Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଟାଙ୍ଗୀ: ପୋଖରୀରେ ଭାସୁଛି ଯୁବକଙ୍କ ମୃତ ଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
ଆଞ୍ଚଳିକ

ଟାଙ୍ଗୀ: ପୋଖରୀରେ ଭାସୁଛି ଯୁବକଙ୍କ ମୃତ ଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

July 13, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ରତ୍ନମାଳୀ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶଙ୍ଖା ସିନ୍ଦୁର ପୋଖରୀରେ ଜନୈକ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ମୃତ ଯୁବକଙ୍କ ନାମ ଅମରଜିତ୍ ପଟ୍ଟନାୟକ (୨୮) ହୋଇଥିବା ବେଳେ ତାଙ୍କ ଘର ଟାଙ୍ଗୀ ରତ୍ନମାଳୀ ସାହିରେ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ରତ୍ନମାଳୀ ସାହିରେ ଥିବା ଶଙ୍କା ସିନ୍ଦୁର ପୋଖରୀକୁ ସ୍ଥାନୀୟ ଲୋକେ ଗାଧୋଇବାକୁ ଯାଇଥିବା ବେଳେ ଏକ ଶବ ଭାସୁଥିବା ଦେଖିବାକୁ ପାଇଥିଲେ। ଏ ନେଇ ଟାଙ୍ଗୀ ଅଗ୍ନିଶମ ବାହୀନୀକୁ ଜଣାଇଥିଲେ। ଅଗ୍ନିଶମ ବାହୀନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଯୁବକଙ୍କ ପରିଚୟ ମିଳିବା ପରେ ତୁରନ୍ତ ମୃତକଙ୍କ ପିତାଙ୍କୁ ସୂଚନା ଦେଇଥିଲେ। ପିତା ତାରାକାନ୍ତ ପଟ୍ଟନାୟକ ଘଟଣା ସ୍ଥଳରେ ପହଂଚି ମୃତକଙ୍କ ଶବକୁ ଚିହ୍ନଟ କରିଥିଲେ। ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଦେଇଛି।

ତେବେ ଗତ କାଲି ଠାରୁ ଯୁବକଜଣକ ନିଖୋଜ ଥିଲେ। ଯୁବକଙ୍କ ଘରେ ଶୌଚାଳୟର ସୁବିଧା ଥିବା ସତ୍ତ୍ୱେ ସେ ପୋଖରୀକୁ କାହିଁକି ଯାଇଥିଲେ, ତାହାର କାରଣ ଜଣାପଡିନାହିଁ। ପୋଲିସ୍ ଏ ନେଇ ତଦନ୍ତ ଆରମ୍ଭ କରିଛି।

ଟାଙ୍ଗୀ ମୃତ୍ୟୁର କାରଣ ଅସ୍ପଷ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁ ଦିବସ ଉପଲକ୍ଷେ ୩ ଜଣ ଗୁରୁଜୀ ସମ୍ବର୍ଦ୍ଧିତ

September 5, 2026

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ‘ଅମ୍ଳାନ’ ଅଭିଯାନ: ଛାତ୍ରୀମାନଙ୍କର ହେମୋଗ୍ଲୋବିନ୍ ପରୀକ୍ଷା

September 3, 2026

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ

September 1, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026
Latest News

ଗୁରୁ ଦିବସ: ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

September 5, 2026

ମସଜିଦ ଉପରେ ଚାଲିଲା ବୁଲଡୋଜର: ଯୋଗୀ ସରକାରଙ୍କୁ ଏଭଳି ପରାମର୍ଶ ଦେଲେ ମାୟାବତୀ

September 5, 2026

ଗୁରୁ ଦିବସ ଉପଲକ୍ଷେ ୩ ଜଣ ଗୁରୁଜୀ ସମ୍ବର୍ଦ୍ଧିତ

September 5, 2026

ବାଣପୁରରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ପାଳିତ

September 5, 2026

ଛୋଟ ଉଚ୍ଚତା ଆଉ ହେବନି ବାଧା, ଏହି କାର୍‌ରେ ଡ୍ରାଇଭିଂ ହେବ ଆରାମଦାୟକ

September 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.