Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁର: ବିଶ୍ୱ ଶିଶୁ ଶ୍ରମିକ ନିରାକରଣ ଦିବସରେ ବିଦ୍ୟାଳୟରେ ଆଇନ ସଚେତନତା ଶିବିର
ଆଞ୍ଚଳିକ

ରଣପୁର: ବିଶ୍ୱ ଶିଶୁ ଶ୍ରମିକ ନିରାକରଣ ଦିବସରେ ବିଦ୍ୟାଳୟରେ ଆଇନ ସଚେତନତା ଶିବିର

June 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ପ୍ରତି ବର୍ଷ ଜୁନ ମାସ ୧୨ ତାରିଖକୁ ବିଶ୍ୱ ଶିଶୁ ଶ୍ରମିକ ନିରାକରଣ ଦିବସ ଭାବେ ପାଳନ କରାଯାଏ। ୧୮ ବର୍ଷ ପର୍ଯ୍ୟନ୍ତ କୌଣସି ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ। ଯଦି ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଏ, ତେବେ ତାହା ଆଇନତଃ ଅପରାଧ ଅଟେ। ମହାରଷ୍ଟ୍ର, ଉତ୍ତର ପ୍ରଦେଶ, ରାଜସ୍ଥାନ, ବିହାର ଭଳି ରାଜ୍ୟମାନଙ୍କରେ ଅଧିକ ମାତ୍ରାରେ ଶିଶୁ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ପରିଲକ୍ଷିତ ହେଉଛି। ୧୯୮୬ ମସିହାରେ ଶିଶୁ ଶ୍ରମିକ ରହିବେ ନାହିଁ ବୋଲି ଦେଶରେ ଆଇନ ପ୍ରାଣାୟନ କରାଯାଇଛି। ୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ମାଗଣା ଶିକ୍ଷା ବାଧ୍ୟତା ମୂଳକ ଅଟେ, ଏହି ଅଧିକାରରୁ କୌଣସି ଶିଶୁକୁ କେହି ବଞ୍ଚିତ କରି ପାରିବେ ନାହିଁ ବୋଲି ରଣପୁର କୋର୍ଟ ବିଚାରପତି ତଥା ତାଲୁକ ଲିଗାଲ ସର୍ଭିସ କମିଟିର ଅଧ୍ୟକ୍ଷ ଗୌରୀଶଙ୍କର ପଣ୍ଡା ମତ ପ୍ରକାଶ କରିଥିଲେ।

ଏହି ପରିପ୍ରେକ୍ଷୀରେ ରଣପୁର ତାଲୁକ ଲିଗାଲ ସର୍ଭିସ କମିଟି ପକ୍ଷରୁ ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରର ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ବାଳ ଶ୍ରମିକ ନିଷେଧ ଦିବସରେ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର କୋର୍ଟ ବିଚାରପତି ତଥା ତାଲୁକ ଲିଗାଲ ସର୍ଭିସ କମିଟିର ଅଧ୍ୟକ୍ଷ ଗୌରୀ ଶଙ୍କର ପଣ୍ଡା, ମୁଖ୍ୟ ବକ୍ତା ଭାବେ ରଣପୁର ବାର ଆସୋସିଏସନର ସଭାପତି ତଥା ବରିଷ୍ଠ ଆଇନୀଜୀବୀ ସୁବାଷ ଚନ୍ଦ୍ର ଜେନା, ସମ୍ମାନୀତ ଅତିଥି ଭାବେ ରଣପୁର ବାର ଆସୋସିଏସନର ବରିଷ୍ଠ ଆଇନୀଜୀବୀ ଗିରିଜା ଶଙ୍କର ସାମନ୍ତରାୟ, ବରିଷ୍ଠ ଆଇନୀଜୀବୀ କୃପାସିନ୍ଧୁ ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳାଦ୍ରି ସୁବୁଦ୍ଧି, ସାଧନ କେନ୍ଦ୍ର କର୍ମୀ ସୁଶୀଲ କୁମାର ରଣା, ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ।

ଏହି ସଚେତନତା ଶିବିରରେ ଅତିଥିମାନେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଶିଶୁ ଶ୍ରମିକ ବ୍ୟବସ୍ଥା ଆଇନତଃ ଅପରାଧ ଅଟେ ବୋଲି ପିଲାମାନଙ୍କୁ ବୁଝାଇବା ସହିତ ଶିଶୁମାନଙ୍କର ସମ୍ବିଧାନରେ କଣ କଣ ଅଧିକାର ରହିଛି ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।  ତାଲୁକ ଲିଗାଲ ସର୍ଭିସ କମିଟିର ସଦସ୍ୟ ରାଜେଶ କୁମାର ମଲ୍ଲିକ, ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପାରା-ଲିଗାଲ ଭଲ୍ୟୁଣ୍ଟର ପ୍ରମୋଦ କୁମାର ସାହୁ, ଜିତେନ୍ଦ୍ର ସ୍ୱାଇଁ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଆଇନ ସଚେତନତା ଶିବିର ରଣପୁର ଶିଶୁ ଶ୍ରମିକ ନିରାକରଣ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ରଣପୁର ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଉତ୍ସବ ଓ କବିତା ଆସର ଅନୁଷ୍ଠିତ

June 14, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026
Latest News

ଶିବସେନା (ୟୁବିଟି)ରେ ଫାଟ, ଓୱେସିଙ୍କ କଟାକ୍ଷ – ‘ଶିକାରୀ ନୂଆ, ଜାଲ ପୁରୁଣା’

June 18, 2026

ପୂର୍ବ ଶତ୍ରୁତାର କରୁଣ ପରିଣତି: ଭୁଜାଲି ଆକ୍ରମଣରେ ୱାର୍ଡ ସଭ୍ୟ ମୃତ, ଜଣେ ଗୁରୁତର

June 18, 2026

ଆମେରିକା-ଇରାନ ମଧ୍ୟରେ ୧୪-ସୂତ୍ରୀ ଚୁକ୍ତି; ହର୍ମୁଜ୍ ପ୍ରଣାଳୀ ପୁନଃ ଖୋଲିବାକୁ ସମ୍ମତି

June 18, 2026

ଅନୁଗୁଳରେ ଡବଲ ଏନକାଉଣ୍ଟର

June 18, 2026

ବ୍ୟାଙ୍କ କାହିଁକି ବଢ଼ାଉଛି କ୍ରେଡିଟ୍ ଲିମିଟ୍, ଗ୍ରହଣ କରିବା ପୂର୍ବରୁ ଜାଣନ୍ତୁ ସମ୍ପୂର୍ଣ୍ଣ ସତ୍ୟ

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.