Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ବନ୍ଧୁକ ମୂନରେ ଲୁଟ: କାରିଗରଙ୍କ ଠାରୁ ଲକ୍ଷାଧିକ ମୂଲ୍ୟର ସୁନା ଗହଣା ଓ ନଗଦ ଲୁଟିନେଲେ ଦୁର୍ବୃର୍ତ୍ତ
ଆଞ୍ଚଳିକ

ବାଣପୁରରେ ବନ୍ଧୁକ ମୂନରେ ଲୁଟ: କାରିଗରଙ୍କ ଠାରୁ ଲକ୍ଷାଧିକ ମୂଲ୍ୟର ସୁନା ଗହଣା ଓ ନଗଦ ଲୁଟିନେଲେ ଦୁର୍ବୃର୍ତ୍ତ

February 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁରରେ ପୁଣି ଏକ ଲୁଟ ହୋଇଛି। ଘରେ ପଶି ପିସ୍ତଲ ଦେଖାଇ ଲୁଟେରାମାନେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା।

ସୂଚନା ମୁତାବକ ବାଣପୁର ବଜାରର ସୁନା ଅଳଙ୍କାର କାରିଗର ଦିଲ୍ଲୀପ କୁମାର ପାଲ (୬୪) ଗତକାଲି ରାତି ୧୦.୨୦ ରେ ପାଣି ସାହି ନିକଟସ୍ଥ ସୁନା ଦୋକାନ ବନ୍ଦ କରି ଏକ ବ୍ୟାଗରେ ମରାମତି ନିମନ୍ତେ ଗ୍ରାହକମାନଙ୍କଠାରୁ ଆଣିଥିବା ପାଖାପାଖି ୧୦୦ ଗ୍ରାମ ସୁନା ଏବଂ ନଗଦ ୬୦ ହଜାର ଟଙ୍କା ନେଇ ନଈ ସାହିସ୍ଥିତ ଘରକୁ ଫେରିଥିଲେ।

ତେବେ ଦିଲ୍ଲୀପ ଘରକୁ ପ୍ରବେଶ କରିବା ମାତ୍ରେ ହଠାତ ଘରେ ଭିତରେ ପୁର୍ବରୁ ଛପିଥିବା ଦୁଇ ଜଣ ମୁଖା ପିନ୍ଧାବା ଦୁର୍ବୁତ୍ତ ଦିଲ୍ଲୀପଙ୍କୁ ପିସ୍ତଲ ଓ ଖଣ୍ଡା ଦ୍ୱାରା ଭୟଭୀତ କରାଇ ଉକ୍ତ ବ୍ୟାଗ ଏବଂ ଦିଲ୍ଲୀପଙ୍କ ପତ୍ନୀଙ୍କ ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ। ଉଭୟଙ୍କୁ ଘର ଭିତରେ ବନ୍ଧକ ରଖି ବାରିପଟୁ ପ୍ରାଚୀର ଡେଇଁ ଫେରାର ହୋଇଯାଇଥିଲେ ଲୁଟେରା। ଏନେଇ ଆଜି ଦିଲ୍ଲୀପ ଗଣମାଧ୍ୟମକୁ ବୟାନ ଦେଇଥିବା ବେଳେ ଥାନାରେ ଆଜି ଏତଲା ଦେବେ ବୋଲି କହିଛନ୍ତି।

ତେବେ ଉକ୍ତ ଖବର ପ୍ରଚାର ହେବା ମାତ୍ରେ ବାଣପୁରରେ ଚାଞ୍ଚଲ୍ୟ ଖେଳିଯାଇଛି। ବାଣପୁର ବଜାରରେ ଏପରି ଘଟଣାକୁ କେହି ବିଶ୍ୱାସ କରିପାରୁନାହାନ୍ତି। ଯଥାଶୀଘ୍ର ଲୁଟେରାଙ୍କୁ ଗିରଫ ଦାବି ଜୋର ଧରିଛି। ତେବେ ବାରମ୍ବାର ବାଣପୁର ଅଞ୍ଚଳରେ ଚୋରି ଓ ଲୁଟ ଘଟଣା ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଲାଣି।

ବିଗତ ଏକ ମାସ ମଧ୍ୟରେ ବାରମ୍ବାର ଏପରି ଘଟଣା ବାଣପୁରରେ ବଢ଼ିଚାଲିଛି। ଦୁର୍ବୁତ୍ତମାନଙ୍କୁ ଦୃଢହସ୍ତରେ ପୋଲିସ ପ୍ରଶାସନ ଦମନ କରୁ ବୋଲି ସାଧାରଣରେ ଦାବି ହେଉଛି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର-ବାଲୁଗାଁରେ ଏବିଭିପିର ବିଜୟ ଉତ୍ସବ

October 16, 2026

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026
Latest News

ବିବାହରେ କାହିଁକି ହୁଏ ଅହେତୁକ ବିଳମ୍ବ? ଜାଣନ୍ତୁ କାରଣ ଏବଂ ସରଳ ପ୍ରତିକାର

October 18, 2026

ଓଡ଼ାପଡ଼ା ତହସିଲଦାର ସସ୍‌ପେଣ୍ଡ

October 18, 2026

ଭୁବନେଶ୍ୱର ବିମାନବନ୍ଦରରେ ୧.୮୦ କୋଟି ଟଙ୍କାର ମାରିଜୁଆନା ଜବତ

October 18, 2026

ଅନଲାଇନ୍ ଟ୍ରେଡିଂ ନାଁରେ ୬୨ ଲକ୍ଷ ଟଙ୍କା ଠକେଇ: ମାଷ୍ଟରମାଇଣ୍ଡ ସମେତ ୩ ଗିରଫ

October 18, 2026

ବାଂଲାଦେଶ କକ୍ସ ବଜାର ରିସର୍ଟରେ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୬ ଜଣଙ୍କ ସମେତ ୧୦ ମୃତ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.