ଭୁବନେଶ୍ବର/ଥିରୁଅନନ୍ତପୁରମ୍ : କେରଳରୁ ଓଡିଶା ଅଭିମୁଖେ ଏକ ସ୍ବତନ୍ତ୍ର ଟ୍ରେନ୍ ଯାତ୍ରା ଆରମ୍ଭ କରିବ । ପ୍ରାୟ 1000 ପ୍ରବାସୀ ଶ୍ରମିକଙ୍କୁ ନେଇ ଏହି ଟ୍ରେନ୍ଟି ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିବ । କୋଚିର ଆଲୁଭାରୁ ଯାତ୍ରା ଆରମ୍ଭ କରି ଟ୍ରେନ୍ଟି ଭୁବନେଶ୍ବରରେ ପହଞ୍ଚିବ । କେରଳରେ ଫସି ରହିଥିବା ଏହି ଓଡିଆ ଶ୍ରମିକ ମାନେ ଆସିବା ପରେ ସେମାନଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯିବ । ଶୁକ୍ରବାର ସନ୍ଧ୍ୟା 6ଟାରେ ଏହି ଟ୍ରେନ୍ଟି ଯାତ୍ରା ଆରମ୍ଭ କରିବ । ଟ୍ରେନ୍ରେ ପ୍ରବାସୀ ଶ୍ରମିକଙ୍କୁ ଅଣାଯିବା ସମୟରେ ସୋସିଆଲ ଡିଷ୍ଟାନ୍ସିଂ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି ।
Tag: Odisha
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାଜ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା 38ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 118ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 38 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ପ୍ରାଣହାନି ଘଟିଛି ।
ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 110ରେ ପହଞ୍ଚିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋରାପୁଟର ହୋଇଥିବା ବେଳେ ଅନ୍ୟ ଜଣେ ବାଲେଶ୍ବରର ବୋଲି ଜଣାପଡିଛି । କୋରାପୁଟର 22 ବର୍ଷୀୟ ଯୁବକ ଜଣଙ୍କ ଜଣେ ସ୍ବାସ୍ଥ୍ୟ କର୍ମୀ ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । 14 ତାରିଖରେ କୋଲକାତାରୁ ଫେରି ସ୍ବାସ୍ଥ୍ୟକର୍ମୀ ଜଣକ କାର୍ଯ୍ୟରେ ଯୋଗ ଦେଇଥିଲେ । ସେହିପରି 32 ବର୍ଷୀୟ ବାଲେଶ୍ବର ଯୁବକ ଜଣଙ୍କ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 110ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 37 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।
ସେଲିବ୍ରିଟିଙ୍କ କରୋନା ସଚେତନତା |
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମ୍ସରେ ଚିକିତ୍ସାଧୀନ ଏହି ରୋଗୀ ଜଣକ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍ କରାଯାଇଛି । ଏହି ଆକ୍ରାନ୍ତ ଜଣକ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ତାଙ୍କୁ ଡିସଚାର୍ଜ କରାଯାଇନାହିଁ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଟ୍ବିଟ୍ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୁକ୍ତ ରୋଗୀଙ୍କ ସଂଖ୍ୟା 35ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ 103 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ 35 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ପ୍ରାଣହାନି ଘଟିଛି ।
