Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ
ଆଞ୍ଚଳିକ

ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ

April 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ମହାବିଷୁବ ସଂକ୍ରାନ୍ତି ପରିପ୍ରେକ୍ଷୀରେ ଉମାମହେଶ୍ୱର ଦେବଙ୍କ ପୀଠରେ ଗତ ସାନ୍ଧ୍ୟ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମଧ୍ୟ ରାତ୍ରିରୁ ପାଟପଟୁଆର, ବାଜା ରୋଷଣୀରେ ଆଖପାଖ ଅଞ୍ଚଳର ୧୬ ଦେବା ଦେବୀଙ୍କ ବିଜେ ପ୍ରତିମାମାନଙ୍କ ଆଗମନ ହୋଇ ଆସ୍ଥାନ ବିରାଜମାନ କରିଥିଲେ।

ପ୍ରାତଃ କାଳରେ ସକାଳ ଭୋଗ, ମଧ୍ୟାହ୍ନରେ ମଧ୍ୟାହ୍ନ ଭୋଗ କରାଯିବା ସହ ଅପରାହ୍ନରେ ହୋମ ପୂର୍ଣ୍ଣାହୁତି ହୋଇଥିଲା। ପୂର୍ଣ୍ଣାହୁତି ପରେ ସମସ୍ତ ବିଜେ ପ୍ରତିମା ଦେବା ଦେବୀଙ୍କ ନିକଟରେ ମେଳଣ ଭୋଗ ଲାଗି ହେବାପରେ ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା।

ବାବା ଉମାମହେଶ୍ୱର ଦେବଙ୍କ ଅପାର କରୁଣା ତଥା ଅଞ୍ଚଳର ପ୍ରତ୍ୟକ୍ଷ ଶୈବପୀଠ ହୋଇଥିବାରୁ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଯାହାକି ପୀଠରେ ଏକତ୍ରିତ ଭାବେ ଦେବା ଦେବୀଙ୍କ ଦର୍ଶନ ପାଇବାର ସାନିଧ୍ୟ ଲାଭ କରିଥିବା ବେଳେ ପ୍ରଭୁଙ୍କ କରୁଣା ଓ ଆଶୀର୍ବାଦ ଭିକ୍ଷା କରିଥିଲେ ଶ୍ରଦ୍ଧାଳୁ ଗଣ।

ଅନୁଷ୍ଠିତ ଶମ୍ଭୁମିଳନ ମହୋତ୍ସବରେ ଉମାମହେଶ୍ୱର ଦେବଙ୍କ ପୀଠରେ ଆଖପାଖ ଅଞ୍ଚଳର ନିମନ୍ତ୍ରିତ ଦେବା ଦେବୀ ଏକତ୍ରିତ ହୋଇଥିଲେ। ଏହି ମେଳଣ ପର୍ବରେ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ନିମନ୍ତ୍ରଣ କ୍ରମେ ଗବପଦର ବିଜେ ଶ୍ରୀ ଶ୍ରୀ ରାମେଶ୍ୱର ଦେବ, ବାଙ୍କନିଧି ଦେବ, ସିଙ୍ଗେଶ୍ୱର ବିଜେ ଶ୍ରୀ ଶ୍ରୀ ସିଂହନାଥ ଦେବ, ନିମିକ୍ଷେତା ବିଜେ ଶ୍ରୀ ଶ୍ରୀ ନିଳକଣ୍ଠେଶ୍ୱର ଦେବ, ଦୋଳମୁଣ୍ଡାଇ ବିଜେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ, ବଡ଼କୁଳ ବିଜେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଦେବ, ମଙ୍ଗରାଜପୁର ବିଜେ ଶ୍ରୀ ଶ୍ରୀ ଗତିଶ୍ୱର ଦେବ, ରଘୁନାଥପୁର ବିଜେ ଶ୍ରୀ ଶ୍ରୀ ଗୁପ୍ତେଶ୍ଵର ଦେବ, ସାନ୍ତରାପୁର ବିଜେ ଶ୍ରୀ ଶ୍ରୀ ଦଧିବମାନ ଦେବ, ପାଟଣା ସାହି ବିଜେ ଶ୍ରୀ ଶ୍ରୀ ଗୋପାଳଜୀଉ ଦେବ, ବାଲୁଗାଁ ବିଜେ ଶ୍ରୀ ଶ୍ରୀ ରଘୁନାଥ ଦେବ, କୁଲାକୁଣ୍ଢେଇ ବିଜେ ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଦେବ, ପାଟଣା ସାହି ମା ଜାଗୁଳାଇ ଠାକୁରାଣୀ, ଗୁଣ୍ଡୁରିପୁର ମା ଜାଗୁଳାଇ ଠାକୁରାଣୀ, ବାଲୁଗାଁ ମା ଚଣ୍ଡୀ ଠାକୁରାଣୀଙ୍କ ବିଜେ ପ୍ରତିମା ବିମାନ ମାନ ସାମିଲ ହୋଇଥିଲେ।

ମେଳଣ ପଡିଆ ଠାରେ ସୁରୁଖୁରୁରେ ମେଳଣ ପର୍ବ ସରିଥିବା ବେଳେ ଲୋକଙ୍କ ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟି, କମିଟି ସଦସ୍ୟ ଏବଂ ଆଖପାଖ ଅଞ୍ଚଳବାସୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ବାଲୁଗାଁ ମହାବିଷୁବ ସଂକ୍ରାନ୍ତି ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ: ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଏବଂ ପାକିସ୍ତାନ ମୁକାବିଲା

October 1, 2026

ଭାରସାମ୍ୟ ହରାଇ ଘାଟିରୁ ଖସିଲା ବୋଲେରୋ: ଜଣେ ମୃତ, ୫ ଗୁରୁତର

October 1, 2026

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

October 1, 2026

ପାର୍ବଣ ଋତୁରେ ମହଙ୍ଗା ହେବ ନାହିଁ ଚିନି; ବିକ୍ରୟ କୋଟା ବୃଦ୍ଧି କଲେ ସରକାର 

October 1, 2026

ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ: ଜାଣନ୍ତୁ ଦ୍ୱିତୀୟ ସ୍ଥାନରେ କିଏ?

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.