Categories
ଆଜିର ଖବର ରାଜ୍ୟ ଖବର

ଆଜି 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 924କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ ଓ କଟକ ଜିଲ୍ଲାରୁ 3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର, ବୌଦ୍ଧ ଓ ଖୋର୍ଦ୍ଧାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 924କୁ ବୃଦ୍ଧି ହୋଇଛି ।

କଟକ ଜିଲ୍ଲାର 60 ଓ 38 ବର୍ଷୀୟ ମହିଳା ଓ 85 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀର ତିନି ମୃତକଙ୍କ  ବୟସ ଯଥାକ୍ରମେ 75, 62 ଓ 40 ବର୍ଷୀୟ ପୁରୁଷ ରହିଛନ୍ତି । ବାଲେଶ୍ବରର ଦୁଇ ମୃତକ ହେଲେ 58 ଓ 25 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧର 64 ଓ 44 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧାର ଦୁଇ ମୃତକ ଭୁବନେଶ୍ବରର ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 78 ଓ 60 ବର୍ଷୀୟ ପୁରୁଷ । ଅନୁଗୁଳରୁ 40 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ନବରଙ୍ଗପୁର ଓ କେନ୍ଦୁଝରର 45 ବର୍ଷୀୟ ପୁରୁଷ, ରାୟଗଡାରୁ 45 ବର୍ଷୀୟ ମହିଳା , ସୁନ୍ଦରଗଡର 67 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଆଜି 2617 ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଜି  2 ହଜାର 617କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1521ଜଣ ଚିହ୍ନଟ ହୋଇଥିବାବେଳେ 1096ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 35ହଜାର330କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 2 ଲକ୍ଷ 2 ହଜାର 302ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 32ହଜାର051ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 907ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 2ହଜାର 617ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 506ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 115, ବାଲେଶ୍ବରରୁ 79, ବରଗଡରୁ 148, ଭଦ୍ରକରୁ 49, ବଲାଙ୍ଗିରରୁ 109, ବୌଦ୍ଧରୁ 18, କଟକରୁ 136, ଦେବଗଡରୁ 18, ଢେଙ୍କାନାଳରୁ 74,  ଗଜପତିରୁ 7, ଗଞ୍ଜାମରୁ 43, ଜଗତସିଂହପୁରରୁ 45, ଯାଜପୁରରୁ 112, ଝାରସୁଗୁଡାରୁ 46, କଳାହାଣ୍ଡିରୁ 44, କନ୍ଧମାଳରୁ 32, କେନ୍ଦ୍ରାପଡାରୁ 132, କେଉଁଝରରୁ 107, କୋରାପୁଟରୁ 43, ମାଲକାନଗିରିରୁ 67,  ମୟୂରଭଞ୍ଜରୁ 101, ନବରଙ୍ଗପୁରରୁ 59, ନୟାଗଡରୁ 38, ନୂଆପଡାରୁ 58, ପୁରୀରୁ 79, ରାୟଗଡାରୁ 26,  ସମ୍ବଲପୁରରୁ 106, ସୋନପୁରରୁ 23, ସୁନ୍ଦରଗଡରୁ 91ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍‌ପୁଲ୍‌ରୁ 106ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ଜାତୀୟ ଖବର

ଦିନକରେ 74 ହଜାର 442 ଆକ୍ରାନ୍ତ, 903 ମୃତ

ନୂଆଦିଲ୍ଲୀ :  ଗତ 24 ଘଣ୍ଟା ମଧ୍ୟରେ ଦେଶରେ ନୂତନ  74 ହଜାର 442 ଜଣ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 903ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି। ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 66 ଲକ୍ଷ ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 2 ହଜାର 685ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 34 ହଜାର 427 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 55 ଲକ୍ଷ 86 ହଜାର 704ରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ମୃତ୍ୟୁହାର 1.55ପ୍ରତିଶତ ରହିଥିବା ବେଳେ ସୁସ୍ଥତା ହାର 84.34 ପ୍ରତିଶତ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 900 ଟପିଲା

ଭୁବନେଶ୍ବର : ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ 3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ବୌଦ୍ଧ, ଜଗତସିଂହପୁର ଓ ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ମାଲକାନଗିରି, କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 907କୁ ବୃଦ୍ଧି ହୋଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ଆଜି ତିନିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ 2 ଜଣ ଭୁବନେଶ୍ବରରେ ରହିଥିବାବେଳେ ଜଣେ  47 ବର୍ଷୀୟା ମହିଳା ଥିବାବେଳେ 63 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଅନ୍ୟ ମୃତକଙ୍କ ମଧ୍ୟରେ 74 ବର୍ଷୀୟ ପୁରୁଷ ଆକ୍ରାନ୍ତ ରହିଛନ୍ତି ।

