Categories
ଆଜିର ଖବର ଜାତୀୟ ଖବର

ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡ୍‌ରେ ଭାରତର ବାଣିଜ୍ୟିକ ଦୂତାବାସ ଖୋଲିବାକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନ୍ୟୁଜିଲ୍ୟାଣ୍ଡ୍‌ର ଅକଲ୍ୟାଣ୍ଡ୍‌ରେ ଭାରତର ବାଣିଜ୍ୟିକ ଦୂତାବାସ ଖୋଲାଯିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଅକଲ୍ୟାଣ୍ଡ୍‌ରେ ଭାରତର ବାଣିଜ୍ୟିକ ଦୂତାବାସ ଖୋଲିବା ଦ୍ୱାରା ଭାରତର କୂଟନୈତିକ ପରିଧି ବଢ଼ିବାରେ ସହାୟକ ହେବ ଏବଂ ଭାରତର ବଢ଼ୁଥିବା ବିଶ୍ୱସ୍ତରୀୟ ଯୋଗଦାନକୁ ଦୃଷ୍ଟିରେ ରଖି ଭାରତର କୂଟନୈତିକ ପ୍ରତିନିଧିତ୍ୱକୁ ଦୃଢ଼ କରିବ। ଏହା ମଧ୍ୟ ଭାରତର ରଣନୀତିକ ଏବଂ ବାଣିଜ୍ୟିକ ସ୍ୱାର୍ଥ ହାସଲ ଦିଗରେ ଏବଂ ଅକଲ୍ୟାଣ୍ଡରେ ଭାରତୀୟ ସମୁଦାୟର ବିକାଶରେ ସାହାଯ୍ୟ କରିବ।

୧୨ ମାସ ମଧ୍ୟରେ ଦୂତାବାସ ଖୋଲାଯାଇ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର

ସୁଧ ସମୀକରଣ ଯୋଜନା ଜାରି ରଖିବା ପାଇଁ ୨୫୦୦ କୋଟିର ଅତିରିକ୍ତ ଆବଣ୍ଟନ ପ୍ରସ୍ତାବକୁ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୩୦ ଜୁନ୍ ୨୦୨୪ ପର୍ଯ୍ୟନ୍ତ ସୁଧ ସମୀକରଣ ଯୋଜନା ଜାରି ରଖିବା ପାଇଁ ୨୫୦୦ କୋଟି ଟଙ୍କାର ଅତିରିକ୍ତ ଆବଣ୍ଟନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହା ଚିହ୍ନଟ ହୋଇଥିବା କ୍ଷେତ୍ରର ରପ୍ତାନିକାରୀ ଏବଂ ସମସ୍ତ ଏମଏସଏମଇ ଉତ୍ପାଦକ ରପ୍ତାନିକାରୀଙ୍କୁ ପ୍ରତିଯୋଗିତାମୂଳକ ହାରରେ ଶିପମେଣ୍ଟ ପୂର୍ବ ଓ ପରବର୍ତ୍ତୀ ଟଙ୍କା ରପ୍ତାନି ଋଣର ଲାଭ ଉଠାଇବାରେ ସାହାଯ୍ୟ କରିବ।

ବିବରଣୀ:

ଚିହ୍ନଟ ହୋଇଥିବା ୪୧୦ଟି ଶୁଳ୍କ ଲାଇନର ଉତ୍ପାଦନକାରୀ ଓ ବ୍ୟବସାୟୀ ରପ୍ତାନିକାରୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ରର ସମସ୍ତ ଉତ୍ପାଦକ ରପ୍ତାନିକାରୀଙ୍କୁ ନିମ୍ନଲିଖିତ ଦରରେ ୩୦.୦୬.୨୦୨୪ ପର୍ଯ୍ୟନ୍ତ ଲାଭ ଜାରି ରହିବ:

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

ଏହି ଯୋଜନାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଭିନ୍ନ ସରକାରୀ ଏବଂ ଅଣ-ସରକାରୀ କ୍ଷେତ୍ର ବ୍ୟାଙ୍କ ମାଧ୍ୟମରେ କାର୍ଯ୍ୟକାରୀ କରିବ ଯେଉଁମାନେ ରପ୍ତାନୀକାରୀଙ୍କୁ ଶିପମେଣ୍ଟ ପୂର୍ବ ଏବଂ ପରବର୍ତ୍ତୀ ଋଣ ପ୍ରଦାନ କରିଥାନ୍ତି। ଡିଜିଏଫଟି ଏବଂ ଆରବିଆଇ ମିଳିତ ଭାବରେ ଏକ ପରାମର୍ଶଦାତା ବ୍ୟବସ୍ଥା ମାଧ୍ୟମରେ ଏହି ଯୋଜନାକୁ ତଦାରଖ କରନ୍ତି।

ପ୍ରଭାବ:

ଆନ୍ତର୍ଜାତିକ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ରପ୍ତାନି କ୍ଷେତ୍ର ଲାଗି ପ୍ରତିଯୋଗିତାମୂଳକ ହାରରେ ସିପମେଣ୍ଟ ପ୍ୟାକିଂ ପୂର୍ବ ଓ ପରବର୍ତ୍ତୀ ଋଣ ଉପଲବ୍ଧତା ଗୁରୁତ୍ୱପୂର୍ଣ୍ଣ। ଆଇଆଇଏମ କାଶୀପୁର ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁଯାୟୀ ସୁଧ ସମୀକରଣ ଯୋଜନାର ପ୍ରଭାବ ଦେଶର ରପ୍ତାନି ଅଭିବୃଦ୍ଧି ପାଇଁ ଲାଭଦାୟକ ହୋଇଛି। ନିଯୁକ୍ତି ସୃଷ୍ଟି ପାଇଁ ଏମ୍ ଏସ୍ ଏମ୍ ଇ କ୍ଷେତ୍ର ଅତ୍ୟନ୍ତ ଜରୁରୀ। ଏହି ଯୋଜନା ମୁଖ୍ୟତଃ ଶ୍ରମ ଭିତ୍ତିକ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ। ବର୍ତ୍ତମାନର ପ୍ରସ୍ତାବ ଚିହ୍ନଟ ଶୁଳ୍କ ଲାଇନର ବ୍ୟବସାୟୀ ଓ ଉତ୍ପାଦକ ରପ୍ତାନିକାରୀ ଏବଂ ଏମଏସଏମଇ କ୍ଷେତ୍ର ନିର୍ମାତା ରପ୍ତାନିକାରୀଙ୍କ ରପ୍ତାନି ପାଇଁ ଉଦ୍ଦିଷ୍ଟ। ଏହି ନିଯୁକ୍ତି ଭିତ୍ତିକ କ୍ଷେତ୍ର ଏବଂ ଏମଏସଏମଇରୁ ରପ୍ତାନି ବୃଦ୍ଧି ହେଲେ ଦେଶରେ ନିଯୁକ୍ତି ସୃଷ୍ଟି ହେବ।

