Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭୁବନେଶ୍ବରରେ ‘ଲାୟନ୍ସ ଆଇଡ଼ଲ’ ପ୍ରତିଯୋଗିତା ଆୟୋଜିତ
ଆଞ୍ଚଳିକ

ଭୁବନେଶ୍ବରରେ ‘ଲାୟନ୍ସ ଆଇଡ଼ଲ’ ପ୍ରତିଯୋଗିତା ଆୟୋଜିତ

November 16, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ‘ଲାୟନ୍ସ ଆଇଡ଼ଲ’ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର : ଲାୟନ୍ସ ଜିଲ୍ଲା ୩୨୨ସି୪ ଦ୍ୱାରା ଆୟୋଜିତ ‘ଲାୟନ୍ସ ଆଇଡ଼ଲ’ ପ୍ରତିଯୋଗିତା ସ୍ଥାନୀୟ ନୟାପଲ୍ଲୀସ୍ଥିତ ଲାୟନ୍ସ ଭବନରେ ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତୀୟ ଲାୟନ୍ସ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଏହି ଲାୟନ୍ସ ଆଇଡ଼ଲ ପ୍ରତିବର୍ଷ ଶିଶୁ କଳାକାର ବିକାଶ ପାଇଁ ଆୟୋଜନ କରାଯାଇଥାଏ ।

୩୨୨ସି୪ ଜିଲ୍ଲାର ଚେୟାର ପରସନ ଲାୟନ ସଂଯୁକ୍ତା ପତ୍ରୀ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପୂର୍ବରୁ ପ୍ରାଥମିକ ପର୍ଯ୍ୟାୟରେ ଜୁନିୟର ବିଭାଗରୁ ୨୦ଜଣ ଓ ସବ୍ ଜୁନିଅର ବିଭାଗରୁ ୨୦ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇ ଅନ୍ତିମ ପର୍ଯ୍ୟାୟରେ ଉଭୟ ବିଭାଗରୁ ୫ଜଣ ଲେଖାଏଁ ପ୍ରତିଯୋଗୀଙ୍କୁ ବଛା ଯାଇଥିଲା ।

ସଙ୍ଗୀତକାର ଶ୍ରୀ ପ୍ରଶାନ୍ତ ପାଢୀ, ଗାୟିକା ଗୀତା ଦାଶ ଓ ସଙ୍ଗୀତକାର ଶ୍ରୀ ଶୈଳେନ୍ଦ୍ର ପାତ୍ର ଏହି ଚୟନ ପ୍ରକ୍ରିୟାରେ ବିଚାରକ ଭାବେ ଅଂଶଗ୍ରହଣ କରିଥିଲେ । ଜୁନିଅର ବିଭାଗରେ ବିଜେତା ତନୁଶ୍ରୀ ଜେନା ପ୍ରଥମ ସ୍ଥାନ ବା ‘ଲାୟନ୍ସ ଆଇଡ଼ଲ’ ହୋଇ ୫୦୦୦ ଟଙ୍କା ଓ ଟ୍ରଫି, ନୌମିକା ଦାସ ଓ ଶିବାନୀ ନାୟକ ଦ୍ୱିତୀୟ ସ୍ଥାନରେ ୩୦୦୦ ଟଙ୍କା ଓ ଟ୍ରଫି ଏବଂ ମାନ୍ୟତା ଦାସ ଓ ଆୟାନ ପଣ୍ଡା ତୃତୀୟ ସ୍ଥାନରେ ୨୦୦୦ ଟଙ୍କା ଓ ଟ୍ରଫି ପାଇଥିଲେ।

ସେହିପରି ସବ୍‌- ଜୁନିଅର ବିଭାଗରେ ପାୟଲ ସୋରେନ ଲାୟନ୍ସ ଆଇଡ଼ଲ ହୋଇ ୫୦୦୦ ଟଙ୍କା ଓ ଟ୍ରଫି, ଅନୁତୋରା ଶତପଥୀ ଦ୍ୱିତୀୟ ସ୍ଥାନରେ ୩୦୦୦ ଟଙ୍କା ଓ ଟ୍ରଫି ପାଇଥିଲେ ଏବଂ ଆୟାନ ପଣ୍ଡା, ସାଇଶ୍ରୁସ୍ତି ରଥ ତୃତୀୟ ସ୍ଥାନରେ ୨୦୦୦ ଟଙ୍କା ଓ ଟ୍ରଫି
ପାଇଥିଳେ । ଜିଲ୍ଲା ଗଭର୍ଣ୍ଣର ଲାୟନ ପୂର୍ଣ୍ଣଚନ୍ଦ୍ର ପାଢୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଲାୟନ ପତ୍ରୀଙ୍କ ଏହି ଉଦ୍‌ଯୋଗକୁ ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଆନୁକୂଲ୍ୟରେ ଓଡ଼ିଶାର ପ୍ରଖ୍ୟାତ ଗାୟକ ଶ୍ରୀ ତାନସେନ ସିଂଙ୍କୁ ସମ୍ମାନିତ କରାଯାଇଥିଲା । ଦ୍ୱିତୀୟ ଜିଲ୍ଲା ଗଭର୍ଣ୍ଣର ଲାୟନ ସୁରେଶ ଚନ୍ଦ୍ର ନାୟକ ଓ ବହୁ ଲାୟନ ସଭ୍ୟମାନେ ତଥା ଅନେକ ବରିଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ରହି ପ୍ରତିଯୋଗିତାକୁ ଉପଭୋଗ କରିଥିଲେ । ସର୍ବଶେଷରେ ଲାୟନ ମାୟା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଲାୟନ ସୁରଭୀ ଦାଶ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ଅତି ସୁନ୍ଦର ଭାବେ ସଞ୍ଚାଳନ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.