ଜଗତସିଂହପୁର, କରୋନା ଭୂତାଣୁ କୋଭିଡ୍-୧୯ ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି । ଏହି କଟକଣା ଜୁଲାଇ ୩୧ ତାରିଖ ପର୍ଯନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଜନସାଧାରଣ ସେମାନଙ୍କର ଆପତ୍ତି ଅଭିଯୋଗ ଓ ସମସ୍ୟା ଗୁଡିକୁ ଇ-ଅଭିଯୋଗ ପୋର୍ଟାଲ https://janasahajogajspur.org କିମ୍ବା ସୋସିଆଲ୍ ମିଡିଆ ଅଥବା ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ହ୍ୱାଟସ୍ଅପ୍ ମାଧ୍ୟମରେ ଜଣାଇଲେ ଏହାର ତୁରନ୍ତ ସମାଧାନ କରାଯିବ । ସଂପୃକ୍ତ କାର୍ଯ୍ୟାଳୟର ପ୍ରବେଶ ପଥରେ ଡ୍ରପ୍ ବାକ୍ସ ମାଧ୍ୟମରେ ମଧ୍ୟ ସେମାନଙ୍କର ଆପତ୍ତି ଅଭିଯୋଗ ଓ ସମସ୍ୟା ସଂପର୍କରେ ଜଣାଇବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଏହି ବ୍ୟବସ୍ଥା ଜନସାଧାରଣ ଓ ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଅତ୍ୟାବଶ୍ୟକ ଅଟେ । ଜିଲ୍ଲାର ବୁଦ୍ଧିଜୀବୀ, ଜନସାଧାରଣ, ସମାଜର ସମସ୍ତ ବର୍ଗର ଲୋକମାନେ ଜିଲ୍ଲା ପ୍ରଶାସନକୁ ଏ ଦିଗରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ସେହିପରି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ,ସ୍ୱରାଷ୍ଟ୍ର ମନ୍ତ୍ରାଳୟ, ଭାରତ ସରକାର ଏବଂ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କ ନିର୍ଦ୍ଦେଶ ମୁତାବକ ଏବଂ ସାରା ବିଶ୍ୱରେ କରୋନା ମହାମାରୀର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ରାଜ୍ୟର ବିଭିନ୍ନ ହଟସ୍ପଟ ଅଂଚଳରୁ ଜିଲ୍ଲାକୁ ଅନାବଶ୍ୟକ ଯିବା ଆସିବା ଉପରେ କଟକଣା ଜାରି କରିଛନ୍ତି । ଜନସାଧାରଣଙ୍କ ସ୍ୱାର୍ଥ ଏବଂ କୋଭିଡ୍-୧୯ ର ଦ୍ରୁତ ସଂକ୍ରମଣ କୁ ଦୃଷ୍ଠିରେ ରଖି ଏହି କଟକଣା ଜାରି କରାଯାଇଛି । ଜୁଲାଇ ୧ ତାରିଖ ଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଅନାବଶ୍ୟକ ଭାବେ ହଟସ୍ପଟ ଅଂଚଳରୁ ଜଗତସିଂହପୁର ଜିଲ୍ଲାକୁ ଚଳ ପ୍ରଚଳ ଉପରେ କଟକଣା ଜାରି କରାଯାଇଛି । ସମସ୍ତ ଅତ୍ୟାବଶ୍ୟକ,ଅନୁମତି ପ୍ରାପ୍ତ ,ଜରୁରୀ ଚିକିତ୍ସା କ୍ଷେତ୍ରରେ ଏହି କଟକଣା ଲାଗୁ ହେବ ନାହିଁ । କୈାଣସି ବ୍ୟକ୍ତି ବିନା ଅନୁମତିରେ ପ୍ରତିଦିନ ହଟସ୍ପଟ ଅଂଚଳରୁ ଜିଲ୍ଲା ଯିବା ଆସିବା ନକରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । କୈାଣସି ଅଧିକାରୀ/କର୍ମଚାରୀ ଅନ୍ୟ ଜିଲ୍ଲାରୁ ଜଗତସିଂହପୁର ଜିଲ୍ଲାକୁ ଯିବା ଆସିବା କରିପାରିବେ ନାହିଁ । ସମସ୍ତ ବୋଝେଇ ହୋଇଥିବା କିମ୍ବା ଖାଲିଥିବା ମାଲବାହୀ ଗାଡି ଜିଲ୍ଲାକୁ ଯିବା ଆସିବା ଉପରେ କଟକଣା ରହିବ ନାହିଁ । ଅଣ ଅତ୍ୟାବଶ୍ୟକ ଯିବା ଆସିବା ପାଇଁ ସଂପୃକ୍ତ ଅଂଚଳର ତହସିଲଦାରଙ୍କ ଠାରୁ ଅନୁମତି ପତ୍ର ନେବାକୁ ପଡିବ ।
Tag: ଜଗତସିଂହପୁର
ଜଗତସିଂହପୁର, ଜିଲ୍ଲାର ସୀମା ଶିଖରଘାଟ ଠାରେ ଥିବା ଚେକିଂ ପୋଷ୍ଟରେ ଓଡିଶାକୁ ପ୍ରବେଶ କରୁଥିବା ଯାତ୍ରୀମାନଙ୍କୁ ଯାଞ୍ଚ କରି ପ୍ରବେଶ ଅନୁମତି ଦିଆଯାଉଛି।
ରମେଶ ମହାନ୍ତି
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ଆଜି (ଶୁକ୍ରବାର) ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାସ୍ତରୀୟ କ୍ଷୁଦ୍ର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା ଓ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ଇତିଶ୍ରୀ ମାଳବିକା ଭୂୟାଁ ଦୁର୍ଘଟଣା ଜନିତ ମୃତ୍ୟୁର ମକଦ୍ଦମାର ପରିଚାଳନା କରିଥିଲେ।
ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ କମଳାକାନ୍ତ ରାଉତ ଏହି ଲୋକ ଅଦାଲତରେ ସୁପରିଚାଳନା କରିଥିଲେ ଏବଂ ସରକାର ଦ୍ୱାରା ନିର୍ଦ୍ଧାରିତ କରୋନା ପାଇଁ ଥିବା ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ କଟକଣାର ସମ୍ପୂର୍ଣ୍ଣ ଭାବେ ଅନୁପାଳନ ପୂର୍ବକ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଦୁର୍ଘଟଣା ଜନିତ ମୋକଦ୍ଦମାର ବିଚାର ପାଇଁ ଉଦ୍ଦିଷ୍ଟ ବେଞ୍ଚରେ ପବ୍ଲିକ୍ ପ୍ରସିକ୍ୟୁଟର୍ ନଳିନୀ ରଞ୍ଜନ ମହାରଣା ଓ ଶ୍ରୀମତୀ ଜ୍ୟୋତିର୍ମୟୀ ମହାନ୍ତି ବେଞ୍ଚ ସଭ୍ୟା ଭାବରେ ମୋକଦ୍ଦମା ପରିଚାଳନା କରିଥିଲେ।