ଆର୍ଥିକ ପ୍ରଭାବ:

ଏହି ଯୋଜନା ଅଧୀନରେ ବର୍ତ୍ତମାନର ୯୫୩୮ କୋଟି ଟଙ୍କାର ବ୍ୟୟବରାଦଠାରୁ ଅଧିକ ୨୫୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ଏହି ଯୋଜନାକୁ ୩୦.୦୬.୨୦୨୪ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ପାଣ୍ଠି ବ୍ୟବଧାନକୁ ପୂରଣ କରିବା ପାଇଁ ଉପଲବ୍ଧ କରାଯାଇଛି। ଏହି ଯୋଜନା ଅଧୀନରେ ଆନୁମାନିକ ବାର୍ଷିକ ଖର୍ଚ୍ଚ ପାଖାପାଖି ୨୫୦୦ କୋଟି ଟଙ୍କା ହେବ।

ଲାଭ:

ଉଦ୍ଦିଷ୍ଟ ଲକ୍ଷ୍ୟ ଆଧାରିତ ହିତାଧିକାରୀଙ୍କ ମଧ୍ୟରେ ସମସ୍ତ ଏମଏସଏମଇ ଉତ୍ପାଦନକାରୀ ରପ୍ତାନିକାରୀ ଏବଂ ୪ ଅଙ୍କ ବିଶିଷ୍ଟ ୪୧୦ ଟି ଶୁଳ୍କ ଲାଇନର କେତେକ ଚିହ୍ନଟ ହୋଇଥିବା କ୍ଷେତ୍ରର ଅଣ-ଏମଏସଏମଇ ରପ୍ତାନିକାରୀ ସାମିଲ ଅଛନ୍ତି।

ଯୋଜନାର ବିବରଣୀ ଏବଂ ଅଗ୍ରଗତି ଯଦି ପୂର୍ବରୁ ଚାଲିଛି:

ଗତ ୩ ବର୍ଷ ଧରି ଏହି ଯୋଜନା ଅଧୀନରେ ରାଶି ବଣ୍ଟନର ସଂଖ୍ୟା ନିମ୍ନଲିଖିତ ଅଟେ:

Categories
ଆଜିର ଖବର ଜାତୀୟ ଖବର

ଏକ ସ୍ୱାୟତ୍ତ ସଂସ୍ଥା ଭାବେ ‘ମେରା ଯୁବା ଭାରତ’ ପ୍ରତିଷ୍ଠାକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ସ୍ୱୟଂଶାସିତ ସଂସ୍ଥା ଭାବେ ମେରା ଯୁବ ଭାରତ (ମାଇ ଭାରତ) ପ୍ରତିଷ୍ଠାକୁ ମଞ୍ଜୁରି ମିଳିଛି। ଯୁବ ବିକାଶ ଏବଂ ଯୁବ ନେତୃତ୍ୱାଧୀନ ବିକାଶ ପାଇଁ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ଏକ ବ୍ୟାପକ ସକ୍ଷମ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବା ଏବଂ ସରକାରଙ୍କ ସମଗ୍ର କ୍ଷେତ୍ରରେ ଯୁବପିଢ଼ିଙ୍କୁ ସେମାନଙ୍କ ଆଶା ଆକାଂକ୍ଷାକୁ ସାକାର କରିବା ଲାଗି ସମାନ ସୁବିଧା ପ୍ରଦାନ କରିବା ଏବଂ ବିକଶିତ ଭାରତ ଗଠନ କରିବା ଉଦ୍ଦେଶ୍ୟରେ ଏହି ସଂସ୍ଥା ଗଠନ କରାଯିବ।

ପ୍ରଭାବ:

ମେରା ଯୁବା ଭାରତ (ଏମୱାଇ ଭାରତ)ର ମୂଳ ଉଦ୍ଦେଶ୍ୟ ହେଉଛି ଏହାକୁ ଯୁବ ବିକାଶ ପାଇଁ ଏକ ସମ୍ପୂର୍ଣ୍ଣ ସରକାରୀ ପ୍ଲାଟଫର୍ମରେ ପରିଣତ କରିବା। ନୂତନ ବ୍ୟବସ୍ଥା ଅଧୀନରେ, ସମ୍ବଳର ଉପଲବ୍ଧତା ଏବଂ ସୁଯୋଗ ସହିତ ସଂଯୋଗ ଜରିଆରେ ଯୁବକମାନଙ୍କୁ ଗୋଷ୍ଠୀ ପରିବର୍ତ୍ତନ ଏଜେଣ୍ଟ ଏବଂ ରାଷ୍ଟ୍ର ନିର୍ମାତା ଭାବେ ପରିଣତ କରିବା ଲାଗି ପଦକ୍ଷେପ ନିଆଯିବ। ଯଦ୍ଦ୍ୱାରା ସେମାନେ ସରକାର ଏବଂ ନାଗରିକମାନଙ୍କ ମଧ୍ୟରେ ଯୁବ ସେତୁ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିବେ। ଏଥିରେ ବିପୁଳ ଯୁବ ଶକ୍ତିକୁ ରାଷ୍ଟ୍ର ନିର୍ମାଣରେ ଉପଯୋଗ କରିବାକୁ ଚେଷ୍ଟା କରାଯାଇଛି।

ବିବରଣୀ:

ଜାତୀୟ ଯୁବ ନୀତିରେ ‘ଯୁବ’ର ସଂଜ୍ଞା ଅନୁଯାୟୀ ସ୍ୱାୟତ୍ତ ସଂସ୍ଥା ମେରା ଯୁବା ଭାରତ (ଏମୱାଇ ଭାରତ) ୧୫ରୁ ୨୯ ବର୍ଷ ବୟସର ଯୁବକମାନଙ୍କୁ ଉପକୃତ କରିବ।  ବିଶେଷ କରି କିଶୋରମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଉପାଦାନ କ୍ଷେତ୍ରରେ ୧୦ରୁ ୧୯ ବର୍ଷ ବୟସ ବର୍ଗର ହିତାଧିକାରୀମାନେ ଉପକୃତ ହେବେ ।

