Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଓୟୁଜେ ରେଢାଖୋଲ ୟୁନିଟ୍ ପକ୍ଷରୁ ସାମ୍ବାଦିକ ରୋହିତ ବିଶ୍ୱାଳ ଓ ସୁର ସାମ୍ରାଜ୍ଞୀ ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି
ଆଞ୍ଚଳିକ

ଓୟୁଜେ ରେଢାଖୋଲ ୟୁନିଟ୍ ପକ୍ଷରୁ ସାମ୍ବାଦିକ ରୋହିତ ବିଶ୍ୱାଳ ଓ ସୁର ସାମ୍ରାଜ୍ଞୀ ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି

February 6, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ଲତା ଦିଦିଙ୍କ ପରଲୋକରେ ଭାରତୀୟ ସଂଗୀତର ସୁବର୍ଣ୍ଣ ଯୁଗର ଅବସାନ ଘଟିଲା, ସାରା ଦେଶ ଲତା ଦିଦିଙ୍କ ଅବର୍ତ୍ତମାନ କାଳରେ ତାଙ୍କ ସ୍ୱରକୁ ମନେ ରଖିବ। ସେହିପରି ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁରେ ସାରା ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଆୟୋଜିତ ଶ୍ରଦ୍ଧାଞଳୀ ସଭାରେ ଉପସ୍ଥିତ ସାମ୍ବାଦିକମାନେ ମତ ରଖିଥିଲେ।

ରେଢାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ରମାକନ୍ତ ମହାନନ୍ଦଙ୍କ ସଭାପତିତ୍ୱରେ ସ୍ଥାନୀୟ ପିଡବ୍ଲୁଡି ବଙ୍ଗଳାରେ ଆୟୋଜିତ ଶ୍ରଦ୍ଧାଞଳୀ ସଭାରେ , ଉଭୟଙ୍କ ପାଇଁ ପ୍ରଥମେ ଦୁଇମିନିଟ ନିରବ ପ୍ରାର୍ଥନା କରିବା ସହ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅପର୍ଣ କରାଯାଇଥିଲା। ରେଢାଖୋଲ, ନାକଟିଦେଉଳ ବ୍ଲକର ସାମ୍ବାଦିକ ମାନେ ଯୋଗଦେଇ ଉଭୟଙ୍କ ଜୀବନୀ ଉପରେ ସ୍ମୃତିଚାରଣ କରିଥିଲେ। ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ନିର୍ଭୀକତା ଖବର ପରିବେଷଣ ସମସ୍ତଙ୍କ ପାଇଁ ମନେରହିବ। ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା , ଖବର ସଂଗ୍ରହ ବେଳେ ମୃତ୍ୟୁକାଳିନ ଅର୍ଥରାଶି ବୃଦ୍ଧି କରିବା ସହିତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ସହିଦ ମାନ୍ୟତା ପ୍ରଦାନ ପାଇଁ ସଂଘ ପକ୍ଷରୁ ଦାବୀ ଉପସ୍ଥାପନା କରାଯାଇଥିଲା।

ସେହିଭଳି ଲତା ମଙ୍ଗେସକରଙ୍କ ବଲିଉଡ ପ୍ରତି ତାଙ୍କର ଅବଦାନ ମନେରହିବ ଓ ତାଙ୍କ ପରଲୋକରେ ସାରାଦେଶ ଶୋକରେ ମ୍ରିୟମାଣ ବୋଲି ସାମ୍ବାଦିକ ମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥରଲେ।

ଆଜିର ଶୋକସଭାରେ ଓୟୁଜେ ଜିଲ୍ଲା ଉପସଭାପତି ଜୟନ୍ତ କୁମାର ଖଡିରତ୍ନ , ବରିଷ୍ଠ ସାମ୍ବାଦିକ ଶରତ କୁମାର ପ୍ରଧାନ, ପ୍ରସନ୍ନ ପ୍ରଧାନ, ଶଙ୍କର ପୃଷ୍ଟି, ତପନ କୁମାର ବିଶ୍ୱାଳ, ସରୋଜ ସାହୁ, ମମତା ପାତ୍ର, ସୁଶାନ୍ତ ନାଗ,ଅନୀଲ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଓୟୁଜେ ରେଢାଖୋଲ ୟୁନିଟ୍ ର ସମ୍ପାଦକ ସାମ୍ବାଦିକ କନ୍ଦର୍ପ ବେହେରା ଧନ୍ୟବାଦ ଦେଇଥିଲେ।

ଓୟୁଜେ ରୋହିତ ବିଶ୍ୱାଳ ଶ୍ରଦ୍ଧାଞ୍ଜଳି
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026

ବାଣପୁରରେ ସାଇବର ସୁରକ୍ଷା ଅଭିଯାନ

August 15, 2026
Latest News

“ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ”: ଆତଙ୍କବାଦ ଉପରେ ପାକିସ୍ତାନକୁ ଭାରତର କଡ଼ା ଜବାବ

August 18, 2026

‘ନିଶାମୁକ୍ତ ଭାରତ ଅଭିଯାନ’ ପାଇଁ ଓମ୍ଫେଡ୍ ର ଶପଥ ଗ୍ରହଣ

August 18, 2026

ସମ୍ ଅଲ୍‌ଟିମେଟ୍ ର ଡାକ୍ତର ବାନାମ୍ବର ରାୟଙ୍କୁ ‘ଅନରିଙ୍ଗ ଆୱାର ଗୁରୁ’ ସମ୍ମାନ

August 18, 2026

ପୋଖରୀପୁଟ ଡିଏଭି ଛାତ୍ରୀଙ୍କ ଲିଖିତ ପୁସ୍ତକ ସୋଆ ପ୍ରତିଷ୍ଠାତା-ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚିତ

August 18, 2026

ତୃତୀୟ ଦିବସରେ ଅହୋରାତ୍ର ଧାରଣା: ଗାନ୍ଧିମାର୍ଗରେ ନ୍ୟାୟ ମାଗୁଛନ୍ତି ଶିକ୍ଷକ ଓ ଶିକ୍ଷାକର୍ମଚାରୀ

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.