କଟକରୁ ତିନି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ  ମୃତକଙ୍କ ମଧ୍ୟରେ ଜଣେ 60 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 60ଓ 70 ବର୍ଷ ବୋଲି ସୂଚନା ରହିଛି ।

ସେହିପରି କେନ୍ଦ୍ରାପଡା ଜିଲ୍ଲାର ଜଣେ 48 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ 85 ବର୍ଷୀୟ ବୃଦ୍ଧ ବୋଲି ସୂଚନା ରହିଛି ।

ସେହିପରି ବୌଦ୍ଧରୁ 71 ବର୍ଷୀୟ ଆକ୍ରାନ୍ତଙ୍କର ରହିଥିବାବେଳେ ଢେଙ୍କାନାଳରୁ 70 ବର୍ଷୀୟ ଆକ୍ରାନ୍ତ ଓ ସମ୍ବଲପୁରରୁ 73 ବର୍ଷୀୟ ମିହଳା ଆକ୍ରାନ୍ତ ରହିଛନ୍ତି । ଜଗତସିଂହପୁରୁର 48 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କୋରାପୁଟରୁ 55 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ କେଉଁଝରରୁ 65 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ରୁ ହୋଇଛି । ସେହିପରି ମାଲକାନଗିରିରୁ 65 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

 

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଆଜି 3326ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଜି  3 ହଜାର 326କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1945ଜଣ ଚିହ୍ନଟ ହୋଇଥିବାବେଳେ 1381ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 32ହଜାର713କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 98 ହଜାର 194ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 33ହଜାର559ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 907ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 3ହଜାର 326ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 638ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 119, ବାଲେଶ୍ବରରୁ 122, ବରଗଡରୁ 94, ଭଦ୍ରକରୁ 36, ବଲାଙ୍ଗିରରୁ 103, ବୌଦ୍ଧରୁ 54, କଟକରୁ 268, ଦେବଗଡରୁ 21, ଢେଙ୍କାନାଳରୁ 85,  ଗଜପତିରୁ 22, ଗଞ୍ଜାମରୁ 57, ଜଗତସିଂହପୁରରୁ 80, ଯାଜପୁରରୁ 148, ଝାରସୁଗୁଡାରୁ 107, କଳାହାଣ୍ଡିରୁ 77, କନ୍ଧମାଳରୁ 60, କେନ୍ଦ୍ରାପଡାରୁ 103, କେଉଁଝରରୁ 101, କୋରାପୁଟରୁ 45, ମାଲକାନଗିରିରୁ 19,  ମୟୂରଭଞ୍ଜରୁ 131, ନବରଙ୍ଗପୁରରୁ 61, ନୟାଗଡରୁ 61, ନୂଆପଡାରୁ 147, ପୁରୀରୁ 140, ରାୟଗଡାରୁ 53,  ସମ୍ବଲପୁରରୁ 107, ସୋନପୁରରୁ 25, ସୁନ୍ଦରଗଡରୁ 93ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍‌ପୁଲ୍‌ରୁ 149ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଆଜି 3053ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଜି  3 ହଜାର 53କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1804ଜଣ ଚିହ୍ନଟ ହୋଇଥିବାବେଳେ 1249ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 29ହଜାର387କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 94 ହଜାର 128ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 34ହଜାର314ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 892ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 3ହଜାର 600ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 561ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 64, ବାଲେଶ୍ବରରୁ 85, ବରଗଡରୁ 98, ଭଦ୍ରକରୁ 70, ବଲାଙ୍ଗିରରୁ 95, ବୌଦ୍ଧରୁ 28, କଟକରୁ 256, ଦେବଗଡରୁ 16, ଢେଙ୍କାନାଳରୁ 51,  ଗଜପତିରୁ 18, ଗଞ୍ଜାମରୁ 52, ଜଗତସିଂହପୁରରୁ 72, ଯାଜପୁରରୁ 110, ଝାରସୁଗୁଡାରୁ 146, କଳାହାଣ୍ଡିରୁ 41, କନ୍ଧମାଳରୁ 32, କେନ୍ଦ୍ରାପଡାରୁ 115, କେଉଁଝରରୁ 133, କୋରାପୁଟରୁ 44, ମାଲକାନଗିରିରୁ 62,  ମୟୂରଭଞ୍ଜରୁ 153, ନବରଙ୍ଗପୁରରୁ 14, ନୟାଗଡରୁ 67, ନୂଆପଡାରୁ 56, ପୁରୀରୁ 127, ରାୟଗଡାରୁ 36,  ସମ୍ବଲପୁରରୁ 123, ସୋନପୁରରୁ 83, ସୁନ୍ଦରଗଡରୁ 98ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍‌ପୁଲ୍‌ରୁ 147ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲକ୍ଷେ ଟପିଲା

