Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗମ୍ଭାରିମୁଣ୍ଡା: ୨୯ ବର୍ଷ ପରେ ପତିତପାବନ ବାଣୀ ମନ୍ଦିରର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଞ୍ଚଳିକ

ଗମ୍ଭାରିମୁଣ୍ଡା: ୨୯ ବର୍ଷ ପରେ ପତିତପାବନ ବାଣୀ ମନ୍ଦିରର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

December 27, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରିମୁଣ୍ଡା ସ୍ଥିତ ପତିତପାବନ ବାଣୀ ମନ୍ଦିର ୧୯୯୪ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମା’ ଖିଲାମୁଣ୍ଡାଙ୍କ ପିଠରେ ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ କାଶୀନାଥ ଲେଙ୍କା, ଧନେଶ୍ଵର ଭୋଳ, ସୁରେଶ ସାମନ୍ତରାୟ, ଦୂର୍ଗାପ୍ରସାଦ ମହାରଣା, ଗୌରହରି ଦଳବେହେରା ଓ ଯୁଧିଷ୍ଠିର ସ୍ଵାଇଁଙ୍କୁ ଅତିଥି ଭାବେ ନିମନ୍ତ୍ରିତ କରାଯାଇଥିଲା।

ଦୀର୍ଘ ୨୯ ବର୍ଷ ପରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଏକତ୍ରିତ ହୋଇଥିଲେ। ଯାହାକୁ ନେଇ ୧୯୯୪ ବ୍ୟାଚର ବନ୍ଧୁମାନେ ଭାବବିହ୍ଵଳ ହୋଇପଡିଥିଲେ। ଏହି ସମୟରେ ବନ୍ଧୁମାନଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିଲା। ଏତେ ବର୍ଷର ବ୍ୟବଧାନ ଯୋଗୁଁ ସମସ୍ତ ବନ୍ଧୁମାନଙ୍କର ଚେହେରାରେ ଅନେକ ପରିବର୍ତ୍ତନ ଘଟିଥିବାରୁ ପରସ୍ପରକୁ ଚିହ୍ନିବାରେ କଷ୍ଟକର ହୋଇପଡିଥିଲା। ତଥାପି ସେମାନେ ପୁରୁଣା ସ୍ମୃତିକୁ ମନ ପକାଇ ନିଜ ନିଜ ମଧ୍ୟରେ ପରିଚିତ ହୋଇଥିଲେ।

ତେବେ ସେମାନଙ୍କର ମିଳିତ ପ୍ରୟାସରେ “ବନ୍ଧୁ ମିଳନ” କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା। ଚଳିତ ବର୍ଷ ପରି ଆଗାମୀ ବର୍ଷ ମାନଙ୍କରେ ଏଭଳି ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯିବ ଏବଂ ରହିଯାଇଥିବା ବନ୍ଧୁମାନଙ୍କୁ ଏକାଠି କରିବାକୁ ପ୍ରୟାସ କରିବେ ବୋଲି ଆମ ପ୍ରତିନିଧିଙ୍କୁ ୧୯୯୪ ବ୍ୟାଚର ବ୍ୟବସ୍ଥାପକ ଗ୍ରୁପ ସୂଚନା ଦେଇଛନ୍ତି।

ଗମ୍ଭାରିମୁଣ୍ଡା ପତିତପାବନ ବାଣୀ ମନ୍ଦିର ବାଣପୁର ମା' ଖିଲାମୁଣ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026

ବାଣପୁରରେ ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକାଙ୍କର ପ୍ରଶିକ୍ଷଣ ତାଲିମ ଶିବିର

August 2, 2026
Latest News

ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର ପ୍ରଦାନ କଲେ ରାଜ୍ୟପାଳ

August 4, 2026

BYD EV ଉପରେ ବଡ଼ ଅଫର ଉପଲବ୍ଧ: କମ ହେଲା EMI

August 4, 2026

ଆସନ୍ତାକାଲିଠାରୁ ଶୁଦ୍ଧ ପେଟ୍ରୋଲ?: ସ୍ପଷ୍ଟ କଲେ ସରକାର

August 4, 2026

ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର

August 4, 2026

ସାଇବର ଠକେଇ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

August 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.