ଭୁବନେଶ୍ବର : ରାଜ୍ୟରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛନ୍ତି। ରାଉରକେଲାରୁ ତିନି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁନ୍ଦରଗଡରୁ ଜଣେ ସୁସ୍ଥ ହୋଇଥିବାବେଳେ ଆଜି ତିନିଜଣ ସେଠାରୁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡର ନୂଆ ତିନି ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦେଲେ ସରକାର। ତିନି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ 23 ବର୍ଷୀୟ ଯୁବକ, 60 ବର୍ଷୀୟ ବୃଦ୍ଧ ଓ 57 ବର୍ଷୀୟ ମହିଳା ଆକ୍ରାନ୍ତ ରହିଛନ୍ତି। ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଦୁଇ ନୂଆ ଆକ୍ରାନ୍ତ। ଅନ୍ୟ ଜଣେ ନୂଆ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଇଛି। ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଉଛି।
ଭୁବନେଶ୍ବର: ପୁଣି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି। ରାଜ୍ୟରେ ଆଉ ନୂଆ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ୬ ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗପକ୍ଷରୁ ସୂଚନାମିଳିଛି। ଏମାନେ ସମସ୍ତେ ନିକଟ ଅତୀତରେ ପଶ୍ଚିମ ବଙ୍ଗରୁ ଫେରିଥିଲେ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆ ଯାଇଛି। ଏବେ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି ହୋଇଛି।
ଏହି ୬ ଜଣଙ୍କୁ ମିଶାଇଲେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦କୁ ବୃଦ୍ଧି ଘଟିଛି। ଆଜି ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୩୪ ରେ ପହଞ୍ଚିଛି।
ଯାଜପୁର, ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ହେତୁ ଏହି ତିନୋଟି ଜିଲ୍ଲାରେ ୬୦ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍ଡାଉନ୍ ଘୋଷଣା କରାଯାଇଛି।
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ। ସୁସ୍ଥ ହୋଇଥିବା ବ୍ୟକ୍ତି ଜଣଙ୍କ ସୁନ୍ଦରଗଡର ହୋଇଥିବାର ସରକାରଙ୍କ ତରଫରୁ ସୂଚନା ମିଳିଛି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା 34କୁ ବୃଦ୍ଧି ହୋଇଛି। ସମ୍ପ୍ରତି ରାଜ୍ୟରେ କୋଲକାତା ଲିଙ୍କ୍ ଚିନ୍ତା ବଢାଉଥିବାବେଳେ କରୋନା ଆକ୍ରାନ୍ତ ସୁସ୍ଥ ହେବା ଖବର ଆଶ୍ବସ୍ତି ପ୍ରଦାନ କରିଛି। ରାଜ୍ୟରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 94ରେ ପହଞ୍ଚିବାଥିବାବେଳେ 59ଜଣ ଚିକିତ୍ସାଧୀନ ରହିଛନ୍ତି ।
