Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଧାୟିକାଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ଥର ସ୍ଥାପନ
ଆଞ୍ଚଳିକ

ବିଧାୟିକାଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ଥର ସ୍ଥାପନ

September 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ଗଞ୍ଜାମ ଜିଲ୍ଲା ଆସିକାରେ ଆଜି ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଥିବା ବେଳେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି।

ଆସିକା ବ୍ଲକ ବାବନପୁର ଗ୍ରାମରେ ସରପଚଂ ସଞ୍ଜୟ କୁମାର ନାୟକ ଓ ସମିତିସଭ୍ୟ ସନ୍ତୋଷ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବାଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଧାୟିକା ମଞ୍ଜୁଳା ସ୍ୱାଇଁ ବାବନପୁର ଗୋଟିଏ ପଚାଂୟତ ଏବଂ ଗୋଟିଏ ଗ୍ରାମ ରେ ପ୍ରଥମେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଦଣ୍ଡକାଳୀ ମନ୍ଦିରର ମୁଖଶାଳାକୁ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ।

ଏହାପରେ ରଘୁନାଥ ମନ୍ଦିର ଷ୍ଟୋର ରୁମର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ଯାହାର ବ୍ୟୟ ଅଟକଳ ୪ ଲକ୍ଷ ୫୦ ହଜାର ଟଙ୍କା ରହିଛି। ସେହିଭଳି ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପନ୍ଦରା କଲୋନୀ ରାସ୍ତାର ଭିତିପ୍ରସ୍ଥର ସ୍ଥାପନା, ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୁମ୍ଭାର ସମାଜ କୋଠଘର ସମ୍ପ୍ରସାରଣର ଭିତିପ୍ରସ୍ଥର ସ୍ଥାପନ, ଲକ୍ଷ୍ମୀ ମନ୍ଦିର ନିର୍ମାଣ ଓ ସୈାନ୍ଦର୍ଯ୍ୟକରଣ ପାଇଁ ୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳ, ସ୍ୱର୍ଗତ ଲଡୁକିଶୋର ସ୍ୱାଇଁଙ୍କ ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୋଠ ଘର ନିର୍ମାଣ, ଗଣେଶ ମନ୍ଦିର ନିର୍ମାଣ ଓ ସମ୍ପ୍ରସାରଣର ଭିତିପ୍ରସ୍ଥର ସ୍ଥାପନ ପାଇଁ ୩ ଲକ୍ଷ ଟଙ୍କା, ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବଜାର ଗୃହ ନିର୍ମାଣର ଭିତିପ୍ରସ୍ଥର ସ୍ଥାପନ ଆଦି ବିଧାୟିକା ମଞ୍ଜୁଳା ସ୍ୱାଇଁ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆସିକା ବ୍ଲକ ବିଜେଡି ସଭାପତି ରାଜେଶ କୁମାର ପଟ୍ଟନାୟକ, ଆସିକା ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହକ, ଗଞ୍ଜାମ ଜୋନ ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ଗଞ୍ଜାମ ଜୋନ ଉପସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହି, ବିଜେଡି ନେତା ଅଭିମନ୍ୟୁ ନାହକ, ଆସିକା ବ୍ଲକ ଉପାଧ୍ୟକ୍ଷା ରେଶମା ଦୋରା, ଆସିକା ଏନଏସି ଉପାଧ୍ୟକ୍ଷା ଜୟନ୍ତି ବିଷୋୟୀ, ହରିଡାପଦର ସରପଚଂ ଜୟନ୍ତି ବେହେରା, ଦୈାତାରୀ ବେହେରା, ସରପଚଂ ଜୟସେନ ସ୍ୱାଇଁ, ଦୁର୍ଗା ବେହେରା, ପୂର୍ବତନ ସରପଚଂ ବିଜୟ ନାହକ, ପୁର୍ବତନ ସରପଚଂ ନାଗାର୍ଜୁନ ବିଷୋୟୀ, ପୂର୍ବତନ ସରପଚଂ ଟୁଲୁ ଜେନା, ସନ୍ତୋଷ ସ୍ୱାଇଁ, ଜିଲ୍ଲାପରିଷଦ ବି.ମନୋଜ କୁମାର ଦୋରା, ମଙ୍ଗଳପୁର ସରପଚଂ ଦେବରାଜ ନାହକ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ବିଜେଡି ନେତା ଏବଂ କର୍ମୀ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଗ୍ରାମ ପରିକ୍ରମା କରିଥିଲେ। ବାବନପୁର ଗ୍ରାମରେ ବିରାଟ ପଟୁଆର ବେଳେ ବିଭିନ୍ନ ସ୍ଥାନରେ ବିଧାୟିକାଙ୍କୁ ସ୍ୱଂୟ ସହାୟକ ଗୋଷ୍ଠି ପକ୍ଷରୁ ବନ୍ଦାପନା କରି ହୁଳହୁଳିରେ ସ୍ୱାଗତ କରିଥିଲେ।

ଆସିକା ଉନ୍ନୟନମୂଳକ ପ୍ରକଳ୍ପ ମଞ୍ଜୁଳା ସ୍ୱାଇଁ ଶୁଭ ଉଦଘାଟନ
Share. Facebook Twitter LinkedIn Email WhatsApp Copy Link

Related Posts

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026
Latest News

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.