Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି ପ୍ରଦାନ
ଆଞ୍ଚଳିକ

ଚିଲିକା: ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି ପ୍ରଦାନ

May 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ସୋମବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଇଂଜନପୁର, ଚିଲିକା ସରକାରୀ ଉପ୍ରା ବିଦ୍ୟାଳୟରେ ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ର ବୃତ୍ତି ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି। ବିଗତ ବର୍ଷ ଠାରୁ ଭାରତୀୟ ନୌସେନାରେ କାର୍ଯ୍ୟରତ କମାଣ୍ଡିଙ୍ଗ ଅଫିସର ତପନ କୁମାର ସାହୁ ନିଜ ପିତାଙ୍କ ସ୍ମୃତିକୁ ବଜାୟ ରଖିବା ତଥା ଛାତ୍ରଛାତ୍ରୀମାନଙ୍କ ପ୍ରତି ଥିବା ନିବିଡ଼ ସମ୍ପର୍କକୁ ଚିର ସ୍ଥାୟୀ କରିବା ପାଇଁ ଉକ୍ତ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ତିନିଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରିଆସୁଛନ୍ତି।

ବୃତ୍ତି ବାବଦକୁ ପ୍ରଥମ ମେଧାବିଙ୍କୁ ୧୦୦୦ ଟଙ୍କା ସହ ମାନପତ୍ର , ଟ୍ରଫି ଦିଆଯାଉଥିବାବେଳେ ଦ୍ଵିତୀୟ ମେଧାବିଙ୍କୁ ୭୦୦ ଟଙ୍କା ସହ ମାନପତ୍ର , ଟ୍ରଫି ଏବଂ ତୃତୀୟ ମେଧାବିଙ୍କୁ ୫୦୦ ଟଙ୍କା ସହ ମାନପତ୍ର , ଟ୍ରଫି ପ୍ରଦାନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ପ୍ରଥମ ମେଧାବୀ ଛାତ୍ର ଭାବେ ଅଂଶୁମାନ ବାରିକ, ଦ୍ୱିତୀୟ ମେଧାବୀ ଛାତ୍ର ଭାବେ ପ୍ରଣବ ଦଳେଇ ଏବଂ ତୃତୀୟ ମେଧାବୀ ଛାତ୍ରୀ ଭାବେ ଶୁଭଶ୍ରୀ ଜାଲିଙ୍କୁ ପୁରସ୍କୃତ କରାଯାଇଥିଲା।

ପ୍ରାରମ୍ଭିକ ପର୍ଯ୍ୟାୟରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଗୁରୁବନ୍ଦନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାତ ପ୍ରହରାଜ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ବିଦ୍ୟାଳୟରେ ପ୍ରତିବର୍ଷ ଏପରି ମହାନ କାର୍ଯ୍ୟ ଜାରିରହିଥିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ ପାଉଥିବା ବେଳେ କମାଣ୍ଡର ଶ୍ରୀ ସାହୁଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ଭୂୟାଁସି ପ୍ରଶଂସା କରିଛନ୍ତି।

ଚିଲିକା ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ବଡ ଔଷଧ, ନିୟମିତ ସେବନରେ ରକ୍ତ ଶର୍କରାକୁ କରେ ନିୟନ୍ତ୍ରଣ

June 25, 2026

‘ନାଗରିକତ୍ୱ ପ୍ରମାଣପତ୍ର ନୁହେଁ ପାସପୋର୍ଟ’: ସରକାରଙ୍କୁ ଟାର୍ଗେଟ କଲେ ରୋହିଣୀ ଆଚାର୍ଯ୍ୟ

June 25, 2026

ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..

June 25, 2026

ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ ରାଉତ, ନବୀନ ଘୋଷଣା କରି କହିଲେ..

June 25, 2026

ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ଚର୍ଚ୍ଚା: ଜାଣନ୍ତୁ କାହା ଉପରେ ଝୁଲୁଛି ଖଣ୍ଡା?

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.