ସୁନ୍ଦରଗଡ ଜିଲ୍ଲା ଏବେ କରୋନାମୁକ୍ତ ହୋଇଥିବାର ସରକାର ସୂଚନା ଦେଇଛନ୍ତି । ଜିଲ୍ଲାରେ ତିନି ଜଣ ଚିହ୍ନଟ ହୋଇଥିବାବେଳେ ପୂର୍ବରୁ ଦୁଇଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଆଜି ଜଣେ ସୁସ୍ଥ ହୋଇଛନ୍ତି ।
ରାଜ୍ୟର ମୋଟ୍ 30ଟି ଜିଲ୍ଲା ମଧ୍ୟରୁ ଏବେ ସୁଦ୍ଧା ମାତ୍ର 10ଟି ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡକୁ ମିଶାଇ 5ଟି ଜିଲ୍ଲା କରୋନାମୁକ୍ତ ହୋଇଛି । ଏହି କରୋନ ମୁକ୍ତ ଜିଲ୍ଲା ମଧ୍ୟରେ ରହିଛନ୍ତି ପୁରୀ, କଟକ, ଢେଙ୍କାନାଳ, କଳହାଣ୍ଡି ଓ ସୁନ୍ଦରଗଡ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 46ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ 22 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣେ ମୃତ୍ୟୁବରଣ କରିଛନ୍ତି ।
ଭୁବନେଶ୍ବର : ବ୍ୟାଙ୍କ ଖୋଲିବାର ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏଣିକି ସକାଳ 8ଟାରୁ 2ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ଗ୍ରାହକଙ୍କ ପାଇଁ ସକାଳ 8ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ବିଟ୍ କରି ଏହି ସୂଚନା ପ୍ରଦାନ କରିଥିବା ବେଳେ 5ଟି ସହରରେ ଏହି ନୂତନ ନିୟମ ଲାଗୁ କରାଯିବ ନାହିଁ । କଟକ, ପୁରୀ, ଛତ୍ରପୁର, କୋରାପୁଟ, ଭୁବନେଶ୍ବରରେ ବ୍ୟାଙ୍କ ପୂର୍ବ ସମୟ ଅନୁଯାୟୀ ପରିଚାଳିତ ହେବ ।
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍-୧୯ ପରିଚାଳନା ନେଇ ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଆଲୋଚନା କରାଯାଇଥିଲା। ମୋଟ ୬ ହଜାର ୭ ଶହ ୯୮ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି। ପଞ୍ଚାୟତରେ କରୋନା ସଂକ୍ରମଣ ରୋକିବାକୁ ସବୁ ସରପଞ୍ଚକୁ ଶପଥ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାହାରୁ ଆସୁଥିବା ଲୋକଙ୍କୁ କ୍ବାରେଣ୍ଟିନ୍ରେ ରଖିବା ବ୍ୟବସ୍ଥାକୁ ଗୁରୁତ୍ବ ଦେଇଛନ୍ତି। କରୋନା ମୁକାବିଲା କ୍ଷେତ୍ରରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଭୁବନେଶ୍ବର: ୬୮ ନମ୍ବର ୨ ବର୍ଷୀୟ ଶିଶୁକନ୍ୟାର ବିବରଣୀ ମଧ୍ୟ ପ୍ରକାଶ କରିଛନ୍ତି ସରକାର। ଥଣ୍ଡା କାଶ ଲାଗି ରହିବା ପରେ ସେ ସ୍ଥାନୀୟ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ଲାଗି ଯାଇଥିଲେ। ଏପ୍ରିଲ୍ 6ରୁ ଥଣ୍ଡା, କାଶ ରହିଥିଲା । ସେ ଦୁଇଥର ବରହମପୁର ହସ୍ପିଟାଲ ଯାଇଥିଲେ। ଏପ୍ରିଲ୍ 7ରୁ 16 ମଧ୍ୟରେ ଶିଶୁ କନ୍ୟାକୁ ଦୁଇଥର ହସ୍ପିଟାଲ ନିଆଯାଇଛି। ଏପ୍ରିଲ୍ 19ରେ ନମୁନା ପଜିଟିଭ ପରେ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି 69 ଆକ୍ରାନ୍ତ ଜଣକ ବୟସ ହେଉଛି 40 ବର୍ଷ। ସେ ସୁନ୍ଦରଗଡ ବିସ୍ରା ଅଞ୍ଚଳର। ପୂର୍ବରୁଜଣେ ସମ୍ପର୍କୀୟ ଆକ୍ରାନ୍ତଙ୍କ ଥିବାରୁ ହୋମ୍ କ୍ବାରେଣ୍ଟାଇନ୍ରେ ଥିଲେ। ଲକ୍ଷଣ ପ୍ରକାଶ ପାଇବାରୁ ଏପ୍ରିଲ୍ 20ରେ ତାଙ୍କର ସାମ୍ପଲ୍ ନିଆଯାଇଥିଲା। ସାମ୍ପଲ୍ ପଜିଟିଭ୍ ମିଳିବା ପରେ ତାଙ୍କୁ ରାଉରକେଲା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଭୁବନେଶ୍ବର : ରାଜ୍ୟରେ ଆଉ 5 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ରୁ ସୂଚନା ମିଳିଛି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 79ରେ ପହଞ୍ଚିଛି। ଗତକାଲି ପର୍ଯ୍ୟନ୍ତ ଏହି ସଂଖ୍ୟା 74 ଥିବାବେଳେ ଆଜି 5 ଜଣଙ୍କର ଚିହ୍ନଟ ହୋଇଛି । ଏହି ସମସ୍ତ ବାଲେଶ୍ବରର ଜିଲ୍ଲାର ବୋଲି ଜଣାପଡିଛି। ଗତକାଲି ରାଜ୍ୟରେ ମୋଟ 13 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ବଢିବାରେ ଲାଗିଛି। ଏବେ ରାଜ୍ୟରେ ମୋଟ୍ ଆକ୍ଟିଭ୍ କେସ୍ 53 ରହିଥିବାବେଳେ ଆରୋଗ୍ୟ ହୋଇଛନ୍ତି 25ଜଣ ଓ ଜଣକର ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହା ଏବେ ଚିନ୍ତାର ବିଷୟ ପାଲଟିଛି।
ନୂଆଦିଲ୍ଲୀ : ଆଜି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କରୋନା ମ୍ୟାନେଜମେଣ୍ଟକୁ ନେଇ ଉଭୟ ଓଡ଼ିଶାକୁ ପ୍ରଶଂସା କରାଯାଇଛି । ସେହିପରି କରୋନା ଅପଡେଟ୍ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ କହିଛନ୍ତି ଯେ, ଲକ୍ ଡାଉନ୍ ପୂର୍ବରୁ ପ୍ରତି 3.4 ଦିନରେ କେସ୍ ଦ୍ବିଗୁଣିତ ହେଉଥିଲା । ଲକ୍ ଡାଉନ୍ ପରେ ପ୍ରତି 7.5ଦିନରେ କେସ୍ ଦ୍ବିଗୁଣିତ ହେଲା ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ୍। କିଛି ରାଜ୍ୟରେ ଆକ୍ରାନ୍ତ ଦ୍ବିଗୁଣିତ ହାର ଜାତୀୟ ହାରଠାରୁ କମ୍ । ଓଡ଼ିଶା ଏବଂ କେରଳରେ ଦ୍ବିଗୁଣିତ ବ୍ୟବଧାନ ହାର ଦେଶରେ ସର୍ବାଧିକ ରହିଛି ବୋଲି ସୂଚନା ରହିଛି । ଉଭୟ ରାଜ୍ୟରେ ଆକ୍ରାନ୍ତ ଦ୍ବିଗୁଣିତ ହାରାହାରି 30 ଦିନରୁ ଅଧିକ ରହିଛି । ସେହିପରି ଗୋଆର ଚିକିତ୍ସାଧୀନ ସମସ୍ତ 7 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।
ଅପରପକ୍ଷରେ ଆଜି ଗୋଟିଏ ଦିନରେ ଓଡ଼ିଶାରୁ 13 ଜଣ ସଂକ୍ରମିତଙ୍କ ସୂଚନା ମିଳିଛି । ରାଜରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 74ରେ ପହଞ୍ଚିଛି । ସେହିପରି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 17 ହଜାର ଡେଇଁଥିବାବେଳେ ମୃତ୍ୟୁ ସଂଖ୍ୟା 559ରେ ପହଞ୍ଚିଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 1540 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ଏଭଳି ତଥ୍ୟ। ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ଭାରତରେ ମୋଟ ନୋଭେଲ୍ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା 17,656କୁ ବୃଦ୍ଧି ପାଇଛି। ଏହା ସହିତ ଦେଶରେ କୋଭିଡ-19 ଜନିତ ମୃତ୍ୟୁ ସଂଖ୍ୟା 559କୁ ବୃଦ୍ଧି ପାଇଛି ବୋଲି କୁହାଯାଇଛି। (ଏଜେନ୍ସି)