ସେହିପରି ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ଭୂୟାଁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଦୁର୍ଘଟଣା ଜନିତ ମୋକଦ୍ଦମାରେ ସମାଜସେବୀ ସୁଷମା ପ୍ରଧାନ ଓ ଆଇନଜୀବୀ ଧିରେନ୍ଦ୍ର ନାଥ ଆଚାର୍ଯ୍ୟ ବେଞ୍ଚ ସଭ୍ୟ ଭାବରେ ମୋକଦ୍ଦମାର ପରିଚାଳନା କରିଥିଲେ। ସମୁଦାୟ ୨୨ଟି ମାମଲାର ସଫଳତା ସହିତ ଫଇସଲା ହେବା ସହ ୯୭,୮୦,୦୦୦ ଟଙ୍କା ଆଦାୟ କରାଯାଇଛି।ଏଥିସହିତ ଆଜି ମୃତ ଧିରଜ ନାୟକଙ୍କ ଦୁର୍ଘଟଣା ଜନିତ କ୍ଷତିପୂରଣ କେସ୍ ରେ ରିଲାଏନ୍ସ ଜେନେରାଲ ବୀମା କମ୍ପାନୀ ଦ୍ଵାରା ୭ଲକ୍ଷ ୯୦ହଜାର ଟଙ୍କାର ଚେକ୍ ମୃତ ଧିରଜ ନାୟକଙ୍କ ପତ୍ନୀ ତୁଳସୀ ନାୟକ ଓ ଏକମାତ୍ର କନ୍ୟା ତନିସା ନାୟକ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ହୋଇ ମାନ୍ୟବର ଜିଲ୍ଲାଜଜ୍ ଏବଂ ଅନ୍ୟ ବେଞ୍ଚ ସଦସ୍ୟମାନଙ୍କ ହସ୍ତରୁ ଗ୍ରହଣ କରିଥିଲେ।
ରମେଶ ମହାନ୍ତି
ଜଗତସିଂହପୁର: ଆଜି ଜଗତସିଂହପୁରରୁ 5 ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ଆଜି ଚିହ୍ନଟ 5 ପଜିଟିଭ୍ଙ୍କ ମଧ୍ୟରେ ବାଲିକୁଦାରୁ 3 ଜଣ, ତିର୍ତ୍ତୋଲରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି। ସମସ୍ତ ପାଞ୍ଚ ପଜିଟିଭ୍ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି। ସମସ୍ତ 5 ପଜିଟିଭ୍ ଟିଏମ୍ସିର ଚିହ୍ନଟ ହୋଇଛନ୍ତି।
ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 373ରେ ପହଞ୍ଚିଛି। ସେହିପରି 281 ଜଣ ସୁସ୍ଥ ହୋଇଥିବାବେଳେ ଏବେ ସୁଦ୍ଧା 92ଟି ସକ୍ରିୟ ମାମଲା ରହିଛି।
ରମେଶ ମହାନ୍ତି
ଜଗତସିଂହପୁର : ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପ୍ରାୟ ପ୍ରତିଦିନ ଲକଡାଉନ୍ ,ସଟଡାଉନ୍ ପରି ବିଭିନ୍ନ କଟକଣା ଲାଗୁ କରାଯାଉଛି। ଜୀବନ ଜୀବିକା ପାଇଁ ସବୁଠି ସଂଘର୍ଷ। ହେଲେ କଟକଣାକୁ ଫୁ କରି ତିର୍ତ୍ତୋଲ ବ୍ଲକ ଅଞ୍ଚଳର ଗାଁ ଗହଳିରେ ଚୋରା ମଦ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଛି ଏକରକମ ପ୍ରତିଯୋଗିତା, ବହୁଛି ମଦର ବନ୍ୟା।
ଏଥିଯୋଗୁଁ ଗାଁ ଗହଳିରେ ବଢୁଛି ମଦୁଆଙ୍କ ଉପଦ୍ରବ । ଚୋରା ମଦ ବେପାରୀଙ୍କ ଠାରୁ ମାସିକ ମୋଟା ଅଙ୍କର ବଟି ନେଇ ଘୋଡା ମୁହଁରେ ଦାନା ବାନ୍ଧିଲା ପରି ତିର୍ତ୍ତୋଲ ଅବକାରୀ ବିଭାଗ ନିଷ୍କ୍ରିୟ ହୋଇଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଗାଁରେ ଚୋରାମଦ ଦୋକାନ ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ମହିଳା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କନକପୁର ପଞ୍ଚାୟତର ଝଙ୍କଡ଼ ଶାରଳା ମନ୍ଦିର ନିକଟ କୁଟିଲୋ ଗ୍ରାମଦୟାଲପୁର ଗାଁରେ।
ଅଭିଯୋଗ ଅନୁଯାୟୀ ଗାଁରେ ପ୍ରମୋଦ ଦାସ ନାମରେ ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ଦେଶୀ ଓ ବିଦେଶୀ ମଦ ଚୋରାରେ ବିକ୍ରି କରି ଆସୁଥିବାରୁ ଗାଁରେ ମଦୁଆଙ୍କ ଉପଦ୍ରବ ଦିନକୁ ଦିନ ବଢୁଥିବା ଅଭିଯୋଗ ହୋଇଥିଲା। ଏନେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଞ୍ଚାୟତର ସମିତି ସଭ୍ୟ ଅଜୟ କୁମାର ରାଉଳ ପଚାରିବାରୁ ସେ ଉତ୍ତ୍ୟକ୍ତ ହୋଇ ସମିତି ସଭ୍ୟ ଓ ତାଙ୍କ ପରିବାରକୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି।
ମଦୁଆଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଶେଷରେ ମଦ ଦୋକାନ ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ଗାଁର ମହିଳାମାନେ। ମଦଦୋକାନ ନିକଟରେ କନକପୁର ଡାକ୍ତରଖାନା, ଶାରଳା ପବ୍ଲିକ୍ ସ୍କୁଲ୍, ପୋଷ୍ଟ ଅଫିସ୍, ପଞ୍ଚାୟତ କାର୍ଯ୍ୟାଳୟ, ଏ.ଏନ୍.ଏମ୍ ସେଣ୍ଟର, ଆର୍.ଆଇ ଅଫିସ୍ ରହିଥିବାରୁ ଲୋକେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ବୋଲି ଅଭିଯୋଗ ହେଉଛି।
ଏମିତିକି ଚୋରା ମଦ ବିକ୍ରିକୁ ବିରୋଧ କରୁଥିବା କିଛି ଲୋକଙ୍କ ନାମରେ ପାଲଟା ମଦଦୋକାନୀ ଜଣଙ୍କ ଥାନାରେ ଅଭିଯୋଗ କରିଛି। ସୂଚନାନୁଯାୟୀ କିଛିଦିନ ପୂର୍ବେ ଲକଡାଉନ୍ ସମୟରେ ଉକ୍ତ ଚୋରା ମଦ ବେପାରୀଙ୍କ ଘରେ ତିର୍ତ୍ତୋଲ ଅବକାରୀ ବିଭାଗ ଅଚାନକ ଚଢାଉ କରି ୪୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ମଦ ଜବତ କରିବା ପରେ ମଦଦୋକାନୀକୁ ନଧରି କେସ୍ ନଦେଇ ତାଠାରୁ ପାଞ୍ଚହଜାର ଟଙ୍କା ନେଇ ଛାଡି ଦେଇଥିବା କୁହାଯାଉଛି।
ଏନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ଯଦି କେସ୍ ନକରି ମଦଦୋକାନୀ ଠାରୁ ପାଞ୍ଚହଜାର ନେଇ ଦୋକାନୀକୁ ଛାଡିଦେଲେ ତେବେ ବିଭାଗ ଜବତ କରିନେଇଥିବା ଏତେ ପରିମାଣର ମଦ କୁଆଡେ ଗଲା ବୋଲି ତିର୍ତ୍ତୋଲ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ରମେଶ ମହାନ୍ତି