ନୂଆଦିଲ୍ଲୀ : ଚୀନ୍‌ ଦେଶରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଭାରତରେ କାୟା ବିସ୍ତାର କରିଚାଲିଛି । ଇତିମଧ୍ୟରେ ଭାରତରେ ଲକ୍ଷେ ମୁଣ୍ଡ ନେଲାଣି କରୋନା । କରୋନା ମୃତ୍ୟୁସଂଖ୍ୟା ଆଜି ଲକ୍ଷେ ପାର କରିଛି । ଗତ 24 ଘଣ୍ଟାରେ ଦେଶରେ 79 ହଜାର 476 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେେ ପ୍ରାଣ ହରାଇଛନ୍ତି ଆଉ 1 ହଜାର 69 ଆକ୍ରାନ୍ତ । ଏମାନଙ୍କୁ ମିଶାଇ ଦେଶେର ମୃତ୍ୟୁସଂଖ୍ୟା  1ଲକ୍ଷ 842କୁ ବୃଦ୍ଧି ପାଇଛି ।  କରୋନା ମୃତ୍ୟୁସଂଖ୍ୟାରେ ଆମେରିକା ଓ ବ୍ରାଜିଲ ପରେ ତୃତୀୟ ସ୍ଥାନରେ ରହିଛି ଭାରତ । ସେହିପରି ଦେଶରେ ସଂକ୍ରମିତଙ୍କସଂଖ୍ୟା 64 ଲକ୍ଷ ପାର୍‌ କରିଛି ।  ଦେଶରେ ମୋଟ୍ ପଜିଟିଭ୍ କେସ 64 ଲକ୍ଷ 73 ହଜାର 545କୁ ବୃଦ୍ଧି ପାଇଛି ।  ସେହିପରି ସୁସ୍ଥ ହୋଇଛନ୍ତି  54 ଲକ୍ଷ 27 ହଜାର 707 ଆକ୍ରାନ୍ତ । ଦେଶରେ ଏବେ ସୁଦ୍ଧା 9 ଲକ୍ଷ 44 ହଜାର 996 ଆକ୍ଟିଭ୍ କେସ୍ ରହିଛି ।

ଦେଶରେ 734 ଜିଲ୍ଲା ମଧ୍ୟରୁ 20ଟିଜିଲ୍ଲାରୁ ଦେଶର ମୋଟ୍‌ ମୃତ୍ୟୁ ସଂଖ୍ୟାର 45 ପ୍ରତିଶତ ମାମଲା ସାମ୍ନାକୁ ଆସିଛି । ଏହି 20ଟି ଜିଲ୍ଲା ମଧ୍ୟରେ ମହାରାଷ୍ଟ୍ରର 13ଟି ଜିଲ୍ଲା ସାମିଲ୍‌ ରହିଛି । ସେହିପରି ଦେଶର 40ଟି ଜିଲ୍ଲା କରୋନା ଯୋଗୁଁ ଅଧିକ ପ୍ରଭାବିତ ହୋଇଛି । ଏଠାରେ 40 ପ୍ରତିଶତ ମୃତ୍ୟୁ ମାମଲା ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 875କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 6ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ନୟାଗଡରୁ 3 ଲେଖାଏଁ  ଆକ୍ରାନ୍ତଙ୍କର ମୃତ୍ୟୁହୋଇଛି । କଟକ ଓ ବାଲେଶ୍ବରରୁ 2 ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଥିବାବେଳେ  ଜଗତସିଂହପୁର, ବରଗଡ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା 875ରେ ପହଞ୍ଚିଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 6ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ 5ଜଣ ପୁରୁଷ ଓ ଜଣେ ମହିଳା ଆକ୍ରାନ୍ତ ରହିଛନ୍ତି । ମହିଳା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 84 ବର୍ଷ ହୋଇଥିବାବେଳେ ଅନ୍ୟ ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ  75, 41, 46, 82, 67 ବର୍ଷ ।

ବାଲେଶ୍ବର ଜିଲ୍ଲାରୁ ଦୁଇ ମହିଳାଙ୍କର ମୃତ୍ୟୁହୋଇଥିବାବେଳେ ବୟସ ଯଥାକ୍ରମେ 60 ଓ 80ବର୍ଷ ବୋଲି ସୂଚନା ରହିଛି । ସେହିପରି ବରଗଡରୁ 47 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କଳାହାଣ୍ଡିରୁ 32 ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁରରୁ 67 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଛି ।