ଭୁବନେଶ୍ବର: ପ୍ରବଳ ଖରାରେ ସିଝୁଛି ସାରା ଓଡ଼ିଶା। ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି 6 ଟି ସହର 40 ଡିଗ୍ରୀ ଉପରେ ତାପମାତ୍ରା ରହିଛି। ଆଜି ସର୍ବାଧିକ ତାପମାତ୍ରା ସୋନପୁରରୁ ରେକର୍ଡ କରାଯାଇଛି। ସୋନପୁର ସର୍ବାଧିକ ତାପମାତ୍ରା 40.8 ଡିଗ୍ରୀ ରହିଥିବାବେଳେ ବଲାଙ୍ଗିରରେ 40.5 ଡିଗ୍ରୀ ରହିଥିଲା। ସେହିପରି ମାଲକାନଗିରି 40.2 ଡିଗ୍ରୀ, ଅନୁଗୁଳ ଓ ତାଳଚେର 40.1 ଓ ବୌଦ୍ଧ 40 ଡିଗ୍ରୀ ସେଲସିୟସ୍ ରହିଥିଲା। ରାଜଧାନୀ ଭୁବନେଶ୍ବରରେ 39.2 ଏବଂ କଟକ 39.6 ଡିଗ୍ରୀ ସେଲସିୟସ୍ ରହିଛି।
ଭୁବନେଶ୍ବର: ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ। ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା 56କୁ ବୃଦ୍ଧି ହୋଇଛି। ସମୁଦାୟ 4734ଟି ସାମ୍ପଲ୍ ଟେଷ୍ଟ ହୋଇଥିବାବେଳେ 4678ଟି ନେଗେଟିଭ୍ ଆସିଛି। ଏଥି ମଧ୍ୟରୁ 56ଜଣ ପଜିଟିଭ୍ ରହିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ 37 ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଓ୍ବେବ୍ସାଇଟ୍ରୁ ସୂଚନା ମିଳିଛି। ଗତକାଲି ରାତ୍ରିରେ 5ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ରାଜ୍ୟରେ ସମୁଦାୟ 18ଜଣ ସୁସ୍ଥ ହୋଇ ଫେରିଛନ୍ତି।
(ସମୀକ୍ଷା ବ୍ୟୁରୋ) ଆଜି ରାଜ୍ୟ ପାଇଁ ଆଉ ଏକ ଖୁସିର ଖବର। ଅଳ୍ପଦିନ ତଳେ କୋଭିଡ୧୯ ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇଥିବା ପାଞ୍ଚଜଣ ବ୍ୟକ୍ତିଙ୍କ ରକ୍ତ ନମୂନା ନେଗେଟିଭ ଆସିଛି ଓ ସେମାନେ କରୋନା ମୁକ୍ତ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି। ଏହି ପାଞ୍ଚ ଜଣ ଆକ୍ରାନ୍ତ ଭୁବନେଶ୍ବରର ବାସିନ୍ଦା ବୋଲି ଜଣା ଯାଇଛି। ଆଜି ପର୍ୟନ୍ତ ରାଜ୍ୟରେ ୫୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପୂର୍ବରୁ ୧୩ ଜଣ ଆରୋଗ୍ୟ ଲାଭ କରିଥିଲେ। ଆଜିର ପାଞ୍ଚ ଜଣଙ୍କୁ ମିଶାଇ ଏ ପର୍ୟନ୍ତ ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।
ଭୁବନେଶ୍ୱର: ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁଁ ସାଧାରଣ ଲୋକଙ୍କ ଡାଟା ବ୍ୟବହାର ବୃଦ୍ଧି ପାଇଥିବା ବେଳେ ଅନେକ ଲୋକ ଘରୁ କାମ କରିବାରେ ନିୟୋଜିତ ଅଛନ୍ତି। ଏଥିସହିତ ଅନେକ ଶିକ୍ଷାନୁଷ୍ଠାନ ପକ୍ଷରୁ ଅନ୍ଲାଇନ୍ ବା ଭର୍ଚୁଆଲ୍ କ୍ଲାସ୍ ଆରମ୍ଭ ହୋଇଛି। ତେଣୁ ଏହି ସମୟରେ ଆବଶ୍ୟକ ହେଉଛି ଭରସାଯୋଗ୍ୟ ଇଣ୍ଟରନେଟ ସଂଯୋଗ ଏବଂ ସୁଲଭ ମୋବାଇଲ୍ ଓ ହାଇ ସ୍ପିଡ୍ ବ୍ରଡ୍ବ୍ୟାଣ୍ଡ ଡାଟା। ସଙ୍କଟ ସମୟରେ ଲୋକଙ୍କୁ ହାଇସ୍ପିଡ୍ ବ୍ରଡ୍ବ୍ୟାଣ୍ଡ ଡାଟା ଯୋଗାଇଦେବାକୁ ନିଜ ପ୍ରତିବଦ୍ଧତାକୁ ଦୋହରାଇ ଜିଓ ଫାଇବର୍ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ଏଥି