Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା ଗସ୍ତରେ ଛତିଶଗଡ ରାଜ୍ୟପାଳ: ଅନ୍ୟାୟ ବିରୋଧରେ ଲଢେଇ କରିବାକୁ ଦେଲେ ଆହ୍ଵାନ
ଆଞ୍ଚଳିକ

ଚିଲିକା ଗସ୍ତରେ ଛତିଶଗଡ ରାଜ୍ୟପାଳ: ଅନ୍ୟାୟ ବିରୋଧରେ ଲଢେଇ କରିବାକୁ ଦେଲେ ଆହ୍ଵାନ

February 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଚିଲିକା ଓ ବାଣପୁର ଦିନିକିଆ ଗସ୍ତରେ ଆସି ବିଭିନ୍ନ ଶୈବ ମନ୍ଦିର ଦର୍ଶନ କରି ଆଶୀର୍ବାଦ ନେବା ସହ ବନ୍ଧୁ ମିଳନରେ ଯୋଗ ଦେଇଛନ୍ତି। ଚିଲିକା ଅଞ୍ଚଳର ଚଣ୍ଡେଶ୍ୱର ଠାରେ ଥିବା ଚଣ୍ଡହର ଦେବଙ୍କ ଦର୍ଶନ, ହରିପୁର ଠାରେ ଥିବା ପ୍ରତାପଶ୍ୱର ଦେବଙ୍କ ଦର୍ଶନ ପରେ ବାଣପୁର ଠାରେ ଥିବା ଭେଟିନାଥ ଦେବଙ୍କ ଦର୍ଶନ କରି ପ୍ରତ୍ୟେକ ସ୍ଥାନରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ରାଜ୍ୟପାଳଙ୍କ ସହିତ ତାଙ୍କର ଧର୍ମପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ବନ୍ଧୁ ମିଳନରେ ଆପଣମାନେ ସମସ୍ତେ ମୋ ନିଜ ପରିବାରର ଲୋକ ବୋଲି ରାଜ୍ୟପାଳ ସମ୍ବୋଧନ କରିଥିଲେ। ଏ ମାଟି ବୀର ପାଇକ ମାଟି ହୋଇଥିବା ବେଳେ ଆପଣ ମାନେ ଅନ୍ୟାୟ ବିରୋଧରେ ଲଢେଇ କରିବାକୁ ସମସ୍ତଙ୍କୁ ସେ ଆହ୍ୱାନ ଦେଇଥିଲେ। ଏବଂ ଲଢେଇକୁ ବ୍ୟାପକ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେବା ସହ ତୋଷାମଦ ଠାରୁ ଦୁରେଇ ରହି ସ୍ୱାଭିମାନ ସହକାରେ ବଞ୍ଚିବାକୁ କହିଥିଲେ।

ବାଲୁଗାଁ ଠାରେ ଥିବା ଶ୍ରୀ ଉମା ମହେଶ୍ୱର ବଣିକ ସଙ୍ଘ ଅଡ଼ିଟୋରିଅମ ହଲରେ ‘ଚିଲିକା ବିକାଶ ଉନ୍ନୟନ ପରିଷଦ’ର ଅଧ୍ୟକ୍ଷ ଡ଼ଃ. ସୁରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ୱରେ ‘ବିକଶିତ ଭାରତ ନିର୍ମାଣରେ ଆମ ଅଞ୍ଚଳର ଭୂମିକା ଓ ଯୋଗଦାନ’ ଶୀର୍ଷକ ଏକ ସାମାଜିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ।

ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବିଜେପି ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ, ସାହିତ୍ୟିକ ସଂଗ୍ରାମ କେଶରୀ ସାହୁ, ଓଡିଶା ସାହିତ୍ୟ ଏକାଡେମୀ ସଭାପତି ବିଜୟା ନନ୍ଦ ସିଂ , ପରିଷଦର ସମ୍ପାଦକ ରଂଜିତ ବଡ଼ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବିକଶିତ ଚିଲିକାର ସମ୍ଭାବନା ଅନେକ ଅଛି ଏବଂ ତାହାକୁ ସାକାର କରିବା ମଧ୍ୟ ସମ୍ଭବ। ଚିଲିକା ହ୍ରଦ ଓ ଜଙ୍ଗଲର ବିକାଶ ହେଲେ ଅଂଚଳର ବିକାଶ ସମ୍ଭବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଆମ ଅଂଚଳର ସେହିଦିନ ବିକାଶ ହେବ ଯେଉଁଦିନ ଏ ଜାତି ପାଇଁ ଓ ମାଟି ପାଇଁ ଆମେ ଆନ୍ଦୋଳନ କରିବା। ସେହିପରି ଭାବେ ଆପଣ ମାନଙ୍କ ଅଞ୍ଚଳର ବିକାଶ ପାଇଁ ଯୋଗଦାନ ସମ୍ପର୍କରେ ଆପଣଙ୍କୁ ଅନୁସନ୍ଧାନ କରିବାକୁ ପଡିବ ଏବଂ ବିଧାନସଭା ଓ ଲୋକସଭାରେ ଯେଉଁଦିନ ଚିଲିକା ଚିଲିକା ଶୁଭିବ ସେହିଦିନ ବିକାଶ ହେବ ବୋଲି ଆମ୍ଭେ ଅନୁଭବ କରିବା ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ।

ଚିଲିକା ଗସ୍ତ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.