Categories
ଆଞ୍ଚଳିକ

ଚିଲିକା କରୋନା ଅପଡେଟ: ପୁଣି ବଢିଲା ସଂକ୍ରମଣ, ଆସନ୍ତାକାଲି ୭ଟି ସ୍ଥାନରେ ଦିଆଯିବ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ପୁଣି ଉପରମୁହାଁ ହୋଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩୧ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୩ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୧୫ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୮ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୩ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ଜଣେ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୪୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୪ ଜଣ, ଚିଲିକା ବ୍ଲକରେ ୧୨୮ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୪୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ ଟୀକାକରଣ ପ୍ରକ୍ରିୟା ଚାଲୁ ରହିବ। ବାଣପୁର ମାଇନର ସ୍କୁଲ ଏବଂ ନୀଳାଦ୍ରିପ୍ରସାଦ, ଗମ୍ଭାରୀମୁଣ୍ଡା ଓ ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଆସନ୍ତାକାଲି ୧୦୦ ଲେଖାଏଁ ମୋଟ ୪୦୦ଟି ପ୍ରଥମ ଡୋଜ ଟୀକା ଦିଆଯିବ।

ସେହିଭଳି ବାଲୁଗାଁ ଉଚ୍ଚ ବିଦ୍ୟାଳୟ, ନଇରୀ ଏବଂ ଜରିପଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ୧୦୦ ଲେଖାଏଁ ମୋଟ ୩୦୦ ଟି ପ୍ରଥମ ଡୋଜ ଟୀକା ଦିଆଯିବ। ତେବେ ପ୍ରଥମ ଡୋଜ ନେବାର ୮୪ ଦିନ ବିତିଯାଇଥିବା ନାଗରିକମାନେ ଦ୍ଵିତୀୟ ଡୋଜ ଟୀକା ନେଇପାରିବେ ବୋଲି ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଆଜିର ଚିଲିକା କରୋନା ଅପଡେଟ: ସଂକ୍ରମଣ ସାମାନ୍ୟ, ଆସନ୍ତାକାଲି ବନ୍ଦ ରହିବ ଟୀକାକରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ସାମାନ୍ୟ ଅଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨୪ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୫ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୪୯ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୨୭ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୧୦ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳରୁ ୪ ଜଣ ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୪୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୦ ଜଣ, ଚିଲିକା ବ୍ଲକରେ ୧୧୪ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୫୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ସପ୍ତାହନ୍ତ ସଟଡ଼ାଉନ ଲାଗି ଉଭୟ ବାଣପୁର ଏବଂ ବାଲୁଗାଁରେ ଟୀକାକରଣ ଏବଂ କୋଭିଡ ଟେଷ୍ଟିଙ୍ଗ ପ୍ରକ୍ରିୟା ବନ୍ଦ ରହିବ ବୋଲି ଉଭୟ ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆ ଆକ୍ରାନ୍ତରେ ଖୋର୍ଦ୍ଧା ଖସିଲା 3ୟକୁ, ଅନୁଗୁଳରେ ହେଲେ ସର୍ବାଧିକ, ଏପରି କାହିଁକି ହେଲା ?

ଭୁବନେଶ୍ବର, ରାଜ୍ୟର ସମସ୍ତ ଜିଲ୍ଲାର ନୂଆ କରୋନା ରିପୋର୍ଟ ତଥ୍ୟ ଆସିଛି। ଏଥର ତଥ୍ୟ ଏକ ଭିନ୍ନ ପ୍ରକାରର ହୋଇଛି। କାରଣ ସବୁବେଳେ କରୋନା ଆକ୍ରାନ୍ତରେ ସର୍ବାଧିକ ରହୁଥିବା ଖୋର୍ଦ୍ଧା ଜିଲ୍ଲା 3ୟକୁ ଖସିଯାଇଛି। ସେହିପରି କଟକ ବାଲେଶ୍ବରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି।

ନୂଆ ତଥ୍ୟ ଅନୁସାରେ ଅନୁଗୁଳରେ ସର୍ବାଧିକ 788 ଜଣ, ସୁନ୍ଦରଗଡରେ 720 ଜଣ ଏବଂ ଖୋର୍ଦ୍ଧାରେ 517 ଜଣ ଚିହ୍ନଟ ହୋଇଛନ୍ତି। ତେବେ ହଠାତ ଏପରି ଖସିବାର କାରଣ ହେଉଛି ଉପକୂଳ ଓଡିଶାର ଲୋକେ ବାତ୍ୟା ପାଇଁ କରୋନା ପରୀକ୍ଷା କରିପାରି ନ ଥିଲେ।  ସେଥିପାଇଁ ପଜେଟିଭ ସଂଖ୍ୟା ଏପରି ହ୍ରାସ ପାଇଲା ବୋଲି କୁହାଯାଉଛି।