ମଧ୍ୟରେ ଓଡିଶାର ବିଭିନ୍ନ ସହରର ପ୍ରମୁଖ ଅଞ୍ଚଳ ଗୁଡିକରେ ଜିଓ ଫାଇବର୍ ସେବା ସଂପ୍ରସାରଣ ସମେତ ଲକ୍ଡାଉନ୍ ଭଳି କଠିନ ସମୟରେ ମଧ୍ୟ ନୂଆ ସଂଯୋଗ ଇନ୍ଷ୍ଟାଲେସନ୍ ଓ ତତ୍କ୍ଷଣାତ୍ ବୈଷୟିକ ସେବା ପ୍ରଦାନ ବ୍ୟବସ୍ଥା କରାଯାଇଛି। ଲୋକମାନଙ୍କ ସୁବିଧା ପାଇଁ ଜିଓ ଫାଇବର୍ ସେବା ଏବେ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବଲାଙ୍ଗୀର ସହରର ପ୍ରମୁଖ ଅଂଚଳରେ ଉପଲବ୍ଧ ହୋଇଛି।
ଏଥିସହିତ ଲକ୍ଡାଉନ୍ ସମୟରେ ଉପଭୋକ୍ତାଙ୍କ ଅଧିକ ଡାଟା ବ୍ୟବହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ଫାଇବର୍ ପକ୍ଷରୁ ବର୍ତ୍ତମାନର ସମସ୍ତ ଜିଓ ଫାଇବର୍ ଗ୍ରାହକଙ୍କୁ ସବୁ ପ୍ଲାନ୍ରେ ଦୁଇଗୁଣ ଡାଟା ପ୍ରଦାନ କରାଯାଉଛି। ଏସମ୍ପର୍କରେ ଜିଓ ପକ୍ଷରୁ ମାଇଁ ଜିଓ ଆପ୍ ଏବଂ ସାମାଜିକ ଗଣମାଧ୍ୟମରେ ମଧ୍ୟ ସୂଚନା ଦିଆଯାଇଛି।
ବର୍ତ୍ତମାନ ବିଭିନ୍ନ ସହରରେ ଜିଓ ଫାଇବର୍ ପକ୍ଷରୁ ଦିଆଯାଉଥିବା ତୁରନ୍ତ ଇନ୍ଷ୍ଟାଲେସନ୍ ସୁବିଧା ଏବଂ ବୈଷୟିକ ଗ୍ରାହକ ସେବାରେ ଅନେକ ଉପଭୋକ୍ତା ଉପକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଟ୍ୱିଟର୍ ଓ ଫେସ୍ବୁକ୍ ଭଳି ସାମାଜିକ ଗଣମାଧ୍ୟମରେ ଖୁସି ପ୍ରକାଶ କରିବା ସହ ଜିଓ ଫାଇବର ଟିମ୍କୁ ଧନ୍ୟବାଦ ଦେଉଥିବା ଦେଖାଯାଇଛି।
ସୂଚନାଯୋଗ୍ୟ ଯେ ପର୍ଯ୍ୟାୟକ୍ରମେ ବିଭିନ୍ନ ସହରରେ ଆରମ୍ଭ ହୋଇଥିବା ଜିଓ ଫାଇବର୍ ସେବା ଏବେ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୂର ଏବଂ ବଲାଙ୍ଗୀର ସହରରେ ଉପଲବ୍ଧ ହୋଇଥିବା ବେଳେ ଅନ୍ୟ ପ୍ରମୁଖ ସହରକୁ ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି। ରାଜ୍ୟରେ ଘରକୁ ଘର ଜିଓ ଫାଇବର୍ ସଂଯୋଗ ସହିତ ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ତଥା ଉଦ୍ୟୋଗ ଏବଂ ବୃହତ୍ ସଂସ୍ଥା ଓ ବ୍ୟବସାୟଗୁଡିକୁ ଜିଓ ଫାଇବର୍ ସେବା ପ୍ରଦାନ କରୁଛି।
ସେହିଭଳି ମୋବାଇଲ୍ ଡାଟା ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଜିଓ ପକ୍ଷରୁ ଏହାର ସମସ୍ତ ଡାଟା ଆଡ୍-ଅନ୍ ଭାଉଚର୍ ଗୁଡିକରେ ଦୁଇଗୁଣ ଡାଟା ଏବଂ ଅତିରିକ୍ତ ଅଣ ଜିଓ ଟକ୍ଟାଇମ୍ ପ୍ରଦାନ କରାଯାଉଛି।
ଭୁବନେଶ୍ୱରରେ ଜିଓ ଫାଇବର୍ ସେବା ଉପଲବ୍ଧ ହୋଇଥିବା ଅଂଚଳ ଗୁଡିକ ମଧ୍ୟରେ ରହିଛି ଆଇଆର୍ସି ଭିଲେଜ୍, ଜୟଦେବ ବିହାର, ମୈତ୍ରୀ ବିହାର, ନୀଳାଦ୍ରୀ ବିହାରର ଡିଷ୍ଟ୍ରିକ୍ଟ ସେଣ୍ଟର, ପ୍ରାଚୀ ଏନ୍କ୍ଲେଭ୍ ଓ ନିକଟବର୍ତ୍ତୀ ଅଂଚଳ, କିଟ୍ ଅଂଚଳରେ ଆର୍ଯ୍ୟପଲ୍ଲୀ, ପ୍ରଶାନ୍ତି ବିହାର ଓ ସମ୍ପର୍କ ନଗର, ଓୟୁଏଟି – ସୂର୍ଯ୍ୟନଗର, ୟୁନିଟ୍ ୬, ୟୁନିଟ୍ ୯, ୟୁନିଟ୍ ୩, ଖାରବେଳ ନଗର, ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳର ଜଗନ୍ନାଥ ବିହାର, ବ୍ରହ୍ମେଶ୍ୱର ପାଟଣା – ଶିବ ନଗର, ଡୁମୁଡୁମା ଏବଂ ସହିଦ୍ ନଗରର ପ୍ରମୁଖ ଅଂଶ। ଏଥି ସହିତ ଖଣ୍ଡଗିରି – ଡୁମୁଡୁମା ଅଂଚଳରେ କସ୍ମୋପଲିସ୍, ଡିଏନ୍ ଅକ୍ସି ପାର୍କ, ଆର୍ଯ୍ୟ ଭିଲ୍ଲା, ପଂଜଶଖା ନଗର ଓ ଆମ୍ରି ହସ୍ପିଟାଲ୍ ନିକଟସ୍ଥ ସତ୍ୟସାଇ ଏନ୍ କ୍ଲେଭ୍ ଭଳି ରାଜଧାନୀର ପ୍ରମୁଖ ଆପାର୍ଟମେଣ୍ଟ ଓ ସୋସାଇଟିରେ ମଧ୍ୟ ଜିଓ ଫାଇବାର ଉପଲବ୍ଧ ହୋଇ ଲୋକମାନଙ୍କୁ ୱାର୍କ ଫ୍ରମ୍ ହୋମ୍ କରିବାରେ ସହାୟକ ହୋଇଛି।
