Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ତିନି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସହ ପେନସନ ପ୍ରଦାନ
ଆଞ୍ଚଳିକ

ତିନି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସହ ପେନସନ ପ୍ରଦାନ

September 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଜନ୍ମ-ମୃତ୍ୟ ଯେପରି ସତ୍ୟ, ସେହିପରି ଚାକିରୀରେ ଯୋଗ ଦେବା ଓ ଚାକିରୀରୁ ଅବସର ନେବା ସେହିପରି ସତ୍ୟ। ସରକାରୀ ନିୟମ ଅନୁଯାୟୀ ସମସ୍ତଙ୍କୁ ନିୟମ ଅନୁଯାୟୀ ଚାକିରୀରୁ ଅବସର ନେବାକୁ ପଡିଥାଏ।

ନୟାଗଡ ଜିଲ୍ଲା ରଣପୁର ବ୍ଲକ ରଜସୁନାଖଳା ସ୍ଥିତ ଗୋପୀନାଥପୁର ସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସରୋଜିନୀ ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଶିକ୍ଷକ ସଙ୍ଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ, ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ ମିଳିତ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ ବିଶ୍ୱାଳ, ଉପଦେଷ୍ଟା ଜଗନ୍ନାଥ ଦାଶ, ସମ୍ପାଦକ ଜ୍ୟୋତି ରଞ୍ଜନ କର, ମିଡ଼ିଆ କୋର୍ଡିନେଟର ତଥା ନରସିଂହପୁର କ୍ଲଷ୍ଟର ସି.ଆର.ସି.ସି. ସୁଶୀଲ କୁମାର ରଣା, ରାଜସୁନାଖଳା କ୍ଲଷ୍ଟର ସି.ଆର.ସି.ସି. ପବିତ୍ର ମୋହନ ସାମନ୍ତରାୟ, ନୟାଗଡ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷକ ପ୍ରତିଷ୍ଠାନର ପ୍ରଶିକ୍ଷକ ସନ୍ତୋଷ କୁମାର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଦାଶିବ ସାହୁ, ଆଲୁମିନି କମିଟି ସଭାପତି ପୂର୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସାହିତ୍ୟିକ, କବି ତଥା ଶିକ୍ଷକ ମଞ୍ଚ ସଂଯୋଜନା କରିଥିଲେ। ଉପସ୍ଥିତ ଥିବା ଅତିଥି, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, କମିଟି ସଦସ୍ୟସଦସ୍ୟା ଓ ସ୍ଥାନୀୟ ଲୋକେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଗୁଣ ଗାନ କରିଥିଲେ। ବ୍ଲକ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ବେହେରା ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଫାଇନାଲ ପେନସନ ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ସତ୍ୟଭାମା ଦେଇ, ବିଜୟଲକ୍ଷ୍ମୀ ସାହୁ, ସବିତା ସାହୁ, ପ୍ରିୟମଞ୍ଜରୀ ସାହୁଙ୍କ ସମେତ ସମସ୍ତ ସମସ୍ତ ଶିକ୍ଷୟତ୍ରୀ, ପରିଚାଳନା କମିଟି ସହଯୋଗ କରିଥିଲେ।

ସେହିପରି ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସରୋଜିନୀ ଦେବୀ, କବିଚନ୍ଦ୍ର ବରାଡ଼, ତିଳୋତମା ପୃଷ୍ଟିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସହ ପଦୋନ୍ନତି ପାଇ ସ୍ଥାନାନ୍ତର ହୋଇଥିବା ଜତିନ କୁମାର ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଙ୍ଗନାଥ ଦାଶ, ସମ୍ମାନୀତ ଅତିଥି ଭାବେ କମିଟି ସଭ୍ୟ ସତ୍ୟ ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୋପାଳକୃଷ୍ଣ ରାଉତ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଉପସ୍ଥିତ ଅତିଥି, ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ ବିଦାୟୀ ଶିକ୍ଷକଶିକ୍ଷୟତ୍ରୀଙ୍କ ଗୁଣ ଗାନ କରିଥିଲେ। ଉପସ୍ଥିତ ଅତିଥିମାନେ ମାନପତ୍ର ଓ ଉପହାର ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବ୍ଲକ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ବେହେରା ଅବସରପ୍ରାପ୍ତ ଶିକ୍ଷୟତ୍ରୀଙ୍କୁ ଫାଇନାଲ ପେନସନ କରିଥିଲେ।

ସେହିପରି ସାନଚାକୁଣ୍ଡାଝର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିନବନ୍ଧୁ ଜେନାଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ସମ୍ମାନିତ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ, ରାଜ୍ୟ ଶିକ୍ଷକ ସଙ୍ଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ, ବିଦ୍ୟାଳୟ କମିଟି ସଭାପତି ବିଷ୍ଣୁ ଚରଣ ପରିଡା, ମୋ ସ୍କୁଲ ସଭାପତି ପ୍ରଦୀପ କୁମାର ରାଉତରାୟ, ସାନଚାକୁଣ୍ଡାଝର ପ୍ରଧାନ ଶିକ୍ଷକ ଶିବ ଶଙ୍କର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ବ୍ଲକ ଶିକ୍ଷା ଅଧିକାରିଣୀ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ପ୍ରୋଭିଜିନାଲ ପେନସନ ପ୍ରଦାନ କରିଥିଲେ। ବ୍ଲକର ସମସ୍ତ ସି.ଆର.ସି.ସି., କ୍ଲଷ୍ଟରର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ସହଯୋଗ କରିଥିଲେ।

ବିଦାୟ ସମ୍ବର୍ଦ୍ଧନା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026
Latest News

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026

କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣା: ମୁଖମନ୍ତ୍ରୀଙ୍କ RDC ତଦନ୍ତ ନିର୍ଦ୍ଦେଶ

April 28, 2026

ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ଼

April 28, 2026

ଆୟୁର୍ବେଦ, ହୋମିଓପାଥିକ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦରମା ବୃଦ୍ଧି

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.