Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ସତସଙ୍ଗ ବିହାରର ସଭାପତିଙ୍କ ପରଲୋକ: ଶେଷ ଦର୍ଶନ କଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ
ଆଞ୍ଚଳିକ

ବାଣପୁର ସତସଙ୍ଗ ବିହାରର ସଭାପତିଙ୍କ ପରଲୋକ: ଶେଷ ଦର୍ଶନ କଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ

September 1, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ବାଣପୁର ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବାଣପୁର ସତସଙ୍ଗ ବିହାରର ସଭାପତି ତଥା ସାମ୍ବାଦିକ ଓ ଆଇନଜୀବୀ ସୀତାରାମ ଅଗ୍ରୱାଲଙ୍କ ବଡ଼ ଦାଦା ଗୋବିନ୍ଦ ପ୍ରସାଦ ଅଗ୍ରୱାଲଙ୍କ ଆଜି ସକାଳେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ଶ୍ରୀ ଅଗ୍ରୱାଲ ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ବାଣପୁର ଅଞ୍ଚଳର ବହୁ ଧାର୍ମିକ ଏବଂ ସାମାଜିକ ଅନୁଷ୍ଠାନ ସହ ସେ ଜଡ଼ିତ ଥିଲେ। ଜଣେ ମିଷ୍ଟଭାସି, ପରୋପକାରୀ ଏବଂ ବଦାନ୍ୟ ବ୍ୟକ୍ତି ଭାବେ ସମଗ୍ର ବାଣପୁର, ବାଲୁଗାଁ ଅଞ୍ଚଳରେ ସେ ବେଶ ଜଣାଶୁଣା ଥିଲେ। ତାଙ୍କର ବିୟୋଗରେ ଆତ୍ମୀୟ ଏବଂ ସହପାଠୀ ମାନେ ମ୍ରିୟମାଣ ହୋଇପଡିଛନ୍ତି। ସ୍ବର୍ଗତ ଶ୍ରୀ ଅଗ୍ରୱାଲଙ୍କ ଶେଷକୃତ ସ୍ଥାନୀୟ ଅଗ୍ରୱାଲ ସମାଜ ସ୍ମଶାନରେ ସମ୍ପନ୍ନ ହୋଇଥିଲା।

ତେବେ ବିୟୋଗ ଖବର ପାଇ ସ୍ୱର୍ଗତ ଶ୍ରୀ ଅଗ୍ରୱାଲଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ, ବାଣପୁର ଓ ବାଲୁଗାଁ ସତସଙ୍ଗ ବିହାର କର୍ମକର୍ତ୍ତା, ବାଣପୁର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କର୍ମକର୍ତ୍ତା, ଏବିଭିପି କାର୍ଯ୍ୟକର୍ତ୍ତା, ବାଣପୁର ଓକିଲ ସଂଘ କର୍ମକର୍ତ୍ତା, ବାଣପୁର-ବାଲୁଗାଁ ଅଞ୍ଚଳର ବହୁ ସାମ୍ବାଦିକ, ସମାଜସେବୀ, ବ୍ୟବସାୟୀ ଏବଂ ସ୍ଥାନୀୟ ଜନସାଧାରଣମାନେ ଶେଷ ଦର୍ଶନ କରିଥିଲେ।

ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ପୃଥ୍ଵୀରାଜ ହରିଚନ୍ଦନ ବାଣପୁର ସତସଙ୍ଗ ବିହାର ସମାଜସେବୀ ସୀତାରାମ ଅଗ୍ରୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଶାରଦୀୟ ପର୍ବର ଶୁଭେଚ୍ଛା ଜଣାଇବା ସହ ପୂର୍ତ୍ତ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମା’ ଭଗବତୀଙ୍କ ସେବାୟତ

September 15, 2025

ଅଷ୍ଟମ ରାଜ୍ୟ ମହସଭା ପାଇଁ ପ୍ରସ୍ତୁତି ବୈଠକ

September 14, 2025

ବାଣପୁର କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 13, 2025

ଚିଲିକା- ବାଲୁଗାଁ ରୋଟାରୀ କ୍ଲବ୍ ର ୧୦ମ ଅଧିଷ୍ଠାନ ଦିବସ ସମାରୋହ

September 13, 2025
Latest News

ମ୍ୟାଚ ହାରିବା ପରେ ପୂର୍ବତନ ପାକିସ୍ତାନୀ ଖେଳାଳିଙ୍କୁ ଭାରି ଯନ୍ତ୍ରଣା, ଭାରତକୁ ଦେଲେ ଧମକ

September 15, 2025

ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣା: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

September 15, 2025

ଚାକିରୀ ନେଇ ବଡ ଖବର, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୧୬୮୬ ଜଣଙ୍କୁ ଦେବେ ନିଯୁକ୍ତି

September 15, 2025

ଆସନ୍ତା ୧୭ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

September 15, 2025

ବିଜେବି କଲେଜଠାରେ ଭିନ୍ନକ୍ଷମମାନଙ୍କ ଅଧିକାର ସମ୍ପର୍କରେ ସଚେତନତା ଓ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ

September 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.