1. Angul: 788

2. Sundargarh: 720

3. Khurda: 517

4. Bargarh: 405

5. Jajpur: 374

6. Cuttack: 362

7. Sambalpur: 309

8. Nawarangpur: 282

9. Puri: 265

10. Boudh: 262

11. Kalahandi: 241

12. Koraput: 219

13. Nayagarh: 207

14. Bhadrak: 206

15. Ganjam: 196

16. Dhenkanal: 178

17. Balangir: 144

18. Rayagada: 123

19. Jharsuguda: 120

20. Jagatsinghpur: 106

21. Malkangiri: 98

22. Kandhamal: 85

23. Sonepur: 82

24. Gajapati: 80

25. Balasore: 71

26. Deogarh: 64

27. Nuapada: 48

28. Mayurbhanj: 34

29. Kendrapada: 24

30. Keonjhar: 24

31. State Pool: 102

Categories
ଆଞ୍ଚଳିକ

ଚିଲିକା କରୋନା ଅପଡେଟ୍: ଆଜି ଉପରମୁହାଁ ସଂକ୍ରମଣ, ଆସନ୍ତାକାଲି ବନ୍ଦ ରହିବ ଟୀକାକରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲି ସଂଖ୍ୟାର ଦୁଇ ଗୁଣରୁ ଅଧିକ। ଚିହ୍ନଟ ହୋଇଥିବା ୬୩ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୨୦ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୧୪ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୧ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୩ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୬୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୭ ଜଣ, ଚିଲିକା ବ୍ଲକରେ ୧୪୩ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୫୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉଭୟ ବାଣପୁର ଏବଂ ବାଲୁଗାଁରେ ଟୀକାକରଣ ପ୍ରକ୍ରିୟା ବନ୍ଦ ରହିବ ବୋଲି ଉଭୟ ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା: ଜାଣନ୍ତୁ ଆଜିର କରୋନା ଅପଡେଟ୍ ଓ ଆସନ୍ତାକାଲି ପାଇଁ ଟୀକାକରଣ ବ୍ୟବସ୍ଥା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଗତକାଲି କରୋନା ସ୍ଥିତି ଉପରମୁହାଁ ଥିବା ବେଳେ ଆଜି ତଳ ମୁହାଁ ହୋଇଛି। ଯାହା ଲୋକଙ୍କୁ ସାମାନ୍ୟ ଆଶ୍ଵସ୍ତି ମିଳିଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲିର ସଂଖ୍ୟାଠାରୁ ଅଧା।

ଚିହ୍ନଟ ହୋଇଥିବା ୩୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୨ ଜଣ, ବାଲୁଗାଁ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୩୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୨୦ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୧୫ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୫୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୧ ଜଣ, ଚିଲିକା ବ୍ଲକରେ ୧୨୬ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୪୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି କେବଳ ବାଣପୁରରେ ଟୀକାକରଣ ପ୍ରକ୍ରିୟା ଚାଲୁ ରହିବ। ବାଣପୁର, ଗମ୍ଭାରୀମୁଣ୍ଡା, ସୁନାଖେଳା ଏବଂ ନୀଳାଦ୍ରିପ୍ରସାଦରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ୧୦୦ଜଣ ନାଗରିକ ମାନଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ।

ସାମ୍ଭାବ୍ୟ ବାତ୍ୟା ପାଇଁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସମସ୍ତ କେନ୍ଦ୍ରରେ ଟୀକାକରଣ ପ୍ରକ୍ରିୟା ବନ୍ଦ ରହିବ ବୋଲି ବାଲୁଗାଁ ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଓଡିଶାରୁ ଚିହ୍ନଟ ହେଲେ 6 ହଜାର 6ଶହ କରୋନା ଆକ୍ରାନ୍ତ, ସୁଧୁରୁଛି ସ୍ଥିତି!

ଭୁବନେଶ୍ବର, ରାଜ୍ୟରୁ 6 ହଜାର 6ଶହ  47 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ଏହି ତଥ୍ୟ ପ୍ରଦାନ କରିଛି। ସେହି ଅନୁସାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ  କ୍ବାରଣ୍ଟାଇନ କେନ୍ଦ୍ରରୁ 3 ହଜାର 8 ଶହ 55 ଜଣ ଅଛନ୍ତି। ସେହିପରି ସ୍ଥାନୀୟ ସଂକ୍ରାମକ ସଂଖ୍ୟା ହେଉଛି 2 ହଜାର 7ଶହ 92 ଜଣ।

ଗତକାଲିର ତଥ୍ୟ ଅନୁସାରେ ଓଡିଶାରୁ ଚିହ୍ନଟ ହୋଇଥିଲେ 6 ହଜାର 215 ଜଣ। ଅର୍ଥାତ ଏହି ଦୁଇ ଦିନ ମଧ୍ୟରେ 432 ଜଣ ଅଧିକା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ପୂର୍ବ ତଥ୍ୟକୁ ହିସାବକୁ ନେଲେ ଗୋଟିଏ ଗୋଟିଏ ଦିନରେ ହଜାରେ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହେଉଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଏକଥରେ 6 ହଜାର

ଭୁବନେଶ୍ବର, ଓଡିଶାରେ ବର୍ତ୍ତମାନ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଆଜି ଯେଉଁ ରିପୋର୍ଟ ଆସିଛି ତାହା ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ଆଜି ରିପୋର୍ଟ ଅନୁସାରେ ଗତକାଲି ରାଜ୍ୟରେ 6 ହଜାର 164 ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା 4 ହଜାର 851 ଥିଲା। ଅର୍ଥାତ ଗୋଟିଏ ଦିନରେ ଏହା 1 ହଜାର 313 ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଆକ୍ରାନ୍ତ ସଂଖ୍ୟା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି।

ଆଜିର ରିପୋର୍ଟ ଅନୁସାରେ ଗତକାଲି କ୍ବାରଣ୍ଟାଇନରୁ 3 ହଜାର 575 ଜଣ ଏବଂ 2 ହଜାର 589 ଜଣ ସ୍ଥାନୀୟ ସଂକ୍ରାମକ ଅଛନ୍ତି। ଏ ସମସ୍ତଙ୍କର ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ତରଫରୁ ଠାବ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ 3 ହଜାର144 କରୋନା ଆକ୍ରାନ୍ତ ଚିହ୍ନଟ, କ୍ବାରଣ୍ଟାଇନରୁ 1 ହଜାର 823 ଜଣ

