Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରୋଟାରୀ କ୍ଲବ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ: ବାଲୁଗାଁ ଏସଡିପିଓ ରକ୍ତଦାନ କରି ଶିବିରକୁ କଲେ ଉଦଘାଟନ
ଆଞ୍ଚଳିକ

ରୋଟାରୀ କ୍ଲବ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ: ବାଲୁଗାଁ ଏସଡିପିଓ ରକ୍ତଦାନ କରି ଶିବିରକୁ କଲେ ଉଦଘାଟନ

February 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର-ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ସ୍ଥିତ ଶ୍ରୀ ଶ୍ରୀ ଉମାମହେଶ୍ୱର ବଣିକ ସଂଘ ଗୃହ ଠାରେଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ରୋଟାରିକ୍ଲବର ସଭ୍ୟ ଓ ସ୍ଥାନୀୟ ଜନସାଧାରଣମାନେ ରକ୍ତ ଦାନ କରିଥିଲେ।

ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଉକ୍ତ ଶିବିରକୁ ଉଦଘାଟନ କରିବା ସହ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଲିକ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ରୋଟାରୀ କ୍ଲବ ବାଣପୁର-ବାଲୁଗାଁର ସଭାପତି ରୋଟାରୀୟାନ ଅଶୋକ କୁମାର ପାତ୍ର ଏବଂ ସମ୍ପାଦକ ରୋଟାରୀୟାନ ଜିତେନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ବ୍ରହ୍ମପୁର ଏମ କେ ସି ଜି ଟେକିନିସିଆନ ପ୍ରଦୀପ କୁମାର ସୁବୁଦ୍ଧିଙ୍କ ସହିତ ଛଅ ଜଣ କର୍ମକର୍ତ୍ତାଙ୍କ ଦ୍ଵାରା ରକ୍ତ ସଂଗ୍ରହ କରାଯାଇଥିଲା। ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟାପକ ଲକ୍ଷ୍ମୀଧର ସୁବୁଦ୍ଧି, ଜାତୀୟ ସେବା ଯୋଜନାର ଯୁବ ବନ୍ଧୁ ମାନେ ଉକ୍ତ କାର୍ଯ୍ୟରେ ଭାଗ ନେଇଥିଲେ। କ୍ଲବର ପୂର୍ବତନ ସଭାପତି ବିଜୟ କୁମାର ନନ୍ଦ, ଓମ୍ ପ୍ରକାଶ ଅଗ୍ରୱାଲ, ରବି ନାରାୟଣ ନାୟକ, ଧିରେନ୍ଦ୍ରନାଥ ପାତ୍ର, ବିଜୟ କୁମାର ବେହେରା, ହିମାଂଶୁ କୁମାର ପାତ୍ର, ସୁନିଲ କୁମାର ପାତ୍ର, ଗୋପାଳ ଚନ୍ଦ୍ର ନାୟକ ଏବଂ କ୍ଲବର ପ୍ରଥମ ମହିଳା ଲକ୍ଷ୍ମୀପ୍ରିୟା ପାତ୍ର ପ୍ରମୁଖ ରୋଟରୀୟାନ ମାନେ ପରିଚାଳନାରେ ସହଯୋଗ କରିଥିଲେ।

ବାଣପୁର-ବାଲୁଗାଁ ରକ୍ତଦାନ ଶିବିର ରୋଟାରୀ କ୍ଲବ
Share. Facebook Twitter LinkedIn Email WhatsApp Copy Link

Related Posts

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026

ଗୋଦାବାରୀଶ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ

May 25, 2026
Latest News

ଭାରତ ପାଇଁ ଖୁସି ଖବର!: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତ ଆସୁଛି ଆଉ ଏକ ବଡ଼ ତେଲ ଟ୍ୟାଙ୍କର

May 29, 2026

ଇସ୍ତଫା ଦେବା ପରେ ରାହୁଲ ଗାନ୍ଧୀଙ୍କୁ ଭେଟିଲେ ସିଦ୍ଧରମୈୟା: ଜାଣନ୍ତୁ କଲେ ଦାବି?

May 29, 2026

ଚ଼ିଲିକାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

May 29, 2026

ଆଜିଠାରୁ CBSE ର ଆରମ୍ଭ ହେଲା ପୁନଃମୂଲ୍ୟାୟନ: ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା

May 29, 2026

CJP କୁ ବଡ ଝଟକା: X ଆକାଉଣ୍ଟକୁ ପୁନରୁଦ୍ଧାର କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

May 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.