେବେ ନବୀନ

ଭୁବନେଶ୍ବର : ବିଭିନ୍ନ ପଡୋଶୀ ରାଜ୍ୟରେ ଅଟକି ରହିଥିବା ଓଡିଆଙ୍କୁ ଆଜି ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନ 4.30 ମିନିଟ୍‌ରେ ପ୍ରବାସୀ ଓଡିଆଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ପ୍ରଦାନ କରିବେ । ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଓଡିଆ ମାନେ କଷ୍ଟରେ ରହିଥିବାରୁ ସେମାନଙ୍କ ଉଦ୍ଦେଶ୍ୟରେ ନବୀନ ଏହି ବାର୍ତ୍ତା ପ୍ରଦାନ କରିବେ । ଉଲ୍ଳେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 61 ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତନ୍ମଧ୍ୟରୁ 24 ଜଣ ସୁସ୍ଥ ହୋଇ ସାରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ସହରାଞ୍ଚଳ ବିକାଶ ପାଇଁ 100 କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର : କରୋନାରେ ସମଗ୍ର ବିଶ୍ବ ପ୍ରଭାବିତ ହୋଇଥିବା ବେଳେ ଏହା କେବଳ ସ୍ବାସ୍ଥ୍ୟ ସମସ୍ୟା ନୁହେଁ ବରଂ ଅର୍ଥନୈତିକ ଓ ସାମାଜିକ ସମସ୍ୟା ସୃଷ୍ଟି କରିଛି । କରୋନା ମୁକାବିଲା ପାଇଁ ରାଜ୍ୟର ସମସ୍ତ ସହରାଞ୍ଚଳକୁ 100 କୋଟି ଟଙ୍କାର ରାଶି ମଞ୍‌ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର 114ଟି ପୌରାଞ୍ଚଳର ଅର୍ଥନୈତିକ ପଛୁଆ ଶ୍ରେଣୀଙ୍କକ ପାଇଁ ଏହି ଅର୍ଥ ରାଶି ଘୋଷଣା କରାଯାଇଛି । ଶ୍ରମଭିତ୍ତିକ କାର୍ଯ୍ୟରେ ଏହି ଅର୍ଥ ବିନିଯୋଗ କରାଯିବ । ସହରାଞ୍ଚଳରେ ରହୁଥିବା 4.5 ଲକ୍ଷ ପରିବାର ଏହା ଦ୍ବାରା ଉପକୃତ ହେବେ । ମିଶନ ଶକ୍ତି ସହାୟତାରେ ଏହି ଯୋଜନାକୁ ରୂପରେଖ ପ୍ରଦାନ କରାଯିବ । ଏହି ଯୋଜନାର ଅର୍ଥ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ ।

Categories
ଆଜିର ଖବର ରାଜ୍ୟ ଖବର

ମନରେଗା ଶ୍ରମିକଙ୍କ ପାଇଁ ଲକ୍‌ଡାଉନ୍ ଭତ୍ତା ପାଇଁ ମୋଦିଙ୍କୁ ନବୀନଙ୍କ ଚିଠି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର : ଦେଶରେ ୨୧ ଦିନିଆ ଲକ୍‌ଡାଉନ୍ ଘୋଷଣା କରାଯାଇଥିବା ବେଳେ ଦିନମଜୁରିଆ ମାନେ ଏହା ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ଅନ୍ତର୍ଭୁକ୍ତ ଶ୍ରମିକଙ୍କ ନିମନ୍ତେ ଲକ୍‌ଡାଉନ୍ ପ୍ୟାକେଜ୍ ଘୋଷଣା ପାଇଁ ମୋଦିଙ୍କୁ ଚିଠି ଲେଖିଛନ୍ତି ନବୀନ । ରାଜ୍ୟରେ ସମୁଦାୟ ୩୬ ଲକ୍ଷ ୧୦ ହଜାର ୭୯୭ ଜଣ ମନରେଗା ଶ୍ରମିକ ରହିଛନ୍ତି । ଏହି ୨୧ ଦିନ ପାଇଁ ଶ୍ରମିକ ମାନଙ୍କୁ ସେମାନଙ୍କ ମଜୁରୀର ଏକ ଚତୁର୍ଥାଂଶ ପ୍ରଦାନ କରିବା ପାଇଁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି । ଶ୍ରମିକଙ୍କ ପାଇଁ ସମୁଦାୟ ୩୮୦.୩୯ କୋଟି ଟଙ୍କା ଦାବି କରିଛନ୍ତି ନବୀନ । ୨୫ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ୧୮୮ ଟଙ୍କା ହିସାବରେ ୧୧୮.୭୯ କୋଟି ଟଙ୍କା ଏବଂ ୧ ଏପ୍ରିଲ୍‌ରୁ ୧୪ ଏପ୍ରିଲ୍ ପର୍ଯ୍ୟନ୍ତ ଦୌନିକ ୨୦୭ଟଙ୍କା ହିସାବରେ ୨୬୧.୬୦ କୋଟି ଟଙ୍କା ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଷ୍ଟ୍ରିଟ୍‌ ଭେଣ୍ଡରଙ୍କୁ 3 ହଜାର ଟଙ୍କା ଏବଂ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କରୋନା ମୁକାବିଲାକୁ ଓଡିଶା ସରକାରଙ୍କ ପକ୍ଷରୁ ଜୋରଦାର କରାଯାଇଛି । ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଶନିବାର ସରକାରଙ୍କ ପକ୍ଷରୁ ଉଠା ଦୋକାନୀଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯିବା ସହିତ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଦୈନିକ ଶହେରୁ ଦୁଇଶହ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏହି ଖାଦ୍ୟ ପ୍ରସ୍ତୁତ କରାଯିବ । ଏହା ଦ୍ବାରା ପ୍ରାୟ 10 ଲକ୍ଷ ଗରିବ ଲୋକ ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି ।

