Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ପ୍ରାର୍ଥୀ ଘୋଷଣା ପରେ ସୋମବାର ଠାରୁ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବିଜେଡି ପ୍ରାର୍ଥୀ ରଘୁନାଥ ସାହୁ
ଆଞ୍ଚଳିକ

ଚିଲିକା: ପ୍ରାର୍ଥୀ ଘୋଷଣା ପରେ ସୋମବାର ଠାରୁ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବିଜେଡି ପ୍ରାର୍ଥୀ ରଘୁନାଥ ସାହୁ

April 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଚିଲିକା ବିଧାନସଭା କ୍ଷେତ୍ରରେ ବିଜେଡି ପକ୍ଷରୁ ବହୁ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ଆଜି ବିଜେଡି ବିଧାନସଭା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ସରିଛି। ଏହି ତାଲିକାରେ ବିଜେଡିରୁ ଚିଲିକା ବିଧାନସଭା ପ୍ରାର୍ଥୀ ଭାବେ ରଘୁନାଥ ସାହୁଙ୍କ ନାମ ପ୍ରକାଶ ପାଇଛି। ଯାହାକୁ ନେଇ ରଘୁନାଥଙ୍କ କାର୍ଯ୍ୟାଳୟରେ ସମର୍ଥକ ମାନେ ଉତ୍ସବ ପାଳନ କରିଥିବାବେଳେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

୨୦୦୯ ସାଧାରଣ ନିର୍ବାଚନରେ ପ୍ରଥମ ଥର ଲାଗି କଂଗ୍ରେସ ଦଳ ଛାଡି ବିଜେଡିରୁ ବିଧାୟକ ହୋଇଥିବା ବେଳେ ୨୦୧୪ ରେ ସ୍ୱଳ୍ପ ବ୍ୟବଧାନ ଭୋଟରେ ଡଃ ବିଭୁତି ଭୂଷଣ ହରିଚନ୍ଦନଙ୍କ ଠାରୁ ପରାଜୟ ହୋଇଥିଲେ ରଘୁନାଥ। ୨୦୧୯ ରେ ପ୍ରାର୍ଥୀ ନହୋଇ ମଧ୍ୟ ପ୍ରଶାନ୍ତ ଜଗଦ୍ଦେବଙ୍କୁ ରଘୁନାଥ ସମର୍ଥନ କରିବା ସହ ଦଶ ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ କରିବାରେ ମୁଖ୍ୟ ପୁରୋଧା ସାଜିଥିଲେ।

ଦୀର୍ଘ ୧୫ ବର୍ଷ ଧରି ବିଜେଡି ଦଳରେ ରହି ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ କରିବା ସହ ସୁଖଦୁଃଖରେ ଅଞ୍ଚଳବାସୀଙ୍କ ନିକଟତର ହୋଇ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ଦେଇଆସିଛନ୍ତି ରଘୁନାଥ। ନିଜର ନିଷ୍ଠାପର ସେବା ମନୋବୃତ୍ତି, ସ୍ଥାନୀୟ ଜନସାଧାରଣଙ୍କ ଭଲ ପାଇବା ଏବଂ ପ୍ରତି ମୁହୂର୍ତ୍ତରେ ଦଳୀୟ ସଂଗଠନ ବଜାୟ ରଖିଥିବା ଯୋଗୁଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶ୍ରୀ ସାହୁଙ୍କ ଉପରେ ଭରସା କରି ଟିକେଟ ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ଟିକେଟ ଘୋଷଣା ପରେ ନିର୍ବାଚନ ମଣ୍ଡଳୀ ସାରା ରଘୁଙ୍କ ସମର୍ଥକମାନେ ବାଣ ଫୁଟାଇ ଖୁସିରେ ମସଗୁଲ ହୋଇଥିବା ଦେଖିବାକୁ ମିଳିଛି। ଏନେଇ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ସାହୁଙ୍କୁ ଯୋଗାଯୋଗ କରିବାରେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିବାବେଳେ ଚିଲିକାର ବିକାଶ ଦିଗରେ ଯଥା ଚିଲିକାକୁ ବିଶ୍ୱ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା, ସମସ୍ତ ବର୍ଗର ଲୋକଙ୍କ ପାଇଁ ଉନ୍ନତିମୂଳକ କାର୍ଯ୍ୟ ଜାରି ରଖିବାକୁ ସର୍ବଦା ପ୍ରୟାସ କରିବେ ବୋଲି କହିଛନ୍ତି।

ଏଥିସହିତ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ଆପଣାର କରିବା ସହ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଅଗାଢ ଭଲ ପାଇବା ଓ ବିଶ୍ୱାସ ନେଇ ନିର୍ବାଚନ ବୈତରଣୀରେ ବିପୁଳ ମାତ୍ରାରେ ବିଜୟୀ ଲାଭ କରିବେ ବୋଲି ଆଶା ରଖିଛନ୍ତି ଶ୍ରୀ ସାହୁ।

୨୦୧୪ ପରଠାରୁ ଚିଲିକାରେ ଲାଗିଥିବା ବିକାଶର ବ୍ରେକକୁ ଚଳିତ ନିର୍ବାଚନ ଜିତି ପୁନଶ୍ଚ କ୍ଷିପ୍ର ଗତିରେ ଉନ୍ନୟନ ଆରମ୍ଭ କରିବେ ବୋଲି ଆଶାବାଦୀ ଅଛନ୍ତି ଶ୍ରୀ ସାହୁ।

ତେବେ ଆସନ୍ତା ସୋମବାର ଦିନ ସେ ଏକ ବିରାଟ ପଟୁଆରରେ ପୁରୀ ଲୋକସଭା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏବଂ ନିଜ ସମର୍ଥକଙ୍କ ଗହଣରେ ଆସି ବାଣପୁର ମା’ ଭଗବତୀଙ୍କ ଆଶୀର୍ବାଦ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି।

election 2024 odisha assembly Raghunath Sahoo
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026
Latest News

‘ହର ଘର ତିରଙ୍ଗା’ ଅଭିଯାନ: ଦେଶପ୍ରେମ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କଲା ଭାରତୀୟ ରେଳବାଇ

August 15, 2026

ଦେଶ ଭକ୍ତି, ଦେଶ ପ୍ରେମ ଓ ଜାତୀୟତାବୋଧର ପ୍ରତୀକ ତ୍ରିରଙ୍ଗା: ଭୁବନେଶ୍ୱର ସାଂସଦ

August 15, 2026

ଆଜି ଅଗଷ୍ଟ ୧୫ରେ କଣ ରହିଛି ଆପଣଙ୍କର ରାଶିଫଳ: ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

August 15, 2026

ବିନୟତୋଷ ମିଶ୍ର ହେଲେ ଅନ୍ତରୀଣ ଡିଜିପି, ନୂଆ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଦିଆଗଲା ଦାୟିତ୍ବ

August 14, 2026

୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.