ଭୁବନେଶ୍ବର, ରାଜ୍ୟରେ ବର୍ତ୍ତମାନ ହୁହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରନ୍ତାଙ୍କ ସଂଖ୍ୟା। ଆଜିର ତାଜା ସୂଚନା ଅନୁସାରେ ଗତକାଲି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି 3 ହଜାର 144 ଜଣ ନୂଆ କରୋନା ଆକ୍ରାନ୍ତ।ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 1 ହଜାର 823 ଜଣ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରାମଣ ହେଉଛି 1 ହଜାର 321 ଜଣ।

ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ 523 ଜଣ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରାମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ସେମାନଙ୍କୁ ଚିହ୍ନଟ କରି ତୁରନ୍ତ କ୍ବାରଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ଚିହ୍ନଟ ହେଲେ 98 ଜଣ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର, ଆଜି ରାଜ୍ୟରୁ 98 ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 58 ହୋଇଥିବା ବେଳେ ସ୍ଥାନୀୟ ସଂସ୍ପର୍ଶରେ 40 ଜଣ ଆକ୍ରାନ୍ତ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ 15 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

1. Angul: 4

2. Balasore: 4

3. Bargarh: 5

4. Bhadrak: 6

5. Balangir: 7

6. Cuttack: 9

7. Deogarh: 2

8. Jajpur: 3

9. Jharsuguda: 3

10. Kandhamal: 1

11. Kendrapada: 1

12. Khurda: 15

13. Koraput: 3

14. Mayurbhanj: 8

15. Nawarangpur: 2

16. Nuapada: 3

17. Puri: 5

18. Rayagada: 3

19. Sambalpur: 2

20. Sonepur: 2

21. Sundargarh: 7

22. State Pool: 3

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ 84 ଜଣ କରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ 25 ଜଣ

ଭୁବନେଶ୍ବର, ରାଜ୍ୟରେ ଆଜି 84 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରେ 49 ଥିବା ବେଳେ ସ୍ଥାନୀୟ ସଂକ୍ରାମଣ ହେଉଛନ୍ତି 35 ଜଣ। ତେବେ ଏଥର କଟକ ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ମୋଟ 25 ଜଣ ପଜେଟିଭ ଅଛନ୍ତି। ବିଭିନ୍ନ ଜିଲ୍ଲାରୁ ମିଳିଥିବା ଆକ୍ରାନ୍ତ ସଂଖ୍ୟା ହେଲା

1. Angul: 4

2. Balasore: 1

3. Bargarh: 9

4. Bhadrak: 1

5. Cuttack: 25

6. Ganjam: 2

7. Jagatsinghpur: 2

8. Jajpur: 5

9. Kalahandi: 3

10. Khurda: 4

11. Koraput: 1

12. Mayurbhanj: 3

13. Nawarangpur: 1

14. Puri: 3

15. Rayagada: 5

16. Sambalpur: 4

17. Sundargarh: 10

18. State Pool: 1

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶର ପାଞ୍ଚୋଟି ରାଜ୍ୟର କରୋନା ସ୍ଥିତି ଗମ୍ଭୀର, ଏବେବି ସକ୍ରିୟ କରୋନା ମାମଲା ପାଉଛି ବୃଦ୍ଧି

ନୂଆଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡ଼ୁରେ ଦୈନିକ ନୂଆ କୋଭିଡ ମାମଲା ବୃଦ୍ଧି ପାଇବାରେ ଲାଗିଛି ।ଏହି ରାଜ୍ୟଗୁଡିକ ବର୍ତ୍ତମାନ ଦେଶର ଚିନ୍ତାର କାରଣ ପାଲଟିଛି। ତେବେ ଭାରତରେ ବର୍ତ୍ତମାନ କରୋନା ସ୍ଥିତି ଯାହା ରହିଛି ତାହା ହେଲା

  • ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮, ୯୦୩ କୋଭିଡ ମାମଲା ଆସିଥିବା ବେଳେ ଏଥିରୁ ୭୧% ଆସିଛି ଉପରୋକ୍ତ ପାଞ୍ଚ ରାଜ୍ୟରୁ ।
  • ନୂଆ ମାମଲାରୁ ୮୩.୯୧% ଆସିଛି ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡ଼ୁ ଓ କେରଳରୁ ।
  • ନୂଆ ମାମଲାରୁ ୬୧.୮% ଅର୍ଥାତ ୧୭,୮୬୪ ମାମଲା ଚିହ୍ନଟ ହୋଇଛି ମହାରାଷ୍ଟ୍ରରୁ । ଏହା ପଛକୁ କେରଳରେ ୧,୯୭୦ ଏବଂ ପଞ୍ଜାବରେ ୧,୪୬୩ ମାମଲା ଚିହ୍ନଟ ହୋଇଛି।
  • ଭାରତରେ ଏବେ ମୋଟ ସକ୍ରିୟ କରୋନା ମାମଲା ୨.୩୪ ଲକ୍ଷ (୨,୩୪,୪୦୬) ରହିଛି, ଯାହାକି ମୋଟ ପଜିଟିଭ୍ ମାମଲାର ୨.୦୫% ।
  • ମୋଟ ସକ୍ରିୟ ମାମଲାର ୭୬.୪% ରହିଛି ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବରେ । କେବଳ ମହାରାଷ୍ଟ୍ରରେ ଅଛି ୬୦% ସକ୍ରିୟ ମାମଲା ।
  • ଆଜି ସକାଳ ୭ଟା ସୁଦ୍ଧା ୫,୮୬,୮୫୫ ସେସନରେ ୩.୫ କୋଟି (୩,୫୦,୬୪,୫୩୬) ରୁ ଅଧିକ ଡୋଜ୍ ଟିକା ଦିଆସରିଛି ।
  • ଏହା ମଧ୍ୟରେ ରହିଛି, ୭୫,୦୬,୧୫୫ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୪୫,୫୪,୮୫୫ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୭୬,୦୦,୦୩୦ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଏବଂ ୧୬,୪୭,୬୪୪ ଏଫଏଲଡବ୍ଲୁ  (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ରୋଗାକ୍ରାନ୍ତ ୨୧,୬୬,୪୦୮ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୬୦ ବର୍ଷରୁ ଅଧିକ ବୟସର ୧୫,୮୯,୪୪୪ ଜଣ ହିତାଧିକାରୀଙ୍କ ଟିକାକରଣ ସରିଛି।
  • ଟିକାକରଣ ଅଭିଯାନର ୬୦ତମ ଦିବସ (୧୬ ମାର୍ଚ୍ଚ ୨୦୨୧)ରେ ୨୧ ଲକ୍ଷ (୨୧,୧୭,୧୦୪)ରୁ  ଅଧିକ ହିତାଧିକାରୀଙ୍କ ଟିକାକରଣ କରାଯାଇଛି ।
  • ଏଥିରୁ ୩୦,୮୭୧ ସେସନରେ ୧୭,୮୨,୫୫୩ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ (ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ) ଏବଂ ୩,୩୪,୫୫୧ ଏଚସିଡବ୍ଲୁ ଏବଂ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।
  • ଭାରତରେ ମୋଟ ୧,୧୦,୪୫,୨୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ରହିଛି ୯୬.୫୬% ।
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୮୮ ଜଣଙ୍କ ମୃତ୍ୟୁ ହୋଇଛି ।
  • ନୂଆ ମୃତ୍ୟୁରୁ ୮୬.୭% ହୋଇଛି କେବଳ ଛଅ ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୮୭ ଜଣଙ୍କ ମୃତ୍ୟୁ ହୋଇଛି । ଏହା ପଛକୁ ପଞ୍ଜାବରେ ୩୮ ଜଣ ଏବଂ କେରଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ।
  • ୧୫ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏଗୁଡ଼ିକ ହେଲା, ଆସାମ, ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ଉତ୍ତରାଖଣ୍ଡ, ଲାକ୍ଷାଦ୍ୱୀପ, ସିକିମ, ମେଘାଳୟ, ଦାମନ ଓ ଡିଉ ଏବଂ ଦାଦ୍ରା ନଗର ହାବେଲି, ନାଗାଲାଣ୍ଡ, ତ୍ରିପୁରା, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ମଣିପୁର, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।
Categories
ଆଜିର ଖବର ଜାତୀୟ ଖବର

Corona Return: ଦୁଇଟି ସହରରେ ଲାଗୁ ହେଲା ରାତ୍ରୀକାଳିନ କର୍ଫୁ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୋପାଳ, ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟର ଦୁଇଟି ସହରରେ ରାତ୍ରୀକାଳିନ କର୍ଫୁ ଲାଗୁ କରିଛନ୍ତି। ସେହି ଦୁଇଟି ସହର ହେଲା ଭୋପାଳ ଏବଂ ଇନ୍ଦୋର। ଏହି ଦୁଇଟି ସହରରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଫଳରେ ରାତିରେ ଲୋକମାନଙ୍କର ଚଳପ୍ରଚଳ ବେଶୀ ରହୁଥିବାରୁ ସରକାର ଏପରି ନିଷ୍ପତି ଗ୍ରହଣ କରିଛନ୍ତି।

ସେହିପରି ସ୍ଥାନୀୟ ପ୍ରଶାସନ 8 ଟି ସହରରେ ରାତି ଦଶଟା ପରେ ଦୋକାନ ବଜାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହି ସହରଗୁଡିକ ହେଲା ଜବଲପୁର, ଗୌୱାଲିୟର, ଉଜ୍ଜାନ, ରତ୍ଲାମ, ଛିଣ୍ଡୱାଦା,ବୁରହନପୁର,ବେତୁଲ ଏବଂ ଖାରଗାଁ। ଏହା ଆଜି ରାତ୍ରୀରୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଠଟି ଜିଲ୍ଲାରେ ଯେଉଁମାନେ ମହାରାଷ୍ଟ୍ରରୁ ଆସିବେ ସେମାନେ ଗୋଟିଏ ସପ୍ତାହ କ୍ବାରଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟରୁ 82 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, କ୍ବାରଣ୍ଟାଇନକୁ 48 ଜଣ ଚିହ୍ନଟ

ଭୁବନେଶ୍ବର, ରାଜ୍ୟରୁ ପୁଣି 82 ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ କ୍ବାରଣ୍ଟାଇନରୁ 48 ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ହେଉଛି 34। ମୟୁରଭଂଜରୁ ସର୍ବାଧିକ 11 ଜଣ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହୋଇଥିବା କରୋନା ପଜେଟିଭ ସଂଖ୍ୟା ହେଲା

1. Angul: 2

2. Balasore: 6

3. Bargarh: 7

4. Balangir: 4

5. Cuttack: 5

6. Deogarh: 1

7. Dhenkanal: 3

8. Ganjam: 3

9. Jagatsinghpur: 2

10. Jajpur: 4

11. Jharsuguda: 2

12. Kendrapada: 2

13. Keonjhar: 2

14. Khurda: 9

15. Mayurbhanj: 11

16. Nawarangpur: 4

17. Nuapada: 2

18. Rayagada: 2

19. Sambalpur: 2

20. Sundargarh: 7

21. State Pool: 2

 