ମେରା ଯୁବା ଭାରତ (ଏମୱାଇ ଭାରତ) ପ୍ରତିଷ୍ଠା ଦ୍ୱାରା ନିମ୍ନଲିଖିତ ହେବ:

ଯୁବଗୋଷ୍ଠୀଙ୍କ ନେତୃତ୍ୱାଧୀନ ବିକାଶ:

ପୃଥକ ବ୍ୟକ୍ତିଗତ ସାକ୍ଷାତ ପରିବର୍ତ୍ତେ କାର୍ଯ୍ୟକ୍ରମ ଆଧାରିତ କୌଶଳକୁ ସ୍ଥାନାନ୍ତର କରି ଅନୁଭୂତିମୂଳକ ଶିକ୍ଷା ମାଧ୍ୟମରେ ନେତୃତ୍ୱ ଦକ୍ଷତାକୁ ଉନ୍ନତ କରିବା।

ଯୁବକମାନଙ୍କୁ ସାମାଜିକ ଉଦ୍ଭାବକ, ସାମାଜିକ ନେତା କରିବା ପାଇଁ ସେମାନଙ୍କ ଉପରେ ଅଧିକ ନିବେଶ କରିବା

ଯୁବ ନେତୃତ୍ବାଧୀନ ବିକାଶ ଉପରେ ସରକାରଙ୍କ ପ୍ରାଥମିକତା ନିର୍ଦ୍ଧାରଣ କରିବା ଏବଂ ଯୁବଗୋଷ୍ଠୀଙ୍କୁ କେବଳ “ନିଷ୍କ୍ରିୟ ଲାଭାର୍ଥୀ” ନୁହେଁ ବରଂ ବିକାଶର “ସକ୍ରିୟ ଚାଳକ” କରିବା ।

ଯୁବ ଆକାଂକ୍ଷା ଏବଂ ସାମାଜିକ ଆବଶ୍ୟକତା ମଧ୍ୟରେ ଉନ୍ନତ ସମନ୍ୱୟ ।

ବର୍ତ୍ତମାନ କାର୍ଯ୍ୟକ୍ରମଗୁଡ଼ିକର ସମନ୍ୱୟ ମାଧ୍ୟମରେ ଦକ୍ଷତା ବୃଦ୍ଧି।

ଯୁବକ ଏବଂ ମନ୍ତ୍ରଣାଳୟମାନଙ୍କ ମଧ୍ୟରେ ୱାନ ଷ୍ଟପ୍ କେନ୍ଦ୍ର ଭାବେ କାର୍ଯ୍ୟ କରିବା।

ଏକ କେନ୍ଦ୍ରୀଭୂତ ଯୁବ ଡାଟାବେସ୍ ସୃଷ୍ଟି

ଯୁବ ସରକାରୀ ପଦକ୍ଷେପ ଏବଂ ଯୁବବର୍ଗଙ୍କ ସହ ଜଡ଼ିତ ଅନ୍ୟ ଅଂଶୀଦାରୀ କାର୍ଯ୍ୟକଳାପକୁ ଯୋଡ଼ିବା ପାଇଁ ଦ୍ୱିପାକ୍ଷିକ ଯୋଗାଯୋଗରେ ଉନ୍ନତି ଆଣିବା

ଉପଲବ୍ଧତାରେ ସୁଧାର ଆଣିବା ଏବଂ ଭୌତିକ ଇକୋସିଷ୍ଟମ ବିକଶିତ କରିବା।

ପୃଷ୍ଠଭୂମି:

ଉଚ୍ଚ ବେଗର ଯୋଗାଯୋଗ, ସୋସିଆଲ ମିଡିଆ, ନୂତନ ଡିଜିଟାଲ ସୁଯୋଗ ଏବଂ ଜରୁରୀ ଜ୍ଞାନକୌଶଳର ବାତାବରଣ ଥିବା ଏକ ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ‘ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ’ର ନୀତି ଦ୍ୱାରା ପରିଚାଳିତ ଯୁବପିଢ଼ି ଏବଂ ସେମାନଙ୍କ ସଶକ୍ତୀକରଣ ଉଦ୍ଦେଶ୍ୟରେ ସରକାର ଏକ ନୂତନ ସ୍ୱୟଂଶାସିତ ସଂସ୍ଥା ଆକାରରେ ବ୍ୟାପକ ସକ୍ଷମ ବ୍ୟବସ୍ଥା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ତାହା ହେଉଛି ମେରା ଯୁବା ଭାରତ (ଏମୱାଇ ଭାରତ)।

Categories
ଆଜିର ଖବର ଜାତୀୟ ଖବର

ଉଜ୍ଜ୍ୱଳା ଯୋଜନାର ସମ୍ପ୍ରସାରଣକୁ କ୍ୟାବିନେଟ୍ ଅନୁମୋଦନ: ୩ ବର୍ଷରେ ମିଳିବ ୭୫ ଲକ୍ଷ ଅତିରିକ୍ତ ଏଲପିଜି ସଂଯୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ତିନି ବର୍ଷ ମଧ୍ୟରେ ୭୫ ଲକ୍ଷ ଏଲପିଜି ସଂଯୋଗ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ)ର ସମ୍ପ୍ରସାରଣ କରିବାକୁ ଅନୁମୋଦନ ମିଳିଛି। ଅତିରିକ୍ତ ୭୫ ଲକ୍ଷ  ଉଜ୍ଜ୍ୱଳା ସଂଯୋଗ ସହିତ ପିଏମୟୁୱାଇ ହିତାଧିକାରୀଙ୍କ ସଂଖ୍ୟା ୧୦.୩୫ କୋଟିକୁ ବୃଦ୍ଧି ପାଇବ।

ଉଜ୍ଜ୍ୱଳା ୨.୦ର ପ୍ରଚଳିତ ପଦ୍ଧତି ଅନୁଯାୟୀ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ପ୍ରଥମ ରିଫିଲ୍ ବା ଟାଙ୍କିରେ ଗ୍ୟାସ ଭର୍ତ୍ତି ଏବଂ ଚୁଲା ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ।

ପିଏମୟୁୱାଇ ଉପଭୋକ୍ତାଙ୍କୁ ବାର୍ଷିକ ୧୨ଟି ରିଫିଲ୍ ପାଇଁ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ପ୍ରଦାନ କରାଯାଉଛି । ପିଏମ୍ୟୁୱାଇ ଜାରି ନ ରଖିଲେ ଯୋଗ୍ୟ ଗରିବ ପରିବାର ଏହି ଯୋଜନା ଅଧୀନରେ ସେମାନଙ୍କର ଉପଯୁକ୍ତ ଲାଭ ପାଇପାରିବେ ନାହିଁ।

