Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ତାଲୁକ୍ ଆଇନ୍ ସେବା କମିଟି ତରଫରୁ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ
ଆଞ୍ଚଳିକ

ତାଲୁକ୍ ଆଇନ୍ ସେବା କମିଟି ତରଫରୁ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ

December 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢାଖୋଲ (କନ୍ଦର୍ପ ବେହେରା): ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ଅନ୍ତର୍ଗତ ଭରତାପୂର ଗ୍ରାମପଞ୍ଚାୟତ ପ୍ରାଙ୍ଗଣରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ତାଲୁକ ଆଇନ ସେବା କମିଟି ରେଢ଼ାଖୋଲ ପକ୍ଷରୁ ଆୟୋଜନ ହୋଇଥିଲା। ଆଡଭୋକେଟ ପରୀକ୍ଷିତ ଦାସ ସଭାର ପ୍ରାରମ୍ଭିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଡଭୋକେଟ୍ ଉମାକାନ୍ତ ମହାନନ୍ଦ ରେଢ଼ାଖୋଲ ସଭା ପରିଚାଳନା କରିଥିଲେ।ମୂଖ୍ୟ ଅତିଥି ଭାବେ ମାନ୍ୟବର ଏ ଡି ଜେ, ଟି ଏଲ ସି ଚେଆରମେନ ଦିପ୍ତିପ୍ରକାଶ ବ୍ରହ୍ମା, ବେଦ ପ୍ରକାଶ ସିଭିଲ ଜଜ, ହୃଷିକେଶ ଖେମାନଡୁ ଏସ୍ ଡି ଜେ ଏମ,ଜି ପି ଓ ପଞ୍ଚାନନ ବେହେରା, ଆରତୀ ସାହୁ ସରପଞ୍ଚ ଭରତାପୂର୍ ଗ୍ରାମ ପଞ୍ଚାୟତ, ସମିତି ସଭ୍ୟ ଦିବାକର ପ୍ରଧାନ, ଆଇ ଆଇ ସି ଚାରମାଲ ଥାନା ଚନ୍ଦ୍ର ମୋହନ ସିଂହ ଏବଂ ମୁଖ୍ୟ ବକ୍ତା ଦିବ୍ୟାଙ୍ଗ ରୋହିତ ଭୋଇ ଯୋଗଦାନ କରିଥିଲେ।

ସେ ନିଜେ ତାଙ୍କ ବକ୍ତବ୍ୟରେ କହିଥିଲେ ମୁଁ ଜଣେ ଭିନ୍ନକ୍ଷମ ଦିବ୍ୟାଂଙ୍ଗ ଅଟେ। କିନ୍ତୁ ଅକ୍ଷମ ନୁହେଁ, ମୁଁ ଜଣେ କୃଷକ, ସାମ୍ବାଦିକ ଏବଂ ଅନେକ ଆଦିବାସୀ ପରିବାରର ମୁଖ୍ୟ ମଧ୍ୟ। କାରଣ ମୁଁ ମାନସିକ ସ୍ତରରେ ବହୁତ୍ ସବଳ। ସାଧାରଣ ଲୋକ ଏବଂ ଅନେକ ବ୍ୟକ୍ତିଙ୍କ ପରାମର୍ଶ, ପ୍ରେରଣାରେ ସମାଜର ଆଗଧାଡ଼ିରେ ଠିଆ ହୋଇ ପାରିଛି। ତେଣୁ ମୋର ସମସ୍ତ ଦିବ୍ୟାଂଙ୍ଗ ଭାଇ ଭଉଣୀ ମାନେ ମଧ୍ୟ ମୋ ପରି ସ୍ବାବଲମ୍ବୀ ହେବା ସହ ସମାଜର ହିତରେ ଲାଗିପାରିବେ।

ସିଭିଲ ଜଜ୍ ବେଦ ପ୍ରକାଶ ମହୋଦୟ ଦିବ୍ୟାଙ୍ଗ ରୋହିତ ଭୋଇଙ୍କର ବ୍ୟକ୍ତିଗତ ଜୀବନ ଶୈଳୀକୁ ନେଇ ପ୍ରଶଂସା କରିବା ସହିତ ଅନେକ ଧନ୍ୟବାଦ୍ ଜ୍ଞାପନ କରିଥିଲେ। ନିଜେ ସମାଜ ପାଇଁ ଏକ ଶ୍ରେଷ୍ଠ ଉଦାହରଣ ବୋଲି ବିଶ୍ଵ ଦିବ୍ୟାଙ୍ଗ ଦିବସ ଅବସରରେ କହିଥିଲେ।ଅନ୍ୟ ଭିନ୍ନକ୍ଷମ ଭାଇ ଭଉଣୀମାନେ ମଧ୍ୟ ଆଗକୁ ବଢ଼ନ୍ତୁ, କାରଣ ଆଇନ ବ୍ୟବସ୍ଥା ଭିତରେ ଭିନ୍ନକ୍ଷମ ମାନକ ପାଇଁ ଆଇନ ବ୍ୟବସ୍ଥା ମୁକ୍ତ ଭାବରେ ସହଯୋଗ କରିବା ନେଇ ମୁଖ୍ୟ ଅତିଥି ମାନେ ଅନେକ ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ଏହା ସହିତ ସୁଜିତ୍ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଆଇନଜୀବୀ କୁନୁରାଜ୍ ସାହୁ ଓ ରତ୍ନାକର ସାହୁ ସହ ଅନ୍ୟାନ୍ୟ ଟି ଏଲ ସି କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ତାଲୁକ ଆଇନ ସେବା କମିଟି ରେଢାଖୋଲ ବ୍ଲକ୍ ସମ୍ୱଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026
Latest News

ଅଭିନେତା ବିଜୟଙ୍କ ଭଙ୍ଗିବ ପ୍ରାୟ ୨୭ ବର୍ଷର ବୈବାହିକ ସମ୍ପର୍କ?: ଛାଡପତ୍ର ପାଇଁ ଆବେଦନ କଲେ ପତ୍ନୀ

February 27, 2026

୨୦୦୨ ଏବଂ ୨୦୨୫ ଭୋଟର ତାଲିକାର ଏସଆଇଆର ମ୍ୟାପିଂ

February 27, 2026

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

February 27, 2026

ମା’ଭଗବତୀଙ୍କ ଦୋଳପର୍ବ ଆରମ୍ଭ: ଚ଼ନ୍ଦ୍ରଗ୍ରହଣ ଯୋଗୁଁ ପୂର୍ଣ୍ଣମୀ ନୀତିକାନ୍ତିରେ ପରିବର୍ତ୍ତନ

February 27, 2026

ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରବୋଧନ ଶିକ୍ଷା ତାଲିମ କେନ୍ଦ୍ର ପରିଦର୍ଶନ

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.