ସେହିପରି ଷ୍ଟ୍ରିଟ୍‌ ଭେଣ୍ଡର ମାନଙ୍କ ପାଇଁ 3 ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି । ରାଜ୍ୟର 114ଟି ପୌରାଞ୍ଚଳର ପଞ୍ଜୀକୃତ ଉଠା ଦୋକାନୀଙ୍କ ପାଇଁ ଏହି ସହାୟତା ରାଶି ଘୋଷଣା କରାଯାଇଛି । ଏହା ଦ୍ବାରା ପ୍ରାୟ 65 ହଜାର ଉଠାଦୋକାନୀ ଉପକୃତ ହେବେ ବୋଲି ମୁ୍ଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ 22 ଶହ ଟଙ୍କାର କରୋନା ପ୍ୟାକେଜ୍‌ ଘୋଷଣା କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀ ଚରଣ ପଟ୍ଟନାୟକଙ୍କୁ ମାଗାଣା ଚିକିତ୍ସା ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅସୁସ୍ଥତା କାରଣରୁ ଭୁବନେଶ୍ବରର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଶ୍ରୀ ପଟ୍ଟନାୟକଙ୍କୁ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବର୍ଷୀୟାନ୍‌ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କ୍ୟାପିଟାଲ୍‌ ହସ୍ପିଟାଲର ନିର୍ଦ୍ଦେଶକଙ୍କ ସହିତ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ରହିଥିବା କହିଛନ୍ତି । ଭବାନୀ ପଟ୍ଟନାୟକଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଜଣାପଡିଛି । ଏହା ସହିତ ଭବାନୀ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ଡାକ୍ତର ନର୍ସଙ୍କୁ ଆଗୁଆ ଦରମା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା । ରାଜ୍ୟର ସମସ୍ତ ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଆଗୁଆ ଦରମା ଘୋଷଣା କରାଯାଇଛି । ଡାକ୍ତର ଏବଂ ନର୍ସ ମାନଙ୍କୁ ଚାରି ମମାସର ଆଗୁଆ ଦରମା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହି ଘୋଷଣା କରିଛନ୍ତି ।

ସେହିପରି ଡାକ୍ତରଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଲୋକଙ୍କୁ ବାନ୍ଧିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନର ଜରୁରୀ କାଳୀନ ପରସ୍ଥିତିରେ ସମଗ୍ର ଦେଶ ଡାକ୍ତରଙ୍କ ସହିତ ରହିଥିବା ନେଇ ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ମୁକାବିଲା ପାଇଁ ତିନି ମାସର ଦରମା ପ୍ରଦାନ କଲେ ନବୀନ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଜ୍ୟରେ କରୋନା ସଙ୍କଟ ଭୟଙ୍କର ରୂପ ନେଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ 14ଟି ଜିଲ୍ଲାରେ ଲକ୍‌ଡାଉନ୍‌ ଜାରି କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ତିନି ମାସର ବେତନ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ମୁଖ୍ୟମନ୍ତ୍ରୀ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି । କୋଭିଡ୍-19 ପାଇଁ ଗଠିତ ଫଣ୍ଡକୁ ଏହି ଅର୍ଥରାଶି ପ୍ରଦାନ କରାଯାଇଛି । ଏହା ସହିତ ଅନ୍ୟମାନେ ସ୍ବତଃପ୍ରୋତ ଭାବରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପ୍ରଦାନ କରିବା ପାଇଁ ନବୀନ ଅନୁରୋଧ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଏସ୍‌ସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ନୂତନ ପରାମର୍ଶଦାତା କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ରାଜ୍ୟର ସର୍ବବୃହତ ଡାକ୍ତରଖାନା ଏସ୍‌ସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂତନ ଘୋଷଣା କରିଛନ୍ତି । 5ଟି ବ୍ୟବସ୍ଥା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏକ 10 ଜଣିଆ ପରାମର୍ଶଦାତା କମିଟି ଗଠନ କରିଛନ୍ତି । ଏହି 10 ଜଣିଆ କମିଟିର 7 ଜଣ ସଦସ୍ୟ ପଦ୍ମ ପୁରସ୍କାର ବିଜେତା ରହିଥିବା ବେଳେ 4 ଜଣ ଏସ୍‌ସିବିର ପୁରାତନ ଛାତ୍ର ରହିଛନ୍ତି । ଡ. ରମାକାନ୍ତ ପଣ୍ଡା, ଡ. ଦେବୀ ସେଟ୍ଟୀ, ଡ. କେ ଶ୍ରୀକାନ୍ତ ରେଡ୍ଡୀ, ପ୍ରଫେସର୍‌ ଡ. ସୁବ୍ରତ ଆଚାର୍ଯ୍ୟ, ପ୍ରଫେସର୍‌ ଡ. ମୁକୁଟ ମିଞ୍ଜ, ପ୍ରଫେସର୍‌ ଡ. ଦିଗମ୍ବର ବେହେରା, ଡ. ରାଜନ ବଡଓ୍ବେ, ଡ. ଜଗତ ନରୁଲା, ଡ. ଜି ଏନ୍‌ ରାଓ ଏବଂ ପ୍ରଫେସର୍‌ ଡ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏହି ପରାମର୍ଶଦାତା କମିଟିର ସଦସ୍ୟ ରହିଛନ୍ତି । ଓଡିଶା ବାସୀଙ୍କୁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଏହି ବ୍ୟବସ୍ଥାର ପ୍ରଚଳନ କରିଛନ୍ତି । ଭିତ୍ତିଭୂମି ଏବଂ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପାଇଁ ପରାମର୍ଶଦାତା କମିଟି ବିଭିନ୍ନ ପରାମର୍ଶ ଦେବ ବୋଲି ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

