Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ରଘୁନାଥ ଦେବଙ୍କ ପିଠରେ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ
ଆଞ୍ଚଳିକ

ବାଣପୁର ରଘୁନାଥ ଦେବଙ୍କ ପିଠରେ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ

January 24, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରଘୁନାଥ ସାହି ଠାରେ ଅବସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ପିଠରେ ଗତ ଶନିବାର ଠାରୁ ଚାରିଦିନ ବ୍ୟାପି ଚାଲିଥିବା ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ପୂର୍ଣ୍ଣାହୁତି ପରେ ଉଦଯାପିତ ହୋଇଯାଇଛି। ଉକ୍ତ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମୁଖ୍ୟ ପୁରୋଧା ଏବଂ କର୍ତ୍ତା ଭାବରେ ସୂଂଧାଂଶୁ ଶେଖର ମିଶ୍ର ଓ ତାଙ୍କର ଧର୍ମପତ୍ନୀ କ୍ରିଷ୍ଣା କୁମାରୀ ମିଶ୍ର ଓ ମୁଖ୍ୟ ପୁରୋହିତ ନିରଞ୍ଜନ ମହାପାତ୍ରଙ୍କ ଦ୍ୱାରା ସମାପନ କରାଯାଇଥିଲା।

ଶନିବାର ଅଙ୍କୁରା ରୋପଣ କରାଯାଇଥିବା ବେଳେ ରବିବାର ପ୍ରାତଃ କାଳରେ ଜଳଯାତ୍ରା କରି ବାଣପୁର ସହର ପରିକ୍ରମା ସହ ସୂର୍ଯ୍ୟପୂଜା ଓ ଯଂଜ୍ଞ କୁଣ୍ଡ ସଂସ୍କାର କରାଯାଇ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ତୃତୀୟ ଦିବସରେ ସୂର୍ଯ୍ୟପୂଜା, ଶାଲା ପୂଜା, ଯଜ୍ଞ ଓ ଦେବତାଙ୍କ ନ୍ୟାସ କରାଯାଇଥିବା ବେଳେ ଆଜି ପୂର୍ଣ୍ଣାହୁତି ସମାପନ କରାଯାଇ ନୂତନ ବିଗ୍ରହଙ୍କୁ ସିଂହାସନ ଆରୋହଣ କରାଯାଇଥିଲା।

ପୁରୋହିତ ମାନଙ୍କର ମନ୍ତ୍ର ଧ୍ୱନିରେ ରଘୁନାଥ ସାହି ତଥା ବାଣପୁର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ରଘୁନାଥ ଦେବଙ୍କ କମିଟି ସଭ୍ୟ ଓ ବାଣପୁରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର କର୍ମକର୍ତ୍ତା ମାନଙ୍କ ସହଯୋଗରେ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଗ୍ରହ ପ୍ରତିଷ୍ଠାପରେ ଅଂଚଳର ପ୍ରାୟ ଚାରିହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା କମିଟି ସଦସ୍ୟ କୀର୍ତ୍ତିମାନ ପାତ୍ର କହିଛନ୍ତି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ

October 7, 2026

ବାଣପୁର ସ୍ଥିତ ବରବରା ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ!

October 5, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026
Latest News

ରେଢ଼ାଖୋଲରେ ଓଡିଶା ବନ୍ଦର ପ୍ରଭାବ: ଜାତୀୟ ରାଜପଥକୁ ୬ ଘଣ୍ଟା ଧରି ଅବରୋଧ

October 8, 2026

ବାଦ ପଡ଼ିଲା ପାକିସ୍ତାନ: ଭାରତରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ସାମିଲ

October 8, 2026

SIRକୁ ସମର୍ଥନ କଲେ ୪୨ ଅବସରପ୍ରାପ୍ତ ବିଚାରପତି: ଖୋଲା ଚିଠି ଲେଖି ଦେଶକୁ ଦେଲେ ଚେତାବନୀ

October 8, 2026

ବ୍ୟାସନଗର କଲେଜରେ ବୋମାମାଡ଼ : ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ୟାମ୍ପସ୍‌

October 8, 2026

ଓଏଏସ ଅଧିକାରୀ ସ୍ତରରେ ବଡ଼ ଅଦଳବଦଳ

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.