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ପୁଣି କଲବଲ କରିପାରେ କରୋନା, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର, ବର୍ତ୍ତମାନ ମହାରାଷ୍ଟ୍ରରେ ଯେପରି କରୋନା ଭାଇରସ ଆତଙ୍କ ଖେଳାଇବାରେ ଲାଗିଛି, ତାହାର ପ୍ରଭାବ ଓଡିଶାରେ ପଡିପାରେ। କାରଣ ଓଡିଶାର ବହୁ ସଂଖ୍ୟାର ଲୋକ ମହାରାଷ୍ଟ୍ରରୁ ଯିବାଆସିବା କରୁଛନ୍ତି। ସେମାଙ୍କୁ ନଜର ରଖିବା ସହିତ ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର। ଏହି ଚିିଠି ଜିଲ୍ଲାପାଳଙ୍କ ସହିତ ମହାନଗର କମିଶନର, ପୋଲିସ କମିଶନର, ଏସପିମାନଙ୍କୁ ମଧ୍ୟ ଅବଗତ କରାଯାଇଛି।

ରୋଜଗାର ପାଇଁ ଓଡିଶାରୁ ବହୁ ଲୋକ ମହାରାଷ୍ଟ୍ରରେ ଅଛନ୍ତି। ସେମାନେ ବିଭିନ୍ନ ସମୟରେ ସେମାନଙ୍କ ଘରକୁ ଫେରିଥାନ୍ତି। ଏହାଦ୍ବାରା ଓଡିଶାରେ ପୁଣି ଥରେ ସ୍ଥିତି ଗମ୍ଭୀର ହୋଇପାରେ ବୋଲି ଜଣାପଡିଛି। ସେଥିପାଇଁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଏହି ସତର୍କ କରାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ବଜାର, ଧର୍ମସ୍ଥାନ ଏବଂ ଗହଳି ସ୍ଥାନଗୁଡିକରେ ସତର୍କ ଦୃଷ୍ଟି ରଖାଯାଉ। ଏହି ସ୍ଥାନ ଗୁଡିକରେ ଯେପରି ଅଯଥା ଭିଡ ନ ହେବ ସେଥିପାଇଁ ଦୃଷ୍ଟି ଦେବାକୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ଓଡିଶାରେ କରୋନା ସଂକ୍ରାମଣ ସ୍ଥିତି ନିୟନ୍ତ୍ରଣରେ ରହିଛି। ଗତକାଲି ଓଡିଶାରୁ ମାତ୍ର 53 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ଗତକାଲି ଜଣଙ୍କର ମୃତ୍ୟୁ ହୋଇଥିବାର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଫଳରେ ପୂର୍ବ ଅପେକ୍ଷା କରୋନା ସ୍ଥିତିରେ ଢେର ପରିବର୍ତ୍ତନ ଆସିଛି। ବର୍ତ୍ତମାନର ତଥ୍ୟ ଅନୁସାରେ ରାଜ୍ୟର ତିନୋଟି ଜିଲ୍ଲାରେ ଗତ ଦୁଇ ସପ୍ତାହ ହେଲା କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାଁନ୍ତି। ସେହି ଜିଲ୍ଲାଗୁଡିକ ହେଲା ନବରଂଗପୁର, ଗଜପତି ଏବଂ କନ୍ଧମାଳ।

ତେବେ ଦେଶରେ ଏହାରସ୍ଥିତି ଗମ୍ଭୀର ରହିଛି। ଗୋଟିଏ ଦିନରେ ଦେଶରୁ 13 ହଜାର 193 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଚଳିତ ମାସର ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ କହିଛି। ଏହା ସୂଚାଇ ଦେଉଛି ଯେ, ବର୍ତ୍ତମାନ ସୁଦ୍ଧା କରୋନା ନିୟନ୍ତ୍ରଣକୁ ଆସି ନାହିଁ। ମୁଖ୍ୟତଃ ମହାରାଷ୍ଟ୍ର ଏବଂ କେରଳରେ ଏହାର ସ୍ଥିତି ଗମ୍ଭୀର ରହିଛି। କେବଳ ଏହି ଦୁଇ ରାଜ୍ୟରୁ 75 ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଓଡିଶାରୁ ଚିହ୍ନଟ ହେଲେ 53 ଜଣ କରୋନା ଆକ୍ରାନ୍ତ, ସମ୍ବଲପୁରରୁ ସର୍ବାଧିକ 11 ଜଣ

ଭୁବନେଶ୍ବର, ଆଜି ରାଜ୍ୟରୁ 53 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 31 ଜଣ ଅଛନ୍ତି। ସେହିପରି ସ୍ଥାନୀୟ ସଂସ୍ପର୍ଶରେ ଆସି 22 ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ତେବେ ଆଜି ସମ୍ବଲପୁର ଜିଲ୍ଲାରେ ସର୍ବାଧିକ 11 ଜଣ ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ଅନୁସାରେ ବିଭିନ୍ନ ଜିଲ୍ଲାର କରୋନା ସ୍ଥିତି ହେଲା..

 1. Balasore: 1

2. Bargarh: 4

3. Bhadrak: 2

4. Balangir: 1

5. Boudh: 1

6. Cuttack: 3

7. Jajpur: 4

8. Jharsuguda: 5

9. Kalahandi: 1

10. Khurda: 3

11. Koraput: 3

12. Nuapada: 3

13. Puri: 2

14. Rayagada: 1

15. Sambalpur: 11

16. Sonepur: 1

17. Sundargarh: 7

Categories
ଆଞ୍ଚଳିକ

ଜଗତସିଂହପୁର କରୋନା ଅପଡେଟ: ଜାଣନ୍ତୁ ମୋଟ୍ ସଂକ୍ରମିତ, ସୁସ୍ଥ ଏବଂ ମୃତକଙ୍କ ସଂଖ୍ୟା

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିର୍ତ୍ତୋଲ ବ୍ଲକରୁ ଜଣେ, ଜଗତସିଂହପୁର ବ୍ଲକରୁ ୩ଜଣ, ପାରାଦ୍ଵୀପରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜିଲ୍ଲାରୁ ସମୁଦାୟ ୯୧୦୧ ଜଣ କରୋନା ଆକ୍ରାନ୍ତଚିହ୍ନଟ ହୋଇଛନ୍ତି

