Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାରେ ବ୍ୟାସଦେବଙ୍କ ଜୟନ୍ତୀ ପାଳିତ
ଆଞ୍ଚଳିକ

କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାରେ ବ୍ୟାସଦେବଙ୍କ ଜୟନ୍ତୀ ପାଳିତ

July 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା । ଆଷାଢ ପୂର୍ଣ୍ଣିମା ଦିନ ମହର୍ଷି ବ୍ୟାସଦେବଙ୍କ ଜନ୍ମ ଜୟନ୍ତୀକୁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଉକ୍ତ ଦିବସ ଅବସରରେ ରଣପୁର କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାରେ ବ୍ୟାସଦେବଙ୍କ ଜୟନ୍ତୀ ତଥା ବେଦ ପାଠଶାଳାର ୧୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସତ୍ୟ ନାରାୟଣ ମିଶ୍ରଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ଉକ୍ତ ସଭାରେ ସର୍ବ ପ୍ରଥମେ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ଜଗତର ନାଥ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜାର୍ଚ୍ଚନା କରାଯାଇ ବିଦ୍ୟାର୍ଥୀ ଓ ଗୁରୁଜୀ ଜଗନ୍ନାଥ ମହାପାତ୍ର ଓ ଗୁରୁଜୀ ରାକେଶ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ଅଷ୍ଟକମ୍‌, ବ୍ୟାସ ବନ୍ଦନା, ବେଦ ପାଠ କରାଯାଇଥିଲା । ପରେ ପାଠଶାଲାର ସମ୍ପାଦକ ଅଶୋକ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରଥିଲେ। ‘ଶୋଭା’ ସାମାଜିକ ଅନୁଷ୍ଠାନର ସମ୍ପାଦିକା ରଞ୍ଜୁବାଳା ନନ୍ଦ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।

ମୁଖ୍ୟ ବକ୍ତା ଅଧ୍ୟାପକ ସୁଧାକର ପଣ୍ଡା ମହର୍ଷି ବ୍ୟାସଙ୍କର ଜନ୍ମ ତିଥି ପାଳନର ତାତ୍ପର୍ଯ୍ୟ ଓ ଗୁରୁତ୍ୱ ସମ୍ବନ୍ଧରେ ଆଲୋଚନା କରିଥିଲେ। ବେଦ, ଅଷ୍ଟାଦଶ ପୁରାଣର ରଚନା, ସମସ୍ତ ସଂହିତାର ରଚନା, ବ୍ରହ୍ମସୂତ୍ର , ମୀମାଂସା, ମନ୍ତ୍ର ଦ୍ରଷ୍ଟା ରୂପେ ଜଗତେ ବିଦିତ ସମ୍ବନ୍ଧରେ ଆଲୋଚନା କରିଥିଲେ। ମହାଭାରତର ରଚନା, ଶ୍ରୀମଦ୍ ଭାଗବତ, ଶ୍ରୀମଦ୍ ଭଗବତ୍ ଗୀତାର ରଚନା ଓ ସମାଜ ଉପରେ ଏହାର ପ୍ରଭାବ ସମ୍ବନ୍ଧରେ ମଧ୍ୟ ଆଲୋଚନା କରା୍‌ାଇଥିଲା।

ସମ୍ମାନିତ ଅତିଥି ଭାବେ ବରିଷ୍ଠ ଓକିଲ ସୂର୍ଯ୍ୟକାନ୍ତ ମହାପାତ୍ର ବିଦ୍ୟାର୍ଥୀମାନଙ୍କୁ ଛୋଟ ଗପ ମାଧ୍ୟମରେ ବ୍ୟାସଦେବଙ୍କ ଗୁରୁଭକ୍ତି , ଗୁରୁ ପୂଜନ ଓ ଅନ୍ୟ ଏକ ଗପ ମାଧ୍ୟମରେ ସ୍ତ୍ରୀ, ଶୁଦ୍ର ଓ କଳି ଯୁଗ ବି କିଭଳି ମହାନ୍ ସେ ବିଷୟରେ ବିଷଦ ଭାବେ ବୁଝାଇଥିଲେ ।

ମୁଖ୍ୟ ଅତିଥି ଭାବେ ରଣପୁର କଲେଜର ପ୍ରାକ୍ତନ୍ ସଂସ୍କୃତ ବିଭାଗ ମୁଖ୍ୟ ପ୍ରମୋଦ କୁମାର ନନ୍ଦ ସତ୍ୟବତୀ-ପରାଶର ନନ୍ଦନ ଭଗବାନ ବ୍ୟାସଙ୍କର ଜନ୍ମ ବୃତାନ୍ତ ଓ ତାଙ୍କ ନାମ କୃଷ୍ଣ ଦ୍ୱୈପାୟନ ହେବାର ରହସ୍ୟ ସମ୍ବନ୍‌ଧରେ ଆଲୋଚନା କରିଥିଲେ ।

କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାର କୃତି ବିଦ୍ୟାର୍ଥୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ପାଇଁ ପୁରସ୍କୃତ କରାଯାଇଥିଲା । ପରିଶେଷରେ କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାର ପରିଚାଳନା ସମିତିର ବରିଷ୍ଠ ସଦସ୍ୟ ବିଜୟ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗଡଜାତ ବ୍ରହ୍ମଣ ପରିଷଦର ପ୍ରମୋଦ କୁମାର ଦାଶ, ଶୋଭାର କର୍ମକର୍ତା ରଙ୍ଗନାଥ ଦାଶ , ଆଶୁତୋଷ ଷଢଙ୍ଗୀ, ଓମ୍ ପ୍ରକାଶ ମହାପାତ୍ର, ପୁଷ୍ପାଞ୍ଜଳୀ ଷଡଙ୍ଗୀ, ଅରୋସ୍ମିତା ମହାପାତ୍ର, ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ, ମହିଳା, ରଣପୁର କଲେଜର ଛାତ୍ରଛାତ୍ରୀ , କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାର ପୂର୍ବତନ ଛାତ୍ରମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ ।

ଆଷାଢ ପୂର୍ଣ୍ଣିମା ଗୁରୁ ପୂର୍ଣ୍ଣିମା ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026
Latest News

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026

ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ

April 18, 2026

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.