Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର
ଆଞ୍ଚଳିକ

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର

September 1, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଏକ ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର କ୍ଳବର ବରିଷ୍ଠ ସଭ୍ୟ ରୋଟାରୀଆନ ଡାକ୍ତର ଯୋଗୀନ୍ଦ୍ର ସେନାପତିଙ୍କ କରକମଳରେ ଉଦ୍‌ଘାଟନ କରାଯାଇଛି। ଉକ୍ତ ଶିବିରରେ ୧୬୭ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ସମସ୍ତଙ୍କୁ ଔଷଧ ପ୍ରଦାନ କରିବା ସହିତ ୧୧୩ ଜଣଙ୍କୁ ଚଷମା ପ୍ରଦାନ କରାଯାଇଛି।

ଉକ୍ତ ଶିବିରକୁ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ସସ୍ମିତା ସାହୁ ଓ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରର ଚକ୍ଷୁ ସହାୟକଙ୍କ ଦ୍ବାରା ପରୀକ୍ଷା କରାଯାଇଥିଲା।

ଭୁବନେଶ୍ବରସ୍ଥିତ ରୋଟାରୀ ରୟାଲ ଚକ୍ଷୁ ଚିକିତ୍ସାଳୟର ବିଶେଷଜ୍ଞଙ୍କ ଦ୍ବାରା ଚକ୍ଷୁ ପରୀକ୍ଷା କରାଯାଇ ୧୪ ଜଣଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯିବା ପରେ ସେମାନଙ୍କୁ ଚିକିତ୍ସାଳୟ ନିଜ ଦାୟିତ୍ୱରେ ଭୂବନେଶ୍ବର ନେଇ ଆସନ୍ତା କାଲି ଅସ୍ତ୍ରୋପଚାର କରି ତା’ ପର ଦିନ ସେମାନଙ୍କୁ ବଡକୁଳ ଠାରେ ପହଁଚାଇବାର ବ୍ଯବସ୍ଥା କରାଯାଇଛି। ଚକ୍ଷୁ ଦାନ ନିମନ୍ତେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ଚକ୍ଷୁ ଦାନ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯିବା ପରେ ସେଥି ମଧ୍ଯରୁ ୧୨ ଜଣ ବ୍ଯକ୍ତି ଚକ୍ଷୁ ଦାନ କରିବା ନିମିତ୍ତ ସହମତି ପ୍ରକାଶ କରିଥିଲେ।

କ୍ଳବ ସଭାପତି ଶ୍ୟାମସୁନ୍ଦର ପୃଷ୍ଟି, ସଂପାଦକ ଅଶୋକ କୁମାର ନାୟକ, ପୂର୍ବତନ ସଭାପତି ବିଜୟ କୁମାର ନନ୍ଦ, ବିଜୟ କୁମାର ବେହେରା, ଧୀରେନ୍ଦ୍ରନାଥ ପାତ୍ର, ସୁରେଶ ଚନ୍ଦ୍ର ବେହେରା, ରବିନାରାୟଣ ନାୟକ, ଅନଙ୍ଗଭୀମ ବିଶ୍ବାଳ, ଜଗଦୀଶ ଲାଖୋଟିଆ, ଗୋପାଳ ଚନ୍ଦ୍ର ନାୟକ, ନନ୍ଦ କିଶୋର ମିଶ୍ର ଓ ସଭ୍ଯ ଡ. ଚିନ୍ତାମଣି ମିଶ୍ର, ସୁନୀଲ କୁମାର ପାତ୍ର, ପ୍ରସନ୍ନ ସାମନ୍ତରାୟ, ଗଗନ ବିହାରୀ ବେହେରା, ହିମାଂଶୁ କୁମାର ପାତ୍ର, ରବୀନ୍ଦ୍ରନାଥ ପ୍ରଧାନ ଓ ଡ. ସୁନୀଲ କୁମାର ପଟ୍ଟନାୟକ ପ୍ରମୂଖ ଶିବିର ପରିଚାଳନା କରିଥିଲେ। ବାଲୁଗାଁ ଶ୍ରୀଜଗନ୍ନାଥ ଚକ୍ଷୁ ଚିକିତ୍ସାଳୟ ଓ ମେଡିସିନ୍ ଷ୍ଟୋର ବିଶେଷ ଭାବରେ ସହାୟତା କରିଥିଲେ।

ଚକ୍ଷୁ ଚିକିତ୍ସା ଶିବିର ବାଣପୁର-ବାଲୁଗାଁ ରୋଟାରୀ କ୍ଳବ
Share. Facebook Twitter LinkedIn Email WhatsApp Copy Link

Related Posts

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026

୧୬ ଦାଦନ ଶ୍ରମିକ ଉଦ୍ଧାର

October 9, 2026
Latest News

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀରକୁ ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

October 14, 2026

ପ୍ରଥମ ବିମଷ୍ଟେକ୍ ଗୃହମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ଗୃହମନ୍ତ୍ରୀ

October 14, 2026

୬୨ତମ ଆଇଏଚଜିଏଫ୍ ଦିଲ୍ଲୀ ଅଟମ୍ ଫେୟାରରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

October 14, 2026

ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ବିଶ୍ୱ ବଜାରରେ ସୁଯୋଗ ଖୋଜୁଛି ଓଡ଼ିଶା

October 14, 2026

ଅକ୍ଟୋବର ୧୪ ତାରିଖ ରାଶିଫଳ: ଆପଣ ଜାଣନ୍ତୁ ଆଜିର ଭାଗ୍ୟ ଓ ଭବିଷ୍ୟତ

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.