ସେହିପରି ଆଜି ଜିଲ୍ଲାରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୯୦୨୨ ଜଣ ସୁସ୍ଥ ହୋଇଥିବା ବେଳେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୧ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୨୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୨, ସମ୍ବଲପୁରରୁ ୩୨, ଅନୁଗୁଳରୁ ୨୩, କଟକରୁ ୨୨, କେନ୍ଦୁଝରରୁ ୨୧, ବଲାଙ୍ଗୀରିରୁ ୨୦, ପୁରୀରୁ ୧୮, ସୁନ୍ଦରଗଡରୁ ୧୮, ବାଲେଶ୍ବରରୁ ୧୫, ନୂଆପଡ଼ାରୁ ୧୪, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୦, ମୟୂରଭଞ୍ଜରୁ ୧୦, ବରଗଡରୁ ୯, ଜଗତସିଂହପୁରରୁ ୫, କଳାହାଣ୍ଡିରୁ ୫, ଭଦ୍ରକରୁ ୪, ଝାରସୁଗୁଡାରୁ ୪, ମାଲକାନାଗିରିରୁ ୪, ରାୟଗଡ଼ାରୁ ୪, ଗଞ୍ଜାମରୁ ୩, କୋରାପୁଟରୁ ୩, ନବରଙ୍ଗପୁରରୁ ୩, ଦେବଗଡ଼ରୁ ୨, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୫ ହଜାର ୧୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୩୦୬ କୁ ବୃଦ୍ଧି ହୋଇଛି। ତେବେ ୨୨୮୨ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳ ୧୮୬୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କରୋନା ଅପଡେଟ୍‌: ଗତ ୨୪ ଘଣ୍ଟାରେ ୨୨ ହଜାର ୨୭୨ ଆକ୍ରାନ୍ତ ଚିହ୍ନଟ, ୨୫୧ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨ ହଜାର ୨୭୨ କୋରନା ରୋଗୀ ଚିହ୍ନଟ ହୋଇଥିବାବେଳେ  ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୬୯ ହଜାରକୁ ୧୧୮ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର ୩୪୩ ରେ ପହଞ୍ଚିଛି। ତେବେ ଦେଶରେ ୨ ଲକ୍ଷ ୮୧ ହଜାର ୬୬୭ ଟି ଆକ୍ଟିଭ କେସ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୯୭ ଲକ୍ଷ ୪୦ ହଜାର ୧୦୮ ଜଣ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଗତ ୨୪ ଘଣ୍ଟାରେ ୨୪ ହଜାର ୭୧୨ ଆକ୍ରାନ୍ତ ଚିହ୍ନଟ, ୩୧୨ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ହଜାର ୭୧୨ କୋରନା ରୋଗୀ ଚିହ୍ନଟ ହୋଇଥିବାବେଳେ ୩୧୨ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୨୩ ହଜାରକୁ ୭୭୮ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୬ ହଜାର ୭୫୬ ରେ ପହଞ୍ଚିଛି। ତେବେ ଦେଶରେ ୨ ଲକ୍ଷ ୮୩ ହଜାର ୮୪୯ ଟି ଆକ୍ଟିଭ କେସ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୯୬ ଲକ୍ଷ ୯୩ ହଜାର ୧୭୩ ଜଣ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ : ଭାରତର ସକ୍ରିୟ ମାମଲା ୩ ଲକ୍ଷ ତଳେ , ୧୬୩ ଦିନରେ ସର୍ବନିମ୍ନ

ନୂଆଦିଲ୍ଲୀ, ବିଶ୍ୱ ମହାମାରୀ ବିରୋଧି ଲଢେଇରେ ଆଜି ଭାରତ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଭାରତର ସକ୍ରିୟ ମାମଲା ଆଜି ୩ ଲକ୍ଷ (୨,୯୨,୫୧୮) ତଳକୁ ଖସି ଆସିଛି । ମୋଟ ପଜିଟିଭ ମାମଲା ମଧ୍ୟରୁ ସକ୍ରିୟ ମାମଲାର ହାର ୩% କମ ୨.୯୦% କୁ ହ୍ରାସ ପାଇଛି । ୧୬୩ ଦିନ ପରେ ଏହା ସର୍ବନିମ୍ନ ଥିବା ଜଣାପଡିଛି । ୧୨ ଜୁଲାଇ, ୨୦୨୦ ରେ ମୋଟ ସକ୍ରିୟ ମାମଲା ୨,୯୨,୨୫୮ ଥିଲା ।

ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲା ମଧ୍ୟରୁ ୧୧,୧୨୧ ମାମଲା ହ୍ରାସ ପାଇଥିବା ରେକର୍ଡ କରାଯାଇଛି । ଦୈନିକ ମାମଲା କ୍ଷେତ୍ରରେ ଭାରତ ଏକ ନୂତନ ସର୍ବନିମ୍ନ ମାଇଖୁଣ୍ଟ ହାସଲ କରିଛି । ୧୭୩ ଦିନ ପରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦,୦୦୦ ରୁ କମ ଦୈନିକ ନୂତନ ମାମଲା (୧୯,୫୫୬) ଜାତୀୟ ସ୍ତରରେ ଚିହ୍ନଟ କରାଯାଇଛି । ଏଥିପୂର୍ବରୁ ଜୁଲାଇ ୨, ୨୦୨୦ ରେ ଦୈନିକ ମାମଲା ସଂଖ୍ୟା ୧୯,୧୪୮ ଥିଲା ।

ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଭାରତର ସକ୍ରିୟ ମାମଲା ସଂଖ୍ୟା ୨୧୯ ଯାହାକି ବିଶ୍ୱର ସର୍ବନିମ୍ନ ସ୍ତରରେ ରହିଛି । ଆମେରିକା, ଇଟାଲୀ, ବ୍ରାଜିଲ, ତୁର୍କୀ ଏବଂ ରୁଷ ଭଳି ଦେଶଗୁଡିକରେ ସକ୍ରିୟ ମାମଲା ସଂଖ୍ୟା ବହୁତ ଅଧିକ । ସମୁଦାୟ ସୁସ୍ଥ ମାମଲା ୯୬ ଲକ୍ଷ (୯୬,୩୬,୪୮୭) ଅତିକ୍ରମ କରିଛି ଯାହା ଆରୋଗ୍ୟ ହାରକୁ ୯୫.୬୫ ପ୍ରତିଶତରେ ପହଞ୍ଚାଇଛି । ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି ଏବଂ ବର୍ତ୍ତମାନ ଏହି ବ୍ୟବଧାନ ୯୩,୪୩,୯୬୯ ରେ ସ୍ଥିର ହୋଇ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୩୦,୩୭୬ ଜଣ ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୫ ଦିନରେ କ୍ରମାଗତ ଭାବେ ନୂତନ ଆରୋଗ୍ୟଙ୍କ ସଂଖ୍ୟା ନୂତନ ସକ୍ରିୟ ମାମଲାକୁ ଅତିକ୍ରମ କରିଆସୁଛି । ପ୍ରତିଦିନ ଉଚ୍ଚ ସ୍ତରୀୟ ପରୀକ୍ଷଣ, ଅଧିକ ସଂଖ୍ୟକ ସୁସ୍ଥତା ସହିତ କ୍ରମାଗତ ଭାବରେ ହ୍ରାସ ପାଉଥିବା ନୂତନ ମାମଲାଗୁଡ଼ିକ ଯୋଗୁଁ ମୃତ୍ୟୁ ହାର ନିମ୍ନଗାମୀ ହୋଇଛି ।

ନୂତନ ଆରୋଗ୍ୟ ମାମଲାର ୭୫.୩୧% ୧୦ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାଯାଇଛି । ଗୋଟିଏ ଦିନରେ ମହାରାଷ୍ଟ୍ରରୁ ସର୍ବାଧିକ ୬,୦୫୩ ସଂଖ୍ୟକ ରୋଗୀ ଆରୋଗ୍ୟ ଲାଭ କରିଥିବା ସୂଚନା ମିଳିଛି । ଏହାରି ପଛକୁ ୪,୪୯୪ ସଂଖ୍ୟକ ସୁସ୍ଥତା ସହିତ କେରଳ ରହିଛି । ସେହିପରି ପଶ୍ଚିମବଙ୍ଗରୁ ଦୈନିକ ଆଉ ୨,୩୪୨ ଜଣ ଆରୋଗ୍ୟ ଲାଭ କରିଥିବା ରେକର୍ଡ ହୋଇଛି ।

ନୂତନ ମାମଲାଗୁଡ଼ିକ ମଧ୍ୟରୁ ୭୫.୬୯ ପ୍ରତିଶତ ୧୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଦୈନିକ ନୂତନ ମାମଲା ୩,୪୨୩ ସଂଖ୍ୟା ଥିବା କେରଳ ଦର୍ଶାଇଛି । ସେହିପରି ମହାରାଷ୍ଟ୍ର ୨,୮୩୪ ନୂତନ ମାମଲା ରେକର୍ଡ କରିଥିବାବେଳେ ଗତକାଲି ପଶ୍ଚିମବଙ୍ଗରୁ ୧,୫୧୫ ଟି ନୂଆ ମାମଲା ଆସିଛି ।

ଗତ ୨୪ ଘଣ୍ଟାରେ ମୋଟ ମୃତକଙ୍କ ମଧ୍ୟରୁ ୭୬.୭୪ ପ୍ରତିଶତ ଅର୍ଥାତ ୩୦୧ ସଂଖ୍ୟକ ମୃତ୍ୟୁ ମାମଲା ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଥିବା ଜଣାପଡିଛି । ଦୈନିକ ମୃତ୍ୟୁ ମାମଲାର ୧୮.୨୭% ମହାରାଷ୍ଟ୍ରରେ ରିପୋର୍ଟ କରାଯାଇଛ । ଅର୍ଥାତ ଏଠାରେ ୫୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ପଶ୍ଚିମବଙ୍ଗ ଏବଂ କେରଳ ଯଥାକ୍ରମେ ୪୧ ଏବଂ ୨୭ ନୂତନ ମୃତ୍ୟୁ ସହ ଏହାର ପଛକୁ ରହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତର ସକ୍ରିୟ ମାମଲା 3 ଲକ୍ଷରୁ କମ୍: 163 ଦିନରେ ସର୍ବନିମ୍ନ

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ ବିରୋଧି ଲଢେଇରେ ଆଜି ଭାରତ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଭାରତର ସକ୍ରିୟ ମାମଲା ଆଜି 3 ଲକ୍ଷ (2,92,518) ତଳକୁ ଖସି ଆସିଛି। ମୋଟ ପଜିଟିଭ ମାମଲା ମଧ୍ୟରୁ ସକ୍ରିୟ ମାମଲାର ହାର 3% କମ 2.90% କୁ ହ୍ରାସ ପାଇଛି। 163 ଦିନ ପରେ ଏହା ସର୍ବନିମ୍ନ ଥିବା ଜଣାପଡିଛି। 12 ଜୁଲାଇ, 2020 ରେ ମୋଟ ସକ୍ରିୟ ମାମଲା 2,92,258 ଥିଲା।

