ଡିଏଭି ପୋଖରୀପୁଟରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

Published: Aug 15, 2023, 2:22 pm IST

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଶ୍ୱ ଦରବାରରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ପରିଚିତ ହେବା ପାଇଁ ସମସ୍ତଙ୍କର ଉଦ୍‌ଯୋଗ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ।

ଜାତୀୟ ସ୍ତରରେ ଡିଏଭି ପୋଖରୀପୁଟର ମର୍ଯ୍ୟାଦା ବୃଦ୍ଧି ନିମନ୍ତେ ସମସ୍ତଙ୍କର ଏକନିଷ୍ଠ ସାଧନାର ଆବଶ୍ୟକତା ବୋଲି ସେ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଦେଶପ୍ରେମରେ ବ୍ରତୀ ହେଲେ ଏହି ଦିବସ ପାଳନର ଉଦ୍ଦେଶ୍ୟ ସଫଳ ହେବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାମୂହିକ ସଂଗୀତ , ପ୍ରାମାଣିକ ଚିତ୍ର ଏବଂ ଚିତ୍ତାକର୍ଷକ ନୃତ୍ୟ ପରିବେଷିତ ହୋଇଥିଲା। ଜାତୀୟତାବୋଧ ଭାବଗମ୍ଭୀର ପରିବେଶ ସମସ୍ତଙ୍କୁ ମନ୍ତ୍ରମୁଗ୍‌ଧ କରିଥିଲା।

Related posts