ଧୂଆଁମୁକ୍ତ ରୋଷେଇ ମାଧ୍ୟମରେ ମହିଳାଙ୍କ ଜୀବନଧାରଣ ହେଉଛି ସହଜ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅନୁଯାୟୀ, ସାରା ବିଶ୍ୱରେ ପ୍ରାୟ ୨୪୦ କୋଟି ଲୋକ (ଯାହା କି ବିଶ୍ୱଜନସଂଖ୍ୟାର ଏକ ତୃତୀୟାଂଶ) ରୋଷେଇ ପାଇଁ କିରୋସିନ, ଜୈବଜାଳେଣି (ଯଥା କାଠ, ପଶୁ ଗୋବର ଏବଂ ଫସଲ ବର୍ଜ୍ୟବସ୍ତୁ) ଏବଂ କୋଇଲା ଦ୍ୱାରା ଇନ୍ଧନ ଯୋଗାଉଥିବା ଖୋଲା ଚୁଲି କିମ୍ବା ଅକ୍ଷମ ଚୁଲା ଉପରେ ନିର୍ଭର କରନ୍ତି । ଏହା ଦ୍ୱାରା କ୍ଷତିକାରକ ଘରୋଇ ବାୟୁ ପ୍ରଦୂଷଣ ହୋଇଥାଏ। ଏହି ପ୍ରଦୂଷଣ ୨୦୨୦ରେ ବାର୍ଷିକ ୩.୨ ନିୟୁତ ମୃତ୍ୟୁର କାରଣ ହୋଇଥିଲା ଏବଂ ୨,୩୭,୦୦୦ରୁ ଅଧିକ ମୃତକ ୫ ବର୍ଷରୁ କମ୍ ବୟସର ଶିଶୁ ଥିଲେ । ଏକ ସ୍ଥାୟୀ ଏବଂ ପ୍ରଦୂଷଣମୁକ୍ତ ଭବିଷ୍ୟତ ହାସଲ କରିବା, ବିଶେଷକରି ମହିଳା ଏବଂ ଶିଶୁମାନଙ୍କ ଯନ୍ତ୍ରଣାକୁ ରୋକିବା ପାଇଁ ଘରୋଇ ବାୟୁ ପ୍ରଦୂଷଣ ସମସ୍ୟାର ସମାଧାନ ଆବଶ୍ୟକ।

ଅତୀତରେ ଭାରତରେ, ବିଶେଷକରି ଗ୍ରାମାଞ୍ଚଳରେ ଗରିବ ସମୁଦାୟମାନେ ସେମାନଙ୍କ ଦ୍ୱାରା ହେଉଥିବା ପ୍ରତିକୂଳ ସ୍ୱାସ୍ଥ୍ୟ ପ୍ରଭାବ ବିଷୟରେ ସଚେତନ ନ ହୋଇ ପାରମ୍ପରିକ ଇନ୍ଧନ ଯଥା ଜାଳେଣି କାଠ, କୋଇଲା ଏବଂ ଗୋବର ଘସି ବ୍ୟବହାର କରୁଥିଲେ । ଫଳରେ ସେମାନେ ଅନ୍ତର୍ନିହିତ କାରଣ ଜାଣି ନପାରି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ନିମୋନିଆ, ଫୁସଫୁସ କର୍କଟ, ଇସ୍କେମିକ୍ ହୃତପିଣ୍ଡ ଏବଂ ଗମ୍ଭୀର ଶ୍ୱାସ ରୋଗ ଭଳି ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ମୃତ୍ୟୁ ଆଶଙ୍କା ଅଧିକ ରହୁଥିଲା । ଅନ୍ୟପଟେ ରୋଷେଇ ପାଇଁ ଅଣ-ନବୀକରଣଯୋଗ୍ୟ କାଠ ଇନ୍ଧନ ଦ୍ୱାରା ଏକ ଗିଗାଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହୋଇଥାଏ ଏବଂ ଘରୋଇ କଠିନ ଜାଳେଣି ଜଳିବା ଦ୍ୱାରା କଳା ୫୮ ପ୍ରତିଶତ ଅଙ୍ଗାରକାମ୍ଳ ନିର୍ଗମନ ହୋଇଥାଏ। କଠିନ ଜୈବ ଜାଳେଣିର ଅସମ୍ପୂର୍ଣ୍ଣ ଦହନ ହେତୁ ଘରୋଇ ବାୟୁ ପ୍ରଦୂଷଣ ମଧ୍ୟ ବହୁ ମାତ୍ରାରେ ବଢ଼ିଥାଏ।

ଗବେଷଣାରୁ ଏହା ମଧ୍ୟ ଜଣାପଡିଛି ଯେ ଏହା ଏକ ଲିଙ୍ଗଗତ ସମସ୍ୟା: ଝିଅ ଏବଂ ମହିଳାମାନେ କଠିନ ଇନ୍ଧନ ସଂସ୍ପର୍ଶରେ ଆସିବା ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି । କଠିନ ଇନ୍ଧନରେ ରୋଷେଇ କରିବା ଦ୍ୱାରା ମିଳିତ ଜାତିସଂଘର ପାଞ୍ଚଟି ଦୀର୍ଘସ୍ଥାୟୀ ପ୍ରଗତି ମଧ୍ୟ ବିଳମ୍ବିତ ହୋଇଥାଏ।

ପିଏମୟୁୱାଇ ଯୋଜନା ମହିଳାମାନଙ୍କୁ ଆର୍ଥିକ ଏବଂ ସାମାଜିକ ସ୍ତରରେ ସଶକ୍ତ କରିଛି । ଏଲପିଜି ସହଜରେ ଉପଲବ୍ଧ ହେବା ଫଳରେ, ମହିଳାମାନେ ଆଉ ଜାଳେଣି କାଠ କିମ୍ବା ଅନ୍ୟ ପାରମ୍ପରିକ ଇନ୍ଧନ ସଂଗ୍ରହ କରିବାର ଦାୟିତ୍ୱରେ ବୋଝରେ ପଡ଼ୁନାହାନ୍ତି ଯେଉଁଥିପାଇଁ ପ୍ରାୟତଃ ଲମ୍ବା ଏବଂ କଠିନ ଯାତ୍ରା ଆବଶ୍ୟକ ହୁଏ । ଏହି ନୂତନ ସୁବିଧା ସେମାନଙ୍କୁ ସାମାଜିକ ଜୀବନରେ ଅଧିକ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଏବଂ ଅନ୍ୟାନ୍ୟ ଆୟ ସୃଷ୍ଟିକାରୀ ସୁଯୋଗ ଗ୍ରହଣ କରିବାକୁ ଅନୁମତି ଦିଏ।