ଗତ 24 ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲା ମଧ୍ୟରୁ 11,121 ମାମଲା ହ୍ରାସ ପାଇଥିବା  ରେକର୍ଡ କରାଯାଇଛି।

ଦୈନିକ ମାମଲା କ୍ଷେତ୍ରରେ ଭାରତ ଏକ ନୂତନ ସର୍ବନିମ୍ନ ମାଇଲଖୁଣ୍ଟ ହାସଲ କରିଛି। 173 ଦିନ ପରେ ଗତ 24 ଘଣ୍ଟା ମଧ୍ୟରେ 20,000 ରୁ କମ ଦୈନିକ ନୂତନ ମାମଲା (19,556) ଜାତୀୟ ସ୍ତରରେ ଚିହ୍ନଟ କରାଯାଇଛି। ଏଥିପୂର୍ବରୁ ଜୁଲାଇ 2, 2020 ରେ ଦୈନିକ ମାମଲା ସଂଖ୍ୟା 19,148 ଥିଲା।

ପ୍ରତି 10 ଲକ୍ଷ ଜନସଂଖ୍ୟାରେ ଭାରତର ସକ୍ରିୟ ମାମଲା ସଂଖ୍ୟା 219 ଯାହାକି ବିଶ୍ୱର ସର୍ବନିମ୍ନ ସ୍ତରରେ ରହିଛି। ଆମେରିକା, ଇଟାଲୀ, ବ୍ରାଜିଲ, ତୁର୍କୀ ଏବଂ ରୁଷ ଭଳି ଦେଶଗୁଡିକରେ ସକ୍ରିୟ ମାମଲା ସଂଖ୍ୟା ବହୁତ ଅଧିକ।

ସମୁଦାୟ ସୁସ୍ଥ ମାମଲା 96 ଲକ୍ଷ (96,36,487) ଅତିକ୍ରମ କରିଛି ଯାହା ଆରୋଗ୍ୟ ହାରକୁ 95.65 ପ୍ରତିଶତରେ ପହଞ୍ଚାଇଛି। ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି ଏବଂ ବର୍ତ୍ତମାନ ଏହି ବ୍ୟବଧାନ 93,43,969 ରେ ସ୍ଥିର ହୋଇ ରହିଛି।

ଗତ 24 ଘଣ୍ଟା ମଧ୍ୟରେ 30,376 ଜଣ ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି। ଗତ 25 ଦିନରେ କ୍ରମାଗତ ଭାବେ ନୂତନ ଆରୋଗ୍ୟଙ୍କ ସଂଖ୍ୟା ନୂତନ ସକ୍ରିୟ ମାମଲାକୁ ଅତିକ୍ରମ କରିଆସୁଛି।

ପ୍ରତିଦିନ ଉଚ୍ଚ ସ୍ତରୀୟ ପରୀକ୍ଷଣ, ଅଧିକ ସଂଖ୍ୟକ ସୁସ୍ଥତା ସହିତ କ୍ରମାଗତ ଭାବରେ ହ୍ରାସ ପାଉଥିବା ନୂତନ ମାମଲାଗୁଡ଼ିକ ଯୋଗୁଁ ମୃତ୍ୟୁ ହାର ନିମ୍ନଗାମୀ ହୋଇଛି।

ନୂତନ ଆରୋଗ୍ୟ ମାମଲାର 75.31% 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାଯାଇଛି।

ଗୋଟିଏ ଦିନରେ ମହାରାଷ୍ଟ୍ରରୁ ସର୍ବାଧିକ 6,053 ସଂଖ୍ୟକ ରୋଗୀ ଆରୋଗ୍ୟ ଲାଭ କରିଥିବା ସୂଚନା ମିଳିଛି। ଏହାରି ପଛକୁ 4,494 ସଂଖ୍ୟକ ସୁସ୍ଥତା ସହିତ କେରଳ ରହିଛି। ସେହିପରି ପଶ୍ଚିମବଙ୍ଗରୁ ଦୈନିକ ଆଉ 2,342 ଜଣ ଆରୋଗ୍ୟ ଲାଭ କରିଥିବା ରେକର୍ଡ ହୋଇଛି।

ନୂତନ ମାମଲାଗୁଡ଼ିକ ମଧ୍ୟରୁ 75.69 ପ୍ରତିଶତ 10 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି।

ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ ଦୈନିକ ନୂତନ ମାମଲା 3,423 ସଂଖ୍ୟା ଥିବା କେରଳ ଦର୍ଶାଇଛି । ସେହିପରି ମହାରାଷ୍ଟ୍ର 2,834 ନୂତନ ମାମଲା ରେକର୍ଡ କରିଥିବାବେଳେ ଗତକାଲି ପଶ୍ଚିମବଙ୍ଗରୁ 1,515 ଟି ନୂଆ ମାମଲା ଆସିଛି।

ଗତ 24 ଘଣ୍ଟାରେ ମୋଟ ମୃତକଙ୍କ ମଧ୍ୟରୁ 76.74 ପ୍ରତିଶତ ଅର୍ଥାତ 301 ସଂଖ୍ୟକ ମୃତ୍ୟୁ ମାମଲା 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଥିବା ଜଣାପଡିଛି।

ଦୈନିକ ମୃତ୍ୟୁ ମାମଲାର 18.27% ମହାରାଷ୍ଟ୍ରରେ ରିପୋର୍ଟ କରାଯାଇଛ। ଅର୍ଥାତ ଏଠାରେ 55 ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପଶ୍ଚିମବଙ୍ଗ ଏବଂ କେରଳ ଯଥାକ୍ରମେ 41 ଏବଂ 27 ନୂତନ ମୃତ୍ୟୁ ସହ ଏହାର ପଛକୁ ରହିଛନ୍ତି।