ସେହିଭଳି କଟକର ସିଡିଏ ସେକ୍ଟର ୬ ଓ ସେକ୍ଟର ୯, ଜୋବ୍ରା, ନିମଚୌଡି, ଦରଘାବଜାର, ସେଲ୍ଟର କଲୋନୀ ଓ ବାଲିପାଟଣା ଅଂଚଳରେ ଜିଓ ଫାଇବର୍ ସେବା ଏବେ ଉପଲବ୍ଧ ହୋଇଛି।
ରାଉର୍କେଲାର ସିଭିଲ୍ ଟାଉନ୍ସିପ୍, କୋଏଲ୍ ନଗର, ଛେଣ୍ଡ୍, ଜଗଡା ଓ ବାସନ୍ତି କଲୋନୀରେ ଜିଓ ଫାଇବର ସେବା ଆରମ୍ଭ ହୋଇଥିବା ବେଳେ ସମ୍ବଲପୁରର ବୁଢାରାଜା ଓ ଦାନିପାଲ୍ଲୀରେ ଏହା ଉପଲବ୍ଧ ହୋଇଛି। ବଲାଙ୍ଗୀର ସହରରେ ପ୍ୟାଲେସ୍ ଲେନ୍ରେ ଜିଓ ଫାଇବର୍ ସେବା ଆରମ୍ଭ ହୋଇଥିବା ବେଳେ ଅନ୍ୟ ଅଂଚଳକୁ ସଂପ୍ରସାରଣ ଜାରି ରହିଛି।
ଭୁବନେଶ୍ବର: ରାଜ୍ୟ ସରକାର ଆଜି ଗତକାଲି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି। ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତ ନମ୍ବର ୪୯ ଓ ୫୦ର ସୂଚନା ଜାରି କରାଯାଇଛି। ଉଭୟ ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ କଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ। ୪୯ନମ୍ବର ଆକ୍ରାନ୍ତ ମହିଳାଙ୍କ ବୟସ ୩୫ବର୍ଷ ଜଣାପଡିଥିବାବେଳେ ୫୦ନମ୍ବର ଆକ୍ରାନ୍ତ ଜଣକ ହେଉଛନ୍ତି ୨୩ ବର୍ଷର ଯୁବକ। ଦୁହେଁ ମଧୁସୂଦନ ନଗର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାର ଉଲ୍ଲେଖ ରହିଛି। ଗତକାଲି ଉଭୟ ଆକ୍ରାନ୍ତଙ୍କ ରିପୋର୍ଟ ପଜିଟିଭି ମିଳିଥିଲା।
ସୂଚନାଯୋଗ୍ୟ ରାଜ୍ୟରେ ଏ ପର୍ଯ୍ୟନ୍ତ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨ ଜଣ ସୁସ୍ଥ ହୋଇଥିବାବେଳେ ବାକି ୩୭ଜଣ ଚିକିତ୍ସା ହେଉଛନ୍ତି। ସେହିପରି ଏହି ୩୭ ଜଣଙ୍କ ମଧ୍ୟରୁ ୩୫ଜଣଙ୍କଠାରେ କରୋନା ପଜିଟିଭି ନାହିଁ ବୋଲି ଆଜି ସୂଚନା ଦେଇଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ୍।
ଭୁବନେଶ୍ବର: ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଜାରି ହୋଇଛି। ଜାରି ହୋଇଥିବା ଏହି ଯାତ୍ରା ବିବରଣୀରେ ରାଜ୍ୟର ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ ରହିଥିବାର ସୂଚନା ମିଳିଛି। ଆଜି ରାଜ୍ୟ ସରକାର କରୋନା ସଂକ୍ରମିତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ପ୍ରଦାନ କରିଛନ୍ତି। ଏଥରୁ କରୋନା ସଂକ୍ରମିତ ମଧ୍ୟରେ ୯ ଓ ୫ ବର୍ଷର ଦୁଇ ଶିଶୁ କନ୍ୟା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡିଛି। ଏହି ଦୁଇ ଶିଶୁ ଝାରପଡାର ୪୨ ନମ୍ବର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣାପଡିଛନ୍ତି। ଏହି ଦୁଇଶିଶୁଙ୍କ ସମେତ ଜଣେ ୩୭ ବର୍ଷୀୟା ମହିଳା ମଧ୍ୟ ସଂକ୍ରମିତ ହୋଇଥିବାର ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରିଛନ୍ତି।
