ବିଭିନ୍ନ ପ୍ରତିଯୋଗିତାରେ ଶିଶୁମାନଙ୍କୁ ପୁରଷ୍କୃତ କଲା ବନ୍ଦେ ଭାରତୀ ଜାତୀୟ ମହିଳା ଓ ଶିଶୁ ବିକାଶ ପରିଷଦ

Published: Feb 1, 2023, 9:36 pm IST

ଭୁବନେଶ୍ବର: ଭୁବନେଶ୍ବର ଚକିଶିଆଣୀରେ ବନ୍ଦେ ଭାରତୀ ଜାତୀୟ ମହିଳା ଓ ଶିଶୁ ବିକାଶ ପରିଷଦ ପକ୍ଷରୁ ଶିଶୁମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହୋଇଥିଲା।  ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପିଲାମାନଙ୍କୁ ଏଥିରେ ପୁରଷ୍କୃତ କରାଯାଇଥିଲା। ପିଲା ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସବୁ ବେଳେ ସତ କହିବା ଓ ବାପା ମା’ ଙ୍କ ସ୍ବପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବା ଲାଗି ସେମାନଙ୍କୁ ବିଭିନ୍ନ ପ୍ରକାର ଉପଦେଶ ଦିଆଯାଇଥିଲା।

ଆଗକୁ ଏହା ରାଜ୍ୟର ସବୁ ସ୍ଥାନ ମାନଙ୍କରେ ଆୟୋଜିତ କରାଯିବ ବୋଲି ସଭାନେତ୍ରୀ ପ୍ରତୀକ୍ଷା ମହାପାତ୍ର କହିଥିଲେ। ଆସନ୍ତା ଶିକ୍ଷା ବର୍ଷରେ ଓଡିଶାର ବିଭିନ୍ନ କୋଣରୁ ଗରିବ ଶ୍ରେଣୀର ପିଲାମାନଙ୍କୁ କିଭଳି ଭାବେ ମାଗଣା ଓ ଉନ୍ନତ ଧରଣର ଶିକ୍ଷା ପ୍ରଦାନ କରାଯିବ ତାହା ଉପରେ ବକ୍ତବ୍ୟ ରଖିଥିଲେ ଇଂ. ଶେଷଦେଵ ବରାଳ।

ଏହି କାର୍ଯ୍ୟକ୍ରମରେ ଇଂ. ଶେଷଦେଵ ବରାଳ, ପ୍ରତୀକ୍ଷା ମହାପାତ୍ର, ସରୋଜ ନାୟକ, ଧରିତ୍ରୀ ସାହୁ, ଜୀବନଜ୍ୟୋତି ସାହୁ, ଶିବପ୍ରସାଦ ସାହୁ, ଜ୍ୟୋସ୍ନାରାଣୀ ସାହୁ, ବାସନ୍ତି ମହାରଣା ପ୍ରମୁଖ ଯୋଗ ଦେଇଥିଲେ।

Related posts