Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରେଢାଖୋଲରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ
ଆଞ୍ଚଳିକ

ରେଢାଖୋଲରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

August 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢାଖୋଲ: “ସୁଚିତ୍ରା” ପତ୍ରିକା ପକ୍ଷରୁ ରେଢାଖୋଲ ଏନ୍ ଏ ସି  କଲ୍ୟାଣ ମଣ୍ଡପରେ ଗଙ୍ଗାଧର ମେହେର ଜୟନ୍ତି କବି ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଜୟନ୍ତି ଉତ୍ସବରେ ରେଢାଖୋଲ ଏନ୍ ଏ ସି ର ଅଧ୍ୟକ୍ଷ ଶିବରାମ ସାହୁ ମୁଖ୍ୟ ଅତିଥି ଭାବରେ, କବି ମାନିନୀ ମିଶ୍ର ଓ ସମାଜସେବୀ ଗୋବିନ୍ଦ ଅଗ୍ରଓାଲା ସମ୍ମାନୀତ ଅତିଥି, ମାଧପୁର ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ୍ ଦେବରାଜ ନାଏକ ପ୍ରମୁଖ ଯୋଗେଦେଇ ଗଙ୍ଗାଧର ମେହେରଙ୍କ ଜୀବନୀ ତଥା ତାଙ୍କର କବିତା ସଂପର୍କରେ ଆଲୋଚନା କରିଥିଲେ। ଗଙ୍ଗାଧର ମେହେର ଥିଲେ ଜଣେ ପ୍ରକୃତି କବି ତାଙ୍କ ସାହିତ୍ୟରେ ପଶୁ, ପକ୍ଷୀ, ବୃକ୍ଷଲତା ସ୍ଥାନ ପାଇଛି। ସେ ପ୍ରକୃତିକୁ ବହୁତ ଭଲ ପାଉଥିଲେ ବୋଲି ବକ୍ତାମାନେ କହିଥିଲେ। ଆଗାମୀ ଦିନରେ ରେଢାଖୋଲରେ ମେହେର ଜୟନ୍ତୀ ବହୁ ଆଡମ୍ବର ସହକାରେ ପାଳନ କରାଯିବାକୁ ବକ୍ତା ମାନେ ପ୍ରସ୍ତାବ ଦେଇଥିଲେ। ସାମ୍ବାଦିକ ସୁଶାନ୍ତ ନାଗ ରେଢାଖୋଲରେ ପ୍ରଥମ ଥର ପାଇଁ ସୁଚିତ୍ରା ପତ୍ରିକା ତରଫରୁ ମେହେର ଜୟନ୍ତୀ ପାଳନ କରିଥିବା ତଥା ଆଗାମୀ ଦିନରେ ଏହି ଜୟନ୍ତି ଉତ୍ସବ ଜାକଜମକରେ କରାଯିବାକୁ ମତ ରଖିଥିଲେ।

ଏହି ଉତ୍ସବରେ ପତ୍ରିକାର ମୁଖ୍ୟ ସଂପାଦକ ସଂଗ୍ରାମ କେଶରୀ ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପତ୍ରିକାର ସଂପାଦକ କନ୍ଦର୍ପ ବେହେରା ସ୍ୱାଗତ ଅଭିଭାଷଣ ଦେଇଥିଲେ। ଏହି ଅବସରରେ ରେଢାଖୋଲ ମାଟିର କବି କାଳିଆ ସାହୁଙ୍କ କବିତା ପୁସ୍ତକ “ବହି ମୋହର ସାଥୀ”  ଏବଂ ଅନୁଗୋଳ ରୁ ଆସିଥିବା କବି ସର୍ବେଶ୍ୱର ବେହେରାଙ୍କ କବିତା ପୁସ୍ତକ “ଶୂନ୍ୟସୁଧା” ଅତିଥିମାନଙ୍କ ଦ୍ୱାରା ଉନ୍ମୋତିତ ହୋଇଥିଲା। ସରସ୍ୱତୀ ଶିଶୁ ମନ୍ଦିର, ଶୁଣ୍ଢିମୁଣ୍ଡାର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ କବି ଅଚ୍ୟୁତାନନ୍ଦ ବିଶ୍ୱାଳ, କବି ଗୀତାରାଣୀ ସାହୁ, ସର୍ବେଶ୍ୱର ବେହେରା  ରମେଶ ମେହେର ପ୍ରମୁଖ କବିତା ପାଠ କରିଥିଲେ। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କବିତାକୁ ଛାତ୍ରୀମାନେ ପାଠ କରିଥିଲେ।

ଶେଷରେ ସଂପାଦକ କନ୍ଦର୍ପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

“ସୁଚିତ୍ରା” ପତ୍ରିକା ଜୟନ୍ତୀ ପାଳିତ ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026

ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ

September 21, 2026

ଜଙ୍ଗଲି ଭାଲୁ ଆକ୍ରମଣରେ ଦୁଇ ଗୁରୁତର: ଜଣେ ଆହତ

September 21, 2026

ଚିଲିକା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

September 21, 2026
Latest News

ବିଶ୍ୱ ଗୋଲାପ ଦିବସରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ

September 23, 2026

ରେଳ ଧାରଣାରୁ ମୃତ ଦେହ ଉଦ୍ଧାର

September 23, 2026

ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀଙ୍କ ଆତ୍ମହତ୍ୟା

September 23, 2026

ଆପଣଙ୍କ ଫୋନ୍‌ରୁ ଲାପଟପ୍‌ ପର୍ଯ୍ୟନ୍ତ ସବୁଠି ରହିଛି IP Address; ଜାଣନ୍ତୁ କ’ଣ ଏହା, କିପରି କାମ କରେ ଓ କେତେ ସୁରକ୍ଷିତ

September 23, 2026

ମୁଣ୍ଡବିନ୍ଧା ହେଲେ ଖାଉଛନ୍ତି କି ପେନକିଲର୍‌? ଆଣ୍ଟିବାୟୋଟିକ୍‌ ନେବା ପୂର୍ବରୁ ଜାଣନ୍ତୁ ଏହି କଥା

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.