Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଭିନ୍ନ ସମସ୍ୟା ନେଇ ବାଣପୁର ତହସିଲ ଓ ବ୍ଲକ ଘେରାଉ କଲେ ଶତାଧିକ ଆଦିବାସୀ
ଆଞ୍ଚଳିକ

ବିଭିନ୍ନ ସମସ୍ୟା ନେଇ ବାଣପୁର ତହସିଲ ଓ ବ୍ଲକ ଘେରାଉ କଲେ ଶତାଧିକ ଆଦିବାସୀ

August 16, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ମଧ୍ୟାହ୍ନରେ ଚାଷୀମୁଲିଆ ସଂଘ ଓଡିଶା ଓ ଅଲଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭା ଆନୁକୂଲ୍ୟରେ ଶହଶହ ଆଦିବାସୀ ଏକତ୍ରିତ ହୋଇ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ ଓ ବ୍ଲକ ଘେରାଉ କରିଥିଲେ।

ପ୍ରକାଶଥାଉକି ବାଣପୁର ବ୍ଲକର ନୀଳାଦ୍ରି ପ୍ରସାଦ ଓ ଦାମିଆବରବରା ଗ୍ରାମ ପଞ୍ଚାୟତ ଦୁଇଟି ଆଦିବାସୀ ଅଧୁଷିତ ପଞ୍ଚାୟତ ଭାବେ ଜଣାଶୁଣା। ଉଭୟ ପଞ୍ଚାୟତବାସୀଙ୍କ ଦାବୀ ମୁତାବକ ଚଳିତ ଅଗଷ୍ଟ ୭ ତାରିଖରେ ଦାମିଆ ବରବରା କୋଷରଡ଼ା ଗ୍ରାମରେ ହୋଇଥିବା ଜନଶୁଣାଣୀରେ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାକୁ ହୋଇଥିବା ନିଷ୍ପତ୍ତି ମୁତାବକ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କୁ ଜମିପଟ୍ଟା ଦେବାକୁ ଦାବୀ କରିଛନ୍ତି। ଉଭୟ ଦୁଇଟି ଗ୍ରାମପଞ୍ଚାୟତର ଆଦିବାସୀ ମାନଙ୍କ ଧନ ଓ ଜୀବନ ବିପଦରେ ପଡିବା ସହ ହାତୀ ମାନଙ୍କ ଦ୍ୱାରା ନଷ୍ଟ ହେଉଥିବା କୃଷି ଜାତୀୟ ଫସଲର କ୍ଷତିପୂରଣ ଦେବାକୁ ତାସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ତହସିଲଦାର ଅନୁପସ୍ଥିତ ଥିବାରୁ ଅତିରିକ୍ତ ତହସିଲଦାର ସାହିନ ନାଜ ସେମାନଙ୍କ ଦାବିପତ୍ର ଗ୍ରହଣ କରିଥିଲେ।

ଅନୁରୂପ ଭାବେ ଗମନା ଗମନ ପାଇଁ ରାସ୍ତା, ଆବାସ ଯୋଜନାରେ ଘର, ପିଇବା ପାଣି, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ସହ ଅନ୍ୟାନ୍ୟ ସମସ୍ୟା ନେଇ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତେବେ କଦମ ଝୋଲା, ବୁରୁ ସାହି, ବାଙ୍କିଆ ପଲି, କାନ୍ଦୁଲ ସାହି, କୋଷରଡ଼ା ବଡ଼ ସାହି ଏବଂ ଖଟୁଆଳ ସାହି ଠାରୁ ଗ୍ରାମ ଭିତରକୁ ରାସ୍ତା ନିର୍ମାଣ ପାଇଁ ମୁଖ୍ୟତଃ ଦାବୀ କରାଯାଇଛି।

ଉକ୍ତ ଘଟଣା ସମ୍ପର୍କରେ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ସରପଞ୍ଚ ଉମାକାନ୍ତ ସାହୁଙ୍କୁ ଯୋଗାଯୋଗ କରିବାରେ ଲୋକଙ୍କ ଦାବୀ ସହ ଆମେ ଉଭୟ ସରପଞ୍ଚ ଏକମତ ବୋଲି କହିଛନ୍ତି। ତେଣୁ ସରକାର ଏହାର ତୁରନ୍ତ ସମଧାନ କରିବା ଦିଗରେ ଦାଇତ୍ୱ ନେବାର ଆବଶ୍ୟକତା ଥିବା କହିଛନ୍ତି।

ବାଣପୁର ଶତାଧିକ ଆଦିବାସୀ
Share. Facebook Twitter LinkedIn Email WhatsApp Copy Link

Related Posts

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026

୧୬ ଦାଦନ ଶ୍ରମିକ ଉଦ୍ଧାର

October 9, 2026

ମା’ ଭଗବତୀଙ୍କ ପୀଠରେ ପ୍ରସିଦ୍ଧ ଭେଟ ଯାତ୍ରା: ଏହି ଦିନ ଦୁଇ ଭଉଣୀଙ୍କ ହେବ ଅପୂର୍ବ ମିଳନ ଉତ୍ସବ

October 9, 2026
Latest News

ନୂଆପଡ଼ାରେ ଚାଞ୍ଚଲ୍ୟ! ଗୋଟିଏ ଘରୁ ମିଳିଲା ନବଦମ୍ପତିଙ୍କ ମୃତଦେହ

October 13, 2026

ଚିନ୍ତା ବଢ଼ାଇଲା ଦରବୃଦ୍ଧି, ୫.୫୪%କୁ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

October 13, 2026

SC-ST ସଂରକ୍ଷଣକୁ ନେଇ ବଡ଼ ରାୟ! ୫୬% କୋଟା ରଦ୍ଦ କଲେ ହାଇକୋର୍ଟ

October 13, 2026

ସୁନ୍ଦରଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ! କ୍ରସର ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ, ଖଣି ବିବାଦକୁ ନେଇ ବଢ଼ିଲା ସନ୍ଦେହ

October 13, 2026

ଡାଲି ଉତ୍ପାଦନରେ ଚମକିଲା ଓଡ଼ିଶା: ମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କୁ ବିଜେପିର ସାଧୁବାଦ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.