Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବଳରାମଦେବ ବିଦ୍ୟାପୀଠର ପୁରାତନ ବିଦ୍ୟାର୍ଥୀଙ୍କ ବଡ ଘୋଷଣା, ମେଧାବୀ ଛାତ୍ରଛାତ୍ରୀଙ୍କୁ ଯୋଗାଇବେ ସହାୟତା
ଆଞ୍ଚଳିକ

ବଳରାମଦେବ ବିଦ୍ୟାପୀଠର ପୁରାତନ ବିଦ୍ୟାର୍ଥୀଙ୍କ ବଡ ଘୋଷଣା, ମେଧାବୀ ଛାତ୍ରଛାତ୍ରୀଙ୍କୁ ଯୋଗାଇବେ ସହାୟତା

December 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବଳରାମଦେବ ବିଦ୍ୟାପୀଠର ୧୯୯୭ ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ପାଳିତ ହୋଇଯାଇଛି। ୨୫ ବର୍ଷ ପୂର୍ତ୍ତି ଅବସରରେ ଉକ୍ତ ଉତ୍ସବ ଗତ ୪ ତାରିଖ ରବିବାର ଦିନ ଟାଙ୍ଗୀସ୍ଥିତ ବଳଭଦ୍ର କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରରିପ୍ରେକ୍ଷୀରେ ଗତ ଶିକ୍ଷାବର୍ଷରେ ବଳରାମଦେବ ବିଦ୍ୟାପୀଠରୁ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଷଷ୍ଠ ଶ୍ରେଣୀର ତୃଷ୍ଣା ଦାସ, ସପ୍ତମ ଶ୍ରେଣୀର ରାଜେଶ ମହାପାତ୍ର, ଅଷ୍ଟମ ଶ୍ରେଣୀର ସୌମ୍ୟ ପ୍ରକାଶ ମହାପାତ୍ର, ନବମ ଶ୍ରେଣୀର ଶୁଭମ୍ ସ୍ୱରୁପ ପାତ୍ର ଓ ଦଶମ ଶ୍ରେଣୀର ଧର୍ମ ରଞ୍ଜନ ସାବତଙ୍କୁ ୧୯୯୭ ବ୍ୟାଚ ତରଫରୁ ଶିକ୍ଷକମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