କ୍ରମାଗତ ଅଷ୍ଟମ ଥର ପାଇଁ ବିଜେଡି ସଭାପତି ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ବିଜୁ ଜନତା ଦଳର ସଭାପତି ଭାବରେ ନବୀନ ପଟ୍ଟନାୟକଙ୍କ ନାମ ଘୋଷଣା କରାଯାଇଛି । କ୍ରମାଗତ ଅଷ୍ଟମ ଥର ପାଇଁ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ପରିଚାଳନା କରିବା ପାଇଁ ନିଯୁକ୍ତ ପ୍ରତାବ ଦେବ ସଭାପତି ଭାବରେ ନବୀନ ପଟ୍ଟନାୟକଙ୍କ ନାମ ଘୋଷଣା କରିଥିଲେ । ସଭାପତି ଭାବରେ ନିର୍ବାଚିତ ହେବା ପରେ ସାଢେ ଚାରି କୋଟି ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ । ନିର୍ବାଚନରେ ବିଜୟ ବା ପରାଜୟ ପାଇଁ ବିଜେଡି ନିର୍ବାଚନ ଲଢିନଥାଏ ଲୋକଙ୍କ ସେବା କରିବା ପାଇଁ ଦଳ ନିର୍ବାଚନ ଲଢିଥାଏ ବୋଲି ନବୀନ ମତ ଦେଇଛନ୍ତି ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଭିଡିଓ କନ୍‌ଫରେନ୍ସିଂରେ ଖେଲୋ ଇଣ୍ଡିଆ ଗେମ୍ସର ଉଦ୍ଘାଟନ କଲେ ମୋଦି

ସମୀକ୍ଷା ବ୍ୟୁରୋ
କଟକ : ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ଗେମ୍ସକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ 159ଟି ବିଶ୍ବ ବିଦ୍ୟାଳୟର 3400 ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ସମୁଦାୟ 17ଟି କ୍ରୀଡା ବର୍ଗକୁ ଏହି ବିଶ୍ବବିଦ୍ୟାଳୟ ଗେମ୍‌ରେ ସାମିଲ୍‌ କରାଯାଇଛି । ଏହି ଇଭେଣ୍ଟରେ ଦୁଇ ଜଣ ଓଡିଆ ଆଥ୍‌ଲେଟ୍‌ ଦୂତୀ ଚାନ୍ଦ ଓ ଋତୁପର୍ଣ୍ଣା ପଣ୍ଡା ଅଂଶଗ୍ରହଣ କରୁଛନ୍ତି । ଦୂତି ଏହି ଇଭେଣ୍ଟ ଜରିଆରେ ଅଲମ୍ପିକ୍ସ ଯୋଗ୍ୟତା ହାସଲର ଉଦ୍ୟମ କରିବେ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ପଛୁଆ ବର୍ଗଙ୍କ ପାଇଁ ଜଷ୍ଟିସ୍‌ ରଘୁନାଥ ବିଶ୍ବାଳଙ୍କ ନେତୃତ୍ବରେ କମିଶନ ଗଠନ