କଟକରୁ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଦୁହିଁଙ୍କ ବୟସ ଯଥାକ୍ରମେ 64 ଓ 57 ବର୍ଷ ବୋଲି ସୂଚନା ରହିଛି ।  ନୟାଗଡରୁ 62 ବର୍ଷୀୟ ପୁରୁଷ, 76 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 52 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଆଜି 3600ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଜି  3 ହଜାର 600କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2109ଜଣ ଚିହ୍ନଟ ହୋଇଥିବାବେଳେ 1491ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 26ହଜାର334କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 90 ହଜାର 80 ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 35ହଜାର326ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 859ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 3ହଜାର 600ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 766ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 100, ବାଲେଶ୍ବରରୁ 107, ବରଗଡରୁ 106, ଭଦ୍ରକରୁ 82, ବଲାଙ୍ଗିରରୁ 99, ବୌଦ୍ଧରୁ 47, କଟକରୁ 358, ଦେବଗଡରୁ 11, ଢେଙ୍କାନାଳରୁ 47,  ଗଜପତିରୁ 19, ଗଞ୍ଜାମରୁ 31, ଜଗତସିଂହପୁରରୁ 73, ଯାଜପୁରରୁ 139, ଝାରସୁଗୁଡାରୁ 41, କଳାହାଣ୍ଡିରୁ 51, କନ୍ଧମାଳରୁ 97, କେନ୍ଦ୍ରାପଡାରୁ 129, କେଉଁଝରରୁ 106, କୋରାପୁଟରୁ 66, ମାଲକାନଗିରିରୁ 46, ମୟୂରଭଞ୍ଜରୁ 156, ନବରଙ୍ଗପୁରରୁ 116, ନୟାଗଡରୁ 74, ନୂଆପଡାରୁ 84, ପୁରୀରୁ 115, ରାୟଗଡାରୁ 32,  ସମ୍ବଲପୁରରୁ 126, ସୋନପୁରରୁ 129, ସୁନ୍ଦରଗଡରୁ 89ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍‌ପୁଲ୍‌ରୁ 158ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ  କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ହୋମ୍‌ ଆଇସୋଲେସନରେ ରହିଛନ୍ତି। ଟ୍ୱିଟ କରି ସେ ଏହି ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ କୋଭିଡ୍‌ ଟେଷ୍ଟ କରାଇବା ସହ ପୃଥକବାସରେ ରହିବାକୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁସଙ୍ଘଭୀ ଓ ତୁରଣ ଗୋଗୋଇଙ୍କ ଭଳି ନେତା କରୋନାରେ ଆକ୍ରାନ୍ତ ହୋଇଥିଲେ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 63ଲକ୍ଷ ଟପିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲକ୍ଷେ ମୁହାଁ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ 63ଲକ୍ଷ ଟପିଲା କରୋନା କେସ୍‌ : ଦିନକରେ 86 ହଜାରରୁ ଉର୍ଦ୍ଧ୍ବ ନୂତନ କେସ୍‌, 1181 ମୃତ

ନୂଆଦିଲ୍ଲୀ: ଗତ 24 ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି 86 ହଜାର 821 ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 63ଲକ୍ଷ 12 ହଜାର 585କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ଲକ୍ଷେ ମୁହାଁ କରୋନା ମୃତ୍ୟୁ ସଂଖ୍ୟା । ଗତ 24 ଘଣ୍ଟାରେ ଦେଶରେ 1181ଜଣଙ୍କ ଜୀବନ ନେଇଥିବାବେଳେ ମୋଟ୍‌ ମୃତ୍ୟୁ ସଂଖ୍ୟା 98 ହଜାର 678କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା 52 ଲକ୍ଷ 73 ହଜାର 202କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 9 ଲକ୍ଷ 40 ହଜାର 705 ଜଣ । ମହାରାଷ୍ଟ୍ରରୁ ସର୍ବାଧିକ 18 ହଜାର 317 ଆକ୍ରାନ୍ତଚିହ୍ନଟ ହୋଇଥିବାବେଳେ କର୍ଣ୍ଣାଟକରୁ 8 ହଜାର 856 ଜଣ, ଆନ୍ଧ୍ରପ୍ରଦେଶରୁ 6 ହଜାର 133ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନାରୁ ସୁସ୍ଥ ହେଲେ ସିସୋଦିଆ

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବେ ସୁସ୍ଥ ହୋଇଛନ୍ତି। ସେ କରୋନା ସହ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିଲେ। ତେବେ ଆଜି ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଏଥିସହ ସେ ଡେଙ୍ଗୁରୁ ମଧ୍ୟ ସୁସ୍ଥ ହୋଇ ଯାଇଛନ୍ତି। ସେ ସୁସ୍ଥ ହୋଇଯାଇଥିବାରୁ ତାଙ୍କୁ ଆଜି ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ସେପ୍ଟେମ୍ବର 14 ତାରିଖରେ ମନୀଷ ସିସୋଦିଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାପରେ ସେ ହୋମ ଆଇସୋଲେସନ୍‌ରେ ରହିଥିଲେ । ତାଙ୍କର ଅବସ୍ଥା ଟିକେ ଗୁରୁତର ହେବାରୁ ତାଙ୍କୁ ସେପ୍ଟେମ୍ବର 23 ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ କରୋନା ସହ ଡେଙ୍ଗୁରେ ଆକ୍ରାନ୍ତ ଥିବା ଜଣାପଡିଥିଲେ । ତେବେ ପ୍ଲାଜ୍‌ମା ଥେରାପି ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା । ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବାର ଜଣାପଡିଛି ।

