Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଅଦାଲତରେ ଜାତୀୟ ଆଇନ ସେବା ଦିବସ ପାଳିତ
ଆଞ୍ଚଳିକ

ବାଣପୁର ଅଦାଲତରେ ଜାତୀୟ ଆଇନ ସେବା ଦିବସ ପାଳିତ

November 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ସାରା ଦେଶ ପାଳୁଛି ‘ଜାତୀୟ ଆଇନ ସେବା ଦିବସ’। ସୂଚନା ମୁତାବକ, ୧୯୯୫ ମସିହା ନଭେମ୍ବର ୯ ତାରିଖରେ ଆଇନ ସେବା ପ୍ରାଧିକରଣ ଆଇନ-୧୯୮୭ ଗୃହୀତ ହୋଇଥିଲା। ଦେଶବାସୀଙ୍କ ମଧ୍ୟରେ ଆଇନ ସଚେତନତାର ପ୍ରସାର ପାଇଁ ସେବେଠାରୁ ପ୍ରତି ବର୍ଷ ଉକ୍ତ ଦିବସ ପାଳିତ ହୋଇଆସୁଛି।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ତାଲୁକ ଆଇନ ସହାୟତା ସମିତି ପକ୍ଷରୁ ସ୍ଥାନୀୟ ଅଦାଲତ ପରିସରରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ତାଲୁକ ଆଇନ ସହାୟତା ସମିତିର ଅଧ୍ୟକ୍ଷ ତଥା ବାଣପୁର ସହକାରୀ ଦୌରା ଜଜ ମନୋରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜେଏମଏଫସି ସ୍ନାତକୀ ଦାସ, ଓକିଲ ସଂଘ ସମ୍ପାଦକ ସୁଧୀର ପ୍ରଧାନ, ଆଇନଜୀବୀ ବିପ୍ଳବ ମୁଦୁଲି, ବିନୋଦ ସ୍ୱାଇଁ ଯୋଗ ଦେଇ ନିଜ ନିଜ ବକ୍ତବ୍ୟରେ ଜାତୀୟ ଆଇନ ସେବା ଦିବସ ସଂପର୍କରେ ଆଲୋକପାତ କରିଥିଲେ।

ଦେଶର ପ୍ରତ୍ୟେକ ନାଗରିକ ଯେ କୌଣସି ଅଞ୍ଚଳରୁ ଆସିଥା’ନ୍ତୁ ନା କାହିଁକି, ତାଙ୍କର ପରିଚୟ ଯାହା ହେଉ ନା କାହିଁକି, ପ୍ରତ୍ୟେକଙ୍କୁ ମାଗଣା ଆଇନ ସେବା ସହାୟତା ମିଳିପାରିବ ବୋଲି ନିଜ ଅଭିଭାଷଣରେ ସହକାରୀ ଦୌରା ଜଜ ଶ୍ରୀ ମିଶ୍ର କହିଥିଲେ। ଅନୁରୂପ ଭାବେ ଦଳିତ, ମହିଳା, ଭିନ୍ନକ୍ଷମ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ପରି ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସେମାନଙ୍କ ଅଧିକାର ଓ ମାଗଣା ଆଇନ ସେବା ସମ୍ପର୍କରେ ଅବଗତ କରାଇବା ଆମର କର୍ତ୍ତବ୍ୟ ବୋଲି ଜେଏମଏଫସି ଶ୍ରୀମତୀ ଦାସ ତାଙ୍କ ଅଭିଭାଷଣରେ କହିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଓକିଲ ସଂଘର ଉପସଭାପତି ପଦ୍ମଜା ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ପ୍ରଭାତ ପଟ୍ଟଯୋଶୀ, ରମେଶ ବିଷୋୟୀ, ସଚିତ ମିଶ୍ର, ସନ୍ଦୀପ ମହାପାତ୍ର, ଜଗଦୀଶ ପଟ୍ଟନାୟକ,ରଞ୍ଜନ ବେଦମତା, ସୁନୀଲ ମହାପାତ୍ର,ଶାନ୍ତନୁ ମହାପାତ୍ର,ସୀତାରାମ ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ।

ଜାତୀୟ ଆଇନ ସେବା ଦିବସ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ଅଗ୍ନି ବିପନ୍ନଙ୍କୁ ରେଡ଼କ୍ରସ ପକ୍ଷରୁ ସହାୟତା

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026
Latest News

୭୮ ଦିନ ପାଇଁ ଅପରିବର୍ତ୍ତିତ ରହିବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଜାଣନ୍ତୁ ସରକାରଙ୍କ ଯୋଜନା

June 10, 2026

କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ପାରିତ ହେଲା ଏକ ସଂକଳ୍ପ

June 10, 2026

ଅଷ୍ଟ୍ରେଲିଆ ଗସ୍ତରେ ବଡ଼ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି!: କ୍ରିକେଟ ପ୍ରଶଂସକଙ୍କୁ ମିଳିବ ଉପହାର

June 10, 2026

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.