ଜଗତସିଂହପୁର :ବରିଷ୍ଠ ବିଜେଡି ନେତା ପୁର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ଵିଷ୍ଣୁ ଦାସଙ୍କ ପାର୍ଥିବ ଶରୀରକୁ ଅନ୍ତିମ ବିଦାୟ ଦେଇଛନ୍ତି ଆତ୍ମୀୟ ସ୍ୱଜନ।ବିଷ୍ଣୁ ଦାସଙ୍କ ଗାଁ ମୁକୁନ୍ଦିପୁରରେ ମରଶରୀର ପହଞ୍ଚିଲା ପରେ ଆତ୍ମୀୟ ସ୍ୱଜନଙ୍କ କାନ୍ଦବୋବାଳିରେ ଫାଟି ପଡିଥିଲା ଗାଁଦାଣ୍ଡ।ପତ୍ନୀ ଓ ଭଉଣୀ ମିନତୀ ଦାସଙ୍କ ସମେତ ଆତ୍ମୀୟମାନେ ଆତ୍ମହରା ହୋଇପଡିଥିଲେ।
ପରମ୍ପରା ଅନୁଯାୟୀ କର୍ମାଦି କରାଯିବା ପରେ କୋକେଇରେ ମରଶରୀରକୁ ପୈତୃକ ଜନ୍ମମାଟି ଅର୍ପଣ କରିଥିଲେ ଆତ୍ମୀୟସ୍ୱଜନ । ରାମନାମ ସତ୍ୟହେ,ହରିନାମ ସତ୍ୟହେ ଧ୍ୱନି ସାଙ୍ଗକୁ ଏକମାତ୍ର ପୁତ୍ର ବିଜୟ ଶଙ୍କର ଦାସ ଖଇ କଉଡି ଓ ପଇସା ବିଞ୍ଚି ଗ୍ରାମ ପରିକ୍ରମା କରାଇବା ପରେ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ବିଷ୍ଣୁ ଦାସଙ୍କୁ ଅନ୍ତିମ ସତ୍କାର ପାଇଁ ନିଆଯାଇଥିଲା। ଗତକାଲି ଭୂବନେଶ୍ୱର ର ଏକ ଘରୋଇ ହସପିଟାଲରେ ବିଷ୍ଣୁ ଦାସ ପରଲୋକ ଗମନ କରିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଶାସକ ବିଜେଡି ଦଳ ଓ ବିରୋଧୀ ଦଳର ନେତାମାନେ ଶୋକବ୍ୟକ୍ତ କରିଥିଲେ ।
ଆଜି ସକାଳୁ ସକାଳୁ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ମରଶରୀରକୁ ଜନ୍ମମାଟି ଜଗତସିଂହପୁର ଜିଲ୍ଲାକୁ ଅଣାଯାଇଥିଲା।ପ୍ରଥମେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିରିଡି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ପରିକ୍ରମା କରାଯାଇ ଜଗତସିଂହପୁର ନିଆଯାଇଥିଲା।ତିର୍ତ୍ତୋଲ ବ୍ଲକ ବିଜେଡି କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ଡିଆରଡିଏ, ସମେତ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାର୍ଡ ଅଫ ଅନର ଦିଆଯାଇଥିଲା ।ଜଗତସିଂହପୁର ଏସଭିଏମ କଲେଜ ପରିସରକୁ ନିଆଯାଇଥିଲା।ପରେପରେ ପୈତୃକ ଜନ୍ମମାଟି ତଥା ପୈତୃକ ଘର ଜଗତସିଂହପୁର ସିପି ମୁକୁନ୍ଦିପୁରରେ ପହଞ୍ଚି ବିଦ୍ଧିସତ୍କାର କରାଯାଇ ଅନ୍ତିମ ବିଦାୟକାଳିନ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।
ଭୁବନେଶ୍ୱରରୁ ଜଗତସିଂହପୁର ଶବାଧାରରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ମନ୍ତ୍ରୀ ରଘୁନନ୍ଦନ ଦାସ,ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲର ପୁର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ସମେତ ବହୁ ରାଜନେତା,ସଂଗଠକ,କର୍ମୀ ଓ ଶୁଭେଚ୍ଛୁ ସାମିଲ ହୋଇ ଅନ୍ତିମ ବିଦାୟ ଦେଇଥିଲେ।
ସ୍ୱର୍ଗତ ବିଷ୍ଣୁ ଦାସ ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ମାମଲାରେ ଆନ୍ଦୋଳନର ନେତୃତ୍ବ ନେଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଗୋଟିଏ ସାଧାରଣ ଦିନମଜୁରୀଆ ପରିବାରରୁ ଆସି ଏସଭିଏମ କଲେଜରେ ପାଠପଢିବା ସମୟରୁ ୧୯୮୦ଦଶକରୁ ଛାତ୍ରନେତା,୧୯୯୦ମସିହାରୁ ଲଗାତର ୫ଥର ଜଗତସିଂହପୁର ବିଧାୟକ ଓ ୨୦୧୯ରେ ତିର୍ତ୍ତୋଲରୁ ବିଧାୟକ ଥିଲେ।ଏହାରି ଭିତରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ, ରାଜ୍ୟସଭା ସାଂସଦ, ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି, ଓଡିଶା ସ୍କାଉଟଗାଇଡ ସମେତ ଅନେକ ସଂସ୍ଥାର ପଦପଦବୀରେ ରହିଆସିଥିଲେ।ତିନି ଦଶନ୍ଧି ଧରି ଜଗତସିଂହପୁର ଜିଲ୍ଲାରେ ନିଜର ସ୍ୱତନ୍ତ୍ର ଛାପଛାଡି ଆଜି ଅନ୍ତିମ ଯାତ୍ରା କରିଥିବା ଏହି ବର୍ଷୀୟାନ ନେତାଙ୍କ ସ୍ଥାନ ଅପୂରଣୀୟ ବୋଲି ଜିଲ୍ଲାବାସୀ ମତବ୍ୟକ୍ତ କରିଛନ୍ତି।
ରମେଶ ମହାନ୍ତି
ଜଗତସିଂହପୁର : ଆଜି ଜଗତସିଂହପୁରରୁ 17 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । 17 ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ଜିଲ୍ଲା ପ୍ରଶାସନ । ଏହି ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବାର ସୂଚନା ରହିିଛି ।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକରୁ 11 ଜଣ ଚିହ୍ନଟ ହୋଇଛନ୍ତି । ଏରସମା ବ୍ଲକରୁ 3 ଜଣ, ରଘୁନାଥପୁର ବ୍ଲକରୁ ଜଣେ, ଜଗତସିଂହପୁର ମ୍ୟୁନିସପାଲିଟିରୁ 2ଜଣ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି ।
ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଦିଲ୍ଲୀରୁ ଜଣେ, କର୍ଣ୍ଣାଟକରୁ 3 ଜଣ, ମହାରାଷ୍ଟ୍ରରୁ ଜଣେ, ପଶ୍ଚମବଙ୍ଗରୁ 2ଜଣ, ତେଲେଙ୍ଗାନାରୁ 7ଜଣ, ତାମିଲନାଡରୁ ତିନିଜଣ ଫେରିଥିବାର ସୂଚନା ରହିଛି ।
ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 357ରେ ପହଞ୍ଚିଥିବାବେଳେ ସୁଦ୍ଧା ସୁସ୍ଥ ହୋଇଛନ୍ତି 266ଜଣ । ଜିଲ୍ଲାରେ ଏବେ ସୁଦ୍ଧା 91ଟି ସକ୍ରିୟ ମାମଲା ରହିଛି ।
ରମେଶ ମହାନ୍ତି
ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ 23 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛି ଜିଲ୍ଲା ପ୍ରଶାସନ । ଏହି ଆକ୍ରାନ୍ତଙ୍କ ମଧ୍ୟରୁ 22 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ଜଣେ ଏସ୍ସିବି ମେଡିକାଲ୍ କଟକରୁ ଚିକିତ୍ସିତ ହେଉଥିବାର ଜଣାପଡିଛି । ଚିହ୍ନଟ ହୋଇଥିବା 22 ଜଣ ଯାକ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ ଜଣେ, ଦିଲ୍ଲୀରୁ ଦୁଇଜଣ, କର୍ଣ୍ଣାଟକରୁ 5 ଜଣ, ମହାରାଷ୍ଟ୍ରରୁ ଜଣେ, ପଶ୍ଚିମବଙ୍ଗରୁ ତିନି ଜଣ, ତେଲେଙ୍ଗାନାରୁ 6 ଜଣ, ତାମିଲନାଡୁରୁ 3ଜଣ, କୁଏତ୍ରୁ ଜଣେ ରହିଛନ୍ତି । ସେହିପରି ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲିକୁଦା ବ୍ଲକରୁ 8 ଜଣ ରହିଥିବାବେଳେ ଜଗତସିଂହପୁର ବ୍ଲକରୁ 5 ଜଣ, ବିରିଡି ବ୍ଲକରୁ ଜଣେ, ତିର୍ତ୍ତୋଲ ବ୍ଲକରୁ 9ଜଣ ରହିଛନ୍ତି ।
ନୂତନ 23ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 340କୁ ବୃଦ୍ଧି ହୋଇଛି। ସେହିପରି ଜିଲ୍ଲାରୁ 242 ଜଣ ସୁସ୍ଥ ହୋଇଥିବାବେଳେ ଏବେ ସୁଦ୍ଧା ଜିଲ୍ଲାରେ 98ଟି ସକ୍ରିୟ ମାମଲା ରହିଛି ।
ଜଗତସିଂହପୁର : ଆଜି ଜଗତସିଂହପୁର ଅଞ୍ଚଳରୁ 12 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ରହିଥିବାବେଳେ 8 ଜଣ ପ୍ରବାସ ଫେରନ୍ତା ଥିବାବେଳେ ଆଉ 4 ଜଣ ପୂର୍ବ ପଜିଟିଭ୍ଙ୍କ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । 8ଜଣ ପ୍ରବାସ ଫେରାନ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ 2 ଜଣ, ଦିଲ୍ଲୀରୁ ଜଣେ, ପଶ୍ଚିମବଙ୍ଗରୁ ଜଣେ ତେଲେଙ୍ଗାନାରୁ 2 ଜଣ ତାମିଲନାଡରୁ 2 ଜଣ ରହିଛନ୍ତି ।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଏରସମାରୁ 6ଜଣ ରହିଥିବାବେଳେ ଏମାନେ ସମେସ୍ତ କ୍ବାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ସେହିପରି ଜଗତସିଂହପୁର ବ୍ଲକରୁ ଜଣେ ରହିଥିବାବେଳେ ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ରହିଛି । ବିରିଡି ବ୍ଲକରୁ ଚିହ୍ନଟ ଜଣେ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା ହୋଇଥିବାର ସୂଚନା ରହିଛି । ତିର୍ତ୍ତୋଲର ଦୁଇଜଣ ଆକ୍ରାନ୍ତ କିମ୍ସ ହସ୍ପିଟାଲର ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବାର ସୂଚନା ରହିଛି ।ସେହିପରି ଅନ୍ୟ ଜଣେ ଏସ୍ସିବି ନ୍ୟୁରୋଲୋଜି ବିଭାଗର ଜଣେ କର୍ମଚାରୀ ରହିଛନ୍ତି । ଆଉ ଜଣେ ସଂକ୍ରମିତ ସମ୍ ହସ୍ପିଟାଲର ଜଣେ ନର୍ସ ବୋଲି ସୂଚନା ରହିଛି।
ନୂତନ 12 ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ପଜିଟିଭ୍ଙ୍କ ସଂଖ୍ୟା 317ରେ ପହଞ୍ଚିଛି। ସେହିପରି ସୁସ୍ଥ ହୋଇଛନ୍ତି 226 ଜଣ । ଏପର୍ଯ୍ୟନ୍ତ ଜିଲ୍ଲାରେ 91ଟି ସକ୍ରିୟ ମାମଲା ରହିଛି ।
ରମେଶ ମହାନ୍ତି
ଜଗତସିଂହପୁର : ଏବେ ଦେଶରେ ଅନଲକ୍ 2.0 ଜାରି ହୋଇଛି । ଏନେଇ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । ଜାତୀୟ କାର୍ଯ୍ୟକାରିଣୀ କମିଟିର ନିର୍ଦ୍ଦେଶ କ୍ରମେ ଭରତ ସରକାରଙ୍କ ତରଫରୁ କଣ୍ଟେନମେଣ୍ଟ ଜୋନ ରେ ଲକ ଡାଉନ ଅବଧି କୁ ଜୁଲାଇ 31 ଯାଏ ବୃଦ୍ଧି ଏବଂ କଣ୍ଟେନମେଣ୍ଟ ଅଞ୍ଚଳ ବାହାରେ ଥିବା କଟକଣା କୁ କୋହଳ କରିବା ଏବଂ ରାଜ୍ୟ ସରକାରଙ୍କର ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଆସନ୍ତା 31 ଜୁଲାଇ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆ ଯାଇଛି ।
ତେବେ ରାଜ୍ୟ ସରକାର ମଧ୍ୟ ଅନ୍ଲକ୍ 2.0 ଜାରି କରିଛନ୍ତି । ଏହି କ୍ରମରେ ପ୍ରତ୍ୟେକ ଜିଲ୍ଲାସ୍ତରରେ ମଧ୍ୟ ଅନଲକ୍ 2.0ର ନିୟମାବଳୀ ଜାରି କରାଯାଇଛି । ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ଜାରି ହୋଇଛି ନିର୍ଦ୍ଦେଶାବଳୀ ।
ବିଭିନ୍ନ ନିର୍ଦ୍ଦେଶାବଳି ସହ ସାମାଜିକ ଦୁରତ୍ଵ କୁ କଡାକଡି ପାଳନ କରିବା ସହ ନିମ୍ନ ଲିଖିତ ନିର୍ଦ୍ଦେଶାବଳି ଗୁଡିକ ପ୍ରଦାନ କରାଯାଇଛି । ସେଗୁଡିକ ହେଲା ପରିଚାଳନା ବିକେନ୍ଦ୍ରୀକରଣ ଯେଉଁଥିରେ କୋଭିଡ ପରିଚାଳନା ୱାର୍ଡ ମେମ୍ବର ଙ୍କ ଦ୍ଵାରା କରାଯିବ। ପ୍ରତ୍ଯେକ ଗ୍ରାମ ପଞ୍ଚାଯତ ରେ କୋଭିଡ କେୟାର ହୋମ ନିର୍ମାଣ କରାଯିବ।