Categories
ଆଜିର ଖବର ଜାତୀୟ ଖବର

ଏବେବି ବହୁ ଲୋକଙ୍କୁ ବିପଦ ସମ୍ଭାବନା  : ଆଇସିଏମ୍‌ଆର ଡିଜି

ନୂଆଦିଲ୍ଲୀ : କରୋନା ଅପଡେଟ୍‌ ନେଇ କେନ୍ଦ୍ର ସରକାର ପ୍ରେସ ମିଟ୍‌ କରିଛନ୍ତି । ଦ୍ବିତୀୟ ସେରୋ ସର୍ଭେ ନେଇ ଆଇସିଏମ୍‌ଆର ଡିଜି ବଳରାମ ଭାର୍ଗବ ସୂଚନା ଦେଇ କହିଛନ୍ତି ଯେ, ଦ୍ବିତୀୟ ସେରୋ ସର୍ଭେ ରିପୋର୍ଟ ଅନୁସାରେ ଏବେ ବି ବହୁଲୋକଙ୍କ ପ୍ରତି କରୋନା ବିପଦ ରହିଛି। ଏବେ ବି ଅନେକ ଲୋକଙ୍କୁ ଭାଇରସ ଛୁଇଁପାରିନି। ଆଗକୁ ଭାଇରସ ସେମାନଙ୍କୁ କବଳିତ କରିବାର ଆଶଙ୍କା ରହିଛି। ଦେଶର ବହୁତ ବଡ ଗୋଷ୍ଠୀରେ ଆଣ୍ଟିବଡି ଡେଭଲପ୍‌ କରିନି । ଏଯାବତ୍‌ ମାତ୍ର 7 ପ୍ରତିଶତ ସଂକ୍ରମିତ ରହିଥିବାବେଳେ 90 % ଲୋକ ଏବେବି ସମ୍ବେଦନଶୀଳ । ଆଗକୁ ପାର୍ବଣ ଋତୁ ସହ ଶୀତ ଦିନ ଆସୁଛି ।  ଏଥିପାଇଁ ପୂର୍ବାପେକ୍ଷା ଅଧିକ ସତର୍କ ହେବାକୁ ପଡିବ । ମାସ୍କ,, ସାମାଜିକ ଦୂରତ୍ବାକୁ ସାମାନ୍ୟ ଖିଲାପ କଲେ ବିପଦ ବଢିପାରେ ବୋଲି ସୂଚନା ଦେଇଛନ୍ତି ଆଇସିଏମ୍‌ଆର ଡିଜି ।

ବର୍ତ୍ତମାନ ସୁଦ୍ଧା  କରୋନା ମହାମାରୀ 61ଲକ୍ଷ ଲୋକଙ୍କୁ ସଂକ୍ରମିତ କରି ସାରିଥିବା କରୋନା ଦେଶରେ 96 ହଜାର ଜୀବନ ନେଇ ସାରିଲାଣି। ତଥାପି ଦେଶର ବହୁ ଲୋକଙ୍କ ଜୀବନ ପ୍ରତି କରୋନା ବିପଦ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଆଜି 3235ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଜି  3 ହଜାର 235କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1915ଜଣ ଚିହ୍ନଟ ହୋଇଥିବାବେଳେ 1320ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 12ହଜାର609କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 73 ହଜାର 571 ଜଣ ।  ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 38ହଜାର172ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 797ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 3ହଜାର 235ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 506ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 179, ବାଲେଶ୍ବରରୁ 100, ବରଗଡରୁ 137, ଭଦ୍ରକରୁ 67, ବଲାଙ୍ଗିରରୁ 101, ବୌଦ୍ଧରୁ 42, କଟକରୁ 318, ଦେବଗଡରୁ 12, ଢେଙ୍କାନାଳରୁ 69,  ଗଜପତିରୁ 31, ଗଞ୍ଜାମରୁ 28, ଜଗତସିଂହପୁରରୁ 86, ଯାଜପୁରରୁ 110, ଝାରସୁଗୁଡାରୁ 71, କଳାହାଣ୍ଡିରୁ 42, କନ୍ଧମାଳରୁ 62, କେନ୍ଦ୍ରାପଡାରୁ 103, କେଉଁଝରରୁ 86, କୋରାପୁଟରୁ 59, ମାଲକାନଗିରିରୁ 21, ମୟୂରଭଞ୍ଜରୁ 118, ନବରଙ୍ଗପୁରରୁ 124, ନୟାଗଡରୁ 43, ନୂଆପଡାରୁ 106, ପୁରୀରୁ 79, ରାୟଗଡାରୁ 101,  ସମ୍ବଲପୁରରୁ 120, ସୋନପୁରରୁ 65, ସୁନ୍ଦରଗଡରୁ 101ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍‌ପୁଲ୍‌ରୁ 148ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି 14 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 797କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 14 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ କଟକରୁ ସର୍ବାଧିକ 3 ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଥିବାବେଳେ   ଯାଜପୁର ଓ କେନ୍ଦ୍ରାପଡାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଢେଙ୍କାନାଳ, ସୁବର୍ଣ୍ଣପୁର, ଗଜପତି  ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 797କୁ ବୃଦ୍ଧି

ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ତିନି ଆକ୍ରାନ୍ତଙ୍କ ମଧ୍ୟର ଜଣେ 67 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରୁ ଜଣଷ 42 ବର୍ଷୀୟ ଓ ଅନ୍ୟ ଜଣେ 58 ବର୍ଷୀୟ ରହିଛନ୍ତି । ସେହିପରି କଟକରୁ ଆଜି 45 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 56 ଓ 42 ବର୍ଷ । ଯାଜପୁରରୁ ଜଣେ 65 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ 55 ବର୍ଷୀୟା ମହିଳା । ସେହିପରି କେନ୍ଦ୍ରାପଡାରୁ ଜଣେ 35 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 52 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ବଲାଙ୍ଗିରରୁ 60 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଢେଙ୍କାନାଳରୁ 45 ବର୍ଷୀୟ ବ୍ୟକ୍ତି, ସୁବର୍ଣ୍ଣପୁରରୁ 31 ବର୍ଷୀୟା ମହିଳା, ଗଜପତିରୁ 63 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 783କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବରରୁ ସର୍ବାଧିକ 4 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ କୋରାପୁଟ ଓ ପୁରୀରୁ 3 ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ବର, ବଲାଙ୍ଗିର, କଟକ, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 783କୁ ବୃଦ୍ଧି

ଭୁବନେଶ୍ବରରୁ ଆଜି ସର୍ବାଧିକ ଚାରି ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ତିନିଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । 59 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃ୍ତ୍ୟୁ ହୋଇଥିବାବେଳେ ଅନ୍ୟ ତିନି ପୁରଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 51, 37, 50 ବର୍ଷ ।

ସେହିପରି ପୁରୀର ତିନି ମୃତକଙ୍କ ମଧ୍ୟରେ ଜଣେ 80 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 62 ବର୍ଷୀୟା ମହିଳା ଓ ଅନ୍ୟ ଜଣେ 42 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । କୋରାପୁଟର ତିନି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 64, 48, ଓ 50 ବର୍ଷ । ବାଲେଶ୍ବରରୁ 45 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗିରରୁ 58 ବର୍ଷୀୟ ବ୍ୟକ୍ତି, କଟକରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 58 ବର୍ଷ ବୋଲି ସୂଚନା ରହିଛି । ସେହିପରି ଜଗତସିଂହପୁରରୁ 64 ବର୍ଷୀୟ ପୁରୁଷ, ଯାଜପୁରରୁ 52 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ମୟୂରଭଞ୍ଜରୁ 53 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଆଜି 4356ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଜି  4 ହଜାର 356କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2529ଜଣ ଚିହ୍ନଟ ହୋଇଥିବାବେଳେ 1827ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 5ହଜାର452କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 65 ହଜାର 432 ଜଣ ।  ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 39ହଜାର184ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 767ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 4ହଜାର 356ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 902ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 197, ବାଲେଶ୍ବରରୁ 194, ବରଗଡରୁ 106 ଭଦ୍ରକରୁ 124, ବଲାଙ୍ଗିରରୁ 76, ବୌଦ୍ଧରୁ 49, କଟକରୁ 409, ଦେବଗଡରୁ 14, ଢେଙ୍କାନାଳରୁ 84,  ଗଜପତିରୁ 20, ଗଞ୍ଜାମରୁ 62, ଜଗତସିଂହପୁରରୁ 171, ଯାଜପୁରରୁ 136, ଝାରସୁଗୁଡାରୁ 120, କଳାହାଣ୍ଡିରୁ 71, କନ୍ଧମାଳରୁ 91, କେନ୍ଦ୍ରାପଡାରୁ 119, କେଉଁଝରରୁ 55, କୋରାପୁଟରୁ 82, ମାଲକାନଗିରିରୁ 28, ମୟୂରଭଞ୍ଜରୁ 153, ନବରଙ୍ଗପୁରରୁ 58, ନୟାଗଡରୁ 51, ନୂଆପଡାରୁ 173, ପୁରୀରୁ 168, ରାୟଗଡାରୁ 121,  ସମ୍ବଲପୁରରୁ 81, ସୋନପୁରରୁ 14, ସୁନ୍ଦରଗଡରୁ 101ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍‌ପୁଲ୍‌ରୁ 326ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ହୋମ ଆଇସୋଲେସନ୍‌ ସତର୍କତା : ଜାଣନ୍ତୁ ହୋମ ଆଇସୋଲେସନ୍‌ରେ ରହି କିପରି ଚିକିତ୍ସିତ ହେବେ