ସମୀକ୍ଷା ବ୍ୟରୋ
ଭୁବନେଶ୍ବର : ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ରଘୁନାଥ ବିଶ୍ବାଳଙ୍କ ନେତୃତ୍ବରେ ପଛୁଆ ବର୍ଗଙ୍କ ପାଇଁ କମିଶନ ଗଠନ କରିଛନ୍ତି ରାଜ୍ୟ ସରକାର । ଏହି ପାଞ୍ଚ ଜଣିଆ କମିଟିରେ ରହିଥିବା ଅନ୍ୟ ସଦସ୍ୟ ହେଉଛନ୍ତି ପ୍ରଫେସର ନବନୀତା ରଥ, ପ୍ରଫେସର ଡ. ମିତାଲୀ ଚିନରା, ଏବଂ ଡ. ପ୍ରସନ୍ନ କୁମାର ପାତ୍ର ଏହି କମିଟିର ସଦସ୍ୟ ରହିଛନ୍ତି । ଆଇଏଏସ୍‌ ବୀର ବିକ୍ରମ ଯାଦବ ଏହି କମିଶନର ସଚିବ ରହିଛନ୍ତି । ପଛୁଆ ବର୍ଗ ଧାରା 1993 ଅନୁଯାୟୀ ଏହି କମିଟି ଗଠନ କରାଯାଇଛି ।
ଜଷ୍ଟିସ୍‌ ରଘୁନାଥ ବିଶ୍ବାଳ ପୂର୍ବରୁ ନଭେମ୍ବର 2012ରୁ 2017 ପର୍ଯ୍ୟନ୍ତ ଖାଉଟି କମିଶନର ମୁଖ୍ୟ ରହିଥିଲେ । ପ୍ରଫେସର ନବନୀତା ରଥ ସାମାଜିକ ବିଜ୍ଞାନ ବିଭାଗର ପ୍ରଫେସର ରହିଥିବା ବେଳେ ମିତାଲି ଚିନରା ଅର୍ଥନୀତିରେ ପ୍ରଫେସର ରହିଛନ୍ତି । କମିଟିର ଅନ୍ୟତମ ସଦସ୍ୟ ଡ. ପ୍ରସନ୍ନ କୁମାର ପାତ୍ର ଆନ୍ଥ୍ରୋପୋଲୋଜି (ମନୁଷ୍ୟ ବିଜ୍ଞାନ) ବିଭାଗର ପ୍ରଫେସର ଅଟନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ପାଇଁ 16 କୋଟି ଟଙ୍କା ମଞ୍ଜୁର କଲେ ନବୀନ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଜ୍ୟରେ ରହିଥିବା ବିଭିନ୍ନ ସଂଖ୍ୟାଲଘୁ ଧର୍ମାନୁଷ୍ଠାନର ବିକାଶ ପାଇଁ 16 କୋଟି ଟଙ୍କା ମଞ୍ଜୁର କରାଯାଇଛି । ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଏଥିରେ ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକର ବିକାଶ କରାଯିବା ସହିତ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯିବ । ଏହି ନିଷ୍ପତ୍ତି ଅନୁଯାୟୀ ସତ୍ୟନଗର ଯୀଶୁ ଖ୍ରୀଷ୍ଟ ଏବଂ ମଦର ମେରୀ ଭୁବନେଶ୍ବର କ୍ୟାଥ୍‌ଲିକ୍‌ ଚର୍ଚ୍ଚକୁ ଦୁଇ କୋଟି ଟଙ୍କା ଓ ଭୁବନେଶ୍ବର ୟୁନିଟ୍‌-4 କ୍ୟାପିଟାଲ୍‌ ମସ୍‌ଜିଦ୍‌କୁ ଦୁଇ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମିଶନ ରୋଡସ୍ଥିତ କଟକ ଓଡିଆ ବାପଟିଷ୍ଟ ଚର୍ଚ୍ଚ ଏବଂ ଦରଘାବଜାର କଦମ୍‌ ଇ ରସୁଲ୍‌ ମସ୍‌ଜିଦ୍‌କୁ ଦୁଇ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ସେହିପରି କେନ୍ଦ୍ରାପଡାର ଫକୀରବାଦ ମରକାଡି ମସ୍‌ଜିଦ୍‌, ଭଦ୍ରକ ପୁରୁଣା ବଜାର ଜାମା ମସ୍‌ଜିଦ୍‌, ସମ୍ବଲପୁର ଜିଲ୍ଲା ସ୍କୁଲ ଛକ ପଲଟନ୍‌ ମସଜିଦ୍‌, ସମ୍ବଲପୁର ସେଣ୍ଟ ଯୋଶେଫ୍‌ କ୍ୟାଥେଡ୍ରାଲ, ବ୍ରହ୍ମପୁର ଭାପୁର ବଜାର ଜାମିୟା ମସ୍‌ଜିଦ୍‌, ଗିରିରୋଡ୍‌ ବ୍ରହ୍ମପୁର ଓଡିଆ ବାପଟିଷ୍ଟ ଚର୍ଚ୍ଚ, ରାଉରକେଲା ବିଶପ ମିଶନାରୀ ଏବଂ ରାଜଗାଙ୍ଗପୁର ସୁନ୍ନି ଜାମା ମସ୍‌ଜିଦ୍‌କୁ ଏକ କୋଟି ଟଙ୍କା ଲେଖାଏଁ ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ମଞ୍ଜୁର କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ନୋଇଡ଼ାରୁ ମୃତ ଓଡ଼ିଆ ଶ୍ରମିକଙ୍କୁ ଜନ୍ମମାଟି ଆଣିଲା ମୋ ପରିବାର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ‘ଓଡ଼ିଶା-ମୋ ପରିବାର’ ଅଭିଯାନରେ ପୁଣି ଏକ ସଫଳତା ଯୋଡ଼ି ହୋଇଛି । ଜାପାନର ଟୋକିଓ ସହରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ଯୁବକଙ୍କ ମରଶରୀରକୁ ଗତକାଲି ଫେରାଇ ଅଣାଯାଇଥିବା ବେଳେ ଆଜି ନୋଇଡାରୁ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ତାଙ୍କର ଜନ୍ମମାଟିକୁ ଅଣାଯାଇଛି । ଗଜପତି ଜିଲ୍ଲା ଘୋରଣୀ ଅନ୍ତର୍ଗତ ଲାଲୁସାହିର ଅଭିମନ୍ୟୁ ଦୋରା(25) ନାମକ ଜଣେ ଯୁବକ ଶନିବାର ହୃଦଘାତରେ ପ୍ରାଣ ହରାଇଥିଲେ । ଗରିବ ପରିବାର ପକ୍ଷରେ ଶବ ଆଣିବା ସମ୍ଭବ ନଥିଲା ମାତ୍ର ‘ଓଡ଼ିଶା-ମୋ ପରିବାର’ ସହାୟତାରେ ଜାପାନରୁ ଶବ ନୋଇଡାରେ ପହଞ୍ଚିଥିଲା । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏୟାର ଇଣ୍ଡିଆର ବିମାନରେ ଅଭିମନ୍ୟୁଙ୍କ ଶବ ଅଣାଯାଇଥିଲା । ‘ଓଡ଼ିଶା-ମୋ ପରିବାର’ ର ଆବାହକ ଅରୂପ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଭିମନ୍ୟୁଙ୍କ ଶବ ଅଣାଯାଇଥିଲା । ‘ଓଡ଼ିଶା-ମୋ ପରିବାର’ ର ଉପଦେଷ୍ଟା ବିବେକ ପଟ୍ଟନାୟକ, ସଭ୍ୟ ତଥା ବିଧାୟକ ସୁଶାନ୍ତ ରାଉତ, ସଭ୍ୟ ଭାରତୀ ସିଂ ପ୍ରମୁଖ ମୃତ ଶରୀରକୁ ଜନ୍ମମାଟିକୁ ପଠାଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ବସ୍‌ ଦୁର୍ଘଟଣା : 2 ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବରଯାତ୍ରୀ ବସ୍‌ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଥିବା ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହିତ 30 ଜଣ ଆହତଙ୍କୁ ବ୍ରହ୍ମପୁରର ଏମ୍‌କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Categories
ବିଶେଷ ଖବର