ଏହାବ୍ୟତୀତ ଉଜ୍ଜ୍ୱଳା ଯୋଜନା ମହିଳାମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ବୃଦ୍ଧି କରିବାରେ ସହାୟକ ହୋଇଛି, କାରଣ ସେମାନଙ୍କୁ ଜାଳେଣି କାଠ କିମ୍ବା ଇନ୍ଧନ ସଂଗ୍ରହ କରିବା ପାଇଁ ଆଉ ନିଛାଟିଆ ଏବଂ ସମ୍ଭାବ୍ୟ ଅସୁରକ୍ଷିତ ଅଞ୍ଚଳକୁ ଯିବାର ଆବଶ୍ୟକତା ନାହିଁ ।

ଏଲପିଜି କଭରେଜ କୁ ବିସ୍ତାର କରିବା ପାଇଁ ପଦକ୍ଷେପ

  1. ପହଲ (ପ୍ରତ୍ୟକ୍ଷ ହସ୍ତନ୍ତରିତ ଲାଭ): ରିହାତି ମୂଲ୍ୟରେ ଏଲପିଜି ସିଲିଣ୍ଡର ଯୋଗାଇବା ପରିବର୍ତ୍ତେ ବଜାର ମୂଲ୍ୟରେ ବିକ୍ରି କରାଯାଇଛି ଏବଂ ପ୍ରଯୁଜ୍ୟ ସବସିଡି ସିଧାସଳଖ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଇଲେକ୍ଟ୍ରୋନିକ ମାଧ୍ୟମରେ ଟ୍ରାନ୍ସଫର କରାଯାଇଛି । ଏହା ଦ୍ୱାରା “ନକଲି” ଆକାଉଣ୍ଟ ଏବଂ ବ୍ୟବସାୟିକ ଉଦ୍ଦେଶ୍ୟରେ ଘରୋଇ ସିଲିଣ୍ଡରର ବେଆଇନ ବ୍ୟବହାର ହ୍ରାସ ପାଇଛି, ଯାହା ଦ୍ୱାରା କେବଳ ଉଦ୍ଦିଷ୍ଟ ହିତାଧିକାରୀମାନେ ଏହାର ଲାଭ ପାଇପାରିବେ ।
  2. ସବସିଡି ତ୍ୟାଗ : ସବସିଡିକୁ ଜୋରଜବରଦସ୍ତ ହଟାଇବା ପରିବର୍ତ୍ତେ ଲୋକଙ୍କୁ ସ୍ୱେଚ୍ଛାକୃତ ଭାବେ ସବସିଡି ସମର୍ପଣ କରିବାକୁ ପ୍ରୋତ୍ସାହିତ କରାଯାଇଥିଲା। ବ୍ୟାପକ ପ୍ରୋତ୍ସାହନ ମାଧ୍ୟମରେ, ଲକ୍ଷ ଲକ୍ଷ ଲୋକ ସ୍ୱେଚ୍ଛାକୃତ ଭାବରେ ସବସିଡି ଛାଡିଥିଲେ, ଯାହା ଏଲପିଜି ସିଲିଣ୍ଡର କିଣିବାରେ ପ୍ରକୃତରେ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସବସିଡି ପାଇବାରେ ସାହାଯ୍ୟ କରିଥିଲା ।
  3. ୨୦୨୦ରେ କୋଭିଡ୍-୧୯ ମହାମାରୀ ଲକଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ମାଗଣା ସିଲିଣ୍ଡର ଭରିବା ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନା ଅଧୀନରେ ପିଏମୟୁୱାଇ ହିତାଧିକାରୀଙ୍କୁ ୧୪.୧୭ କୋଟି ଏଲପିଜି ରିଫିଲ୍ ନିମନ୍ତେ ୯୬୭୦.୪୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା ।
  4. ପିଏମୟୁୱାଇ ହିତାଧିକାରୀଙ୍କ ମୁଣ୍ଡପିଛା ବ୍ୟବହାର ୨୦୧୮-୧୯ରେ ୩.୦୧ ଥିବା ବେଳେ ୨୦୨୨-୨୩ରେ ଏହା ୩.୭୧କୁ ବୃଦ୍ଧି ପାଇଛି। ପିଏମୟୁୱାଇ ହିତାଧିକାରୀମାନେ ବର୍ତ୍ତମାନ (୨୦୨୨-୨୩) ବର୍ଷକୁ ୩୫ କୋଟିରୁ ଅଧିକ ଏଲପିଜି ରିଫିଲ୍ ନେଇଛନ୍ତି।
Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ହୋଇଥିବା ବୁଝାମଣାପତ୍ରକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଗଣତନ୍ତ୍ରର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଅଷ୍ଟ୍ରେଲିଆ ସରକାରଙ୍କ ସ୍ୱାସ୍ଥ୍ୟ ଓ ବୟସ୍କ ଯତ୍ନ ବିଭାଗ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ସମ୍ପର୍କିତ ବୁଝାମଣାପତ୍ର (ଏମଓୟୁ)କୁ ଅନୁମୋଦନ କରିଛନ୍ତି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଦ୍ୱିପାକ୍ଷିକ ବିନିମୟ କାର୍ଯ୍ୟକ୍ରମ କ୍ରୀଡ଼ା ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ଭିତ୍ତିଭୂମି କ୍ଷେତ୍ରରେ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ। କ୍ରୀଡାବିତ୍ ଏବଂ ପ୍ରଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଏବଂ ବିକାଶ; କ୍ରୀଡ଼ା ଶାସନ ଓ ସଚ୍ଚୋଟତା; କ୍ରୀଡ଼ାରେ ତୃଣମୂଳ ସ୍ତରର ଅଂଶଗ୍ରହଣ; ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା; କ୍ରୀଡ଼ାରେ ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣ ଫଳରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଆମ କ୍ରୀଡ଼ାବିତ୍ ମାନଙ୍କର ପ୍ରଦର୍ଶନରେ ଉନ୍ନତି ଆସିବ ଏବଂ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ହେବ।

ଅଷ୍ଟ୍ରେଲିଆ ସହ କ୍ରୀଡ଼ା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗରୁ ମିଳିଥିବା ଲାଭ ଜାତି, ବର୍ଣ୍ଣ, ଅଞ୍ଚଳ, ଧର୍ମ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତ କ୍ରୀଡ଼ାବିତ୍‌ଙ୍କ ପାଇଁ ସମାନ ଭାବରେ ଲାଗୁ ହେବ।

