Categories
ଅପରାଧ ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ ସମୟରେ ପୋଲିସ୍‌ ଉପରେ ଆକ୍ରମଣ କରି ହାତ ହାଣି ଦେଲେ, ସାତ ଜଣ ଗିରଫ

ପଟିଆଲା: ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଲକ୍‌ଡାଉନ୍‌ ନିୟମକୁ ଭାଙ୍ଗିବା ସହିତ ଜଣେ ପୋଲିସ୍‌ ଅଧିକାରୀଙ୍କ ହାତ କାଟିଛନ୍ତି କିଛି ବ୍ୟକ୍ତି। ଏହି ଘଟଣାରେ ପୋଲିସ୍‌ ୭ ଜଣଙ୍କୁ ଗିରଫ କରିଛି। ପଞ୍ଜାବର ପଟିଆଲାରେ ଏହି ବିଭତ୍ସ ଘଟଣା ଘଟିଛି। ସ୍ଥାନୀୟ ମଣ୍ଡିରେ ପ୍ରବେଶ କରିବା ନେଇ ପୋଲିସ୍‌ ବାରଣ କରିବାରୁ ନିହଙ୍ଗର ଏହି ବ୍ୟକ୍ତିମାନେ ସଙ୍ଘବଦ୍ଧ ଭାବରେ ପୋଲିସ୍‌କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ପୋଲିସ୍‌ ଅଧିକାରୀଙ୍କ ହାତ କଟି ଯାଇଥିବା ବେଳେ ଅନ୍ୟ ତିନି ପୋଲିସ୍‌ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏଏସ୍‌ଆଇଙ୍କ ହାତଟି ଶରୀରରୁ ଅଲଗା ହୋଇଯାଇଥିଲା। ଆକ୍ରମଣ ପରେ ଅଭିଯୁକ୍ତ ମାନେ ଗୁରୁଦ୍ବାର ମଧ୍ୟରେ ଲୁଚିଥିବା ବେଳେ ୭ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଗୋଟିଏ ଗ୍ରାମରୁ 34 କରୋନା ପଜିଟିଭ୍‌ ଚିହ୍ନଟ

ପଞ୍ଜାବ : ସାରା ଦେଶରେ କରୋନା କାୟା ମେଲିଯାଉଛି। ଭାରତରେ ମଧ୍ୟ କରୋନା ପ୍ରକୋପ ବ୍ୟାପକ ହେବାରେ ଲାଗିଛି । ପଞ୍ଜାବରେ କରୋନାକୁ ନେଇ ବହୁ ପଦକ୍ଷେପ ନିଆଯାଇଥିବାବେଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୋହାଲିରେ ଜବାହରପୁରଠାରେ ସର୍ବାଧିକ ପଜିଟିଭି ଚିହ୍ନଟ କରାଯାଇଛି । କେବଳ ଜବାହରପୁରରେ କରୋନା ସଂକ୍ରମିତ 34ଟି ମାମଲା ସାମ୍ନାକୁ ଆସିଛି । ତେବେ ଜବାହରପୁରରେ ଏହା ଦ୍ରୁତ ଗତିରେ ସଂକ୍ରମିତ ହେବାରେ ଲାଗିଛି । ଜବାହରପୁରରେ ଏହି ଗ୍ରାମଟି କରୋନା ଯୋଗୁ ସଂକ୍ରମିତ ହୋଇଛନ୍ତି । ମୋହାଲିରେ ଏଯାବତ 50 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ 34 ଜଣ ମୋହାଲିର ଜବାହରପୁର ଗାଁର। ଏହି ଗାଁରେ ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ 5 ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ପଞ୍ଜାବ ସରକାର ମେ ୧ ଯାଏ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି। ଏହାସହିତ ରାଜ୍ୟରେ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ହୋଇଛି।

ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂ ସଂକ୍ରମଣକୁ ରୋକିବା ପାଇଁ ରାଷ୍ଟ୍ରୀୟ ସ୍ତରରେ ଲକ୍‌ ଡାଉନ୍‌ର ଅବଧିରେ ବୃଦ୍ଧି କରିବା ନେଇ ପରାମର୍ଶ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଦିନ ମଜୁରିଆଙ୍କୁ 10 ଲକ୍ଷ ପ୍ୟାକେଟ୍‌ ରାସନ ପ୍ରଦାନ କରିବେ ପଞ୍ଜାବ ସରକାର