ପ୍ରସଙ୍ଗ ବିହୀନ ଦୁର୍ବଳ ବିରୋଧୀ, ଓଡିଶାରେ ସରକାରୀ ଦଳକୁ ପ୍ରଶ୍ନ ପଚାରିବ କିଏ?

କେଦାର ମିଶ୍ର

ଗଣତନ୍ତ୍ରରେ ସରକାର ଯେତିକି ଗୁରୁତ୍ବପୂର୍ଣ୍ଣ, ବିରୋଧୀ ତାଠୁ ଗୁରୁତ୍ୱପୂର୍ଣ୍ଣ। ବ୍ରିଟିଶ ଢାଞ୍ଚାରେ ବିରୋଧୀ ଦଳକୁ ଛାୟା ସରକାର ବୋଲି କୁହାଯାଏ। ଗଣତନ୍ତ୍ରରେ ଗୋଟେ ସାଧାରଣ ନିୟମ ହେଉଛି, ଯେଉଁ ଦଳ ସରକାର ରେ ଅଛି ସେ କେବଳ ବହୁମତର ପ୍ରତିନିଧି । ସେ ସର୍ବସମ୍ମତ ବା ସାର୍ବଭୌମ ନୁହେଁ। ତାକୁ ସବୁ ସମୟରେ ବିରୋଧର ସାମ୍ନା କରିବାକୁ ପଡିବ। ବିନା ବିରୋଧିର ଶାସନ କେବଳ ଏକଛତ୍ରବାଦରେ ସମ୍ଭବ। ତେଣୁ ଗଣତନ୍ତ୍ରରେ ବିରୋଧୀଙ୍କର ଭୂମିକା ଶାସକ ସହିତ ସମାନ୍ତରାକରେ ରହି ସରକାରକୁ ତାଗିଦ କରିବା। ବର୍ତ୍ତମାନ ସମୟରେ ସାରା ପୃଥିବୀ ଗଣତନ୍ତ୍ର ଭିତରେ ଏକଛତ୍ରବାଦର ନୂଆ ଚେହେରା ଦେଖୁଛି। ଭାରତ ବା ଓଡିଶା ତାର ବ୍ୟତିକ୍ରମ ନୁହେଁ। ଓଡିଶାରେ ଗତ ପାଞ୍ଚଟି ଯାକ ନିର୍ବାଚନରେ ବିଜୁ ଜନତା ଦଳ ଲୋକଙ୍କର ପ୍ରବଳ ସମର୍ଥନ ପାଇ ସରକାର ଗାଢୁଛି। ଦଳର ନେତା ନବୀନ ପଟ୍ଟନାୟକ ଓଡିଶାର ଅପ୍ରତିଦ୍ବନ୍ଦ୍ବୀ ଜନନେତା ଭାବେ ଲୋକଙ୍କର ସ୍ଵୀକୃତି ପାଉଛନ୍ତି। ତେବେ ଏଥିପାଇଁ ଓଡିଶାରେ ବିରୋଧୀ ଦଳ ଗୁଡିକ ଉଦାସ ଓ ଅକ୍ଷମ ହୋଇ ପଡି ରହିବେ କି?

