Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: କୌଳିକ ବୃତ୍ତି ବଜାୟ ରଖିବା ପାଇଁ ମତ୍ସ୍ୟଜୀବୀମାନଙ୍କ ବୈଠକ
ଆଞ୍ଚଳିକ

ବାଲୁଗାଁ: କୌଳିକ ବୃତ୍ତି ବଜାୟ ରଖିବା ପାଇଁ ମତ୍ସ୍ୟଜୀବୀମାନଙ୍କ ବୈଠକ

May 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ଆବାହକତ୍ୱରେ ଚିଲିକା ତହସିଲ ଅନ୍ତର୍ଗତ ବିଭିନ୍ନ ମତ୍ସ୍ୟ ସମବାୟ ସମିତିର ପ୍ରତିନିଧି ପାରମ୍ପରିକ ମତ୍ସ୍ୟଜୀବୀ ମାନଙ୍କର ପ୍ରତିନିଧି, ଅଣପାରମ୍ପରିକ ମତ୍ସ୍ୟଜୀବୀ ତଥା ଚିଲିକା ହ୍ରଦ ଉପରେ ନିର୍ଭର କରି ଚଳୁଥିବା ପ୍ରତିନିଧି ମାନଙ୍କର ତହସିଲ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଉଛି।ଉକ୍ତ ବୈଠକରେ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗଙ୍କ ନିର୍ଦ୍ଦେଶକ୍ରମେ ମତ୍ସ୍ୟଜୀବୀ ମାନଙ୍କ ବିଭିନ୍ନ ପ୍ରସ୍ତାବ ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା। ଯାହାକି ମତ୍ସ୍ୟଜୀବୀ
ମାନଙ୍କର ଚିଲିକା ଭାତହାଣ୍ଡି ହୋଇଥିବା ବେଳେ ଗୁଜୁରାଣ ମେଣ୍ଟାଇବା ପାଇଁ ବିନା ଦ୍ଵିଧାରେ ଅକାତକାତ ଜଳରାଶିରେ ନିଜର ପେଶା ଜାରି ରଖିଥାନ୍ତି।

ମତ୍ସ୍ୟଜୀବୀ ମାନେ ଖୋର୍ଦ୍ଧା ଜିଲ୍ଲାର ବାସିନ୍ଦା ହୋଇଥିଲେ ମଧ୍ୟ ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ତହସିଲ ଚିଲିକା ଜଳ ରାଶିରେ ମାଛ ଧରିବା କାର୍ଯ୍ୟ କରି ଆସୁଥିଲେ। ମାତ୍ର ଅନେକ ସମୟରେ ସେଠାକାର ଅଣମତ୍ସ୍ୟଜୀବୀମାନେ ନାନାଦି ଅସୁବିଧା କରିବା ସହ ମତ୍ସ୍ୟଧରା ଉପକରଣ ଚୋରି କରି ଥିବାରୁ ମତ୍ସ୍ୟଜୀବୀମାନେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି।ଯାହା ଫଳରେ ଉପଯୁକ୍ତ ପରିସୀମା ଧାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ରଖା ଯାଇଥିଲା।

ଏଥି ସହିତ ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ବେଆଇନ ଦଖଲ, ବେଆଇନ ଚିଙ୍ଗୁଡ଼ି ଘେରି, ବେଆଇନ ପୋଖରୀ ଖନାନ ଆଦି ମନଇଛା କରାଯାଉଥିବାରୁ ଏହାକୁ ତୁରନ୍ତ ଉଚ୍ଛେଦ ନିମନ୍ତେ ପ୍ରସ୍ତାବ ଗୃହୀତ କରାଯାଇଥିଲା। ବିଭିନ୍ନ ପ୍ରାକୃତିକ ବିପର୍ଯୟରେ ମତ୍ସ୍ୟଜୀବୀମାନେ ଅନେକ କ୍ଷତିଗ୍ରସ୍ତ ହେଉଥିବା ବେଳେ ସେମାନଙ୍କୁ ସରକାରୀ ନିୟମ ମୁତାବକ ସମସ୍ତ ସୁବିଧା ସୁଯୋଗ ଦେବା ସହ ବୀମା ପରିସର ଭୁକ୍ତ କରିବା ନିହାତି ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା।

ମତ୍ସ୍ୟଜୀବୀମାନଙ୍କର ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଥିବା ବେଳେ ନଳଘାସ ଏବଂ ଅଳିଆ ଆବର୍ଜନା ଯୋଗୁଁ ଚିଲିକା କ୍ରମଶଃ ପୋତି ହେଇଯାଉଥିବା ବେଳେ ଆବଶ୍ୟକ ମୁତାବକ ମତ୍ସ୍ୟ ଉତ୍ପାଦନ ହୋଇପାରୁନାହିଁ। ଯାହାଫଳରେ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ
ମତ୍ସ୍ୟଜୀବୀମାନେ ନିଜର କୌଳିକ ବୃତ୍ତି ହରାଇ ଦାଦନ ଖଟୁଥିବା ଦେଖିବାକୁ ମିଳୁଛି।

ଏପରିକି ଉକ୍ତ ଆଲୋଚନା ଚକ୍ରରେ ଚିଲିକାର ପ୍ରାୟ ୧୨୪୦୦ ପଞ୍ଜିକୃତ ମାଛଧରା ଡ଼ଙ୍ଗା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ୍ଵ ପାରମ୍ପରିକ ମତ୍ସ୍ୟଜୀବୀ ରହିଥିବା ସୂଚନା ମିଳିଥିବା ବେଳେ ଚିଲିକା ମଧ୍ୟରେ ନିର୍ଦ୍ଧିଷ୍ଟ ପରିସୀମା ଭିତରେ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି। ମାତ୍ର କିଛି ଅଣ ପାରମ୍ପରିକ ମତ୍ସ୍ୟଜୀବୀମାନେ ରାଜ୍ୟ ତଥା ବାହାର ରାଜ୍ୟରୁ ମାଛ ଆଣି ବ୍ୟବସାୟ କରିବାରୁ ଅନେକ ସମୟରେ ତିକ୍ତତା ପ୍ରକାଶ ପାଇବା ସହ ସଙ୍ଘର୍ଷ ହେଉଥିଲେ ସୁଦ୍ଧା ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଜଣାପଡିଛି। ଯାହାଫଳରେ ପାରମ୍ପରିକ ମତ୍ସ୍ୟଜୀବୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହ ଅଭାବ ଅନାଟନରେ ଜୀବନ ନିର୍ବାହ କରୁଥିବାରୁ ନିଜର କୌଳିକ ବୃତ୍ତିକୁ ବଜାୟ ରଖିବା ପାଇଁ ଏକକ ଅଧିକାର ପ୍ରଦାନ ମତ ପ୍ରକାଶ ପାଇଥିଲା।

ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026
Latest News

ଉଦ୍ଧବ ଠାକରେଙ୍କୁ ଲାଗିବ ବଡ଼ ଝଟକା!: ଆଜି ବାଚସ୍ପତିଙ୍କୁ ଭେଟିପାରନ୍ତି ଛଅ ସାଂସଦ

June 17, 2026

ଆଜି ଜୁନ ୧୭ରେ ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

June 17, 2026

ପିଲାଙ୍କ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ

June 17, 2026

ସମ ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ

June 16, 2026

ଜୁନ ୧୯ ରେ ପିଏମ-ଭିବିଆରୱାଇ ର ଦେଶବ୍ୟାପୀ ଶୁଭାରମ୍ଭ କାର୍ଯ୍ୟକ୍ରମ

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.