Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଲଗାଣ ବର୍ଷାରେ ଅଧା ବାଣପୁର ହେଲା ଜଳମଗ୍ନ, ପ୍ରଶାସନର ଉଦ୍ଧାର କାର୍ଯ୍ୟ ଜାରି
ଆଞ୍ଚଳିକ

ଲଗାଣ ବର୍ଷାରେ ଅଧା ବାଣପୁର ହେଲା ଜଳମଗ୍ନ, ପ୍ରଶାସନର ଉଦ୍ଧାର କାର୍ଯ୍ୟ ଜାରି

July 17, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଓ ଏନଏସି ର ଏକାଧିକ ଅଞ୍ଚଳ ଜଳମଗ୍ନ ହୋଇଛି। ବିଶେଷ କରି ବ୍ଲକର ଦେଓଗାଁ, ଗାଲୁଆ, ଭେଟେଶ୍ୱର, ଭବାନୀପୁର ଆୟତ୍ତପୁର ଓ ଦେଓଗାଁ ପଞ୍ଚାୟତର କିଛି ଗ୍ରାମ ଜଳମଗ୍ନ ହୋଇଥିବା ବେଳେ ଏନଏସି ର ୨ ନମ୍ବର ୱାର୍ଡ ଏବଂ ୧୨ ନମ୍ବର ୱାର୍ଡର କିଛି ଅଞ୍ଚଳ ଜଳମଗ୍ନ ହୋଇଥିବାର ଖବର ହସ୍ତଗତ ହୋଇଛି।

ଅନୁରୂପ ଭାବେ ଦେଓଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ନେହେରୁ ସେବା ସଂଘ ପରିସରର ବିଦ୍ୟାଳୟ ମଧ୍ୟ ଜଳମଗ୍ନ ହୋଇଥିବାର ଦେଖାଯାଇଛି। ତେବେ ଏ ନେଇ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକଙ୍କୁ ଯୋଗାଯୋଗ କରାଯିବାରୁ ଅଳ୍ପ ଅଞ୍ଚଳ ଜଳମଗ୍ନ ହୋଇଥିବାର ରିପୋର୍ଟ ମିଳିଛି ଏବଂ ସେ ସବୁ ଅଞ୍ଚଳ ଗ୍ରାମ ବାହାରେ ଥିବା ତଳି ଅଞ୍ଚଳ ବୋଲି ବିଡ଼ିଓ କହିଛନ୍ତି। ତେବେ ଆଜି ସକାଳୁ ପାଣି କଟିବାରେ ଲାଗିଛି ଏବଂ ବ୍ଲକ ପ୍ରଶାସନ ଏଥି ନିମନ୍ତେ ପଦକ୍ଷେପ ନେଇଥିବାର କହିଛନ୍ତି ବିଡ଼ିଓ ଶ୍ରୀ ନାୟକ।

https://thesamikhsya.com/odia/wp-content/uploads/2022/07/WhatsApp-Video-2022-07-17-at-11.28.25-AM.mp4

ଅନୁରୂପ ଭାବେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ବର୍ତ୍ତମାନ ନେହେରୁ ସେବା ସଂଘ ପରିସରରେ ଜେସିବି ଦ୍ୱାରା ରାସ୍ତା ସଫା କରାଯାଉଛି ଏବଂ ୧୨ ନମ୍ବର ୱାର୍ଡ କରଞ୍ଜିଆ ସାହିକୁ କର୍ମଚାରୀମାନେ ପାଣି ପମ୍ପ ନେଇ ଜଳ ନିଷ୍କାସନ ପାଇଁ ଯାଇଥିବାର କହିଛନ୍ତି। କିନ୍ତୁ କରଞ୍ଜିଆ ସାହି ଚତୁଃପାର୍ଶ୍ୱରେ ଥିବା କେନାଲ ବନ୍ଦ ଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ ବୋଲି ଅଞ୍ଚଳ ବାସି କହିଛନ୍ତି।

ସେହିପରି ଭାବେ ବିଇଓ ସନାତନ ଜାଲି ସମସ୍ତ ସିଆରସିସି ଙ୍କୁ ଜଳମଗ୍ନ ହୋଇଥିବା ବିଦ୍ୟାଳୟ ଗୁଡ଼ିକ ନିକଟରେ ତୁରନ୍ତ ପହଞ୍ଚି ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଉଦ୍ଧାର କାର୍ଯ୍ୟ ଜାରି ବାଣପୁର ଲଗାଣ ବର୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026
Latest News

ଅକ୍ଟୋବର ୨୬ରୁ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ଫର୍ମ ଫିଲଅପ୍

September 25, 2026

ଜମୁଇ ଘଟଣା: ପୋଲିସର ଏନକାଉଣ୍ଟରରେ ଖୁସିବ୍ୟକ୍ତ କଲେ ପୀଡ଼ିତାଙ୍କ ମା’

September 25, 2026

ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଓଡ଼ିଶା ଡିଜିପି ନିଯୁକ୍ତି ମାମଲା

September 25, 2026

ସୋଆ ଆଇଡିଏସ୍ ପ୍ରଫେସର ଜାତୀୟ ସଂସ୍ଥାର ସଭାପତି ନିର୍ବାଚିତ

September 25, 2026

ଭୁବନେଶ୍ୱର ବିମାନବନ୍ଦରରୁ ବନ୍ଦ ରହିଛି ବିଦେଶୀ ଉଡ଼ାଣ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.