Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ କଲେଜରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଞ୍ଚଳିକ

ବାଲୁଗାଁ କଲେଜରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

October 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟ ତଥା ଦେଶରେ ଦିନକୁ ଦିନ ସାଇବର ଅପରାଧୀ ମାନେ ସକ୍ରିୟ ହେବା ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାବ୍ୟାପୀ ଅନୁଷ୍ଠିତ ହେଉଛି। ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁଙ୍କ ସମେତ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଙ୍କୁ ମହାବିଦ୍ୟାଳୟର ଏନସିସି କ୍ୟାଡେଟ ମାନେ ପ୍ୟାରେଡ ମାଧ୍ୟମରେ ପାଛୋଟି ଆଣିବା ପରେ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ। ଏହାପରେ ମହାବିଦ୍ୟାଳୟର ସଭାଗୃହରେ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଅତିରିକ୍ତ ଏସପି ଶ୍ରୀ ମୁର୍ମୁ ଉଦଘାଟନ କରିଥିଲେ।

ଏହାପରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ପରେ ଶ୍ରୀ ମୁର୍ମୁ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଛାତ୍ରୀ ଦୀପ୍ତି ସାହୁ ଓ ପ୍ରଜ୍ଞାସ୍ମିତା ସାହୁଙ୍କ ସ୍ୱାଗତ ସଂଗୀତ ଓ ପୋଲିସ ସବ ଇନ୍ସପେକ୍ଟର ଦିଲ୍ଲୀପ କୁମାର ସାହୁଙ୍କ ସଂଗୀତ ପରିବେଷଣ ପରେ ସଂଯୋଜକ ତଥା ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ବାଲୁଗାଁ ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ମିଶ୍ର ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

ଏହାପରେ କେ. ଦିନେଶ ସାଇବର ଠକେଇର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇବା ସହ ସାଇବର ସୁରକ୍ଷାର ସାଧାରଣ ସୂତ୍ର ଓ ମୋବାଇଲର ଯାନ୍ତ୍ରିକ କୌଶଳ ବିଷୟରେ ସଚେତନତା ସୃଷ୍ଟି କରିଥିଲେ। ଏହାପରେ ସମ୍ମାନିତ ଅତିଥି ତଥା ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ପ୍ରବାସ କୁମାର ସୁନ୍ଦରାୟ ସାଇବର ଠକେଇରୁ ଦୁରେଇ ରହିବା,ନିଜର ଓଟିପିକୁ ହସ୍ତାନ୍ତର ନ କରିବା,ଅଜଣା ଫୋନ କଲ ଦ୍ୱାରା ଅର୍ଥ ଲୋଭରେ ବ୍ୟାଙ୍କ ବିବରଣୀ ନ ଦେବା ସମ୍ପର୍କରେ ଛାତ୍ର ଛାତ୍ରୀ ଓ ଯୁବବର୍ଗଙ୍କୁ ପରାମର୍ଶ ଦେଇଥିଲେ।

ପ୍ରାଧ୍ୟାପକ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି ଦେଶର ବିଭିନ୍ନ ସାଇବର ଏନ୍ତୁଡ଼ିଶାଳ ବିଷୟରେ ସୂଚନା ଦେବା ସହ ସାମ୍ପ୍ରତିକ ସମୟର ଏହା ବଡ଼ ଅପରାଧ ବୋଲି ସୂଚନା ଦେଇଥିଲେ। ଏହାପରେ ମୁଖ୍ୟ ଅତିଥି ଶ୍ରୀ ମୁର୍ମୁ ଜିଲ୍ଲା ବ୍ୟାପୀ ଏହି ସଚେତନତା କାର୍ଯ୍ୟକ୍ରମରେ ସମସ୍ତଙ୍କର ସମ୍ପୃକ୍ତି ଓ ଗ୍ରହଣଶୀଳତା କାମନା କରିଥିଲେ। ସଭାପତି ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶ ସାଇବର ସୁରକ୍ଷାକୁ ଜୀବନ ସୁରକ୍ଷା ବୋଲି ନାମିତ କରିବା ସହ ମହାବିଦ୍ୟାଳୟର ବିଭିନ୍ନ ଶ୍ରେଣୀରେ ଏହି ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଶିକ୍ଷାର୍ଥୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ।

ଏହି ପରିପ୍ରେକ୍ଷୀରେ ଏନସିସି,ଏନଏସଏସ ଓ ଯୁବ ରେଡ଼କ୍ରସର ସ୍ବେଛାସେବୀମାନେ କ୍ଷୁଦ୍ର ଏକାଙ୍କିକା ମାଧ୍ୟମରେ ଏଟିଏମ ଠକେଇ,ଛଦ୍ମ ନାମରେ ପଇସା ଠକେଇ, ସାଧାରଣ ବ୍ୟକ୍ତିଙ୍କୁ ବ୍ୟାଙ୍କ ଠକେଇ ,ବିଭିନ୍ନ କମ୍ପାନୀ ନାମରେ ଚାକିରି ପ୍ରଲୋଭନ, ନାମଲେଖା ଠକେଇ ଆଦି ବିଭିନ୍ନ ସାଇବର ଅପରାଧର ଦୃଶ୍ୟ ଅଭିନୟ କରି ପ୍ରଶଂସିତ ହୋଇଥିଲେ। ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଶ୍ରେଷ୍ଠ ସ୍ଵେଚ୍ଛାସେବୀ ଓ ପୋଲିସ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ସ୍ୱାତୀ ସ୍ଵାଗତିକା ସାହୁ,କୀର୍ତ୍ତି ମୟୀ ବାରିକ, ଡଃ ସନ୍ତୋଷ କୁମାର ରଥ ସହାୟତା କରିଥିଲେ। ଛାତ୍ର ଛାତ୍ରୀଙ୍କ ସମେତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱଚ୍ଚସାଥୀ ଏଥିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡ଼ା ପରିଚାଳନା କରିଥିଲେ।

ଖୋର୍ଦ୍ଧା ଜିଲ୍ଲା ପୋଲିସ ପ୍ରଶାସନ ବାଲୁଗାଁ କଲେଜ ସଚେତନତା କାର୍ଯ୍ୟକ୍ରମ ସାଇବର ଅପରାଧ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

“ନିର୍ଦ୍ଦେଶ କାହାର ଥିଲା?”: ଫର୍ମ-୬ ଉପରେ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କଲେ ରାହୁଲ ଗାନ୍ଧୀ

October 1, 2026

ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ: ୩ ମୃତ, ୫ରୁ ଅଧିକ ଆକ୍ରାନ୍ତ

October 1, 2026

କଂଗ୍ରେସ ଭବନ ବାହାରେ ଓକିଲଙ୍କ ମୃତଦେହ

October 1, 2026

ଧାରୁଆ ଅସ୍ତ୍ରରେ ଗଳା କାଟି ଯୁବତୀଙ୍କ ଆତ୍ମହତ୍ୟା

October 1, 2026

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ: ଥରିଲା ହିନ୍ଦୁକୁଶ, ଲୋକେ ଭୟଭୀତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.