Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ବ୍ଲକ ସମ୍ମୁଖରେ ଧାରଣା ଦେଲେ ୱାର୍ଡମେମ୍ବର ଆଶାୟୀ ଓ ପରିବାରବର୍ଗ
ଆଞ୍ଚଳିକ

ବାଣପୁର: ବ୍ଲକ ସମ୍ମୁଖରେ ଧାରଣା ଦେଲେ ୱାର୍ଡମେମ୍ବର ଆଶାୟୀ ଓ ପରିବାରବର୍ଗ

February 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଭୋଟର କାର୍ଡରେ ଅନିୟମିତତାକୁ ନେଇ ଧାରଣା ଦେଇଛନ୍ତି ଜଣେ ପରିବାର। ଖବର ମୁତାବକ କୁମାରାଙ୍ଗ ଶାସନ ଗ୍ରାମର ଦିଲ୍ଲୀପ କୁମାର ମିଶ୍ର ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ କୁମାରାଙ୍ଗ ଗ୍ରାମ ପଞ୍ଚାୟତ ୮ ନମ୍ବର ୱାର୍ଡରୁ ୱାର୍ଡ ମେମ୍ବର ପ୍ରାର୍ଥୀ ପାଇଁ ନୋମିନେସନ କରିଥିଲେ। କିନ୍ତୁ ନୋମିନେସନ ସମୟରେ ତାଙ୍କ ନାମ ଭୋଟର ଲିଷ୍ଟରେ ନଥିଲା ଏବଂ ତାଙ୍କ ପରିବାରର ଅନ୍ୟ ୫ ଜଣଙ୍କ ନାମ ୮ ନମ୍ବର ୱାର୍ଡ ପରିବର୍ତ୍ତେ ୯ ନମ୍ବର ୱାର୍ଡକୁ ସ୍ଥାନାନ୍ତରିତ ହୋଇଥିବା ସେ ଅଭିଯୋଗ କରିଛନ୍ତି।

ଦିଲ୍ଲୀପ କହିଛନ୍ତି ଯେ, ସେ ୮ ନମ୍ବର ୱାର୍ଡର ସ୍ଥାୟୀ ବାସିନ୍ଦା ଥିଲେ ତାଙ୍କ ପଞ୍ଚାୟତର ଶାସକ ଦଳର କୁଜି ନେତା ମାନେ ସରକାରୀ କର୍ମଚାରୀଙ୍କୁ ହାତବାରିସୀ କରି ତାଙ୍କ ନାମକୁ ଭୋଟର ତାଲିକାରୁ କାଟିଛନ୍ତି ଏବଂ ତାଙ୍କ ପରିବାରର ନାମକୁ ୯ ନମ୍ବର ୱାର୍ଡରେ ସ୍ଥାନାନ୍ତରିତ କରିଛନ୍ତି। ତେବେ ଗଣତନ୍ତ୍ରରେ ମତ ସାବ୍ୟସ୍ତ କରିବା ଏବଂ ନିର୍ବାଚନ ଲଢ଼ିବା ପ୍ରତି ନାଗରିକର ସାମ୍ବିଧାନିକ ଅଧିକାର ହୋଇଥିବାବେଳେ ଶାସକ ଦଳର କୁଜି ନେତା ଏବଂ ସରକାରୀ କର୍ମଚାରୀ ମିଳିତ ଭାବେ ଆଇନକୁ ହାତକୁ ନେଇ କ୍ଷମତାର ଅପବ୍ୟବହାର କରି କିପରି ଜଣେ ନାଗରିକର ନାମକୁ ଭୋଟର କାର୍ଡରୁ କାଟିପାରୁଛନ୍ତି, ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି।

ତେବେ ଏ ନେଇ ଦିଲ୍ଲୀପ ଗତ ମାସ ୨୭ ତାରିଖରେ ବାଣପୁର ବିଡ଼ିଓଙ୍କୁ ଭେଟି ଏହାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ଏବଂ ତାଙ୍କୁ ପୁନଃ ନୋମିନେସନ ପାଇଁ ସୁଯୋଗ ଦିଆଯାଉ ବୋଲି ଏକ ଦାବିପତ୍ର ଦେଇଥିଲେ। କିନ୍ତୁ ଗତକାଲି ସୁଦ୍ଧା ଦିଲ୍ଲୀପଙ୍କୁ ବ୍ଲକ ପ୍ରଶାସନ କୌଣସି ଉତ୍ତର ନଦେବାରୁ ସେ ଆଜି ବାଧ୍ୟ ହୋଇ ନିଜ ପରିବାର ସହ ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ଦିଲ୍ଲୀପ କହିଛନ୍ତି ଯେ, ଯଦି ତାଙ୍କୁ ମତଦାନରୁ ବଞ୍ଚିତ କରାଯାଏ ତେବେ ନିର୍ବାଚନ ଦିନ ସେ ସପରିବାରେ ମତଦାନ କେନ୍ଦ୍ରରେ କଳା ପତାକା ପ୍ରଦର୍ଶନ କରିବା ସହ ଧାରଣା ଦେବେ। ତେବେ ଏ ନେଇ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକଙ୍କୁ ପଚାରିବାରୁ, ଦିଲ୍ଲୀପଙ୍କ ନାମ ବିଧାନସଭା ନିର୍ବାଚନ ଲିଷ୍ଟରେ ଥିବାବେଳେ ପଞ୍ଚାୟତ ନିର୍ବାଚନ ଲିଷ୍ଟରେ ନଥିବା କହିଛନ୍ତି। ଅନୁରୂପ ଭାବେ ଯଦି ଦିଲ୍ଲୀପ ଏବଂ ତାଙ୍କ ପରିବାରବର୍ଗଙ୍କ ଭୋଟର କାର୍ଡରେ ତ୍ରୁଟି ଥିଲା ତେବେ ସେ ସଂଶୋଧନ କରିବାର ସମୟସିମା ମଧ୍ୟରେ ଆବେଦନ କରିପାରିଥାନ୍ତେ। କିଂତୁ ସେ ସେହା କରିନଥିବାରୁ ଅଦ୍ୟାବଧି ଏପରି ତ୍ରୁଟି ରହିଛି।

ନ୍ୟାୟ ଦାବି ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026

ବାଣପୁରରେ ସାଇବର ସୁରକ୍ଷା ଅଭିଯାନ

August 15, 2026
Latest News

ଖୁବ ଶୀଘ୍ର ପୂରଣ ହେବ ହାଇକୋର୍ଟ ବିଚାରପତି ପଦବୀ

August 17, 2026

ରାଞ୍ଚିରେ ଛାତ୍ର ଆନ୍ଦୋଳନର ବଡ଼ ପ୍ରଭାବ: JSSC CGL ପରୀକ୍ଷା ବାତିଲ

August 17, 2026

ଏୟାରଟେଲ ବ୍ୟାଙ୍କରୁ ଇସ୍ତଫା ଦେଲେ ସୁନୀଲ ମିତ୍ତଲ: ଏବେ କିଏ ଦାୟିତ୍ୱ ନେବେ?

August 17, 2026

ଆଇଏସଆଇ-ସମର୍ଥିତ ‘ଶହଜାଦ ଭଟ୍ଟି ନେଟୱର୍କ’ ଧ୍ୱଂସ: ୨୦୦ରୁ ଅଧିକ ଗିରଫ

August 17, 2026

ଭଦ୍ରକରେ ବନ୍ୟା ପାଇଁ ସ୍କୁଲ ଛୁଟି: ୬ ବ୍ଲକର ୨୬୮ ସ୍କୁଲ ଓ ୫୬୭ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.