Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ଆଞ୍ଚଳିକ

ବାଣପୁର: ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

February 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ଆଜି ବ୍ଲକ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଏକ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଖବର ନେବାରେ ଜଣାଯାଇଛି ପୂର୍ବରୁ ଭତ୍ତା ପାଉଥିବା ହିତାଧିକାରୀ ମାନଙ୍କର ଭିନ୍ନକ୍ଷମ ସାର୍ଟିଫିକେଟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ମାର୍ଚ୍ଚ ମାସ ପରେ ଆଉ ପୁନର୍ବାର କାର୍ଯ୍ୟକ୍ଷମ ହେବନାହିଁ। ତେଣୁ ଗୋଟିଏ ମାସରେ ଦୁଇ ଦୁଇଥର ଶିବିର କରି ଯୁଦ୍ଧ କାଳୀନ ଭିତରେ ପୁରୁଣା ହିତାଧିକାରି ମାନଙ୍କୁ ପରୀକ୍ଷଣ କରାଯାଇ ସ୍ମାର୍ଟକାର୍ଡ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଗୋଷ୍ଠୀ ସାମାଜିକ ଅଧିକାରିଣୀ ଗିରିବାଳା ନାୟକ କହିଛନ୍ତି। କିନ୍ତୁ ଶିବିରକୁ ନୂତନ ଭାବେ ଚିହ୍ନଟ ହେବା ନିମିତ୍ତ ଭିନ୍ନକ୍ଷମମାନେ ଆସିଥିବାରୁ ଗହଳି ପରିଲକ୍ଷିତ ହୋଇଥିଲା।

ଡାକ୍ତରମାନେ କେବଳ ପୁରୁଣା ହିତାଧିକାରୀ ମାନଙ୍କୁ ପରୀକ୍ଷଣ ପାଇଁ ଛାଡିବାକୁ ପରାମର୍ଶ ଦେବାରୁ ଲୋକମାନଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ତେବେ ଉକ୍ତ ଶିବିର ମାଧ୍ୟମରେ ସ୍ମାର୍ଟକାର୍ଡ ହାସଲ କଲା ପରେ ଭିନ୍ନକ୍ଷମ ମାନଙ୍କର ସରକାରୀ ସୁବିଧା ଚାଲୁ ରହିବ ବୋଲି ସୁଶ୍ରୀ ନାୟକ ଜଣାଇଛନ୍ତି। ତେବେ ଭିନ୍ନକ୍ଷମ ମାନେ ଆଗକୁ କିପରି ସରକାରୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ତରଫରୁ ଦିଆଯାଉଥିବା ସୁବିଧା ସୁଯୋଗର ଲାଭ ପାଇପାରିବେ ଏବଂ ନିଜକୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିବେ ସେହି ଲକ୍ଷ ନେଇ ବାଣପୁର ବ୍ଲକ ପ୍ରଶାସନ କାର୍ଯ୍ୟକରିବ ବୋଲି ସୁଶ୍ରୀ ନାୟକ ଜଣାଇଛନ୍ତି।

ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ବିଡିଓ ବୁଲବୁଲ ବେହେରା ଉକ୍ତ ଶିବିରକୁ ମିଳିତ ଭାବେ ଉଦଘାଟିତ କରିଥିବା ବେଳେ ସମସ୍ତ ସରପଞ୍ଚ ମାନଙ୍କ ସହ ମିଶି ଶିବିରକୁ ଆସୁଥିବା ହିତାଧିକାରୀ ମାନଙ୍କୁ ସହଯୋଗ କରୁଥିବା ଦେଖାଯାଇଥିଲା। ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କ ପାଇଁ ଯଥା ଅସ୍ତିଶଲ୍ୟ, ମାନସିକ ଅନଗ୍ରସର, ଶ୍ରବଣ ବାଧିତ, ଦୃଷ୍ଟି ବାଧିତ ହିତାଧିକାରୀ ମାନଙ୍କ ନିମନ୍ତେ ଖୋର୍ଦ୍ଧା ଡ଼ିଏଚଏଚ ରୁ ଆସିଥିବା ଏକାଧିକ ଡାକ୍ତରମାନେ ଭିନ୍ନ ଭିନ୍ନ ପ୍ରକୋଷ୍ଠରେ ପରୀକ୍ଷଣ କରିଥିଲେ।

ସମୁଦାୟ ୨୩୫ ଜଣ ହିତାଧିକାରୀ ପଞ୍ଜିକୃତ କରିଥିବା ବେଳେ ୧୮୪ ଜଣ ହିତାଧିକାରୀଙ୍କର ୟୁଡିଆଇଡି କାର୍ଡ ପୁନଶ୍ଚ ଚାଲୁ ରହିଥିଲା। ୧୪୫ ଜଣ ହିତାଧିକାରୀଙ୍କର ଖୋର୍ଦ୍ଧାକୁ ପୁନଶ୍ଚ ପରୀକ୍ଷା ନିମନ୍ତେ ପ୍ରେରଣ କରାଯାଇଥିବା ବେଳେ 6ଜଣଙ୍କର ରଦ୍ଦ କରାଯାଇଥିଲା। ସମସ୍ତ ହିତାଧିକାରୀ ମାନଙ୍କ ପାଇଁ ବ୍ଲକ ପ୍ରଶାସନ ସୁବିଧାରେ ପରୀକ୍ଷା କରାଇବାର ବନ୍ଦୋବସ୍ତ କରାଇଥିଲେ। ଏ ସମସ୍ତ କାର୍ଯ୍ୟକୁ ବିଡ଼ିଓ ବୁଲବୁଲ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକରିଣୀ ଗିରିବଳା ନାୟକ ଓ ସଂଯୋଜକ ଅମୂଲ୍ୟ କୁମାର ସୁବୁଦ୍ଧି ତଦାରଖ କରିଥିଲେ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ଆଦର୍ଶ ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟ ବାଣ-ବାଜା ରୋଷଣୀରେ ଗ୍ରାମ ପରିକ୍ରମା

June 30, 2026

ଅଧ୍ୟାପକ ସଂଗ୍ରାମ ସାହୁଙ୍କ ଅକାଳ ବିୟୋଗ: ବାଣପୁର ଅଞ୍ଚଳରେ ଶୋକର ଛାୟା

June 30, 2026

ଶ୍ରୀରଙ୍କ ନାଥ ଦେବଙ୍କ ପୀଠରେ ରୁକ୍ମିଣୀ ବିବାହ ସମ୍ପନ୍ନ: ଗୁଆଲି ଯାତ୍ରାରେ ନଗର ପରିକ୍ରମା କରିବେ ଦେବଦମ୍ପତି

June 26, 2026

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
Latest News

ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବିଭାଗରେ ଅବସରକାଳୀନ ସମ୍ବର୍ଦ୍ଧନା, ୧୪ ଜଣ ଶିକ୍ଷକ ଓ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ

July 2, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ

July 2, 2026

ତାରାତାରିଣୀ ପୀଠ ନିକଟ ହୋଟେଲ ରୁ ଯୁବକର ଶବ ଉଦ୍ଧାର

July 2, 2026

ଦିଅରଙ୍କ ଆକ୍ରମଣରେ ଭାଉଜଙ୍କ ମୃତ୍ୟୁ, ପୁଅ ଗୁରୁତର

July 2, 2026

ଖୋର୍ଦ୍ଧାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ; ଘୋଷଯାତ୍ରା ପୂର୍ବରୁ କଡ଼ା ଯାଞ୍ଚ ଓ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ

July 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.