Categories
ଆଜିର ଖବର ରାଜ୍ୟ ଖବର

ଏଣିକି ସକାଳ 8ଟାରୁ ଖୋଲିବ ବ୍ୟାଙ୍କ

ଭୁବନେଶ୍ବର : ବ୍ୟାଙ୍କ ଖୋଲିବାର ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏଣିକି ସକାଳ 8ଟାରୁ 2ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ଗ୍ରାହକଙ୍କ ପାଇଁ ସକାଳ 8ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ବିଟ୍ କରି ଏହି ସୂଚନା ପ୍ରଦାନ କରିଥିବା ବେଳେ 5ଟି ସହରରେ ଏହି ନୂତନ ନିୟମ ଲାଗୁ କରାଯିବ ନାହିଁ । କଟକ, ପୁରୀ, ଛତ୍ରପୁର, କୋରାପୁଟ, ଭୁବନେଶ୍ବରରେ ବ୍ୟାଙ୍କ ପୂର୍ବ ସମୟ ଅନୁଯାୟୀ ପରିଚାଳିତ ହେବ ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ମୁକାବିଲା ନେଇ ସରପଞ୍ଚମାନଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍-୧୯ ପରିଚାଳନା ନେଇ ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଆଲୋଚନା କରାଯାଇଥିଲା। ମୋଟ ୬ ହଜାର ୭ ଶହ ୯୮ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି। ପଞ୍ଚାୟତରେ କରୋନା ସଂକ୍ରମଣ ରୋକିବାକୁ ସବୁ ସରପଞ୍ଚକୁ ଶପଥ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାହାରୁ ଆସୁଥିବା ଲୋକଙ୍କୁ କ୍ବାରେଣ୍ଟିନ୍‌ରେ ରଖିବା ବ୍ୟବସ୍ଥାକୁ ଗୁରୁତ୍ବ ଦେଇଛନ୍ତି।  କରୋନା ମୁକାବିଲା କ୍ଷେତ୍ରରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Categories
ଆଜିର ଖବର ରାଜ୍ୟ ଖବର

68 ଓ 69 ଆକ୍ରାନ୍ତଙ୍କ ଯାତ୍ରା ବିବରାଣୀ ଜାରି

ଭୁବନେଶ୍ବର: ୬୮ ନମ୍ବର ୨ ବର୍ଷୀୟ ଶିଶୁକନ୍ୟାର ବିବରଣୀ ମଧ୍ୟ ପ୍ରକାଶ କରିଛନ୍ତି ସରକାର। ଥଣ୍ଡା କାଶ ଲାଗି ରହିବା ପରେ ସେ ସ୍ଥାନୀୟ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ଲାଗି ଯାଇଥିଲେ। ଏପ୍ରିଲ୍‌ 6ରୁ ଥଣ୍ଡା, କାଶ ରହିଥିଲା । ସେ ଦୁଇଥର ବରହମପୁର ହସ୍ପିଟାଲ ଯାଇଥିଲେ। ଏପ୍ରିଲ୍‌ 7ରୁ 16 ମଧ୍ୟରେ ଶିଶୁ କନ୍ୟାକୁ ଦୁଇଥର ହସ୍ପିଟାଲ ନିଆଯାଇଛି। ଏପ୍ରିଲ୍‌ 19ରେ ନମୁନା ପଜିଟିଭ ପରେ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି 69 ଆକ୍ରାନ୍ତ ଜଣକ ବୟସ ହେଉଛି 40 ବର୍ଷ। ସେ ସୁନ୍ଦରଗଡ ବିସ୍ରା ଅଞ୍ଚଳର। ପୂର୍ବରୁଜଣେ ସମ୍ପର୍କୀୟ ଆକ୍ରାନ୍ତଙ୍କ ଥିବାରୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିଲେ। ଲକ୍ଷଣ ପ୍ରକାଶ ପାଇବାରୁ ଏପ୍ରିଲ୍‌ 20ରେ ତାଙ୍କର ସାମ୍ପଲ୍‌ ନିଆଯାଇଥିଲା। ସାମ୍ପଲ୍‌ ପଜିଟିଭ୍‌ ମିଳିବା ପରେ ତାଙ୍କୁ ରାଉରକେଲା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 5 କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ 5 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରୁ ସୂଚନା ମିଳିଛି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 79ରେ ପହଞ୍ଚିଛି। ଗତକାଲି ପର୍ଯ୍ୟନ୍ତ ଏହି ସଂଖ୍ୟା 74 ଥିବାବେଳେ ଆଜି 5 ଜଣଙ୍କର ଚିହ୍ନଟ ହୋଇଛି । ଏହି ସମସ୍ତ ବାଲେଶ୍ବରର ଜିଲ୍ଲାର ବୋଲି ଜଣାପଡିଛି।  ଗତକାଲି ରାଜ୍ୟରେ ମୋଟ 13 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ବଢିବାରେ ଲାଗିଛି। ଏବେ ରାଜ୍ୟରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 53 ରହିଥିବାବେଳେ ଆରୋଗ୍ୟ ହୋଇଛନ୍ତି 25ଜଣ ଓ ଜଣକର ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହା ଏବେ ଚିନ୍ତାର ବିଷୟ ପାଲଟିଛି।

Categories
ଆଜିର ଖବର ଜାତୀୟ ଖବର

ଗୋଟିଏ ଦିନରେ ଦେଶରେ 1540 ଆକ୍ରାନ୍ତ ଚିହ୍ନଟ, କରୋନା ମ୍ୟାନଜେମେଣ୍ଟ ନେଇ ଓଡ଼ିଶାକୁ କେନ୍ଦ୍ରର ପ୍ରଶଂସା

ନୂଆଦିଲ୍ଲୀ : ଆଜି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କରୋନା ମ୍ୟାନେଜମେଣ୍ଟକୁ ନେଇ ଉଭୟ ଓଡ଼ିଶାକୁ ପ୍ରଶଂସା କରାଯାଇଛି । ସେହିପରି କରୋନା ଅପଡେଟ୍‌ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ କହିଛନ୍ତି ଯେ, ଲକ୍‌ ଡାଉନ୍‌ ପୂର୍ବରୁ ପ୍ରତି  3.4 ଦିନରେ କେସ୍‌ ଦ୍ବିଗୁଣିତ ହେଉଥିଲା । ଲକ୍ ଡାଉନ୍‌ ପରେ ପ୍ରତି 7.5ଦିନରେ କେସ୍‌ ଦ୍ବିଗୁଣିତ ହେଲା ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ୍‌। କିଛି ରାଜ୍ୟରେ ଆକ୍ରାନ୍ତ ଦ୍ବିଗୁଣିତ ହାର ଜାତୀୟ ହାରଠାରୁ କମ୍‌ । ଓଡ଼ିଶା ଏବଂ କେରଳରେ ଦ୍ବିଗୁଣିତ ବ୍ୟବଧାନ ହାର ଦେଶରେ ସର୍ବାଧିକ ରହିଛି ବୋଲି ସୂଚନା ରହିଛି । ଉଭୟ ରାଜ୍ୟରେ ଆକ୍ରାନ୍ତ ଦ୍ବିଗୁଣିତ ହାରାହାରି 30 ଦିନରୁ ଅଧିକ ରହିଛି । ସେହିପରି ଗୋଆର ଚିକିତ୍ସାଧୀନ ସମସ୍ତ 7 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