ଏ ପ୍ରଶ୍ନ ପଚାରିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଓଡିଶାରେ ସରକାରୀ ଦଳର ଉପସ୍ଥିତି ଏ ପ୍ରଭାବଶାଳୀ ଓ ପ୍ରବଳ ଯେ, ତାଙ୍କ ଆଗରେ ବିରୋଧୀ ରାଜନୀତିର କୌଣସି ଉପସ୍ଥିତି ଦେଖା ଯାଉନାହିଁ। ଏହା ଗୋଟେ ଗଣତାନ୍ତ୍ରିକ ସମାଜ ଲାଗି ସବୁଠୁ ଚିନ୍ତାର ବିଷୟ ହେବା ଉଚିତ। ୧୯୮୦ ରୁ ୧୯୮୯ ଯାଏଁ ଓଡିଶାରେ କଂଗ୍ରେସର ଶାସନ ରହିଥିଲା। ସେତେବେଳେ ଓଡିଶାରେ ବିରୋଧୀଙ୍କ ସଂଖ୍ୟା ବହୁତ ଇ ଦୁର୍ବଳ ଥିଲା। କିନ୍ତୁ ସେହି ସମୟରେ ଏକାକୀ ବିରୋଧୀ ଦଳ ନେତା ଭାବରେ ବିଜୁ ପଟ୍ଟନାୟକଙ୍କର ଉପସ୍ଥିତି କଂଗ୍ରେସକୁ ବାରମ୍ବାର ଅଡୁଆରେ ପକାଉଥିଲା। ୧୯୮୫ ରୁ ୧୯୮୯, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ଵିତୀୟ ପାଳିର ସରକାରକୁ ସେତେବେଳେ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ମାତ୍ର ହାତଗଣତି ବିଧାୟକ ଗୁଡେଇ ତୁଡେଇ ପ୍ରଶ୍ନ କରୁଥିଲେ। ବିଧାନସଭାରେ ଓ ରାଜରାସ୍ତାରେ ସରକାରକୁ ବାରମ୍ବାର ପ୍ରଶ୍ନ ପଚାରି ଅସ୍ତବ୍ୟସ୍ତ କରୁଥିବା ସେତେବେଳର ଟାଣୁଆ ବିଧାୟକମାନଙ୍କ ଭିତରେ ରହିଥିଲେ- ରାମକୃଷ୍ଣ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ବିଜୟ ମହାପାତ୍ର, ନଳିନୀକାନ୍ତ ମହାନ୍ତି, ପ୍ରସନ୍ନ ପାଟ୍ଟଶାଣୀ, ପ୍ରସନ୍ନ କୁମାର ପଣ୍ଡା ପ୍ରମୁଖ। ସେମାନେ ସଂଖ୍ୟାରେ କମ ଥିଲେ, କିନ୍ତୁ ବିଚାର ଓ ବିରୋଧୀ ମତ ରଖିବାର ଦୃଢତାରେ ସେମାନେ ଏକ ନୂଆ ଇତିହାସ ତିଆରି କରିଥିଲେ।

୧୯୯୦ରେ ବିଜୁ ବାବୁ ପରିଣତ ବୟସରେ ମୁଖ୍ୟମନ୍ତ୍ରୀ ହେଲେ। ତାଙ୍କ ନେତୃତ୍ବରେ ଜନତା ଦଳକୁ ସେତେବେଳେ ୧୪୭ ରୁ ୧୨୫ ଆସନ ମିଳିଥିଲା। ତଥାପି ସେତେବେଳେ କଂଗ୍ରେସ ନେତୃତ୍ବରେ ବିରୋଧୀ ଓ ବାମ ଦଳର ଜଣେ ଦୁଇ ଜଣ ବିଧାୟକ ବିଜୁ ବାବୁଙ୍କ ଭଳି ଅଭିଜ୍ଞ ନେତାଙ୍କୁ ପାଣି ପିଆଇ ଦେଉଥିଲେ। ବାମପନ୍ଥୀ ବିଧାୟକ ରାଧାକାନ୍ତ ସେଠି, ସ୍ଵାଧୀନ ବିଧାୟକ ପଞ୍ଚାନନ ମିଶ୍ର ପ୍ରମୁଖ ସେ ସମୟରେ ବିରୋଧୀ ସ୍ଵରକୁ ତେଜୀୟାନ କରି ରଖିଥିଲେ। ବିରୋଧୀ ଶକ୍ତିଶାଳୀ ରହିଲେ, ଶାସକ ଦଳ ଅଧିକ ସତର୍କ ଓ ଦାୟିତ୍ୱବାନ ହେବାକୁ ବାଧ୍ୟ ହୁଅନ୍ତି।

ଓଡିଶା ରାଜନୀତିରେ ଗତ କୋଡିଏ ବର୍ଷର ସମୟ, ବିରୋଧୀ ରାଜନୀତି ପାଇଁ ସବୁଠୁ ଦୁର୍ଦ୍ଦଶାର ସମୟ। ଏହି ସମୟ ଖଣ୍ଡରେ ବିଜେପି ପ୍ରଥମ ୯ ବର୍ଷ ସରକାରରେ ରହିଛି। ସରକାରରୁ ବିଦା ହେବା ପରେ ବିଜେପି ରାଜ୍ୟ ଲାଗି ବିକଳ୍ପ ବିରୋଧୀ ଦେବାରେ ସମର୍ଥ ହୋଇ ପାରିନାହିଁ। ଆଜି ମଧ୍ୟ ଓଡିଶାର ବିଜେପି ନବୀନ ପଟ୍ଟନାୟକଙ୍କୁ ପ୍ରବଳ ବିରୋଧ କରିବାର ନୈତିକ ସାହସ ଯୋଗାଡ କରି ପାରୁନାହିଁ। କେନ୍ଦ୍ରରେ ବିଜେଡି ସମର୍ଥନର ବାଧ୍ୟ ବାଧକତା କାରଣରୁ ବିଜେପି ନିଜକୁ ବିଜେଡି ପାଖରେ ସମର୍ପିତ କରି ରଖିବାକୁ ବାଧ୍ୟ। କେବଳ ୨୦୧୭ ପଞ୍ଚାୟତ ନିର୍ବାଚନରୁ ୨୦୧୯ ସାଧାରଣ ନିର୍ବାଚନ ପର୍ୟନ୍ତ ବିଜେପିର ବିରୋଧ କିଛିଟା ପ୍ରଖର ଥିଲା। ତେବେ ନିର୍ବାଚନ ଉଦ୍ଦେଶ୍ୟରେ ବିରୋଧ ଏବଂ ବିରୋଧୀ ଦଳ ଭାବରେ ବିରୋଧ କରିବାର ତଫାତକୁ ଲୋକେ ଭଲ ଭାବରେ ବୁଝନ୍ତି।