Categories
ଆଜିର ଖବର ଜାତୀୟ ଖବର

୨୭ ଟି ଷ୍ଟେସନକୁ ପରିସରଭୁକ୍ତ କରୁଥିବା ମେଟ୍ରୋ ସଂଯୋଗକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଗୁରୁବାର ହୁଦା ସିଟି ସେଣ୍ଟରରୁ ସାଇବର ସିଟି ପର୍ଯ୍ୟନ୍ତ ସହିତ ସ୍ପରଠାରୁ ଦ୍ୱାରକା ଏକ୍ସପ୍ରେସୱେ, ଗୁରୁଗାଓଁ ପର୍ଯ୍ୟନ୍ତ ୨୮.୫୦ କିଲୋମିଟର ଦୂରତା ମଧ୍ୟରେ ରହିଥିବା ୨୭ ଟି ଷ୍ଟେସନକୁ ପରିସରଭୁକ୍ତ କରୁଥିବା ମେଟ୍ରୋ ସଂଯୋଗକୁ ଅନୁମୋଦନ କରିଛନ୍ତି।

ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ କାର୍ଯ୍ୟ ମୂଲ୍ୟ ୫,୪୫୨ କୋଟି ହେବ । ଏହା ୧୪୩୫ ମିଲିମିଟର (୫ ଫୁଟ ୮.୫ ଇଞ୍ଚ) ର ଏକ ମାନକ ଗଜ୍ ଲାଇନ ହେବ। ସମଗ୍ର ପ୍ରକଳ୍ପ ଉତ୍‌ଥିତ ହେବ। ଡିପୋ ସହିତ ସଂଯୋଗ ପାଇଁ ବସାଇ ଗ୍ରାମରୁ ଆସିଥିବା ସ୍ପର ଯୋଗାଇ ଦିଆଯାଇଛି।

ମଞ୍ଜୁରୀ ତାରିଖ ଠାରୁ ଚାରି ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ପ୍ରସ୍ତାବ ଦିଆଯାଇଛି ଏବଂ ଏହା ସ୍ୱୀକୃତି ଆଦେଶ ଦିଆଯିବା ପରେ ହରିୟାନା ମାସ୍ ରାପିଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ ଲିମିଟେଡ୍ (ଏଚ୍‌ଏମ୍‌ଆର୍‌ଟିସି) ଦ୍ୱାରା କାର୍ଯ୍ୟକାରୀ ହେବ , ଯାହା ଭାରତ ସରକାର ଏବଂ ହରିୟାନା ସରକାରଙ୍କ ଦ୍ୱାରା ୫୦:୫୦ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଅଭିଯାନ (ଏସପିଭି) ଭାବରେ ସ୍ଥାପିତ ହେବ।

ଉପକାରିତା:

ଆଜି ତାରିଖ ସୁଦ୍ଧା ପୁରୁଣା ଗୁରୁଗ୍ରାମରେ କୌଣସି ମେଟ୍ରୋ ଲାଇନ୍ ନାହିଁ । ଏହି ଲାଇନ୍‌ର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ନୂତନ ଗୁରୁଗାଓଁକୁ ପୁରୁଣା ଗୁରୁଗାଓଁ ସହିତ ସଂଯୋଗ କରିବା। ଏହି ନେଟୱର୍କ ଭାରତୀୟ ରେଳ ଷ୍ଟେସନ ସହିତ ସଂଯୋଗ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ, ଏହା ଆଇଜିଆଇ ବିମାନ ବନ୍ଦରକୁ ସଂଯୋଗ ପ୍ରଦାନ କରିବ। ଏହା ମଧ୍ୟ ସେହି କ୍ଷେତ୍ରରେ ସାମଗ୍ରିକ ଅର୍ଥନୈତିକ ବିକାଶ ପ୍ରଦାନ କରିବ।

ପ୍ରସ୍ତାବିତ କରିଡରର ଦିଗ ନିର୍ଣ୍ଣାୟକ ନକ୍ସା ସଂଲଗ୍ନ ପତ୍ର -୧ ଅନୁଯାୟୀ ।

ୟୁରୋପୀୟ ନିବେଶ ବୋର୍ଡ (ଇଆଇବି) ଏବଂ ବିଶ୍ୱ ବ୍ୟାଙ୍କ (ଡବ୍ଲ୍ୟୁବି) ସହିତ ଋଣ ପାଇଁ ଅନୁବନ୍ଧିତ କରା ଯାଉଛି।

ପୃଷ୍ଠଭୂମି:

ଗୁରୁଗ୍ରାମର ଅନ୍ୟ ମେଟ୍ରୋ ଲାଇନ୍ସ:

କ) ଡିଏମ୍‌ଆରସିର ହଳଦିଆ ରେଖା (ୟେଲୋ ଲାଇନ୍‌) (ରେଖା -୨) – ସଂଲଗ୍ନ ପତ୍ର -୧ ରେ ହଳଦିଆ ରଙ୍ଗ ଭାବରେ ପ୍ରଦର୍ଶିତ କରାଯାଇଛି ।

୧) ମାର୍ଗ ଦୈର୍ଘ୍ୟ- ୪୯.୦୧୯ କିଲୋମିଟର (ସମୟପୁର ବଦଲି – ହୁଦା ସିଟି ସେଣ୍ଟର; ୩୭ ଷ୍ଟେସନ୍‌)

୨) ଦିଲ୍ଲୀ ଅଂଶ – ୪୧.୯୬୯ କିଲୋମିଟର (ସମୟପୁର ବଦଲି – ଅର୍ଜନଗଡ; ୩୨ ଷ୍ଟେସନ୍‌)

୩) ହରିୟାନା ଅଂଶ – ୭.୦୫ କିଲୋମିଟର (ଗୁରୁ ଦ୍ରୋଣାଚାର୍ଯ୍ୟ – ହୁଦା ସିଟି ସେଣ୍ଟର; ୫ ଷ୍ଟେସନ୍‌)

୪) ଦୈନିକ ଯାତ୍ରୀ – ୧୨.୫୬ ଲକ୍ଷ।

୫) ହୁଦା ସିଟି ସେଣ୍ଟରରେ ଲାଇନ୍ -୨ ସହିତ ପ୍ରସ୍ତାବିତ ଲାଇନର ସଂଯୋଗ।

୬) ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ ହେବାର ତାରିଖ।

Vishvidyalaya to Kashmere Gate Dec 2004
Kashmere Gate to Central Secretariat July 2005
Vishvavidyalaya to Jehangirpuri Feb 2009
Qutab Minar to Huda City Jun 2010
Qutub Minar to Central Secretariat Sept 2010
Jehangirpuri to Samaypur Badli Nov 2015

