Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଥାନା ଅଧିକାରୀଙ୍କ ବଦାନ୍ୟତା: ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ନେଲେ ଡାକ୍ତରଖାନା
ଆଞ୍ଚଳିକ

ବାଣପୁର ଥାନା ଅଧିକାରୀଙ୍କ ବଦାନ୍ୟତା: ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ନେଲେ ଡାକ୍ତରଖାନା

September 29, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ବାଣପୁର ବଜାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବଜାରକୁ ଆସିଥିବା ଜଣେ ୫୫ ବର୍ଷ ବ୍ୟକ୍ତିଙ୍କର ଗୋଡ଼ ଉପରେ ଟ୍ରକ ଚଢିଯାଇଥିଲା। ଯାହାଫଳରେ ସେ ଗୁରୁତର ହୋଇ ରାସ୍ତା ମଝିରେ ପଡିରହିଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ମଙ୍ଗରାଜପୁର ଗ୍ରାମର ସୁରେଶ ପ୍ରଧାନ (୫୫)।

ଘଟଣାରୁ ପ୍ରକାଶ ଯେ, ଘର ସଉଦା ନିମନ୍ତେ ବାଣପୁର ବଜାରକୁ ସୁରେଶ ଯାଇଥିବା ବେଳେ ଏପି ୩୯ ୟୁ ୯୫୮୯ ନମ୍ବର ଥିବା ଏକ ୧୪ ଚକିଆ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ସେ ତଳେ ପଡିଯିବା ପରେ ଟ୍ରକର ଚକା ତାଙ୍କର ଦୁଇ ଗୋଡ଼ ଉପରେ ଚଢି ଯାଇଥିଲା।  ସେଥିରୁ ଡାହାଣପାଖ ଗୋଡ଼ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି।

ଘଟଣା ସ୍ଥଳରେ ସୁରେଶ ରକ୍ତ ଜୁଡୁବୁଡୁ ହୋଇ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ କେହି ବ୍ୟକ୍ତି ତାଙ୍କୁ ସାହାଯ୍ୟ କରୁନଥିବା ଦେଖିବାକୁ ମିଳିଥିଲା। ଉକ୍ତ ସମୟରେ ସେହି ବାଟ ଦେଇ ବାଣପୁର ଥାନାଧିକାରୀ ରମେଶ କୁମାର ଦେବତା ଯାଉଥିବା ବେଳେ ଏହା ଦେଖି ସଙ୍ଗେସଙ୍ଗେ ନିଜ ଗାଡ଼ିରୁ ଓହ୍ଲାଇ ନିଜ ଟିମ ସହ ଗୁରୁତର ଆହତ ହୋଇଥିବା ସୁରେଶଙ୍କୁ ବାଣପୁର ମେଡିକାଲ ନେଇଥିଲେ।

ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ସୁରେଶଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରଣ କରିଛନ୍ତି। ତେବେ ବାଣପୁର ଆଇଆଇସି ଙ୍କ ଉକ୍ତ କାର୍ଯ୍ୟକୁ ଜନସାଧାରଣ ଭୁୟସୀ ପ୍ରଶଂସା କରିଛନ୍ତି।

ଗୁରୁତର ଆହତ ଦୁର୍ଘଟଣା ବାଣପୁର ଥାନା ଅଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026
Latest News

କେନ୍ଦ୍ର ବିରୋଧରେ ୨ ଦିନରେ ୨ ଟି ପ୍ରସ୍ତାବ ପାରିତ କଲେ ମୁଖ୍ୟମନ୍ତ୍ରୀ ବିଜୟ: ସମର୍ଥନ କଲା DMK

August 12, 2026

ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନତିକରଣ ଲାଗି ୩.୧୦ କୋଟି ଯୋଗାଇ ଦେଲେ ଅଶ୍ୱିନୀ ବୈଷ୍ଣବ

August 12, 2026

ଟିମ୍ ଇଣ୍ଡିଆର ଖେଳାଳିଙ୍କ ଆହତ ପାଇଁ ଗୌତମ ଗମ୍ଭୀର ଦାୟୀ!: ପୂର୍ବତନ ଖେଳାଳିଙ୍କ ବଡ଼ ବିବୃତ୍ତି

August 12, 2026

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ଗୋମୁତ୍ରରୁ ରୋଜଗାର: ୧୫ ଟି ଗାଁରେ ଏକ ଅନନ୍ୟ ପ୍ରକଳ୍ପ ଆରମ୍ଭ

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.