କଂଗ୍ରେସ ରାଜ୍ୟର ମୁଖ୍ୟ ବିରୋଧୀ ଭାବରେ ଶାସକ ଦଳ ସହିତ ଲଢିବା ଅପେକ୍ଷା, ଏହା ନିଜେ ନିଜ ବିରୋଧରେ ଲଢି ଚାଲିଛି। କଂଗ୍ରେସ ପାଖରେ ନେତୃତ୍ଵ ଅଛି, ପ୍ରତିଭା ଅଛି, ହେଲେ ସଂଗଠନ ନାହିଁ। କଂଗ୍ରେସର ନୈତିକ ମନୋବଳ ଏତେ ମାତ୍ରାରେ ଭାଙ୍ଗି ପଡିଛି ଯେ, ଏହା ନିଜକୁ ସଜାଡିବାକୁ ସାହସ ଯୋଗାଡ କରି ପାରୁନାହିଁ। ଦଳ ଭିତରେ ବିଧାୟକ ଓ ନେତାମାନେ ପରଷ୍ପରର ଗୋଦା ଟାଣିବାରେ ଏତେ ବ୍ୟସ୍ତ ଯେ ସରକାର ବିରୋଧରେ ଜନ ଆନ୍ଦୋଳନ ଗଢି ପାରିବାର କ୍ଷମତା ଆଉ କାହା ପାଖରେ ନାହିଁ।

ଏହାର ପରିଣତିରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ଵ ଏବେ ସଂପୂର୍ଣ୍ଣ ନିରଙ୍କୁଶ। ସରକାର ପାଖରେ ବିରୋଧ ବା ପ୍ରଶ୍ନ ବୋଲି କିଛି ନାହିଁ। ସରକାର ନିରଙ୍କୁଶ ଭାବରେ ନିଜର ଜୟଯାତ୍ରା ଅବ୍ୟାହତ ରଖିଛନ୍ତି। ବିରୋଧୀ ନିଜ ନିଜ ଭିତରେ ଟଣା ଓଟରା ହେଉଥିବା ବେଳେ, ସରକାର ନିର୍ଭିଘ୍ନରେ ମାଡି ଚାଲିଛନ୍ତି। ଏହା ଗଣତନ୍ତ୍ର ଲାଗି କେତେଦୂର ଶୁଭଂକର ସେ ପ୍ରଶ୍ନର ଉତ୍ତର ଦେବା କିଏ??

Categories
ଆଜିର ଖବର ରାଜ୍ୟ ଖବର

ସୁରଜ ସମ୍ମାନରେ ସମ୍ମାନିତ ହେବେ ପ୍ରିୟଙ୍କାରାଣୀଙ୍କ ପରିବାର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଅଙ୍ଗଦାନ କରିଥିବା ପି ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରକୁ ସୁରଜ ସମ୍ମାନରେ ସମ୍ମାନିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରିୟଙ୍କାଙ୍କ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଙ୍ଗ ପ୍ରତିରୋପଣକୁ ସଫଳତାର ସହିତ ସମ୍ପାଦନ କରିଥିବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଡାକ୍ତରଙ୍କୁ ନବୀନ ଧନ୍ୟବାଦ ଜଣାଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରୀୟ ବଜେଟ୍‌କୁ ନେଇ ନବୀନଙ୍କ ମିଶ୍ର ପ୍ରତିକ୍ରିୟା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଶନିବାର ଆଗତ କେନ୍ଦ୍ରୀୟ ବଜେଟ୍‌କୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟ୍‌ରେ ଆଗତ କିଛି ଯୋଜନାକୁ ନବୀନ ପ୍ରଶଂସା କରିଥିବା ବେଳେ କିଛି ଯୋଜନାରେ ସୁଧାରର ପ୍ରସ୍ତା ଦେଇଛନ୍ତି । ଶୀତଳ ଭଣ୍ଡାର ସମ୍ବନ୍ଧୀୟ କୃଷି ରେଲ ଏବଂ କୃଷି ଉଡାନ୍‌ ଯୋଜନାକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । ପିଏମ୍‌ କୁସୁମ ଯୋଜନାରେ 20 ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ପ୍ରଦାନ କରିବା ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । କର୍ପୋରେଟ୍‌ ଟ୍ୟାକ୍ସ ହ୍ରାସ ପାଇଁ ଓଡିଶା ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ଏହାକୁ ହ୍ରାସ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ବ୍ୟାଙ୍କ ବୀମା ରାଶି ପରିମାଣ 1 ଲକ୍ଷରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ଏବଂ ନୂତନ ଶିକ୍ଷାନୀତି ଓ ଶିକ୍ଷା କ୍ଷେତ୍ରରେ ଏଫ୍‌ଡିଆଇକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି ।