ଏହି ରେଖାଟି ବ୍ରଡ୍ ଗଜ୍ ୧୬୭୬ ମିଲିମିଟର (୫ ଫୁଟ ୬ ଇଞ୍ଚ ଗଜ୍‌) ।

ଖ) ଦ୍ରୁତ ମେଟ୍ରୋ ଗୁରୁଗ୍ରାମ (ସଂଲଗ୍ନ ପତ୍ର-୧ ରେ ସବୁଜ ଭାବରେ ଦେଖା ଯାଇଛି) ।

୧) ମାର୍ଗ ଦୈର୍ଘ୍ୟ -୧୧.୬ କିମି ।

୨) ଷ୍ଟାଣ୍ଡାର୍ଡ ଗଜ୍‌- ୧୪୩୫ ମିମି (୪ ଫୁଟ ୮.୫ ଇଞ୍ଚ)

୩) ଦୁଇଟି ପର୍ଯ୍ୟାୟରେ ନିର୍ମିତ ରେଖା ।

ପ୍ରଥମ ପର୍ଯ୍ୟାୟ ହେଉଛି ସିକନ୍ଦରପୁରରୁ ସାଇବର ହବ୍ ମଧ୍ୟରେ ଲୁପ୍ ସମୁଦାୟ ମାର୍ଗ ଦୈର୍ଘ୍ୟ ୫.୧ କିଲୋମିଟର, ଯାହା ପ୍ରଥମେ ଡିଏଲ୍‌ଏଫ୍ କନସୋର୍ଟିୟମ୍ ଏବଂ ଏଫ୍‌ଏସ୍ ଗ୍ରୁପ୍‌ର ଦୁଇଟି କମ୍ପାନୀ ଯଥା ଆଇଇଆର୍‌ଏସ୍ (ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ଏନ୍‌ମୋ ରେଳ ସିଷ୍ଟମ୍‌) ଏବଂ ଆଇଟିଏନ୍‌ଏଲ୍ (ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ପରିବହନ ନେଟୱର୍କ ଲିମିଟେଡ୍‌)ର କନ୍‌ସୋର୍ଟିୟମ୍ ଦ୍ୱାରା ନିର୍ମିତ । ପ୍ରଥମ ପର୍ଯ୍ୟାୟ ୧୪.୧୧.୨୦୧୩ରୁ ରାପିଡ୍ ମେଟ୍ରୋ ଗୁରଗାଓଁ ଲିମିଟେଡ୍ ନାମକ ଏସପିଭି ଦ୍ୱାରା ପରିଚାଳିତ ହୋଇଥିଲା ।

ଦ୍ୱିତୀୟ ପର୍ଯ୍ୟାୟ ସିକନ୍ଦରପୁରରୁ ସେକ୍ଟର – ୫୬ ମଧ୍ୟରେ ରୁଟ୍ ଲମ୍ବ ୬.୫ କିଲୋମିଟର ସହିତ ପ୍ରାରମ୍ଭରେ ଆଇଏଲ୍ ଆଣ୍ଡ ଏଫ୍‌ଏସ୍‌ର ଦୁଇଟି କମ୍ପାନୀ ଅର୍ଥାତ୍ (ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ପରିବହନ ନେଟୱର୍କ ଲିମିଟେଡ୍‌) ଏବଂ ଆଇଆରଏଲ୍ (ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ରେଳ ଲିମିଟେଡ୍‌) ର କନ୍‌ସୋର୍ଟିୟମ୍ ଦ୍ୱାରା ନିର୍ମିତ ହୋଇଛି । ଏହି ପର୍ଯ୍ୟାୟଟି ୩୧.୦୩.୨୦୧୭ ପରଠାରୁ ରାପିଡ୍ ମେଟ୍ରୋ ଗୁରଗାଓଁ ସାଉଥ୍ ଲିମିଟେଡ୍ ଏସପିଭି ଦ୍ୱାରା ପରିଚାଳିତ ହୋଇଥିଲା ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୨.୧୦.୨୦୧୯ ପରଠାରୁ ହରିୟାନା ମାସ୍ ରାପିଡ୍ ଟ୍ରାଞ୍ଜିଟ୍ କମ୍ପାନୀ (ଏଚ୍‌ଏମ୍‌ଆର୍‌ଟିସି) ଦ୍ୱାରା ଏହି ସଂଚାଳନକୁ ନିଜ ହାତକୁ ନିଆଯାଇଥିଲା, ଯେତେବେଳେ କି ରିହାତି ପାଇଥିବା ସଂସ୍ଥା ଏହି ବ୍ୟବସ୍ଥାକୁ ସଂଚାଳନ କରିବା ପାଇଁ ମନା କରି ଦେଇଥିଲା ।

ଏହି ଲାଇନର କାର୍ଯ୍ୟକୁ ଏଚ୍‌ଏମ୍‌ଆର୍‌ଟିସି ଦ୍ୱାରା ଏହି ଲାଇନ୍‌ର ସଂଚାଳନ ଦାୟିତ୍ୱକୁ ଡିଏମ୍‌ଆର୍‌ସିକୁ ଦିଆଯାଇଛି । ଏହା ପୂର୍ବରୁ ଡିଏମ୍‌ଆର୍‌ସି ଦ୍ରୁତ ମେଟ୍ରୋ ଲାଇନ୍ ୧୬.୦୯.୨୦୧୯ ଚଳାଇବା ଜାରି ରଖିଥିଲା ।

ରାପିଡ୍ ମେଟ୍ରୋ ଗୁରୁଗାଓଁର ହାରାହାରି ଚାଳନା ପ୍ରାୟ ୩୦,୦୦୦ । ସପ୍ତାହବ୍ୟାପୀ ସମୁଦାୟ ଦୈନିକ ଚାଳନା ପ୍ରାୟ ୪୮,୦୦୦ ।

ରାପିଡ୍ ମେଟ୍ରୋ ଲାଇନ୍ ସହିତ ପ୍ରସ୍ତାବିତ ଲାଇନର ସଂଯୋଗ ସାଇବର ହବରେ ଅଛି ।

ମଲ୍ଟି ମୋଡାଲ୍ ସଂଯୋଗ :

  • ସେକ୍ଟର -୫ ନିକଟରେ ରେଳ ଷ୍ଟେସନ ସହିତ – ୯୦୦ ମିଟର ।
  • ସେକ୍ଟର -୨୨ ରେ ଆରଆର୍‌ଟିଏସ୍ ସହିତ ।
  •  ହୁଦା ସିଟି ସେଣ୍ଟରରେ ୟେଲୋ ଲାଇନ୍ ଷ୍ଟେସନ୍ ସହିତ ।