ପ୍ରତ୍ଯେକ ଗ୍ରାମ ପଞ୍ଚାଯତ ରେ ଟି ଏମ ସି ଚାଲୁ ରହିବ । ସମସ୍ତ ବେସରକାରୀ ଡାକ୍ତରଖାନା ଗୁଡିକ ସରକାରୀ ନିର୍ଦ୍ଦେଶ ମାନିବା କୁ ବାଧ୍ୟ । ଏବଂ ବାହାର ରାଜ୍ୟ ରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ କଣ୍ଟେନମେଣ୍ଟ ଅଞ୍ଚଳ ରେ ଜୁଲାଇ 31 ଯାଏଁ କଟକଣା ରହିବ ।ଏହି ଅଞ୍ଚଳ ଗୁଡିକୁ ନିର୍ଦ୍ଦେଶାବଳି ଅନୁଯାୟୀ ଜିଲ୍ଲାପାଳ ତଦାରଖ କରିବେ । ଜରୁରୀ ବ୍ୟବସ୍ଥା କୁ ଛାଡି ଅନ୍ୟ ସବୁ ବନ୍ଦ ରହିବ । କୋଭିଡ ସଂକ୍ରମଣ କୁ ଦେଖି ଜିଲ୍ଲାପାଳ ବଫର ଜୋନ ଘୋଷଣା କରିବେ ଏବଂ ତଦନୁଯାୟୀ କଟକଣା ଜାରି କରିବେ କଣ୍ଟେନମେଣ୍ଟ ଅଞ୍ଚଳ ବାହାରେ ଥିବା ଧାର୍ମିକ ଅନୁଷ୍ଠାନ ,ସୋପିଙ୍ଗ ମଲ,ପ୍ରେକ୍ଷାଳୟ,ଚା ଦୋକାନ , ଜିମ, କୌଣସି ସଂସ୍କୃତିକ କାର୍ଯ୍ୟ କ୍ରମ ଏବଂ ସ୍କୁଲ କଲେଜ ସବୁ ବନ୍ଦ ରହିବ ।
ଜାରି ହୋଇଥିବା ନିର୍ଦେଶବଳୀ ଅନୁଯାୟୀ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଖୋଲା ଯାଇ ପାରିବ । ଏହି ସମୟ ରେ ଔଷଧ ଦୋକାନ ଏବଂ ସକାଳ 7 ଟା ରୁ ଦିନ 2 ଟା ଯାଏଁ ଜରୁରୀ ଦୋକାନ ଖୋଲା ରହିବ । ଏବଂ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ । ରାତି 9 ଟା ରୁ ସକଳ 5 ଟା ଯାଏଁ ରାତ୍ରି କାଳୀନ କରଫ୍ଯୁ ବଳବତ୍ତର ରହିବ ଏବଂ ଜରୁରୀ କାଳୀନ ସେବା ରେ ନିୟୋଜିତ ବ୍ୟକ୍ତିଙ୍କ ଲାଗି ନିୟମ ରେ କୋହଳ କରାଯିବ।
ଏହି ସମୟ ରେ ପେଟ୍ରୋଲ ପମ୍ପ ଖୋଲା ରହିବ । ଏହି ସମୟ ରେ ବୟସ୍କ ବ୍ୟକ୍ତି,ରୋଗୀ ,ଗର୍ଭବତୀ ମହିଳା ଏବଂ ଛୋଟ ଶିଶୁ ମାନଙ୍କୁ ଘରୁ ବାହାରିବାକୁ ବାରଣ କରା ଯାଇଛି ।ସମସ୍ତ ଜନସାଧାରଙ୍କୁ ଆରୋଗ୍ୟ ସେତୁ ଆପ୍ସ ବ୍ୟବହାର କରିବାକୁ ପରାମର୍ଶ ଦିଆ ଯାଇଛି ।
ଏହି ସବୁ ଅଞ୍ଚଳ ରେ ସମ୍ପୃକ୍ତ ବି ଡି ଓ ,ତହସିଲଦାର ଏବଂ ଜିଲ୍ଲାପାଳ ମାନଙ୍କୁ ପରିଚାଳନା ପାଇଁ ଦାୟିତ୍ଵ ଦିଆ ଯାଇଛି । ସରକାର ଦ୍ଵାରା ପ୍ରଣଯନ ହୋଇଥିବା ଆଇନ କୁ ଅମାନ୍ୟ କଲେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଦଣ୍ଡ ବିଧାନ କରା ଯାଇଛି ।
ରମେଶ ମହାନ୍ତି
ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ 17 ଜଣ ଆକ୍ରାନ୍ତଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ 15 ଜଣ ପ୍ରବାସ ଫେରନ୍ତା ହୋଇଥିବାବେଳେ ଦୁଇ ଜଣ କ୍ୟାନସର ରୋଗୀ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଜଗତସିଂହପୁର ବ୍ଲକରୁ 7 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ତେଲେଙ୍ଗାନାରୁ 5ଜଣ, ମହାରାଷ୍ଟ୍ରରୁ ଜଣେ ଓ ଦିଲ୍ଲୀରୁ ଜଣେ ଫେରିଥିବାର ସୂଚନା ରହିଛି । ଏହି ସମସ୍ତ 7 ଆକ୍ରାନ୍ତ ଟିଏମ୍ସିର ଚିହ୍ନଟ ହୋଇଛନ୍ତି ।
ସେହିପରି ତିର୍ତ୍ତୋଲରୁ 9 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି 9 ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ତିନିଜଣ ଫେରିଥିବାବେଳେ ପଶ୍ଚିମବଙ୍ଗରୁ ଜଣେ, କର୍ଣ୍ଣାଟକରୁ ଜଣେ, ଦିଲ୍ଲୀରୁ ଜଣେ ରହିଛନ୍ତି । ଏହି ଛଅ ଜଣ ଯାକ ଟିଏମ୍ସିରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଦୁଇଜଣ ହୋମ୍କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ କର୍ଣ୍ଣାଟକରୁ ଫେରିଥିବାବେଳେ ଗୁଜୁରାଟରୁ ଜଣେ ଫେରିଛନ୍ତି । ସେହିପରି ତିର୍ତ୍ତୋଲ ବ୍ଲକରୁ ଚିହ୍ନଟ ଅନ୍ୟ ଜଣେ ଆକ୍ରାନ୍ତ ଜଣକ କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଚିକିତ୍ସାଧୀନ ବୋଲି ସୂଚନା ରହିଛି । ସେହିପରି ଏରସମାରୁ ଚିହ୍ନଟ ଆକ୍ରାନ୍ତ ଜଣକ ମଧ୍ୟ କ୍ୟାନସର ହସ୍ପିଟାଲର ଚିକିତ୍ସାଧୀନ ରୋଗୀ ବୋଲି ସୂଚନା ରହିଛି ।
ସୂଚନାଯୋଗ୍ୟ, ତିର୍ତ୍ତୋଲ ବ୍ଲକ ଅଞ୍ଚଳରୁ ବାହାରିଥିବା 9ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କୃଷ୍ଣାନନ୍ଦପୁର ପଞ୍ଚାୟତରୁ 4,ସାମନ୍ତରାପୁର ପଞ୍ଚାୟତରୁ 1,ଆମ୍ବେରି ପଞ୍ଚାୟତରୁ 1,କୋଲର ପଞ୍ଚାୟତରୁ 2ଜଣ ବୋଲି ଜଣାପଡିଥିବା ବେଳେ ଜଣେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ଚିକିତ୍ସାଧିନ ବୋଲି ଜଣାପଡିଛି ।
ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 298ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 171ରେ ପହଞ୍ଚିଛି । ଏବେ ସୁଦ୍ଧା ଜିଲ୍ଲାରେ 127ଟି ସକ୍ରିୟ ମାମଲା ରହିଛି ।
ରମେଶ ମହାନ୍ତି