ଭୁବନେଶ୍ବର : ହୋମ ଆଇସୋଲେସନ୍‌ ସଚେତନ କରିବା ପାଇଁ ସରକାର ସତର୍କତା ଜାରି କରିଛନ୍ତି । ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ସ୍ବତନ୍ତ୍ର ସଚିବ ଡା. ଅଜିତ୍‌ ମହାନ୍ତି ଏନେଇ ସୂଚନା କହିଛନ୍ତି । ହୋମ ଆଇସୋଲେସନ୍‌ରେ ରହି କିପରି ଚିକିତ୍ସିତ ହେବ ଜଣାଇଛନ୍ତି । ନିଜ ଅଭିଜ୍ଞତାରୁ କ’ଣ କଣ କରିବେ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ସଚିବ ।

ସଂକ୍ରମିତ ବ୍ୟକ୍ତି ପରିବାର ସଦସ୍ୟଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ରହିବା ଉଚିତ୍‌ ବୋଲି ଜଣାଇଛନ୍ତି  ଡ. ମହାନ୍ତି । ସେହିପରି ଘରେ ଯଦି ଗର୍ଭବତୀ, ବୟସ୍କ ଓ ଛୋଟ ପିଲା ରହିଛନ୍ତି ତେବେ ସେମାନଙ୍କଠୁ ଦୂରରେ ରୁହନ୍ତୁ ଅଥବା ତାଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ । ସେହିପରି ସଂକ୍ରମିତ ବ୍ୟକ୍ତି ଦିନକୁ 2/3 ଥର ତାପମାତ୍ରା ମାପି ଏନେଇ ଧାର୍ଯ୍ୟ ନମ୍ବରରେ ଫୋନ୍‌ କରିବାକୁ ସୂଚନା ଦେଇଛନ୍ତି ଡା. ଅଜିତ୍‌ । ସରକାର ଦେଇଥିବା ଔଷଧ ସହ ଅଧିକ ପାଣି ପିଇବା ଜରୁରୀ ବୋଲି କହିଛନ୍ତି ଡା. ମହାନ୍ତି । ଏହି ଔଷଧର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି କହିଛନ୍ତି ଡା. ମହାନ୍ତି । ସେହିପରି ଯଦି ଗର୍ଭବତୀ ସଂକ୍ରମିତ ହୋଇଛନ୍ତି ,ତେବେ ସେ ଆଇସୋଲେସନ୍‌ରେ ନ ରହି ହସ୍ପିଟାଲ ଯିବା ଆବଶ୍ୟକ ।  ଯଦି ଜ୍ବରରେ ପାରାସିଟାମଲ୍‌ ଖାଇବା ଦ୍ବାରା ଦେହରେ ତାପମାତ୍ରା ନ କମୁଛି ତେବେ ତାହା କରୋନା ଲକ୍ଷଣ। ସେହିପରି ଅଣନିଃଶ୍ବାସୀ ଲାଗିବା, ସ୍ବାଦ ବାରି ନ ପାରିବା ଓ ଦେହ ହାତ ଘୋଳା ବିନ୍ଧା ହେବ କରୋନାର ଲକ୍ଷଣ । ଲକ୍ଷଣ ଆରମ୍ଭ ହେବାର 10 ଦିନ ପର୍ଯ୍ୟନ୍ତ ଅବଜରଭେସନ୍‌ରେ ରହିବା ଅତ୍ୟନ୍ତ ଜରୁରୀ ।