ଗୁରୁଗାଓଁ ଅଂଚଳର ନକ୍ସା ସଂଲଗ୍ନ ପତ୍ର -୨ ଭାବରେ ସଂଲଗ୍ନ ।

ପ୍ରକଳ୍ପ ପ୍ରସ୍ତୁତି:

୯୦% ଜମି ହେଉଛି ସରକାରୀ ଜମି ଏବଂ ୧୦% ବ୍ୟକ୍ତିଗତ ଜମି ।

ଉପଯୋଗିତାର ସ୍ଥାନାନ୍ତରଣ ଆରମ୍ଭ ହେଲା ।

ବିଶ୍ୱ ବ୍ୟାଙ୍କ ଏବଂ ୟୁରୋପୀୟ ନିବେଶ ବ୍ୟାଙ୍କ ସହିତ ସମ୍ପର୍କ ।

ପ୍ରକ୍ରିୟାଧୀନ ଜିସି ଟେଣ୍ଡର ।

Categories
ବିଶେଷ ଖବର

ଅଟା ରପ୍ତାନୀ ନୀତିରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ରପ୍ତାନୀ ପ୍ରତିବନ୍ଧକ/ନିଷେଧାଦେଶରୁ ଗହମ କିମ୍ବା ମେସଲିନ୍ ଅଟାକୁ (ଏଚ୍ଏସ୍ କୋର୍ଡ ୧୧୦୧) ମୁକ୍ତ କରିବା ନୀତିରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ପ୍ରଭାବ:

ଏହି ଅନୁମୋଦନ ଦ୍ୱାରା ଏବେ ଗହମ ଅଟାର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ନିମନ୍ତେ ଅନୁମତି ମିଳି ଯିବ, ଯାହା ଗହମରୁ ପ୍ରସ୍ତୁତ ଅଟାର ବୃଦ୍ଧି ପାଉଥିବା ମୂଲ୍ୟ ଉପରେ ଅଙ୍କୁଶ ଲଗାଇ ପାରିବ ଏବଂ ସମାଜର ସବୁଠାରୁ ଦୁର୍ବଳ ତଥା ଅସୁରକ୍ଷିତ ଶ୍ରେଣୀର ଖାଦ୍ୟ ନିରାପତାକୁ ସୁନିଶ୍ଚିତ କରିବ।

କାର୍ଯ୍ୟାନ୍ୱୟନ:

ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍ଟି) ଏହାର ପ୍ରଭାବ ନିମନ୍ତେ ବିଜ୍ଞପ୍ତିି ଜାରି କରିବ।

ପୃଷ୍ଠଭୂମି:

ରୁଷିଆ ଏବଂ ୟୁକ୍ରେନ୍ ଦେଶ ହେଉଛନ୍ତି ଅଧିକ ଗହମ ରପ୍ତାନୀ କରୁଥିବା ଦେଶ, ଯେଉଁମାନେ କି ବିଶ୍ୱ ଗହମ ବ୍ୟବସାୟର ଏକ ଚତୁର୍ଥାଂଶ ଅଂଶଧନକୁ ନିଜ ଆୟତରେ ରଖିଥାନ୍ତି। ସେହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ଯୋଗୁଁ ବିଶ୍ୱ ସ୍ତରରେ ଗହମର ଯୋଗାଣ ଶୃଙ୍ଖଳାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି, ଯାହା ଫଳରେ ଭାରତୀୟ ଗହମର ଚାହିଦା ବିଶ୍ୱ ସ୍ତରରେ ବୃଦ୍ଧି ପାଇଛି। ଯାହା ଫଳରେ, ଏବେ ଘରୋଇ ବଜାରରେ ଗହମର ମୂଲ୍ୟରେ ବୃଦ୍ଧି ଦେଖା ଯାଇଛି। ଦେଶର ୧.୪ ବିଲିୟନ୍ ଲୋକ ମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ମେ’ ୨୦୨୨ରେ ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତି ନିଆ ଯାଇଥିଲା।

ଅବଶ୍ୟ, ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ କାରଣରୁ (ଯାହା ଘରୋଇ ବଜାରରେ ବୃଦ୍ଧି ପାଉଥିବା ମୂଲ୍ୟକୁ ନିୟନ୍ତ୍ରିତ କରିବା ଏବଂ ଦେଶରେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ କରା ଯାଇଥିଲା) ବିଦେଶୀ ବଜାର ଗୁଡିକରେ ଗହମରୁ ପ୍ରସ୍ତୁତ ଅଟାର ଚାହିଦା ବୃଦ୍ଧି ପାଇଛି ଏବଂ ଏହା ଭାରତରୁ ରପ୍ତାନୀ ହେଉଛି। ୨୦୨୨ର ଏପ୍ରିଲ୍ – ଜୁଲାଇ ମଧ୍ୟରେ ୨୦୨୧ ତୁଳନାରେ ସମାନ ଅବଧିରେ ଏହି କ୍ଷେତ୍ରରେ ୨୦୦ ପ୍ରତିଶତର ଅଭିବୃଦ୍ଧି ଘଟିଛି।
ଅନ୍ତର୍ଜାତୀୟ ବଜାରରେ ଗହମ ଅଟାର ଚାହିଦା ବୃଦ୍ଧି କାରଣରୁ ଘରୋଇ ବଜାରରେ ଗହମ ଅଟାର ମୂଲ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି।

ଏହା ପୂର୍ବରୁ, ଗହମରୁ ପ୍ରସ୍ତୁତ ଅଟାର ରପ୍ତାନୀ ଉପରେ ପ୍ରତିବନ୍ଧକ ନଲଗାଇବା କିମ୍ବା ନିଷେଧାଦେଶ ଜାରି ନକରିବାର ନିୟମ ରହିଥିଲା। ତେଣୁ, ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ଏବଂ ଦେଶରେ ଗହମ ଅଟାର ବୃଦ୍ଧି ପାଉଥିବା ମୂଲ୍ୟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଗହମରୁ ପ୍ରସ୍ତୁତ ଅଟା ରପ୍ତାନୀ ଉପରେ ରହିଥିବା ପ୍ରତିବନ୍ଧକ/ ନିଷେଧାଦେଶକୁ ମୁକ୍ତ କରି ଏହି ନୀତିରେ ଆଂଶିକ ସଂଶୋଧନର ଆବଶ୍ୟକତା ଥିଲା।