Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁରେ ବିଜେଡି କର୍ମୀ ସମ୍ମିଳନୀ, ଯୋଗଦେଲେ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ
ଆଞ୍ଚଳିକ

ବାଲୁଗାଁରେ ବିଜେଡି କର୍ମୀ ସମ୍ମିଳନୀ, ଯୋଗଦେଲେ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ

May 12, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ସନ୍ଧ୍ୟାରେ ବାଲୁଗାଁ ଏନଏସି ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ସୁଜାତା ପଣ୍ଡାଙ୍କ ସଭାପତିତ୍ୱରେ ରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଏନଏସିର ମହିଳା ମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ଚିଲିକା ବିଧାନସଭା ପ୍ରାର୍ଥୀ ରଘୁନାଥ ସାହୁ ଯୋଗ ଦେଇଥିଲେ।

ବିଶ୍ୱ ମାତୃତ୍ୱ ଦିବସରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥି ଉପସ୍ଥିତ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ସରକାରଙ୍କ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ। ମହିଳାଙ୍କୁ ସଶକ୍ତିକରଣ ତଥା ସ୍ୱାବଲମ୍ବୀ ପାଇଁ ମୁଖ୍ୟମନ୍ତ୍ରୀ ସଦାସର୍ବଦା ପ୍ରୟାସ ଜାରିରଖିଥିବା ବେଳେ ଆଗାମୀ ଦିନରେ ଆହୁରି ଅନେକ ଯୋଜନା ଉପଲବ୍ଧ ହେବାନେଇ ସାଂସଦ ପ୍ରାର୍ଥି ଶ୍ରୀ ପଟ୍ଟନାୟକ କହିଥିଲେ।

ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥିଙ୍କୁ ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାସହ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ପୁରୁଖା କର୍ମୀମାନେ ନିବେଦନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଅଭିମନ୍ୟୁ ସ୍ବାଇଁ, ଲକ୍ଷ୍ମୀଧର ସେଠୀ, ମମତା ପଣ୍ଡା, ସୁଜାତା ପଣ୍ଡା, ଅନିତା ସ୍ବାଇଁ, ଏନଏସି ବିଜେଡି ସଭାପତି ଜୟନ୍ତ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ଏନଏସି ଅଧ୍ୟକ୍ଷା ପ୍ରତିନିଧି ସନ୍ତୋଷ ପାଇକରାୟଙ୍କ ସମେତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ଜନତା ଦଳର ବହୁ କର୍ମୀ ଓ ମହିଳା ମାନେ ଯୋଗ ଦେଇଥିଲେ।

ଅରୁପ ପଟ୍ଟନାୟକ ଚିଲିକା ବାଲୁଗାଁ ବିଜେଡି ରଘୁନାଥ ସାହୁ ସାଂସଦ ପ୍ରାର୍ଥୀ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

ସ୍ୱଚ୍ଛତା ହି ସେବା ୨୦୨୬ ଅଭିଯାନ ଅନ୍ତର୍ଗତ ପୂର୍ବ ତଟ ରେଳପଥ ପକ୍ଷରୁ ବ୍ୟାପକ ଶ୍ରମଦାନ

October 1, 2026

ଏଡ଼ସ୍ ସଚେତନତା ପାଇଁ ରେଡ୍ ରନ୍ ମାରାଥନ ୪.୦ ଅନୁଷ୍ଠିତ

October 1, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମାମଲା ପ୍ରତ୍ୟାହାର ପାଇଁ ପିତାଙ୍କ ଆବେଦନ

October 1, 2026

ଏନ୍‌ଏସ୍‌ଏସ୍ ଦିବସ ଉପଲକ୍ଷେ ସୋଆ କ୍ୟାମ୍ପସ୍‌-୫ ଷ୍ଟାଡିୟମ୍‌ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

October 1, 2026

ହାଇକୋର୍ଟରେ ବିଚାରପତି ପଦବୀ ଖାଲି: ନିଯୁକ୍ତି ଦାବିରେ ଆଇନଜୀବୀଙ୍କ ପଦଯାତ୍ରା

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.