ଯଦି ବିନା ପାରାସିଟାମଲ୍‌ରେ ତିନି ଦିନ ଜ୍ବର ନ ହେଲା, ତା’ହେଲେ କ୍ବାରେଣ୍ଟାଇନ୍‌ ଶେଷ ହେବ । ସେହିପରି ଅବସ୍ଥା ଦେଖି ଛୋଟ ପିଲାମାନେ ମଧ୍ୟ  ହୋମ୍‌ ଆଇସୋଲେସନ୍‌ରେ ରହିପାରିବେ । ଯେଉଁମାନଙ୍କର ଦୂରାରୋଗ୍ୟ ନାହିଁ ସେମାନେ ହୋମ୍‌ ଆଇସୋଲେସନ୍‌ରେ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ଭୁବନେଶ୍ବର : ଓଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ଶ୍ରୀତମ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଶ୍ରୀତମ ଗତକାଲି ଆଣ୍ଟିଜେନ୍ ଟେଷ୍ଟ କରିଥିଲେ। ସେଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ବାହାରିଥିଲା। ଏନେଇ ନିଜେ ଶ୍ରୀତମ ସିଏମ୍‌ସିକୁ ସୂଚନା ଦେଇଥିଲେ। ବର୍ତ୍ତମାନ ସେ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି। ଶ୍ରୀତମ ସମସ୍ତଙ୍କୁ ସତର୍କ ରହିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି।

ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଇଥିବାବେଳେ ଅନେକ ରାଜନେତା, ଅଭିନେତା ଏହି ସଂକ୍ରମଣର ଶିକାର ହେଉଛନ୍ତି । ପିପିଲ ବିଧାୟକ ପ୍ରଦୀପ ମହାରଥୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ସୋସିଆଲ୍‌ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ନିକଟରେ ଅଭିନେତା ଅଜିତ ଦାସ କରୋନାରେ ପ୍ରାଣ ହରାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କରୋନା

ଭୁବନେଶ୍ବର : ସାରା ଦେଶରେ କରୋନା ଅଣାୟତ୍ତ ରହିଥିବାବେଳେ ରାଜ୍ୟରେ ମଧ୍ୟ କରୋନା ମାମଲା ବେଶ୍‌ ବୃଦ୍ଧି ପାଇବାରେ ଲାଗିଛି । ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନେତା, ସେଲିବ୍ରିଟି ସମେସ୍ତ ଏହି ମହାମାରୀର ଆକ୍ରାନ୍ତ ହେଉଛନ୍ତି।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି। ପଜିଟିଭ ଚିହ୍ନଟ ହୋଇଥିବା ନେଇ କାଲି ସେ ନିଜେ ସୂଚନା ଦେଇଥିଲେ । ବର୍ତ୍ତମାନ ସେ ଭୁବନେଶ୍ୱରର ଏମ୍ସରେ ଭର୍ତ୍ତି ହୋଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ସମୀର ମହାନ୍ତି ଗତ ଜାନୁଆରି ମାସରେ ଓଡ଼ିଶା ବିଜେପିର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।ଏହାପୂର୍ବରୁ ସମୀର ମହାନ୍ତି ଦଳର ଉପାଧ୍ୟକ୍ଷ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି 14ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 600 ଟପିଲା

ଭୁବନେଶ୍ବର : ଆଜି ରାଜ୍ୟରୁ 14 ଜଣଙ୍କ ଜୀବନ ନେଲା କରୋନା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀରୁ 3ଜଣ ଓ ମୟୂରଭଞ୍ଜରୁ 2 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସମ୍ବଲପୁର, କଟକ, କୋରାପୁଟର, କଳାହାଣ୍ଡିରୁ ଜଣେ ଲେଖାଏଁଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ 5ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 4ଜଣ ଭୁବନେଶ୍ବରର ବୋଲି ସୂଚନା ରହିଛି ।  ଭୁବନେଶ୍ବରରୁ ଆଜି 2ଜଣ ପୁରୁଷ ଓ 2 ଜଣ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ 49 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ 2 ମହିଳା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 71 ଓ 74 ବର୍ଷ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ 51 ଓ 56 ବର୍ଷ ।

ସେହିପରି ପୁରୀରୁ ମୃତ୍ୟୁବରଣ କରିଥିବା ତିନି ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 86, 72, 43 ବୋଲି ସୂଚନା ରହିଛି । କଟକରୁ ଆଜି ଜଣେ 80 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ କୋରାପୁଟରୁ 60 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ମୟୂରଭଞ୍ଜରୁ ଆଜି ମୃତ୍ୟୁବରଣ କରିଥିବା ଦୁଇ ଆକ୍ରାନ୍ତଙ୍କ ମହିଳା ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 65 ଓ 45 ବର୍ଷ ବୋଲି ସୂଚନା ରହିଛି ।  ସମ୍ବଲପୁରୁର 45 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡିରୁ 61 ବର୍ଷୀୟ ପୁରୁଷ, କୋରାପୁଟରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 60 ବର୍ଷ ବୋଲି ସୂଚନା ରହିଛି ।

ଆଜି 14ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 605କୁ ବୃଦ୍ଧି ହୋଇଛ ।