
ରଣପୁର: ଗତକାଲି ରଣପୁର ବିଡ଼ିଓ ଏକ ଚିଠି ବାହାର କରିଥିଲେ, ଯେଉଁଥିରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଏସ.ଇ.ବି.ସି. ସର୍ଭେ କାର୍ଯ୍ୟ କରିବା ପାଇଁ ନିଯୁକ୍ତି କରାଯାଇଥିବା ସୂଚନା ରହିଥିଲା। ଏହି ଚିଠି ଶିକ୍ଷକମାନଙ୍କ ନିକଟରେ ପହଂଚିବା ପରେ ଶିକ୍ଷକ ମହଲରେ ଘୋର ଅସନ୍ତୋଷ ଦେଖା ଦେଇଥିଲା। ଏହାକୁ ଶିକ୍ଷକଶିକ୍ଷୟତ୍ରୀମାନେ ମଧ୍ୟ ବିରୋଧ କରିଥିଲେ। କାରଣ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି କାର୍ଯ୍ୟ ଶିକ୍ଷକମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ନୁହେଁ ବୋଲି ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ଜ୍ୟୋତି ରଞ୍ଜନ ଦାଶ କହିଛନ୍ତି। ଏହାକୁ ବିରୋଧ କରି ଏକ ଦାବିପତ୍ର ମଧ୍ୟ ରଣପୁର ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି। ଏହି ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ ସଙ୍ଘ, ଏନ.ପି.ଏସ ପ୍ରାଥମିକ ଶିକ୍ଷକ ସଙ୍ଘ, ମଧ୍ୟ ଇଁରାଜୀ ଶିକ୍ଷକ ସଙ୍ଘ, ଗଣ ଶିକ୍ଷକ ସଙ୍ଘର ସମସ୍ତ କର୍ମକର୍ତ୍ତା ଓ ଶିକ୍ଷକଶିକ୍ଷୟତ୍ରୀମାନେ ସହଯୋଗ କରଥିଲେ।