ଅପରପକ୍ଷରେ ଆଜି ଗୋଟିଏ ଦିନରେ ଓଡ଼ିଶାରୁ 13 ଜଣ ସଂକ୍ରମିତଙ୍କ ସୂଚନା ମିଳିଛି । ରାଜରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 74ରେ ପହଞ୍ଚିଛି । ସେହିପରି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 17 ହଜାର ଡେଇଁଥିବାବେଳେ ମୃତ୍ୟୁ ସଂଖ୍ୟା 559ରେ ପହଞ୍ଚିଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 1540 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ଏଭଳି ତଥ୍ୟ। ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ଭାରତରେ ମୋଟ ନୋଭେଲ୍‌ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା 17,656କୁ ବୃଦ୍ଧି ପାଇଛି। ଏହା ସହିତ ଦେଶରେ କୋଭିଡ-19 ଜନିତ ମୃତ୍ୟୁ ସଂଖ୍ୟା 559କୁ ବୃଦ୍ଧି ପାଇଛି ବୋଲି କୁହାଯାଇଛି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଅସହ୍ୟ ଗରମ: 6 ଟି ସହରରେ ତାପମାତ୍ରା 40 ଡିଗ୍ରୀ ଉପରେ

ଭୁବନେଶ୍ବର: ପ୍ରବଳ ଖରାରେ ସିଝୁଛି ସାରା ଓଡ଼ିଶା। ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି 6 ଟି ସହର 40 ଡିଗ୍ରୀ ଉପରେ ତାପମାତ୍ରା ରହିଛି। ଆଜି ସର୍ବାଧିକ ତାପମାତ୍ରା ସୋନପୁରରୁ ରେକର୍ଡ କରାଯାଇଛି। ସୋନପୁର ସର୍ବାଧିକ ତାପମାତ୍ରା 40.8 ଡିଗ୍ରୀ ରହିଥିବାବେଳେ  ବଲାଙ୍ଗିରରେ 40.5  ଡିଗ୍ରୀ ରହିଥିଲା। ସେହିପରି ମାଲକାନଗିରି 40.2 ଡିଗ୍ରୀ, ଅନୁଗୁଳ ଓ ତାଳଚେର 40.1 ଓ ବୌଦ୍ଧ 40 ଡିଗ୍ରୀ ସେଲସିୟସ୍‌ ରହିଥିଲା। ରାଜଧାନୀ ଭୁବନେଶ୍ବରରେ 39.2 ଏବଂ କଟକ 39.6 ଡିଗ୍ରୀ ସେଲସିୟସ୍‌ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ। ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା 56କୁ ବୃଦ୍ଧି ହୋଇଛି। ସମୁଦାୟ 4734ଟି ସାମ୍ପଲ୍‌ ଟେଷ୍ଟ ହୋଇଥିବାବେଳେ 4678ଟି ନେଗେଟିଭ୍‌ ଆସିଛି। ଏଥି ମଧ୍ୟରୁ 56ଜଣ ପଜିଟିଭ୍‌ ରହିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ 37  ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଓ୍ବେବ୍‌ସାଇଟ୍‌ରୁ ସୂଚନା ମିଳିଛି। ଗତକାଲି ରାତ୍ରିରେ 5ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ରାଜ୍ୟରେ ସମୁଦାୟ 18ଜଣ ସୁସ୍ଥ ହୋଇ ଫେରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରର ଆଉ ପାଞ୍ଚଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି

(ସମୀକ୍ଷା ବ୍ୟୁରୋ) ଆଜି ରାଜ୍ୟ ପାଇଁ ଆଉ ଏକ ଖୁସିର ଖବର। ଅଳ୍ପଦିନ ତଳେ କୋଭିଡ୧୯ ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇଥିବା ପାଞ୍ଚଜଣ ବ୍ୟକ୍ତିଙ୍କ ରକ୍ତ ନମୂନା ନେଗେଟିଭ ଆସିଛି ଓ ସେମାନେ କରୋନା ମୁକ୍ତ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି। ଏହି ପାଞ୍ଚ ଜଣ ଆକ୍ରାନ୍ତ ଭୁବନେଶ୍ବରର ବାସିନ୍ଦା ବୋଲି ଜଣା ଯାଇଛି। ଆଜି ପର୍ୟନ୍ତ ରାଜ୍ୟରେ ୫୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପୂର୍ବରୁ ୧୩ ଜଣ ଆରୋଗ୍ୟ ଲାଭ କରିଥିଲେ। ଆଜିର ପାଞ୍ଚ ଜଣଙ୍କୁ ମିଶାଇ ଏ ପର୍ୟନ୍ତ ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବର୍ତ୍ତମାନର ସଙ୍କଟ ସମୟରେ ଓଡିଶାରେ ଲୋକଙ୍କୁ ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍ ସୁବିଧା ଦେବା ପାଇଁ ଜିଓ ଫାଇବର୍ ପକ୍ଷରୁ ବ୍ୟାପକ ପଦକ୍ଷେପ

ଭୁବନେଶ୍ୱର: ଦେଶବ୍ୟାପୀ ଲକ୍‌ଡାଉନ୍ ଯୋଗୁଁ ସାଧାରଣ ଲୋକଙ୍କ ଡାଟା ବ୍ୟବହାର ବୃଦ୍ଧି ପାଇଥିବା ବେଳେ ଅନେକ ଲୋକ ଘରୁ କାମ କରିବାରେ ନିୟୋଜିତ ଅଛନ୍ତି। ଏଥିସହିତ ଅନେକ ଶିକ୍ଷାନୁଷ୍ଠାନ ପକ୍ଷରୁ ଅନ୍‌ଲାଇନ୍ ବା ଭର୍ଚୁଆଲ୍ କ୍ଲାସ୍‌ ଆରମ୍ଭ ହୋଇଛି। ତେଣୁ ଏହି ସମୟରେ ଆବଶ୍ୟକ ହେଉଛି ଭରସାଯୋଗ୍ୟ ଇଣ୍ଟରନେଟ ସଂଯୋଗ ଏବଂ ସୁଲଭ ମୋବାଇଲ୍ ଓ ହାଇ ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ଡାଟା। ସଙ୍କଟ ସମୟରେ ଲୋକଙ୍କୁ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ଡାଟା ଯୋଗାଇଦେବାକୁ ନିଜ ପ୍ରତିବଦ୍ଧତାକୁ ଦୋହରାଇ ଜିଓ ଫାଇବର୍ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ଏଥି ମଧ୍ୟରେ ଓଡିଶାର ବିଭିନ୍ନ ସହରର ପ୍ରମୁଖ ଅଞ୍ଚଳ ଗୁଡିକରେ ଜିଓ ଫାଇବର୍ ସେବା ସଂପ୍ରସାରଣ ସମେତ ଲକ୍‌ଡାଉନ୍ ଭଳି କଠିନ ସମୟରେ ମଧ୍ୟ ନୂଆ ସଂଯୋଗ ଇନ୍‌ଷ୍ଟାଲେସନ୍ ଓ ତତ୍‌କ୍ଷଣାତ୍ ବୈଷୟିକ ସେବା ପ୍ରଦାନ ବ୍ୟବସ୍ଥା କରାଯାଇଛି। ଲୋକମାନଙ୍କ ସୁବିଧା ପାଇଁ ଜିଓ ଫାଇବର୍ ସେବା ଏବେ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବଲାଙ୍ଗୀର ସହରର ପ୍ରମୁଖ ଅଂଚଳରେ ଉପଲବ୍ଧ ହୋଇଛି।

ଏଥିସହିତ ଲକ୍‌ଡାଉନ୍ ସମୟରେ ଉପଭୋକ୍ତାଙ୍କ ଅଧିକ ଡାଟା ବ୍ୟବହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ଫାଇବର୍ ପକ୍ଷରୁ ବର୍ତ୍ତମାନର ସମସ୍ତ ଜିଓ ଫାଇବର୍ ଗ୍ରାହକଙ୍କୁ ସବୁ ପ୍ଲାନ୍‌ରେ ଦୁଇଗୁଣ ଡାଟା ପ୍ରଦାନ କରାଯାଉଛି। ଏସମ୍ପର୍କରେ ଜିଓ ପକ୍ଷରୁ ମାଇଁ ଜିଓ ଆପ୍ ଏବଂ ସାମାଜିକ ଗଣମାଧ୍ୟମରେ ମଧ୍ୟ ସୂଚନା ଦିଆଯାଇଛି।

ବର୍ତ୍ତମାନ ବିଭିନ୍ନ ସହରରେ ଜିଓ ଫାଇବର୍ ପକ୍ଷରୁ ଦିଆଯାଉଥିବା ତୁରନ୍ତ ଇନ୍‌ଷ୍ଟାଲେସନ୍‌ ସୁବିଧା ଏବଂ ବୈଷୟିକ ଗ୍ରାହକ ସେବାରେ ଅନେକ ଉପଭୋକ୍ତା ଉପକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଟ୍ୱିଟର୍ ଓ ଫେସ୍‌ବୁକ୍ ଭଳି ସାମାଜିକ ଗଣମାଧ୍ୟମରେ ଖୁସି ପ୍ରକାଶ କରିବା ସହ ଜିଓ ଫାଇବର ଟିମ୍‌କୁ ଧନ୍ୟବାଦ ଦେଉଥିବା ଦେଖାଯାଇଛି।

ସୂଚନାଯୋଗ୍ୟ ଯେ ପର୍ଯ୍ୟାୟକ୍ରମେ ବିଭିନ୍ନ ସହରରେ ଆରମ୍ଭ ହୋଇଥିବା ଜିଓ ଫାଇବର୍‌ ସେବା ଏବେ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୂର ଏବଂ ବଲାଙ୍ଗୀର ସହରରେ ଉପଲବ୍ଧ ହୋଇଥିବା ବେଳେ ଅନ୍ୟ ପ୍ରମୁଖ ସହରକୁ ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି। ରାଜ୍ୟରେ ଘରକୁ ଘର ଜିଓ ଫାଇବର୍ ସଂଯୋଗ ସହିତ ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ତଥା ଉଦ୍ୟୋଗ ଏବଂ ବୃହତ୍ ସଂସ୍ଥା ଓ ବ୍ୟବସାୟଗୁଡିକୁ ଜିଓ ଫାଇବର୍ ସେବା ପ୍ରଦାନ କରୁଛି।

ସେହିଭଳି ମୋବାଇଲ୍ ଡାଟା ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଜିଓ ପକ୍ଷରୁ ଏହାର ସମସ୍ତ ଡାଟା ଆଡ୍‌-ଅନ୍ ଭାଉଚର୍ ଗୁଡିକରେ ଦୁଇଗୁଣ ଡାଟା ଏବଂ ଅତିରିକ୍ତ ଅଣ ଜିଓ ଟକ୍‌ଟାଇମ୍ ପ୍ରଦାନ କରାଯାଉଛି।

ଭୁବନେଶ୍ୱରରେ ଜିଓ ଫାଇବର୍ ସେବା ଉପଲବ୍ଧ ହୋଇଥିବା ଅଂଚଳ ଗୁଡିକ ମଧ୍ୟରେ ରହିଛି ଆଇଆର୍‌ସି ଭିଲେଜ୍‌, ଜୟଦେବ ବିହାର, ମୈତ୍ରୀ ବିହାର, ନୀଳାଦ୍ରୀ ବିହାରର ଡିଷ୍ଟ୍ରିକ୍ଟ ସେଣ୍ଟର, ପ୍ରାଚୀ ଏନ୍‌କ୍ଲେଭ୍ ଓ ନିକଟବର୍ତ୍ତୀ ଅଂଚଳ, କିଟ୍ ଅଂଚଳରେ ଆର୍ଯ୍ୟପଲ୍ଲୀ, ପ୍ରଶାନ୍ତି ବିହାର ଓ ସମ୍ପର୍କ ନଗର, ଓୟୁଏଟି – ସୂର୍ଯ୍ୟନଗର, ୟୁନିଟ୍ ୬, ୟୁନିଟ୍ ୯, ୟୁନିଟ୍ ୩, ଖାରବେଳ ନଗର, ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳର ଜଗନ୍ନାଥ ବିହାର, ବ୍ରହ୍ମେଶ୍ୱର ପାଟଣା – ଶିବ ନଗର, ଡୁମୁଡୁମା ଏବଂ ସହିଦ୍ ନଗରର ପ୍ରମୁଖ ଅଂଶ। ଏଥି ସହିତ ଖଣ୍ଡଗିରି – ଡୁମୁଡୁମା ଅଂଚଳରେ କସ୍ମୋପଲିସ୍‌, ଡିଏନ୍ ଅକ୍ସି ପାର୍କ, ଆର୍ଯ୍ୟ ଭିଲ୍ଲା, ପଂଜଶଖା ନଗର ଓ ଆମ୍ରି ହସ୍ପିଟାଲ୍ ନିକଟସ୍ଥ ସତ୍ୟସାଇ ଏନ୍ କ୍ଲେଭ୍ ଭଳି ରାଜଧାନୀର ପ୍ରମୁଖ ଆପାର୍ଟମେଣ୍ଟ ଓ ସୋସାଇଟିରେ ମଧ୍ୟ ଜିଓ ଫାଇବାର ଉପଲବ୍ଧ ହୋଇ ଲୋକମାନଙ୍କୁ ୱାର୍କ ଫ୍ରମ୍ ହୋମ୍‌ କରିବାରେ ସହାୟକ ହୋଇଛି।

ସେହିଭଳି କଟକର ସିଡିଏ ସେକ୍ଟର ୬ ଓ ସେକ୍ଟର ୯, ଜୋବ୍ରା, ନିମଚୌଡି, ଦରଘାବଜାର, ସେଲ୍ଟର କଲୋନୀ ଓ ବାଲିପାଟଣା ଅଂଚଳରେ ଜିଓ ଫାଇବର୍ ସେବା ଏବେ ଉପଲବ୍ଧ ହୋଇଛି।

ରାଉର୍‌କେଲାର ସିଭିଲ୍ ଟାଉନ୍‌ସିପ୍‌, କୋଏଲ୍ ନଗର, ଛେଣ୍ଡ୍‌, ଜଗଡା ଓ ବାସନ୍ତି କଲୋନୀରେ ଜିଓ ଫାଇବର ସେବା ଆରମ୍ଭ ହୋଇଥିବା ବେଳେ ସମ୍ବଲପୁରର ବୁଢାରାଜା ଓ ଦାନିପାଲ୍ଲୀରେ ଏହା ଉପଲବ୍ଧ ହୋଇଛି। ବଲାଙ୍ଗୀର ସହରରେ ପ୍ୟାଲେସ୍ ଲେନ୍‌ରେ ଜିଓ ଫାଇବର୍‌ ସେବା ଆରମ୍ଭ ହୋଇଥିବା ବେଳେ ଅନ୍ୟ ଅଂଚଳକୁ ସଂପ୍ରସାରଣ ଜାରି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଗତକାଲି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ତଥ୍ୟ ଜାରି

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଗତକାଲି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି। ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତ ନମ୍ବର ୪୯ ଓ ୫୦ର ସୂଚନା ଜାରି କରାଯାଇଛି। ଉଭୟ ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ କଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ। ୪୯ନମ୍ବର ଆକ୍ରାନ୍ତ ମହିଳାଙ୍କ ବୟସ ୩୫ବର୍ଷ ଜଣାପଡିଥିବାବେଳେ ୫୦ନମ୍ବର ଆକ୍ରାନ୍ତ ଜଣକ ହେଉଛନ୍ତି ୨୩ ବର୍ଷର ଯୁବକ। ଦୁହେଁ ମଧୁସୂଦନ ନଗର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାର ଉଲ୍ଲେଖ ରହିଛି। ଗତକାଲି ଉଭୟ ଆକ୍ରାନ୍ତଙ୍କ ରିପୋର୍ଟ ପଜିଟିଭି ମିଳିଥିଲା।
ସୂଚନାଯୋଗ୍ୟ ରାଜ୍ୟରେ ଏ ପର୍ଯ୍ୟନ୍ତ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨ ଜଣ ସୁସ୍ଥ ହୋଇଥିବାବେଳେ ବାକି ୩୭ଜଣ ଚିକିତ୍ସା ହେଉଛନ୍ତି। ସେହିପରି ଏହି ୩୭ ଜଣଙ୍କ ମଧ୍ୟରୁ ୩୫ଜଣଙ୍କଠାରେ କରୋନା ପଜିଟିଭି ନାହିଁ ବୋଲି ଆଜି ସୂଚନା ଦେଇଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ୍।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ

ଭୁବନେଶ୍ବର: ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି ହୋଇଛି। ଜାରି ହୋଇଥିବା ଏହି ଯାତ୍ରା ବିବରଣୀରେ ରାଜ୍ୟର ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ ରହିଥିବାର ସୂଚନା ମିଳିଛି। ଆଜି ରାଜ୍ୟ ସରକାର କରୋନା ସଂକ୍ରମିତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରଦାନ କରିଛନ୍ତି। ଏଥରୁ କରୋନା ସଂକ୍ରମିତ ମଧ୍ୟରେ ୯ ଓ ୫ ବର୍ଷର ଦୁଇ ଶିଶୁ କନ୍ୟା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡିଛି। ଏହି ଦୁଇ ଶିଶୁ ଝାରପଡାର ୪୨ ନମ୍ବର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣାପଡିଛନ୍ତି। ଏହି ଦୁଇଶିଶୁଙ୍କ ସମେତ ଜଣେ ୩୭ ବର୍ଷୀୟା ମହିଳା ମଧ୍ୟ ସଂକ୍ରମିତ ହୋଇଥିବାର ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରିଛନ୍ତି।

ଭୁବନେଶ୍ବରର ୪୬, ୪୭ ଓ ୪୮ ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ମଧ୍ୟ ଜାରି କରାଯାଇଛି। ଏହି ଆକ୍ରାନ୍ତମାନେ ୨୨ ମାର୍ଚ୍ଚରୁ ଏପ୍ରିଲ୍‌ ତିନି ତାରିଖ ପର୍ଯ୍ୟନ୍ତ ଘରେ ରହିଥିଲେ। ଏହାପରେ ୪ ରୁ ୫ ଏପ୍ରିଲ୍‌ରେ ଭୁବନେଶ୍ବରସ୍ଥିତ ଏମସ୍‌ ହସ୍ପିଟାଲ୍‌ ଯାଇଥିଲେ। ପରେ ୬ରୁ ୯ ତାରିଖ ପର୍ଯ୍ୟନ୍ତ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିଲେ। ଏପ୍ରିଲ୍‌ ୮ ତାରିଖରେ ଏମାନଙ୍କର ନମୁନା ପରୀକ୍ଷଣ କରାଯାଇଥିଲା। ଏପ୍ରିଲ୍‌ ୯ ତାରିଖରେ ପଜିଟିଭ୍‌ ହୋଇଥିବାର ସୂଚନା ମିଳିଥିଲା। ଏହାପରେ ଏମାନଙ୍କୁ  କିମସ୍‌ କୋଭିଡ୍‌ -୧୯ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଘରୋଇ ସ୍କୁଲ ଫି’ ହ୍ରାସ ବା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ କଲେ ଅପିଲ୍‌

ଭୁବନେଶ୍ବର: କରୋନା ଯୋଗୁଁ ସାରା ରାଜ୍ୟରେ ଲକ୍‌ ଡାଉନ୍‌। ଦୋକାନ, ବଜାର ବନ୍ଦ। କଳକାରଖାନା ବି ବନ୍ଦ। ସାରା ଦେଶର ଅର୍ଥନୀତି ଆଜି ଦୋହଲି ଯାଇଛି। ଦେଶ ତଥା ରାଜ୍ୟର ଏପରି ପରିସ୍ଥିତିକୁ ଦେଖି ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଘରୋଇ ବିଦ୍ୟାଳୟର ଫି କମାଇବା ବା ସ୍ଥଗିତ ରଖିବା ପାଇଁ ରାଜ୍ୟର ସମସ୍ତ ଘରୋଇ ସ୍କୁଲକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଟ୍ୱିଟ୍‌ ଯୋଗେ ଏହା ସମ୍ପର୍କରେ କୁହାଯାଇଛି।

କରୋନା ଯୋଗୁ ବହୁ  ଅଭିଭାବକଙ୍କ ଆୟ ଉପରେ ପ୍ରଭାବ ପଡିଛି। ତେଣୁ ସ୍କୁଲ ଫିକୁ ହ୍ରାସ କଲେ ଅଭିଭାବକଙ୍କ ଉପରେ ବୋଝ ପଡିବନି ବୋଲି ସିଏମ୍‌ଓଙ୍କ କାର୍ଯ୍ୟାଳୟ ତରଫରୁ ପରାମର୍ଶ ଦିଆଯାଇଛି। ବିପତ୍ତିବେଳେ ସହାନଭୂତିଶୀଳ ହୋଇ ଫି କମାଇବା କିମ୍ବା ବିଳମ୍ବରେ ନେବାକୁ  ସିଏମଓ ପକ୍ଷରୁ କୁହାଯାଇଛି। ସୂଚନାଥାଉ କି, କରୋନା ପାଇଁ କେନ୍ଦ୍ର ସରକାର 21ଦିନିଆ ଲକ୍‌ଡାଉନ ଘୋଷଣା କରିଥିଲେ। ଏହା ଏପ୍ରିଲ୍‌ 14ରେ ଶେଷ ହେଉଥିବାବେଳେ ରାଜ୍ୟ ସରକାର ଏହି ଲକ୍‌ ଡାଉନ୍‌ର ଅବଧିକୁ ଏପ୍ରିଲ୍‌ 30 ପର୍ଯ୍ୟନ୍ତ ବୃଦ୍ଧି କରାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ ଦୁଇ କରୋନା ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ଦୁଇ ଜଣ କରୋନା ପଜିଟିଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ରାଜ୍ୟସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଢେଙ୍କାନାଳର ଜଣେ ୫୧ ବର୍ଷୀୟ ମହିଳା କରୋନା ପଜିଟିଭି ଚିହ୍ନଟ ହୋଇଥିବାବେଳେ ଦ୍ବିତୀୟ ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ବୋଲି ଜଣାପଡିଛି। ମେଦିନିପୁରରୁ ଆସି ଭୁବନେଶ୍ବରର ଘରୋଇ କ୍ଲିନିକ୍‌ରେ ଚିକିତ୍ସାଧୀନ ରହିଛନ୍ତି ଏହି ବ୍ୟକ୍ତି ଜଣକ। ଏହି ବ୍ୟକ୍ତିଙ୍କ ବୟସ ୬୯ ବର୍ଷ ବୋଲି ଜଣାପଡିଛି। ନୂଆ ଦୁଇଜଣଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭିଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜୁନ୍‌ ୧୭ ଯାଏଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

ଭୁବନେଶ୍ବର: ଜୁନ୍‌ ୧୭ ଯାଏଁ ରାଜ୍ୟର ସବୁ ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି। ସ୍କୁଲ କଲେଜ ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବାର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମୁକାବିଲା ପାଇଁ ଏପ୍ରିଲ୍‌ ୧୪ ଯାଏଁ ଦେଶରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଏହାକୁ ଏପ୍ରିଲ୍‌ ୩୦ ଯାଏଁ ବୃଦ୍ଧି କରିବାକୁ କେନ୍ଦ୍ରକୁ ସୁପାରିଶ୍‌ କରିଛନ୍ତି ନବୀନ ପଟ୍ଟନାୟକ। ସେହିପରି  ଜୁନ୍‌ ୧୭ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଶ୍ରେଣୀର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ରାଜ୍ୟ ସରକାର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା, ବିପିୟୁଟି ଓ ଭିସୁଟ୍ ପରିଚାଳିତ ସମସ୍ତ ସେମିଷ୍ଟାର ଓ ଫାଇନାଲ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଛନ୍ତି। ତେବେ ଜୁନ୍‌ ୧୭ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ପରେ ଯୁକ୍ତ ଦୁଇ ପରୀକ୍ଷା ଓ ବିପିୟୁଟି ଓ ଭିସୁଟ୍‌ ଦ୍ବାରା ପରିଚାଳିତ ପରୀକ୍ଷାଗୁଡିକ କେବେ ହେବ ସେନେଇ କିଛି ସୂଚନା ମିଳିପାରିନାହିଁ। ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ନେଇ କୌଣସି ନିଷ୍ପତ୍ତି ଜଣାପଡିନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ୍‌ ୩୦ ଯାଏଁ ବଢିଲା ଲକ୍‌ ଡାଉନ୍‌ ସମୟ, ସହଯୋଗ କରିଥିବାରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ

ଭୁବନେଶ୍ବର: ଏପ୍ରିଲ୍‌ ୩୦ ଯାଏଁ ଲକ୍‌ ଡାଉନ୍ ବୃଦ୍ଧି ପାଇଁ  ନିଷ୍ପତ୍ତି ନିଆଯାଇଛି। ଏପରି ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା ଜାରି କରାଯାଇଛି। ଏପ୍ରିଲ୍‌ ୩୦ଯାଏଁ ଟ୍ରେନ୍‌ ଓ ବିମାନ ସେବା ବନ୍ଦ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ରାଜ୍ୟ ବାହାରେ ଥିବା ଶ୍ରମିକ ଭାଇଙ୍କ ଯତ୍ନ ନେବାକୁ ସମ୍ପୃକ୍ତ ରାଜ୍ୟଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ଅଟକି ଥିବା ଶ୍ରମିକଙ୍କ ଯତ୍ନ ନେଉଛନ୍ତି। ଲକ୍‌ ଡାଉନ୍‌ ସମୟରେ କୃଷି କାର୍ଯ୍ୟ ଜାରି ରହିବ। ଶ୍ରମିକମାନଙ୍କ ସୁବିଧା ପାଇଁ ମନରେଗା କାର୍ଯ୍ୟ ଜାରି ରହିବ। ଦେଶର ଅର୍ଥନୀତି ଅପେକ୍ଷା ଆମ ପାଇଁ ଲୋକଙ୍କ ଜୀବନ ଅଧିକ ଗୁରୁତ୍ବପୂର୍ଣ୍ଣ। ରାଜ୍ୟରେ ୧ ଲକ୍ଷ ରାପିଡ୍‌ ଟେଷ୍ଟିଂ ପାଇଁ ଆମେ ପଦକ୍ଷେପ ନେଉଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାହସର ସହ କରୋନା ମୁକାବିଲା ପାଇଁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କରୋନା ମୁକାବିଲା ପାଇଁ ଏପ୍ରିଲ୍‌ 14 ଯାଏଁ ଦେଶରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଏହାକୁ ଏପ୍ରିଲ୍‌ 30 ଯାଏଁ ବୃଦ୍ଧି କରିବାକୁ କେନ୍ଦ୍ରକୁ ସୁପାରିଶ୍‌ କରିଛନ୍ତି ନବୀନ ପଟ୍ଟନାୟକ ।

Categories
ବିଶେଷ ଖବର ରାଜ୍ୟ ଖବର

ମଣିଷ ଲକ୍‌ ଡାଉନ୍‌ରେ ରହିବ, କିନ୍ତୁ ମାନବିକତାକୁ ଲକ୍‌ ଡାଉନ୍‌ରେ ରଖନ୍ତୁ ନାହିଁ: ସୁବ୍ରତ ବାଗ୍‌ଚୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଆଜି କୋଭିଡ-୧୯ର ଓଡ଼ିଶା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ୨୩ତମ ସଂସ୍କରଣରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ସ୍ବାସ୍ଥ୍ୟ କର୍ମୀ, ନର୍ସ, ଧାଈଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କରୋନା ଯୁଦ୍ଧରେ ମହାଯୋଦ୍ଧା ସାଜିଥିବା ଏହି  ସ୍ବାସ୍ଥ୍ୟ କର୍ମୀଙ୍କୁ ଏହି ଦିନଟିକୁ ଉତ୍ସର୍ଗୀକୃତ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ସ୍ବାସ୍ଥ୍ୟ କର୍ମୀ, ନର୍ସ, ଧାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବୋଲି କହିଛନ୍ତି ବାଗ୍‌ଚୀ। ସେହିପରି ଦେଶ ତଥା ରାଜ୍ୟର ସଂକଟ ସମୟରେ ଆମର ପ୍ରଶାସକମାନେ କେତେ ଦାୟିତ୍ବଶୀଳ ଭାବେ ନିଜ କାର୍ଯ୍ୟ ପ୍ରତି କର୍ତ୍ତବ୍ୟନିଷ୍ଠ ରହୁଛନ୍ତି ସେ ସମ୍ପର୍କରେ ମଧ୍ୟ କହିଛନ୍ତି। ଆଜି ଓଡ଼ିଶା ସରକାରଙ୍କ ପ୍ରଶାସନିକ କାର୍ଯ୍ୟ କରୁଥିବା ୯୮ବର୍ଷୀୟ ଦାମୋଦର ଚଇନିଙ୍କ ପରଲୋକ ହୋଇଯାଇଛି। ତାଙ୍କର ପୁତ୍ର ତଥା କଟକ ଜିଲ୍ଲାପାଳ ଭବାନୀ ଚଇନି ଏପରି ସମୟରେ ମଧ୍ୟ ନିଜ କର୍ତ୍ତବ୍ୟନିଷ୍ଠତାର ପ୍ରମାଣ ଦେଖାଇଛନ୍ତି। ସେ ପିତାଙ୍କ ମୁତ୍ୟୁ ଖବର ପାଇଁ ମଧ୍ୟ ନିଜ କାର୍ଯ୍ୟକୁ ସମ୍ପାଦନ ପୂର୍ବକ ସେ ପିତାଙ୍କ ବିୟୋଗ ହୋଇଥିଲେ ମଧ୍ୟ ସେ ଛୁଟି ନେଉନାହାନ୍ତି। କର୍ତ୍ତବ୍ୟ ଜ୍ଞାନ ଓ ରାଜ୍ୟ ଧର୍ମର ବାଟ ବତାଇଛନ୍ତି। ଲକ୍ ଡାଉନ୍‌ ସମୟରେ କଟକ ଜିଲ୍ଲାପାଳଙ୍କ ଉପରେ ରହିଥିବା ନ୍ୟସ୍ତ ଦାୟିତ୍ବକୁ ସେ ସୂଚାରୁରୂପେ ପରିଚାଳନା କରିବା ପାଇଁ ସେ ପିତୃବିୟୋଗରେ ମଧ୍ୟ ଛୁଟି ନ ନେଇ ରାଷ୍ଟ୍ର ପ୍ରତି ଥିବା ତାଙ୍କର ଧର୍ମକୁ ସେ ଦକ୍ଷତାର ସହ ଆପଣାଇଛନ୍ତି।

ସେହିପରି ୯ ଏପ୍ରିଲ୍‌ରୁ ମାସ୍କ ବାଧ୍ୟତାମୂଳକ ବୋଲି କହିଛନ୍ତି ବାଗ୍‌ଚୀ। ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶାନାମା ଆସନ୍ତା ଏପ୍ରିଲ୍‌ ୯ ତାରିଖ ସକାଳୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯିଏ ଘରୁ ବାହାରିବ ସେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି କହିଛନ୍ତି ବାଗ୍‌ଚୀ। କେବଳ ଦୋକାନ ଅଥବା ମେଡ଼ିକାଲ ଷ୍ଟୋରରେ ଉପଲବ୍ଧ ହେଉଥିବା ମାସ୍କକୁ ଯେ କେବଳ ବ୍ୟବହାର କରି ହେବ ତାହା ନୁହେଁ ଘରେ ପ୍ରସ୍ତୁତ ମାସ୍କ, ରୁମାଲ କିମ୍ବା ସଫା କପଡାକୁ ମାସ୍କ ରୂପେ ବ୍ୟବହାର କରିହେବ। ସେହିପରି ମାସ୍କକୁ ପିନ୍ଧିବା ଆଗରୁ ଲୁଣ ପକା ଫୁଟାପାଣିରେ ୫ମିନିଟ୍‌ ରଖି ତା’କୁ ଭଲ ରୂପେ ଶୁଖାଇ ବ୍ୟବହାର କରିବେ। ଦୁଇ ବର୍ଷର କମ୍‌ ବୟସର ପିଲା, ଶ୍ବାସ ରୋଗୀଙ୍କୁ ମାସ୍କ ପିନ୍ଧାଇବେ ନାହିଁ। ଯେତେଥର ବାହାରୁ ଫେରିବେ ସେତେଥର ମାସ୍କକୁ ଗରମପାଣି ଓ ସାବୁନରେ ଭଲ ରୂପେ ଧୋଇ ୫ ଘଣ୍ଟା ଖରାରେ ଶୁଖାଇବେ। ଯଦି ମାସ୍କ ନାହିଁ ତେବେ ସଫା ଗାମୁଛା କିମ୍ବା ସଫା ଶାଢୀର କାନିକୁ ଦଶ ପରସ୍ତ କରି ବ୍ୟବହାର କରିପାରିବେ।

ସେହିପରି ହଟସ୍ପଟ୍‌ ବା କଣ୍ଟେନମେଣ୍ଟ ଜୋନ୍‌ ସମ୍ପର୍କରେ ସୂଚନା ଦେଇ ବାଗ୍‌ଚୀ କହିଛନ୍ତି ଯେ, ଏହି ଜୋନ୍‌ ଘୋଷିତ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ କର୍ମୀ ଓ ପୌରାଞ୍ଚଳ କର୍ମୀ ଘର ଘର ବୁଲି ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ସ୍ବାସ୍ଥ୍ୟ ପରୀକ୍ଷା କରିବେ। ଏହି ସମୟରେ ଘରୁ ବାହାରକୁ ବାହାରି ହେବ ନାହିଁ। ତେବେ ପ୍ରଶାସନ ତରଫରୁ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯିବ।  ନିଜର ବ୍ୟକ୍ତିଗତ ସୁବିଧା ପ୍ରାପ୍ତ ହେବ ନାହିଁ। ତେବେ ଜୀବନ ବଞ୍ଚାଇବା ପାଇଁ ଆମକୁ ଅନେକ ତ୍ୟାଗ କରିବାକୁ ପଡ଼ିବ ବୋଲି କହିଛନ୍ତି ବାଗ୍‌ଚୀ।

ଏହି ଅବସରରେ ଏକ ସମ୍ବେଦନଶୀଳ କଥା କହିଛନ୍ତି ବାଗ୍‌ଚୀ। ଅରେଞ୍ଜ କ୍ରସ୍‌ର ଦ୍ବାରା ପରିଚାଳିତ  କ୍ରିଟିକାଲ୍‌ କେୟାର୍‌ରେ କାର୍ଯ୍ୟ କରୁଥିବା ଦୁଇ ନର୍ସଙ୍କ ବିଷୟରେ କହିଛନ୍ତି। ଆଜି ଏକ ସ୍ବାସ୍ଥ୍ୟ କାର୍ଯ୍ୟରେ ନିୟୋଜିତ ଥିବା ଦୁଇ ନର୍ସଙ୍କ ବିଷୟରେ କହିଛନ୍ତି। ଯିଏ କି ରାତ୍ରିରେ ସ୍ବାସ୍ଥ୍ୟ ସେବା କରୁଥିବାବେଳେ ତାଙ୍କୁ ତାଙ୍କ ବାସସ୍ଥାନରୁ ବାସଚ୍ୟୁତ କରାଇଛନ୍ତି ତାଙ୍କ ଘର ମାଲିକ ଓ ପ୍ରତିବେଶୀ। ଭୂତାଣୁର ସଂକ୍ରମଣ ଯୋଗୁଁ ସେ ଏପରି କରିଛନ୍ତି। କିନ୍ତୁ ଭୂତାଣୁ ସହିତ ଲଢୁଥିବା ଏହି ଯୋଦ୍ଧାମାନଙ୍କ ପ୍ରତି ବ୍ୟବହାର ଅମାନବୀୟ। ରୋଗୀ ସେବାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଆମେ ସନ୍ଦେହ କରିବା ଅନୁଚିତ ବୋଲି କହିଛନ୍ତି ବାଗ୍‌ଚୀ। ଏହି ପରିପ୍ରେକ୍ଷୀରେ ବାଗ୍‌ଚୀ କହିଛନ୍ତି ଯେ, ଆମେ ଲକ୍‌ ଡାଉନ୍‌ରେ ରହିବା କିନ୍ତୁ ଆମ ମାନବିକତାକୁ ଲକ୍‌ ଡାଉନରେ ରଖିବା ନାହିଁ।

 

Categories
ଆଜିର ଖବର ରାଜ୍ୟ ଖବର

ସରକାରଙ୍କ ତତ୍ତ୍ବାବଧାନରେ ହେବ କରୋନା ମୃତକଙ୍କ ଅନ୍ତିମ ସଂସ୍କାର: ସୁବ୍ରତ ବାଗ୍‌ଚୀ

ଭୁବନେଶ୍ବର: କରୋନା ରୋଗୀର ମୃତ୍ୟୁ ଏବଂ ଶବସତ୍କାର ସମ୍ପର୍କରେ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ଜନିତ ପ୍ରଥମ ମୃତ୍ୟୁ ହୋଇଛି। ସରକାରଙ୍କ ତତ୍ତ୍ବାବଧାନରେ ତାଙ୍କର ଅନ୍ତିମ ସଂସ୍କାର ହେବ। ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ସରକାରୀ ତତ୍ତ୍ବାବଧାନରେ ସଂସ୍କାର ହେବ ବୋଲି ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସମ୍ପର୍କରେ କେନ୍ଦ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନାରେ ମୃତ୍ୟୁ ହେଲେ କେନ୍ଦ୍ର ନିର୍ଦ୍ଦେଶନାମା ଅନୁଯାୟୀ ଅନ୍ତିମ ସଂସ୍କାର କରାଯିବ ବୋଲି କହିଛନ୍ତି ବାଗ୍‌ଚୀ। କରୋନାରେ ମୃତ୍ୟୁ ଘଟିଲେ ରାଜ୍ୟସରକାରଙ୍କୁ ହସ୍ପିଟାଲ ଶବ ଦେବ ବୋଲି କହିଛନ୍ତି ବାଗ୍‌ଚୀ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପ୍ରଥମ କରୋନା ଜନିତ ମୃତ୍ୟୁ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଓଡ଼ିଶାରୁ ପ୍ରଥମ ମୁଣ୍ଡ ନେଲା କରୋନା। ଭୁବନେଶ୍ବର ଅଞ୍ଚଳର ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଛି। ରାଜ୍ୟର ପ୍ରଥମ କରୋନା ମୃତ୍ୟୁ ଭାବେ ଏହି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଝାରପଡା ଅଞ୍ଚଳର ଏହି ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ। ଶ୍ବାସକଷ୍ଟରେ ପୀଡ଼ିତ ହୋଇ ଏପ୍ରିଲ୍‌ ୪ରେ ଏହି ବ୍ୟକ୍ତି ଜଣକ ଏମ୍ସରେ ଭର୍ତ୍ତି ହୋଇଥିଲେ। ନମୁନା ପରୀକ୍ଷଣରୁ କରେନା ପଜିଟିଭି ଚିହ୍ନଟ ହୋଇଥିଲା। ଗତକାଲି ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ତାଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କର କ୍ରୋନିକ ହାଇପରଟେନସନ୍‌ ଥିଲା। ମୃତ ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ଓ କଣ୍ଟେନେମଣ୍ଟ ପ୍ରକ୍ରିୟା ଜାରି ରହିଛି। ପୂର୍ବରୁ ବ୍ୟକ୍ତିଙ୍କଠାରେ କୌଣସି ପ୍ରକାରର କରୋନା ଲକ୍ଷଣ ଦେଖିବାକୁ ମିଳିନଥିଲା। ବ୍ୟକ୍ତିଙ୍କ ମୃତ୍ୟୁ ପରେ କରୋନା ପଜିଟିଭି ରିପୋର୍ଟ ଆସିଛି ବୋଲି ଜଣାପଡିଛି।

ସୂଚନାଯାେଗ୍ୟ, ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ କରୋନା ପଜିଟିଭ୍‌ ଚିହ୍ନଟ ରୋଗୀଙ୍କ ସଂଖ୍ୟା ୪୨କୁ ବୃଦ୍ଧି ହୋଇଛି। ୪୨ ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି ୩୯ ଜଣ କରୋନା ଆକ୍ରାନ୍ତ ଏବେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ। ଭୁବନେଶ୍ବରର ୩୨, ଭଦ୍ରକର ୩, କଟକ, ଯାଜପୁର, କଳାହାଣ୍ଡି ଓ କେନ୍ଦ୍ରାପଡ଼ାର ଜଣେ ଲେଖାଏଁ ଚିକିତ୍ସାଧୀନ ରହିଛନ୍ତି।

Categories
ଆଜିର ଖବର

ଭୁବନେଶ୍ବରରୁ ପୁଣି ଜଣେ କରୋନା ପଜିଟିଭି ଚିହ୍ନଟ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଭୁବନେଶ୍ବରରେ ପୁଣି ଜଣେ କରୋନା ପଜିଟିଭି ଚିହ୍ନଟ। ଆକ୍ରାନ୍ତ ଜଣକ ୟୁନିଟ୍‌-୪ ମଧୁସୂଦନ ନଗର ଅଞ୍ଚଳର ବୋଲି ଜଣାପଡିଛି।ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ଓ କଣ୍ଟାକ୍ଟ ସମ୍ପର୍କରେ କିଛି ଜଣାପଡିନାହିଁ । ଭୁବନେଶ୍ବରରେ ସର୍ବମୋଟ ୩୫ ଜଣ ଆକ୍ରାନ୍ତ ମିଳିଥିବେଳେ। ରାଜ୍ୟରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି।

ଭୁବନେଶ୍ବରରେ ସର୍ବାଧିକ କରୋନା ଆକ୍ରାନ୍ତ ବମିଖାଲରୁ ମିଳିଥିବାବେଳେ ସୂର୍ଯ୍ୟନଗର, କପିଳପ୍ରସାଦ, ଶହିନଗରରୁ ମଧ୍ୟ କରୋନା ଆକ୍ରାନ୍ତ ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ଆକ୍ରାନ୍ତଙ୍କ ଚିକିତ୍ସା କେବଳ କୋଭିଡ୍‌ ହସ୍ପିଟାଲରେ ହେବ: ସ୍ବାସ୍ଥ୍ୟ ସଚିବ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: କରୋନା ମୁକାବିଲାକୁ ନେଇ ଆଜି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରେସ ମିଟ୍‌ କରିଛନ୍ତି। ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ସ୍ବାସ୍ଥ୍ୟ କର୍ମୀ, ଡାକ୍ତର, ନର୍ସ, ଧାଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ସମସ୍ତଙ୍କୁ  ଶୁଭେଚ୍ଛା ଜଣାଇବା ସହ ରାଜ୍ୟବାସୀଙ୍କୁ କୋଭିଡ୍‌ ହସ୍ପିଟାଲ ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ କିଛି ଡାକ୍ତରଖାନାର  ସ୍ବାସ୍ଥ୍ୟ କର୍ମୀମାନେ କୋଭିଡ୍‌-୧୯ରେ ସଂକ୍ରମିତ ହେବା ଖବର ଆସିବା ପରେ ସାଧାରଣରେ ଟିକେ ଭୟ ସୃଷ୍ଟି ହୋଇଥିଲା। ଏହି ଭୟକୁ ଦୃଷ୍ଟିରେ ରଖି ଆଜି ସ୍ବାସ୍ଥ୍ୟ ସଚିବ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୭ଟି କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ଅନ୍ୟାନ୍ୟ ହସ୍ପିଟାଲରେ କୋଭିଡ୍‌ ରୋଗୀ ନାହାନ୍ତି। ରାଜ୍ୟର ବଡ ହସ୍ପିଟାଲ ତଥା କଟକର ଏସ୍‌ସିବିରେ କେହି କରୋନା ସଂକ୍ରମିତ ନଥିବାର ଜଣାଇଛନ୍ତି ସ୍ବାସ୍ଥ୍ୟ ସଚିବ। ସେହିପରି ଲୋକମାନେ କେବଳ କୋଭିଡ୍‌ ହସ୍ପିଟାଲକୁ ଛାଡି ଅନ୍ୟାନ୍ୟ ହସ୍ପିଟାଲକୁ ଅନ୍ୟ ଚିକିତ୍ସା ପାଇଁ ରୋଗୀ ଆସିପାରିବେ। ସେହିପରି କଟକର ସିଟି ହସ୍ପିଟାଲରେ ମଧ୍ୟ କେହି କୋଭିଡ୍‌ ରୋଗୀ ନାହାନ୍ତି। କେବଳ ଭୁବନେଶ୍ବରର କ୍ୟାପିଟାଲ୍‌ ହସ୍ପିଟାଲରେ ଜଣେ କୋଭିଡ ରୋଗୀ ଅଛନ୍ତି। ଏଠାରେ ରହିଥିବା ଆକ୍ରାନ୍ତ ଜଣକ ସୁସ୍ଥ ହୋଇଗଲେଣି। ତାଙ୍କର ଦ୍ବିତୀୟ ନମୁନା ପରୀକ୍ଷା ପରେ ସେ ଖୁବ୍‌ ଶୀଘ୍ର ହସ୍ପିଟାଲରୁ ବାହାରିବେ ବୋଲି ସ୍ବାସ୍ଥ୍ୟ ସଚିବ ଜଣାଇଛନ୍ତି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା କେବଳ କୋଭିଡ୍‌ ହସ୍ପିଟାଲରେ ହେବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ।

ସେହିପରି  ଫ୍ଲୁ ଭଳି ଲକ୍ଷଣ ଦେଖାଦେଲେ ସଂକୋଚ କରିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ। ୧୦୪କୁ ଫୋନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ। ହେଲ୍ପ ଲାଇନ୍‌ -୧୦୪ରେ ଡାକ୍ତର ଉପଲବ୍ଧ ରହୁଛନ୍ତି। ଏହି ଡାକ୍ତରଙ୍କ ସହ ନିଜ ଲକ୍ଷଣ ସମ୍ପର୍କରେ କଥା ହେବା ପରେ ଚିକିତ୍ସା ଆରମ୍ଭ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ।

Categories
ଆଜିର ଖବର ରାଜ୍ୟ ଖବର

ତୃତୀୟ ପଜିିଟିଭିଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ: ବିଧାନସଭା କୋଠାକୁ ସଂକ୍ରମଣମୁକ୍ତ କରାଯିବ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: କରୋନା ସଂକ୍ରମଣ ଆଶଙ୍କାରେ ବିଧାନସଭା କାର୍ଯ୍ୟ ସ୍ଥାନାନ୍ତର ହେବ। ଲୋକସେବା ଭବନର କନ୍‌ଭେନସନ୍‌ ହଲ୍‌କୁ ଯିବ ବିଧାନସଭା। ବଜେଟ୍‌ ଅଧିବେଶନର ବାକି କାର୍ଯ୍ୟ ଦିବସ କନ୍‌ଭେନସନ୍‌ ହଲ୍‌ରେ ହେବ ବୋଲି ସୂଚନା ମିଳିଛି। ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହା ସମ୍ପର୍କରେ ସୂଚନା ଦେଇଛନ୍ତି। ତୃତୀୟ ପଜିଟିଭିଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଛନ୍ତି। ଏଥିପାଇଁ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯିବ। ଏଥିସହ ବିଧାନସଭା କୋଠାକୁ ସଂକ୍ରମଣମୁକ୍ତ କରାଯିବ ଦରକାର। ଏଥିପାଇଁ ବିଧାନସଭା କୋଠାରେ ବିଧାନସଭା ନ କରିବାକୁ ନିଷ୍ପତ୍ତି ନିଆଯାଇଛି। କନ୍‌ଭେନସନ୍‌ ହଲ୍‌ରେ ଦୁଇ ମିଟର ଅନ୍ତରରେ ବିଧାୟକମାନେ ବସିବେ ବୋଲି ନିର୍ଦ୍ଦେଶ ରହିଛି। ସେହିପରି କେତେ ବିଧାୟକ ବିଧାନସଭା ଆସିବେ, ସେନେଇ ନେତାମାନଙ୍କୁ କୁହାଯାଇଛି। ୩୦ପ୍ରତିଶତ ବିଧାୟକଙ୍କୁ ବିଧାନସଭାରେ ରହିବେ ବୋଲି ସୂଚନା ରହିଛି। ସେହିପରି ରାସ୍ତାରେ କୌଣସି ବିଧାୟକଙ୍କୁ ନ ଅଟକାଇବାକୁ ଜିଲ୍ଲାପାଳ  ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।