ତେବେ ବନ୍ଧୁ ମିଳନ ଅବସରରେ ୧୯୯୭ ବ୍ୟାଚର ବିଦ୍ୟାର୍ଥୀ ଏକ ବଡ ଘୋଷଣା କରିଛନ୍ତି। ପ୍ରତିବର୍ଷ ୧୯୯୭ ବ୍ୟାଚ ପକ୍ଷରୁ ବାଳରାମଦେବ ବିଦ୍ୟାପୀଠର ଦଶମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର କିମ୍ବା ଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ଯେଉଁଥିରେ ଜାନକୀ ବଲ୍ଲଭ ମହାପାତ୍ରଙ୍କ ଅନ୍ୟୁନ ୫୦୦୦ (ପାଞ୍ଚ ହଜାର) ଟଙ୍କା ସହିତ ୧୯୯୭ ବ୍ୟାଚର ଅନ୍ୟ ବିଦ୍ୟାର୍ଥୀମାନଙ୍କ ସହଯୋଗ ରହିବ। ଏହା ସହିତ ୧୯୯୭ ବ୍ୟାଚ ପକ୍ଷରୁ ଆହୁରି ଏକ ବଡ ଘୋଷଣା କରିଯାଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଆର୍ଥିକ ରୂପେ ଦୁର୍ବଳ ଥିବା ମେଧାବୀ ଛାତ୍ର ବା ଛାତ୍ରୀଙ୍କୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପାଇଁ ସମସ୍ତ ସହାୟତା ଯୋଗାଇଦେବେ ବୋଲି ଘୋଷଣା କରାଯାଇଛି। ସେହିଭଳି ବ୍ୟାଚ ତରଫରୁ ଶଶାଙ୍କ ଶେଖର ସାହୁ ବିଦ୍ୟାଳୟକୁ ଦୁଇଟି କମ୍ପ୍ୟୁଟର ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ୧୯୯୭ ବ୍ୟାଚର ଏଭଳି ପ୍ରୟାସକୁ ଦେଖି ବୁଦ୍ଧିଜୀବି ମହଲରୁ ପ୍ରଶଂସାର ଶୁଅ ଛୁଟିଛି। ଏଭଳି ଉଦ୍ୟମ ଯୋଗୁଁ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗୀତା ହେବା ସହିତ ପାଠ ପଢା ପ୍ରତି ଆଗ୍ରହ ପ୍ରକାଶ ପାଇବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ଏହି ଉତ୍ସବରେ ବଳରାମଦେବ ବିଦ୍ୟାପୀଠର ପୂର୍ବତନ ଶିକ୍ଷକ ନିତ୍ୟାନନ୍ଦ ସୁବୁଦ୍ଧି, ଶଙ୍କର ଜେନା, କୃଷ୍ଣଚନ୍ଦ୍ର ବେହେରା, ସୀତାଂଶୁ ଭୂଷଣ ଚକ୍ରବର୍ତ୍ତୀ, ମହେଶ୍ୱର ପ୍ରଧାନ ଓ ଶିକ୍ଷୟତ୍ରୀ ପ୍ରମିଳା ଦେଇ, ବାସନ୍ତୀ ମଲ୍ଲିକ ଓ ଶର୍ମିଳା ବେହେରା, ତତ୍କାଳୀନ ପ୍ରଧାନ ଶିକ୍ଷକ ବୁଦ୍ଧିମାନ ପ୍ରଧାନ ଓ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିଶ୍ୱଜିତ ପଲାଇ ପ୍ରମୁଖଙ୍କ ସମେତ ଆଞ୍ଚଳିକ ସାମ୍ବାଦିକ ସଂଘର ସମ୍ପାଦକ ମନୋଜ ପଟ୍ଟନାୟକ ଯୋଗ ଦେଇ ଇହଲୀଳା ସମ୍ବରଣ କରିଥିବା ପୂର୍ବତନ ଶିକ୍ଷକ ପଦ୍ମଚରଣ ଦାସ, ସୁବାଷଚନ୍ଦ୍ର ମହାପାତ୍ର, ବିଭୁପ୍ରସାଦ ଶତ୍ରୁଶଲ୍ୟ ଓ ବ୍ୟାଚ୍ ର ଅନ୍ୟତମ ଛାତ୍ର ଅଜିତ୍ କୁମାର ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ସହିତ ଵ୍ୟାଚ ତରଫରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ସହିତ ମନୋଜ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ତେବେ ଉକ୍ତ ଉତ୍ସବ ଲକ୍ଷ୍ମୀକାନ୍ତ ପାତ୍ର, ଭଗବାନ ସାହୁ, ରାମଚନ୍ଦ୍ର ବେହେରା, କେଶବ ଚନ୍ଦ୍ର ସାହୁ, ଜାନକୀ ବଲ୍ଲଭ ମହାପାତ୍ର, ତପନ କୁମାର ରାଉତରାୟ, ସୂର୍ଯ୍ୟକାନ୍ତ ପ୍ରଧାନ, ଅଶୋକ ମହାପାତ୍ର, ଅଜିତ କୁମାର ପୃଷ୍ଟି, ଅଜିତ କୁମାର ମହାପାତ୍ର ଓ ପ୍ରକାଶ କୁମାର ପ୍ରଧାନ ପ୍ରମୁଖଙ୍କ ସହଯୋଗରେ ପରିଚାଳିତ ହୋଇଥିଲା।

ଟାଙ୍ଗୀ ପୁରାତନ ବିଦ୍ୟାର୍ଥୀ ବଡ ଘୋଷଣା ବଳରାମଦେବ ବିଦ୍ୟାପୀଠ ମେଧାବୀ ଛାତ୍ରଛାତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026
Latest News

ମୋଦିଙ୍କ ଅଭିଭାଷଣକୁ ନେଇ ମମତାଙ୍କ ପ୍ରତିକ୍ରିୟା

April 19, 2026

ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀ ବାଂଲାଦେଶରେ ଭାରତର ନୂତନ ହାଇକମିଶନର !

April 19, 2026

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ହ୍ରାସ ପାଇଲା ଗ୍ୟାସ ଚାହିଦ: ଜାଣନ୍ତୁ କାରଣ

April 19, 2026

ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଏବଂ ଭାରତରେ ଉତ୍ପାଦନ…: ୧୦୦ଟି ଲଢ଼ୁଆ ବିମାନ ପାଇଁ ରୁଷର ବଡ଼ ପ୍ରସ୍ତାବ

April 19, 2026

“ହର୍ମୁଜ୍ ବନ୍ଦ ଅଛି, ତୁରନ୍ତ ଫେରିଯାଅ,”: ଭାରତୀୟ ଜାହାଜକୁ ମଝି ରାସ୍ତାରୁ ଫେରାଇ ଦେଲେ ଇରାନୀ ସେନା

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.