ଅମ୍ରିତ୍‌ସର : କରୋନା ପ୍ରଭାବରେ ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଦିନ ମଜୁରିଆଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ପଞ୍ଜାବ ସରକାର । ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଦିନ ମଜୁରିଆଙ୍କ 10 ଲକ୍ଷ ରାସନ୍‌ ପ୍ୟାକେଟ୍‌ ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି । ଏହି ପ୍ୟାକେଟ୍‌ରେ 10 କିଗ୍ରା ଅଟା, 2 କିଗ୍ରା ଶସ୍ୟ ଏବଂ 2 କିଗ୍ରା ଚିନି ରହିବ । ଏହି ପ୍ୟାକେଟ୍‌ ଗୁଡିକୁ ବିଭିନ୍ନ ବସ୍ତିରେ ରହୁଥିବା ଶ୍ରମିକ ଏବଂ ଦିନ ମଜୁରିଆଙ୍କ ମଧ୍ୟରେ ବଣ୍ଟାଯିବ । ପଞ୍ଜାବ ପୋଲିସ୍‌ ପକ୍ଷରୁ ଦ୍ବାର ଦ୍ବାର ବୁଲି ଏହି ପ୍ୟାକେଟ୍‌ ବିତରଣ କରାଯିବ ।  (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବରେ ନଗର କୀର୍ତ୍ତନ ସମୟରେ ବିସ୍ଫୋରଣ : 15 ମୃତ

ପଞ୍ଜାବରେ ନଗର କୀର୍ତ୍ତନ ସମୟରେ ବିସ୍ଫୋରଣ : 15 ମୃତ
ପଞ୍ଜାବ : ପଞ୍ଜାବର ଟାର୍ନ ଟରନ୍‌ରେ ଏକ ଭୟାବହ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 15 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 3 ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ନଗର କୀର୍ତ୍ତନ ଚାଲିଥିବା ସମୟରେ ଟ୍ରାକ୍ଟର ପଛପଟେ ବସି ଶ୍ରଦ୍ଧାଳୁ ଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର ଭୟାବହତା ଏତେ ରହିଥିଲା କି ଘଟଣାସ୍ଥଳରେ 15 ଜଣଙ୍କର ପ୍ରାଣହାନି ଘଟିଥିଲା । 3 ଜଣ ଗୁରୁତର ଭାବରେ ଆମହତ ହୋଇଥିବା ବେଳେ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Categories
ଆଜିର ଖବର

ଦଳରୁ ଇସ୍ତଫା ଦେଲେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସୁନୀଲ୍‌ ଜାଖଡା

ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳରୁ ଇସ୍ତଫା ଦେବା କାର୍ଯ୍ୟକ୍ରମ ଜାରି ରହିଛି। ଆଜି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ସୁନୀଲ୍‌ ଜାଖଡ୍‌ ଓ ପ୍ରଭାରୀ ଆଶା କୁମାରୀ ଇସ୍ତଫା ଦେଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ପଞ୍ଜାବରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ସୁନୀଲ୍‌ ଜାଖଡ୍‌ ଗୁରୁଦାସପୁର ଆସନରୁ ବିଜେପି ନେତା ଅଭିନେତା ସନ୍ନି ଦେଓଲଙ୍କଠାରୁ ପରାଜୟ ଗ୍ରହଣ କରିଛନ୍ତି। ପଞ୍ଜାବର ୧୩ଟି ଲୋକସଭା ଆସନରୁ କଂଗ୍ରେସ ୮ଟି ଆସନ ଜିତିଛି। ଆଜି ସକାଳେ ଝାରଖଣ୍ଡର କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଦଳରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜ ବବର୍‌ ଓ ଆମେଠିର ଜିଲ୍ଲାଧ୍ୟକ୍ଷ ଯୋଗେନ୍ଦ୍ର ସମେତ କେତେକ ନେତାମାନେ ଦଳର ପରାଜୟ କାରଣକୁ ନିଜ ଉପରେ ନେଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି।  ଓଡ଼ିଶାର କଂଗ୍ରେସ ସମିତି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଓ କର୍ଣ୍ଣାଟକ କଂଗ୍ରେସ ପ୍ରଚାର ଅଧ୍ୟକ୍ଷ ଏଚ କେ ପାଟିଲ୍‌ଙ୍କ ସମେତ ଅନ୍ୟ କିଛି ଛୋଟବଡ଼ ନେତାମନେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।