ଭୁବନେଶ୍ବରର ୪୬, ୪୭ ଓ ୪୮ ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ମଧ୍ୟ ଜାରି କରାଯାଇଛି। ଏହି ଆକ୍ରାନ୍ତମାନେ ୨୨ ମାର୍ଚ୍ଚରୁ ଏପ୍ରିଲ୍ ତିନି ତାରିଖ ପର୍ଯ୍ୟନ୍ତ ଘରେ ରହିଥିଲେ। ଏହାପରେ ୪ ରୁ ୫ ଏପ୍ରିଲ୍ରେ ଭୁବନେଶ୍ବରସ୍ଥିତ ଏମସ୍ ହସ୍ପିଟାଲ୍ ଯାଇଥିଲେ। ପରେ ୬ରୁ ୯ ତାରିଖ ପର୍ଯ୍ୟନ୍ତ ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିଲେ। ଏପ୍ରିଲ୍ ୮ ତାରିଖରେ ଏମାନଙ୍କର ନମୁନା ପରୀକ୍ଷଣ କରାଯାଇଥିଲା। ଏପ୍ରିଲ୍ ୯ ତାରିଖରେ ପଜିଟିଭ୍ ହୋଇଥିବାର ସୂଚନା ମିଳିଥିଲା। ଏହାପରେ ଏମାନଙ୍କୁ କିମସ୍ କୋଭିଡ୍ -୧୯ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଭୁବନେଶ୍ବର: କରୋନା ଯୋଗୁଁ ସାରା ରାଜ୍ୟରେ ଲକ୍ ଡାଉନ୍। ଦୋକାନ, ବଜାର ବନ୍ଦ। କଳକାରଖାନା ବି ବନ୍ଦ। ସାରା ଦେଶର ଅର୍ଥନୀତି ଆଜି ଦୋହଲି ଯାଇଛି। ଦେଶ ତଥା ରାଜ୍ୟର ଏପରି ପରିସ୍ଥିତିକୁ ଦେଖି ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଘରୋଇ ବିଦ୍ୟାଳୟର ଫି କମାଇବା ବା ସ୍ଥଗିତ ରଖିବା ପାଇଁ ରାଜ୍ୟର ସମସ୍ତ ଘରୋଇ ସ୍କୁଲକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଟ୍ୱିଟ୍ ଯୋଗେ ଏହା ସମ୍ପର୍କରେ କୁହାଯାଇଛି।
କରୋନା ଯୋଗୁ ବହୁ ଅଭିଭାବକଙ୍କ ଆୟ ଉପରେ ପ୍ରଭାବ ପଡିଛି। ତେଣୁ ସ୍କୁଲ ଫିକୁ ହ୍ରାସ କଲେ ଅଭିଭାବକଙ୍କ ଉପରେ ବୋଝ ପଡିବନି ବୋଲି ସିଏମ୍ଓଙ୍କ କାର୍ଯ୍ୟାଳୟ ତରଫରୁ ପରାମର୍ଶ ଦିଆଯାଇଛି। ବିପତ୍ତିବେଳେ ସହାନଭୂତିଶୀଳ ହୋଇ ଫି କମାଇବା କିମ୍ବା ବିଳମ୍ବରେ ନେବାକୁ ସିଏମଓ ପକ୍ଷରୁ କୁହାଯାଇଛି। ସୂଚନାଥାଉ କି, କରୋନା ପାଇଁ କେନ୍ଦ୍ର ସରକାର 21ଦିନିଆ ଲକ୍ଡାଉନ ଘୋଷଣା କରିଥିଲେ। ଏହା ଏପ୍ରିଲ୍ 14ରେ ଶେଷ ହେଉଥିବାବେଳେ ରାଜ୍ୟ ସରକାର ଏହି ଲକ୍ ଡାଉନ୍ର ଅବଧିକୁ ଏପ୍ରିଲ୍ 30 ପର୍ଯ୍ୟନ୍ତ ବୃଦ୍ଧି କରାଇଛନ୍ତି।
ଭୁବନେଶ୍ବର: ରାଜ୍ୟରେ ଆଉ ଦୁଇ ଜଣ କରୋନା ପଜିଟିଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଢେଙ୍କାନାଳର ଜଣେ ୫୧ ବର୍ଷୀୟ ମହିଳା କରୋନା ପଜିଟିଭି ଚିହ୍ନଟ ହୋଇଥିବାବେଳେ ଦ୍ବିତୀୟ ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ବୋଲି ଜଣାପଡିଛି। ମେଦିନିପୁରରୁ ଆସି ଭୁବନେଶ୍ବରର ଘରୋଇ କ୍ଲିନିକ୍ରେ ଚିକିତ୍ସାଧୀନ ରହିଛନ୍ତି ଏହି ବ୍ୟକ୍ତି ଜଣକ। ଏହି ବ୍ୟକ୍ତିଙ୍କ ବୟସ ୬୯ ବର୍ଷ ବୋଲି ଜଣାପଡିଛି। ନୂଆ ଦୁଇଜଣଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭିଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି।