Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରାଧ୍ୟାପକ ଦୀପକ ସିଂହଙ୍କ ଅକାଳ ବିୟୋଗ: ବାଲୁଗାଁ ଏବଂ ବଡବିଲ କଲେଜରେ ଶୋକାକୁଳ ପରିବେଶ
ଆଞ୍ଚଳିକ

ପ୍ରାଧ୍ୟାପକ ଦୀପକ ସିଂହଙ୍କ ଅକାଳ ବିୟୋଗ: ବାଲୁଗାଁ ଏବଂ ବଡବିଲ କଲେଜରେ ଶୋକାକୁଳ ପରିବେଶ

January 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ବଡ଼ବିଲ କଲେଜର ପ୍ରାଧ୍ୟାପକ ଦୀପକ ସିଂହଙ୍କ ଅକାଳ ବିୟୋଗ ହୋଇଯାଇଛି। ମାତ୍ର ୫୫ ବର୍ଷ ବୟସରେ ଭୁବନେଶ୍ବରସ୍ଥିତ ଆପୋଲ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ଚିକିତ୍ସା ପାଇଁ ସେ ଗତ ୨ ତାରିଖରେ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ସମୟରେ ବ୍ରେନରେ ଏକ ଛୋଟ ଅସ୍ତ୍ରୋପଚାର କଲେ ଦୀପକ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଡାକ୍ତର କହିଥିଲେ। ହେଲେ ନିଜ ଦାୟିତ୍ଵରେ କେବେ ଅବହେଳା କରୁନଥିବା ଛାତ୍ରବତ୍ସଳ ପ୍ରାଧ୍ୟାପକ ଶ୍ରୀ ସିଂହ ମାତ୍ର ୧୫ ଦିନ କଲେଜରୁ ଛୁଟି ନେଇପାରିବେ ବୋଲି ଡାକ୍ତରଙ୍କ ଆଗରେ ପ୍ରକାଶ କରିଥିଲେ। କିନ୍ତୁ ସେ ମାତ୍ର ୮ ଦିନରେ ସଂପୂର୍ଣ୍ଣ ସୁସ୍ଥ ହୋଇ ନିଜର କର୍ତ୍ତବ୍ୟ କରିପାରିବେ ବୋଲି ଡାକ୍ତର କହିଥିଲେ।

ତା’ପରେ ତାଙ୍କର ବ୍ରେନରେ ଅସ୍ତ୍ରୋପଚାର (ଇଣ୍ଡୋସ୍କୋପି) କରାଯାଇଥିଲା। ହେଲେ ପ୍ରଥମ ଅସ୍ତ୍ରୋପଚାର ବିଫଳ ହୋଇଥିବା କୁହାଯାଉଥିବା ବେଳେ ଜାନୁୟାରୀ ୫ ତାରିଖରେ ତାଙ୍କର ଦ୍ଵିତୀୟ ଥର ପାଇଁ ଅସ୍ତ୍ରୋପଚାର କରାଯାଇଥିଲା। ତେବେ ସେବେଠାରୁ ସେ ସଜ୍ଞାହୀନ ଅବସ୍ଥାରେ ଥିବା ବେଳେ ଗତକାଲି ଅପରାହ୍ନ ୧୨ ଟା ୪୦ ମିନିଟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଯାହାପରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଠାରୁ ପୈତୃକ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ବେତୁଲି ପର୍ଯ୍ୟନ୍ତ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କର ଏହି ଅକାଳ ବିୟୋଗ ଖବର ଶୁଣି ସାଙ୍ଗସାଥି, ବନ୍ଧୁ ପରିଜନ ଭାଙ୍ଗି ପଡିଛନ୍ତି। ମୃତ୍ୟୁ ବେଳକୁ ଦୀପକଙ୍କ ନିକଟରେ ତାଙ୍କ ସ୍ତ୍ରୀ, ପୁଅ, ଝିଅ, ତାଙ୍କର ୭ ଭାଇ, ସାଙ୍ଗସାଥି, ସମ୍ପର୍କୀୟମାନେ ଉପସ୍ଥିତ ଥିଲେ।

ଦୀପକ ନଭେମ୍ବର ୧୧ ତାରିଖ ୧୯୬୬ ମସିହାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବେତୁଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଆଦର୍ଶ ଶିକ୍ଷକ ସ୍ଵର୍ଗତ ସଚ୍ଚିଦାନନ୍ଦ ନାୟକ ଏବଂ ପ୍ରମିଳା ନାୟକଙ୍କ ସେ ତୃତୀୟ ନମ୍ବର ସନ୍ତାନ। ତାଙ୍କର ଛୋଟ ଛୋଟ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।

ଦୀପକ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ନିଜର ଛାତ୍ର ଜୀବନ ଶେଷ କରି କେନ୍ଦୁଝର ଜିଲ୍ଲା ବଡ଼ବିଲ ମହାବିଦ୍ୟାଳୟରେ ସେ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ତାଙ୍କ ସହକର୍ମୀ ବନ୍ଧୁମାନେ ଏହି ଦୁଃଖଦ ଖବରରେ ମ୍ରିୟମାଣ ହୋଇପଡିଥିବା ବେଳେ ସେମାନେ ଏହାକୁ ବିଶ୍ଵାସ ବି କରିପାରୁନାହାନ୍ତି। ଜଣେ ସୁସ୍ଥ ଦେଖାଯାଉଥିବା ଏବଂ ନିଜର କର୍ତ୍ତବ୍ୟ ଜାରି ରଖିଥିବା ଲୋକ କିପରି ହଠାତ୍ ଅସୁସ୍ଥ ହୋଇ ଆର ପାରିକୁ ଚାଲିଯିବ, ସେକଥା କେହି ବିଶ୍ଵାସ କରିପାରୁନାହାନ୍ତି।

ଏତେ ବଡ ଦୁଃଖଦ ସମୟରେ ମହାବିଦ୍ୟାଳୟ ତରଫରୁ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଦୀପକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ମହାପ୍ରଭୁ ଜଗନ୍ନାଥ ଦୀପକଙ୍କ ଆତ୍ମା-ପ୍ରଦୀପକୁ ତାଙ୍କ ଚରଣକମଳ ନିକଟରେ ପ୍ରଜ୍ଜ୍ଵଳିତ ରଖନ୍ତୁ ବୋଲି ବଡ଼ବିଲ ମହାବିଦ୍ୟାଳୟ ପରିବାର ପକ୍ଷରୁ ପ୍ରାର୍ଥନା କରାଯାଇଛି।

ଅକାଳ ବିୟୋଗ ବାଲୁଗାଁ ଶୋକାକୁଳ ପରିବେଶ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ଶସ୍ତା ହେଲା ବିମାନ ଟିକେଟ୍ !

June 22, 2026

କତାରର ଶକ୍ତି କେନ୍ଦ୍ରରେ ଭୟଙ୍କର ବିସ୍ଫୋରଣ: ୧୩ ମୃତ, ୬୬ ଆହତ; ଭାରତୀୟ ଦୂତାବାସ ଜାରି କଲା ହେଲ୍ପଲାଇନ୍

June 22, 2026

ଏଲ୍-ନିନୋ ଚ୍ୟାଲେଞ୍ଜ ମଧ୍ୟରେ ସତର୍କ ଓଡ଼ିଶା: ବିପର୍ଯ୍ୟୟ ପରିଚାଳନାରେ ବଡ଼ ଯୋଜନା

June 22, 2026

ହ୍ୱାଟ୍ସଆପ୍‌ରେ ଭାରତୀୟ ନେତୃତ୍ୱ! କୁନାଲ ଶାହଙ୍କ ହାତରେ ବିଶ୍ୱର ସବୁଠାରୁ ବଡ଼ ମେସେଜିଂ ପ୍ଲାଟଫର୍ମର ଦାୟିତ୍ୱ

June 22, 2026

‘ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ’: ସମନ୍ୱୟ ସମିତି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.