Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସୋଆ କୃଷି ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀମାନଙ୍କର ସ୍ୱାଗତ ଉତ୍ସବ
ଆଞ୍ଚଳିକ

ସୋଆ କୃଷି ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀମାନଙ୍କର ସ୍ୱାଗତ ଉତ୍ସବ

November 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟରେ ନବାଗତ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ୱାଗତ ଓ ଅଭ୍ୟର୍ଥନାର ବିଶେଷ କାର୍ଯ୍ୟକ୍ରମ ଚଳିତ ମାସ ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହୋଇଯାଇଛି। କୃଷି ମହାବିଦ୍ୟାଳୟର ନବନିର୍ମିତ ଭବ୍ୟ ସଭାଗୃହରେ ଅନୁଷ୍ଠିତ ଏଇ ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସଭାପତିତ୍ୱ କରି ନବାଗତ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଭବିଷ୍ୟତର ଗଠନମୂଳକ କାର୍ଯ୍ୟପନ୍ଥା ଓ ନୈତିକ ତଥା ବୌଦ୍ଧିକ ସ୍ତରରେ ଉନ୍ନତି ସମ୍ପର୍କରେ ଆଲୋକପାତ କରିଥିଲେ।

ସମଗ୍ର ଭାରତ ବର୍ଷରେ ସୋଆ ବିଶ୍ୱବିଦ୍ୟାଳୟ ବିଭିନ୍ନ କ୍ଷେତ୍ରରେ ଅନନ୍ୟ ବୋଲି ନିଜକୁ ପ୍ରତିପାଦିତ କରିପାରିଥିବାରୁ ବିଶ୍ୱବିଦ୍ୟାଳୟର ଏହି ସଫଳତା ନିମନ୍ତେ ଛାତ୍ରଛାତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଉତ୍ସବର ବରେଣ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର ଛାତ୍ର କଲ୍ୟାଣ ଅଧ୍ୟକ୍ଷ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାମନସ୍କ ହେବା ପାଇଁ ଉପଦେଶ ଦେବା ସହ ସେମାନଙ୍କ ଅଭିଭାବକମାନଙ୍କୁ ମଧ୍ୟ ସନ୍ତାନମାନଙ୍କ ସହ ଯୋଡି ହୋଇ ସେମାନଙ୍କ ଜୀବନର ପ୍ରତି ସୋପାନରେ ସଚେତନ ରହିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ।

ଶିକ୍ଷା ଯେ ଉନ୍ନତିର ମୂଳ ମନ୍ତ୍ର ଓ ଛାତ୍ରଛାତ୍ରୀମାନେ ହିଁ ଏକ ଜାତିର ଉନ୍ନତିର ମୂଳଉତ୍ସ ବୋଲି ଉତ୍ସବର ଅନ୍ୟତମ ଅତିଥି ବିଶ୍ୱବିଦ୍ୟାଳୟର ଅତିରିକ୍ତ ଗବେଷଣା ଅଧ୍ୟକ୍ଷ ଡଃ ପ୍ରିୟବ୍ରତ ପଟ୍ଟନାୟକ ମତପୋଷଣ କରିଥିଲେ।

କୃଷି ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ନିରୋଦ କୁମାର ଧଳ ଏ ଉତ୍ସବରେ ଯୋଗ ଦେଇ ଭାରତୀୟ କୃଷି ବିଜ୍ଞାନର ଇତିହାସ ଓ ବୈଜ୍ଞାନିକମାନଙ୍କ ଅଦମ୍ୟ ପ୍ରଚେଷ୍ଟା ଓ ଅବଦାନ ବିଷୟରେ ଆଲୋକପାତ କରିବା ସହ କୃଷି ବିଜ୍ଞାନକୁ ଶିକ୍ଷା ବ୍ୟବସ୍ଥାରେ ସାମିଲ୍ କରାଯିବାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ଏ ଉତ୍ସବରେ ମହାବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇ ସୋଆ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟରେ ଗବେଷଣା ଓ ଶିକ୍ଷାର ଗୁରୁତ୍ୱ ଓ କ୍ରମୋନ୍ନତି ବିଷୟରେ ବକ୍ତବ୍ୟ ରଖିବା ସହ ସମସ୍ତ ନବାଗତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଯତ୍ନଶୀଳ ହେବା ନିମନ୍ତେ ଉପଦେଶ ଦେଇଥିଲେ।

ଡଃ ଚକ୍ରଧର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏ ଉତ୍ସବର ପ୍ରଥମ ଅଧିବେଶନରେ ପ୍ରଫେସର ବିବୁଧ ପରାଶର ଧନ୍ୟବାଦ ଦେଇଥିଲେ। ପରେ ପରେ ଅଧ୍ୟାପିକା ସୁଚିସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଉତ୍ସବର ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଅଧିବେଶନରେ ଚାରି ବର୍ଷର କୃଷି ପାଠ୍ୟକ୍ରମ ଓ ମହାବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥା ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା।

ଏହି ଅବସରରେ ପ୍ରଫେସର ସନ୍ତୋଷ କୁମାର ରାଉତ, ପ୍ରଫେସର ସରୋଜ କୁମାର ମହାନ୍ତି ମହାବିଦ୍ୟାଳୟର ନିୟମ ଓ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିବା ବେଳେ ଅଧ୍ୟାପକ ଅଜୟ କୁମାର କର୍ଣ୍ଣ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ନିବାସର ବିଧି ବ୍ୟବସ୍ଥା ଉପରେ ନିଜର ବକ୍ତବ୍ୟ ରଖିଥିଲେ।

ଏହା ସହ ମହାବିଦ୍ୟାଳୟର ପ୍ରତି ବିଭାଗର ବିଭାଗୀୟ ମୁଖ୍ୟ ଓ ଭାରପ୍ରାପ୍ତ ମୁଖ୍ୟ ଯଥା ଡଃ ଦୀନବନ୍ଧୁ ଜେନା, ଡଃ ଜଗମୋହନ ଲାଲ ଗୁଲାଟି, ଡଃ ଆଲୋକ କୁମାର ନନ୍ଦୀ, ଡଃ କାର୍ତିକ ଚନ୍ଦ୍ର ସାହୁ, ଡଃ ଶିଶିର କାନ୍ତ ବେହେରା, ଡଃ ଅସିତ ପ୍ରସାଦ ଦାଶ, ଡଃ ଚୌଧୁରୀ ହର ପ୍ରସାଦ ମିଶ୍ର, ଡଃ ବ୍ରଜ କିଶୋର ସାହୁ, ଡଃ ସୁରେନ୍ଦ୍ର ନାୟକ, ଡଃ ଆର୍‌. କେ. ରାଜ ଏବଂ ଡଃ ଏଚ୍‌.
ଏନ୍‌. ଅତିବୁଦ୍ଧି ପ୍ରମୁଖ କୃଷି ବିଜ୍ଞାନର ବିଭିନ୍ନ ବିଭାଗର ଆଭିମୁଖ୍ୟ ଓ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ।

ନବାଗତ ଛାତ୍ରଛାତ୍ରୀ ଭୁବନେଶ୍ୱର ସୋଆ କୃଷି ମହାବିଦ୍ୟାଳୟ ସ୍ୱାଗତ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ବୋଲେରୋ-ବାଇକ ମୁହାଁମୁହିଁ ଧକ୍କା, ପୂର୍ବତନ ସମିତିସଭ୍ୟ ମୃତ; ଜଣେ ଗୁରୁତର

September 19, 2026

 ଆଜି ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

September 19, 2026

ଚ଼ିଲିକା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ଆଇନ ମନ୍ତ୍ରୀ

September 18, 2026

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 18, 2026
Latest News

ଆଜି ସେପ୍ଟେମ୍ବର ୨୧ ତାରିଖ ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

September 21, 2026

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.