ଜଗତସିଂହପୁର : ଆଜି ଜଗତସିଂହପୁରରୁ 9 ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛି ଜିଲ୍ଳା ପ୍ରଶାସନ । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସମେସ୍ତ ପ୍ରବାସ ଫେରନ୍ତା ରହିଥିବାବେଳେ ସମସ୍ତ ଆକ୍ରାନ୍ତ ଟିଏମ୍ସିରୁ ଚିହ୍ନଟ ହୋଇଛନ୍ତି । କୁଜଙ୍ଗରୁ ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ଦୁଇଜଣ ଓ ଦିଲ୍ଲୀରୁ ଜଣେ ଫେରିଥିଲେ । ସେହିପରି ନୂଆଗାଁରୁ ମଧ୍ୟ ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ତାମିଲନାଡୁ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ରହିଛନ୍ତି । ସେହିପରି ତିର୍ତ୍ତୋଲରୁ ତିନିଜଣ ଚିହ୍ନଟ ହୋଇଥିବା ସ୍ଥଳେ ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରରୁ ଫେରିଛନ୍ତି । ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ସାଉଦି ଆରବରୁ ଫେରିଥିବାବେଳେ ଅନ୍ୟ ଜଣକ ପଶ୍ଚିମବଙ୍ଗରୁ ଫେରିଛନ୍ତି।
ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 281ରେ ପହଞ୍ଚିଛି । ସେହିପରି ଆଜି ଜିଲ୍ଲାରୁ 2ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ଏପର୍ଯ୍ୟନ୍ତ 110ଟି ଆକ୍ଟିଭ୍ କେସ ରହିଥିବାବେଳେ 171ଜଣ ସୁସ୍ଥ ହୋଇଛନ୍ତି ।
ରମେଶ ମହାନ୍ତି
ଜଗତସିଂହପୁର : ଆଜି ଜଗତସିଂହପୁରରୁ 29 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରିଛନ୍ତି ଜିଲ୍ଲା ପ୍ରଶାସନ । ଆଜି ଚିହ୍ନଟ 29 ଆକ୍ରାନ୍ତଙ୍କ ମଧ୍ୟରୁ 28 ଜଣ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ଜଣେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି ।
ବିରିଡି ବ୍ଲକରୁ 10 ଜଣ ଚିହ୍ନଟ ହୋଇଥିବାବେଳେ ଚିହ୍ନଟ 10 ଜଣଙ୍କ ମଧ୍ୟରୁ ଝାଡଖଣ୍ଡରୁ ଜଣେ, ତେଲେଙ୍ଗାନାରୁ ଜଣେ, ସାଉଦି ଆରବରୁ ଜଣେ, ତାମିଲନାଡୁରୁ ଜଣେ ଓ ମହାରାଷ୍ଟ୍ରରୁ ତିନିଜଣ ଚିହ୍ନଟ ହୋଇଛନ୍ତି । ସେହପରି ତିର୍ତ୍ତୋଲ୍ ବ୍ଲକରୁ ଚିହ୍ନଟ ହୋଇଥିବା 7 ଜଣ ମଧ୍ୟ ପ୍ରବାସ ଫେରାନ୍ତା । ଏହି ସାତଜଣଙ୍କ ମଧ୍ୟରେ ମହାରାଷ୍ଟ୍ରରୁ 5 ଜଣ ଫେରିଥିବାବେଳେ ତାମିଲନାଡରୁ ଜଣେ ଓ ଓମାନରୁ ଜଣେ ଜଣେ ଫେରିଛନ୍ତି ।
ସେହିପରି ରଘୁନାଥପୁର ବ୍ଲକରୁ ଆଜି 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ପାଞ୍ଚ ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ତିନି ଜଣ, ତାମିଲନାଡରୁ ଜଣେ ଓ ଦିଲ୍ଲୀରୁ ଜଣେ ଫେରିଥିବାର ସୂଚନା ରହିଛି ।
ବାଲିକୁଦା ବ୍ଲକରୁ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆକ୍ରାନ୍ତଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଦିଲ୍ଲୀ, ଗୁଜୁରାଟ ଓ ପଞ୍ଜାବରୁ ଜଣେ ଲେଖାଏଁ ଫେରିଛନ୍ତି । କୁଜଙ୍ଗ ବ୍ଲକରୁ 2 ଜଣ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ଜଣେ ଓ ତାମିଲନାଡୁରୁ ଜଣେ ଫେରିଛନ୍ତି ।
ନୂତନ 29 ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ପଜିଟିଭଙ୍କ ସଂଖ୍ୟା 268ରେ ପହଞ୍ଚିଥିବାବେଳେ 155 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 113 ଜଣ ସକ୍ରିୟ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି ନୂତନ 218 ଜଣ ଚିହ୍ନଟ ହୋଇଛନ୍ତି । 21ଟି ଜିଲ୍ଲାରୁ ଆଜି 218 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଆମ୍ପାନ୍ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା 7 ଜଣ ଏନ୍ଡିଆରଏଫ୍ କର୍ମଚାରୀ ରହିଛନ୍ତି । ସେହିପରି ଗଞ୍ଜାମରୁ ସର୍ବାଧିକ 49ଜଣ, ଜଗତସିଂହପୁରରୁ 29, ଗଜପତିରୁ 27, ଭଦ୍ରକରୁ 25, ଖୋର୍ଦ୍ଧାରୁ 17, ସୁନ୍ଦରଗଡରୁ 11, ପୁରୀରୁ 10, ମୟୂରଭଞ୍ଜରୁ 9, ବାଲେଶ୍ବରରୁ 7, କେନ୍ଦ୍ରାପଡରୁ 6, କଟକରୁ 5, ଝାରସୁଗୁଡାରୁ 4 ଜଣ ଚିହ୍ନଟ ହୋଇଥିବାବେଳେ କେଉଁଝର, ନୂଆପଡା ଓ ସମ୍ବଲପୁରୁର 2 ଜଣ ଲେଖାଏଁ ରହିଛନ୍ତି । ସେହିପରି କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, ଯାଜପୁର, କୋରାପୁଟ, ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରମେଶ ମହାନ୍ତି
ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ 11 ଜଣ ଚିହ୍ନଟ ହୋଇଛନ୍ତି । ନୂତନ 11 ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ଜିଲ୍ଲାପ୍ରଶାସନ । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ 9 ଜଣ ଟିଏମ୍ସିରୁ ଚିହ୍ନଟ ହୋଇଥବାବେଳେ 2 ଜଣ ଟିଏମ୍ସିରୁ ଯିବା ପରେ ହୋମ୍ କ୍ବାରେଣ୍ଟିନ୍ରେ ରହିଥିଲେ । ଏହି ସମସ୍ତ ଆକ୍ରାନ୍ତମାନେ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଦିଲ୍ଲୀରୁ ତିନିଜଣ ଫେରିଥିବାବେଳେ, କର୍ଣ୍ଣାଟକରୁ ଜଣେ, ମହାରାଷ୍ଟ୍ରରୁ ତିନି ଜଣ, ପଶ୍ଚିମବଙ୍ଗରୁ ଜଣେ, ଉତ୍ତରପ୍ରଦେଶରୁ ଜଣେ ଓ ଗୁଜୁରାଟରୁ 2 ଜଣ ରହିଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତମାନେ ଦୁଇ ଗୋଟି ବ୍ଲକର ବୋଲି ଜଣାପଡିଛି । ଏରସମା ବ୍ଲକରୁ 7 ଜଣ ରହିଥିବାବେଳେ ତିର୍ତ୍ତୋଲ୍ ବ୍ଲକରୁ 4 ଜଣ ରହିଛନ୍ତି ।
ସେହିପରି ଏରସମା ବ୍ଲକରୁ ଚିହ୍ନଟ ହୋଇଥିବା 7 ଜଣଙ୍କ ମଧ୍ୟରୁ 5 ଜଣ ପଞ୍ଚାୟତସ୍ତରୀୟ ଟିଏମ୍ସି ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 2 ଜଣ ଟିଏମ୍ସିରୁ ଯାଇ ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିଲେ ।
ସୂଚନାଯୋଗ୍ୟ ଯେ ତିର୍ତ୍ତୋଲ ବ୍ଳକରୁ ଆଜି ବାହାରିଥିବା 4ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଡତିରା ପଞ୍ଚାୟତରୁ ଜଣେ , ତରଜଙ୍ଗା ପଞ୍ଚାୟତରୁ ଜଣେ, ଗୋବିନ୍ଦପୁର ପଞ୍ଚାୟତରୁ ଜଣେ, ଜଗନ୍ନାଥପୁର ପଞ୍ଚାୟତରୁ ରହିଛନ୍ତି ବୋଲି ସୂଚନା ରହିଛି ।
ରମେଶ ମହାନ୍ତି
ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ 19 ଜଣ ଚିହ୍ନଟ ହୋଇଛନ୍ତି । ନୂତନ 19 ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ଜିଲ୍ଲାପ୍ରଶାସନ । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ18 ଜଣ ଟିଏମ୍ସିରୁ ଚିହ୍ନଟ ହୋଇଥବାବେଳେ ଗୋଟିଏ ଲୋକାଲ କେସ୍ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ 4 ଜଣ, ବିରିଡି ବ୍ଲକରୁ 2 ଜଣ, କୁଜଙ୍ଗ ବ୍ଲକରୁ 9 ଜଣ, ନାଉଗାଁ ବ୍ଲକରୁ 3 ଜଣ ଓ ଏରସମା ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କମଧ୍ୟରୁ 15 ଜଣ ପଞ୍ଚାୟତ କ୍ବାରେଣ୍ଟାଇନ୍ ସେଣ୍ଟରରେ ଚିହ୍ନଟ ହୋଇଥିବାବେଳେ ଜଣେ କୋଭିଡ ଯୋଦ୍ଧା ରହିଛନ୍ତି । ସେହିପରି ଅନ୍ୟ ଦୁଇ ଜଣ ଜିଲ୍ଲା ମୁଖ୍ୟାଳୟ , ଆଇସୋଲେସନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ସେହିପରି ଜଣେ ଲୋକାଲ୍ କେସ୍ ନାଉଗାଁରୁ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ 16 ଜଣ ପ୍ରବାସୀ ରହିଛନ୍ତି । ଏହି ପ୍ରବାସୀଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ 2 ଜଣ ଫେରିଥିବାବେଳେ ଦିଲ୍ଲୀରୁ ଦୁଇ ଜଣ, କର୍ଣ୍ଣାଟକରୁ ତିନି ଜଣ, ମହାରାଷ୍ଟ୍ରରୁ ଜଣେ, ତାମିଲନାଡରୁ ତିନି ଜଣ, ପଶ୍ଚିମବଙ୍ଗରୁ ପାଞ୍ଚଜଣ, ସାଉଦିଆରବରୁ ଜଣେ ରହିଛନ୍ତି ।
ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଏବେ ସର୍ବମୋଟ ପଜିଟିଭ୍ ସଂଖ୍ୟା 228ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 133 ଜଣ। ଏବେ ସୁଦ୍ଧା ଜିଲ୍ଲାରେ 95ଟି ସକ୍ରିୟ ମାମଲା ରହିଛି ।
ରମେଶ ମହାନ୍ତି
ଜଗତସିଂହପୁର : ଆଜି ଜଗତସିଂହପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣକ କୁଜଙ୍ଗ ବ୍ଲକର ହୋଇଥିବାବେଳେ କ୍ବାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ବୋଲି ଜଗତସିଂହପୁର ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ଆକ୍ରାନ୍ତ ଜଣକ ମହାରାଷ୍ଟ୍ର ଫେରନ୍ତା ହୋଇଥିବାର ସୂଚନା ରହିଛି । ଆଜି ଜଣେ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 209ରେ ପହଞ୍ଚିଥିବାବେଳେ 130 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଜିଲ୍ଲାରେ 79ଟି ଆକ୍ଟିଭ୍ କେସ୍ ରହିଛି।
ସୂଚନାଯୋଗ୍ୟ, ଆଜି ରାଜ୍ୟରେ 143 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 137ଜଣ ଚିହ୍ନଟ ହୋଇଥିବାବେଳେ 6ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 5303କୁ ବୃଦ୍ଧି ହୋଇଛି ।
ରମେଶ ମହାନ୍ତି
ଜଗତସିଂହପୁର : ଜଗତସିଂହପୁରର ଚିହ୍ନଟ 29 ପଜିଟିଭଙ୍କ ତଥ୍ୟ ଜାରି କରିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ । ଆଜି ରାଜ୍ୟରେ ସର୍ବାଧିକ 304 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରୁ 29 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ ପ୍ରବାସ ଫେରନ୍ତା ହୋଇଥିବାବେଳେ ସମେସ୍ତ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ନେଇ ସୂଚନା ରହିଛି । 29 ଆକ୍ରାନ୍ତଙ୍କ ମଧ୍ୟରୁ ତିର୍ତ୍ତୋଲ୍ ବ୍ଲକରୁ 17 ଜଣ ରହିଥିବାବେଳେ ଜଗତସିଂହପୁର ବ୍ଲକରୁ 6 ଜଣ, ନୂଆଗାଁ ଓ ରଘୁନାଥପୁର ବ୍ଲକରୁ ତିନି ଜଣ ଲେଖାଏଁ ରହିଛନ୍ତି । ସେହିପରି ତିର୍ତ୍ତୋଲ ବ୍ଲକର ରହିଥିବା 17 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ରରୁ 10 ଜଣ ଫେରିଥିବାବେଳେ ଉତ୍ତରପ୍ରଦେଶରୁ ଜଣେ, ହରିୟାଣାରୁ ଜଣେ, ତାମିଲନାଡୁରୁ ତିନିଜଣ, କର୍ଣ୍ଣାଟକରୁ ଜଣେ ଓ ପଶ୍ଚିମବଙ୍ଗରୁ ଜଣେ ଫେରିଥିବାର ସୂଚନା ରହିଛି । ଜଗତସିଂହପୁର ବ୍ଲକରୁ ଚିହ୍ନଟ 6 ଆକ୍ରାନ୍ତଙ୍କ ମଧ୍ୟରେ ଦିଲ୍ଲୀରୁ ତିନି ଜଣ ଫେରିଥିବାବେଳେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ତେଲେଙ୍ଗାନାରୁ ଜଣେ ଲେଖାଏଁ ଫେରିଥିବାର ସୂଚନା ରହିଛି ।
ସେହିପରି ନୂଆଗାଁରୁ ଫେରିଥିବା ତିନି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ବାହାର ରାଜ୍ୟରୁ ଫେରିଛନ୍ତି । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରରୁ ଓ ଅନ୍ୟ ଜଣେ ଦିଲ୍ଲୀରୁ ଫେରିଛନ୍ତି । ଏହି ବ୍ଲକର ତୃତୀୟ ଜଣକ ବରଗଡ ଜିଲ୍ଲାରୁ ଫେରିଥିବାର ସୂଚନା ରହିଛି । ସେହିପରି ରଘୁନାଥପୁରର ଚିହ୍ନଟ ହୋଇଥିବା ତିନିଜଣ ଆକ୍ରାନ୍ତ ମହାରାଷ୍ଟ୍ରରୁ ଫେରିଥିବାର ସୂଚନା ରହିଛି ।
ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ସ୍ଥିତ ଶାରଳା ସମବାୟ ସୂତାକଳ ପୁର୍ନବାର କାର୍ଯ୍ୟକ୍ଷମ କରିବାପାଇଁ ଜଗତସିଂହପୁର ଜିଲ୍ଲାର ସଚେତନ ଯୁବକମାନେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଭେଟି ନିଜର ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯଦି ତିର୍ତ୍ତୋଲର ଉକ୍ତ ସୂତାକଳଟି କାର୍ଯ୍ୟକ୍ଷମ ହୁଏ ତାହେଲେ ମହାମାରୀ କରୋନା ସମୟରେ ବିଭିନ୍ନ ରାଜ୍ୟରୁ ଫେରି ଘରେ ବସିରହିଥିବା ପ୍ରବାସୀ ମାନେ ନିଜ ଜିଲ୍ଲାରେ ଚାକିରି କରିବା ସହିତ ଜିଲ୍ଲାର ବେକାରୀ ସମସ୍ୟା ଦୂରହେବ ଓ ଜିଲ୍ଲାର ଆର୍ଥିକ ବିକାଶ ମଧ୍ୟ ହେବ।
ଏଥିରେ ଅଜୟ କୁମାର ଗୋଛାୟତ, କାଳୀ କିଙ୍କର ମହାନ୍ତି, ରବିନାରାୟଣ କର, ସୌଭାଗ୍ୟ ସ୍ୱାଇଁ, ରୁଦ୍ର ଆଚାର୍ଯ୍ୟ, କାଳନ୍ଦୀ ଦାଶ, ଅବନୀକାନ୍ତ ଦାଶ, ଶ୍ୟାମ ସୁନ୍ଦର ସାହୁ , ସୁରେଶ ମଲ୍ଲିକ , ଅଂଶୁମାନ ମହାନ୍ତି , ଆଶିଷ ମହାନ୍ତି , ପବିତ୍ର କୁମାର୍ ମହାନ୍ତି , ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଦାବି ଜଣାଇଥିଲେ।
ରମେଶ ମହାନ୍ତି
ଜଗତସିଂହପୁର : ଆଜି ଜଗତସିଂହପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣକ କ୍ବାରେଣ୍ଟିନ କେନ୍ଦ୍ରରୁ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଆକ୍ରାନ୍ତ ଜଣକ ହରିୟାଣାରୁ ଫେରିଥିବାବେଳେ ଆକ୍ରାନ୍ତ ଜଣକ ନୂଆଗାଁର ବୋଲି ସୂଚନା ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ୍ ଆକ୍ରାନ୍ତ ସଂଖ୍ୟା 175ରେ ପହଞ୍ଚିଛି । ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତ 86 ଜଣ ରହିଥିବାବେଳେ 89 ଜଣ ସୁସ୍ଥ ହୋଇଛନ୍ତି ।
ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା 11 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ଜିଲ୍ଲାପାଳ। ଆଜି ରାଜ୍ୟରୁ 186 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଗତସିଂହପୁର ଜିଲ୍ଲାରୁ 11 ଜଣ ଆକ୍ରାନ୍ତ ରହିଛନ୍ତି। ଏହି ସମସ୍ତ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ 7 ଜଣ ଫେରିଥିବାବେଳେ ଆନ୍ଧ୍ରପ୍ରଦେଶରୁ ଜଣେ, ତେଲେଙ୍ଗାନାରୁ ଜଣେ ଫେରିଛନ୍ତି । ସେହିପରି ଗୁଜୁରାଟ ଓ ହରିୟାଣାରୁ ଜଣେ ଲେଖାଏଁ ଫେରିଥିବାର ସୂଚନା ରହିଛି । ଏହି ସମସ୍ତ ଆକ୍ରାନ୍ତ ଟିଏମ୍ସିରେ ରହିଥିଲେ ବୋଲି ସୂଚନା ରହିଛି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବିରିଡିରୁ 7 ଜଣ ରହିଛନ୍ତି । ସେହିପରି ରଘୁନାଥପୁରରୁ 2 ଜଣ ଓ ନୂଆଗାଁରୁ 2 ଜଣ ରହିଛନ୍ତି । ଆଜି ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କୁ କିମସ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ନେଇ ବ୍ୟବସ୍ଥା ଆରମ୍ଭ କରାଯାଇଛି।
ଏହି ନୂତନ 11ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 154ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ 86 ଜଣ ସୁସ୍ଥ ହୋଇଥିବାବେଳେ ଜିଲ୍ଲାରେ ଏବେ ସୁଦ୍ଧା 68ଟି ସକ୍ରିୟ ମାମଲା ରହିଛି।