କେନ୍ଦ୍ରୀୟ ବଜେଟ୍‌ର ସମସ୍ତ ଯୋଜନାକୁ ସ୍ଥିର ବୋଲି କହିଥିବା ବେଳେ କିଛି ଯୋଜନାରେ ଓଡିଶା ଅଧିକ ଆଶା ରଖିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । କେନ୍ଦ୍ରୀୟ ଆୟକର 59 ହଜାର କୋଟି କମ୍‌ ରହିଛି ଏହା ଫଳରେ ଓଡିଶାକୁ 3 ହଜାର କୋଟିର ଫରକ ପଡିବ । ଓଡିଶାର କୌଣସି ଐତିହ୍ୟସ୍ଥଳ ଏହି ବଜେଟ୍‌ ମଧ୍ୟରେ ରହିନଥିବାରୁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି । ସେହିପରି ଓଡିଶାରେ ମଧ୍ୟ ଏକ ଆଦିବାସୀ ସଂଗ୍ରହାଳୟର ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ପାନୀୟ ଜଳ ପାଇଁ କେନ୍ଦ୍ରୀୟ ବଜେଟରେ ପ୍ରସ୍ତାବିତ ଅର୍ଥରାଶିକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିଛନ୍ତି । ସମଗ୍ର ଦେଶରେ ପାନୀୟ ଜଳ ପାଇଁ 3.6 ଲକ୍ଷ କୋଟି ଟଙ୍କାର ଦାବି ରହିଥିବା ବେଳେ ସରକାର ମାତ୍ର 11500 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପାନୀୟ ଜଳ କ୍ଷେତ୍ରରେ ଓଡିଶା ଏକାକୀ ବାର୍ଷିକ 3600 କୋଟି ଖର୍ଚ୍ଚ କରୁଛି । ଆଗତ ସମୟରେ ସେନ୍‌ସେକ୍ସରେ 1000 ପଏଣ୍ଟ ହ୍ରାସ ଘଟିଥିଲା । ସରକାର ନିବେଶକଙ୍କ ଭରସା ଜିତିବାରେ ସଫଳ ହୋଇନାହାନ୍ତି ଏବଂ ଏହା ଉପରେ କାମ କରିବା ଉଚିତ୍‌ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ମୋ ସରକାରରେ ସାମିଲ ହେଲା ଶ୍ରମ ଏବଂ ଇଏସ୍‌ଆଇ ବିଭାଗ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ମୋ ସରକାରରେ ସାମିଲ ହୋଇଛି ଶ୍ରମ ଏବଂ ଇଏସ୍‌ଆଇ ବିଭାଗ । ଶ୍ରମ ଏବଂ ଶ୍ରମିକ କଲ୍ୟାଣ ବିଭାଗରେ ସଚେତନତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରାଯାଇଛି । ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସରକାରରେ ଶ୍ରମ ଏବଂ ଶ୍ରମିକ କଲ୍ୟାଣ ବିଭାଗକୁ ସାମିଲ କରିଛନ୍ତି । ଏହା ସହିତ ଶ୍ରମିକଙ୍କ ସୁରକ୍ଷା ପାଇଁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପ୍ରଣୟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରମ ଏବଂ ଶ୍ରମିକ କଲ୍ୟାଣ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସହିତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏବଂ 5ଟି ସଚିବ ଭିକେ ପାଣ୍ଡିଆନ୍‌ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

101 ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ : ନବୀନ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଜ୍ୟର 30ଟି ଜିଲ୍ଲାର 101 ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି 101 ସ୍କୁଲକୁ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରଥମ ଶ୍ରେଣୀରୁ ଇଂରାଜୀ ମିଡିୟମ୍‌ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଭିତ୍ତିଭୂମିର ବିକାଶ ନିମନ୍ତେ ଏହି ବିଦ୍ୟାଳୟ ଗୁଡିକୁ 25 ଲକ୍ଷର ଅନୁଦାନ ପ୍ରଦାନ କରାଯିବ । ରାଜ୍ୟର ସମସ୍ତ ବିଦ୍ୟାଳୟରେ ସ୍ପୋକନ୍‌ ଇଂଲିଶ ଶିକ୍ଷା ଦିଆଯିବ । ସରକାରୀ ସ୍କୁଲ ଗୁଡିକର ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । 20ରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ନିକଟସ୍ଥ ବିଦ୍ୟାଳୟରେ ମିଶାଇବା ସହିତ ପିଲାଙ୍କୁ ଉକ୍ତ ବିଦ୍ୟାଳୟରେ ଭର୍ତ୍ତି କରାଯିବ । 1/2/3 କିମି ପରିସର ମଧ୍ୟରେ ରହିଥିବା ବିଦ୍ୟାଳୟ ଗୁଡିକୁ ମଧ୍ୟ ମିଶାଇ ଦିଆଯିବ ।

ଏହି ମିଶ୍ରଣ ଦ୍ବାରା ଶିକ୍ଷକ ଅଭାବଜନିତ ସମସ୍ୟା ଦୂର ହେବ ବୋଲି କୁହାଯାଇଛି । ସେହିପରି ସ୍କୁଲ ଦୂରସ୍ଥାନକୁ ଯାଉଥିଲେ ସରକାରଙ୍କ ପକ୍ଷରୁ ମାସିକ ସର୍ବାଧିକ 5 ହଜାର ଟଙ୍କା ଯିବା ଆସିବା ଖର୍ଚ୍ଚ ପ୍ରଦାନ କରାଯିବ । ସରକାରୀ ବିଦ୍ୟାଳୟ ନିକଟରେ ଅବସ୍ଥାପିତ ବ୍ଲକ୍‌ ଗ୍ରାଣ୍ଟ ସ୍କୁଲ ଗୁଡିକୁ ବନ୍ଦ କରି ନିକଟସ୍ଥ ବିଦ୍ୟାଳୟରେ ମିଶାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ସ୍କୁଲ ଏବଂ ଗଣଶିକ୍ଷା ବିଭାଗରେ ମୋ ସରକାର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବ । ଅଭିଭାବକଙ୍କ ଫୋନ୍‌ ନମ୍ବକରକୁ ଡିଜିଟାଇଜ୍‌ଡ କରାଯିବ । 5ଟି କାର୍ଯ୍ୟକ୍ରମ ଅନୁଯାୟୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ଅନ୍‌ଲାଇନ୍‌ରେ ପ୍ରଦାନ କରାଯିବ ।